କରୋନା ଭାଇରସର ଟିକା ପାଇଁ ଆମେରିକା ଖୋଲିଲା ଟ୍ରେଜେରି, ଜାଣନ୍ତୁ କେତେ ଦେଲା…

1 min read
US opens treasure for corona virus vaccine

ୱାସିଂଟନ: କରୋନା ଭାଇରସ୍  ପାଇଁ ବେହାଲ ବିଶ୍ୱ ପାଇଁ ଏବେ ଆସିଛି ଖୁସିର ଖବର । ଆମେରିକା କରୋନା ଭାଇରସର ଟିକା ପାଇଁ ୧୬୦ କୋଟି ଡଲାର ପାଣ୍ଠି ଯୋଗାଇବାକୁ ଘୋଷଣା କରିଛି । ଏହି ଟଙ୍କା ନୋବାବ୍ୟାକ୍ସ କମ୍ପାନୀକୁ ଦିଆଯିବ । ଆମେରିକାର ନିଜର ରାପ ସ୍ପିଡ ଅଭିଜାନ ଅନୁସାରେ, ଘୋଷଣା କରାଯାଇଥିବା ରାଶି ଏପର୍ଯ୍ୟନ୍ତର ସବୁଠୁ ବଡ଼ ରାଶି ଯାହା କୌଣସି ଏକ କମ୍ପାନୀକୁ ଟିକା ପ୍ରସ୍ତୁତ କରିବାକୁ ଦେଇଛି । ଏହାବ୍ୟତୀତ ରେଗେନେରୋନ କମ୍ପାନୀକୁ ମଧ୍ୟ ୪୫କୋଟି ଡଲାରର ସହାୟତା ଦିଆଯାଇଛି ।

ଏହି କମ୍ପାନୀ କରୋନା ଭାଇରସ୍ ସଂକ୍ରମଣ ପାଇଁ ନୂଆ ରାସ୍ତା ଅନୁସନ୍ଧାନ କରୁଛି । ସର୍ତ୍ତ ଅନୁସାରେ ନୋବାବ୍ୟାକ୍ସ କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକାର ସ୍ୱାସ୍ଥ୍ୟ ଏବଂ ରକ୍ଷା ବିଭାଗକୁ କରୋନା ଭାଇରସର ୧୦କୋଟି ଡୋଜ୍ ଦେବ । କମ୍ପାନୀର ସିଇଓ ସଟ୍ୟାନଲୀ ଇରୈକ କହିଛନ୍ତି ଯେ, ‘ ଆମେ ଅପରେସନ୍ ରାପ୍ ସ୍ପିଡର ଅଂଶ ହୋଇଥିବାରୁ ନିଜକୁ ବହୁ ଗର୍ବିତ ଅନୁଭବ କରୁଛୁ । ଆମେ ଆମ ଦେଶ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଯଥାଶୀଘ୍ର ଟିକା ପ୍ରଦାନ କରିବୁ ।

ଟିକାର ଶେଷ ପରୀକ୍ଷଣ ଜଲଦି ହେବ

ନୋବାବ୍ୟାକସିନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାର ୨ଟି ପରୀକ୍ଷଣ ହୋଇସାରିଛି ଏବଂ ଶେଷ ପରୀକ୍ଷଣ ଜଲଦି ହେବାକୁ ଯାଉଛି । ଏହି ଟିକାର ନାଁ NVX-CoV2373 ରହିଛି । କମ୍ପାନୀ ପୋକଗୁଡ଼ିକର କୋଷିକାକୁ ବ୍ୟବହାର କରି କୁତ୍ରିମ ପ୍ରଣାଳୀରେ କରୋନା ଭାଇରସର ଅଂଶ ସ୍ପାଇକ ପ୍ରୋଟିନକୁ ପ୍ରସ୍ତୁତ କରୁଛନ୍ତି । ଏହି ପ୍ରୋଟିନର ସାହାଯ୍ୟରେ କରୋନା ଭାଇରସ୍ ମଣିଷର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବା ପାଇଁ କୋଷ ଗୁଡ଼ିକ ସହ ଜୋର ଜବରଦସ୍ତି ଅନୁପ୍ରବେଶ କରିଥାଏ ।

କମ୍ପାନୀ କହିଛି ଯେ, ସେ ମୌସମୀ ଫ୍ଲୁକୁ ଠିକ୍ କରିବା ପାଇଁ ଏହି ପ୍ରକାର ପ୍ରଣାଳୀର ବ୍ୟବହାର କରି ଟିକା ପ୍ରସ୍ତୁତ କରିଛନ୍ତି ଯାହା ବହୁତ ପ୍ରଭାବଶାଳୀ । ଆମେରିକା ନୋବାବ୍ୟାକ୍ସିନକୁ ଅକ୍ସଫୋର୍ଡ ୟୁନିଭରସିଟିଠାରୁ ମଧ୍ୟ ଅଧିକ ଟଙ୍କା ଦିଆଯାଇଛି । ଅକ୍ସଫୋର୍ଡ ୟୁନିଭରସିଟିକୁ ୧୨୦କୋଟି ଡଲାର ଦିଆଯାଇଥିଲା । ଅପରେସନ ରାପ ସ୍ପିଡ୍ ଅନୁସାରେ ଆମେରିକାକୁ ଭରାସା ଅଛି ଯେ, ଟିକାର କୋଟିଏ ଡୋଜ୍ ୨୦୨୧ସୁଦ୍ଧା ପ୍ରସ୍ତୁତ କରାଯାଇ ପାରିବ । ଆପଣଙ୍କୁ କହି ରଖୁଛୁ ଯେ, କରୋନା ଭାଇରସରେ ଏବେ ପର୍ଯ୍ୟନ୍ତ ୫,୪୬,୭୬୫ଲୋକଙ୍କ ମୃତ୍ୟୁ ହୋଇସାରିଛି ।

Leave a Reply