spot_img
Home Blog Page 6849

ମାତ୍ର ୩୯ ବର୍ଷ ବୟସରେ ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା

ବେଙ୍ଗଳୁରୁ: ଲୋକପ୍ରିୟ କନ୍ନଡ଼ ଅଭିନେତା ଚିରଞ୍ଜିବୀ ସର୍ଜା ଆଉନାହାଁନ୍ତି । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି । ଜୟନଗରର ଏକ ଘରୋଇ ହସ୍ପିଟାଲରେ ୩୯ ବର୍ଷ ବୟସରେ ଆଖି ବୁଜିଛନ୍ତି ଚିରଞ୍ଜିବୀ । କନ୍ନଡ଼ର ଲୋକପ୍ରିୟ ଅଭିନେତା ଓ ପ୍ରତ୍ୟେକ ଫିଲ୍ମରେ ଚିରଞ୍ଜିବୀ ହିରୋ ଭୂମିକାରେ ନଜର ଆସିଥାନ୍ତି । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି ।

ଭେଟରାନ ଅଭିନେତାର ଶକ୍ତି ପ୍ରସାଦଙ୍କ ନାତି ଓ ଅର୍ଜୁନ ସର୍ଜାଙ୍କ ପୁତୁରା ହେଉଛନ୍ତି ଚିରଞ୍ଜିବୀ । ସେ କେବଳ କନ୍ନଡ଼ ନୁହେଁ ତାମିଲ୍ ସିନେମାରେ ମଧ୍ୟ ଖୁବ୍ ଲୋକପ୍ରିୟ । କିଛି ବର୍ଷ ତଳେ ସେ ମେଘନା ରାଜଙ୍କୁ ବିବାହ କରିଥିଲେ ।

୨୨ ବର୍ଷ ବୟସରେ ବାୟୁପୁତ୍ର ଚଳଚ୍ଚିତ୍ର ଜରିଆରେ ସେ ଡେବ୍ୟୁ କରିଥିଲେ । ଚୀରୁ, ଦାଣ୍ଡମ ଦଶୟୁନମ, କେମ୍ପେ ଗୌଡ଼ା, ବରଦାନାୟକ, ହ୍ୱିସଲ, ଚନ୍ଦ୍ରଲେଖା ଓ ଖାକି ଭଳି ଫିଲ୍ମରେ ଅଭିନୟ କରିଥିଲେ ଚିରଞ୍ଜିବୀ । ଶେଷଥର ଶିବାର୍ଜୁନ୍ ଫିଲ୍ମରେ ରୂପେଲି ପରଦାରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ସୁନା ନାଁରେ ପିତଳ ବିକ୍ରି କରୁଥିଲେ, ୩ ଜଣଙ୍କୁ ଧରିଲା ପୋଲିସ

ବଲାଙ୍ଗିର: ପୋଲିସ ହାତରେ ସୁନା ଠକ । ପିତ୍ତଳକୁ ସୁନା କହି ବିକ୍ରି କରୁଥିବା ଠକଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ । ୧.୫ କେଜି ନକଲି ସୁନାକୁ ୨ ଲକ୍ଷ ଟଙ୍କାରେ ବିକ୍ରି ବେଳେ ଧରାପଡ଼ିଛନ୍ତି ଠକ । ଏଭଳି ଅଭିନବ ଠକେଇ ଦେଖିବାକୁ ମିଳିଛି ବଲାଙ୍ଗିର ସଦର ଥାନା ଅଞ୍ଚଳରେ । ଯେଉଁଠି ପୋତା ଧନ ବିକ୍ରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି ।

ପୋଲିସ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧.୫ କେଜି ନକଲି ସୁନା, ଗୋଟିଏ ଡ୍ରିଲ୍ ମେସିନ୍, ୩ଟି ମୋବାଇଲ୍, ଗୋଟିଏ ବାଇକ୍, ନଗଦ ୯ ହଜାର ଟଙ୍କା ଜବତ କରାଯାଇଛି । ଏନେଇ ବଲାଙ୍ଗିର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି ।

ଘଟଣାରେ ପୋଲିସ ଦୀପକ ମେହେର, କଳାକାହ୍ନୁ ମେହେର, ରାମଦାସ ମାଝିକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ରଞ୍ଜନ ମେହେର ଫେରାର୍ ହୋଇଯାଇଛି । ଗିରଫ ୩ ଜଣଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।

ଜାଣନ୍ତୁ କରୋନା ସମୟରେ କେଉଁ ରାଶି ପାଇଁ ବ୍ୟବସାୟିକ କ୍ଷତି ଜାରି ରହିବ

ଭୁବନେଶ୍ୱର: କରୋନା ମହାମାରୀ କାରଣରୁ ଅର୍ଥନୈତିକ ମାନ୍ଦାବସ୍ଥା ଜାରି ରହିଛି । ନିଜସ୍ୱ ଉଦ୍ୟମରେ ବ୍ୟବସାୟ କରୁଥିବା ଅଧିକାଂଶ ବ୍ୟକ୍ତି ଏହାର କୁଫଳ ଭୋଗୁଛନ୍ତି । କେବଳ ଆମେ କହୁଥିବା ରାଶିର ବ୍ୟକ୍ତି ବିଶେଷ ନୁହଁନ୍ତି, ଏହି ରାଶି ସହ ଜଡିତ ଥିବା ପ୍ରତିଷ୍ଠାନ, ସରକାରୀ ସଂସ୍ଥା ଏବଂ ରାଜନୈତିକ ଦଳ ମଧ୍ୟ ସମାନ ଅସୁବିଧା ଭୋଗୁଛନ୍ତି । ବର୍ତ୍ତମାନ ସମୟରେ ଏହି ରାଶି ପାଇଁ ଅର୍ଥନୈତିକ ମାନ୍ଦାବସ୍ଥା ଜାରି ରହିବ ।

ଏହି ରାଶି ପାଇଁ ଉଦ୍ଧିଷ୍ଟ ଥିବା ବୃହସ୍ପତି ଧନୁ ରାଶିରୁ ଅନ୍ୟତ୍ର ସଞ୍ଚାର କରିଛନ୍ତି । ଯେଉଁଥି ପାଇଁ ବ୍ୟବସାୟ ଭଲ ହେଉ ନ ଥିବା ଜଣାପଡିଛି । କିନ୍ତୁ ମନଦୁଃଖ କରିବାର କୌଣସି କାରଣ ନାହିଁ । ଲାଭ ପରେ କ୍ଷତି ପୁନଶ୍ଚ କ୍ଷତି ପରେ ଲାଭ ହିଁ ବ୍ୟବସାୟର ରୀତିନୀତି । ଏଭଳି ସମୟରେ ହତୋତ୍ସାହିତ ନ ହୋଇ ପୂର୍ବ ଭଳି କାର୍ଯ୍ୟ ଜାରି ରଖିବାକୁ ପଡିବ । ଶାସ୍ତ୍ର ଉବାଚ ‘ବାଣିଜ୍ୟେ ବସତି ଲକ୍ଷ୍ମୀ’ର ସାର୍ଥକତା ରହିଛି । ତେଣୁ ବୃତ୍ତିକୁ ତ୍ୟାଗ ନ କରି ଧୈର୍ଯ୍ୟର ସହ ସାମାନ୍ୟ ଭିନ୍ନ ଉପାୟରେ ଏହି କାର୍ଯ୍ୟ କରିବାକୁ ପଡିବ ।

ଉପରୋକ୍ତ ବିଷୟ ଆଲୋଚନା ହେଉଥିବା ରାଶି ହେଉଛି ମକର, ଯାହା ୨୧/୧୦, ୨୨/୧୦ ଏବଂ ୨୩ /୧୦ ।  ଗତ ମାର୍ଚ୍ଚ ୩ରୁ ଆରମ୍ଭ ହୋଇଥିବା ଏହି ଖରାପ ସମୟ ସେପ୍ଟେମ୍ୱର ଆଡକୁ ସରିବ ବୋଲି କୁହାଯାଇଛି ।

୮୦ ଦିନ ପରେ ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ଲକଡାଉନ୍ ଭିତରେ ଦେଶର ଅର୍ଥ ବ୍ୟବସ୍ଥାକୁ ଟ୍ରାକକୁ ଆଣିବାକୁ ଉଦ୍ୟମ ଜାରି ରହିଛି । ସରକାରୀ ଅଫିସ୍ ସହ ଅନ୍ୟ କାର୍ଯ୍ୟାଳୟ ମଧ୍ୟ ଖୋଲିଲାଣି । ପ୍ରାୟ ୮୦ ଦିନ ମଧ୍ୟରେ ଦେଶରେ ତୈଳଦର ବୃଦ୍ଧି ପାଇଛି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ସାରାଦେଶରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୬୦ ପଇସା ଯାଏଁ ବୃଦ୍ଧି ପାଇଛି । ଦିଲ୍ଲୀ ସମେତ ବିଭିନ୍ନ ମହାନଗର ନିଗମରେ ପେଟ୍ରୋଲ ଓ ଡିଜେଲ ଦର ୫୨ ପଇସାରୁ ନେଇ ୬୦ ପଇସା ଯାଏଁ ବୃଦ୍ଧି ହୋଇଛି ।

ଦିଲ୍ଲୀରେ ଏବେ ପେଟ୍ରୋଲ ଦର ୭୧.୮୬ ଟଙ୍କା ଲିଟର ପିଛା ରହିଥିବା ବେଳେ ଡିଜେଲ ଲିଟର ପିଛା ୬୯.୯୯ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ୬୮.୭୯ ଟଙ୍କା ରହିଛି । ନୋଏଡ଼ାରେ ପେଟ୍ରୋଲ ଲିଟର ପିଛା ୭୪.୫୧ ଟଙ୍କା ଡିଜେଲ ୬୪.୪୩ ଟଙ୍କା ରହିଛି ।

ତେଲ ଉପରେ ଭାଟ୍ ବଢ଼ାଇଲେ ରାଜ୍ୟ ସରକାର: ଏବେବି ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି ତୈଳ ଦର

ସେକ୍ସ ରାକେଟର ପର୍ଦ୍ଦାଫାସ: ରାଣୀ ମହୁମାଛି ସହ ୪ ମହିଳା ଅଟକ

ସମ୍ୱଲପୁର: ସେକ୍ସ ରାକେଟର ପର୍ଦ୍ଦାଫାସ । ୩ଜଣ ଗ୍ରାହକ ଏବଂ  ରାଣୀ ମହୁମାଛି ସହ ୪ ମହିଳା ଅଟକ । ଧନୁପାଲୀ ଥାନା ଅନ୍ତର୍ଗତ ଭତରାରେ ଦୀର୍ଘ ଦିନରୁ ଚାଲିଥିବା ସେକ୍ସ ରେକେଟର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଧନୁପାଲୀ ପୋଲିସ l ଉକ୍ତ ଘଟଣାରେ ପୋଲିସ ରାଣୀମହୁମାଛି ସହ  ୩ପୁରୁଷ ଏବଂ ୪ଜଣ ମହିଳାଙ୍କୁ ଅଟକ ରଖିଛି l

ନିଜ ଘରେ ରହି ପେଟ ପାଟଣା ପାଇଁ ଏଭଳି କାର୍ଯ୍ୟ କରୁଥିବା ରାଣୀ ମହୁମାଛି ନିଜେ କହୁଛି l ତେବେ ବିଭିନ୍ନ ସ୍ଥାନରୁ ଝିଅ ଏବଂ ପୁଅ ଆସି କିଛି ସମୟ ବିତାଇବା ପାଇଁ ତାଙ୍କୁ ଟଙ୍କା ଦେଉଥିଲେ ବୋଲି ସେ ସଫେଇଦେଇଛି  lଘଟଣା ସ୍ଥଳରୁ ଗର୍ଭ ନିରୋଧକ ବଟିକା, ଇଞ୍ଜେକ୍ସନ, ବ୍ୟବହୃତ ଏବଂ ଅବ୍ୟବହୃତ କୋଣ୍ଡୋମ ,କିଛି ଅନ୍ତବସ୍ତ୍ର ସହ ଅନ୍ୟାନ ଆପତ୍ତିଜନକ ସାମଗ୍ରୀ ପୋଲିସ ଜବତ କରିଛି l

 

ନୟାଗଡ଼ର ଏହି ଗାଁରେ ଭୂତ ଆତଙ୍କ, ଗାଁ ଛାଡ଼ିଲେ ସବୁ ପୁରୁଷ ଓ ସ୍ତ୍ରୀ

ନୟାଗଡ଼: ଖାଲି ହେଉଛି ଗାଁ । ଗାଁରେ ଭୂତ ନେଉଛି ଜୀବନ ! ରାତିରେ ଶୂନ୍ୟରୁ ଆସୁଛି ଅଜଣା ଶବ୍ଦ । ମନକୁ ମନ ଆଜବେଷ୍ଟସ୍ ଓ ଚାଳ ଉପରେ ପଡ଼ୁଛି ଅଦୃଶ୍ୟ ପଥର । ବେଳେ ବେଳେ କବାଟ ବି କିଏ ବାଡ଼ଉଛି । କିନ୍ତୁ, ଦେଖିଲା ବେଳକୁ ବାହାରେ କେହି ନାହିଁ । ସବୁ ନିରବି ଯାଉଛି ।

କେତେବେଳେ ଲାଗୁଛି ଝରକା କିଏ ଖୋଲି ଦେଲା କି ? ସଞ୍ଜ ନଇଁଲେ ଏମିତି ନାନା ଡର, ଛନକା ଲୋକଙ୍କ ମନରେ ପଶୁଛି । ଏଭଳି ଅଜଣା ଭୂତ ଆତଙ୍କ ଭିତରେ ଥିବା ଗୁଣ୍ଡୁରାବାରୀ ଗାଁ ଜନଶୂନ୍ୟ ହୋଇଯାଇଛି । ଗାଁରେ ରହୁଥିବା ପ୍ରାୟ ୭ଟି ପରିବାର ଘର ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି ।

୭ ବର୍ଷ ଭିତରେ ଗାଁରେ ରକ୍ତବାନ୍ତିରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ହେଲାଣି । କିଛି ଦିନ ଭିତରେ ଗାଁର ୨ ଜଣଙ୍କ ମୃତ୍ୟୁ ରକ୍ତବାନ୍ତିରେ ହୋଇଛି । ପ୍ରଥମେ ବାପା ପରେ ରକ୍ତବାନ୍ତିରେ ଯାଇଛି ପୁଅର ଜୀବନ । ଗାଁ ଲୋକେ ଏହାକୁ ଗୁଣିଗାରେଡ଼ି ବୋଲି ବିଶ୍ୱାସ କରୁଛନ୍ତି ।

ଝଡ଼ାଫୁଙ୍କା ପରେ ଗୁଣିଆ ଗାଁରେ ଭୂତ, ଡାହାଣୀ ଥିବା କହିଛି । ଭୟଭୀତ ହୋଇ ପଡ଼ିଥିବା ଲୋକ ଗାଁ ଛାଡ଼ି ଦର୍ପନାରାୟଣପୁରରେ ଆସି ଆଶ୍ରୟ ନେଇଛନ୍ତି । ଭୂତ ଆତଙ୍କ ଖେଳିଥିବା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଗୁଣ୍ଡୁରାବାରୀର ହରିଜନ ସାହି ।

ଖପୁରୀ ଭୟରେ ଥୁରୁହୁର ଗାଁ ଲୋକେ, ମନ୍ଦିରରେ ଚାଲିଛି ପୂଜାପାଠ

IIT ଗବେଷକଙ୍କ ଦାବି, ବର୍ଜ୍ୟ ପ୍ଲାଷ୍ଟିକରୁ ପ୍ରସ୍ତୁତ ହେବ ହାଇ କ୍ୱାଲିଟି ମାସ୍କ

ନୂଆଦିଲ୍ଲୀ: କରୋନା ପାଇଁ ନିତିଦିନିଆ ଜୀବନର ଅଙ୍ଗ ହୋଇଯାଇଛି ମାସ୍କ । ମାର୍କେଟ ହେଉ କି ମନ୍ଦିର ହସ୍ପିଟାଲରୁ ହୋଟେଲ । ସବୁଠି ମାସ୍କ ପିନ୍ଧିବାକୁ କୁହାଯାଉଛି । ଏପରିସ୍ଥଳେ IIT ମଣ୍ଡିର ଗବେଷକ ନୂଆ ଆଶା ସୃଷ୍ଟି କରିଛନ୍ତି । ଅବ୍ୟବହୃତ ବା ବର୍ଜ୍ୟ ପ୍ଲାଷ୍ଟିକରୁ ହାଇ କ୍ୱାଲିଟି ହାଇଜେନିକ୍ ମାସ୍କ ପ୍ରସ୍ତୁତ ପାଇଁ ଟେକ୍ନୋଲୋଜି ପ୍ରସ୍ତୁତ ହୋଇଛି । ସାଧାରଣତଃ ମାର୍କେଟରେ ଉପଲବ୍ଧ ମାସ୍କ ୮ରୁ ୯ଥର ବ୍ୟବହାର ଯୋଗ୍ୟ ହୋଇଥିବା ବେଲେ ନିଶ୍ୱାସ ନେବାରେ ଟିକିଏ ଅସୁବିଧା ହୋଇଥାଏ । କିନ୍ତୁ, ଏହି ହାଇ କ୍ୱାଲିଟି ହାଇଜେନିକ୍ ମାସ୍କକୁ ଧୋଇ ପ୍ରାୟ ୩୦ ଥର ବ୍ୟବହାର କରିପାରିବେ ।

IIT ମଣ୍ଡି ପକ୍ଷରୁ ଏକ ପେଟେଣ୍ଟ ଫାଇଲ୍ କରାଯାଇଛି । ଗବେଷକ ବର୍ଜ୍ୟ ପ୍ଲାଷ୍ଟିକକୁ ମେମ୍ବରାନ୍ସ ଟେକ୍ନୋଲୋଜି ମାଧ୍ୟମରେ ନଷ୍ଟ କରନ୍ତି । ତାପରେ ଖଣ୍ଡ ବିଖଣ୍ଡିତ ପ୍ଲାଷ୍ଟିକକୁ ସଲଭେଣ୍ଟସ୍ ଓ ଏକ୍ସଟ୍ରୁଡେଡ୍ ନାନୋଫାଇବର୍ସ ମାଧ୍ୟମରେ ନଷ୍ଟ କରିଦିଅନ୍ତି । ଏଥିରେ ଥିବା ନାନୋ ନନୱଭେନ୍ ମେମ୍ବ୍ରାନ ପବନ ଫିଲ୍ଟର କରେ । ନାନୋଫାଇବର୍ସ ବ୍ୟାକ୍ଟରିଆ ଓ ସଂକ୍ରମଣ ପ୍ରତିରୋଧୀ ଅଟେ । ଏହା ମାର୍କେଟରେ ମିଳୁଥିବା ମାସ୍କଠାରୁ ଶ୍ୱାସକ୍ରିୟା ପାଇଁ ଭଲ ବୋଲି ଆଇଆଇଟି ମଣ୍ଡିର ପ୍ରଫେସର ସୁମିତ୍ ସିହ୍ନା କହିଛନ୍ତି ।

ଲାବ୍ରୋଟୋରିରେ ଏହି ମାସ୍କକୁ ତିଆରି ପାଇଁ ୨୫ ଟଙ୍କା ଖର୍ଚ୍ଚ ହେବ । ଏହାର ବାଣିଜ୍ୟିକ ଉତ୍ପାଦନ କରାଗଲେ ଦର ଅଧା ହୋଇଯିବ । ଏହାକୁ ଧୋଇ ପ୍ରାୟ ୩୦ଥର ବ୍ୟବହାର କରାଯାଇପାରିବ ।

ଖୁସି ଖବର, ଦିନକରେ ରାଜ୍ୟରେ ସୁସ୍ଥ ହେଲେ ୧୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କୋଭିଡ୍ ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସୁସ୍ଥ ହେଉଛି ଓଡ଼ିଶା । ଆଜି ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ ସୁସ୍ଥ ହୋଇଛନ୍ତି । ଆରୋଗ୍ୟ ସଂଖ୍ୟା ୧୮୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୯, ଗଜପତିରୁ ୨୩, ନୂଆପଡ଼ା ୨୨, ଭଦ୍ରକ ୧୭, ନୟାଗଡ଼ ୧୫, ଗଞ୍ଜାମ ୧୪, କେନ୍ଦ୍ରାପଡ଼ା ୧୦, ଢେଙ୍କାନାଳ ୯, କନ୍ଧମାଳ ୯, ସୁନ୍ଦରଗଡ଼ ୬, ବାଲେଶ୍ୱରୁ ୪ ଜଣ ସୁସ୍ଥ ହୋଇଛନ୍ତି । କଟକ, ବଲାଙ୍ଗିର ଓ ମାଲକାନଗିରିରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର ଓ ପୁରୀରୁ ଜଣେ ଲଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ପାଇଥିବା ବେଳେ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ୯୫୧ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚାଲିଛି ।

ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ସୁସ୍ଥ

‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ।

୧୯୧୨ ମସିହାରୁ ଏହି ସଙ୍ଗୀତ ଉତ୍କଳ ଅଧିବେଶନର ବିଭିନ୍ନ ଅଧିବେଶନରେ ଗାନ କରାଯାଉଛି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଏହା ଜନମାନସରେ ରହିଆସିଛି । କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ଉତ୍ସାହିତ କରିବାକୁ ମେ ୩୦ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ମୁଖ୍ୟମନ୍ତ୍ରୀ ଆହ୍ୱାନ କ୍ରମେ ଗାନ କରାଯାଇଥିଲା ।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ସୃଷ୍ଟିକୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଛି । ଏହାର ରେକର୍ଡିଂ ସହ ଢାଞ୍ଚା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରସ୍ତୁତ କରିବ । ବିଧାନସଭା ଅଧିବେଶନ ଓ ଅନ୍ୟ ସରକାରୀ କାର୍ଯ୍ୟକ୍ରମରେ ଏହା ଗାନ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏହାର ଗାନ କରାଯିବ । ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ ଏହାକୁ ଗାନ କରାଯିବ । ଗାନ ବେଳେ ସମସ୍ତେ ଛିଡ଼ା ହେବେ । ବୟସ୍କ ଓ ଶାରୀରିକ ଅସୁସ୍ଥତା ବ୍ୟକ୍ତି ବସିରହି ସଙ୍ଗୀତକୁ ସମ୍ମାନ ଜଣାଇବେ ।

ସଙ୍ଗୀତର ପ୍ରଚାର ପ୍ରସାର ଅଭିବୃଦ୍ଧି ଲାଗି କୌଣସି କଟକଣା ରହିବ ନାହିଁ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଜନନୀ ସଙ୍ଗୀତକୁ ସାମିଲ୍ ପାଇଁ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

ସଚିବାଳୟରୁ ସଡ଼କ, ସବୁଠି ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’

ପ୍ରସବ ବେଦନାରେ ଛଟପଟ ହୋଇ ହସ୍ପିଟାଲରୁ ହସ୍ପିଟାଲ ବୁଲିଲେ ଗର୍ଭବତୀ, ଶେଷରେ ଆମ୍ବୁଲାନ୍ସରେ ହେଲା ମୃତ୍ୟୁ

ନୋଏଡ଼ା: ସମୟରେ ଚିକିତ୍ସା ନ ମିଳିବାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି । ଏ ଘଟଣା ଘଟିଛି ଉତ୍ତରପ୍ରଦେଶର ନୋଏଡ଼ାରେ । ଗର୍ଭବତୀଙ୍କୁ ନେଇ ପରିବାର ଲୋକ ମେଡିକାଲ ତ ଯାଇଥିଲେ । କିନ୍ତୁ, ହସ୍ପିଟାଲ କର୍ତ୍ତୃପକ୍ଷ ଆଡମିଶନ କରିନଥିଲେ । ଫଳରେ ଗର୍ଭରେ ଥିବା ୮ ମାସର ଛୁଆ ସମେତ ମହିଳାଙ୍କ ମୃତ୍ୟୁ ହୋଇଛି । ସମାଜବାଦୀ ପାର୍ଟି ନେତା ଅନୁରାଗ ଭଦୌରିଆ କହିଛନ୍ତି ଉତ୍ତରପ୍ରଦେଶରେ ସ୍ୱାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି ।

ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ବି ମେଡିକାଲରେ ଯାଗା ମିଳୁନି । ମହିଳାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ହେବ ବୋଲି ଅନୁରାଗ ପ୍ରଶ୍ନ କରିଛନ୍ତି । ସରକାର ମୃତ୍ୟୁ ପାଇଁ ଦାୟୀ ରହିବା ସହ ନୋଏଡ଼ା ପ୍ରଶାସନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । କେବଳ କାଗଜପତ୍ରରେ ଦେଖାଇବାକୁ ବଡ଼ ବଡ଼ କଥା କୁହାଯାଉଛି, ସରକାର ନିଜେ ଦାୟିତ୍ୱ ନିଅନ୍ତୁ ବୋଲି ଅନୁରାଗ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ପ୍ରବକ୍ତା ଅଖିଳେଶ ସିଂହ ମଧ୍ୟ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ ମଧ୍ୟ ନୋଏଡ଼ାରେ ହୋଇଥିବା ଏହି ଘଟଣାରେ ଦୋଶୀ ଡାକ୍ତରଖାନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ।

କ’ଣ ଥିଲା ପୁରା ମାମଲା-

ନୋଏଡାଠାରେ ଚିକିତ୍ସା ଅଭାବରୁ ଆମ୍ବୁଲାନ୍ସ ଭିତରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।  ଅନେକ ଘଣ୍ଟା ଧରି ଗର୍ଭବତୀ ମହିଳା ଆମ୍ବୁଲାନ୍ସ ଯୋଗେ ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଡାକ୍ତରଖାନାକୁ ଦୌଡ଼ିଥିଲେ, କିନ୍ତୁ ନୋଏଡାର ପ୍ରମୁଖ ସରକାରୀ ଏବଂ ଘରୋଇ ଡାକ୍ତରଖାନା ମହିଳାଙ୍କୁ ଆଡମିଟ୍ କରିବାକୁ ମନା କରିଦେଇଥିଲେ।

ମହିଳା ଜଣକ ଗାଜିଆବାଦର ବାସିନ୍ଦା ଥିବା ସୂଚନା ମିଳିଛି ।  ମହିଳାଙ୍କର ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ତେଣୁ ପ୍ରଥମେ ESI ଡାକ୍ତରଖାନା ନିଆଯାଇଥିଲା । ଗର୍ଭବତୀ ମହିଳାଙ୍କୁ ESI ଡାକ୍ତରଖାନା ଜିଲ୍ଲା ଡାକ୍ତରଖାନାକୁ ପଠାଇଦେଇଥିଲା । ପୁଣି ଜିଲ୍ଲା ଡାକ୍ତରଖାନା ଶାରଦା ଡାକ୍ତରଖାନାକୁ ରେଫର କରିଥିଲେ ଏବଂ ଶାରଦା ଡାକ୍ତରଖାନା ଜିମ୍ସ ଡାକ୍ତରଖାନାକୁ ରେଫର କରିଥିଲା । ଜିମ୍ସରେ ବେଡ୍ ଖାଲି ନଥିବାରୁ ଡାକ୍ତରଖାନା କର୍ତ୍ତୁପକ୍ଷ କହିଥିଲେ । ତାପରେ ମହିଳାଙ୍କୁ ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେମଧ୍ୟ ତାଙ୍କୁ ଆଡମିଟ କରିବା ପାଇଁ ମନା କରିଦେଇଥିଲେ। ପରେ ମହିଳାଙ୍କୁ ମ୍ୟାକ୍ସ ହସ୍ପିଟାଲକୁ ନିଆଯାଇଥିଲା । ତେବେ ବିଳମ୍ବ ହେତୁ ମହିଳା ଜଣଙ୍କର ଆମ୍ବୁଲାନ୍ସରେ ହିଁ ମୃତ୍ୟୁ ହୋଇଥିଲା ।