spot_img
Home Blog Page 686

ସିଏମ୍ ଅଫିସ କର୍ମଚାରୀ କହି ଠକେଇ; ବଦଳିର ଧମକ ଦେଇ ଟଙ୍କା ଆଦାୟ

ଭୁବନେଶ୍ୱର: ସିଏମ୍ ଅଫିସ କର୍ମଚାରୀ ପରିଚୟ ଦେଇ ଭୁବନେଶ୍ଵରରେ ଟଙ୍କା ଆଦାୟ। ବଦଳିର ଧମକ ଦେଇ ଟଙ୍କା ଆଦାୟ । ‘ମୁଁ ସିଏମ ଅଫିସରୁ କହୁଥିଲି, ଦୁଇ ଲକ୍ଷ ଟଙ୍କା ନ ଦେଲେ ମାଲକାନଗିରି ପଠାଇଦେବି’। ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ଧମକ ଦେଇ ୨ ଲକ୍ଷ ଟଙ୍କା ଠକି ନେଇଛି ଧୂର୍ତ୍ତ। ଦୁଇ ଲକ୍ଷ ନେବା ପରେ ମଧ୍ୟ ଡରାଇ ଧମକାଇ ଆହୁରି ୫ ଲକ୍ଷ ଟଙ୍କା ମାଗୁଛି। ଏପରି ଠକେଇର ଶିକାର ହେବା ପରେ ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ ଭୁବନେଶ୍ଵର ଏୟାରଫିଲ୍ଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ପ୍ରତାପ କୁମାର ହରିପାଲ ଅନୁଗୁଳ ରାସ୍ତା ଓ କୋଠାବାଡ଼ି ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାବେ କାମ କରୁଛନ୍ତି। ପ୍ରାୟ ଏକମାସ ପୂର୍ବେ ଜାନକୀବଲ୍ଲଭ ମହାପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ କଲ୍ କରିଥିଲା। ନିଜକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେବା ସହିତ ମାଲକାନଗିରି ବଦଳି କରିଦେବ ବୋଲି ଧମକ ଦେଇଥିଲା। ବଦଳି ରୋକିବାକୁ ହେଲେ ଦୁଇ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ବୋଲି କହିଥିବାରୁ ପ୍ରତାପ ଭୟରେ ଆଉ କୌଣସି ଉପାୟ ନପାଇ ତା’ କଥାରେ ରାଜି ହୋଇ ଯାଇଥିଲେ।

ଜାନକୀ କହିବା ମୁତାବକ ପ୍ରତାପ ତା’ର ଭିମଟାଙ୍ଗୀ ସ୍ଥିତ ଘରକୁ ଆସି ୨ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଏହାପରେ ମଧ୍ୟ ଜାନକୀର ଆତଙ୍କ ଥମି ନଥିଲା। ସେ ପୁଣି ଥରେ ଫୋନ୍ କରି ଆହୁରି ୫ ଲକ୍ଷ ଟଙ୍କା ମାଗିଥିଲା। ପ୍ରତାର ଅରାଜି ହେବାରୁ ଜାନକୀ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଶେଷରେ ପ୍ରତାପ କୈାଣସି ଉପାୟ ନପାଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମଧ୍ୟ ତାଙ୍କ ଅଭିଯୋଗ ଆଧାରରେ କେସ୍ ନଂ – ୨୦୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ତେଜିଲା ଏଲନ ମସ୍କ ଓ ଟ୍ରମ୍ପ ବିବାଦ; ପରସ୍ପର ବିରୋଧରେ ଉଭୟଙ୍କ କଟୁ ବୟାନ .

ନନ୍ଦିଘୋଷ ବ୍ୟୁରୋ: ମାତ୍ର ଅଳ୍ପ ଦିନ ଭିତରେ ଘନିଷ୍ଠ ବନ୍ଧୁତାରୁ ଚରମ ଶତ୍ରୁତା। ଜଣେ କେମିତି ଘନିଷ୍ଠ ବନ୍ଧୁରୁ ଚରମ ଶତ୍ରୁ ପାଲଟି ଯାଏ, ତାର ଉଦାହରଣ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ବିଶ୍ଵର ସବୁଠାରୁ ବଡ଼ ଧନୀ ଏଲନ ମସ୍କ। ଉଭୟଙ୍କ ମଧ୍ୟରେ ବିବାଦ ଏତେ ତୀବ୍ର ହୋଇଛି ଯେ, ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ପଦରୁ ବହିଷ୍କାର କରାଯାଉ ବୋଲି ମଧ୍ଯ ଦାବି କରିଛନ୍ତି ମସ୍କ। ମହାଭିଯୋଗ ଆଣିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଏପରିକି ପୁରୁଣା କଥାକୁ ଉଖାରି କେବଳ ତାଙ୍କ ପାଇଁ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ, ନ ହେଲେ ହାରି ଯାଇଥାନ୍ତେ ବୋଲି କହିଛନ୍ତି ଏଲନ ମସ୍କ। ସେ କହିଛନ୍ତି, ଏପଷ୍ଟାଇନ ଫାଇଲରେ ଅଛି ଟ୍ରମ୍ପଙ୍କ ନାଁ। ତେଣୁ ଦେଶର ରାଷ୍ଟ୍ରପତି ପଦରେ ରହିବାର ତାଙ୍କର ଅଧିକାର ନାହିଁ। ଏଲନ ମସ୍କ ଥିଲେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ। ନିର୍ବାଚନ ବେଳେ ପ୍ରାୟ ୨୦୦ କୋଟି ଡଲାରର ଚାନ୍ଦା ଟ୍ରମ୍ପଙ୍କୁ ଦେଇଥିଲେ ମସ୍କ। ଏହା ସତ ଯେ, ଟ୍ରମ୍ପଙ୍କ ବିଜୟରେ ମସ୍କଙ୍କ ବଡ଼ ହାତ ଥିଲା। ଏପରିକି ଟ୍ରମ୍ପ ଦ୍ଵିତୀୟ ଥର ରାଷ୍ଟ୍ରପତି ହେବା ପରେ ଖର୍ଚ୍ଚ ବିଭାଗ DOGE ର ମୁଖ୍ୟ ପଦରେ ମସ୍କଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ଟ୍ରମ୍ପଙ୍କ ତଥାକଥିତ ବିଗ୍ ଆଣ୍ଡ ବିୟୁଟିଫୁଲ୍ ବିଲ୍ ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଏବଂ କିଛି ଦିନ ତଳେ DOGE ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ ମସ୍କ। ଏଲନଙ୍କ କମ୍ପାନୀଗୁଡ଼ିକ ସହିତ ସରକାରୀ ଚୁକ୍ତି ବାତିଲ କରିବାକୁ ଧମକ ଦେଇଥିଲେ ଟ୍ରମ୍ପ। ଏହା ପରେ ଟେସଲା ଏବଂ ସ୍ପେସଏକ୍ସର ସିଇଓ ସ୍ପେସଏକ୍ସର ଡ୍ରାଗନ୍ ମହାକାଶଯାନ ପ୍ରକଳ୍ପକୁ ବନ୍ଦ କରିବାର ଘୋଷଣା କରିଥିଲେ। ଟ୍ରମ୍ପଙ୍କ ” One Big Beautiful Bill ” ଉପରେ ମସ୍କଙ୍କ ସମାଲୋଚନାକୁ ନେଇ ଏହି ଫାଟ ସୃଷ୍ଟି ହୋଇଥିଲା। ଟ୍ରମ୍ପଙ୍କ ବ୍ୟାପକ ଟିକସ କାଟ ଏବଂ ଖର୍ଚ୍ଚ ବିଲ୍ କୁ ନିନ୍ଦା ମସ୍କ ନିନ୍ଦା କରିଥିଲେ। ଏହାକୁ ନେଇ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଥିଲେ। ଏଲନ ନିରାଶ କରିଛନ୍ତି ବୋଲି କହିଥିଲେ। EV ଟିକସ ପ୍ରୋତ୍ସାହନ ହଟାଇ ଦିଆଯାଇଥିବାରୁ ମସ୍କ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହା ପରେ ଟ୍ରମ୍ପ କହିଥିଲେ, ମସ୍କଙ୍କ କମ୍ପାନିକୁ ଦିଆଯାଇଥିବା କଣ୍ଟ୍ରାକ୍ଟ ଓ ସବସିଡିକୁ ବନ୍ଦ କରିଦେଲେ ତ ବହୁତ ସଞ୍ଚୟ ହୋଇପାରିବ। ଏହାକୁ ନେଇ ରାଗି ଯାଇଛନ୍ତି ମସ୍କ ଏବଂ ଏପଷ୍ଟାଇନ୍ ପ୍ରସଙ୍ଗ ଉଠାଇ ଟ୍ରମ୍ପଙ୍କୁ ବହିଷ୍କାର କରିବାକୁ ମଧ୍ୟ ଦାବି କରିଛନ୍ତି। ତେବେ ଏହି ବିବାଦ ପରେ ଟେସଲାର ସେୟାର ଖସିଛି। ଦିନକରେ କ୍ଷତି ହୋଇଛି ୧୫୨ ବିଲିୟନ ଡଲାର।

ଶସ୍ତା ହେବ ଗାଡି ଓ ଗୃହ ଋଣ: RBI ରେପୋ ରେଟରେ ହ୍ରାସ କରିପାରେ ୫୦ ବେସିସ୍ ପଏଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଶସ୍ତା ହେବ ଗାଡି ଓ ଗୃହ ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟରେ ୫୦ ବେସିସ୍ ପଏଣ୍ଟ ହ୍ରାସ କରିପାରେ । ତିନି ଦିନିଆ ମୁଦ୍ରା ନୀତି କମିଟି ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ସୂଚନା ରହିଛି । ଆଜି ଦିନ ୧୦ ଟାରେ ନୂଆ ରେପୋ ରେଟ୍ ନେଇ ଘୋଷଣା କରିବେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା । ଦେଶରେ ଜିନିସ ପତ୍ରର ଦରଦାମ କମିଛି।

ଗତ ଏପ୍ରିଲରେ ଖୁଚୁରା ମୁଦ୍ରା ସ୍ପିତି ୩.୩୪ ପ୍ରତିଶତରୁ ଖସି ୩.୧୬ ପ୍ରତିଶତ ହୋଇଛି । ଯାହାକି ୬ ବର୍ଷ ମଧ୍ୟରେ ସର୍ବକାଳୀନ ରେକର୍ଡ । ଲୋକଙ୍କ ହାତକୁ ଅଧିକ କ୍ରୟ ଶକ୍ତି କ୍ଷମତା ଦେବା ପାଇଁ ଆରବିଆଇ ରେପୋ ରେଟ୍ ହ୍ରାସ କରିପାରେ । ଏବେ ରେପୋ ରେଟ୍ ୬ ପ୍ରତିଶତ ରହିଛି । ୫୦ ବେସିସ୍ ପଏଣ୍ଟ କମିଲେ ୫.୫ ପ୍ରତିଶତକୁ ଖସିବ । ଫଳରେ ବ୍ୟାଙ୍କ ଗୁଡିକ ଗ୍ରାହକଙ୍କୁ କମ ସୁଧରେ ଋଣ ଦେଇପାରିବେ । ପୂର୍ବରୁ ଗତ ଫେବୃଆରୀ ଓ ଏପ୍ରିଲ ମାସରେ ଆରବିଆଇ ରେପୋ ଦରରେ ୨୫ ବେସିସ୍ ପଏଣ୍ଟ ଲେଖାଏଁ ହ୍ରାସ କରିଥିଲେ ।

ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ: ବେଙ୍ଗାଳୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ବେଙ୍ଗାଲୁରୁ ପୋଲିସ କମିଶନରଙ୍କ ସମେତ ଅନେକ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଏହା ପରେ, ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ ଏକ ସଦସ୍ୟ ବିଶିଷ୍ଟ କମିଶନ ଗଠନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ପୂର୍ବରୁ, ସରକାର କର୍ଣ୍ଣାଟକ ହାଇକୋର୍ଟକୁ କହିଥିଲେ ଯେ CID ଏହି ଘଟଣାର ତଦନ୍ତ କରିବ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL ଟ୍ରଫି ଜିତିବା ପରେ ବେଙ୍ଗାଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଷ୍ଟାଡିୟମରେ ପ୍ରବେଶ କରିବା ପାଇଁ ବାହାରେ ପ୍ରଶଂସକଙ୍କ ଏକ ବଡ଼ ଭିଡ଼ ଜମା ହୋଇଥିଲା। ଏହା ପରେ, ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦ ଜଣ ଆହତ ହୋଇଥିଲେ।

ଗୁରୁବାର ବେଙ୍ଗାଲୁରୁ ଦଳାଚକଟା ଘଟଣାରେ କର୍ଣ୍ଣାଟକ ହାଇକୋର୍ଟ ସ୍ୱତଃପ୍ରବୃତ୍ତ ଭାବେ ଅବଗତ ହେବା ପରେ, ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା ତଦନ୍ତକୁ CID କୁ ହସ୍ତାନ୍ତର କରିବା ଘୋଷଣା କରିଥିଲେ। ଏହା ସହିତ, ମୁଖ୍ୟମନ୍ତ୍ରୀ ୧୧ ଜଣଙ୍କ ଜୀବନ ନେଇଥିବା ମାରାତ୍ମକ ଦଳାଚକଟାର କାରଣ ତଦନ୍ତ ପାଇଁ ଏକ ସଦସ୍ୟ ବିଶିଷ୍ଟ କମିଶନ ଗଠନ କରିବାକୁ ମଧ୍ୟ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଦାୟୀ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ସହରର ପୋଲିସ କମିଶନରଙ୍କ ସମେତ ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା କହିଛନ୍ତି ଯେ କ୍ୟୁବନ ପାର୍କ ପୋଲିସ ଷ୍ଟେସନର ପୋଲିସ ଇନ୍ସପେକ୍ଟର, ଷ୍ଟେସନ ହାଉସ ମାଷ୍ଟର, ଷ୍ଟେସନ ହାଉସ ଅଫିସର, ଏସିପି, ସେଣ୍ଟ୍ରାଲ ଡିଭିଜନର ଡିସିପି, କ୍ରିକେଟ ଷ୍ଟାଡିୟମର ଇନଚାର୍ଜ, ଅତିରିକ୍ତ ପୋଲିସ କମିଶନର, ପୋଲିସ କମିଶନରଙ୍କୁ ନିଲମ୍ବିତ କରାଯାଇଛି।

ଟ୍ରକ ଚାପାରେ ଚାଲିଗଲା ନାବାଳକର ଜୀବନ

ନନ୍ଦିଘୋଷ ବ୍ୟୁରୋ: ଟ୍ରକ ଚାପାରେ ଚାଲିଗଲା ନାବାଳକର ଜୀବନ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ମଠ ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଆଜି ସଂଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ୟୁସନରୁ ୨ ଜଣ ଛାତ୍ର ସାଇକେଲରେ ଘରକୁ ଫେରୁଥିବା ବେଳେ ମୁଖ୍ଯ ରାସ୍ତାରେ ଟ୍ରକ୍ ଚାପି ଦେଇଥିବା ସୂଚନା ମିଳିଛି। ଜଣେ ଛାତ୍ର ଟ୍ରକ ଚକା ତଳେ ଚାପି ହୋଇ ଯାଇଥିବା ବେଳେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଛାତ୍ର ଜଣକ ଅଷ୍ଟମ ଶ୍ରେଣୀର ଶୁଭଙ୍କର ନାହାକ ବୋଲି ଜଣାପଡିଛି। ଅନ୍ଯ ଜଣେ ଛାତ୍ର ଛିଟିକି ପଡିଥିବାରୁ ଆହତ ହୋଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କୋଦଳା ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ପହଞ୍ଚି ଟ୍ରକ ଚକା ତଳୁ ମୃତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ କରୁଛି।

ଆଗକୁ ଗରମ ଗୁଳୁଗୁଳି ସହ ଅସ୍ତବ୍ଯସ୍ତ କରିବ ଝାଞ୍ଜି

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ବଢୁଛି ତାପମାତ୍ରା । ଆଗକୁ ଗ୍ରୀଷ୍ମ ପ୍ରବାହ ଆହୁରି ପ୍ରଚଣ୍ଡ ହେବାର ସମ୍ଭାବନା ରହିଛି । ଗରମ ଗୁଳୁଗୁଳି ସହ ଅସ୍ତବ୍ଯସ୍ତ କରିବ ଝାଞ୍ଜି । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଜୁନ ୭ ପରେ ରାଜ୍ୟର କେତେକ ସ୍ଥାନରେ ୪୩ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଜୁନ ୧୫ ତାରିଖ ପରେ ବଦଳି ପାରେ ପାଗର ମିଜାଜ । ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ପୁଣି ବର୍ଷା ସମ୍ଭାବାନ ରହିଛି ।

ବଢୁଛି ପାରଦ । ଅସ୍ତବ୍ଯସ୍ତ କରୁଛି ଗରମ ଗୁଳୁଗୁଳି । କେତେବେଳେ କାଳବୈଶାଖୀ ସୃଷ୍ଟି କରୁଛି ତାଣ୍ଡବ । ରାଜ୍ଯରେ ବଦଳୁଛି ପାଗର ମିଜାଜ । କିଛି ସ୍ଥାନରେ ବର୍ଷା ସାମାନ୍ଯ ଆଶ୍ଵସ୍ତି ଆଣିଥିବାଳେ ପୁଣି ୭ରୁ ବଢିବ ତାପମାତ୍ରା । ଆଗାମୀ ୧୦ ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୮ ଡିଗ୍ରୀ କିମ୍ବା ତା ଠାରୁ ବି ଅଧିକ ରହିପାରେ । ଖରା ଗରମ ସହିତ ପଶ୍ଚିମା ଝାଞ୍ଜି ପବନ ବହିବା କାରଣରୁ ବିଭିନ୍ନ ସ୍ଥାନରେ ପାରଦ ବଢିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଆଉଏକ ଲଘୁଚାପ । ଏହାର ପ୍ରଭାବରେ ୧୫ ତାରିଖ ପରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରାଯାଇଛି ।

ଗତ ୨୪ ଘଣ୍ଟା ଭିତରେ ଢେଙ୍କାନାଳ ଜିଲ୍ଲାରେ ୫୭ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଖରା ଗରମ ସତ୍ତ୍ବେ ଆଗାମୀ ୭ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ହାଲୁକାରୁ ମାଧ୍ୟମ ଧରଣ ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ଓ ବଜ୍ରପାତ ସହିତ ଝଟକା ପବନ ୩୦ ରୁ ୪୦ କିଲୋମିଟର ରହିବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ୭ ତାରିଖରୁ ରାଜ୍ୟରେ ବଜ୍ରପାତ ଜନିତ ଆଲର୍ଟ ନାହିଁ । କିନ୍ତୁ ଆସନ୍ତାକାଲି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଉପକୁଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଅସହ୍ୟ ଗରମ ଓ ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ଲଘୁଚାପ ଆଶ୍ବସ୍ତି ଦେଇପାରେ ବୋଲି ବିଭିନ୍ନ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।

ବନୀକରଣ ପାଇଁ ବର୍ଣ୍ଣମାଳା ଉଦ୍ୟାନ

ନନ୍ଦିଘୋଷ ବ୍ୟୁରୋ: ନବରଙ୍ଗପୁରରେ ବନୀକରଣ ପାଇଁ ବର୍ଣ୍ଣମାଳା ଉଦ୍ଯାନ । ଉଦ୍ଯାନରେ ଓଡିଆ ଅକ୍ଷର  ‘ଅ’ ଠାରୁ ‘ଲ’ ପର୍ଯ୍ୟନ୍ତ ଲାଗିଛି ଗଛ । ଜିଲ୍ଲାର ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ଯରେ ଗଛ ଲଗାଯାଇଛି ଯାହାର ସୁନ୍ଦର ପ୍ରତିଫଳନ ଦେଖିବାକୁ ମିଳିଛି କୋଡ଼ିଙ୍ଗା ବନାଞ୍ଚଳ ଅନ୍ତର୍ଗତ ଫାର୍ସାଗୁଡ଼ାରେ । ଯାହାକି ରାଜ୍ୟରେ ଏକ ଉଦାହରଣ ସୃଷ୍ଟି କରିଛି । ବର୍ତ୍ତମାନ ପରିବେଶବିତମାନଙ୍କ ପାଇଁ ଗବେଷଣାର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ‘ବର୍ଣ୍ଣମାଳା’ଉଦ୍ୟାନ।

ବନୀକରଣ ପାଇଁ ବର୍ଣ୍ଣମାଳା ଉଦ୍ଯାନ । ଉଦ୍ଯାନରେ ଓଡିଆ ଅକ୍ଷର ‘ଅ’ ଠାରୁ ‘ଲ’ ପର୍ଯ୍ଯନ୍ତ ଲାଗିଛି ଗଛ । ଦେଖନ୍ତୁ ଏ ହେଉଛି “ଅ “… ଏଠାରେ ଲାଗିଛି ଅଁଳା, ଅର୍ଜୁନ, ଅଗସ୍ତି ଭଳି ଗଛ । “ଆ ” ରେ ଲାଗିଛି ଆମ୍ବ, ଆତ ଓ ଆମ୍ବଡା ଭଳି ଗଛ.. ସେହିଭଳି “କ ” ରେ ଲାଗିଛି କଇଁଥ, କଦମ୍ବ, କରଞ୍ଜ ଭଳି ଗଛ.. ଆଉ ସବା ଶେଷରେ “ଲ” ରେ ଲାଗିଛି ଲଙ୍କାଆମ୍ବ ଓ ଲକ୍ଷ୍ମଣ ଫଳ ଗଛ… କହିବାର ତାତ୍ପର୍ଯ୍ୟ ଉଦ୍ୟାନରେ ଯୁଆଡେ ଦେଖିଲେ ଖାଲି ଓଡ଼ିଆ ବର୍ଣ୍ଣମାଳା ସଦୃଶ୍ୟ ଗଛ । “ଅ” ରୁ “ଲ” ପର୍ଯ୍ୟନ୍ତ ଗଛ ଲଗାଇ ବର୍ଣ୍ଣମାଳା ଶିକ୍ଷା ଦେବାକୁ ଚେଷ୍ଟା କରିଛି ନବରଙ୍ଗପୁର ବନବିଭାଗ । ପ୍ରାୟ ୩୦ ଏକର ଜମିରେ ନିର୍ମାଣ କରାଯାଇଛି ଏହି ଓଡ଼ିଆ “ବର୍ଣ୍ଣମାଳା ଉଦ୍ୟାନ” । ଗତବର୍ଷ କୋଡିଙ୍ଗା ବନାଞ୍ଚଳ ଅଧୀନରେ ସହରାଞ୍ଚଳ ବନିକରଣ ଯୋଜନା ମାଧ୍ୟମରେ ୧୨ ହଜାର ଗଛ ଲଗାଇବାକୁ ଅନୁମତି ଦିଆଯାଇଥିଲା । ଫାର୍ସାଗୁଡାଠାରେ ଏହି ଉଦ୍ଯାନ ନିର୍ମାଣ କରିବାକୁ କୋଡିଙ୍ଗା ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନନ୍ଦ ପରିକଳ୍ପନା କରିବା ସହ ଡିଏଫଓଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ ଏହା କରାଯାଇଛି ।

ଉଦ୍ୟାନରେ ବର୍ଣ୍ଣମାଳା ଅକ୍ଷର ବ୍ୟତୀତ ପୁରାଣ, ସଂସ୍କୃତ ଶ୍ଲୋକ ଅନୁସାରେ ଅନେକ ଗଛ ଲାଗିଛି । ଯେଭଳି “ସ୍କନ୍ଦ ପୁରାଣ” ରେ ବର୍ଣ୍ଣିତ ହୋଇଥିବା ଏକ ଶ୍ଲୋକରେ ନାମିତ ଥିବା ବର, ଅଶ୍ବତ୍ଥ, ଆମ୍ବ, ତେନ୍ତୁଳି, ବେଲ, ଅଁଳା, ନିମ ଆଦି ୮ ପ୍ରକାର ବୃକ୍ଷ ଲଗାଯାଇଛି । ତା ସହିତ ବିଦେଶୀ ଓ ଦେଶୀ ଫଳ, ଫୁଲ, ମସଲା ଜାତ ବୃକ୍ଷ ରୋପଣ ହୋଇଛି । ସେହିପରି ଉଦ୍ୟାନ ଭିତରେ ନିର୍ମିତ ଘରର କାନ୍ଥରେ କୌଣସି ରଙ୍ଗ ଦିଆଯାଇ ନାହିଁ । କାନ୍ଥ ସାରା ୧୨୦ ଟି ବର୍ଣ୍ଣାକ୍ଷର ଚିତ୍ରଣ କରାଯାଇଛି । ଆଜିର ଯୁବ ପିଢ଼ି  ଓଡିଆ ଭାଷା ଠାରୁ ଦୂରରେ ରହୁଥିବା ବେଳେ  ଏହି ଘରରେ ଚିତ୍ରିତ ଓଡିଆ ବର୍ଣ୍ଣମାଳା ନିଶ୍ଚିତ ଭାବେ ଆଜିକାର ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷା ପ୍ରତି ଆକୃଷ୍ଟ କରିବ ବୋଲି ଆଶା କରିଛନ୍ତି ବିଭାଗୀୟ ଅଧିକାରୀ । ନବରଙ୍ଗପୁର ବନ ବିଭାଗର ଏହି ନିଆରା ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

ବଲାଙ୍ଗୀରରେ ଉତ୍କଟ ପାନୀୟ ଜଳ ସଂଙ୍କଟ

ନନ୍ଦିଘୋଷ ବ୍ୟୁରୋ: ଉପକୂଳରୁ ଉପାନ୍ତ ସବୁଠି ଦେଖାଦେଲାଣି ଜଳକଷ୍ଟ । ପାଣି ଟୋପାଏ ପାଇଁ କିଏ ନଦୀ ନାଳ ଉପରେ ନିର୍ଭର କରୁଛନ୍ତି ତ କିଏ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଏବେ ଜଳକଷ୍ଟ ଭୋଗୁଛନ୍ତି ବଲାଙ୍ଗୀରବାସୀ । ଠିକ ଭାବେ ପାନୀୟ ଜଳ ଯୋଗାଣ ହେଉନଥିବା ବେଳେ ନଳକୂପ ମଧ୍ୟ ଅଚଳ ହୋଇପଡିଛି । କୂଅ ପାଣି ପିଇ ନାନାଦି ରୋଗର ଶିକାର ହେଉଛନ୍ତି ଲୋକେ ।

ବଲାଙ୍ଗୀରରେ ଉତ୍କଟ ପାନୀୟ ଜଳ ସଂଙ୍କଟ । ଲୋକଙ୍କୁ ମିଳୁନି ପିଇବା ପାଣି । ପାଣି ଟୋପାଏ ପାଣି ପାଇଁ ଆଉଟୁ ପାଉଟୁ ଲୋକେ । ପାନୀୟ ଜଳ ଯୋଗାଇବାରେ ବିଫଳ ସରକାର । ବଲାଙ୍ଗୀର ସହରର ବରପାଲିପଡା, ତାଳପାଲିପଡା, ସାଲେପାଲି, ଇନ୍ଦିରା ନଗର, କଦମପଡା ଓ କଂସାରୀ ପଡାରେ ପାନୀୟ ଜଳର ଉତ୍କଟ ଅଭାବ। ପାଣି ପାଇଁ ଲୋକଙ୍କ ମଧ୍ୟରେ ହାହାକାର। ଅଭିଯୋଗ  ଉପରେ ଅଭିଯୋଗ ହେଲେ ବି ଜିଲ୍ଲା ପ୍ରଶାସନର ତିଳେ ମାତ୍ର ଧ୍ୟାନ ଦେଉନି। ପମ୍ପ ଖରାପ ଅଛି, କାମ ଚାଲିଛି କହି ନିଜ ଉତ୍ତର ଦାୟିତ୍ଵ ସାରି ଦେଉଛି ଜନସ୍ୱାସ୍ଥ୍ୟ ବିଭାଗ। ବାଧ୍ୟ ହୋଇ ଲୋକେ ଦୂଷିତ ପାଣି ପିଉଥିବାରୁ ନାନାଦି ରୋଗର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ମହିଳା ।

ପାନୀୟ ଜଳ ସମସ୍ୟା ସଂପର୍କରେ ଜନସ୍ଵାସ୍ଥ୍ୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ନ ଦେଇ କାମ ଚାଲୁଥିବା କହିଛନ୍ତି । ଅନ୍ୟ ପଟେ ଜଳ ସଂକଟ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବଲାଙ୍ଗୀର ବିଧାୟକ । ବିଜେଡି ସରକାରରେ ଲୋକଙ୍କ ହିତ ପାଇଁ ପ୍ରଶାସନ କାମ କରୁଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବଲାଙ୍ଗୀର ଜିଲ୍ଲାକୁ ପ୍ରାଧାନ୍ଯ ଦେଉଥିଲେ । ହେଲେ ନୂଆ ସରକାର ଆସିବା ପରେ ବିକାଶ ବାଟ ହୁଡ଼ିଛି । କୌଣସି ନୂତନ ପ୍ରକଳ୍ପ କରୁନାହାନ୍ତି, ଯେଉଁ ପ୍ରକଳ୍ପଗୁଡିକ ହୋଇଥିଲା ତାହାକୁ ଅଚଳ କରି ଦିଆଯାଉଥିବାରୁ ଲୋକେ ଅସୁବିଧା ଭୋଗୁଛନ୍ତି ବୋଲି ବିଧାୟକ ଅଭିଯୋଗ ଆଣିଛନ୍ତି । ୮୦ ଦଶକକୁ ଫେରିବ କି ବଲାଙ୍ଗୀର ? ଚାଲିଥିବା ପ୍ରକଳ୍ପକୁ କିଏ କରୁଛି ଅଚଳ  । ସହରରେ ପାନୀୟଜଳ ସଙ୍କଟ ପାଇଁ ଦାୟୀ କିଏ ?  କାମ ନାଁରେ ଠିକାଦାର ପୋଷାନୀତି ଚାଲିଥିବାରୁ ଦେଖାଦେଇଛି କି ଜଳସଂକଟ ?  ତାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରିଛି ।

ଆଜି ମଧ୍ୟ ଗାଁକୁ ନାହିଁ ପକ୍କା ରାସ୍ତା

ନନ୍ଦିଘୋଷ ବ୍ୟୁରୋ: ସରକାର ଗାଁ କୁ ଗାଁ ସଂଯୋଗ କରିବା ପାଇଁ କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି । ହେଲେ ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତରୁ ଜୁରାବନ୍ଧ ପଞ୍ଚାୟତକୁ ସଂଯୋଗ କରୁଥିବା ସାନଗମଡା ରାସ୍ତା ପକ୍କା ହୋଇନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ସମସ୍ଯା ନେଇ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ହେଲେ ଫଳ ଶୂନ । ଏବେ ଆନ୍ଦୋଳନମୁହାଁ ହେଲେଣି ଲୋକେ ।

ଗାଁକୁ ନାହିଁ ପକ୍କା ରାସ୍ତା । ଖାଲଖାମ କଚ୍ଚା ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଯାଆସ କରୁଛନ୍ତି ଲୋକେ । ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତରୁ ଜୁରାବନ୍ଧ ପଞ୍ଚାୟତକୁ ସଂଯୋଗ କରୁଥିବା ସାନଗମଡା ରାସ୍ତା । ଏହି ରାସ୍ତାକୁ ପକ୍କା ରାସ୍ତା କରିବା ପାଇଁ ଅଞ୍ଚଳବାସୀ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଜଣାଇଛନ୍ତି । ହେଲେ ଆଜି ପର୍ଯ୍ଯନ୍ତ ରାସ୍ତାଟିଏ ହୋଇ ପାରୁନାହିଁ । ବର୍ତ୍ତମାନ ଖରା ଦିନ ହୋଇଥିବାରୁ ଯେନତେନ ପ୍ରକାରେ ଲୋକେ ତ ଯିବା ଆସିବା କରୁଛନ୍ତି ହେଲେ ବର୍ଷା ଦିନେ ଲୋକଙ୍କ ଦୁର୍ଦ୍ଦଶା ନକହିବା ଭଲ । ଗାଁକୁ ଆମ୍ବୁଲାନ୍ସ ପଶିପାରୁ ନଥିବାରୁ ରୋଗୀ ସେବା ବ୍ଯାହତ ହୁଏ । କାଦୁଅ ରାସ୍ତା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ପଞ୍ଚାୟତକୁ ଚାଉଳ ଆଣିବାକୁ ଗଲାବେଳେ ବୟସ୍କ ଲୋକେ ହଇରାଣ ହେଉଥିବା କହିଛନ୍ତି ।

ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି । ତୁରେକେଲା ସରପଞ୍ଚ ଅନେକ ଥର ଲିଖିତ ଭାବେ ବିଡିଓଙ୍କୁ ଜଣାଇଛନ୍ତି । ହେଲେ ସମସ୍ତେ ଚୁପ ବସିଛନ୍ତି । ଗତ କିଛି ଦିନ ତଳେ ଜିଲ୍ଲାପାଳଙ୍କ ଆପତ୍ତି ଅଭିଯୋଗ ଶୁଣାଣିରେ ମଧ୍ଯ ସ୍ଥାନୀୟ ଲୋକେ ସମସ୍ଯା ସଂପର୍କରେ ଜଣାଇଛନ୍ତି । ହେଲେ ଗରିବଙ୍କ କଥା ଶୁଣୁଛି କିଏ ? ଯଦି ଖୁବଶୀଘ୍ର ପକ୍କା ରାସ୍ତା ନିର୍ମାଣ ନହୁଏ ତାହାଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲେଣି ଗ୍ରାମବାସୀ । ଏନେଇ ଟିଟିଲାଗଡ ଉପ-ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି, ପକ୍କା ରାସ୍ତା ନିର୍ମାଣ ପାଇଁ ଖବଶୀଘ୍ର ପଦକ୍ଷେପ ନିଆଯିବ । ଲୋକଙ୍କ ଦୀର୍ଘ ଦିନର ଦାବି କେବେ ପୂରଣ ହେଉଛି ତାହା ଉପରେ ସମସ୍ତଙ୍କ ରହିଛି ନଜର।

ବାଙ୍ଗାଲୋର ଦଳା ଚକଟାକୁ ନେଇ ଏମିତି କହିଲେ କର୍ଣ୍ଣାଟକ ହାଇକୋର୍ଟ

ନନ୍ଦିଘୋଷ ବ୍ୟୁରୋ: RCBର ବିଜୟ ସମ୍ବର୍ଦ୍ଧନା ଉତ୍ସବରେ ଦଳ ଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଗୁରୁବାର କର୍ଣ୍ଣାଟକ ହାଇକୋର୍ଟ ପକ୍ଷରୁ ଶୁଣାଣୀ କରାଯାଇଛି । କିଏ ଅନୁମତି ଦେଇଥିବା ଏଭଳି ବିଜୟ ଉତ୍ସବ ପାଳନ କରିବା ପାଇଁ ? କାହିଁକି କଡ଼ାକଡ଼ି ନଥିଲା ସୁରକ୍ଷା ବ୍ୟବସ୍ଥା ? ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପରେ କରାଯାଇଛି ଶୁଣାଣୀ । ତେବେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କୁହାଯାଇଛି କି, ଟ୍ରାଫିକ୍ ସାଙ୍ଗକୁ ସୁରକ୍ଷା ଲାଗି ୧୦୦୦ ଜଣ ପୋଲିସ ନିୟୋଜିତ ହୋଇଥିଲେ । ମାତ୍ର ଗୋଟିଏ ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଡି.ଶିବକୁମାର କହିଛନ୍ତି କି, ସୁରକ୍ଷାରେ ୫୦୦ ଜଣ ନିୟୋଜିତ ରହିଥିଲେ । ସେପଟେ ଏହି ଘଟଣାରେ କର୍ଣ୍ଣାଟକ ହାଇକୋର୍ଟ ନିଜଆଡୁ ମାମଲାର ଶୁଣାଣି କରିଥିବାବେଳେ ଆଗାମୀ ଦିନରେ ଆରସିବି ଏବଂ କର୍ଣ୍ଣାଟକ କ୍ରିକେଟ ଆସୋସିଏସନକୁ ମଧ୍ୟ ନୋଟିସ୍ କରାଯିବ ବୋଲି କୁହାଯାଇଛି ।