spot_img
Home Blog Page 6865

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ଶହ ଡେଇଁଛି । ଗତ ୫ଦିନ ଭିତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଶହ ପାର ହୋଇଛି ।  ଗତ ୨୪ ଘଣ୍ଟାରେ ନୂଆ ୧୪୩ ଜଣଙ୍କ ଠାରେ କରୋନା ଭୂତାଣୁ ମିଳିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି ।

https://twitter.com/HFWOdisha/status/1268075422987755521

ଗତକାଲି ୧୪୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୪୩  ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଅନ୍ୟପଟେ ୨୪ଘଣ୍ଟାରେ ୮୦ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୨ଶହ ପାର

ସମୁଦାୟ ନୂଆ ସଂକ୍ରିମତ ୧୪୩ମଧ୍ୟରୁ ୧୩୨ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଏବଂ ଅନ୍ୟ ୧୧ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସମୁଦାୟ ୨୩୮୮ଜଣ ସଂକ୍ରମିତ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୧୩୨୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ସ୍ଥିର ରହିଥିବାବେଳେ ରାଜ୍ୟରେ ୧୦୫୪ କରୋନା ସଂକ୍ରମିତ ସକ୍ରିୟ ଅଛନ୍ତି  ।

ଆସନ୍ତା ୮ ତାରିଖରୁ ରାଜ୍ୟରେ ଚାଲିବ ୫ଟି ସ୍ୱତନ୍ତ୍ର ଟ୍ରେନ୍‌… ପୂର୍ବତଟ ରେଲୱେ ପକ୍ଷରୁ ସୂଚନା

ଭୁବନେଶ୍ୱର: ଜୁନ ମାସ ୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଭିତରେ ଚାଲିବ ଟ୍ରେନ୍‌। ୫ଟି ସ୍ୱତନ୍ତ୍ର ଟ୍ରେନ୍‌ ଗଡିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। IRCTC ୱେବସାଇଟ୍‌ ଓ ରିଜର୍ଭେସନ କାଉଣ୍ଟରରେ ଟିକେଟ୍‌ ମିଳିବ। ଟିକେଟ କନଫର୍ମ ଥିବା ଯାତ୍ରୀ ହିଁ କେବଳ ଟ୍ରେନରେ ଯାତ୍ରା କରିପାରିବେ । ପ୍ରତି ଶନିବାର ଓ ରବିବାର ସଟଡାଉନ ଥିବାରୁ ଟ୍ରେନ୍‌ ଗଡ଼ିବ ନାହିଁ ବୋଲି ସୂଚନା ମିଳିଛି।

ଭୁବନେଶ୍ୱରରୁ ବଲାଙ୍ଗିର, ବଲାଙ୍ଗିରରୁ ଭୁବନେଶ୍ୱର ୫ ଦିନ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌। ସେହିପରି ଭୁବନେଶ୍ୱରରୁ ଭଦ୍ରକ, ଭଦ୍ରକରୁ  ଭୁବନେଶ୍ୱର ୫ଦିନ ଗଡ଼ିବ ଟ୍ରେନ୍‌। ଭୁବନେଶ୍ୱରରୁ ବ୍ରହ୍ମପୁର, ବ୍ରହ୍ମପୁରରୁ ଭୁବନେଶ୍ୱର ୫ ଦିନ ଟ୍ରେନ୍‌ ଗଡ଼ିବାକୁ ନିଷ୍ପତ୍ତି ହୋଇଛି। କେବଳ ସେତିକି ନୁହଁ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ, ଖୋର୍ଦ୍ଧାରୋଡରୁ ସମ୍ବଲପୁର ୫ଦିନ ଚାଲିବ ସ୍ପେଶାଲ ଟ୍ରେନ୍‌। ଭୁବନେଶ୍ୱରରୁ କୋରାପୁଟ, କୋରାପୁଟରୁ ଭୁବନେଶ୍ୱର ସପ୍ତାହକୁ ୩ ଥର ଟ୍ରେନ୍‌ ଗଡ଼ିବ। ଅନୁଗୁଳ, ସମ୍ବଲପୁର ଓ ରାୟଗଡା ଦେଇ ଚାଲିବ ଟ୍ରେନ୍‌ ।

ଦେଶରେ ୨ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ:  ସମୟ ଯେତେ ବଢି ବଢି ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ସେତେ ବଢୁଛି । କରେନା ମୁକାବିଲା ପାଇଁ ସବୁ ପ୍ରକାର ପ୍ରୟାସ କରାଗଲେ ମଧ୍ୟ କାବୁରେ ଆସୁନି କରୋନା । ବିଶ୍ୱରେ ସବୁଠୁ ଅଧିକ ସଂକ୍ରମିତ ଆମେରିକାରେ ଚିହ୍ନଟ ହୋଉଛନ୍ତି । ସେହିଭଳି ଭାରତରେ ମଧ୍ୟ କରୋନା ମାମଲା ବଢିଛି । ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଟପିଛି ।

ଗତ ୨୪ ଘଣ୍ଟାରେ ୮୯୦୯ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୨୧୭ଜଣ ପ୍ରାଣ ହରାଇଛନ୍ତି। ଦେଶରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୭ହଜାର ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୫ହଜାର ୮ଶହ ପାର ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତ ସଂଖ୍ୟା ୭୨ହଜାର ଟପିଥିବା ବେଳେ ୨୪ଶହରୁ ଅଧିକ ଜୀବନ ନେଇଛି ଭାଇରସ । ସେହିପରି ତାମିଲନାଡୁରେ ବି କରୋନା ସ୍ଥିତି ଅଣାୟତ ରହିଛି। ସଂକ୍ରମିତ ସଂଖ୍ୟା ୨୪ହଜାର ଟପିଥିବା ବେଳେ ୨ଶହ ପ୍ରାଣ ହରାଇଛନ୍ତି । ଦିଲ୍ଲୀ ଓ ଗୁଜରାଟରେ ବି ବଢୁଛି କରୋନା କାୟା । ଦିଲ୍ଲୀରେ ୨୨ହଜାରରୁ ଅଧିକ ଓ ଗୁଜରାଟରେ ୧୭ହଜାର ପାର ହୋଇଛି ଆକ୍ରାନ୍ତ ସଂଖ୍ୟା ।

ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେଇ ମାଡି ଆସୁଛି ନିସର୍ଗ । ଅପରାହ୍ନରେ ମହାରାଷ୍ଟ୍ର ଆଲିବାଗରେ କରିପାରେ ଲ୍ୟାଣ୍ଡଫଲ୍ । ଘଣ୍ଟାକୁ ୧୧୦ କିଲୋମିଟର ବେଗରେ ବହିବ ପବନ । ଉଠିପାରେ ୬ଫୁଟ୍ ଉଚ୍ଚରେ ଜୁଆର ।

ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେଇ ମାଡି ଆସୁଛି ନିସର୍ଗ । ଅପରାହ୍ନରେ ମହାରାଷ୍ଟ୍ର ଆଲିବାଗରେ କରିପାରେ ଲ୍ୟାଣ୍ଡଫଲ୍‌ । ଘଣ୍ଟାକୁ ୧୧୦ କିଲୋମିଟର ବେଗରେ ବହିବ ପବନ । ଉଠିପାରେ ୬ଫୁଟ୍‌ ଉଚ୍ଚରେ ଜୁଆର  ।

ସି ଭୋଟର୍ସ ସର୍ଭେରେ ଦେଶରେ ପୁଣି ନମ୍ବର ୱାନ୍ ନବୀନ ପଟ୍ଟନାୟକ । ଭୋଟ ମିଳୁଛି ଭଲ ପାଇବା ବି ମିଳୁଛି । ୮୩ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ନବୀନ । ଦେଶର ୬୫ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ମୋଦି ।

ସି ଭୋଟର୍ସ ସର୍ଭେରେ ଦେଶରେ ପୁଣି ନମ୍ବର ୱାନ୍‌ ନବୀନ ପଟ୍ଟନାୟକ । ଭୋଟ ମିଳୁଛି ଭଲ ପାଇବା ବି ମିଳୁଛି । ୮୩  ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ନବୀନ । ଦେଶର ୬୫ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ମୋଦି ।

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରାକ୍‌ ମୌସୁମୀ ବର୍ଷା । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡଘଡି ବିଜୁଳି ସହ ବର୍ଷା ଜାରି ରହିଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଶେଷ କରି ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଏବଂ ଗଜପତିରେ ବର୍ଷା ହେବ । ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘର୍ଣ୍ଣିବଳୟ ପ୍ରଭାବରେ କାଳବୈଶାଖୀର ତାଣ୍ଡବ ଜାରି ରହିଛି । ତିନିଦିନ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ସେପଟେ ସୋମବାର କେରଳ ଛୁଇଁଥିଲା ମୌସୁମୀ ବାୟୁ । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାହା ସାମାନ୍ୟ ଦୁର୍ବଳ ହେବାର ଆଶଙ୍କା ରହିଛି । ଯଦି ଦୁର୍ବଳ ହୁଏ ତେବେ ଓଡିଶାରେ ପହଞ୍ଚିବା ବିଳମ୍ବ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ମୁମ୍ବାଇଠାରୁ ୧୫୦କିମି ଦୂରରେ ରହିଛି ବାତ୍ୟା ‘ନିସର୍ଗ’

ମୁମ୍ବାଇ: ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା ନିସର୍ଗ । ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ମହାରାଷ୍ଟ୍ର କିମ୍ବା ଦକ୍ଷିଣ ଗୁଜରାଟର ତଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ନିସର୍ଗ । ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ମହାରାଷ୍ଟ୍ରର ଆଲିବାଗ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ବେଳେ ପ୍ରବଳ ବର୍ଷା ସହ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି । ମୁମ୍ବାଇ, ଥାନେ, ପାଲଘର ଓ ରାଇଗଡ ଅଞ୍ଚଳରେ ବାତ୍ୟାର ଅଧିକ ପ୍ରଭାବ ପଡିବ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ମୁମ୍ବାଇର ୧୫୦କିମି ଦୂରରେ ରହିଛି ବାତ୍ୟା ନିସର୍ଗ । ଅନୁମାନ କରାଯାଉଛି ଯେ ଲ୍ୟାଣ୍ଡଫଲ୍ ସମୟରେ ୬ଫୁଟ୍ ଉଚ୍ଚରେ ଜୁଆର ଉଠିବ ।

ବାତ୍ୟା ପ୍ରଭାବରେ ଗୁଜରାଟର କିଛି ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ଜାରି ରହିଛି । ପରିସ୍ଥିତିର ମୁକାବିଲା ପାଇଁ ଗୁରଜାଟ ସରକାର ପ୍ରସ୍ତୁତ ରହିଛନ୍ତି । ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ବାତ୍ୟାର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସେହିଭଳି ମୁମ୍ବାଇ ମହାନଗର ନିଗମ ପକ୍ଷରୁ ମଧ୍ୟ ବାତ୍ୟାର ମୁକାବିଲା ପାଇଁ ରଣନୀତି ଆରମ୍ଭ ହୋଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ ହୋଇଥିବାବେଳେ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଭାରତୀୟ ନୌସେନା, କୋଷ୍ଟ ଗାର୍ଡ ଓ ଏନଡିଆରଏଫ ଟିମ୍‌ ସଜାଗ ରହିଛନ୍ତି । ମହାରାଷ୍ଟ୍ରରେ ଏନଡିଆରଏଫର ୧୨ଟି ଟିମ୍‌ ନିୟୋଜିତ ହୋଇଛନ୍ତି । ସେହିଭଳି ଗୁଜରାଟରେ ୧୭ଟି ଟିମ୍‌ ମଧ୍ୟ ନିୟୋଜିତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳରେ ସଚେତନତା ଅଭିଯାନ ଆରମ୍ଭ କରିଛି ଏନଡିଆରଏଫ  ।

ଆମେରିକାରୁ ବଳିଲାଣି ବ୍ରାଜିଲ, ବଢିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଭାଇରସ ଧିରେ ତାର ଭୟଙ୍କର ରୂପରେ ପହଞ୍ଚୁଛି । ଏହି ମହାମାରୀ ପୃଥିବୀର ୨୧୩ଟି ଦେଶକୁ ବ୍ୟାପିଛି । ଗତ ୨୪ ଘଣ୍ଟା ମଧ୍ୟରେ, ବିଶ୍ୱରେ ୧ ଲକ୍ଷ ୧୦ ହଜାର ନୂଆ କରୋନା ମାମଲା ସାମ୍ନାକୁ ଆସିଛି ଏବଂ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪,୫୨୮ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ପ୍ରାୟ ୬୫ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୩ ଲକ୍ଷ ୮୧ ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଏଥି ସହିତ ୩୦ଲକ୍ଷ ଲୋକ ମଧ୍ୟ ସଂକ୍ରମଣ ମୁକ୍ତ ହୋଇପାରିଛନ୍ତି । ଦୁନିଆର ପ୍ରାୟ ୭୫ ପ୍ରତିଶତ କରୋନା ମାମଲା କେବଳ ୧୩ ଟି ଦେଶରୁ ଆସିଛି । ଏହି ଦେଶଗୁଡିକରେ କରୋନା ପୀଡିତଙ୍କ ସଂଖ୍ୟା ହେଉଛି ୪୮ ଲକ୍ଷ |

ଦୁନିଆରେ କେଉଁଠାରେ, କେତେ ମାମଲା, କେତେ ମୃତ୍ୟୁ

କରୋନା ଆମେରିକାରେ ସବୁଠୁ ଅଧିକ କ୍ଷତି କରିଛି । ଆମେରିକାରରେ ଏପର୍ଯ୍ୟନ୍ତ ୧୯ଲକ୍ଷରୁ ଅଧିକ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛିନ୍ତି । ଏହାସହ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । କିନ୍ତୁ ବର୍ତ୍ତମାନ ଆମେରିକା ଅପେକ୍ଷା ବ୍ରାଜିଲରେ ପ୍ରତିଦିନ ଅଧିକ ମୃତ୍ୟୁ ରେକର୍ଡ କରାଯାଉଛି । ବ୍ରାଜିଲରେ ଏହି ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବ୍ରାଜିଲ ପରେ ଋଷ ଏବଂ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

  • ଆମେରିକା: ସଂକ୍ରମିତଙ୍କ ସଂଖ୍ୟା – ୧,୮୮୧,୨୦୫ ମୃତ୍ୟୁ – ୧୦୮,୦୫୯ ।
  • ବ୍ରାଜିଲ: ସଂକ୍ରମିତଙ୍କ ସଂଖ୍ୟା – ୫୫୬,୬୬୮, ମୃତ୍ୟୁ- ୩୧,୨୭୮
  • ଋଷ: ମାମଲା – ୪୨୩,୭୪୧, ମୃତ୍ୟୁ – ୫,୦୩୭
  • ସ୍ପେନ୍: ମାମଲା – ୨୮୭,୦୧୨, ମୃତ୍ୟୁ – ୨୭,୧୨୭
  • ବ୍ରିଟେନ: ମାମଲା – ୨୭୭,୯୮୫, ମୃତ୍ୟୁ – ୩୯, ୩୬୯
  • ଇଟାଲୀ: ମାମଲା – ୨୩୩,୫୧୫, ମୃତ୍ୟୁ – ୩୩,୫୩୦
  • ଭାରତ: ମାମଲା – ୨୦୭,୧୯୧, ମୃତ୍ୟୁ – ୫,୮୨୯
  • ଫ୍ରାନ୍ସ: ମାମଲା – ୧୮୯,୨୨୦, ମୃତ୍ୟୁ – ୨୮,୯୪୦
  • ଜର୍ମାନୀ: ମାମଲା – ୧୮୪,୦୯୧ ମୃତ୍ୟୁ – ୮,୬୭୪
  • ପେରୁ: ମାମଲା – ୧୭୦,୦୩୯, ମୃତ୍ୟୁ – ୪,୬୩୪

୧୩ଟି ଦେଶରେ ଏକ ଲକ୍ଷରୁ ଅଧିକ ମାମଲା

ବ୍ରାଜିଲ, ଋଷ, ସ୍ପେନ୍, ବ୍ରିଟେନ, ଇଟାଲୀ, ଭାରତରେ କରୋନା ମାମଲା ଦୁଇ ଲକ୍ଷ ଅତିକ୍ରମ କରିଛି । ଏମାନଙ୍କ ବ୍ୟତୀତ ସାତୋଟି ଦେଶ ଅଛି ଯେଉଁଠାରେ ଏକ ଲକ୍ଷରୁ ଅଧିକ କରୋନା ମାମଲା ରହିଛି। ଆମେରିକା ସମେତ ଏହି ୧୩ ଟି ଦେଶରେ ମୋଟ ୪୮ ଲକ୍ଷ ମାମଲା ରହିଛି। ଏଠାରେ ୬ଟି ଦେଶ ଅଛି (ଆମେରିକା, ସ୍ପେନ୍, ଇଟାଲୀ, ଫ୍ରାନ୍ସ, ବ୍ରିଟେନ୍, ବ୍ରାଜିଲ) ଯେଉଁଠାରେ ୨୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆମେରିକାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ୧୬ ଟି ସଂକ୍ରମିତ ଦେଶ ତାଲିକାରୁ ଚୀନ୍ ବାହାରେ ଅଛି। ଏଥି ସହିତ ଭାରତ ଟପ୍ -୭ ଦେଶରେ ଯୋଗ ଦେଇଛି।

ସ୍ନ।ନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରବେଶ କଲେ ଦଇତାପତି… ଆଜି ଚମ୍ପକ ଦ୍ଵାଦଶୀ ପାଇଁ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତ

ପୁରୀ: ରଥଯାତ୍ରା ପାଇଁ ଏବେ ଚଳଚଞ୍ଚଳ ପୁରୀ ବଡଦାଣ୍ଡ । ଜୁନ୍‌ ୨୩ ତାରିଖରେ ରଥଯାତ୍ରା । ବଡ଼ ଦାଣ୍ଡରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ତେବେ ସ୍ନ।ନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରବେଶ କଲେ ଦଇତାପତି । ସ୍ନ।ନପୂର୍ଣ୍ଣିମା ନୀତି ପାଇଁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ସଂଧ୍ୟା ଧୂପ ପରେ ଦଇତାପତିମାନେ ମହାପ୍ରଭୁଙ୍କୁ ବାହୁଟ କଣ୍ଟ ଲାଗି କରିବା ପରେ ଚାରମାଳ ବାନ୍ଧିବେ । ଏନେଇ ସାକ୍ଷୀଗୋପାଳ ସିଦ୍ଧବକୁଳରୁ ବଉଳକାଠ ଆସି ପହଞ୍ଚି ସାରିଛି । ବଉଳ କାଠକୁ ଦୋଳାବେଦୀ କୋଣରେ ରଖାଯାଇଛି ।

ସେପଟେ ଆଜି ଚମ୍ପକ ଦ୍ଵାଦଶୀ ନୀତି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ବିଶେଷ ନୀତିକାନ୍ତି । ହେଲେ ଚଳିତବର୍ଷ ବାହାର ନୁହେଁ ବରଂ ମନ୍ଦିର ଭିତରେ ଅନୁଷ୍ଠିତ ହେବ ନୀତିକାନ୍ତି । ଅନ୍ୟପଟେ ଚଳିତବର୍ଷ ବିନା ଭକ୍ତରେ ହେବ ସ୍ନ।ନଯାତ୍ରା । ସ୍ନ।ନ ପୂର୍ଣ୍ଣିମା ଶୃଙ୍ଖଳିତ ଭାବେ ସାରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ସହ ହୋଇଥିବା ବୈଠକରେ ବିଧି ରକ୍ଷା ପାଇଁ ସର୍ତ୍ତମୂଳକ ନୀତିକାନ୍ତି ପାଳିବାକୁ ନିଷ୍ପତ୍ତି ହୋଇଛି । ଭକ୍ତଙ୍କୁ ବଡ ଦାଣ୍ଡକୁ ଆସିବା ଉପରେ ରୋକ୍‌ ଲଗାଇବାକୁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯିବ ।

ଓଡ଼ିଶା କଷିଲା କରୋନା ଗଣିତ । ମୁକାବିଲା ରଣନୀତିରେ ନମ୍ବର ୱାନ୍ । ଟେଷ୍ଟିଂ ହାର ଦେଶରେ ତୃତୀୟ । ଟପ୍ ଫାଇଭରେ ସୁସ୍ଥତା,ମୃତ୍ୟୁ ହାର ସବୁଠାରୁ କମ୍…ଗଣମାଧ୍ୟମ ସଂପାଦକ ଓ ମାଲିକଙ୍କ ସହ ଆଲୋଚନା କଲେ ୫ଟି ସଚିବ ।

ଓଡ଼ିଶା କଷିଲା କରୋନା ଗଣିତ । ମୁକାବିଲା ରଣନୀତିରେ ନମ୍ବର ୱାନ୍‌ । ଟେଷ୍ଟିଂ ହାର ଦେଶରେ ତୃତୀୟ । ଟପ୍‌ ଫାଇଭରେ ସୁସ୍ଥତା,ମୃତ୍ୟୁ ହାର ସବୁଠାରୁ କମ୍‌…ଗଣମାଧ୍ୟମ ସଂପାଦକ ଓ ମାଲିକଙ୍କ ସହ ଆଲୋଚନା କଲେ ୫ଟି ସଚିବ ।