ଅଡ଼ୁଆରେ ଅପରାଜିତା, ମାମଲା ରୁଜୁ କଲା କ୍ୟାପିଟାଲ ଥାନା ପୋଲିସ

1 min read
Odisha news, FIR Against Habitual Covid-19 Norms Violator Aparajita Sarangi

ଭୁବନେଶ୍ୱର: ଅଡ଼ୁଆରେ ଅପରାଜିତା । ବାରମ୍ବାର କୋଭିଡ୍‌- ୧୯ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରିବା ଅଭିଯୋଗରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଭୁବନେଶ୍ୱର ମହାନଗର ନିଗମର କମିଶନରଙ୍କ ରିପୋର୍ଟ ଆଧାରରେ କ୍ୟାପିଟାଲ ଥାନା ପୋଲିସ ମାମଲା ରୁଜୁ କରିଛି ।

ଅମାନିଆଙ୍କ ରୋଲ ମଡେଲ ପାଲଟିଛନ୍ତି କି ରୁଲ ବ୍ରେକର ଅପରାଜିତା ? ସଂକ୍ରମଣକୁ ପ୍ରୋତ୍ସାହିତ କରୁଛନ୍ତି କି ସାଂସଦ ? ଭୁଲିଯାଉଛନ୍ତି କି ସାମାଜିକ ଦାଯିତ୍ୱ ବୋଧ ? ଭୁବନେଶ୍ୱରରୁ ବାରିପଦା ସବୁଠି, ବିଜେପି ନେତା କୋଭିଡ୍‌ କଟକଣାକୁ ଉଲଘଂନ କଳରୁଛନ୍ତି ।

କଟକଣାକୁ ଖିଲାପ କରି ଏବେ ଅଡୁଆରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ । ବିଏମସି କମିଶନରଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ କଲା କ୍ୟାପିଟାଲ ଥାନା ପୋଲିସ । ନିୟମ ଉଲଘଂନ ନେଇ ଅନୈତିକ ଭାବରେ ସଂଗଠନ, ସଂକ୍ରମଣଙ୍କୁ ବଢାଇବାରେ ପ୍ରୋତ୍ସାହନ ଓ ଏପିଡେମିକ୍‌ ଡିଜିଜ ଆକ୍ଟରେ ମାମଲା ରୁଜୁ ହୋଇଛି ସାଂସଦଙ୍କ ବିରୋଧରେ । କାର୍ଯ଼ନୁଷ୍ଠାନ ନେବାକୁ ଡିସିପିଙ୍କୁ ଅବଗତ କରିଛନ୍ତି ବିଏମସି କମିଶନର । ମାଧବନନ୍ଦ ଟ୍ରଷ୍ଟର ଅଭିଯ଼ୋଗ ଅଧାରରେ ସାଂସଦ କୋଭିଡ୍‌ କଟକଣା ନିୟମକୁ ଉଲଂଘନ କରିଥିବା ନେଇ ତଦନ୍ତ କରି ବିଏମ୍‌ସି କମିଶନରଙ୍କୁ ରିପୋର୍ଟ ଦେଇଥିଲେ ବିଏମ୍‌ସିର ଅତିରିକ୍ତ କମିଶନର ।

ପଳାଶୁଣିରେ ଭୂମିପୂଜନ, ମାର୍କେଟବିଲ୍ଡିଂରେ ଜନସଂପର୍କ ରାଲି, ଜନ୍ମଦିନର ଉତ୍ସବରେ ସବୁଠି ସାମାଜିକ ଦୂରତାକୁ ଖୋଲାଖୋଲି ଉଲଘଂନ କରିଛନ୍ତି ଅପରାଜିତା । ଗୋଟିଏ ମାମଲାରେ ସାମାଜିକ ଦୂରତା ଭଙ୍ଗ ଅଭିଯ଼ୋଗରେ ଫାଇନ ଦେଇଥିଲେ ହେଲେ ତା ପରେ ବି ନିୟମକୁ ଭାଙ୍ଗି ଚାଲିଥିଲେ ।

କେବଳ ରାଜଧାନୀରେ ନୁହେଁ ଅନ୍ୟ ଜିଲ୍ଲାରେ ମଧ୍ୟ କୋଭିଡ୍‌ କଟକଣାକୁ ଉଲଘଂନ କରୁଛନ୍ତି ବିଜେପି ନେତା । ବାରିପଦାର ନିର୍ବାଚିତ ଲୋକପ୍ରତିନିଧି କୋଭିଡ୍‌ ନିୟମ ଉଲଂଘନ କରିଥିବା ନେଇ ଅଭିଯୋଗ ଆଣିଛି ମଯୁରଭଞ୍ଜ ଆଦିବାସୀ ଜାଗରଣ ମଞ୍ଚ । ଏନେଇ ଏସପି ପି.ସ୍ମିଥ ପି ପରମାରଙ୍କୁ ଭେଟି ଲିଖିତ ଅଭିଯ଼ୋଗ କରିଛି ମଞ୍ଚ ।

ସାଧାରଣ ଲୋକମାନେ ନିୟମ ଉଲଘଂନ କଲେ ପୋଲିସ ଆକ୍ସନ ନେଉଛି । ବିଜେପି ନେତା ନିୟମ ଉଲଘଂନ କରୁଥିବା ବେଳେ ସେମାନଙ୍କ ବିରୋଧରେ କାହିଁକି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ସାଧରଣ ଜନତା । ଏଠି ସାଂସଦଙ୍କ ବିରୋଧରେ ପୋଲିସ ଆକ୍ସନ ନେବ ନାଁ, ମାମଲା ରୁଜୁ କରି ଚୁପ ବସିବ ଦେଖିବାକୁ ବାକି ରହିଲା ।

https://www.youtube.com/watch?v=l8LTVXC2VZk

Leave a Reply