spot_img
Home Blog Page 6882

୨୦୧୧ ବିଶ୍ୱକପ୍‌ରେ ଫିକ୍ସିଂ ଅଭିଯୋଗ: ସାଙ୍ଗାକାରାଙ୍କୁ ଜେରା, ଶ୍ରୀଲଙ୍କାରେ ପ୍ରତିବାଦ

କଲମ୍ବୋ: କାଠଗଡ଼ାରେ ୨୦୧୧ ବିଶ୍ୱକପ୍‌ । ଭାରତ ତା’ ଦମ୍‌ରେ ନୁହେଁ ବରଂ ଶ୍ରୀଲଙ୍କାର ଖେଳାଳି ଫିକ୍ସି କରିଥିବା ଯୋଗୁଁ  ବିଜୟୀ ହୋଇଥିଲା । ଏଭଳି ଅଭିଯୋଗ ପରେ ଏବେ ଆରମ୍ଭ ହୋଇଛି ତଦନ୍ତ । ଗୁରୁବାର ତତ୍କାଳୀନ ଅଧିନାୟକ କୁମାର ସାଙ୍ଗାକାରାଙ୍କୁ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ । ତଦନ୍ତକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ପ୍ରାୟ ୧୦ ଘଣ୍ଟାକାଳ ଜେରା କରାଯାଇଛି। ସ୍ପେଶାଲ ଇନଭେଷ୍ଟିଗେସନ ୟୁନିଟ ନିକଟରେ ବୟାନ ରଖିବାର ପରେ ସାଙ୍ଗାକାରା କହିଛନ୍ତି, “ମୁଁ ଏଠାକୁ ମୋର ବୟାନ ଦେବାକୁ ଆସିଥିଲି। କାରଣ ଏହାର ମୋର ଦାୟିତ୍ୱ। ସେହିପରି କ୍ରିକେଟ ପ୍ରତି ଥିବା ମୋ ସମ୍ମାନ ପାଇଁ ମୁଁ ଏଠାକୁ ଆସିଛି ।

 

ସୂଚନା ଯୋଗ୍ୟ ଯେ, ଶ୍ରୀଲଙ୍କାର ତତ୍କାଳୀନ କ୍ରୀଡ଼ାମନ୍ତ୍ରୀ ମହିଦାନନ୍ଦ ଅଲୁଥଗମାଗେ ୨୦୧୧ରେ ବିଶ୍ୱକପ୍‌ରେ ମ୍ୟାଚ୍‌ରେ ଫିକ୍ସିଂ ହୋଇଥିବା ବାରମ୍ୱାର ଅଭିଯୋଗ କରିଆସୁଛନ୍ତି । ସେ କହିଥିଲେ, ୨୦୧୧ ବିଶ୍ୱକପରେ ଶ୍ରୀଲଙ୍କା ଭାରତଠାରୁ କିଛି ଲୋକଙ୍କ ଫିକ୍ସିଂ ଯୋଗୁ ପରାସ୍ତ ହୋଇଥିଲା। ବର୍ତ୍ତମାନର କ୍ରୀଡ଼ା ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରୀଡ଼ା ସଚିବ ମନ୍ତ୍ରଣାଳୟର ତଦନ୍ତକାରୀ ୟୁନିଟ୍‌ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରି ତଦନ୍ତ ପାଇଁ କହିଥିଲେ ।

ତେବ ତଦନ୍ତକାରୀ ସଂସ୍ଥା ତାଙ୍କୁ କେଉଁ ବିଷୟରେ ଓ କ’ଣ କ’ଣ ପ୍ରଶ୍ନ କରିଛନ୍ତି ସେ ବିଷୟରେ ସାଙ୍ଗାକାରା କିଛି ବି କହିନାହାନ୍ତି। ଶୁକ୍ରବାର ଫାଇନାଲ ମ୍ୟାଚ୍‌ରେ ଶତକ ହାସଲ କରିଥିବା ମାହେଲା ଜୟବର୍ଦ୍ଧନେ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହେବେ। ଗତକାଲି ଦଳର ଓପନର ଉପୁଲ ଥରଙ୍ଗାଙ୍କୁ ତଦନ୍ତକାରୀ ସଂସ୍ଥା ଜେରା କରିଥିଲା  । ଅପରପକ୍ଷରେ ନିଜ ପ୍ରିୟ କ୍ରିକେଟରଙ୍କୁ ଜେରା କରାଯାଇଥିବାରୁ ଏହା ତୀବ୍ର ବିରୋଧ କରିଛନ୍ତି ସେମାନଙ୍କ ପ୍ରଶଂସକ । ସେଠାକାର ଯୁବ ସଂଗଠନ ସାମାଙ୍ଗି ଜାନ ବାଲାଓ୍ୱେଗୟା ରାସ୍ତାକୁ ଓହ୍ଲାଇ ଜେରାକୁ ବିରୋଧ କରିବା ସହ ନିଜ ପ୍ରିୟ ଖେଳାଳିଙ୍କୁ ସମର୍ଥନ ଜଣାଇଥିଲେ । ସେଠାକାର କ୍ରୀଡ଼ା ମନ୍ତ୍ରାଳୟ ସମ୍ମୁଖରେ ସେମାନେ ପ୍ରତିବାଦ ଜଣାଇଛନ୍ତି ।

କଟକରେ ୮୫ ପଜିଟିଭ ଚିହ୍ନଟ

କଟକରୁ ୮୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୟାନସର୍ ହସପିଟାଲରୁ ୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ୧୮ ଜଣ ରୋଗୀ ଓ ୩୬ ଜଣ ରୋଗୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି ।

85 new positives found in cuttackସେହିଭଳି ଅନ୍ୟ ପଜିଟିଭଙ୍କ ମଧ୍ୟରେ ଜଣେ ହସପିଟାଲ କର୍ମଚାରୀ,  ଏସସିବି ମେଡିକାଲରୁ ୧୧ ଜଣ , ଟାଙ୍ଗୀରୁ ୨, ତିଗିରିଆରୁ ୪, ଆଠଗଡରୁ ୧୩ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ସଂକ୍ରମିକଙ୍କ ସମ୍ୱନ୍ଧିତ ଏହି ତଥ୍ୟ ଜିଲ୍ଲା ପ୍ରଶାସନ ଦେଇଛି ।

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୪୯

ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ଆଶ୍ୱସ୍ତି ଦେଉଛି । ଏହି କ୍ରମରେ ଆଜି ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ତେବେ ଗଞ୍ଜାମରୁ ସର୍ବାଧିକ ୪୯ ଜଣ ଆଜି ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ମୟୂରଭଞ୍ଜରୁ ୧୪ ଜଣ, କଟକରୁ ୧୩ ଜଣ, କଳାହାଣ୍ଡି ଓ କେନ୍ଦ୍ରାପଡା ୬ ଜଣ ଲେଖାଏଁ ଓ ରାୟଗଡାରୁ ୫ ଜଣ ସୁସ୍ଥ ହୋଇଛନ୍ତି ।

states cured tally touches 5502ସେହିଭଳି ଅନୁଗୁଳ, ଝାରସୁଗୁଡା ଓ ସୁନ୍ଦରଗଡରୁ ୪ ଜଣ, ବଲାଙ୍ଗିର, ଭଦ୍ରକ, ଯାଜପୁର ଓ ପୁରୀରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ନୟାଗଡ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ଓ ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଏଯାବତ୍ ୫୫୦୨ ଜଣ ବ୍ୟକ୍ତି ସୁସ୍ଥ ହୋଇ ସାରିଲେଣି ।

ଋଷର ସହର ଉପରେ ନିଜ ଦାବି ଜଣାଇଲା ଚୀନ୍: କହିଲା ୧୮୬୦ ପୂର୍ବରୁ ଥିଲା ଚୀନର ଅଂଶ

ମସ୍କୋ: ଚୀନ୍‌ ଗତ କିଛି ଦିନ ହେବ ପଡ଼ୋଶୀ ଦେଶମାନଙ୍କ ସହିତ ଲଗାତାର ଭାବେ ସୀମା ବିବାଦ ସୃଷ୍ଟି କରୁଛି । ଚୀନ୍ ବର୍ତ୍ତମାନ ଋଷର ଭ୍ଳାଦିବୋସ୍ତୋକ୍‌ ସହରକୁ ନିଜର ବୋଲି କହିଛି । ଚୀନ୍‌ର ଅଫିସିଆଲ୍ ନ୍ୟୁଜ୍ ଚ୍ୟାନେଲ୍ ସିଜିଟିଏନ୍‌ର ସମ୍ପାଦକ ଶେନ୍ ସିଓ୍ୱଇ ଦାବି କରିଛନ୍ତି ଯେ,ଋଷର ଭ୍ଳାଦିବୋସ୍ତୋକ୍‌ ସହର ୧୮୬୦ ପୂର୍ବରୁ ଚୀନ୍‌ର ଅଂଶ ଥିଲା । ଏବଂ ଏହି ସହର ପୂର୍ବରୁ ହେଶନଓ୍ୱାଇ ନାମରେ ପରିଚିତ ।

ଚୀନ୍‌ର ସମସ୍ତ ଗଣମାଧ୍ୟମ ସରକାରଙ୍କ ଅଧୀନସ୍ଥ । ଏଥିରେ ବସିଥିବା ଲୋକମାନେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଆଦେଶରେ ଅନୁଯାୟୀ କାମ କରନ୍ତି । ବିଶ୍ୱାସ କରାଯାଏ ଯେ, ଚାଇନାର ଗଣମାଧ୍ୟମରେ ମୋଟାମୋଟି ଭାବେ  ସେଠାକାର ସରକାରଙ୍କ ଚିନ୍ତାଧାରାକୁ ପ୍ରତିଫଳିତ କରିଥାଏ | ଏଭଳି ପରିସ୍ଥିତିରେ ଶେନ୍‌ ସିଓ୍ୱଇଙ୍କ ଟ୍ୱିଟ ଗୁରୁତ୍ୱପୂର୍ଣ୍ଣ ।

RUSIA EN EL MUNDO - ArcGIS StoryMaps

ନିକଟ ଅତୀତରେ ଋଷ ସହିତ ଚୀନର ସମ୍ପର୍କ ଖରାପ ହୋଇଛି 

କିଛି ଦିନ ପୂର୍ବରୁ ଋଷ ଅଭିଯୋଗ କରିଥିଲା ଯେ, ଚାଇନାର ଗୁପ୍ତଚରମାନେ ବୁଡ଼ାଜାହାଜ ସହ ଜଡ଼ିତ ଅତି ଗୁରୁତ୍ୱପୂର୍ଣ୍ଣ ତଥା ସିକ୍ରେଟ୍‌ ଫାଇଲ ଚୋରି କରିଛନ୍ତି । ଏହି ମାମଲାରେ ରୁଷ ନିଜର ଜଣେ ନାଗରିକଙ୍କୁ ମଧ୍ୟ ଗିରଫ କରିଥିଲା । ଯାହାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଋଷ ସରକାରଙ୍କ ଏକ ବଡ଼ ପଦବୀରେ ଥିଲେ, ଯିଏ ଏହି ଫାଇଲକୁ ଚୀନ୍‌କୁ ଦେଇଥିଲେ।

Indian and Chinese troops 'clash on border' in Sikkim - BBC News

ଏସିଆରେ ଚୀନ୍‌ର ବିସ୍ତାରବାଦି ନୀତି ଯୋଗୁଁ ଭାରତ ପ୍ରତି ସବୁଠାରୁ ବେଶୀ ବିପଦ ସୃଷ୍ଟି ହୋଇଛି । ଲଦାଖରେ ଚୀନ୍ ସେନାର ସମାବେଶ ଏହାର ଏକ ସ୍ପଷ୍ଟ ଉଦାହରଣ । ଏହା ବ୍ୟତୀତ ପୂର୍ବ ଚୀନ୍ ସାଗରରେ ଅବସ୍ଥିତ ଦ୍ୱୀପପୁଞ୍ଜରେ ଚୀନ୍ ଏବଂ ଜାପାନରେ ମଧ୍ୟ ଉତ୍ତେଜନା ଅଧିକ ରହିଛି।

A submarine revolution: lithium-ion battery system for more ...

ନିକଟରେ ଜାପାନ ଚାଇନାର ଏକ ବୁଡ଼ାଜାହାଜକୁ ନିଜ ଜଳସୀମାରୁ ବାହାର କରି ଦେଇଥିଲା। ତାଇୱାନ ଉପରେ ସାମରିକ ବ୍ୟବହାରକୁ ଚୀନ୍ ମଧ୍ୟ ଖୋଲାଖୋଲି ଧମକ ଦେଇଛି । ଆଜିକାଲି ଚାଇନାର ଯୁଦ୍ଧ ବିମାନ ମଧ୍ୟ ତାଇୱାନର ଆକାଶ ସୀମାକୁ ଅନେକ ଥର ଉଲ୍ଲଘଂନ କରିଛି। ଏଥିସହିତ ଫିଲିପାଇନ୍ସ, ମାଲେସିଆ, ଇଣ୍ଡୋନେସିଆ ସହିତ ଚୀନ୍‌ର ମଧ୍ୟ ବିବାଦ ରହିଛି।

୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଦେବେ ରାଜ୍ୟ ସରକାର, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରସଙ୍ଗ….

ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ ରାଜ୍ୟ ସରକାର ଅଭିନବ ପ୍ରୟାସ କରିଛନ୍ତି । ଏଣିକି ବଳରାମ ଯୋଜନା ମାଧ୍ୟମରେ ୭ ଲକ୍ଷ ଭୂମିହୀନ ଚାଷୀ କୃଷି ଋଣ ନେଇ ପାରିବେ  ।  ଏହି ଯୋଜନାରେ ଏକ ହଜାର ୪୦ କୋଟି ଟଙ୍କାର ଋଣ ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି । ଜଏଣ୍ଟ ଲିଆବିଲିଟି ଗ୍ରୁପ ମାଧ୍ୟମରେ ଏହି ଋଣ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଜଣାଇଛନ୍ତି । ତେବେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଥିବା ଆତ୍ମା ସଂସ୍ଥା ଏହି କାର୍ଯ୍ୟକ୍ରମର ସଂଯୋଜନା କରିବେ । କୃଷି ସମବାୟ ସଂସ୍ଥା ଓ ବ୍ୟାଙ୍କର ୭ହଜାର ଶାଖାରେ ଋଣ ସୁବିଧା ମିଳିବ । ପ୍ରତି ବ୍ୟାଙ୍କ୍ ବ୍ରାଞ୍ଚକୁ ଚଳିତ ବର୍ଷ ଅତି କମ୍ ରେ ୧୦ଟି ଜେ.ଏଲ୍.ଜିଙ୍କୁ ଋଣ ଦେବା ପାଇଁ କୁହାଯାଇଛି । ଏହା ଫଳରେ ପ୍ରାୟ ୭୦ହଜାର ଗ୍ରୁପ୍ ଚଳିତ ବର୍ଷ କୃଷି ଋଣ  ପାଇ ପାରିବେ । ଗୋଟିଏ ଗ୍ରୁପ୍ ରେ ୫ ଜଣ ଚାଷୀ ରହିବେ ।

Landless Farmers to get loans through 'Balaram' yojana.

ବର୍ଷକୁ ୩.୫ ଲକ୍ଷ ଚାଷୀ ହିସାବରେ ୨ ବର୍ଷ ମଧ୍ୟରେ ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ  ଲକ୍ଷ୍ୟ ଧାର୍ଯ୍ୟ  କରାଯାଇଛି । ପ୍ରତି ଗ୍ରୁପ୍ ୧.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ଋଣ ପାଇପାରିବେ । କୃଷକ ସାଥୀ ଏବଂ ଗ୍ରାମ କୃଷି କର୍ମଚାରୀମାନେ ଗ୍ରୁପ୍ ଗଠନ କରି ସେମାନଙ୍କୁ ବ୍ୟାଙ୍କ୍ ମାନଙ୍କ ସହ  ସଂଯୋଜିତ କରିବେ । ଋଣ ଯୋଗାଣ  ଏବଂ ଋଣ ପୈଠ  ଆଦିରେ ସହାୟତା କରିବେ । ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଜିଲ୍ଲାସ୍ତରୀୟ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ  ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏହି କ୍ଷେତ୍ରସ୍ତରୀୟ  କର୍ମଚାରୀ ମାନଙ୍କୁ  ସଠିକ୍ ଭାବେ ତାଲିମ୍ ଓ ଅନୁପ୍ରେରଣା  ଦେବା ପାଇଁ  ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ  ନିର୍ଦ୍ଦେଶ  ଦେଇଛନ୍ତି ।

ସହ୍ୟ କରିପାରିଲେନି ସ୍ୱାମୀଙ୍କ ମୃତ୍ୟୁ, କଲେ ଆତ୍ମହତ୍ୟା, ଜାଣନ୍ତୁ ପୁରା କାହାଣୀ

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଆଇସୋଲେସନ ୱାର୍ଡରେ ସ୍ୱାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ । ମୃତ ବ୍ୟକ୍ତି ଜଣଙ୍କ ନୀର୍ଲିପ୍ତ ଭୋଳ ଓ ସ୍ତ୍ରୀ ସୁଭଦ୍ରା ସ୍ୱାଇଁ । ମୃତ ପ୍ରବାସୀ ଓଡ଼ିଆ ଜଣଙ୍କ ତେଲେଙ୍ଗାନାରେ ରହୁଥିଲେ । ସେମାନଙ୍କ ଗାଁ ଏରସମା ବ୍ଲକ କଟିଜଙ୍ଗା ଗାଁରେ । ମଙ୍ଗଳବାର ଉଭୟ ଜଗତସିଂହପୁର ଏସଭିଏମ୍ କଲେଜରେ ପଞ୍ଜିକରଣ କରି ସ୍ୱାବ ଟେଷ୍ଟିଂ ପାଇଁ ଦେଇଥିଲେ । ଏମାନଙ୍କୁ କଲେଜ କ୍ଵରେଣ୍ଟାଇନରେ ରଖାଯାଇଥିଲା ।

Wife commits suicide after husband's death.

ବିଳମ୍ବିତ ରାତିରେ ସ୍ୱାମୀଙ୍କ ଦେହ ଖରାପ ହେବାରୁ ତାଙ୍କୁ ରାତାରାତି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରିଥିଲେ । ହେଲେ ଆଜି ମଧ୍ୟାହ୍ନରେ ସ୍ୱାମୀ ନିର୍ଲିପ୍ତ ଭୋଳଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସ୍ତ୍ରୀ ଯେତେ ଯାହାକୁ ଡାକିଥିଲେ ମଧ୍ୟ କେହି ଆଇସୋଲେସନ ଓ୍ବାର୍ଡ ଭିତରକୁ ଆସିନଥିଲେ । ଦୀର୍ଘ ସମୟ ପରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ପରେ ସ୍ୱାମୀର ମୁତ୍ୟୁରେ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ନିଜ ହାତକୁ ଏକ ଧାରୁଆ ଅସ୍ତ୍ରରେ କାଟି ଆତ୍ମହତ୍ୟା କରିଛନ୍ତି ।

ଚୀନ୍‌କୁ ଜବାବ୍‌ ଦେବାକୁ ଭାରତର ପ୍ରସ୍ତୁତି: ଲଦାଖ୍‌ରେ ନିୟୋଜିତ ହେଲେ ସର୍ଜିକାଲ ଷ୍ଟ୍ରାଇକ୍ ଟିମ୍

ଲଦାଖ: ଚୀନ୍ ସହ ତିକ୍ତତା ଲାଗିରହିଥିବା ବେଳେ ଲଦାଖରେ ନିଜ ସ୍ପେଶାଲ ଫୋର୍ସକୁ ମୁତୟନ କରିଛି ଭାରତ । ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ସ୍ପେଶାଲ ଫୋର୍ସର ୟୁନିଟ୍‌ଗୁଡ଼ିକୁ ଲଦାଖରେ ନିୟୋଜିତ କରାଯାଇଛି । ସେମାନେ ସେଠାରେ ଅଭ୍ୟାସ କରୁଛନ୍ତି । ସୂଚନା ଯୋଗ୍ୟ ଯେ, ୨୦୧୭ରେ ପାକିସ୍ତାନ ବିରୋଧରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ ଏହି ସ୍ୱତନ୍ତ୍ର ବାହିନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଚୀନ୍ ବିରୋଧରେ ମଧ୍ୟ ବ୍ୟବହାର କରାଯାଇପାରିବ ।

Ladakh face-off | Tense standoff continues along LAC - The Hindu

ପୂର୍ବ ଲଦାଖରେ ସ୍ୱତନ୍ତ୍ର ବାହିନୀର ଗୋଟିଏ ୟୁନିଟ୍‌ ମୁତୟନ ହୋଇଛି । ସେମାନଙ୍କର ଭୂମିକା ବିଷୟରେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଅବଗତ କରାଯାଇଛି । ଭାରତରେ ୧୨ରୁ ଅଧିକ ସ୍ୱତନ୍ତ୍ର ଫୋର୍ସର ରେଜିମେଣ୍ଟ ରହିଛି । ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ତାଲିମ ନେଉଛନ୍ତି । ଜମ୍ମୁ କଶ୍ମୀରରେ ନିୟୋଜିତ ସ୍ୱତନ୍ତ୍ର ବାହିନୀ ନିୟମିତ ଭାବେ ଲେହ ଏବଂ ଏହାର ଆଖପାଖର ଉଚ୍ଚତର ଅଞ୍ଚଳରେ ସମରାଭ୍ୟାସ କରୁଛନ୍ତି ।

A Tale Of Two Lines At The Core Of India-China Border Dispute

ଉଲ୍ଲେଖ ଥାଉ ଯେ, ମେ’ ମାସ ଆରମ୍ଭରୁ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଦେଖାଦେଇଛି । ୧୫ ଜୁନ୍‌ରେ ଲଦାଖର ଗଲଓ୍ୱାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଏହି ଉତ୍ତେଜନା ବୃଦ୍ଧି ପାଇଥିଲା । ଏହି ସଂଘର୍ଷରେ ଭାରତର ୨୦ଜଣ  ସୈନିକ ସହିଦ ହୋଇଥିବାବେଳେ ଚୀନ୍ ଏହାର ସୈନିକଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ।

National Security Challenges

ଉଭୟ ଦେଶ କଥାବାର୍ତ୍ତା ମାଧ୍ୟମରେ LACରେ ହିଂସା ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । ଭାରତ ଏବଂ ଚୀନ୍‌ର ସାମରିକ ଅଧିକାରୀଙ୍କ ମଧ୍ୟରେ ଅନେକ ରାଉଣ୍ଡ ବୁଝାମଣା ମଧ୍ୟ ହୋଇଛି । ତେବେ ଚୀନ୍ ଗୋଟାଏ ପଟେ କଥାବାର୍ତ୍ତା ମାଧ୍ୟମରେ ମୀମାଂସା କରୁଥିବା ଦେଖାଇହେଉଥିବା ବେଳେ ଅନ୍ୟ ପଟେ ଭାରତର ସୈନିକଙ୍କୁ ଆକ୍ରମଣ କରୁଛି । ଏଥି ସହିତ ଭାରତ ଚୀନ୍‌ଠାରୁ ସୈନିକମାନଙ୍କ ଶହୀଦ ହେବାର ପ୍ରତିଶୋଧ ନେବା ଆରମ୍ଭ କରିଛି।

Mikoyan-Gurevich MiG-21 - Wikipedia

ଅର୍ଥନୈତିକ କ୍ଷେତ୍ରରେ ସରକାର ଚୀନ୍‌କୁ ଆକ୍ରମଣ କରୁଛି । ଚାଇନାରେ ୫୯ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇ ମୋଦୀ ସରକାର ଚୀନ୍‌କୁ ଏକ ବଡ଼ ଝଟକା ଦେଇଛନ୍ତି । ଏହା ବ୍ୟତୀତ ଚାଇନାର କମ୍ପାନୀଗୁଡିକ ସହିତ ଚୁକ୍ତିନାମା ମଧ୍ୟ ବାତିଲ କରାଯାଉଛି।

ଚୀନ୍ ସହ ତିକ୍ତତା ମଧ୍ୟରେ ମୋଦୀ ସରକାର ମଧ୍ୟ ଅନେକ ବଡ଼ ନିଷ୍ପତ୍ତି ନେଉଛନ୍ତି । ଗୁରୁବାର ନିଜେ ପ୍ରତିରକ୍ଷା ପରିଷଦ ବୈଠକରେ ୨୧ଟି ମିଗ୍‌ -୨୯ ଏବଂ ୧୨ ସୁଖୋଇ (SU-30 MKI) ଯୁଦ୍ଧ ବିମାନ କ୍ରୟ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି | ଏହା ସହିତ ୫୯ମିଗ -୨୯ ଯୁଦ୍ଧ ବିମାନର ନବୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି । MiG-29 ଯୁଦ୍ଧ ବିମାନ ଋଷଣୁ କିଣାଯିବ | ଏଥିସହ ବିଦ୍ୟମାନ ଥିବା ମିଗ୍ -୨୧ ଯୁଦ୍ଧ ବିମାନର ମଧ୍ୟ ଆଧୁନିକୀକରଣ କରାଯିବ ।

ମୁଖ୍ୟ ଶାସନ ସଚିବଙ୍କ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି, ଜାଣନ୍ତୁ କ’ଣ ରଖିଲେ ଦାବି…..

ରାଜ୍ୟକୁ ରେଳ ଚଳାଚଳ କମାଇବା ପାଇଁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ କରୋନା ସ୍ଥିତି ସଙ୍କଟାପର୍ଣ୍ଣ ହୋଇଥିବା ହେତୁ ଯେତେ କମ୍ ସଂଖ୍ୟକ ଟ୍ରେନ ରାଜ୍ୟକୁ ଆସିବ ସେତେ ଭଲ ବୋଲି ସେ ମତ ରଖିଛନ୍ତି । ଆସନ୍ତା ୩୧ ଜୁଲାଇ ପର୍ଯ୍ୟନ୍ତ କମ୍ ସଂଖ୍ୟକ ଟ୍ରେନ ରାଜ୍ୟକୁ ଆସୁ ବୋଲି ଚିଠିରେ ଦାବି କରାଯାଇଛି ।

State CS writes to Railway to minimize odisha bound train

ସେହିଭଳି ଟ୍ରେନ ଯଥାସମ୍ଭବ କମ୍ ଷ୍ଟେସନରେ ରହୁ ଓ ନୂଆ ଟ୍ରେନକୁ ରାଜ୍ୟରେ ରହିବାକୁ ଦିଆ ନଯାଉ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି  । ବିଶେଷ ଭାବେ ହାଓ୍ୱଡା-ଚେନ୍ନାଇ ଟ୍ରେନ ଏକ ଜନବହୁଳ ଷ୍ଟେସନ ହୋଇଥିବା ହେତୁ ଏହା ସୀମିତ ଷ୍ଟେସନରେ ରହୁ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ଏହି ଟ୍ରେନ ବାଲେଶ୍ୱର, ଭଦ୍ରକ ଓ କଟକ ଷ୍ଟେସନରେ ରହିବା ସହ ଅନ୍ୟତମ ରୁଟରେ ଭୁବନେଶ୍ୱର, ବ୍ରହ୍ମପୁର ଓ ଖୋର୍ଦ୍ଧା ରୋଡରେ ରହୁ । ଏହାବ୍ୟତୀତ ଅନ୍ୟ କୌଣସି ଷ୍ଟେସନରେ ଏହି ଟ୍ରେନରେ ନରହୁ ବୋଲି ଅସୀତ ତ୍ରିପାଠୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ଆୟୋଜକଙ୍କ ଦୌଡ଼ରେ ଆଗରେ ଅଛନ୍ତି ୟୁଏଇ ଓ ଶ୍ରୀଲଙ୍କା

ମୁମ୍ୱାଇ: କରୋନା ପାଇଁ ବଦଳି ପାରେ ଆଇପିଏଲ୍‌ ଭେନ୍ୟୁ । ବହୁ ଚର୍ଚ୍ଚିତ ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୩ ତମ ସଂସ୍କରଣ ଭାରତ ବାହାରେ ଅନୁଷ୍ଠିତ ହୋଇପାରେ । ଏନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଆୟୋଜକ ଦୈଡ଼ରେ ବର୍ତ୍ତମାନ ୟୁଏଇ ଓ ଶ୍ରୀଲଙ୍କା ସବୁଠୁ ଆଗରେ ରହିଛି । ତେବେ ଏହି ୨ ଦେଶର କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ।

A Mumbai-only IPL 2020 is a possibility: Report - cricket ...

ଚଳିତ ବର୍ଷ ଅଷ୍ଟ୍ରେଲିଆଠାରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଏବେ ଅନିଶ୍ଚିତତା ଭିତରେ ଥିବା ବେଳେ ଏହାର ଚୂଡାନ୍ତ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ଟି-୨୦ ବିଶ୍ୱକପ ଉପରେ ନିଷ୍ପତ୍ତି ଆସିଲା ପରେ ଆଇପିଏଲ୍‌ ଆୟୋଜନ ନେଇ ଚିତ୍ର ସ୍ପଷ୍ଟ ହେବ।

UAE showing signs of recovery as coronavirus restrictions ease ...

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଭାରତରେ ଯେଉଁଭଳି କରୋନା ସଂଖ୍ୟା ବଢ଼ି ବଢ଼ି ଚାଲିଛି ଏଠାରେ ଆଇପିଏଲ୍‌ ଆୟୋଜନ କରିବା ସମ୍ଭବପର ନୁହେଁ । ଯଦି ଆଇପିଏଲ୍‌କୁ ରଦ୍ଧ କରାଯାଏ ତେବେ ପାଖାପାଖି ୪ ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି କୁହାଯାଇଛି ।

10 Things That Put Sri Lanka On The Map

ପୂର୍ବରୁ ମଧ୍ୟ ଭାରତ ବାହାରେ ଆଇପିଏଲ୍‌ ଆୟୋଜନ ହୋଇସାରିଛି । ତେଣୁ ଏପରି ସ୍ଥିତିରେ ଭାରତ ବାହାରେ ଆଇପିଏଲ ଆୟୋଜନ କରଯାଇପାରେ ବୋଲି କୁହାଯାଇଛି।

ଇନ୍‌ଷ୍ଟାଗ୍ରାମ୍‌ରୁ ସର୍ବାଧିକ ଆୟ କରୁଥିବା ସେଲିବ୍ରିଟୀଙ୍କ ତାଲିକାରେ କୋହଲୀ, ପ୍ରିୟଙ୍କା

ଅପରାଧୀଙ୍କୁ ଦେଇଛନ୍ତି ପ୍ରୋତ୍ସାହନ, ଜାଣନ୍ତୁ ପୁରା ରିପୋର୍ଟ କାର୍ଡ….

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତ ଏକ ବର୍ଷ ଭିତରେ କରିଥିବା କାମର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି । l ତେବେ ନିଜ ଟିମରେ ଯେଉଁମାନଙ୍କୁ ସେ ନିଜର ୱାର୍ଡ ପ୍ରତିନିଧି ଭାବେ ବାଛିଛନ୍ତି ସେମାନେ ସମସ୍ତଙ୍କ କ୍ରାଇମ ରେକର୍ଡ ବେଶ ଲମ୍ବା । ଆଶ୍ଚର୍ଯ୍ୟଜନକ ଭାବେ ରାଜନୀତିରେ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଏହି ନେତ୍ରୀ ନିଜ କାର୍ଯ୍ୟକୁ ସମାଜ ସୁଧାରର ନାଁ ଦେଇଛନ୍ତି । କେବଳ ଏତିକି ନୁହେଁ, ନିର୍ବାଚନ ସମୟରେ ସେ ମହିଳାଙ୍କୁ ନାରୀ ସଶକ୍ତିକରଣ ନାଁରେ ବେଶ କିଛି ସ୍ୱପ୍ନ ଦେଖାଇଥିଲେ । ହେଲେ ସେସବୁ ଦିଗରେ କାମ କରିବା ପରିବର୍ତ୍ତେ ରାଜନୀତିକୁ ଅପରାଧିକରଣ କରିବାରେ ବ୍ୟସ୍ତ ଅଛନ୍ତି ।

Is Aparajita criminalising politicsସେ ଦେଇଥିବା ୧୪ ୱାର୍ଡ ପ୍ରତିନିଧିଙ୍କ ବିରୋଧରେ ୨୪ଟି ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ଧବଳେଶ୍ୱର ମୂର୍ତ୍ତି, ରାଜେନ୍ଦ୍ର ନାୟକ, ବିଭୁ ପ୍ରସାଦ ନନ୍ଦ, ଶିବ ପ୍ରସାଦ ବେହେରା, ବିଜୟାନନ୍ଦ ପରିଡ଼ା, ମନୋଜ କୁମାର ଜେନା, ସନ୍ତୋଷ କୁମାର ଜେନା, ବି. ଶିବା, ସିଦ୍ଧାନ୍ତ ପ୍ରଧାନ, ଦୁଷ୍ମନ୍ତ ପରିଜା ଓ ପ୍ରଭାତ କୁମାର ପରିଡ଼ାଙ୍କ ବିରୋଧରେ ରହିଛି ହିଂସାକାଣ୍ଡ ଓ ଆକ୍ରମଣ ଅଭିଯୋଗ ।  ତେବେ  ଏହି ଅପରାଧୀଙ୍କ ପାଇଁ ଅପରାଜିତା ଓକିଲାତି କରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ତାଙ୍କ ପ୍ରତିନିଧିଙ୍କ ମଧ୍ୟରେ ପ୍ରମୁଖ ଭାବେ ଜଣାଶୁଣା ଦେବାଶିଷ ନାୟକ, ଓରଫ ଜିମ୍ ବାପି । ତାଙ୍କ ବିରୋଧରେ ୨୦ଟି ମାମଲା ଥିବାବେଳେ ତାଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବି ଲାଗୁ ହୋଇଛି ।

ଏପରିକି ଦେବାଶିଷ ଓ ତାଙ୍କ ତିନି ଜଣ ସହଯୋଗୀ ଦାଦାବଟି ମାଗିବା ଅଭିଯୋଗରେ ଦୁଇ ବର୍ଷ ତଳେ ଗିରଫ ହୋଇଥିଲେ । କେବଳ ଏତିକି ନୁହେଁ, ଏକ ଇଂଜିନିୟରିଂ କଲେଜ ମାଲିକଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଗିରଫ ମଧ୍ୟ ହୋଇଥିଲେ। ହେଲେ ସେହି ଦେବାଶିଷ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାଜନୈତିକ କ୍ୟାରିଅରର ପୋଷ୍ଟର ବୟ ପାଲଟିଛନ୍ତି । ଅନ୍ୟପକ୍ଷରେ ମହିଳାଙ୍କୁ ସଶକ୍ତ କରିବା ସ୍ଲୋଗାନ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଅପରାଜିତା । ସେମାନଙ୍କୁ ମାଇକ୍ରୋ ଉଦ୍ୟୋଗୀ କରିବାକୁ ପ୍ରତିଶୃତି ଦେଇଥିଲେ। ହେଲେ ଆଜି ଅପରାଜିତା ଯେଉଁ ୫୬ ପୃଷ୍ଠାର ରିପୋର୍ଟ କାର୍ଡ ଦେଇଛନ୍ତି, ସେଥିରେ ଏହି ପ୍ରସଙ୍ଗର ଚିହ୍ନ ବର୍ଣ୍ଣ ନାହିଁ । ଏ ଦିଗରେ ଗତ ବର୍ଷକ ମଧ୍ୟରେ କାଣିଚାଏ ବି କାମ ହୋଇନଥିବା ବେଳେ ନିକଟରେ କିଛି ବ୍ୟାଙ୍କ ସହ ଆଲୋଚନା ହୋଇଥିବା ସଫେଇ ଦେଇଛନ୍ତି ।