spot_img
Home Blog Page 6888

ରାଜ୍ୟରେ ଆଶ୍ୱସ୍ତି ଦେଉଛି କରୋନା ସୁସ୍ଥଙ୍କ ସଂଖ୍ୟା, ୨୧ ହଜାର ପାର ସୁସ୍ଥତା ହାର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟରେ ଆଶ୍ୱସ୍ତି ଦେଉଛି ସୁସ୍ଥତା ହାର । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ୬୮୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ୨୧ ହଜାର ୯୫୪ ଜଣ ମୋଟ ରୋଗୀ ସୁସ୍ଥ ହୋଇଛନ୍ତି । ୨୭ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି କରୋନା ରୋଗୀ ।

କଟକରୁ ୯୧ ଜଣ ସର୍ବାଧିକ ରୋଗୀ ସୁସ୍ଥ ହୋଉଛନ୍ତି । ଗଜପତିରୁ ୮୮, କୋରାପୁଟରୁ ୬୬, ଖୋର୍ଦ୍ଧାରୁ ୬୧, ରାୟଗଡ଼ାରୁ ୫୭, ଗଞ୍ଜାମରୁ ୪୩, ସୁନ୍ଦରଗଡ଼ରୁ ୩୧, ନୟାଗଡ଼ରୁ ୩୦, ସୋନପୁରରୁ ୨୫, କନ୍ଧମାଳରୁ ୨୦, ଡ଼େଙ୍କାନାଳରୁ ୧୮, କେନ୍ଦୁଝରରୁ ୧୮, ଭଦ୍ରକରୁ ୧୬, ସମ୍ବଲପୁରରୁ ୧୫, ଯାଜପୁର ଏବଂ ଜଗତସିଂହପୁରରୁ ୧୪ ଲେଖାଏଁ, ଦେବଗଡ଼ରୁ ୧୩, ମୟୂରଭଞ୍ଜ ଏବଂ ପୁରୀରୁ ୧୦ ଲେଖାଏଁ, ଝାରସୁଗୁଡ଼ା ଏବଂ କଳାହାଣ୍ଡିରୁ ୭ଲେଖାଏଁ, ବଲାଙ୍ଗିରିରୁ ୬, ଅନୁଗୁଳ, ବାଲେଶ୍ୱର, ମାଲକାନାଗିରିରୁ ୫ ଲେଖାଏଁ, କେନ୍ଦ୍ରାପଡ଼ାରୁ ୪, ବୌଦ୍ଧରୁ ୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଅନ୍‌ଲାଇନରେ ପାଠ ପଢ଼ା: କାଁଭାଁ ଗୋଟିଏ ସିଗନାଲ୍ ଆସିଲେ ‘ବୁଡ଼ି ଗଲା ଲୋକଙ୍କୁ ସୂତାଖିଅ ଭରାସା’ ଭଳି ଲାଗୁଛି

ରାୟଗଡ଼ା: କରୋନା କଟକଣା ଭିତରେ ଶିକ୍ଷାଦାନକୁ ଆଗକୁ ନେବାକୁ ପ୍ରସ୍ତୁତ ହେଉଛି ଅନଲାଇନ୍ ରଣନୀତି । ହେଲେ ରାଜ୍ୟର କିଛି ଉପାନ୍ତ ଅଞ୍ଚଳର ପିଲାଙ୍କ ପାଇଁ ଏହା ଯେମିତି ସ୍ୱପ୍ନ । ପାହାଡ଼ିଆ ଜଙ୍ଗଲରେ ମୋବାଇଲ୍ ଟାଓ୍ୱାର ନଥିବାରୁ ଅନେକ ଛାତ୍ରଛାତ୍ରୀ ମୋବାଇଲ୍ ଥାଇ ମଧ୍ୟ ଅନଲାଇନ୍ ପାଠ ପଢାରୁ ବଞ୍ଚିତ ହେଉଛନ୍ତି  । ମୋବାଇଲ୍ ନେଟୱର୍କ ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡ଼ୁଛି ତ ଆଉ କେଉଁଠି ପାହାଡ଼ ଚଢିବାକୁ ପଢୁଛି ।

ଉପାନ୍ତରେ ଅପହଞ୍ଚ ଅନଲାଇନ୍ ଶିକ୍ଷା । ମୋବାଇଲ୍ ଅଛି ହେଲେ ନେଟୱର୍କ ନାହିଁ । ପାଠ ପଢିବା ପାଇଁ ପାହାଡ଼ ଚଢୁଛନ୍ତି ଛାତ୍ରଛାତ୍ରୀ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନଲାଇନ ପାଠପଢ଼ାର ଏ ହେଉଛି ବାସ୍ତବତା । ଏଭଳି ସ୍ଥିତିରେ ପିଲା ପାଠ ପଢିବେ ଆଗକୁ ବଢିବେ । ତେଣୁ ଅଭାବ ସତ୍ୱେ ପିଲାଙ୍କ ପାଇଁ ବାପାମାଆ କିଣି ଦେଇଛନ୍ତି ମୋବାଇଲ୍ । ହେଲେ ଗାଁରେ ନାହିଁ ମୋବାଇଲ୍ ଟାୱାର୍ ।  ତେଣୁ ଜଙ୍ଗଲ ଡେଇଁ, ପାହାଡ଼ ଚଢି ପିଲାଙ୍କୁ ଖୋଜିବାକୁ ପଡୁଛି ମୋବାଇଲ୍ ନେଟଓ୍ୱର୍କ । କାଁଭାଁ ଗୋଟିଏ ସିଗନାଲ୍ ଆସିଲେ ‘ବୁଡ଼ି ଗଲା ଲୋକଙ୍କୁ ସୂତାଖିଅ ଭରାସା’ ଭଳି । ଏ ହେଉଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ କନ୍ଧଖୀଲମ୍ ଅଞ୍ଚଳର ଦୃଶ୍ୟ । ଅନ୍-ଲାଇନ୍ ପାଠପଢା ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ କ୍ଲାସରୁ ବଞ୍ଚିତ ଏଠାକାର ଛାତ୍ରଛାତ୍ରୀ ।

କୋରାପୁଟ ଜିଲ୍ଲାର ପ୍ରାୟ ୭୦ପ୍ରତିଶତ ଛାତ୍ରଛାତ୍ରୀ ଗ୍ରାମାଞ୍ଚଳରେ । କରୋନା କଟକଣା ପାଇଁ ଆରମ୍ଭ ହୋଇଥିବା ଏହି ଶିକ୍ଷା ବ୍ୟବସ୍ଥା ଏମାନଙ୍କ ପାଇଁ ଏବେ ଯେମିତି ଉପହାସ ପାଲଟିଛି । ଶିକ୍ଷାଦାନର ବିକଳ୍ପ ବ୍ୟବସ୍ଥା ପାଇଁ ବୁଦ୍ଦିଜୀବୀ ଦାବି କରିଛନ୍ତି । କେମିତି ପଢିବେ ଏ ଅନ୍ଧାରୀ ମୂଲକର ପିଲା । ଅନ୍ଲାଇନ୍ ବ୍ୟତୀତ କଟକଣା ଭିତରେ ସରକାର କରିବେ କି ଏମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ।

(ଜୟପୁରରୁ ହୃଷୀକେଶ ମିଶ୍ର) 

ଟୁଇନ୍ ସିଟିରେ ହେବ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଏକାଡେମୀ, ଓସିଏ କାଉନସିଲ ବୈଠକରେ ନିଷ୍ପତ୍ତି

କଟକ: ଓଡିଶା କ୍ରିକେଟର ଉନ୍ନତି ପାଇଁ ଅନେକ ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛି ଓସିଏ । ଟୁଇନ ସିଟି ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଏକାଡେମୀ, ବାରବାଟୀ ଷ୍ଟାଡିୟମ ନବୀକରଣ, ରଣଜୀ ଖେଳାଳିଙ୍କ ପେନସନ ବୃଦ୍ଧି ଓ ଜିଲ୍ଲା ସ୍ତରରେ ଟର୍ଫ ୱିଜେଟ କରିବାକୁ ନିଷ୍ପତ୍ତି ନେଇଛି ଓସିଏ । ଓସିଏ କାଉନସିଲ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବାବେଳେ ଏହାକୁ ସ୍ୱାଗତ କରିଛନ୍ତି ପୂର୍ବତନ ରଣଜୀ ଖେଳାଳୀ ଓ କ୍ରୀଡା ସଂଗଠକ ।

ବଦଳିବ ଓଡିଶା କ୍ରିକେଟର ଭିତ୍ତିଭୂମି । ଆନ୍ତର୍ଜାତୀୟ ଢାଞ୍ଚାରେ ନିର୍ମାଣ ହେବ ଓସିଏ । ଜିଲ୍ଲା ସ୍ତରରେ ଟର୍ଫ ୱିକେଟ ଯୋଜନା । ଖର୍ଚ୍ଚ ହେବ ୫୦ କୋଟି ଟଙ୍କା । ଖୁବ ଶୀଘ୍ର ରାଜ୍ୟର କ୍ରିକେଟ ଭିତ୍ତିଭୂମିରେ ବଡ ଧରଣର ଉନ୍ନିତ କରିବାକୁ ଓସିଏ କାଉନସିଲ ନିଷ୍ପତ୍ତି ନେଇଛି । କଟକ-ଭୁବନେଶ୍ୱର ମଧ୍ୟରେ ଏକ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଏକାଡେମୀ ତିଆରି କରିବ ଓସିଏ । ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟରେ ହେବାକୁ ଯୋଜନା କରାଯାଇଥିବାବେଳେ ଏଠାରେ ବର୍ଷ ତମାମ ୨ ଶହରୁ ଅଧିକ କ୍ରିକେଟର ରହି ଅଭ୍ୟାସ କରିବେ । ଏହାସହିତ ବାରବାଟୀ ଷ୍ଟାଡିୟମ ନବୀକରଣ କାମ ହେବ । ଓସିଏର ଏହି ଯୋଜନାକୁ ସ୍ୱାଗତ କରିଛନ୍ତି ପୂର୍ବତନ ରଣଜୀ ଖେଳାଳୀ ।

ପୂର୍ବତନ ରଣଜୀ ଖେଳାଳୀଙ୍କୁ ଓସିଏ ଦେଇ ଆସୁଥିବା ପେନସନକୁ ବୃଦ୍ଧି କରାଯାଇଛି । ଏହାଛଡା ଜିଲ୍ଲା ସ୍ତରରେ ଟର୍ଫ ୱିକେଟ କରିବାକୁ ଯୋଜନା କରିଛି ଓସିଏ । ଏହା ଫଳରେ ଯୁବ ଖେଳାଳୀ ଉପକୃତ ହେବେ ବୋଲି ଆଶା ରଖିଛନ୍ତି କ୍ରୀଡା ସଂଗଠକ । ଓସିଏର ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟରେ କ୍ରିକେଟର ପ୍ରସାର ହୋଇ ପାରିବ ବୋଲି ଆଶା ରଖିଛି ଓସିଏ ।

(କଟକରୁ ଅଜୟ ଦାସ)

ସୁଶାନ୍ତ ସିଂ ମାମଲା: ସବୁ ଅଡ଼ୁଆ ସୁତାର ଖିଅ ରିଆଙ୍କ ପାଖରେ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁକୁ ନେଇ ଭିନ୍ନ ମୋଡ଼ ସାମ୍ନାକୁ ଆସିବାରେ ଲାଗିଛି । ପ୍ରତିଦିତ ସୋସିଆଲ ମିଡିଆରେ ସୁଶାନ୍ତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରିବା ପାଇଁ ଦାବି କରୁଛନ୍ତି ପ୍ରଶଂସକ । ଏହା ମଧ୍ୟରେ ପୋଲିସ ସୁଶାନ୍ତଙ୍କ କଥିତ ଗର୍ଲଫ୍ରଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ସହାୟତା ଲୋଡ଼ୁଥିବା ବେଳେ ରିଆଙ୍କ ତରଫରୁ କୌଣସି ସହାୟତା ମିଳୁନାହିଁ । ଏହା ସହିତ ରିଆଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ରିଆଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି ।

 https://www.youtube.com/watch?v=XRwvTFk7gBA

ସୁଶାନ୍ତଙ୍କ ମୃତ୍ୟୁ ମାମଲ କେଉଁ ମୋଡ଼ ନେଉଛି ତାହା ବାକି ରହିଲା ।

ଜାଣନ୍ତୁ କେଉଁ ଦୁଷ୍କର୍ମ ମାମଲାରେ ସୁରକ୍ଷା ପାଇଲେ ଆଦିତ୍ୟ ପଞ୍ଚୋଲି

ଏହା ପ୍ରଥମ ଥର ନୁହେଁ ଯେତେବେଳେ ବଲିଉଡର ଜଣାଶୁଣା ଅଭିନେତା ଆଦିତ୍ୟ ପଞ୍ଚୋଲି ବିବାଦ ମଧ୍ୟକୁ ଟାଣି ହୋଇଛନ୍ତି । କେବେ ବଲିଉଡ କୁଇନ କଙ୍ଗନାଙ୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ତ କେକେବେଳେ ଧର୍ଷଣ ଅଭିଯୋଗକୁ ନେଇ । ନିକଟ ଅତୀତରେ ଆଦିତ୍ୟଙ୍କ ନାମରେ ଧର୍ଷଣ ଅଭିଯୋଗ ଆଣିଥିଲେ ଜଣେ ଅଭିନେତ୍ରୀ । ଖବର ଅନୁସାରେ ଗତ ଏକ ମାସ ପୂର୍ବରୁ ଜଣେ ବଲିଉଡ ଅଭିନେତ୍ରୀଙ୍କ ଦ୍ୱାରା ଦାଖଲ ହୋଇଥିବା ବଳାତ୍କାର ଅଭିଯୋଗରେ ଆଦିତ୍ୟ ପଞ୍ଚୋଲିଙ୍କୁ ଦିଆଯାଇଥିବା ଗିରଫରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ଅଗଷ୍ଟ ୩ ତାରିଖ ପର‌୍ୟନ୍ତ ବଢାଇ ଦିଆଯାଇଛି ।

କହିରଖୁଛୁ ଗତ ଜୁନ୍ ୨୮ରେ ଆଦିତ୍ୟ ପଞ୍ଚୋଲିଙ୍କ ନାମରେ ଜଣେ ବଲିଉଡ ଅଭିନେତ୍ରୀ ଧର୍ଷଣ ଅଭିଯୋଗ ଆଣିବା ପରେ ଭର୍ସୋଭା ପୋଲିସ୍ ଥାନାରେ ଆଦିତ୍ୟଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ଯାହାପରେ ଆଦିତ୍ୟ ପଞ୍ଚୋଲି ଜାମିନ ପାଇଁ ଆବେଦନ କରିଥିଲେ । ଏହାପରେ ଜୁଲାଇ ୧୯ ତାରିଖରୁ ଅଭିନେତାଙ୍କୁ ଗିରଫରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରାଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ଗତ ଶୁକ୍ରବାରକୁ କୋର୍ଟ ଏହି ଶୁଣାଣିକୁ ଆସନ୍ତା ୩ ତାରିଖ ପର‌୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି । ସେ ପର‌୍ୟ୍ୟନ୍ତ ଗିରଫ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଆଦିତ୍ୟଙ୍କ ଓକିଲ ପ୍ରଶାନ୍ତ ପାଟିଲ ।

ଇରାକରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଭିଟାମାଟିକୁ ଫେରିବାକୁ କଲେ ନିବେଦନ

ଇରାକ: ଇରାକରୁ ଆସିଲା ଆମକୁ ଫେରାଇ ନିଅର ଅନୁରୋଧ । କରୋନାରେ କଡ଼ା କଟକଣାର ଆସିଲା ବିଦେଶର ଅସଲ ଚିତ୍ର । କରୋନା ସମୟରେ ଏବେ ପୁରା ବିଶ୍ୱରେ ହାହାକାର ପଡ଼ିଛି । ବିଭିନ୍ନ ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ବିଶ୍ୱରେ କରୋନା ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ହୁହୁ ହୋଇ ବଢ଼ୁଛି । ଏଇ ଭିତରେ ରୁନ୍ଧି ହୋଇଛନ୍ତି ବାହାର ଦେଶରେ କାମ କରୁଥିବା ପ୍ରବାସୀ ଓଡ଼ିଆ । ଆଜି ସେହି ଭଳି ଏକ ଦୃଶ୍ୟ ଆମ ପାଖକୁ ଇରାକରୁ ଆସିଛି । ଯେଉଁ ଭିଡିଓରେ ଇରାକରେ ଦେଖିବାକୁ ମିଳିଛି କରୋନା କଟକଣାର ଅସଲ ଚିତ୍ର । ଓଡ଼ିଶାରୁ ଯାଇ ଇରାକରେ କାମ କରୁଥିବା ଜଣେ ପ୍ରବାସୀ ଏହି ଭିଡିଓଟି ଜାରି କରିଛନ୍ତି । ନିଜ ଭିଟାମାଟିକୁ ଆସିବାକୁ ଚାହିଁ ମଧ୍ୟ ଆସି ପାରୁନାହାନ୍ତି ।

ଇରାକରେ ଏବେ ରାସ୍ତା ଉପରେ ହଜାର ହଜାର ଓଡ଼ିଆ ଏବଂ ଭାରତୀୟ ଶ୍ରମିକ । ଦକ୍ଷିଣ ଏସିଆର ହଜାର ହଜାର ପ୍ରବାସୀ ଶ୍ରମିକ ରାସ୍ତା ଉପରେ । ଭାରତର କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡ଼ିଶା ଭଳି ରାଜ୍ୟରୁ ଲୋକେ ମଧ୍ୟ ସେଠାରରେ ଫସିଛନ୍ତି । ହେଲେ ଏମାନେ ରାସ୍ତାକୁ କାହିଁକି ଓହ୍ଲାଇଛନ୍ତି । ଏହାର କାରଣ ହେଉଛି ଇରାକର କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ପ୍ରକଳ୍ପ କାମ ଚାଲିଛି । ଯେଉଁଥିପାଇଁ ସେଠାରେ ବିଭିନ୍ନ ଦେଶରୁ ଲୋକେ କାର୍ଯ୍ୟ କରୁଛନ୍ତି । କିନ୍ତୁ କାର୍ଯ୍ୟ ସ୍ଥଳରେ କୌଣସି ପ୍ରକାରର କରୋନା କଟକଣାକୁ  ଅବଲମ୍ବନ କରାଯାଇନାହିଁ । ଛୋଟ ଛୋଟ ଘରେ ୯ରୁ ୧୦ ଜଣ ଲେଖାଏଁ ଲୋକେ ରହୁନ୍ତି । ସାମାଜିକ ଦୂରତା କଥାତ ନକହିବା ଭଲ । କେବଳ ଯାହା ଖାଇବାକୁ ପାର୍ସଲ ଜରିଆରେ ଆସୁଛି ସେତିକି ।

ତେବେ ସପ୍ତାହକୁ କେବଳ ଗୋଟିଏ ଫ୍ଲାଇଟ ରହିଛି ଯେଉଁଥିରେ ଲୋକେ ଭାରତକୁ ଫେରୁଛନ୍ତି । କିନ୍ତୁ ୮ ହଜାର ଶ୍ରମିକ କେମିତି ଯିବେ । ସେଥିପାଇଁ ଦିନକୁ ଗୋଟିଏ ଫ୍ଲାଇଟ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ପ୍ରବାସୀ ଶ୍ରମିକ । ଓଡ଼ିଶାର ଫସିଥିବା ଶ୍ରମିକ ମାନେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଫ୍ଲାଇଟ କରି ଫରାଇନେବାକୁ ଅନୁରୋଧ କରିଛନ୍ତି । ଗୋଟିଏ ଟେଣ୍ଟ ତଳେ ୮ ହଜାର ଶ୍ରମିକ ରହି ଷ୍ଟ୍ରାଇକ କରିଛନ୍ତି । ସେପଟେ ଏହି ଶ୍ରମିକ ମାନଙ୍କ ମଧ୍ୟରୁ ୧୨ ଶହ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଡ଼ରି ଡ଼ରି ବଞ୍ଚଛନ୍ତି ବୋଲି ସେ କହିଛନ୍ତି । ତେବେ ଯେତେ ଜଲଦି ହେବ ସେମାନଙ୍କୁ ସେଠାରୁ ଆଣିବା ପାଇଁ ଭିଡ଼ିଓରେ ଓଡ଼ିଆ ଶ୍ରମିକ ଜଣେ ଅନୁରୋଧ କରିଛନ୍ତି ।

ସିରିଜ ଲୁଟର ସାତ ଦିନ ପରେ ଦୁବୁର୍ତ୍ତଙ୍କ ଟେର ପାଇନି କମିଶନରେଟ ପୋଲିସ, ଆଜି ବି ହୋଇଛି ଲୁଟ

ଭୁବନେଶ୍ୱର: କ୍ରାଇମ କ୍ୟାପିଟାଲ ରାଜଧାନୀ । ସିରିଜ ଲୁଟର ସାତ ଦିନ ପରେ ଦୁବୁର୍ତ୍ତଙ୍କ ଟେର ପାଇନି କମିଶନରେଟ ପୋଲିସ । ଲୁଟେରାଙ୍କ ଫଟୋ ଓ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ସ୍ୱତନ୍ତ୍ରଟିମ । ଆଜି ବି ଭୁବନେଶ୍ୱରର ଜଣେ ସମ୍ବାଦିକଙ୍କ ଘରୁ ଚୋରି ଓ କୋଳଥିଆର ଜଣେ ବ୍ୟବସାୟୀଙ୍କ ଠାରୁ ସୁନାଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗତ ୨୬ ତାରିଖରେ ନୟାପଲ୍ଲୀ ଏନ-୪ରେ ମରଣାନ୍ତକ ଆକ୍ରମଣ କରି ସୁନା ଲୁଟ୍ ଘଟଣାରେ ଚିତ୍କିସିତ ଅବସ୍ଥାରେ ୭୦ ବର୍ଷୀୟ ବୃଦ୍ଧା ତୁଳସୀ ଦେଇଙ୍କ ମୃତ୍ୟୁ ହୋଇଛି ।

କରୋନା ସଂକଟରେ ମାତିଛନ୍ତି ଲୁଟେରା । ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ଖଣ୍ଡଗିରି କୋଳଥିଆରେ ଦାଦାଗିରି । ରଙ୍ଗରୁଟରେ ଗାଡି ଚଲାଇ ଯୁକ୍ତିତର୍କ । ପଚାରିବାରୁ ଆକ୍ରମଣ ଓ ସୁନା ଚେନ ଲୁଟ । ଖଣ୍ଡଗିରି ଥାନାରେ ଏନେଇ ଅଭିଯୋଗ ହୋଇଛି । ସେପଟେ ୟୁନିଟ-୩ ସମ୍ବାଦିକ ସୌଭାଗ୍ୟ ମହାନ୍ତିଙ୍କ ଘରୁ ଲୁଟ୍ । ଘରର ଆସବାବପତ୍ର ଚୋରି କରି କଳାକନା ବୁଲାଇଛନ୍ତି ଲୁଟେରା । ରାଜଧାନୀରେ କୋଭିଡ କଟକଣା ଲାଗିଥିବାବେଳେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା । ୨୬ ଜୁଲାଇରେ ୟୁନିଟ-୩ ରୁ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କୁ ବନ୍ଧୁକ ଦେଖାଇ ସୁନାଚେନ୍ ଲୁଟ୍ ହୋଇଥିଲା । ସେହି ଦିନି ସାଢେ ୯ ବେଳକୁ ନୟାପଲ୍ଲୀ ଏନ-୪ରେ ୭୦ ବର୍ଷୀୟ ବୃଦ୍ଧା ତୁଳସୀ ଦେଇଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନା ଲୁଟି ନେଇଥିଲେ ଲୁଟେରା । ଗୁରୁତର ଅବସ୍ଥାରେ ଚିତ୍କିସିତ ହେଉଥିବା ବେଳେ ଶନିବାର ବୃଦ୍ଧାଙ୍କର ମୃତ୍ୟୁ ହୋଇଛି  । ସିସିଟିଭି ଫୁଟେଜ ଓ ଦୁବୁର୍ତ୍ତଙ୍କ ଫଟୋ ଧରି ବାଡି ବୁଲାଉଛି ପୋଲିସ ।

ଭୁବନେଶ୍ୱର ପ୍ରତ୍ୟେକ ଥାନାର ପୋଲିସ କର୍ମଚାରୀ କରୋନା ପଜେଟିଭ ବାହାରିଲେଣି । ତେଣୁ ଅପରାଧୀକୁ ଧରିବା ବେଳେ ପୋଲିସ କିଭଳି ଗାଇଡ ଲାଇନ ଫଲୋ କରିବାକୁ ତାକୁ ନେଇ ନିର୍ଦ୍ଦେଶ ହୋଇଛି । ନୂଆ ଡିସିପି ଯୋଗ ଦେବା ପରେ ଅପରାଧୀଙ୍କୁ ମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କାର୍ଜକୁ ନେଇ ସ୍ବତନ୍ତ୍ର ଟିମ ଗଠନ ହୋଇଛି । ଅନେକ ଅପରାଧ ମାମଲାରେ ବିଭିନ୍ନ ଥାନାରୁ ୧୫ରି ଅଧିକ ଅପରାଧୀକୁ ଗିରଫ କରିଛି ପୋଲିସ । ୩ଟି ବନ୍ଧୁକ ଓ ଗୁଳି ଜବତ ମଧ୍ୟ ହୋଇଛି । ଗତ ୬ ମାସରେ ଲୁଟ, ଛିନତାଇ ସାଙ୍ଗକୁ ଅପରାଧ ବଢିଥିବା ପୂର୍ବତନ ପୋଲିସ ଡିଜି କହିଛନ୍ତି  । ଅପରାଧୀ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସ୍ପେଶାଲ ଟିମ ଚଢାଉ ଜାରି ରଖିଛି । ଖୁବଶୀଘ୍ର ଗ୍ୟାଙ୍କୁ ଗିରଫ କରଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି  ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

ଅଗଷ୍ଟ ୩ ରୁ ଆରମ୍ବ ହେବ ଅନଲାଇନ ସାଟ ଆଡମିସନ ପରୀକ୍ଷା

ଭୁବନେଶ୍ୱର : ସୋମବାର ଠାରୁ ଆରମ୍ଭ ହେବ ଶିକ୍ଷା ଓ ଅନୁସନ୍ଧାନ ଆଡ଼ମିସନ ଟେଷ୍ଟ (ସାଟ-୨୦୨୦)  । ଶିକ୍ଷା ଓ ଅନୁସନ୍ଧାନ (ଡିମଡ) ଟୁ ବି ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ପରିଚାଳନା କରାଯାଉଛି । ଦୁଇଟି ପର୍ଯ୍ୟାୟରେ ଏହି ଅନଲାଇନ ପରୀକ୍ଷା କରା ଯାଉଛି । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୩ ରୁ ୭ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୧୦ ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ସୂଚନା ଦିଆ ଯାଇଛି ।

ସୋଆରେ ନାମ ଲେଖାଇବା ନିମନ୍ତେ ଇଛୁକ ଛାତ୍ରଛାତ୍ରୀ ମାନେ ସାଟ ଆଡ଼ମିସନ ଫର୍ମ ପୂରଣ କରି ଏହି ଜାତୀୟସ୍ତରୀୟ ପରୀକ୍ଷା ଦେଇପାରିବେ । ଫର୍ମ ପୂରଣର ଶେଷ ତାରିଖ ଜୁଲାଇ ୩୧ ରହି ଥିଲା । ମାତ୍ର ଏହାକୁ ଅଗଷ୍ଟ ୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଫାରମାସିଉଟିକାଲ ସାଇନସସ, ମ୍ୟାନେଜମେଣ୍ଟ, ନର୍ସିଂ, ଏଗ୍ରିକଲଚର, ଲ ଏବଂ ହୋଟେଲ ମ୍ୟାନେଜମେଣ୍ଟର ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ଆଡ଼ମିସନ ନିମନ୍ତେ ଏହି ପରୀକ୍ଷା ପରିଚାଳନା କରାଯାଉଛି ।

ସୋଆର ଆଡ଼ମିସନ ଅଧିକାରୀ ମେରିଟ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କ ତାଲିକା ପ୍ରସ୍ତୁତ କରିବେ । ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପ୍ରୋଗ୍ରାମରେ ଆଡ଼ମିସନ ନିମନ୍ତେ ସାଟ ର ଫଳାଫଳ ଓ ଜେଇଇ ମେନ ର ସ୍କୋରକାର୍ଡ ଅନୁଧ୍ୟାନ କରାଯିବ । ମେଡିକାଲ ସାଇନସେସ ଓ ଡେଣ୍ଟାଲ ସାଇନସେସ ପ୍ରୋଗ୍ରାମରେ ଆଡ଼ମିସନ ନିମନ୍ତେ ନୀଟ ପରୀକ୍ଷାର ସ୍କୋର କାର୍ଡ କୁ ଅନୁଧ୍ୟାନ କରାଯିବ ବୋଲି ସୋଆ ପକ୍ଷରୁ ସୂଚନା ଦିଆ ଯାଇଛି ।

ସୋଆ ସଂରକ୍ଷଣ ନୀତି ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କ୍ଷେତ୍ରରେ ଆଡ଼ମିସନ ନିମନ୍ତେ ଯଥାକ୍ରମେ ୧୫ ପ୍ରତିଶତ ଓ ୭.୫ ପ୍ରତିଶତ ସିଟ ସଂରକ୍ଷିତ ରଖାଯାଇଛି । ସେହିପରି ମହିଳାଙ୍କ କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ରହିଥିବା ପ୍ରେସ ବିଜ୍ଞପ୍ତି ରେ ସୂଚନା ଦିଆ ଯାଇଛି ।

ଡ଼ାକ୍ତରଖାନାରେ ରକ୍ତ ଅଭାବ ଯୋଗୁ ରୋଗୀ ହନ୍ତସନ୍ତ, କରୋନା ପାଇଁ ରକ୍ତ ଦେବାକୁ ଭୟ କରୁଛନ୍ତି ଲୋକେ

ଝାରସୁଗୁଡ଼ା: କରୋନା ଯୋଗୁ ସ୍ଥିତି ସଙ୍ଗୀନ । ରକ୍ତ ଭଣ୍ଡାର ଆଗରେ ଲାଗିଛି ଲମ୍ବା ଲାଇନ୍ । ହେଲେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ । ଜରୁରୀ ସମୟରେ ରକ୍ତ ପାଇଁ ଆସି ନିରାଶ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଦରକାର ମୁତାବକ ରକ୍ତ ନଥିବା ବେଳେ ରକ୍ତ ବଦଳ କରି ନେବାକୁ ଚାହିଁଲେ ବି ମିଳୁନି ରକ୍ତ । ଝାରସୁଗୁଡ଼ା ରକ୍ତ ଭଣ୍ଡାରରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ବିଗତ ୩ ଦିନ ହେଲା ରକ୍ତ ଭଣ୍ଡାରରେ ଗୋଟିଏ ୟୁନିଟ୍ ବି ରକ୍ତ ନାହିଁ  । ଯାହାକୁ ନେଇ ଚିନ୍ତା ଦେଖାଦେଇଛି  । ରୋଗୀ ରକ୍ତ ନପାଇବାରୁ ସ୍ଥିତି ଅଧିକ ସଙ୍ଗୀନ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ କରୋନା ସ୍ଥିତି ସଙ୍ଗୀନ ରହିଛି । କରୋନା ପାଇଁ ସବୁଠି କଟଣା କରାଯାଇଛି । ତେବେ ଡାକ୍ତରଖାନାରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ କରୋନା ଯୋଗୁଁ ଭୟରେ କେହି ରକ୍ତ ଦେଉନାହାନ୍ତି । ରକ୍ତ ଦେବା ବେଳେ କାଳେ କରୋନା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଯିବେ ସେଥିପାଇଁ ଭୟ କରୁଛନ୍ତି ଲୋକେ । ସେଥିପାଇଁ ପୂର୍ବ ଭଳି ଆଉ ରକ୍ତ ସଂଗ୍ରହ କରାଯାଇ ପାରୁ ନାହିଁ । ଯେତିକି ସଚେତନ ହେବା କଥା ହୋଇ ନାହାନ୍ତି ଲୋକେ  । ଯାହା ପଇଁ ଭୟରେ ରକ୍ତ ଦେବାକୁ ମଧ୍ୟ ଯାଉନାହାନ୍ତି ।

ଆଗୁଆ ଲୋକ ସ୍ୱେଚ୍ଛାକୃତ ଭାବେ ଯେଉଁଠି ରକ୍ତଦାନ କରୁଥିଲେ ଏବେ କେହି ଆସୁନାହାନ୍ତି  । ସେପଟେ ରକ୍ତଦାନ ଶିବିରର ବି ଆୟୋଜନ କରାଯାଇ ପାରୁ ନଥିବାରୁ ସମସ୍ୟା ଆହୁରି ବଢିବାରେ ଲାଗିଛି  । ରକ୍ତଅଭାବ ଥିବା କଥାକୁ ସ୍ୱୀକାର କରିଛନ୍ତି ରକ୍ତ ଭଣ୍ଡାର ଅଧିକାରୀ । ରକ୍ତ ସଂଗ୍ରହ ହୋଇନପାରିବାରୁ ଏଭଳି ସମସ୍ୟା ଦେଖାଦେଇଥିବା ସେ କହିଛନ୍ତି  । ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟ ବିଭାଗ ତଥା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି  ।

ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂଙ୍କୁ କରୋନା

ଲକ୍ଷ୍ନୌ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ଉତ୍ତର ପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂ କରୋନା  ପିଜିଟିଭ ହୋଇଛନ୍ତି । ନିଜେ ଟ୍ୱିଟ କରି ସ୍ୱତନ୍ତ୍ର ଦେବ ସିଂ ଏହି ସୂଚନା ଦେଇଛନ୍ତି । ତେବେ ପ୍ରଥମେ କରୋନାର ଲକ୍ଷଣ ଦେଖା ଯିବାପରେ ଶ୍ରୀଯୁକ୍ତ ସିଂ କୋଭିଡ ୧୯ ପରୀକ୍ଷା କରିଥିଲେ, ଯାହାପରେ ଏବେ ତାଙ୍କ ରିପୋର୍ଟ ପିଜିଟିଭ୍ ଆସିଥିବା ସେ ନିଜେ ଜଣାଇଛନ୍ତି । ଏହା ସହିତ ଗାଇଡ ଲାଇନ ଅନୁସାରେ ନିଜକୁ ସଂଘରୋଧ ଭାବରେ ରଖି ଆବଶ୍ୟକତା ଅନୁସାରେ ପରୀକ୍ଷା କରିନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଡାକ୍ତରଙ୍କ ପରାମଶର୍କ୍ରେମେ ସ୍ୱତନ୍ତ୍ର ଦେବ ସିଂ ନିଜକୁ ଘରେ ସଂଘରୋଧ ଭାବରେ ରଖିଥିବା ଅନ୍ୟ ଏକ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ସମସ୍ତ ରାଜ୍ୟବାସୀଙ୍କୁ ସରକାରଙ୍କ ଗାଇଡ ଲାଇନକୁ କଡ଼ାକଡ଼ି ଭାବରେ ମାନିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀଯୁକ୍ତ ସିଂ ।

 

ଆପଣଙ୍କୁ କହିରଖୁଛୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ନିଜେ କୋଭିଡ ପଜିଟିଭ୍ ହୋଇଥିବା ସୂଚନା ଟ୍ୱିଟରରେ ଦେଇଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କୋଭିଡ ପରୀକ୍ଷଣ କରିବା ମଧ୍ୟ ପାଇଁ କହିଛନ୍ତି ।