spot_img
Home Blog Page 6889

ଜିଓର ଦୁଇଟି ପ୍ଲାନ ୪୦୦ଟଙ୍କାରୁ ବି କମ ଦାମରେ , ମିଳୁଛି ୮୪ ଜିବି ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ବିଭିନ୍ନ ମୂଲ୍ୟରେ ଅନେକ ଯୋଜନା ପ୍ରଦାନ କରେ । ଅନେକ ଗ୍ରାହକ ଅଧିକ ଡାଟା ସହିତ ଏକ ପ୍ଲାନ ଚାହୁଁଛନ୍ତି, ଅନ୍ୟପଟେ କିଛି ଗ୍ରାହକ ଏକ ଲମ୍ବା ଭାଲିଡିଟି ଯୋଜନା ଖୋଜୁଛନ୍ତି ।  ଜଣାଇ ରଖୁଛୁ ଯେ, ୪୦୦ ଟଙ୍କାରୁ ମଧ୍ୟ କମ ଟଙ୍କାର ପ୍ଲାନ ଯେଉଁଥିରେ ଗ୍ରାହକ ମାନଙ୍କୁ ୮୪ ଜିବି ଡାଟା ଯୋଗାଇଦିଆଯାଉଛି । ସେଥିମଧ୍ୟରୁ ଗୋଟିଏ ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ଥିବାବେଳେ ଅନ୍ୟ ପ୍ଲାନଟି ଡବଲ୍ ଭାଲିଡିଟି ସହ ଚାଲିଛି । ତେବେ ଆସନ୍ତୁ ଜାଣିବା ସେହି ପ୍ଲାନ ଗୁଡ଼ିକ ବିଷୟରେ ।

ରିଲାଏନ୍ସ ଜିଓର ୩୯୯ ଟଙ୍କା ଥିବା ପ୍ଲାନ

ଏହା ରିଲାଏନ୍ସ ଜିଓର ପ୍ରତିଦିନ ୧.୫ ଜିବି ଡାଟା ଦେଉଥିବା ପ୍ରିପେଡ୍ ପ୍ଲାନ ଅଟେ । ୩୯୯ ପ୍ଲାନରେ ଗ୍ରହକଙ୍କୁ ୫୬ ଦିନର ଭାଲିଡିଟି ମିଳୁଛି । ଏହିପରି ଗ୍ରାହକ ୮୪ ଜିବି ବ୍ୟବହାର କରିପାରିବେ । କଲ କଥା କହିବାକୁ ଗଲେ ୟୁଜର୍ସ ଜିଓରୁ ଜିଓ ନେଟୱର୍କ ଅନଲିମିଟେଡ କଲିଂ ଏବଂ ଅନ୍ୟ ନେଟୱର୍କରେ କଲିଂ ପାଇଁ ୨୦୦୦ ନନ୍ ଜିଓ ମିନଟସ ମିଳୁଛି । ଏହା ବ୍ୟତୀତ ଦୈନିକ ଏସଏମଏସ ଏବଂ ଜିଓ ଆପ୍ସର ମାଗଣା ସବସ୍କ୍ରିପସନ ମଧ୍ୟ ମିଳୁଛି ।

ରିଲାଏନ୍ସ ଜିଓର ୩୪୯ ଟଙ୍କାର ପ୍ଲାନ

ଜିଓର ୩୪୯ ଟଙ୍କା ପ୍ଲାନରେ ମାତ୍ର ୨୮ ଦିନର ଭାଲିଡିଟି ମିଳୁଛି । ଏହା ଦୈନିକ ୩ ଜିବି ଡାଟା ଦେଉଛି । ଏହି ପରି ୨୮ ଦିନରେ ୟୁଜର୍ସ ୮୪ ଜିବି ଡାଟାର ବ୍ୟବହାର କରିପାରିବେ । ଏଥିରେ ୟୁଜର୍ସଙ୍କୁ ଜିଓରୁ ଜିଓ ନେଟୱର୍କରେ ଅନଲିମିଟେଡ କଲିଂ ଏବଂ ଅନ୍ୟ ନେକୱର୍କରେ କଲିଂରେ  ୧୦୦୦ ନନ୍ ଜିଓ ମିନିଟ ମିଳୁଛି । ଏହା ବ୍ୟତୀତ ଦୈନିକ ୧୦୦ଟି ଏସଏମଏସ ଏବଂ ଜିଓ ଆପ୍ସର ମାଗଣା ସବସ୍କ୍ରିପସନ ମଧ୍ୟ ଉପଲବ୍ଧ ରହିଛି ।

କେଉଁ ପ୍ଲାନ ଅଧିକ ଲାଭଦାୟକ

ଯଦି ଆପଣ ଅଧିକ ଇଣ୍ଟରନେଟ ବ୍ୟବହାର କରନ୍ତି ତେବେ ଆପଣ ୩୪୯ ଟଙ୍କା ପ୍ଲାନ ବ୍ୟବହାର କରିପାରିବେ । କାରଣ ଏଥିରେ ଦୈନିକ ୩ ଜିବି ଡାଟା ମିଳୁଛି । ଅନ୍ୟପଟେ ଯଦି ଆପଣଙ୍କୁ ଅଧିକ ଡାଟା ସହିତ ଭାଲିଡିଟି ମଧ୍ୟ ଦରକାର ତେବେ ୩୯୯ ଟଙ୍କା ପ୍ଲାନ ବ୍ୟବହାର କରିପାରିବେ ।

ଭାଙ୍ଗିଲା କେନାଲ ବନ୍ଧ, ହେକ୍ଟର ହେକ୍ଟର ଚାଷ ଜମିରେ ମାଡ଼ିଗଲା ପାଣି

ଜୟପୁର: ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଚାଷ କରିଥିଲା । କରୋନା ସମୟରେ କିଛି ରୋଜଗାର ହୋଇଥିଲେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳିଥାନ୍ତା । କିନ୍ତୁ ଏବେ ସବୁ ଉଜୁଡ଼ି ଗଲା । କେନାଲ ପାଣି ସବୁ ବୁଡ଼େଇ ଦେଲା । ଯେଉଁ କେନାଲକୁ ଚାଷ ପାଇଁ ବରଦାନ ଭାବିଥିଲେ ଚାଷୀ ସେହି କେନାଲ ଏବେ ଅଭିଶାପ ପାଲଟିଲା । ହଠାତ ସବୁକିଛି ବଦଳିଗଲା । ଚାଷକୁ ନେଇ ସଜ ସଜ ଭାବନାକୁ ଧୋଇନେଲା କେନାଲର ପାଣି । ମୁହୂର୍ତ୍ତକେ ଭାଙ୍ଗିଲା କେନାଲର ବନ୍ଧ । ଶହ ଶହ ହେକ୍ଟର ଚାଷ ଜମି ହେଲା ବାଲିଚର । କୋରାପୁଟ ଜିଲ୍ଲା ଜୟପୁର କଙ୍ଗା ପଞ୍ଚାୟତ ଡୁମୁରାଗୁଡାରେ କୋଲାବ ମୁଖ୍ୟ କେନାଲର ବନ୍ଧ ଭାଙ୍ଗିଯିବାରୁ ଜଳମଗ୍ନ ହୋଇଛି ଚାଷଜମି । ମରାମତି ଅଭାବରୁ ତଥା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ବନ୍ଧ ଭାଙ୍ଗିଥିବା ଚାଷୀ ଅଭିଯୋଗ କରିଛନ୍ତି  ।

ସୂଚନା ଅନୁଯାୟୀ, ଚାଷ କାର୍ଯ୍ୟ ପାଇଁ ଫଷଲ ଜମି ପାଖରେ ଯାଇଥିଲା କେନାଲ । ତେବେ କେନାଲ ବନ୍ଧ ବହୁ ପୁରୁଣା ହୋଇପଡ଼ିଥିଲା । ସେଥିପାଇଁ କେନାଲ ବନ୍ଧର ମରାମତି ପାଇଁ ବାରମ୍ବାର କୁହାଯାଇଥିଲା । କିନ୍ତୁ ଏଥିପ୍ରତି କେହି ଧ୍ୟାନ ଦେଇନଥିଲେ । ଯାହା ଫଳରେ କେନାଲରେ ପାଣି ଅଧିକ ହେବାରୁ କେନାଲଟି ଭାଙ୍ଗିଯାଇଥିଲା । ସେପଟେ ମରାମତି ଅଭାବରୁ କୋଲାବ କେନାଲର ବନ୍ଧ ଭାଙ୍ଗିପଡ଼ିଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି  । ୧୫ ଫୁଟ୍‌ ଉଚ୍ଚର ବନ୍ଧ ଭାଙ୍ଗିବାରୁ ଜଳମଗ୍ନ ହୋଇଛି ୫ଶହ ହେକ୍ଟରୁ ଅଧିକ ଚାଷଜମି ।

ଯାହାଫଳରେ ହେକ୍ଟର ହେକ୍ଟ ଚାଷଜମି ଏବେ ନଷ୍ଟ ହୋଇଯାଇଚି ।  ନଷ୍ଟ ହୋଇଛି ବ୍ୟାପକ ଫସଲ  । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଆଉ ଏବେ ଚିନ୍ତାରେ ପଡ଼ିଛନ୍ତି  ଚାଷୀ  । ଏ ବିଷୟରେ  ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖେ ସମସ୍ତ ସୂଚନା ଥିଲେ ମଧ୍ୟ ଅନୁଦାନ ଅଭାବରୁ କେନାଲ ବନ୍ଧ ମରାମତି କରିପାରିନଥିବା ସଫେଇ ଦେଇଛନ୍ତି ବିଭାଗୀୟ ଅଧିକାରୀ  । ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀ ଋଣ ଶୁଝିବା ଚିନ୍ତା ପଡ଼ିଛନ୍ତି  ।

ରାଜଧାନୀରେ ୩ ହଜାର ମୁହାଁ କରୋନା ସଂଖ୍ୟା, ଜାଣନ୍ତୁ କେଉଁଠୁ କେତେ ଲୋକାଲ କଣ୍ଟାକ୍ଟ

ଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରବିବାର ପୁଣି ୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୬୯ ଜଣ ଚିହ୍ନଟ ହୋଇଥିବା ବେଳେ ୪୯ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ତେବେ ରାଜଧାନୀରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୯୭୯  । ସେଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୬୯୧  । କରୋନାରେ ଭୁବନେଶ୍ୱରରେ ମୃତ୍ୟୁ ସଂଖ୍ୟା ୧୮କୁ ଛୁଇଁଛି ଏବଂ ମୋଟ ସକ୍ରିୟ ରହିଛନ୍ତି ୧୨୬୮ ଜଣ । ସେପଟେ ସବୁରି ଭିତରେ କରୋନା ରୋଗୀଙ୍କ ସୁସ୍ଥ ସଂଖ୍ୟା ଭୟ ଭିତରେ ଆଶ୍ୱସ୍ତି ଆଣି ଦେଉଛି । ଆଜି ଦିନକରେ ୧୨୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

୪୯ ଜଣ ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରୁ ଆଚାର୍ଯ୍ୟ ବିହାରରୁ ୧, ବରମୁଣ୍ଡରୁ ୧, ଜୟଦେବ ବିହାରରୁ ୧, ସିଆରପିଏଫର ଜଣେ ଅଧିକାରୀ, ଖଣ୍ଡଗିରି ଅଞ୍ଚରରୁ ୧, ଡ଼ମଣାରୁ ୧, ପଟିଆ ଶିଖଚଣ୍ଡି ବିହାରରୁ ୧, ଖଣ୍ଡଗିରିରୁ୨, ଟଙ୍କପାଣି ରୋଡରୁ ୧, ଡ଼ୁମୁଡ଼ୁମାରୁ ୧, ସାଲିଆ ସାହିରୁ ୨, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୧, ବରମୁଣ୍ଡା ଜମନ୍ନାଥ ବିହାରରୁ ୧, ଆଇଆରସି ଭିଲେଜରୁ ୨, ଘରୋଇ ଡାକ୍ତରଖାନାରୁ ୨, ସୁନ୍ଦରପଦା ଆଜାଦ ନଗରରୁ ୧, ଭୋଇ ନଗରରୁ ୨, ବୁଦ୍ଧ ନଗରରୁ ୧, ରଙ୍ଗମାଟିଆରୁ ୧, ଟଙ୍କପାଣି ରୋଡ଼ର ଶିବନଗରରୁ ୧, ବରମୁଣ୍ଡାରୁ ୨, ଇନଫୋସିଟିରୁ ୧, ସତ୍ୟନଗରର ଏକ ଘରୋଇ ମେଡିକାଲରୁ ୧, ନୟାପଲ୍ଲୀରୁ ଜଣେ ପୋଲିସ କର୍ମଚାରୀ , ବଡ଼ଗଡ଼ ବ୍ରିଟକଲୋନୀରୁ ୧, ପଳାଶୁଣିରୁ ୧, ନନ୍ଦିନି ବିହାରରୁ ୧, ୟୁନିଟି ୮ର ସିବିଆଇ କଲୋନୀରୁ ୩, ଜଣେ ପୋଲିସ କର୍ମଚାରୀ, ସୂର୍ଯ୍ୟ ନଗରରୁ ୧, ସାସ୍ତ୍ରୀ ନଗରରୁ ୧, ଚମ୍ପାବତି ସାହିରୁ ୧, ନୟାପଲ୍ଲୀରୁ ଜଣେ ସାମ୍ବାଦୀକ, ସାମନ୍ତରା ପୁରରୁ ୧, ପ୍ରଶାନ୍ତି ବିହାରରୁ ୧, ନିଳାଦ୍ରୀ ବିହାରରୁ ୧, ସହିଦ ନଗରରୁ ୧, ରାଧା କୃଷ୍ଣ ବସ୍ତିରୁ ୧, ଗ୍ୟାରେଜ ଛକରୁ ୧, ୟୁନିଟ ୨ରୁ ୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରବିବାର ରାଜ୍ୟରେ ୧୪୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟାଇନରେ ଥିଲେ ।  ବାକି ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୫୪୫ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

୨୦୨୦ ଶେଷ ସୁଦ୍ଧା ଆମେରିକାକୁ ମିଳିଯିବ କୋଭିଡ-୧୯ ଟୀକା!

ଓ୍ୱାଶିଂଟନ୍‌: ଆମେରିକାର ଶୀର୍ଷ ସଂକ୍ରମିତ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫାଉସୀ ଆଶା ରଖିଛନ୍ତିଯେ ଆସନ୍ତା ବର୍ଷ ୨୦୨୧ର ଆରମ୍ଭ ପର‌୍ୟ୍ୟନ୍ତ ଆମେରିକାବାସୀଙ୍କୁ କୋରନା ଭାଇରସ ସଂକ୍ରମଣରୁ ରକ୍ଷା କରିବା ପାଇଁ ଟୀକା ପ୍ରସ୍ତୁତ ହୋଇଯିବ । ଆମେରିକାରେ ହେବାକୁ ଥିବା କ୍ଲିନିକାଲ ଟେଷ୍ଟରେ ପ୍ରାୟ ୨ ଲକ୍ଷ ୫୦ ହଜାର ଲୋକ ସାମିଲ ହେବା ପାଇଁ ଇଚ୍ଛୁକ ଥିବା କହିଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଲର୍ଜି ଆଣ୍ଡ ଇନଫେକ୍ସନ ଡିଜିଜ୍‌ର ମୁଖ୍ୟ ବିଶେଷଜ୍ଞ ଏନ୍ଥୋନି ଫାଉସୀ ।

ଗତ ଶୁକ୍ରବାରକୁ ଆମେରିକାର ଏକ ସଭାରେ ଫାଉସୀ ଏହି ସୂଚନା ଦେଇଛନ୍ତି । ଏହା ସହିତ ସେ ଏହା ମଧ୍ୟ କହିଛନ୍ତିଯେ ବତ୍ତର୍ମାନ ପରିସ୍ଥିତିରେ କୋଭିଡ-୧୯ର ଯାଂଚ ପାଇଁ ଏକତ୍ର କରାଯାଉଥିବା ନମୁନା ରିପୋର୍ଟ ଦୁଇ ତିନି ଦିନରେ ମିଳିପାରୁନାହିଁ । ଏହା ବ୍ୟତୀତ ସମେସ୍ତ ମାସ୍କ ପିନ୍ଧିବା ସହିତ ନିୟମିତ ଭାବରେ ହାତ ଧୋଇବା ଏବଂ ଭିଡ଼ ସ୍ଥାନରୁ ଦୂରେଇ ରହି ସାମାଜିକ ଦୂରତା ରକ୍ଷା କରିବା ଆଦି ସଚେତନ ମୂଳକ ପନ୍ଥା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ଫାରୁସୀ । ଏହାକୁ ମାନିବା ଖୁବ ସହଜ ବୋଲି କହିଛନ୍ତି ରୋଗ ନିୟନ୍ତ୍ରଣ ଏବଂ ନିଷେଧ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ରବର୍ଟ ରେଡ଼ଫିଲ୍ଡ । ତେବେ ୨୦୨୧ ସୁଦ୍ଧା ଯେପରି ଟୀକା ପ୍ରସ୍ତୁତ ହୋଇଯିବ ସେଥିପ୍ରତି ଆଶାବାଦୀ ଅଛନ୍ତି ଡାକ୍ତର ରବର୍ଟ ।

କହିରଖୁଛୁ ହ୍ୱାଇଟ୍ ହାଉସର ଆଦେଶରେ ସଙ୍ଘୀୟ ସ୍ୱାସ୍ଥ୍ୟ ଏଜେନ୍ସି ଏବଂ ରକ୍ଷା ମନ୍ତ୍ରାଳୟ ସୀମିତ ସମୟରେ ୩୦ କୋଟି ଟୀକା ପ୍ରସ୍ତୁତ କରିବା ପାଇଁ ଯୋଜନା କରିଛନ୍ତି । କିନ୍ତୁ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଏହି ଟୀକା ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେବ ।

କରୋନାକୁ ହରାଇ ଘରକୁ ଫେରିଲେ ବିଗ୍ ବି: ଟ୍ୱିଟ କରି ସୂଚନା ଦେଲେ ପୁଅ ଅଭିଷେକ

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପ୍ରାୟ ତିନି ସପ୍ତାହରୁ ଅଧିକ ସମୟ ଧରି ମୁମ୍ବାଇର ନାନାବତୀ ଡାକ୍ତରଖାନା ରହିବା ପରେ ରବିବାର ତାଙ୍କୁ ଜିସଚାର୍ଜ କରାଯାଇଛି । ବିଗ୍ ବି ଡାକ୍ତରଖାନାରୁ ଡିସଚାର୍ଜ ହେବା ସୂଚନା ପୁଅ ଅଭିଷେକ ବଚ୍ଚନ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଜଣାଇଛନ୍ତି ।

ଅଭିଷେକ ବଚ୍ଚନ ନିଜ ଟ୍ୱିଟର ହାଣ୍ଡେଲରେ ଲେଖିଛନ୍ତି ଯେ, ମୁଁ ଆଶ୍ୱସ୍ତୀ ଅନୁଭବ କରୁଛି ଯେ ମୋ ବାପାଙ୍କ ଲାଟେଷ୍ଟ କୋଭିଡ ୧୯ ଟେଷ୍ଟ ନେଗେଟିଭ ଆସିଛି । ତାଙ୍କୁ ଆଜି ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସେ ବର୍ତ୍ତମାନ ଘରେ ଆରାମ କରୁଛନ୍ତି । ଆପଣ ସମସ୍ତଙ୍କର ପ୍ରାର୍ଥନା ପାଇଁ ମୁଁ ଧନ୍ୟବାଦ ଜଣାଉଛି ।

ଜଣାଇ ରଖୁଛୁ ଯେ, ଅମିତାଭ ବଚ୍ଚନ ଜୁଲାଇ ୧୧ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପରେ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ କିନ୍ତୁ ପରେ ଦୁହେଁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଜଣାଇ ରଖୁଛୁ ଯେ ଅଭିଷେକ ବଚ୍ଚନଙ୍କୁ ଏଯାଏଁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇନାହିଁ ।

ଟିକେ ବର୍ଷାର ଲୋଭ ଦେଖାଇ ବର୍ଷା ଗାଏବ, ଏବେ ଧାନ ରୋଇ ଚିନ୍ତାରେ ଚାଷୀ

ନବରଙ୍ଗପୁର: ଆଷାଢ ଯାଇ ଶ୍ରାବଣ ଶେଷ ହେବାକୁ ବସିଲାଣି, ହେଲେ ବର୍ଷାର ଦେଖାନାହିଁ  । ଚଳିତ ବର୍ଷ ପ୍ରଥମରୁ ବର୍ଷା ଦେଖି ଭଲ ଅମଳର ଆଶା ରଖିଥିଲେ ଚାଷୀ । ହେଲେ ଏବେ ଜୁନ୍ ଜୁଲାଇରେ ବର୍ଷା ଉଭେଇ ଯାଇଛି । ଆଉ ଚାଷ ଆରମ୍ଭ କରିଥିବା ଚାଷୀ ପାଣି ନପାଇ ବର୍ଷାକୁ ଚାତକ ଭଳି ଅନାଇ ରହିଛନ୍ତି  । ମୌସୁମୀ ଆସିଲା ସତ, ହେଲେ ଉଭେଇ ଯାଇଛି ବର୍ଷା  । ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ହାତବାନ୍ଧି ବସିଛି ଚାଷୀ ।

ଶ୍ରାବଣ ମାସରେ ବର୍ଷାର ଦେଖାନାହିଁ  । ଯିଏ ଯେମିତି ପାଣି ମଡ଼ାଇ ଚାଷ କରିଥିବା ବେଳେ ଏବେ ଜଳସେଚନ ଅଭାବରୁ ଧାନତଳି ପୋଡ଼ି ଗଲାଣି । ନବରଙ୍ଗପୁର ଅଞ୍ଚଳରେ ହେକ୍ଟ ହେକ୍ଟର ଜମିରେ ରୁଆ କାମ ଶେଷ ହୋଇଥିବା ବେଳେ ପାଣି ଅଭାବରୁ ତଳି ଶୁଖି ଗଲାଣି । ଏଭଳି ସ୍ଥିତି ଆଗକୁ ଲାଗିରହିଲେ ମରୁଡି ଆଶଙ୍କା ରହିଛି । ଏନେଇ ଆମେ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିବା ବେଳେ, ଆଗାମୀ କିଛି ଦିନ ସମାନ ସମସ୍ୟା ରହିଲେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ସରକାରଙ୍କୁ ଦିଆଯିବ ବୋଲି ଜଣାଇଛନ୍ତି  ।

ସେପଟେ ଯାଜପୁର ବଡ଼ଚଣା ବ୍ଲକ ଅଣକା ପଞ୍ଚାୟତରେ ବି ସମାନ ସମସ୍ୟା ଦେଖାଦାଇଛି । ବର୍ଷା ଅଭାବ ଯୋଗୁ ଚାଷ ଜମି ଫାଟି ଆଁ କରିଥିବା ବେଳେ ପାଣି ନପାଇ ତଳି ନଷ୍ଟ ହେଲାଣି । ଚାଷ କାମ ଅଧାରେ ରହିବା ଯୋଗୁ ଚାଷୀଙ୍କ ଚିନ୍ତା ବଢିଛି । ଧାର କରଜ କରି ଚାଷ ଆରମ୍ଭ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି  । ଆଉ କିଛି ଦିନ ବର୍ଷା ନହେଲେ ଆଗକୁ ମରୁଡି ଡର ରହିଛି । ଏଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

କଟକରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ:.. ଅଧିକ ଟେଷ୍ଟିଂ ଉପରେ ଦିଆଯାଇଛି ଗୁରୁତ୍ୱ

କଟକ: କଟକରେ କରୋନା ନେଇ ରାଜ୍ୟ ସରକାରଙ୍କ ସୂଚନା । ଜିଲ୍ଲାରେ ମୋଟ୍ ୨୨୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ଅଞ୍ଚଳରୁ ୧୦୦୦ ଜଣ ଚିହ୍ନଟ ହୋଇଛନ୍ତି  । ତେବେ ବର୍ତ୍ତମାନ ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଥିବା ସୂଚନା ରହିଛି । ଏବେ ସୁଦ୍ଧା କଟକରେ ୩୬ ହଜାର ଟେଷ୍ଟ କରାଯାଇଛି  । ଟେଷ୍ଟିଂ ପାଇଁ ଘରୋଇ ଲ୍ୟାବକୁ ଅନୁମତି ମିଳିଛି  । ଅନଲକ ୩.୦ ଘୋଷଣା ହୋଇଥିବାରୁ ସମସ୍ତଙ୍କ ଦାୟିତ୍ୱ ବଢ଼ିଥିବା ବେଳେ ଘରୁ ଯଥାସମ୍ଭବ କମ୍ ବାହାରିବାକୁ ପରାମର୍ଶ ଦିଆଯାଇଛି  ।

କଟକରେ ମୋଟ ୧୩ଟି ବ୍ଲକ ଲେଭସ ଟେଷ୍ଟି ହେଉଛି । କଟକ ମ୍ୟୁନିସିପାଲ ଅଞ୍ଚଳରେ ମୋବାଇଲ ସ୍ୱାବ କନେକ୍ସସନ କରାଯାଉଛି । ୧୫ ଟି ରାପିଡ ରେସପନ୍ସ କଟେଲଟର ଟିମ ରହିଛି । ଏପରିକି ପ୍ରାଇଭେଟ ଲାବୋରେଟୋରୀ ଗୁଡ଼ିକରେ ମଧ୍ୟ ସାମ୍ପେଲ ଟେଷ୍ଟ କରାଯିବ । କଟକରେ ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡ଼ିକରେ ୨୧୦୦ଟି ବେଡ଼ ଥିବାବେଳେ ବେଡ ସଂଖ୍ୟା ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ କଟକରେ ମୋଟ ୧୫୦ଟି କୋଭିଡ ହସ୍ପିଟାଲ ରହିଛି ।

କଟକରେ ଅନଲକ ୩.୦ର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା କମର୍ସିଆଲ ଆକଟିଭିଟିଜ୍ କୁ ଅଧିକ ଗୁରୁତ୍ୱ ଦିଆଯିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା, ହାତ ଧୋଇବାକୁ ଲୋକମାନଙ୍କୁ କୁହାଯାଉଛି ।

ସେପଟେ ପୁରୁଣା ରାଉସାପାଟଣାରୁ କଣ୍ଟେନମେଣ୍ଟ ଉଠାଇ ନିଆଯିବା ବେଳେ କେବଳ ଅଳ୍ପକିଛି ଜାଗାରେ କଣ୍ଟେନମେଣ୍ଟ କଟକଣା ରହିବ । ବେହେରା ସାହିରେ ଅଧିକ ଲୋକ ପଜିଟିଭ ରହିଥିବାରୁ , ସେଥିପାଇଁ ସ୍ୱତନ୍ତ୍ର ନଜର ରହିଛି  । କରୋନା କାହାକୁ ବି ହୋଇପାରେ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ  । କରୋନା ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦିଆଯାଇଛି  ।

କରୋନା କବଳରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା କାୟାରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଫିଲ୍ମ ଷ୍ଟାର ମଧ୍ୟ ଏହାର କବଳରେ ଆସିଛନ୍ତି  । ତେବେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  । ଅମିତ ଶାହା ନିଜେ ଟ୍ୱିଟ୍‌ କରି ଏହା ଜଣାଇଛନ୍ତି  ।

 

ସେ କହିଛନ୍ତି ତାଙ୍କର ପ୍ରଥମେ ଥଣ୍ଡା କାଶ ହୋଇଥିଲା ଭଳି କିଛି କରୋନା ଲକ୍ଷଣ ସେ ଅନୁଭବ କରିଥିଲେ । ପରେ ସେ ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ । ଟେଷ୍ଟରେ ଅମିତ ଶାହା କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ।  ସେ ଆହୁରି ମଧ୍ୟ ସଚେତନ କରାଇବା ପାଇଁ କହିଛନ୍ତି ଯେ ତାଙ୍କ ସହ ଏହି କିଛି ଦିନ ମଧ୍ୟରେ କେହି ଯଦି ସଂସ୍ପର୍ଶରେ ଆସିଛନ୍ତି ତେବେ ସେହି ବ୍ୟକ୍ତି ମାନେ ନିଜକୁ ଆଇସୋଲେସନରେ ରଖିବା ଜରୁରୀ ।

ଅମିତ ଶାହା ଏବେ ସୁସ୍ଥ ଅଛନ୍ତି ବୋଲି ସେ ଟ୍ୱିଟ କରି କହିଛନ୍ତି । ତାଙ୍କର ଦେହ ଏବେ ଭଲ ଅଛି ସେ ଏବେ ହସ୍ପିଟାଲରେ ଅଛନ୍ତି । ତେବେ ଏଠାରେ ଏବେ ବଡ଼ ପ୍ରଶ୍ନ ଉଠୁଛି ଯେତେବେଳେ କେନ୍ଦ୍ରରେ କରୋନା ସଂକ୍ରମଣ ପହଞ୍ଚିଲାଣି  । ଆଗକୁ ଆଉ କେଉଁ କେଉଁ କେନ୍ଦ୍ର ମନ୍ତ୍ରୀ କରୋନା ପଜିଟିଭ ବାହାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।

ଅମିତ ଶାହାଙ୍କୁ କରୋନା ହୋଇଥିବା ଖବର ଆସିବା ପରେ ବଡ଼ ବଡ଼ ରାଜନେତା ଠାରୁ ଆରମ୍ଭ କରି ସାଧାରଣ ଜନତା ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟ ମଧ୍ୟ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶାହାଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି ।

ସବ୍ୟସାଚୀଙ୍କ ସହାୟତା, ସୁରୁଖୁରୁରେ ଘରେ ପହଂଚିଲେ ଫୁଟବଲ ଖେଳାଳି

ଭୁବନେଶ୍ୱର:  କାହାର ଜୀବନ ନେଇଛି ତ ଆଉ କାହାର ସ୍ୱପ୍ନ ଭାଙ୍ଗି ଦେଇଛି  ବିଂଶ ଶତାଦ୍ୱୀର ଏହି କୋରନା ଭୂତାଣୁ ମହାମାରୀ । ଜାତୀୟ ସ୍ତରରେ ଖେଳିବା ପାଇଁ ଆଖିରେ ଆଖିଏ ସ୍ୱପ୍ନ ନେଇ ସୁଦୂର କୋରାପୁଟରୁ ଭୁବନେଶ୍ୱର ଆସିଥିଲେ ଫୁଟବଲ ଖେଳାଳି ରାଜୁ ହରିଜନ, ସୁଜିତ ସେଠିଆ ଏବଂ ସନ୍ତୋଷ ଫିଲିପ୍ସ । କିନ୍ତୁ  ନିଷ୍ଠୁର ମହାମାରୀ କୋରନା ସେମାନଙ୍କୁ ରାସ୍ତା କଡ଼କୁ ନେଇ ଆସିଲା । ଯାହାପରେ ବାଧ୍ୟ ହୋଇ ଭୁବନେଶ୍ୱର ସ୍ଥିତ ରସୁଲଗଡ଼ରେ ଥିବା ଏକ ଆପାର୍ଟମେଂଟରେ ସିକ୍ୟୁରିଟି ଗାର୍ଡ଼ ଭାବରେ ତିନିଜଣ କାମ କରିବାକୁ ଲାଗିଲେ , କିନ୍ତୁ ଦରମା ନମିଳିବାରୁ ବାଧ୍ୟ ହୋଇ ସେହି ଚାକିରିକୁ ଛାଡ଼ିଦେଲେ । ଏହି ମଧ୍ୟରେ ସମାନଙ୍କ ପାଇଁ ଦେବଦୂତ୍ତ ସାଜି ଆସିଲେ  ପୋଲିସ କନେଷ୍ଟବଲ ଚିତ୍ତରଞ୍ଜନ ମିଶ୍ର (ଓ.ଏସ.ଏପି.୭ମ ବାଟାଲିୟନ)। ପେଟ ପାଇଁ ଭୋକ ସହିତ ଲଢୁଥିବା ତିନି ଖେଳାଳିଙ୍କୁ ଜୟଦେବ ବିହାରରେ କୋଭିଡ ଲକଡାଉନ ଡ୍ୟୁଟି କରୁଥିବା ସମୟରେ ଚିତ୍ତରଞ୍ଜନ ମିଶ୍ର ରାସ୍ତା କଡ଼ରେ ଭେଟିଲେ ।

ଯଦିଓ ଚାକିରି ତାଙ୍କର ଜଣେ କୋରନା ଯୋଦ୍ଧାର, କିନ୍ତୁ ମାନବିକତା ଦେଖେଇବାକୁ ଭୁଲିଲେନି ପୋଲିସ କନଷ୍ଟେବଲ ଚିତ୍ତରଞ୍ଜନ ମିଶ୍ର । ନିଜ ଘରୁ ପ୍ରତିଦିନ ଖାଦ୍ୟ ଆଣି ଏମାନଙ୍କୁ ଦେଲେ । ଏହାପରେ ଏହି ଦୟାଳୁ ପୋଲିସ୍‌ ଜଣକ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ସୋସିଆଲ ମିଡିଆରେ ଯୋଗାଯୋଗ କରି ତାଙ୍କ ସହାୟତାରେ ସେମାନଙ୍କୁ କୋରାପୁଟରେ ପହଂଚାଇଲେ ।

ତେବେ ଏହି ବିଶ୍ୱବ୍ୟାପି ସମସ୍ୟା ଶେଷ ହେବା ପରେ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସହାୟ ହେବେ ବୋଲି କଥା ଦେଇଛନ୍ତି ସବ୍ୟସାଚୀ ।

କଡ଼ା କଟକଣା ପରେ ମଧ୍ୟ ଚେତୁନି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ରାସ୍ତା କଡ଼ରୁ ମିଳୁଛି ପିପିଇ କିଟ୍‌

ବାଲିଗୁଡ଼ା: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ରାଜ୍ୟରେ କୋଭିଡ ନିୟମକୁ କଡ଼ାକଡ଼ି କରାଯାଇଛି । କିନ୍ତୁ ଏଭଳି ସମୟରେ କୋଭିଡ ନିୟମକୁ ଖୋଦ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଭାଙ୍ଗିବାରେ ବ୍ୟସ୍ତ । କେତେବେଳେ ଡାକ୍ତର ବାବୁ ଗଣମାଧ୍ୟ ଉପରକୁ ହାତ ଉଠାଇଲେଣି ତ ପୁଣି କେତେବେଳେ ରାସ୍ତା କଡ଼ରେ ପଡ଼ିଲାଣି ପିପିଇ କିଟ । ପିପିଇ କିଟ୍‌କୁ ବ୍ୟବହାର ପରେ ନଷ୍ଟ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହାକୁ ନଷ୍ଟ ନକରି ରାସ୍ତା କଡ଼ରେ ଫୋପାଡ଼ି ନିଜର କାମକୁ ସାରି ଦେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ମର୍ମଚାରୀ । ଯାହା ରାଜ୍ୟରେ ବାରମ୍ବାର ଦେଖିବାକୁ ମିଳିଛି ।

ବାଲିଗୁଡ଼ାରେ ରାସ୍ତା କଡ଼ରେ ପଡ଼ିଛି ପିପିଇ କିଟ୍ । କନ୍ଧମାଳ ଜିଲ୍ଲା କୋଟଗଡ଼ ନିକଟ ଏକ ରାସ୍ତା କଡ଼ରେ ପିପିଇ କିଟ୍ ପଡ଼ିଥିବା ଦେଖିବାକୁ ମିଳିଛି । ରାସ୍ତା କଡ଼ରେ  ପଡ଼ିଥିବା ପିପିଇ କିଟ୍ ଦେଖି ଅଞ୍ଚଳରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୭୨କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେବଳ କୋଟଗଡ଼ ଅଞ୍ଚଳରୁ ୨୦ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି । କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାରା ଜିଲ୍ଲାକୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି ।

ସେପଟେ ରାଜ୍ୟରେ କୋରୋନା ମୁକାବିଲା ନେଇ ବିଭିନ୍ନ ପଦକ୍ଷେପ ନିଆୟାଉଥିବା ବେଳେ ସର୍ବସାଧାରଣ ସ୍ଥାନରେ ପିପିଇ କିଟ୍ ଫିଙ୍ଗା ଯାଉଥିବା ଘଟଣା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିଭଳି ଶଙ୍କରାକଖୋଲ ନକିଟସ୍ଥ ଗୁଡୁରି ଗାଁ ନକିଟକରେ ଏବଂ ଖଜୁରିପଡ଼ା ନକିଟସ୍ଥ ଏକ ପରିତ୍ୟକ୍ତ କୂଅ ପାଖରୁ କୀଟ୍ ମିଳିଥିବା ବେଳେ ।