spot_img
Home Blog Page 6892

ପରିବା ଦୋକାନୀ ମେଥି କହି ଗଞ୍ଜେଇ ଦେଲା, ତରକାରୀ ଖାଇ ପୁରା ପରିବାର ଅସୁସ୍ଥ

ଉତ୍ତରପ୍ରଦେଶ: କନ୍ନୌଜ ଏକ  ବିଚିତ୍ର ଘଟଣା ସାମ୍ନକୁ ଆସିଛି । ଏଭଳି ଏକ ଘଟଣା ଯାହା ଆପଣ ଶୁଣିଲେ ପୁରା ଆଶ୍ଚର୍ଯ୍ୟ ହୋଇଯିବେ । ଯାହା ଆପଣ ଆଗରୁ କେବେ ଶୁଣି ନଥିବେ ସେହିଭଳି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟ କଲାଭଳି କଥାଟି ହେଉଛି ଗୋଟିଏ ପରିବାରର ୬ ଜଣ ସଦସ୍ୟ ଗଞ୍ଜେଇ ତରକାରି ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର କନ୍ନୌଜର ମିଆଗଞ୍ଜ ଗ୍ରାମରେ ।

ସୂଚନା ଅନୁଯାୟୀ, ସେଠାକାର ଜଣେ ସ୍ଥାନୀୟ ପରିବା ଦୋକାନୀ ଶନିବାର ଜଣେ ସ୍ଥାନୀୟ ଲୋକଙ୍କୁ ଗଞ୍ଜେଇ ବିକ୍ରି କରିଥିଲେ ଏହା ମେଥି ବୋଲି କହି । ପରିବା ବିକାଳି ତାଙ୍କୁ କଣ ଦେଲେ ତାହା ନଦେଖି ସିଧା ଘରକୁ ନେଇ ଚାଲିଯାଇଥିଲେ ସ୍ଥାନୀୟ ଲୋକ ଜଣକ । ଘରକୁ ଫେରି ରୋଷେଇ କରିବା ପାଇଁ ବୋହୂ ପିଙ୍କିଙ୍କୁ ପ୍ୟାକେଟ୍ ଦେଥିଲେ । ସନ୍ଧ୍ୟା ପ୍ରାୟ ୪ ଟା ବେଳେ ପିଙ୍କି ଏହାକୁ ନେଇ ରୋଷେଇ କରିଥିଲେ ।

ରୋଷେଇ ସରିବା ପରେ ସନ୍ଧ୍ୟା ସମୟରେ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ । ପରିବାର ୬ ଜଣ ସଦସ୍ୟ ଏହାକୁ ଖାଇ ଅସୁସ୍ଥ ହୋଇପଡ଼ିଥିଳେ ବୋଲି ଅମର ଉଜାଲା କହିଛନ୍ତି । ସେ କହିଛନ୍ତି ଏହାକୁ ଖାଇସାରିବାର କିଛି ସମୟ ପରେ ପରିବାରର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା । ତାପରେ ସେମାନେ ପଡ଼ୋଶୀଙ୍କୁ ଡାକ୍ତର ଡାକିବାକୁ କହିଥିଲେ । ଏହା ପରେ ପଡୋଶୀମାନେ ପୋଲିସକୁ ଖବର ଦେବା ପରେ ପୁରା ପରିବାରକୁ ଡାକ୍ତରଖାନାକୁ ନିଆଯାଇଥିଲା ।

ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କଲା, ସେତେବେଳେ ସେମାନେ ଏକ ପାତ୍ରରେ ରନ୍ଧା ହୋଇଥିବା ‘ଗଞ୍ଜେ ତରକାରି’ ଏବଂ ପ୍ୟାକେଟରେ ବଳକା ଥିବା ଗଞ୍ଜେଇ ଦେଖିଥିଲେ । ପୋଲିସ୍ ରନ୍ଧା ଏବଂ ରନ୍ଧା ନଥିବା ଖାଦ୍ୟକୁ ଜବତ କରିଛି । ପନିପରିବା ବେପାରିକୁ ମଧ୍ୟ ଅଟକ ରଖିଛି ପୋଲିସ ।

ଦେଶରେ ମୋଟ୍ ସଂକ୍ରମିତ ସଂଖ୍ୟା ୫ଲକ୍ଷ ୮୫ ହଜାର ପାର୍… ୨୪ ଘଣ୍ଟାରେ ୫୦୭ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଭାରତରେ କରୋନା ତା’ର କାୟା ବିସ୍ତାର କରିଚାଲିଛି । ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ଛଅ ଲକ୍ଷରେ ପହଞ୍ଚିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ହଜାର ୬୫୩ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କରୋନା ସଂକ୍ରମଣରେ ୫୦୭ଜଣଙ୍କ ମୃତ୍ୟୁ ହୋଇଛି ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏପର୍ଯ୍ୟନ୍ତ ୫ ଲକ୍ଷ ୮୫ ହଜାର ୪୯୩ ଜଣ ଲୋକ କରୋନାରେ ସଂକ୍ରମିତ ଅଛନ୍ତି।

୨ଲକ୍ଷ ୨୦ ହଜାରରୁ ଅଧିକ ଆକ୍ଟିଭ୍ କେସ ରହିଥିବା ବେଳେ ୩ଲକ୍ଷ ୪୭ ହଜାରରୁ ଅଧିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ୧୭ ହଜାର ୪ଶହ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ୭୪ହଜାର ସଂକ୍ରମିତ ହୋଇଥିବା ବେଳେ ୭ହଜାର ୮ଶହରୁ ଅଧିକ ମୃତ୍ୟୁ ହୋଇଛି ।

https://nandighoshatv.com/biramitrapur-iic-dismissed-by-odisha-dgp/

ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ଟପିଥିବା ବେଳେ ଦିଲ୍ଲୀରେ ୮୭ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ପ୍ରତି ଆଠ ଦିନରେ କୋଭିଡ -୧୯ ର ୧୫,୦୦୦ ରୁ ଅଧିକ ନୂଆ ମାମଲା ସାମନାକୁ ଆସୁଛି । ସେଥିରୁ ୫୯.୦୭ ପ୍ରତିଶତ ସଂକ୍ରମିତ ଠିକ୍ ହେଉଛନ୍ତି । ବିଦେଶୀ ନାଗରିକମାନେ ମଧ୍ୟ ମୋଟ ସଂକ୍ରମିତ ସଂଖ୍ୟାରେ ଜଡିତ ଅଛନ୍ତି । ଜୁନ୍ ୧ ଠାରୁ ଦେଶରେ ୩ ଲକ୍ଷ ୭୬ ହଜାର ୩୦୫ଟି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

କ୍ରମାଙ୍କ ରାଜ୍ୟ ନାମ କରୋନା ମାମଲା (୧୧ ବିଦେଶୀ ନାଗରିକ ସାମିଲ) ସୁସ୍ଥ ମୃତ
ଆଣ୍ଡମାନ ନିକୋବର ୯୭ ୫୦
ଆନ୍ଧ୍ର ପ୍ରଦେଶ ୧୪୫୯୫ ୬୫୧୧ ୧୮୭
ଅରୁଣାଚଳ ପ୍ରଦେଶ ୧୯୧ ୬୨
ଆସାମ ୮୨୨୭ ୫୬୪୭ ୧୨
ବିହାର ୧୦୦୪୩ ୭୬୮୭ ୬୭
ଚଣ୍ଡିଗଡ ୪୪୦ ୩୬୪
ଛତିଶଗଡ ୨୮୬୦ ୨୨୫୦ ୧୩
ଦିଲ୍ଲୀ ୮୭୩୬୦ ୫୮୩୪୮ ୨୭୪୨
ଗୋଆ ୧୩୧୫ ୫୯୬
୧୦ ଗୁଜୁରାଟ ୩୨୫୫୭ ୨୩୬୬୨ ୧୮୪୬
୧୧ ହରିୟାଣା ୧୪୫୪୮ ୯୯୭୨ ୨୩୬
୧୨ ହିମାଚଳ ପ୍ରଦେଶ ୯୫୩ ୫୮୦ ୧୦
୧୩ ଜାମ୍ମୁ-କାଶ୍ମୀର ୭୪୯୭ ୪୭୨୨ ୧୦୧
୧୪ ଝାଡଖଣ୍ଡ ୨୪୯୦ ୧୮୮୪ ୧୫
୧୫ କର୍ଣ୍ଣାଟକ ୧୫୨୪୨ ୭୯୧୮ ୨୪୬
୧୬ କେରଳ ୪୪୪୨ ୨୩୦୬ ୨୪
୧୭ ଲଦାଖ ୯୭୩ ୬୪୮
୧୮ ମଧ୍ୟପ୍ରଦେଶ ୧୩୫୯୩ ୧୦୩୯୫ ୫୭୨
୧୯ ମହାରାଷ୍ଟ୍ର ୧୭୪୭୬୧ ୯୦୯୧୧ ୭୮୫୫
୨୦ ମଣିପୁର ୧୨୩୪ ୫୫୩
୨୧ ମେଘାଳୟ ୫୨ ୪୨
୨୨ ମିଜୋରାମ ୧୬୦ ୧୨୨
୨୩ ଓଡିଶା ୭୦୬୫ ୫୧୮୯ ୨୫
୨୪ ପଣ୍ଡିଚେରୀ ୭୧୪ ୨୭୨ ୧୨
୨୫ ପଞ୍ଜାବ ୫୫୬୮ ୩୮୬୭ ୧୪୪
୨୬ ରାଜସ୍ଥାନ ୧୮୦୧୪ ୧୪୨୨୦ ୪୧୩
୨୭ ତାମିଲନାଡୁ ୯୦୧୬୭ ୫୦୦୭୪ ୧୨୦୧
୨୮ ତେଲେଙ୍ଗାନା ୧୬୩୩୯ ୭୨୯୪ ୨୬୦
୨୯ ତ୍ରିପୁରା ୧୩୮୮ ୧୦୮୬
୩୦ ଉତ୍ତରାଖଣ୍ଡ ୨୮୮୧ ୨୨୩୧ ୪୧
୩୧ ଉତ୍ତରପ୍ରଦେଶ ୨୩୪୯୨ ୧୬୦୮୪ ୬୯୭
୩୨ ପଶ୍ଚିମବଙ୍ଗ ୧୮୫୫୯ ୧୨୧୩୦ ୬୬୮
୫୮୫୪୯୩ ୩୪୭୯୭୯ ୧୭୪୦୦

 

ଦୁନିଆର ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ

ଆମେରିକା, ବ୍ରାଜିଲ, ଋଷ ପରେ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଭାରତ ଅପେକ୍ଷା ଅଧିକ ମାମଲା ଆମେରିକାରେ (୨,୭୨୭,୩୯୮), ବ୍ରାଜିଲ (୧,୪୦୮,୪୮୫), ଋଷ(୬,୪୭,୮୪୯)ରେ ଅଛି କିନ୍ତୁ ଭାରତରେ ମାମଲା ବୃଦ୍ଧିର ଗତି ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଆମେରିକା ଏବଂ ବ୍ରାଜିଲ ପରେ ଗୋଟିଏ ଦିନରେ ଭାରତରେ ସର୍ବାଧିକ ସଂଖ୍ୟକ ମାମଲା ପଞ୍ଜିକୃତ ହୋଇଛି  ।

ଆପ୍ ଉପରେ ନିଷେଧାଦେଶ ପରେ ଚୀନ୍‌ର ବାଣିଜ୍ୟ ଯୁଦ୍ଧ ଧମକ

ନୂଆଦିଲ୍ଲୀ: ଚାଇନାର ଆପ୍‌ ବ୍ୟାନ୍‌ ପରେ ଚାଇନା ବାଉଳି ହେଉଛି । ବାଣିଜ୍ୟ ଯୁଦ୍ଧ ପାଇଁ ଦେଉଛି ରଣ ହୁଙ୍କାର । ଚୀନର ୫୯ ଟି ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତର ନିଷ୍ପତ୍ତି ଉପରେ ଚୀନରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଚାଇନାର କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ନିୟନ୍ତ୍ରିତ ଏକ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ ଏଭଳି ପଦକ୍ଷେପ ଯୋଗୁଁ ଭାରତ ଚୀନ୍ ସହିତ ବାଣିଜ୍ୟ ଯୁଦ୍ଧକୁ ଅଣଦେଖା କରିବା ଉଚିତ୍ ନୁହେଁ । ଖବରକାଗଜ ଲେଖିଛି ଯେ  ଚୀନ୍ କମ୍ପାନୀଗୁଡିକ ବିରୋଧରେ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କୌଣସି କାରଣ ନାହିଁ ।

୨୦୧୭ ର ଡୋକଲାମ ବିବାଦ ବିଷୟରେ ଚାଇନାର ଖବରକାଗଜ ଲେଖିଛି – ‘ବିଗତ ଅନେକ ବର୍ଷ ମଧ୍ୟରେ ଚୀନ-ଭାରତ ସୀମାରେ କିଛି ବିବାଦ ଦେଖାଦେଇଥିଲା । କିନ୍ତୁ ବାଣିଜ୍ୟ ଯୁଦ୍ଧ ଉଭୟ ଦେଶ ପାଇଁ ଅସାଧାରଣ ହେବ । ୨୦୧୭ ର ଡୋକଲାମ ବିବାଦ ସମୟରେ ମଧ୍ୟ ସଙ୍କଟ ପରେ ଦ୍ୱିପାକ୍ଷିକ ବାଣିଜ୍ୟ ଆରମ୍ଭ ହୋଇଥିବାରୁ ଭାରତର ଆର୍ଥିକ କ୍ଷତି ସୀମିତ ଥିଲା । ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ ଆପର ନିଷେଧାଦେଶ ଦ୍ୱାରା ଚୀନ୍ କମ୍ପାନୀଗୁଡିକ କ୍ଷତିଗ୍ରସ୍ତ ହେବେ ବୋଲି ଅସ୍ୱୀକାର କରାଯାଇପାରିବ ନାହିଁ । କିନ୍ତୁ ଯଦି ଆମେ ବଡ଼ ଚିତ୍ରକୁ ଦେଖିବା ତେବେ ଏହା ସ୍ପଷ୍ଟ ଯେ ଚୀନ୍‌ର ବୃହତ ଅର୍ଥନୀତିକୁ କ୍ଷତି ପହଞ୍ଚାଇବା ସ୍ଥିତିରେ ଭାରତ ନାହିଁ ।

ଚୀନ୍ ଖବରକାଗଜ ଲେଖିଛି ଯେ ସୀମାରେ ସଂଘର୍ଷ ପରେ ଚୀନ୍ ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ବଜାୟ ରଖିବା ପାଇଁ ଭାରତ ସରକାରଙ୍କ ସହ ଶାନ୍ତି ପାଇଁ ଉଦ୍ୟମ କରୁଛି । ଏହା ଉଭୟ ଦେଶ ପାଇଁ ଲାଭଦାୟକ ଅଟେ । କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ମୋଦୀ ସରକାର ଭାରତୀୟଙ୍କ ମଧ୍ୟରେ ବଢ଼ୁଥିବା ଜାତୀୟତାକୁ ରୋକିବାରେ ବିଫଳ ହୋଇଛନ୍ତି ।

ଗ୍ଲୋବାଲ ଟାଇମ୍ସ କହିଛି ଯେ ଦେଶରେ ଜାତୀୟତା ବୃଦ୍ଧି ହେତୁ ଚାପ ଯୋଗୁଁ ମୋଦୀ ସରକାର ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଖବରକାଗଜ ଅନୁଯାୟୀ ଉଭୟ ଦେଶ ସୀମାରେ ଏପରି ଘଟଣା ଦେଖିନଥିଲେ । କିନ୍ତୁ ଚୀନ୍ ନିବେଶକଙ୍କ ବିଶ୍ୱାସକୁ ଭାରତ ସରକାର ଭାଙ୍ଗି ଦେଇଛନ୍ତି । ଯଦି ଭାରତ ସରକାର ଏହି ଉପାୟରେ ଦେଶର ଜାତୀୟତାବାଦୀ ଭାବନାକୁ ପ୍ରୋତ୍ସାହନ ଜାରି ରଖନ୍ତି, ତେବେ ଭାରତକୁ ଡୋକଲାମ ସଙ୍କଟଠାରୁ ଅଧିକ କଷ୍ଟ ସହିବାକୁ ପଡ଼ିବ । ସରକାର ପରିସ୍ଥିତିକୁ ବୁଝିବେ ଏବଂ ସାମ୍ପ୍ରତିକ ସଙ୍କଟ ବଢ଼ିବାକୁ ରୋକିବାକୁ ଚେଷ୍ଟା କରିବେ ବୋଲି ଖବରକାଗଜରେ ଆଶା ପ୍ରକାଶ ପାଇଛି ।

କରୋନାରେ ମୃତ୍ୟୁ ପରେ ମିଳୁନି ସମ୍ମାନ: ଆମ୍ଭୁଲାନ୍ସରେ ନେଇ ଖାଲରେ ଫିଙ୍ଗୁଛନ୍ତି ଅଧିକାରୀ, ଭାଇରାଲ ହେଲା ଭିଡିଓ

ବେଲାରୀ: କର୍ଣ୍ଣାଟକର ବେଲାରୀରେ କରୋନା ବିପକ୍ଷରେ ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହକୁ ଅସମ୍ମାନ । ଶବକୁ କବର ଦେବାବେଳେ ସେମାନଙ୍କୁ ଖାଲରେ ଫିଙ୍ଗିଦେଉଥିବା ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ କର୍ଣ୍ଣାଟକ ବିଜେପି ସରକାରକୁ କଂଗ୍ରେସ ଏବଂ ଜେଡିଏ ସମାଲୋଚନା କରିଛନ୍ତି । ଭାଇରାଲ ହୋଇଥିବା ଭିଡିଓ ସ୍ଥାନୀୟ ଲୋକଙ୍କ ମନରେ ଏକ ପ୍ରକାରର ଉଦବେଗ ସ୍ରୁଷ୍ଟି କରିଛି ।

ଭିଡିଓରେ ଦେଖାଯାଉଛି ଯେ ଗୋଟିଏ ପରେ ଗୋଟିଏ ଶବକୁ ଆମ୍ବୁଲାନ୍ସରୁ ବାହାର କରି ଅଳିଆ ପରି ଖାଲରେ ଫିଙ୍ଗି ଦିଆଯାଉଛି । ଭିଡିଓରେ, ପିପିଏ ସୁଟ୍ ପିନ୍ଧିଥିବା କର୍ମଚାରୀମାନେ ଖାଲରେ ଶବ ରଖିଥିବାର ନଜର ଆସିଛନ୍ତି । ନିକଟରେ ଏକ ଜେସିବି ମେସିନ୍ ମଧ୍ୟ ମୃତ ଦେହକୁ ନେଇଯାଉଥିବା ନଜର ଆସିଥିଲା । ଏହାପରେ ସେଥିରେ ନିଓଜିତ ଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା । ସରକାରୀ କର୍ମଚାରୀଙ୍କ ଏପରି ଆଚରଣକୁ ନେଇ ରାଜନୈତିକ ଦଳ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବେଲାରୀ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବେଲାରୀର ଡିସି କହିଛନ୍ତି ଯେ ଭିଡିଓ ଦେଖିବା ପରେ ମୁଁ ତଦନ୍ତ ନିର୍ଦ୍ଦେଶ ଦେଇଛି । ପ୍ରଥମ ଦେଖାରେ, ଲାଗୁଛି ଯେ ପ୍ରୋଟୋକଲ୍ ଅନୁସରଣ କରାଯାଇଛି କିନ୍ତୁ ମାନବିକତା ଦୃଷ୍ଟିରୁ ଯାହା ଘଟିଛି ତାହା ଭୁଲ୍ ଅଟେ । ଶବଗୁଡ଼ିକୁ ସମ୍ମାନର ସହିତ ଦାହ କରାଯିବା ଉଚିତ୍ ।

ତେବେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ବି ଏହି ଘଟଣାରେ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ଶ୍ରୀରାମୁଲୁ କହିଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ କର୍ମୀମାନେ ଏହା କରିବା ସମୟରେ ପ୍ରୋଟୋକଲ୍ ଅନୁସରଣ କରିବା ଉଚିତ୍ । ଏଥି ସହ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ କୋଭିଡ ପୀଡିତଙ୍କ ମୃତଦେହ ସହିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଏପରି ବ୍ୟବହାର ଅମାନବୀୟ ଏବଂ ଯନ୍ତ୍ରଣାଦାୟକ ଅଟେ । ସ୍ୱାସ୍ଥ୍ୟ କର୍ମୀଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବିକତାଠାରୁ କୌଣସି ଧର୍ମ ନାହିଁ, ତେଣୁ ଶବକୁ ଶବଦାହ କରିବା ଉଚିତ୍ ।