spot_img
Home Blog Page 690

ଆଜି ଝାଡ଼ଖଣ୍ଡ ବନ୍ଦ ,ଭାରତ ଆଦିବାସୀ ପାର୍ଟି ଓ ବହୁ ଆଦିବାସୀ ସଂଗଠନ ପକ୍ଷରୁ ବନ୍ଦ ଡାକରା

ନନ୍ଦିଘୋଷ ବ୍ୟୁରୋ : ଝାଡ଼ଖଣ୍ଡ ସେରୋମଟୋଲି ଅନ୍ତର୍ଗତ କେନ୍ଦ୍ରୀୟ ସରନା ସ୍ଥଳରେ ନବନିର୍ମିତ ରାମ୍ପକୁ ନେଇ ବିବାଦ। ଆଜି ଝାଡ଼ଖଣ୍ଡରେ ବନ୍ଦ ଡାକରା ଦିଆଯାଇଛି । ଏହି ରାମ୍ପକୁ ହଟାଇବା ଦାବିରେ ଆହୂତ ଝାଡ଼ଖଣ୍ଡ ବନ୍ଦ ଡାକରାକୁ ସମର୍ଥନ ଦେଇଛି ଭାରତ ଆଦିବାସୀ ପାର୍ଟି ବା ବିଏପି। ରାଞ୍ଚିର ସେରୋମଟୋଲି ଫ୍ଲାଏଓଭରର ଅଂଶବିଶେଷ ଭାବେ ନିର୍ମିତ ହୋଇଛି ରାମ୍ପ। ବିଏପି ରାଜ୍ୟ ସଭାପତି ପ୍ରେମ ସାହି ମୁଣ୍ଡା କହିଛନ୍ତି- ସରନା ସ୍ଥଳରେ ରାମ୍ପ ନିର୍ମାଣକୁ ବିଭିନ୍ନ ଆଦିବାସୀ ସଂଗଠନ ବିରୋଧ କରୁଛନ୍ତି। ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହା ସହ ରାଜ୍ୟରେ ଧାର୍ମିକ ସ୍ଥଳର ସୁରକ୍ଷା, ପେସା ଆଇନର କାର୍ଯ୍ଯକାରିତା ସମେତ ଅନ୍ୟାନ୍ୟ ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ଆଦିବାସୀମାନେ ଅଭିଯୋଗ କରୁଛନ୍ତି ସେରୋମଟୋଲି ଅନ୍ତର୍ଗତ କେନ୍ଦ୍ରୀୟ ସରନା ସ୍ଥଳରେ ରାମ୍ପ ନିର୍ମାଣ ହେଲେ ଧାର୍ମିକ ସମାଗମ ବାଧାପ୍ରାପ୍ତ ହେବ । ଏହି ଆନ୍ଦୋଳନରେ ନେୃତୃତ୍ବ ନେଉଛି ଆଦିବାସୀ ବଚାଓ ମୋର୍ଚ୍ଚା। ୨.୩୪ କିଲୋମିଟର ଦୀର୍ଘ ଫ୍ଲାଏଓଭରରୁ ୧୩୨ ମିଟର ରେଳଲାଇନ ଉପରେ ଯାଉଛି ।

ଆଜି ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ, ବିଧାନସଭା ନିର୍ବାଚନରେ ପରାଜୟର କାରଣ ନେଇ କରିବେ ସମୀକ୍ଷା

ନନ୍ଦିଘୋଷ ବ୍ୟୁରୋ : ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ । ହରିୟାଣାର କଂଗ୍ରେସ ସାଂଗଠନିକ ବିନ୍ୟାସ ସମ୍ପର୍କରେ ରାହୁଲ ଆଲୋଚନା କରିବେ ବୋଲି କହିଛନ୍ତି ପିସିସି ସଭାପତି ଉଦୟ ଭାନ । ଏହି ବୈଠକରେ ଏଆଇସିସି ଓ ପିସିସି ପର୍ଯ୍ୟବେକ୍ଷକ ବି ସାମିଲ ହେବେ ବୋଲି ସୂଚନା ମିଳିଛି । ହରିୟାଣାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ଅବକାଶରେ ଏହି ବୈଠକ ଅନୁଷ୍ଠିତ ହେବ । ଗତବର୍ଷ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରଠାରୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାହାରିକୁ ନିଯୁକ୍ତି ଦିଆଯାଇପାରିନାହିଁ । ଏହି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି । ଗତବର୍ଷର ନିର୍ବାଚନରେ ଦଳ କାହିଁକି ପରାଜିତ ହେଲା ସେ ସମ୍ପର୍କରେ ମାନସ ମନ୍ଥନ ଚାଲିଥିଲେ ବି କୌଣସି ନିର୍ଣ୍ଣାୟକ ସ୍ଥିତିରେ ଦଳ ପହଞ୍ଚି ପାରିନାହିଁ । କୁହାଯାଉଛି ଦଳ ଭିତରେ କନ୍ଦଳ ହିଁ ଦଳକୁ ବିପର୍ଯ୍ୟୟ ଆଡକୁ ଟାଣିନେଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ଼ା ଓ ବରିଷ୍ଠ କଂଗ୍ରେସ ନେତ୍ରୀ କୁମାରୀ ଶୈଳଜାଙ୍କ ମଧ୍ୟରେ ତିକ୍ତତା ଦଳ ଲାଗି ଅଧିକ ଆତ୍ମଘାତୀ ସାବ୍ୟସ୍ତ ହେଲା ବୋଲି କୁହାଯାଉଛି । ଦଳ ଭିତରେ ଥିବା କନ୍ଦଳ ଦୂର କରିବା ଲାଗି ରାହୁଲ ଉଦ୍ୟମ କରିବେ ବୋଲି କୁହାଯାଉଛି । ରାହୁଲଙ୍କ ସହ ଉପସ୍ଥିତ ଥିବା 21 ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଭିନ୍ନ ସ୍ତରରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ତେବେ ଦଳୀୟ ବିଧାୟକମାନଙ୍କ ସହ ରାହୁଲ ବୈଠକ କରିବେ ନାହିଁ । ହୁଡା ଓ ଶୈଳଜାଙ୍କ କର୍ମୀଙ୍କ ମଧ୍ୟରେ ରହିଥିବା ମତପାର୍ଥକ୍ୟ ଦୂର କରିବାରେ ରାହୁଲ ସକ୍ଷମ ହେବେ କି ନାହିଁ ସେ ନେଇ ଲାଗି ରହିଛି ଚର୍ଚ୍ଚା ।

ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ, ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ବିରୋଧୀଙ୍କ ଦାବି

ନନ୍ଦିଘୋଷ ବ୍ୟୁରୋ : ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ । ଏପ୍ରିଲ ୨୨ ପହଲଗାଓଁ ହମଲା ଏବଂ ତତପରବର୍ତ୍ତୀ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଲାଗି ଏହି ବୈଠକ ବସୁଛି । ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଟେରର କ୍ଯାମ୍ପରେ ହମଲା କରିଥିଲା ଭାରତ । ଆତଙ୍କବାଦ ବିରୋଧରେ ଭାରତର ଏହି ଜବରଦସ୍ତ ଅପରେସନରେ ଦେଶର ତିନିବାହିନୀ ଦେଖାଇଥିଲେ ଦମ୍। ଅପରେସନ ସିନ୍ଦୂରକୁ ନେଇ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ଦାବି କରିଆସୁଛନ୍ତି ବିରୋଧୀ। ଅପରେସନ ସିନ୍ଦୂର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଟାର୍ଗେଟ କରିଆସୁଛନ୍ତି। ସେହପରି ଅସ୍ତ୍ରବିରତି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ବି ବିରୋଧୀ ପ୍ରସଙ୍ଗ କରିଆସୁଛନ୍ତି। ଏହା ସହ ଚଳିତ ମାସରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ଶେଷ ହେଉଥିବାରୁ ଏହି ପ୍ରସଙ୍ଗରେ ବି ବୈଠକରେ ଆଲୋଚନା ହେବ। ପ୍ରତି ୩ ମାସରେ ଥରେ ମନ୍ତ୍ରୀ ପରିଷଦ ବୈଠକ ବସିଥାଏ। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରମୁଖ ନୀତି ସମ୍ପର୍କରେ ଆଲୋଚନା ହୋଇଥାଏ।

IPL 2025 : ଚାମ୍ପିୟନ ହେଲା ବାଙ୍ଗାଲୋର

ଆଇପିଏଲ ଫାଇନାଲ ଟକ୍କରରେ ବାଜି ମାରିନେଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ୧୮ ବର୍ଷ ପରେ ଆରସିବି ହାତେଇଲା ଟ୍ରଫି । ୧୯୧ ରନର ଟାର୍ଗେଟ୍ ଦେଇଥିଲା ଆରସିବି । ୧୮୪ ରନ କରିବାରେ ସକ୍ଷମ ହୋଇଥିଲା ପଞ୍ଜାବ । ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ  ଚାମ୍ପିୟନ ହୋଇଛି ବିରାଟ କୋହଲିଙ୍କ ଦଳ ଆରସିବି । ଏହା ସହିତ ଆରସିବିର ଦୀର୍ଘ ୧୭ ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି । ଏହା ପୂର୍ବରୁ ଏହି ଦଳ ୩ ଥର ଫାଇନାଲକୁ ଯାଇଥିଲେ ବି ଚାମ୍ପିୟନ ହୋଇପାରିନଥିଲା । ୧୯୧ ରନର ପିଛା କରୁଥିବା ପଞ୍ଜାବ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୪ ରନ କରିପାରିଥିଲା । ଦଳ ପକ୍ଷରୁ ଶଶାଙ୍କ ସିଂ ୬୧ ରନ, ଜୋସ ଇଂଗଲିସ ୩୯ ରନ, ପ୍ରଭସିମରନ ସିଂ ୨୬ ଓ ପ୍ରିୟାଂଶ ଆର୍ଯ୍ୟା ୨୪ ରନ କରିଥିଲେ । ଦଳ ପକ୍ଷରୁ ଭୁବନେଶ୍ବର କୁମାର ଓ କୃନାଲ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ପୁଣି ରୁଷ ଉପରେ ୟୁକ୍ରେନର ବଡ଼ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ପୁଣି ରୁଷ ଉପରେ ୟୁକ୍ରେନର ବଡ଼ ହମଲା। ରୁଷ ସହ କ୍ରିମିଆକୁ ସଂଯୋଗ କରୁଥିବା ଏକ ବ୍ରିଜ ଉପରେ ହମଲା କରିଛି ୟୁକ୍ରେନ। ପାଣି ଭିତରେ ଥିବା ବିସ୍ଫୋରକ ଜରିଆରେ ବ୍ରିଜରେ କରିଛି ବିସ୍ଫୋରଣ। ବିସ୍ଫୋରଣ ଲାଗି ନିଜକୁ ଦାୟୀ କରିଛି ସିକ୍ୟୁରିଟି ସର୍ଭିସ ଅଫ ୟୁକ୍ରେନ-SBU। ୨୦୨୨ ପରଠାରୁ ରୁଷର ପ୍ରମୁଖ ଯୋଗାଯୋଗ ବ୍ଯବସ୍ଥା ଉପରେ ଏହା ହେଉଛି ତୃତୀୟ ହମଲା। ରୁଷ ସହ କ୍ରିମିଆକୁ ସଂଯୋଗ କରୁଥିବା କର୍ଚ ବ୍ରିଜ ଉପରେ ଏହି ହମଲା ହୋଇଛି। ବିସ୍ଫୋରଣରେ ୧୧୦୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହୃତ ହୋଇଛି। ବିସ୍ଫୋରଣରେ ବ୍ରିଜକୁ ସପୋର୍ଟ ଦେଉଥିବା କେତେକ ପିଲାର ନଷ୍ଟ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ପରେ ବ୍ରିଜ ଉପର ଦେଇ ଟ୍ରାଫିକ ଚଳାଚଳ ବାତିଲ କରାଯାଇଛି।

ନୟାଗଡରୁ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ

ନନ୍ଦିଘୋଷ ବ୍ୟୁରୋ: ନୟାଗଡରୁ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ । ଦଶପଲା ଥାନା ମଧ୍ୟଖଣ୍ଡ ଜଙ୍ଗଲରେ ଦୀର୍ଘଦିନ ଧରି ଚାଲିଥିଲା କାରଖାନା । ନୟାଗଡ ଏବଂ ଦଶପଲ୍ଲା ପୋଲିସ ସମେତ STF ଟିମ ମିଳିତ ଭାବେ ଅଚାନକ ଚଢାଉ କରିଥିଲେ । ଚଢାଉ ସମୟରେ ଦେଶୀ ବନ୍ଧୁକ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଦଶପଲ୍ଲା ଥାନା ଦ୍ବାର ଗାଁର ରାଜେଶ ପ୍ରଧାନ, ବିଭୁତି ପରିଡା ଏବଂ ତପନ ପରିଡା । ତେବେ ଘଟଣାସ୍ଥଳରୁ ଅନ୍ୟଜଣେ ଫେରାର ହୋଇଯାଇଛି । ଦୁଇଟି ଦେଶୀ ବନ୍ଧୁକ ସମେତ ବନ୍ଧୁକ ତିଆରି ସରଞ୍ଜାମ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ଏସପି ।

ଭୁବନେଶ୍ବରରେ ଭୁଶୁଡ଼ିଲା କୋଠା, ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ପୋଖରୀପୁଟ ଲିଙ୍ଗରାଜ ବିହାର ଅଞ୍ଚଳରେ ଏକ ପୂରୁଣା କୋଠା ଭଙ୍ଗା ହେଉଥିବା ବେଳେ ଭୁଶୁଡି ପଡିଛି । ଏହି ଅଘଟଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ଲିଙ୍ଗରାଜ ବିହାର ଅଞ୍ଚଳର ଏହି କୋଠାକୁ ସମ୍ପୁର୍ଣ୍ଣ ଭାଙ୍ଗିବାକୁ ଘର ମାଲିକ ଜଣେ ଠିକାଦାରଙ୍କୁ ଦାୟିତ୍ବ ଦେଇଥିଲେ । ଗତ ସାତ ଆଠ ଦିନ ହେଲା ଭଙ୍ଗା କାର୍ଯ୍ୟ ଜାରି ରହିଥିଲା । ଆଜି ସନ୍ଧ୍ୟାରେ ମଧ୍ୟ ବର୍ଷା ସମୟରେ ଶ୍ରମିକମାନେ କାମ କରୁଥିବା ଦେଖି କିଛି ସ୍ଥାନୀୟ ଲୋକ ବାରଣ କରିଥିଲେ । କିନ୍ତୁ କାମ ବନ୍ଦ ହୋଇନଥିଲା । ଏକ କଙ୍କ୍ରିଟ ଛାତ ଭଙ୍ଗାଯାଉଥିବା ତାହା ଭୁଶୁଡି ପଡିଥିଲା । ଏଥିରେ ବିମ ତଳେ ଚାପି ହୋଇ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି । ସ୍ଥାନୀୟ ଲୋକ ୨ଜଣଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଏବେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । କଙ୍କ୍ରିଟ୍ ତଳେଆଉ କେହି ଶ୍ରମିକ ଚାପି ହୋଇଥିବା ସନ୍ଦେହରେ ଠାବ କରିବା ପାଇଁ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । ପୋଲିସ କମିଶନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ବଲ୍ଡିଂ କାମ ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା କି ନାହିଁ ତାର ତଦନ୍ତ ହେବ ବୋଲି କହିଛନ୍ତି ପୋଲିସ କମିଶନର ।

ସରକାରଙ୍କୁ ଛାଇ ପରି ଜଗିଛି ଛାୟା କ୍ୟାବିନେଟ

ନନ୍ଦିଘୋଷ ବ୍ୟୁରୋ: ପ୍ରଭାବୀ ଢଙ୍ଗରେ ସରକାରଙ୍କ ସମାଲୋଚନା କରିଛି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଛାୟା କ୍ୟାବିନେଟ । ସାଢେ ଚାରି କୋଟି ଓଡିଆଙ୍କ ସ୍ବର ସାଜି ସରକାରଙ୍କ ଦୋଷ ଦୁର୍ବଳତାକୁ ଆଣୁଛି ପଦାକୁ। କାହିଁକି ବର୍ଷେ ହେବ ବିଭାଗଗୁଡ଼ିକ ଠିକ କାମ କରୁନାହାନ୍ତି ତାହାକୁ ଜଗିଥିଲେ ଛାୟା କ୍ୟାବିନେଟର ୫୦ ସଦସ୍ୟ। ଆଗକୁ ଏହି ଲଢେଇ ଜାରି ରହିବ ବୋଲି ନେତାଏ କହିଛନ୍ତି । ସେପଟେ ସରକାର ତାଙ୍କ କାମ କରିଚାଲିବେ ବୋଲି କହିଛି ଶାସକ ଦଳ।

ମୋହନ ସରକାରଙ୍କ ଦୋଷ ଦୁର୍ବଳତା ଓ ତ୍ରୁଟି  ଜଗିବା ସହ ଗଠନମୂଳକ  ସମାଲୋଚନା କରିବା ଲାଗି ନବୀନ ପଟ୍ଟନାୟକ ଗଠନ କରିଥିଲେ ଛାୟା କ୍ୟାବିନେଟ । ୫୦ ଜଣ ବିଜେଡି ବିଧାୟକଙ୍କୁ ଛାୟା କ୍ୟାବିନେଟର ଗୁରୁଦାୟିତ୍ବ ଦେଇଥିଲେ ବିରୋଧୀ ଦଳ ନେତା ।ସରକାରଙ୍କ ବିଭିନ୍ନ ବିଭାଗ କିପରି କାର୍ଯ୍ୟ କରୁଛି  ଓ କେଉଁଠି  ଭୂଲ ହେଉଛି ତାହାକୁ ନଜର ରଖିଛନ୍ତି ଦାୟିତ୍ବରେ ଥିବା ବିଧାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଯେଉଁ ଦାୟିତ୍ବ ଦେଇଥିଲେ ତାହାକୁ ସୁଚାରୁ ରୂପେ ତୁଲାଇଥିବା ନେତାମାନେ  କହିଛନ୍ତି । ଛାୟା କ୍ୟାନିନେଟର ବରିଷ୍ଠ ସଦସ୍ୟ ବିଧାୟକ ଅରୁଣ ସାହୁ କହିଛନ୍ତି- ସରକାରଙ୍କ  ସବୁ କାର୍ଯ୍ୟ ଉପରେ ଆମର ନଜର ରହିଛି । ସରକାରଙ୍କ ବିଫଳତାର ଗୋଟି ଗୋଟି ଦସ୍ତାବିଜ ଆମ ପାଖରେ ରହିଛି । ବିଭିନ୍ନ ପ୍ରସଙ୍ଗରେ ବିଧାନସଭା ଭିତରେ ଓ ବାହାରେ ଗଠନମୂଳକ ପରାମର୍ଶ ଦେବା ସହ ସରକାରଙ୍କ  ଅନେକ ଭୁଲକୁ ଦୃଢ ବିରୋଧ କରିଛି । ଲୋକଙ୍କ ସହ ସାଜି ଛାୟା କ୍ୟାବିନେଟ କାମ କରିଛି ବୋଲି ଅରୁଣ କହିଛନ୍ତି । ସେହିପରି ଛାୟା କ୍ୟାବିନେଟରେ ଆଦିବାସୀ ବ୍ୟାପାର ଦାୟିତ୍ବରେ ଥିବା ସଦସ୍ୟ ବିଧାୟକ ଯୋଗେଶ ସିଂହ କହିଛନ୍ତି ଆଦିବାସୀ ସ୍ବର ସାଜି ଲଢେଇ ଜାରି ରଖିଛି। ମୋହନ ସରକାରଙ୍କୁ ଜଗିଛୁ। ସରକାର ଯେଉଁଠି ଜନ ବିରୋଧୀ କାମ କରୁଛନ୍ତି ତାହା ବିରୋଧରେ ସ୍ବର ଉଠାଇଛୁ ।

ଛାୟା କ୍ୟାବିନେଟ ଛାଇ ପରି ଜଗିଥିଲେ ବି ସରକାର ତାଙ୍କ କାମ କରିବେ ବୋଲି ପଂଚାୟତିରାଜ ମନ୍ତ୍ରୀ  ରବି ନାଏକ  କହିଛନ୍ତି । ସରକାର କଣ କାମ କରିଛନ୍ତି ତାହା ଲୋକେ ବିଚାର କରିବେ । ୨ ବର୍ଷ ପରେ ପଂଚାୟତ ନିର୍ବାଚନ ଓ ୨୦୨୯ ସାଧାରଣ ନିର୍ବାଚନରେ ଲୋକ ମତାମତ ଦେବେ ।  ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ସରକାର ଶୁଣିବେ ବୋଲି  ସେ  କହିଛନ୍ତି । ଜନସେବାକୁ ରାଜନୀତିର ମୂଳମନ୍ତ୍ର କରି ନବୀନ କ୍ଷମତାରେ ଥିବାବେଳେ ଯେମିତି କାମ କରୁଥିଲେ ଦଳର ବିଧାୟକମାନେ ଠିକ ସେପରି ଗଠନମୂଳକ ବିରୋଧୀ ଦଳ ଭାବେ ନିର୍ବାହ କରୁଛନ୍ତି ଦାୟିତ୍ବ।

ସଫଳ ହୋଇଛି ଲଢେଇ, ଜନଗଣନା ପ୍ରକ୍ରିୟା ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ଜନଗଣନାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯିବ ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ନାନା ଚର୍ଚ୍ଚା । ସ୍ବଚ୍ଛତାର ସହ ଜନଗଣନା କରାଯିବ ଦରକାର । ଜନଗଣନା ହେବା ଦ୍ବାରା ପଛୁଆବର୍ଗ ନ୍ୟାୟ ପାଇପାରିବେ ବୋଲି ବିଜେଡି କହିଛି । ଜନଗଣନା ପରେ ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ କରାଯିବ ।  ଜାତିଭିତ୍ତିକ ଜନ ଗଣନା କରାଯିବାକୁ ଥିବା ବେଳେ ଯେଉଁ ଅଧିକାରୀ ମାନେ ଜନଗଣନା ପରିଚାଳନାରେ ନିଯୁକ୍ତ ହେବେ ସେମାନେ ସ୍ଵଚ୍ଛତାର ସହ ଜନଗଣନା କରିବା ଉଚିତ୍ ବୋଲି ବିଜେଡି କହିଛି । କଂଗ୍ରେସ କହିଛି, ଚାପରେ ପଡି ଜାତିଭିତ୍ତିକ ଜନଗଣନା କରୁଛି ବିଜେପି । ଯାହାର ଜବାବ ରଖିଛି ବିଜେପି ।

ସଫଳ ହୋଇଛି ଲଢେଇ। ଜନଗଣନା ପ୍ରକ୍ରିୟାରେ ଓବିସିମାନଙ୍କୁ ନ୍ୟାୟ ମିଳିବାରେ ଆରମ୍ଭ ହୋଇଛି ପ୍ରଥମ ସୋପାନ । ଯାହାର ଭାଗ ଯେତେ ତାହାର ସଂଖ୍ୟା ସେତେ । ଜନଗଣନା କରିବାକୁ ସାରା ଭାରତ ବର୍ଷର ଦାବିକୁ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଜାତିଭିତ୍ତିକ ଜନଗଣନା କରାଯିବ। କିନ୍ତୁ ଯେଉଁ ଅଧିକାରୀମାନେ ଜନଗଣନା ପରିଚାଳନାରେ ନିଯୁକ୍ତ ହେବେ ସେମାନେ ସ୍ଵଚ୍ଛତାର ସହ ଜନଗଣନା କରିବା ଉଚିତ୍ ବୋଲି ବିଜେଡି ବିଧାୟକ ଅରୁଣ ସାହୁ  କହିଛନ୍ତି । ଜନଗଣନା ପ୍ରକ୍ରିୟାରେ ନିଯୁକ୍ତ ଅଧିକାରମାନଙ୍କୁ  ସଠିକ  ତାଲିମ୍ ଦେବା ଆବଶ୍ୟକ ଅଛି ବୋଲି ସେ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତ ଜାତିଭିତ୍ତିକ ଜନଗଣନା ହେଲେ ସବୁ କଥା ସ୍ପଷ୍ଟ ହୋଇଯିବ । କେଉଁ ବର୍ଗରେ କେତେ ଲୋକ ଅଛନ୍ତି ତାହା ବି ଜଣାପଡ଼ିବ । ଜନଗଣନା ସଠିକ ଭାବେ କରାଯିବା ଆବଶ୍ୟକ ବୋଲି କଂଗ୍ରେସ କହିଛି ।

ଜାତିଭିତ୍ତିକ ଜନଗଣନା କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ବିଜେପି କହିଛି । କେଉଁ ଜାତି କେତେ ଅଛନ୍ତି ତାହା ଜନଗଣନା ଦ୍ବାରା ଜଣାପଡିବ । ତେଣୁ ସରକାର ତାଙ୍କ କାମ କରୁଛନ୍ତି ବୋଲି ବିଜେପି କହିଛି । ଜନଗଣନା ପରେ କେନ୍ଦ୍ର ସରକାର ଡିଲିମିଟେସନ କରିବାକୁ ଯୋଜନା କରିଛନ୍ତି l ଏହାଦ୍ୱାରା ବହୁ ରାଜ୍ୟର ଆସନ କମିବା ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଜନଗଣନାର ପ୍ରଥମ ପ୍ରକ୍ରିୟାକୁ ନେଇ ଶାସକ ଓ ବିରୋଧୀ ମଧ୍ୟରେ ଆରମ୍ଭ ହୋଇଛି ତୁତୁ ମେମେ ବୟାନବାଜି ।

ବିଲରେ ଗଜାହେଲା ପାଚିଲା ଧାନ, ଚିନ୍ତାରେ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଲଘୁଚାପ ବର୍ଷାରେ ବଲାଙ୍ଗୀର ଟିଟିଲାଗଡ଼ରେ ଧାନ ଫସଲ ନଷ୍ଟ। ବିଲରେ ପାଚିଲା ଧାନ ଓଦା ହୋଇ ଗଜା ହୋଇଛି । ଏଭଳି ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ । ଋଣ କରି ଧାନ ଫସଲ କରିଥିବା ଚାଷୀ କିପରି କରଜ ଶୁଝିବେ କିପରି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ।

ଲଘୁଚାପ ଜନିତ ଲଗାଣ ବର୍ଷା ବଲାଙ୍ଗୀର ଟିଟିଲାଗଡ଼ରେ ଉଜାଡ଼ି ଦେଇଛି ଧାନ ଫସଲ। ପାଚିଲା ଧାନ ବିଲରେ ଠିଆ ହୋଇଛି। କଟା ଧାନ ମଧ୍ଯ ଖଳାରେ ଅମଳ ହୋଇପାରିନି। ଲଗାଣ ବର୍ଷାରେ ଧାନ ଓଦା ହୋଇ ଗଜା ହୋଇଗଲା। ଏବେ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ। ଟିଟିଲାଗଡ଼ ଉପଖଣ୍ଡ ବିଭିନ୍ନ ଅଞ୍ଚଳରେ ହଜାର ହଜାର ଏକର ଜମିରେ ଚାଷୀ ଧାନ ଚାଷ କରିଥିଲେ । ହେଲେ ଠିକ ଅମଳ ସମୟରେ ଲଘୁଚାପ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଅନେକ ଜମିରେ ପାଚିଲା ଧାନଗଛ ପାଣିରେ ବୁଡି ରହିଛି। ଉଜୁଡ଼ା କ୍ଷେତକୁ ଦେଖି ଚାଷୀଙ୍କ ମୁଣ୍ଡରେ ଭାଳେଣି ପଡିଲାଣି ।

ଖଳାରେ ପଡିଥିବା ଧାନ ମଧ୍ଯ ଗଜା ହୋଇଯାଇଛି । ଚାଷୀ ଭାବିଥିଲେ ଫସଲ ଅମଳ କରିବେ ମଣ୍ଡିରେ ଧାନ ବିକ୍ରି କରି ପରିବାର ପ୍ରତିପୋଷଣ କରିବେ । ହେଲେ ଏବେ ଚାଷୀଙ୍କୁ ଘାରିଛି ଚିନ୍ତା। ଓଦା ଧାନ ମଣ୍ଡିକୁ ନେବେ କିପରି? ଧାନର ମାନ ଠିକ ନଥିବା ଦେଖି ମିଲର ଓ ପ୍ରାଥମିକ ସମବାୟ ସମିତି କଟନି ଛଟନି କରିବେନି ତ? ଏଭଳି ସ୍ଥିତିରେ ସରକାର ଚାଷୀ ମାନଙ୍କୁ ସହୟତା ଯୋଗାଇ ଦେବାକୁ ଦାବି ଜୋର ଧରିଛି । ଚାଷୀଙ୍କୁ କେବେ ସହାୟତା ଯୋଗାଇ ଦିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।