spot_img
Home Blog Page 690

ଏଲନ ମସ୍କଙ୍କ ପରି କେହି ବି ଏକ ନୂଆ ରାଜନୈତିକ ଦଳ ଗଠନ କରିପାରିବେ କି? ଏଥିପାଇଁ ଆମେରିକାରେ କ’ଣ ରହିଛି ନିୟମ?

ଆମେରିକାରେ ଏଲନ ମସ୍କ ନୂଆ ରାଜନୈତିକ ଦଳ ଗଠନ କରିସାରିଛନ୍ତି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ସେଠାରେ ଜଣେ କୌଣସି ନୂଆ ପାର୍ଟି ଗଠନ କରିପାରିବ କି? ଆସନ୍ତୁ ଜାଣିବା ଏଥିପାଇଁ ଆମେରିକାରେ କ’ଣ ନିୟମ ରହିଛି । ଏକଦା ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ନିକଟତମ ବ୍ୟକ୍ତି ଭାବେ ପରିଚିତ ଥିବା ଏଲନ ମସ୍କ ଏବେ ବିରୋଧୀ ପାଲଟି ଯାଇଛନ୍ତି । ଏଲନ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳର ଘୋଷଣା କରିଛନ୍ତି । ଏହି ପାର୍ଟି ଆମେରିକାର ଦ୍ବି-ଦଳୀୟ ବ୍ୟବସ୍ଥା ବିପକ୍ଷରେ ଏକ ନୂଆ ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମସ୍କ କହିଛନ୍ତି । ସାଧାରଣ ଜନତାଙ୍କୁ ସେମାନଙ୍କର ସ୍ବାଧିନତା ଫେରାଇଦେବା ପାଇଁ ଏହି ପାର୍ଟି ଗଠନ କରାଯାଇଛି । ଆଗାମୀ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ତାଙ୍କର ଦଳ ସକ୍ରିୟ ଭାବେ ଅଂଶଗ୍ରହଣ କରିବ ବୋଲି ମସ୍କ କହିଛନ୍ତି । ୨୦୨୪ରେ ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ଜିତାଇବାରେ ମସ୍କଙ୍କ ଏକ ବଡ଼ ଭୂମିକା ରହିଥିଲା । ମାତ୍ର ଏବେ ଦୁହିଁଙ୍କର ସମ୍ପର୍କରେ ଭଟା ପଡ଼ିଛି ।

ଆମେରିକାରେ ପାର୍ଟି ଗଠନ କରିବା କଥା ଶୁଣିବାକୁ ଯେତିକି ସହଜ ଲାଗୁଛି, ସେତିକି ସହଜ ହୋଇନଥାଏ । ଏହି ପ୍ରକ୍ରିୟା ବହୁତ ଜଟିଳ ଓ ଲମ୍ବା ହୋଇଥାଏ । ମସ୍କ ନୂଆ ପାର୍ଟି ଗଠନ କରିବା ପରେ ଏବେ ପ୍ରଶ୍ନ ଉଠୁଛି, ସେଠାରେ କ’ଣ ଯେ କୌଣସି ବ୍ୟକ୍ତି ପାର୍ଟି ଗଠନ କରିପାରିବ? ଆମେରିକାରେ ଜଣଙ୍କୁ ନୂଆ ପାର୍ଟି ଗଠନ କରିବା ପୂର୍ବରୁ ଏକ ଔପଚାରିକ ନାମ ସ୍ଥିର ହୋଇଥାଏ । ପାର୍ଟିର ଅଧ୍ୟକ୍ଷ କିଏ ହେବ, କୋଷାଧ୍ୟକ୍ଷ କିଏ ହେବ ଓ ଅନ୍ୟ ପଦାଧିକାରୀ କିଏ ହେବ, ସେନେଇ ଏକ ଘୋଷଣାପତ୍ର ଓ ସଂଗଠନାତ୍ମ ଢାଞ୍ଚାର ଆବଶ୍ୟକତା ହୋଇଥାଏ । ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ କାମ କରିବା ପାଇଁ ଏହି ଢାଞ୍ଚା ପ୍ରସ୍ତୁତ କରାଯାଇଥାଏ ।

ଭାରତରେ ନିର୍ବାଚନ ଆୟୋଗଙ୍କ ପରି ଆମେରିକାରେ ମଧ୍ୟ ଫେଡେରାଲ ଇଲେକ୍ସନ କମିସନ ଅଛନ୍ତି । ଭାରତ ପରି ସେଠାରେ ମଧ୍ୟ ନୂଆ ପାର୍ଟିର ପଞ୍ଜିକରଣ ଫେଡେରାଲ ଇଲେକ୍ସନ କମିସନରେ କରାଯାଇଥାଏ । ଭାରତରେ ଯେପରି କୌଣସି ପାର୍ଟିର ସ୍ଥିତି ଅନୁସାରେ ତାହାକୁ ରାଷ୍ଟ୍ରୀୟ କି କ୍ଷେତ୍ରୀୟ ମାନ୍ୟତା ଦିଆଯାଇଥାଏ, ସେହିପରି ଆମେରିକାରେ ମଧ୍ୟ ହୋଇଥାଏ ।

ଆହୁରି ବଢ଼ିବ ନୌସେନାର ଶକ୍ତି, ଶତ୍ରୁ ହେବେ ଥରହର

ନନ୍ଦିଘୋଷ ବ୍ୟୁରୋ : ବଢିବ ଭାରତୀୟ ନୌସେନାର ଶକ୍ତି । ସାମିଲ ହେବ ୧୭ଟି ଯୁଦ୍ଧଜାହାଜ ସହ ୯ଟି ବୁଡାଜାହାଜ  । ସୂତ୍ର ଅନୁସାରେ କିଛି ଭିନ୍ନ ଅନୁମୋଦନ ପ୍ରକ୍ରିୟା ମାଧ୍ୟମରେ ସାମିଲ କରାଯିବ । ଭିନ୍ନ ଭିନ୍ନ ପର୍ଯ୍ୟାୟରେ ୬୧ଟି ଯୁଦ୍ଧଜାହାଜ ଓ ବୁଡାଜାହାଜ  ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲିଛି । ଦେଶରେ ହିଁ ନୂଆ ଜାହାଜ ନିର୍ମାଣ କରାଯିବ  ।

ପ୍ରାଜେକ୍ଟ ୧୭ ବି ଅଧୀନରେ ୭୦ ହଜାର କୋଟି ଟଙ୍କା ବିନିମୟରେ  ୭ଟି ପରବର୍ତ୍ତୀ ପିଢିର ପୋଜେକ୍ଟ ଓ ବହୁମୁଖୀ ଜାହାଜ ନିର୍ମାଣ ପାଇଁ ପ୍ରସ୍ତାବ ଖୁବଶିଘ୍ର ଆସିବ । ସେହିପରି ପ୍ରୋଜେକ୍ଟ ୭୫ ଇଣ୍ଡିଆ ଆଇ ଅଧୀନରେ ୭୦ ଜହାର କୋଟି ଟଙ୍କା ବିନିମୟରେ  ୬ଟି ଅତ୍ୟାଧୁନିକ ବୁଡାଜାହାଜ ଓ ପ୍ରୋଜେକ୍ଟ ୭୫ ଏନ୍ ଆଇ ଅଧୀନରେ ପ୍ରାୟ ୩୬ ହଜାର କୋଟି ଟଙ୍କା ମୂଲ୍ୟରେ ୩ଟି ସ୍କୋରପିନ୍ ଶ୍ରେଣୀର ବୁଡ଼ାଜାହାଜ ମଧ୍ୟ ନିର୍ମାଣ କରାଯିବ।

ଏହା ବ୍ୟତୀତ, ୮ଟି ପରବର୍ତ୍ତୀ ପିଡିର କର୍ଭେଟ୍ ନିର୍ମାଣ କରିବାର ଯୋଜନା ମଧ୍ୟ ଅଛି । ଯେଉଁଥିପାଇଁ ୩୬ କୋଟି ଟଙ୍କା ଖର୍ଚ୍ଚ ହେବ  । ସମସ୍ତ ପ୍ରକଳ୍ପର ମୂଲ୍ୟ ୨.୪୦ କୋଟଇ ଟଙ୍କାରୁ ଅଧିକ ହେବ  । ନୂଆ ଯୁଦ୍ଧଜହାଜ ଓ ବୁଡାଜାହାଜ ପୁରୁଣା ପ୍ଲର୍ଟଫର୍ମର ସ୍ଥାନ ନେବ। ଏଗୁଡିକର ଶକ୍ତି ବୃଦ୍ଧି କରିବ  ।

ଚୀନର ପିଲଏଲ ନୌସେନା ସବୁଠାରୁ ବୃହତ ନୌସେନା । ଯାହାର ୩୫୫ଟି ଯୁଦ୍ଧଜାହାଜ ଓ ବୁଡାଜାହାଜ ରହିଛି । ଅନ୍ୟପଟେ ଭାରତୀୟ ନୌସେନା ପାଖରେ ୧୩୦ରୁ ଅଧିକ ଯୁଦ୍ଧଜାହାଜ ଓ ବୁଡାଜାହାଜ ରହିଛି । ପରୁଣା ପ୍ଲାର୍ଟଫର୍ମରେ ପୁରୁଣା ହୋଇଯାଇଥିବାରୁ ନୂଆ ଜାହାଜର ଆବଶ୍ୟକ ରହିଛି । ଯାହା ଶକ୍ତି ବୃଦ୍ଧି କରିବ  ।

ଭାରତୀୟ ନୌସେନା ପାଖରେ ଏବେ ବହୁତ ପୁରୁଣା ଜାହାଜ ରହିଛି । ୬ଟି ସ୍ବଦେଶୀ ସ୍କର୍ପିନ୍ ସାମିଲ ହେବା ସତ୍ତ୍ବେ, ୧୨ଟି ପୁରୁଣା ବୁଡାଜାହାଜ ରହିଛି । ଏହି ପରିସ୍ଥିତିରେ ଆହୁରି ଶକ୍ତିଶାଳୀ ଯୁଦ୍ଧ ଜାହାଜ ଓ ବୁଡା ଜାହାଜ ସାମିଲ ହେବାର ଆବଶ୍ୟକତା ରହିଛି ।

ବିଧ୍ୱଂସକ ହେଉଛି ବହୁମୁଖୀ ଜାହାଜ ଯାହା ସମୁଦ୍ର, ପାଣି ତଳେ ଏବଂ ଆକାଶରେ ଏକକାଳୀନ କାର୍ଯ୍ୟ କରିପାରିବ। ଭାରତୀୟ ନୌସେନା ୨୦୩୫ ସୁଦ୍ଧା ୧୭୫ଟି ନୂତନ ଜାହାଜର ଏକ ଫ୍ଲିଟ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।

ସେନାରେ ସାମିଲ ହେବ ଅତ୍ୟାଧୁନିକ ଗନ୍ ATAGS ଓ MG

ନନ୍ଦିଘୋଷ ବ୍ୟୁରୋ : ସେନାରେ ସାମିଲ ହେବ ଅତ୍ୟାଧୁନିକ ଗନ୍ ATAGS ଓ MG । ଏହି ଦୁଇଟି ଗନ୍ ର ପ୍ରଦର୍ଶନ କରାଯାଇଛି। ପୁଣେ ମହାରାଷ୍ଟ୍ରରେ ଆଡଭାନ୍ସ ଟାୱଡ୍ ଆର୍ଟିଲେରି ଗନ୍ ସିଷ୍ଟମ ATAGS ଓ ଅହମଦନଗରରେ ମାଉଣ୍ଟେଡ୍ ଗନ୍ ସିଷ୍ଟମ MGS ର ପ୍ରଦର୍ଶନ କରାଯାଇଛି। ଏହି ଦୁଇଟି ଅତ୍ୟାଧୁନିକ ଗନ୍ ଡିଆରଡିଓ ଦ୍ଵାରା ବିକାଶିତ କରାଯାଇଛି। ଖୁବ ଶୀଘ୍ର ଏହା ସ୍ଥଳସେନାରେ ସାମିଲ ହେବ। MSG  ମରୁଭୂମି ଓ ଉଚ୍ଚ ପାର୍ବ୍ଯତ୍ୟଞ୍ଚଳରେ ବେଶ୍ ଦକ୍ଷତା ସହିତ କାମ କରିପାରିବ। ଏହାକୁ ମାତ୍ର ୮୫ ସେକେଣ୍ଡରେ ଖଞ୍ଜା ଯାଇପାରିବ ମାତ୍ର ୮୫ ସେକେଣ୍ଡରେ ଅଲଗା ମଧ୍ୟ କରାଯାଇପାରିବ। ସେହିପରି ATAGS ର ରେଞ୍ଜ ହେଉଛି ୪୮ କିଲୋମିଟର। ଏହାର କ୍ଷମତା ହେଉଛି ୨୫ ବ୍ୟାରେଲ। ଜୋନ୍ ୭ ରେ ଏହା ଫାୟାର କରିପାରିବ।

ଆମେରିକାରେ ବନ୍ୟା ତାଣ୍ଡବ : ୧୦୪ ଜଣଙ୍କ ମୃତ୍ୟୁ, ଭାସିଗଲେ ୨୮ ପିଲା

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ହୋଇଥିବା ବନ୍ୟାରେ ଏପର୍ଯ୍ୟନ୍ତ ୧୦୪ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୨୮ ଜଣ ଶିଶୁ ମଧ୍ୟ ଅଛନ୍ତି। ଅଧିକାଂଶ ମୃତ୍ୟୁ କେର କାଉଣ୍ଟିରେ ଘଟିଛି । ଯେଉଁଠାରେ ପ୍ରସିଦ୍ଧ ଗ୍ରୀଷ୍ମକାଳୀନ ଶିବିର କ୍ୟାମ୍ପ ମିଷ୍ଟିକ୍ ସମେତ ଅନ୍ୟାନ୍ୟ ଅନେକ ଶିବିର ଅବସ୍ଥିତ। ବନ୍ୟାରେ ଭାସିଯାଇଥିବା ଲୋକଙ୍କ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି।

କେର କାଉଣ୍ଟି ଅଧିକାରୀମାନେ କହିଛନ୍ତି ଯେ କ୍ୟାମ୍ପ ମିଷ୍ଟିକରେ ୨୭ ଜଣ ପିଲା ଓ ପରାମର୍ଶଦାତା ସେମାନଙ୍କ କ୍ୟାବିନରେ ଶୋଇଥିବା ସମୟରେ ମୃତ୍ୟୁବରଣ କରିଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ଓ ସ୍ଵେଚ୍ଛାସେବକମାନେ ରାସ୍ତା ସଫା କରିବା ଓ ନଦୀରେ ଭାସୁଥିବା ମୃତଦେହ ଖୋଜିବାରେ ଲାଗିପଡିଛନ୍ତି ।

ଟେକ୍ସାସ ରାଜ୍ୟପାଳ ଗ୍ରେଗ୍ ଆବୋଟ୍ କହିଛନ୍ତି ଯେ ତିନି ଡଜନରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି ଓ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ। ସେହି ସମୟରେ, ଜଣେ ସ୍ଥାନୀୟ ନାଗରିକ ରେଗାନ୍ ବ୍ରାଉନ୍ କହିଛନ୍ତି ଯେ ତାଙ୍କ ୮୦ ବର୍ଷୀୟ ପିତାମାତା ବନ୍ୟାରୁ ରକ୍ଷା ପାଇବାରେ ସଫଳ ହୋଇଛନ୍ତି। ସେ ତାଙ୍କର ୯୨ ବର୍ଷୀୟ ପଡ଼ୋଶୀଙ୍କୁ ମଧ୍ୟ ବଞ୍ଚାଇଥିଲେ। ଏହି ପରିବାର ସେମାନଙ୍କ ଟୁଲ୍ ସେଡ୍ ରେ ଲୁଚି ନିଜକୁ ରକ୍ଷା କରିଥିଲେ।

୧୪ଟି ଦେଶ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟାରିଫ ମାଡ଼

ନନ୍ଦିଘୋଷ ବ୍ୟୁରୋ : ଟ୍ରମ୍ପ ବାଂଲାଦେଶ ସମେତ ୧୪ଟି ଦେଶ ଉପରେ ନୂଆ ଟାରିଫ ଘୋଷଣା କରିଛନ୍ତି। ମିଆଁମାର ଏବଂ ଲାଓସ ଉପରେ ସର୍ବାଧିକ ୪୦% ଟାରିଫ ଲାଗୁ କରାଗଲା। ବାଂଲାଦେଶ ଏବଂ ସର୍ବିଆ ଉପରେ ୪୦% ଟାରିଫ ଲାଗୁ କରିବାର ଘୋଷଣା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ବାଂଲାଦେଶ ସମେତ ୧୪ଟି ଦେଶ ଉପରେ ନୂତନ ଟାରିଫ ଘୋଷଣା କରି ବିଶ୍ୱ ବାଣିଜ୍ୟ ଜଗତରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ଘୋଷଣା କରି, ସେ ଏହି ସମସ୍ତ ଦେଶକୁ ଚିଠି ପଠାଇଛନ୍ତି, ଯାହାର ଶବ୍ଦ ଓ ଭାଷା ସମ୍ପୂର୍ଣ୍ଣ ସମାନ। ଡୋନାଲ୍ଡ ଟ୍ରମ୍ପ ମିଆଁମାର ଓ ଲାଓସ ଉପରେ ସର୍ବାଧିକ ୪୦ ପ୍ରତିଶତ ଟାରିଫ ଘୋଷଣା କରିଥିବା ବେଳେ ଜାପାନ ଓ ଦକ୍ଷିଣ କୋରିଆ ଉପରେ ୨୫% ଟାରିଫ ଲାଗୁ କରାଯାଇଛି। କୁହାଯାଇଛି ଯେ ଏହି ଟାରିଫ ଅଗଷ୍ଟ ୧ରୁ ଲାଗୁ ହେବ।

୭ ଜୁଲାଇରେ ଭାରତୀୟ ସମୟ ରାତି ୯:୩୦ ପରେ ଜାପାନ ଓ ଦକ୍ଷିଣ କୋରିଆ ପ୍ରଥମେ ଏହି ଚିଠିଗୁଡ଼ିକ ପାଇଥିଲେ। ଟ୍ରମ୍ପ୍ ଏହି ଚିଠିଗୁଡ଼ିକୁ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ସେୟାର କରିଥିଲେ ଓ ଉଭୟ ଦେଶରୁ ଆମଦାନୀ ଉପରେ ୨୫% ଶୁଳ୍କ ଘୋଷଣା କରିଥିଲେ। ଜାପାନ ଓ ଦକ୍ଷିଣ କୋରିଆ ଆମେରିକାର ଘନିଷ୍ଠ ଏସୀୟ ସହଯୋଗୀ। ଟ୍ରମ୍ପ ସେମାନଙ୍କ ସହିତ ଦୀର୍ଘକାଳୀନ ବାଣିଜ୍ୟ ଅସନ୍ତୁଳନକୁ ୨୫% ଟାରିଫ ଲାଗୁ କରିବାର କାରଣ ବୋଲି ଉଲ୍ଲେଖ କରିଛନ୍ତି। ମାଲେସିଆ ଏବଂ କାଜାଖସ୍ତାନ ଆମେରିକାକୁ ଇଲେକ୍ଟ୍ରୋନିକ୍ସ, ଶକ୍ତି ଏବଂ ଶିଳ୍ପ ଧାତୁ ରପ୍ତାନି କରନ୍ତି। ସେମାନଙ୍କ ଉପରେ ମଧ୍ୟ ୨୫% ଟାରିଫ ଲାଗୁ କରାଯାଇଛି।

ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ତାଙ୍କ ଦୈନିକ ବ୍ରିଫିଂରେ କହିଥିଲେ ଯେ ଦିନ ମଧ୍ୟରେ ଅଧିକ ଚିଠି ପଠାଯିବ। କିଛି ମିନିଟ୍ ପରେ, ଟ୍ରମ୍ପ ମାଲେସିଆ, କାଜାଖସ୍ତାନ, ମିଆଁମାର, ଲାଓସ୍ ଓ ଦକ୍ଷିଣ ଆଫ୍ରିକାକୁ ପଠାଯାଇଥିବା ଆଉ ପାଞ୍ଚଟି ଚିଠି ସେୟାର କରିଥିଲେ। ଟ୍ୟୁନିସିଆ ମଧ୍ୟ ୨୫% ଶୁଳ୍କ ସହିତ ଏକ ଚିଠି ପାଇଥିଲା।

କେଉଁ ଦେଶ ଉପରେ କେତେ ଶୁଳ୍କ?

ମିଆଁମାର ଏବଂ ଲାଓସ: ୪୦%

କାମ୍ବୋଡିଆ: ୩୬%

ବାଂଲାଦେଶ ଏବଂ ସର୍ବିଆ: ୩୫%

ଇଣ୍ଡୋନେସିଆ: ୩୨%

ବୋସନିଆ ଏବଂ ହର୍ଜେଗୋଭିନା, ଦକ୍ଷିଣ ଆଫ୍ରିକା: ୩୦%

ଟ୍ୟୁନିସିଆ, ମାଲେସିଆ, କାଜାଖସ୍ତାନ, ଦକ୍ଷିଣ କୋରିଆ, ଜାପାନ: ୨୫%

ଥାଇଲ୍ୟାଣ୍ଡ: ୩୬%

ଟ୍ରମ୍ପ ତାଙ୍କର ସମସ୍ତ ୧୪ଟି ଚିଠିରେ ପ୍ରତିଶୋଧମୂଳକ ଟାରିଫ ଲାଗୁ କରିବା ବିରୁଦ୍ଧରେ ଚେତାବନୀ ଦେଇଥିଲେ। ସେ ଲେଖିଛନ୍ତି, ଯଦି ଆପଣ କୌଣସି କାରଣରୁ ଆପଣଙ୍କର ଟାରିଫ ବୃଦ୍ଧି କରନ୍ତି, ତେବେ ଆପଣଙ୍କର ବର୍ଦ୍ଧିତ ଟାରିଫ ଆମର ଲାଗୁ ଶୁଳ୍କରେ ଯୋଡାଯିବ।

ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ବିଭିନ୍ନ ଦେଶ ପାଇଁ ଉପଯୁକ୍ତ ବାଣିଜ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି, ଯାହା ଆମେରିକୀୟମାନଙ୍କ ହିତରେ ହେବ। ପ୍ରାୟ ୧୨ଟି ଦେଶ ଚିଠି ପାଇବେ। ଏହି ଚିଠିଗୁଡ଼ିକୁ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରାଯିବ।

ଅପରେସନ ସିନ୍ଦୂର : ଚୀନ୍ ସ୍ୱୀକାର କଲା, କିନ୍ତୁ ପାକିସ୍ତାନ ଏବେ ବି ନିର୍ଲଜ୍ଜ ଭାବରେ ଅସ୍ୱୀକାର କରୁଛି

ନନ୍ଦିଘୋଷ ବ୍ୟୁରୋ : ଅପରେସନ୍ ସିନ୍ଦୂର ବିଷୟରେ ଏକ ବଡ଼ ସତ୍ୟ ସାମ୍ନାକୁ ଆସିଛି। ଏହି ଅପରେସନରେ ପାକିସ୍ତାନକୁ ଚୀନ୍ ଠାରୁ ସାହାଯ୍ୟ ମିଳିଥିଲା। ଏହି ସତକୁ ଚୀନ କରିଛି । ଚୀନ୍ ଏହାକୁ ବିଶ୍ୱ ସମ୍ମୁଖରେ ଗ୍ରହଣ କଲା କିନ୍ତୁ ପାକିସ୍ତାନ ଏହି ସମ୍ପୂର୍ଣ୍ଣ ସତ୍ୟରୁ ମୁହଁ ଫେରାଇ ନେଉଛି ଏ । କହୁଛି, କୌଣସି ପ୍ରକାରର ବାହ୍ୟ ସାହାଯ୍ୟ ମିଳିନାହିଁ। ପ୍ରଶ୍ନ ହେଉଛି ପାକିସ୍ତାନ କାହାକୁ ଠକୁଛି, ବିଶ୍ୱକୁ ନା ନିଜକୁ?

ସୋମବାର ଦିନ ବେଜିଂରେ ଏକ ସାମ୍ବାଦିକ ସମ୍ମିଳନୀରେ, ଯେତେବେଳେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍‌ଙ୍କୁ ପଚରାଗଲା, ଭାରତ-ପାକ୍ ବିବାଦ ସମୟରେ ଚୀନ୍ ପାକିସ୍ତାନକୁ ସାମରିକ ସହାୟତା ପ୍ରଦାନ କରିଥିଲା ​​କି ? ଏହି ବିବୃତ୍ତିରେ ମାଓ ନିଙ୍ଗ୍ ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଯେ, ଚୀନ୍ ଓ ପାକିସ୍ତାନ ମଧ୍ୟରେ ସାମରିକ ସହଯୋଗ ଜାରି ରହିଛି ଓ ଏହା ଭାରତ-ପାକ୍ ବିବାଦ ସମୟରେ ମଧ୍ୟ ଜାରି ରହିଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ଉଭୟ ଚୀନ୍‌ର ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ, ଚୀନ୍‌ ଚାହୁଁଛି ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥିର ରହୁ।

କିନ୍ତୁ ଏହି ଖୁଲାସା ପରେ ପାକିସ୍ତାନ ପଛକୁ ହଟିଯାଇଛି। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଜଣେ ବରିଷ୍ଠ ଭାରତୀୟ ସେନା ଅଧିକାରୀଙ୍କ ବୟାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଅପରେସନ ସିନ୍ଦୁର ସମୟରେ ପାକିସ୍ତାନକୁ ଚୀନରୁ ସମର୍ଥନ ମିଳିଥିଲା।ଅସୀମ ମୁନିର ଏହାକୁ ତଥ୍ୟଗତ ଭାବରେ ଭୁଲ ବୋଲି କହିଥିଲେ  । ସେ କହିଥିଲେଏପରି ମନ୍ତବ୍ୟ ପାକିସ୍ତାନର ସ୍ୱଦେଶୀ କ୍ଷମତା ଓ ଶକ୍ତିକୁ ଅସ୍ୱୀକାର କରିବାର ଅଭ୍ୟାସକୁ ପ୍ରତିଫଳିତ କରେ।

ତାଙ୍କ ବିବୃତ୍ତିରେ ସେ କହିଛନ୍ତି, ଅପରେସନ୍ ବୁନୟାନ-ଉଲ୍-ମାର୍ସୁସ୍ ସମ୍ପୂର୍ଣ୍ଣ ଭାବରେ ପାକିସ୍ତାନର ସାମରିକ ପ୍ରସ୍ତୁତି ଓ ରଣନୈତିକ ଚିନ୍ତାଧାରାର ଫଳାଫଳ ଥିଲା। କୌଣସି ବିଦେଶୀ ଦେଶର ଭୂମିକା ଦାବି କରିବା ଦାୟିତ୍ୱହୀନ। ଏହି ଦୋମୁହାଁ ନୀତି ମଧ୍ୟରେ, ଚୀନର ବିବୃତ୍ତି ନିଜେ ପାକିସ୍ତାନର ମିଛକୁ ପର୍ଦ୍ଦାଫାସ୍ କରିଛି। ଗ୍ଲୋବାଲ୍ ଟାଇମ୍ସ ଭଳି ଚୀନ୍ ସରକାରୀ ଗଣମାଧ୍ୟମ ପ୍ଲାଟଫର୍ମ ମଧ୍ୟ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ସ୍ୱୀକାର କରିଛି।

ଆମେରିକାରେ ଭୟଙ୍କର ସଡ଼କ ଦୁର୍ଘଟଣା, ହାଇଦ୍ରାବାଦର ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଭୟଙ୍କର ଦୁର୍ଘଟଣା । ଜୀବନ ହାରିଲେ ଗୋଟିଏ ପରିବାରର ୪ ଜଣ ସଦସ୍ୟ । ଆମେରିକାର ଏକ ଭାରତୀୟ ପରିବାର ଏକ କାରରେ ଯାତ୍ରା କରିବାକୁ ବାହାରିଥିଲେ, କିନ୍ତୁ କେହି ଜାଣି ନଥିଲେ ଯେ ଏହା ସେମାନଙ୍କର ଶେଷ ଯାତ୍ରା ହେବ। ଆମେରିକାର ଆଟଲାଣ୍ଟା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପରିବାରର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ୭ ଜୁଲାଇରେ ଘଟିଥିଲା। ଏହି ଦୁର୍ଘଟଣାରେ କାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ସମସ୍ତେ ହାଇଦ୍ରାବାଦର ଏକ ପରିବାରର ସଦସ୍ୟ ।

ହାଇଦ୍ରାବାଦରୁ ତେଜସ୍ୱିନୀ ଓ ଶ୍ରୀ ଭେଙ୍କଟ ସେମାନଙ୍କର ଦୁଇ ପିଲାଙ୍କ ସହିତ ଡାଲାସରେ ପହଞ୍ଚିଥିଲେ ।  ପରେ ଛୁଟି ସମୟରେ ଆଟଲାଣ୍ଟାରେ ଥିବା ସମ୍ପର୍କୀୟମାନଙ୍କୁ ଭେଟିଥିଲେ। ଗୋଟିଏ ସପ୍ତାହ ପରେ, ଆଟଲାଣ୍ଟାରୁ ଡାଲାସ ଫେରୁଥିବା ସମୟରେ, ମଧ୍ୟରାତ୍ରିରେ ସେମାନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୋଲିସର ସୂଚନା ଅନୁଯାୟୀ, ରାସ୍ତାର ଭୁଲ ପାର୍ଶ୍ୱରେ ଯାଉଥିବା ଏକ ମିନି ଟ୍ରକ୍ ସେମାନଙ୍କ କାର ସହିତ ଧକ୍କା ଦେଇଥିଲା। ଧକ୍କା ହେବା ମାତ୍ରେ କାରଟିରେ ନିଆଁ ଲାଗିଗଲା  । ଏଥିରେ ଥିବା ଚାରିଜଣ ଲୋକ ଗୁରୁତର ଭାବରେ ଜଳିଗଲେ  ।

ଯେତେବେଳେ ହାଇଦ୍ରାବାଦ ମେଡଚାଲରେ ଥିବା ଭେଙ୍କଟ ଓ ତେଜସ୍ୱିନୀଙ୍କ ସମ୍ପର୍କୀୟମାନେ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଲେ, ପରିବାରରେ ଦୁଃଖର ଲହରୀ ଖେଳିଗଲା।

ଆଜିଠାରୁ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ରାଉରକେଲା : ଆଜିଠାରୁ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା   ଡ୍ରାଇଭର ମହାସଙ୍ଘ । ଓଡିଶାରେ ୩ ଲକ୍ଷରୁ ଅଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହେବେ । ଆନ୍ଦୋଳନକୁ ବିଭିନ୍ନ ରାଜ୍ୟର ଡ୍ରାଇଭର ସଂଘ ଓ ବିଭିନ୍ନ ମାଲିକ ସଂଘ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଥିବା ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି ।  ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏଣ୍ଡ ୱାର୍କର ଓ୍ବେଲଫେୟାର ବୋର୍ଡରେ ଅଟୋ ଡ଼୍ରାଇଭରଙ୍କୁ ସାମିଲ କରିବା, ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରିବା, ଡ଼୍ରାଇଭରଙ୍କୁ ୬୦ ଵର୍ଷ ପରେ ଭତ୍ତା ପ୍ରଦାନ କରିବା, ପ୍ରତି ଶହେ କିଲୋମିଟରରେ‌ ପାର୍କିଂ, ବିଶ୍ରାମାଗାର, ଶୌଚାଳୟ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି । ଏହାସହ ଓଡିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଓ କାରଖାନାରେ‌ ଓଡିଶାର ୭୦ ପ୍ରତିଶତ ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ସୁଯୋଗ ଦେବା, ସେପ୍ଟେମ୍ବର ୧ ତାରିଖ ଜାତୀୟ ଡ୍ରାଇଭର ଦିବସ କରିବା ଓ ଗାଡିର କାଗଜପତ୍ର ଯାଞ୍ଚ କରିବା କ୍ଷମତାକୁ ପୋଲିସ ବିଭାଗକୁ ଦିଆନଯିବା ଦାବିରେ ଆନ୍ଦୋଳନ କରାଯିବ ବୋଲି ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ସାମ୍ୱାଦିକ ସୂଚନା ଦିଆଯାଇଛି ।

ଆଜି ନୀଳାଦ୍ରି ବିଜେ, ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ

ପୁରୀ : ସରିଲା ଘୋଷଯାତ୍ରା । ଆଜି ନୀଳାଦ୍ରି ବିଜେ । ମାନବ ଲୀଳା ସାରି ଶ୍ରୀମନ୍ଦିରକୁ ଫେରିବେ ରଥାରୂଢ଼ କୋଟି କୈବଲ୍ୟନାଥ । ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ରତ୍ନ ସିଂହାସନକୁ ଫେରିବେ ମହାବାହୁ । ଘୋଷଯାତ୍ରାରେ ୧୩ ଦିନ ଧରି ଜନ୍ମବେଦି ଓ ରଥ ଉପରୁ ଅଗଣିତ ଭକ୍ତଙ୍କୁ ଆଶିଷ ଢାଳିବା ପରେ ମହାପ୍ରଭୁ ଆଜି ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିର ଫେରିବେ । କାଳିଆ ସାଆନ୍ତଙ୍କ ପହଣ୍ଡି ସମୟରେ ଦେଖିବାକୁ ମିଳିବ ଆଉ ଏକ ମାନବୀୟ ଲୀଳା । ଗଇଁଠାଳ ଫିଟାହେବା ପୂର୍ବରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯାଇଥିଲେ ମହାପ୍ରଭୁ । ତେଣୁ ଅଭିମାନ କରିଛନ୍ତି ମାଆ ଲକ୍ଷ୍ମୀ ଠାକୁରାଣୀ । ଆଜି ଶ୍ରୀଜଗନ୍ନାଥ ଝୁଲି ଝୁଲି ଜୟବିଜୟ ଦ୍ୱାର ସମ୍ମୁଖରେ ପହଞ୍ଚିବା କ୍ଷଣି ହଠାତ୍ ସିଂହଦ୍ୱାରର କବାଟ ବନ୍ଦ କରିବେ ଲକ୍ଷ୍ମୀ ସାଆନ୍ତାଣୀ । ତେବେ ନିଜ ଧର୍ମପତ୍ନୀଙ୍କୁ ବୁଝାସୁଝା କରି ମାନଭଞ୍ଜନ କରିବା ପାଇଁ ରସଗୋଲା ଭୋଗ ଓ ପାଟବସ୍ତ୍ର ଦେବା ସହ ଗୁପ୍ତ ଗୁଣ୍ଡିଚା ପାଇଁ ପ୍ରତିଶ୍ରୁତି ଦେବା ପରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେବେ ମାଆ ସାଆନ୍ତାଣୀ । ଆସନ୍ତାକାଲି ଠାରୁ ପୁଣି ରତ୍ନସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀ ବିଗ୍ରହ । ପୁଣି ଶ୍ରୀମନ୍ଦିରରେ ଦେଖିବାକୁ ମିଳିବ ଗହଳି ଚହଳି । ନୀଳାଚଳ ଧାମରୁ ପୁଣି ବାହାରିବ ନୀଳାଚଳ ଅବଢ଼ା ।

କଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦ ପାଣି

ବାଙ୍କୀ : କଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦରୁ ଛଡ଼ା ଯାଇଥିବା ଏ ବର୍ଷର ପ୍ରଥମ ବନ୍ୟାଜଳ। ଉପର ମୁଣ୍ଡରେ ଲଗାଣ ବର୍ଷା ପରେ ରବିବାର ପର୍ଯ୍ୟାୟ କ୍ରମେ ହୀରାକୁଦ ୨୦ ଗେଟ ଦେଇ ଜଳ ନିଷ୍କାସନ କରୁଥିବା ବେଳେ ଆଜି ମୁଣ୍ଡଳିରେ ଏହା ପହଞ୍ଚିଛି। ପ୍ରଥମ ବନ୍ୟା ଜଳ ମୁଣ୍ଡଳୀରେ ପହଞ୍ଚିବା ପରେ ଧୀରେ ଧୀରେ ଫୁଲୁଛି ମହାନଦୀ । ବର୍ତ୍ତମାନ ମହାନଦୀରେ ୮୦ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଉଛି। ଆଜି ରାତି ସୁଦ୍ଧା ୫ ଲକ୍ଷ କ୍ୟୁସେକ ପାଣି ମୁଣ୍ଡଳୀ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।