spot_img
Home Blog Page 6911

ରାଜ୍ୟରେ କରୋନା ଜନିତ ମୃତ୍ୟୁ ୧୫୯କୁ ବୃଦ୍ଧି

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟରେ ବୁଧବାରରେ ଆଉ ୫ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଗତକାଲି ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୫ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୫୯ରେ ପହଞ୍ଚିଛି । ୫ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ବୁଧବାର ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ଗଞ୍ଜାମରୁ ୬୦ବର୍ଷୀୟ ମହଳା ଯିଏ କି ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ।  ମାଲକାନଗିରିରୁ ଜଣେ ୬୨ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି ସେ ପୂର୍ବରୁ ଉଚ୍ଚରକ୍ତ ଚାପ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ଫୁଲବାଣୀରୁ ମୃତ୍ୟୁ ବରଣ କରିଥିବା ୫୦ବର୍ଷିୟ ପୁରୁଷ ଜଣଙ୍କ ପୂର୍ବରୁ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ସେହିଭଳି ବାଲେଶ୍ୱରରୁ ଜଣେ ୪୫ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି ସେ କରୋନା ସଂକ୍ରମିତ ହେବା ସହ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଏହାସହ ପୁରୀରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ପାର୍

ଅନ୍ୟପଟେ ବୁଧବାରରେ ୨୪ ଘଣ୍ଟାରେ  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୨୯ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ମୋଟ୍ ସଂକ୍ରମିତ ସଂଖ୍ୟା ୨୯ହଜାର ୧୭୫କୁ ବୃଦ୍ଧି ହୋଇଛି ।  ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି । ଏହାସହ ୧୮ହଜାର ୬୦ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୧୦ହଜାର ୯୨୦ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଆଜି ବିଶ୍ୱ ବ୍ୟାଘ୍ର ଦିବସ, ବାଘଙ୍କ ସୁରକ୍ଷା ପାଇଁ ଟ୍ୱିଟ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ୱ ବ୍ୟାଘ୍ର ଦିବସ । ବାଘ ମାନଙ୍କ ବଂଶ ରକ୍ଷା କରିବା ପାଇଁ ଏହି ଦିବସ ପାଳନ କରାଯାଏ । ବାଘକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ନନ୍ଦନକାନନର ଧଳା ବାଘ ଗୌରବ ସାରା ବିଶ୍ୱରେ ଭିନ୍ନ ପରିଚୟ ସୃଷ୍ଟି କରିଛି । ବର୍ତମାନ ସୁଦ୍ଧା ନନ୍ଦନକାନନରେ ୧୪୨ଟି ଧଳା ବାଘ ଜନ୍ମ ନେଇଛନ୍ତି, ସେଥିମଧ୍ୟରୁ ୧୦୪ଟିଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ଟି ଧଳା ବାଘକୁ ଅନ୍ୟତ୍ର ବିଭିନ୍ନ ଚିଡ଼ିଆଖାନାକୁ ପଠାଯାଇଛି । ବର୍ତ୍ତମାନ ୮ଟି ଧଳା ବାଘ ସମେତ ପ୍ରାଣୀଉଦ୍ୟନରେ ମୋଟ ୨୭ଟି ବାଘ ଅଛନ୍ତି ।

ତେବେ ବିଶ୍ୱ ବ୍ୟାଘ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ବାଘ ମାନଙ୍କ ସୁରକ୍ଷା ଏବଂ ତାଙ୍କ ବଂଶ ବିସ୍ତାର ପାଇଁ ଅପିଲ କରିଛନ୍ତି ।  ବାଘ ମାନଙ୍କ ପାଇଁ ଏକ ଉପଯୁକ୍ତ ଇକୋ ସିଷ୍ଟମ ସହିତ ସୁରକ୍ଷିତ ବାସସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଶ୍ୱର ୭୦ ପ୍ରତିଶତ ବାଘ ଭାରତରେ ଅଛନ୍ତି । ଓଡ଼ିଶାରେ ୨୮ଟି ବାଘ ଥିବା କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟର ରିପୋର୍ଟ କହୁଛି । ୨୦୧୮ ମସିହାରେ କରାଯାଇଥିବା ବାଘ ଗଣନାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ବିଂଶ ଶତାବ୍ଦୀର ଆରମ୍ଭରେ ଭାରତରେ ଏକ ଲକ୍ଷ ବାଘ ଥିବାର କୁହାଯାଏ । କିନ୍ତୁ ଅବାଧ ଶିକାର ପାଇଁ ଭାରତରେ ବାଘ ସଂଖ୍ୟା ନାମମାତ୍ର ରହିଯାଇଛି ।

 

ବୈଠକରେ ଅଧିକ ସଂକ୍ରମିତ ହୋଇଥିବା ୪ଜିଲ୍ଲା ଉପରେ ଫୋକସ୍ ଦିଆଯିବ

ଭୁବନେଶ୍ୱର: କରୋନାକୁ ମାତ ଦେବାକୁ ଅଣ୍ଟାଭିଡ଼ିଛନ୍ତି ରାଜ୍ୟ ସରକାର । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ରାଜ୍ୟରେ କିଭଳି କରୋନାକୁ ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ଆଲୋଚନା ମଧ୍ୟ କରାଯାଉଛି ।

ତେବେ ଆଜି କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଭିଡିଓ କନଫରେନ୍‌ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସବୁ ବିଧାୟକ ଭାଗ ନେବାର ଯୋଜନା ରହିଛି । ଅପରାହ୍ନ ୫ଟାରେ ବୈଠକ ବସିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଜୁଲାଇ ମାସରେ କରୋନା ଯେପରି ୪ଟି ଜିଲ୍ଲାରେ ବୃଦ୍ଧି ପାଇଛି ଓ ଏହାକୁ ନିୟନ୍ତ୍ରଣ କରିବା ସହ ପ୍ଲାଜ୍‌ମା ଥେରାପି ସଫଳ ହୋଇଛି । ଏବଂ ଏନେଇ ରାଜ୍ୟ ସରକାର ଯେଉଁ ପ୍ରୟାସ କରି ସଫଳ ହୋଇଛନ୍ତି, ତା’ ଉପରେ ଆଲୋଚନା ମଧ୍ୟ ହେବ । ବାଚସ୍ପତି, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ବୈଠକରେ ମତ ରଖିବେ । ବିଧାୟକ ଓ ମନ୍ତ୍ରୀମାନେ ଜିଲ୍ଲାସ୍ତରରୁ ବୈଠକରେ ସାମିଲ ହେବେ  । ସ୍ୱାସ୍ଥ୍ୟ ବିଭାଗର ଏପରି ପ୍ରୟାସକୁ ସବୁ ରାଜନୈତିକ ଦଳ ସ୍ୱାଗତ କରିଛନ୍ତି।

ବାୟୁସେନାକୁ ଶକ୍ତିଶାଳୀ କରିବ ଫ୍ରାନ୍ସ ଲଢୁଆ ବିମାନ ରାଫେଲ୍ । ଆଜି ଭାରତ ପହଞ୍ଚିବ ୫ ରାଫେଲ ବିମାନ । ସ୍ୱାଗତ ପାଇଁ ଅନେଇ ବସିଛି ଅମ୍ବାଲା ଏୟାରଷ୍ଟ୍ରିପ୍ । ସାରା ଅଚଂଳରେ ୧୪୪ ଧାରା ଜାରି ।

ବାୟୁସେନାକୁ ଶକ୍ତିଶାଳୀ କରିବ ଫ୍ରାନ୍‌ସ ଲଢୁଆ ବିମାନ ରାଫେଲ୍ । ଆଜି ଭାରତ ପହଞ୍ଚିବ ୫ ରାଫେଲ ବିମାନ । ସ୍ୱାଗତ ପାଇଁ ଅନେଇ ବସିଛି ଅମ୍ବାଲା ଏୟାରଷ୍ଟ୍ରିପ୍ । ସାରା ଅଚଂଳରେ ୧୪୪ ଧାରା ଜାରି ।

ରାଜ୍ୟରେ ବଢ଼ୁଛି ଟେଷ୍ଟିଂ, ବଢ଼ୁଛି ପଜିଟିଭ୍ । ୨୪ ଘଣ୍ଟାରେ ୨୮ଜିଲ୍ଲାରୁ ୧୦୬୮ ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନରୁ ୬୬୨, ଲୋକାଲ୍ କେସ୍ ୪୦୬ ସଂକ୍ରମିତ ଚିହ୍ନଟ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯ହଜାର ପାର ।

ରାଜ୍ୟରେ ବଢ଼ୁଛି ଟେଷ୍ଟିଂ, ବଢ଼ୁଛି ପଜିଟିଭ୍ । ୨୪ ଘଣ୍ଟାରେ ୨୮ଜିଲ୍ଲାରୁ ୧୦୬୮ ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନରୁ ୬୬୨, ଲୋକାଲ୍ କେସ୍ ୪୦୬ ସଂକ୍ରମିତ ଚିହ୍ନଟ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯ହଜାର ପାର ।

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ । ବୋର୍ଡ ୱେବସାଇଟରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ଏସ୍ଏମ୍ଏସ୍ରେ ମଧ୍ୟ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ ।

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ । ବୋର୍ଡ ୱେବସାଇଟରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ଏସ୍‌ଏମ୍‌ଏସ୍‌ରେ ମଧ୍ୟ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ ।

ଆଦିତ୍ୟ ଦାଶ ମୃତ୍ୟୁ ମାମଲା ନେଇ ବଢୁଛି ସସପେନ୍ସ । ପୁରୁଷୋତ୍ତମ ଏକ୍ସପ୍ରେସ ପରେ ଦୁଇ ମାଲବାହୀ ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କଲା ଜିଆରପି… ଟ୍ରେନ୍ ଆଗରେ ଆତ୍ମହତ୍ୟା କରିନଥିବା ସ୍ପଷ୍ଟ ।

ଆଦିତ୍ୟ ଦାଶ ମୃତ୍ୟୁ ମାମଲା ନେଇ ବଢୁଛି ସସପେନ୍‌ସ । ପୁରୁଷୋତ୍ତମ ଏକ୍ସପ୍ରେସ ପରେ ଦୁଇ ମାଲବାହୀ ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କଲା ଜିଆରପି… ଟ୍ରେନ୍ ଆଗରେ ଆତ୍ମହତ୍ୟା କରିନଥିବା ସ୍ପଷ୍ଟ ।

ଆଜି ରାଉରକେଲାରେ ଖୋଲିବ ପ୍ଲାଜମା ବ୍ୟାଙ୍କ । ଆଇଜିଏଚ୍ ପରିସରରେ ପ୍ରସ୍ତୁତି ଶେଷ । ସପ୍ତାହକ ମଧ୍ୟରେ ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିମସାରରେ ବ୍ୟାଙ୍କ ।

ଆଜି ରାଉରକେଲାରେ ଖୋଲିବ ପ୍ଲାଜମା ବ୍ୟାଙ୍କ । ଆଇଜିଏଚ୍ ପରିସରରେ ପ୍ରସ୍ତୁତି ଶେଷ । ସପ୍ତାହକ ମଧ୍ୟରେ ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିମସାରରେ ବ୍ୟାଙ୍କ ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ପାର୍

କରୋନା ସଂକ୍ରମଣ ଭୟ ଏବେ ନିଦ ଉଡ଼ାଇଛି । ଦିନକରେ ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବୁଧବାରରେ ଦିନ ୧୦୬୮ଜଣ ସଂକ୍ରମିତ ଚିହ୍ନୟ ହୋଇଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୬୮ଜଣ ସଂକ୍ରମିତ । ଏଥିମଧ୍ୟରୁ ୬୬୨ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୪୦୬ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

୨୮ଟି ଜିଲ୍ଲାରୁ ୧୦୬୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁଧବାରଦିନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ସଂକ୍ରମିତ । ଗଞ୍ଜାମରୁ ସର୍ବାଧିକ ୨୪୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୨୦, ବାଲେଶ୍ୱରରୁ ୨୯, ବରଗଡ଼ରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୨୬, କଟକରୁ ୬୧, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୮୮, ଜଗତସିଂହପୁର,୩, ଜାଯପୁର ଓ ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୧୯, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୮, କୋରାପୁଟରୁ ୬୬, ମାଲକାମନଗିରିରୁ ୧, ମୟୁରଭଞ୍ଜରୁ ୨୦, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୧୧, ପୁରୀ ରୁ ୧୬, ରାୟଗଡାରୁ ୨୪, ସମ୍ବଲପୁରରୁ ୨୧, ସୋନପୁରରୁ୨, ସୁନ୍ଦରଗଡ଼ରୁ ୧୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁଧବାରରେ ଗଞ୍ଜାମ ଓ ଖୋର୍ଦ୍ଧା ପରେ ସର୍ବାଧିକ ସଂକ୍ରମିତ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୨୯ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ମୋଟ୍ ସଂକ୍ରମିତ ସଂଖ୍ୟା ୨୯ହଜାର ୧୭୫କୁ ବୃଦ୍ଧି ହୋଇଛି । ରାଜ୍ୟରେ ଆଜି କରୋନାରେ ମୃତକଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ହୋଇଛି । ଏହାସହ ୧୮ହଜାର ୬୦ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୧୦ହଜାର ୯୨୦ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ୱେବସାଇଟ ବ୍ୟତୀତ ଏସ୍‌ଏମ୍‌ଏସ୍‌ରେ ମଧ୍ୟ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍‌ଟ । ପ୍ରଥମ ଥର ପାଇଁ ବୋର୍ଡର ପରୀକ୍ଷା କମିଟି ପକ୍ଷରୁ ଭିଡିଓ କନଫେରନସିଂ ଜରିଆରେ ଫଳାଫଳ ପ୍ରକାଶ କରାଯାଇଛି । ଚଳିତ ବର୍ଷ ଏସଏମଏସରେ ବି ଉପଲବ୍ଧ ହେଉଛି ପରୀକ୍ଷା ଫଳ । ଏନେଇ ଏକ କଣ୍ଟ୍ରୋଲ ରୁମ୍ ବି ଖୋଲାଯାଇଛି।  ଚଳିତ ବର୍ଷ ମାଟ୍ରିକ ପାସ ହାର ୭୮.୭୬  ପ୍ରତିଶତ ରହିଛି ଯାହା ଗତ ବର୍ଷ ଠାରୁ ଅଧିକ । ପାସ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ପୁଅଙ୍କ ପାସ ହାର ୭୭.୮ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ ହାର ୮୧.୯୮ ପ୍ରତିଶତ ରହିଛି । ଅନ୍ୟପଟେ ସଂସ୍କୃତ ମିଡିୟମରେ ପାସ ହାର ୯୭.୧୮ ରହିଛି । ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷାରେ ପାସ ହାର ୪୦.୧୮ ପ୍ରତିଶତ ରହିଛି ।  ବିଧିବଦ୍ଧ ଭାବରେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବରଗଡ଼ ଜିଲ୍ଲାରେ ଭଲ ରେଜଲ୍ଟ ହୋଇଥିବା ସୂଚନା ରହିଛି । ସେହିଭଳି କଟକ ଜିଲ୍ଲାରେ ୮୪ ପ୍ରତିଶତ ରେଜଲ୍ଟ ହୋଇଛି । ତେବେ ୩୧ ସ୍କୁଲରେ କୌଣସି ଛାତ୍ରଛାତ୍ରୀ ପାସ କରିନଥିବା ସୂଚନା ରହିଛି ।

କେମିତି ଦେଖିବେ ରେଜଲ୍ଟ:

http://odisha.indiaresults.com/bse-orissa/default.htm

ସକାଳ ୧୧:୩୦ରୁ ବୋର୍ଡର ଦୁଇଟି ୱେବସାଇଟରେ ଫଳାଫଳ ଉପଲବ୍ଧ ହେବ । ବୋର୍ଡ ୱେବସାଇଟ www.bseodisha.ac.in ଏବଂ www.bseodisha.nic.inରେ ନମ୍ବର ଲଗ୍ ଇନ କରି ପରୀକ୍ଷା ଫଳ ଜାଣି ହେବ । ସେହିପରି  OR01 ROLLNO ଟାଇପ କରି ୫୬୭୬୭୫୦କୁ ମେସେଜ କରି ରେଜଲ୍‌ଟ ଜାଣିପାରିବେ ।

ଶିକ୍ଷକ, ଅଭିଭାବକ ଓ ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବାକୁ କଟକ ବୋର୍ଡ ଅଫିସରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଆଜିଠୁ ଅଗଷ୍ଟ ୧୦ ତାରିଖ ଯାଏଁ ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏ କଣ୍ଟ୍ରୋଲ ରୁମ୍ ଖୋଲା ରହିବ । ସେହିପରି ୦୬୭୧-୨୪୧୨୦୫୯, ଏବଂ ୦୬୭୧-୨୪୧୨୦୬୦ ଫୋନ ନମ୍ବର ଜାରି କରିଛି ବୋର୍ଡ ।