spot_img
Home Blog Page 6912

ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଡାକ୍ତରଙ୍କ ଡ୍ର ରୁ ଚୋରୀ କରୁଥିବା ବେଳର ରେକର୍ଡିଂ

ଅନୁଗୁଳ: ଚୋରିର ନୂଆ ଫର୍ମୁଲା । ଦିନ ଦି ପହରେ ଡାକ୍ତରଙ୍କ ଡ୍ରରୁ ଚୋରି ହେଉଛି ଟଙ୍କା । ଅନୁଗୁଳରେ ମାତିଛି ଲେଡି ଲୁଟେରା । ରୋଗୀ ହୋଇ ଆସିଲେ ବେଧଡ଼କ ଲୁଟିଲେ , ବସି ଚେକଅପ୍ ହେଲେ ।  ଦେହ ଦେଖାଇବାକୁ ଆସି ଲୁଟେରା ଡାକ୍ତରଙ୍କ ଡ୍ର ରୁ ଲୁଟିନେଲେ ୩୦ ହଜାର ଟଙ୍କା  । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଅମଲାପଡାରେ ।

ସୂଚନା ଅନୁସାରେ ଡାକ୍ତର ଦୀପକ ଗଡ଼ନାଏକ ତାଙ୍କ ବାସଭବନରେ ରୋଗୀ ଦେଖୁଥିଲେ । ବାହାରେ ଅନେକ ରୋଗୀ ନମ୍ବରର କରି ଅପେକ୍ଷା କରିଥାନ୍ତି । ଜଣେ ସ୍ୱତନ୍ତ୍ର ଭାବେ ଜଣଜଣ କରି ରୋଗୀଙ୍କୁ ଭିତରକୁ ପଠାଇବା କାମରେ ରହିଥିଲେ । ଏହି ସମୟରେ ତାଙ୍କ ନିକଟକୁ ଜଣେ ମହିଳା ରୋଗୀ ଆସିଥିଲେ । ଡାକ୍ତରଙ୍କ ଚେୟାର ପାଖରେ ଥିବା ଟୁଲରେ ବସିଲେ । ସେହି ସମୟରେ କୌଣସି କାମରେ ଅଳ୍ପ ସମୟ ପାଇଁ ଘର ଭିତରକୁ ଯାଇଥିଲେ ଡାକ୍ତର ଦୀପକ । ଏହି ସୁଯୋଗର ଫାଇଦା ନେଇ ଡାକ୍ତରଙ୍କ କ୍ୟାସ ଡ୍ର’ରୁ ଅତି ଚାଲାକିର ସହ ଟଙ୍କା ବଣ୍ଡଲ ଉଠାଇ ନେଇଥିଲେ ମହିଳା ଜଣଙ୍କ । ତାପରେ ଟଙ୍କାକୁ ନିଜ ଶାଢୀ ଭିତରେ ଲୁଚାଇ ଦେଇଥିଲେ । ଏସବୁ ଦୃଶ୍ୟ ଡାକ୍ତରଙ୍କ ଚାମ୍ବରରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ତେବେ ଡାକ୍ତରଙ୍କ ଡ୍ରୟରରୁ ୩୦ ହଜାର ଟଙ୍କା ଚୋରି କରି ସାମାନ୍ୟ ଭାବେ ଡାକ୍ତର ଆସିବା ପରେ ତାଙ୍କ ସହ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ କଥା ହୋଇଥିଲେ ଲେଡି ଲୁଟେରା ଜଣଙ୍କ । ତାପରେ ସେଠାରୁ ଚାଲିଯାଇଥିଲେ । ଏ ନେଇ ଡାକ୍ତର ଦିପକ ଗଡ଼ନାଏକ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି  । ଲୁଟ୍ ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

(ଅନୁଗୁଳରୁ ସମରେଶ ନାଥ )

ମୁଭି ମାଫିଆଙ୍କ ଉପରେ ପ୍ରଶ୍ନ ଉଠାଇଲେ କଙ୍ଗନା, ‘କାହିଁକି ଚାଷ କାମ କରିବାକୁ ବାଧ୍ୟ ହେଲେ ସୁଶାନ୍ତ ?’

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ତାଙ୍କ ବାପା ରିୟା ଚକ୍ରବର୍ତ୍ତୀ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କ ନାଆରେ ଏଫଆଇଆର ଦର୍ଜ କରିଛନ୍ତି । ସୁଶାନ୍ତଙ୍କ ବାପା ପଟନାର ରାଜୀବ ନଗର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ସେ ରିୟା ଏବଂ ତାଙ୍କ ପରିବାର ଉପରେ ଅନେକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି ଯେଉଁଥିରେ ଏହି କଥା ମଧ୍ୟ ସାମିଲ ଅଛି ଯେ ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିଲେ ।

ଜଣାଇ ରଖୁଛୁ ଯେ, ସୁଶାନ୍ତ ଏବଂ ରିୟା ରିଲେସନସିପରେ ଥିଲେ । ତେବେ ସୁଶାନ୍ତଙ୍କ ବାପାଙ୍କ ଏହି ପଦକ୍ଷେପ ପରେ କଙ୍ଗନା ରନୈତ ଲଗାତାର ଟ୍ୱିର କରି ଚାଲିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଫିଲ୍ମ ଏବଂ ମିଡିଆ ମାଫିଆଙ୍କ ପାଇଁ ସୁଶାନ୍ତ ମାନସିକ ଚାପରେ ଥିଲେ ।  ସେ ଏହା ମଧ୍ୟ କହିଛନ୍ତି ଯେ, କାହିଁକି ଏତେ ପ୍ରତିଭାଶୀଳ ଅଭିନେତା ଚଳଚିତ୍ର ଛାଡ଼ି ଚାଷ କାମ କରିବାକୁ ଚାହୁଁଥିଲେ ।

କଙ୍ଗନାଙ୍କ ଡିଜିଟାଲ ଟିମ ଟ୍ୱିଟ କରିଛି ଯେ, ୨୦୧୯ ମସିହାରେ ସୁଶାନ୍ତ କୌଣସି ଫିଲ୍ମର ସୁଟିଂ କରିନଥିଲେ । ତାଙ୍କୁ ଫିଲ୍ମ ମାଫିଆ ମାନେ ବୟକଟ କରିଥିଲେ । ତାଙ୍କ ବାପା ଉଲ୍ଲେଖ କରିଛନ୍ତି ଯେ, ସୁଶାନ୍ତ ସବୁକିଛି ଛାଡ଼ି ଅରଗାନିକ ଚାଷ କରିବାକୁ ଚାହୁଥିଲେ । ତେବେ କଙ୍ଗନା ପ୍ରଶ୍ନ ଉଠାଇଛନ୍ତି ଯେ,  କାହିଁକି ଏତେ ପ୍ରତିଭାବାନ ଅଭିନେତା ନିଜ ଅଭିନୟ କ୍ୟାରିୟର ଛାଡ଼ି ଚାଷ କରିବାକୁ ବାଧ୍ୟ ହେଲେ । ସେ ସାଇନ୍ସରେ ମଧ୍ୟ ନିଜର କ୍ୟାରିୟର କରିପାରିଥାନ୍ତେ । ଯଦି ତାଙ୍କୁ ଚାଷ ହିଁ କରିବାର ଥିଲା ତ ଏବେ କାହିଁକି ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି ।

ଏହାବ୍ୟତୀତ କଙ୍ଗନାଙ୍କ ଡିଜିଟାଲ ଟିମ ଟ୍ୱିଟ କରିଛି ଯେ, ସେ ମାଫିଆ ମିଡିଆଙ୍କ ଡର ଦେଖାଇ ସୁଶାନ୍ତଙ୍କୁ ଧମକ ଦେଉଥିଲା । ଏହି ପ୍ରକାର ଷ୍ଟ୍ରଗଲ ଭିତରେ ମାନସିକ ଚାପରେ ରହିବା ସାଧାରଣ କଥା । ହଲିଉଡରେ ଅବଶ୍ୟ ଏଭଳି କଥାକୁ ସେଲିବ୍ରିଟି ମାନେ ସର୍ବସମ୍ମୁଖରେ କହିଥାଆନ୍ତି । ନିଜ ବିରୋଧରେ ଚାଲିଥିବା ଏହି ହେଟ କ୍ୟାମ୍ପେନଠୁ ଭଲ ସେ ନିଜ ଜୀବନକୁ ହାରିଦେବା  କାହିଁକି ଠିକ ଭାବିଥିଲା ?

ସୁଶାନ୍ତଙ୍କ ମୃତ୍ୟୁ ଆରମ୍ଭରୁ ହିଁ କଙ୍ଗନା ନିଜ ମତ ଦେଇଚାଲିଛନ୍ତି । ସେ ଏହି ମାମଲାରେ ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ମୁମ୍ବାଇ ପୋଲିସ ଇଣ୍ଡଷ୍ଟ୍ରିର ପ୍ରାୟ ୪୦ ଜଣଙ୍କ ସହ ପଚରାଉଚରା କରିସାରିଲେଣି । ନିକଟରେ ପୋଲିସ ଧର୍ମା ପ୍ରଡକସନର ସିଇଓ ଅପୂର୍ବ ମେହତାଙ୍କ ବୟାନ ରେକର୍ଡ କରିଛି । ଅନ୍ୟପଟେ ସୁଶାନ୍ତଙ୍କ ବାପା ମଧ୍ୟ ନିଜ ବୟାନରେ କହିଛନ୍ତି ଯେ, ପୋଲିସ ଉପରେ ଭରସା ନାହିଁ, ସେଥିପାଇଁ ସେ ତାଙ୍କ ବୟାନ ବିହାର ପୋଲିସ ସାମ୍ନାରେ ଦାଖଲ କରିଛନ୍ତି ।

https://www.youtube.com/watch?v=Zxf8JeL0Vnc

ଆଉ ଦୁଇ ଲୋକୋ ପାଇଲଟ୍ ଦେଲେ ଆଶ୍ଚର୍ଯ୍ୟକର ବୟାନ

ଭୁବନେଶ୍ୱର: ହଟୁନି ପରଦା ଫିଟୁନି ଗୁମର । ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ । କେମିତ ହୋଇଥିଲା ଆଦିତ୍ୟଙ୍କ ମୃତ୍ୟୁ ସେ ନେଇ ସପେନ୍ସ ବଢିବାରେ ଲାଗିଛି । ସମାଜସେବୀ ଆଦିତ୍ୟ ଦାସ ମୁତ୍ୟୁ ମାମାଲାରେ ପୁଣି ଆରମ୍ଭ ହୋଇଛି ତଦନ୍ତ । ଦୁଇ ମାଲବାହୀ ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କରିଛି ଜିଆରପି ।

ଦୁଇଟି ଯାକ ଟ୍ରେନ୍ ଆଗରେ ଆତ୍ମହତ୍ୟା କରି ନାହାନ୍ତି ଆଦିତ୍ୟ ବୋଲି ସ୍ପଷ୍ଟ କରିଛନ୍ତି ୨ଟି ଟ୍ରେନର ଲୋକ ପାଇଲଟ । ଏନେଇ ରେଳବାଇ ପୋଲିସ ୨ଦିନ ଯାଏଁ ଲୋକପାଇଲଟଙ୍କୁ ପଚରା ଉଚରା କରିଥିଲା । ପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କରିଥିଲା ରେଳବାଇ ପୋଲିସ । ସେମାନେ ସ୍ପଷ୍ଟ ବୟାନ ଦେଇଛନ୍ତି ଯେ, ଆଦିତ୍ୟ ଟ୍ରେନ ଆଗକୁ ଡେଇଁ ନାହାଁନ୍ତି କି ଟ୍ରେନ ତାଙ୍କୁ ଧକ୍କା ଦେଇନି । ତେବେ ୩ଟି ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ ପରେ ଆଦିତ୍ୟ ଟ୍ରେନ ଆଗରେ ଆତ୍ମହତ୍ୟା କରି ନଥିବା ଜଣାପଡ଼ିଛି । ତଦନ୍ତକୁ ନେଇ ଏବେ ଅଠାକାଠିରେ ଜିଆରପି ।

ଆଦିତ୍ୟଙ୍କ ମୁତ୍ୟୁ କେମିତି ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ପ୍ରଥମେ ଘରୁ ମିଳିଥିବା ଡାଏରୀରେ ଆଦିତ୍ୟଙ୍କ ହାତ ଲେଖା ନୁହେଁ ବୋଲି ସନ୍ଦେହ କରାଯାଉଥିଲା ଯାହା ପରେ ଆଦିତ୍ୟଙ୍କ ଲେଖା ବୋଲି ଫରୋନସିକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା । ଏହାପରେ ଆଦିତ୍ୟ ଏକା ଚାଲି ଚାଲି ଯାଉଥିବାର ସିସିଟିଭିରେ ରେକର୍ଡ ହୋଇଥିଲା । ଏବେ ଲୋକୋ ପାଇଲଟଙ୍କ ଏଭଳି ବୟାନ ଜିଆରପିକୁ ଅଡୁଆରେ ପକାଇଛି । ତେବେ ଜିଆରପିର ଜଣେ ଏସଆଇ ପଜିଟିଭ୍ ଚିହ୍ନଟ ପରେ ତଦନ୍ତରେ ବ୍ରେକ୍ ଲାଗିଥିଲା । ଫଳରେ ସବୁ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା  । ତେବେ ବୁଧବାରଠାରୁ ପୁଣି ତଦନ୍ତ କାମ ଆରମ୍ଭ ହେଉଛି­­ ।

( ଭୁବନେଶ୍ୱରରୁ ଅରୁଣ ସାହୁ )

କେମିତି ଖୁବ୍ ଶିଘ୍ର ପାଇ ପାରିବେ ମାଟ୍ରିକ ରେଜଲ୍ଟ ?

ଭୁବନେଶ୍ୱର: ବୁଧବାର ପ୍ରକାଶ ପାଇବ ମାଟ୍ରିକ ରେଜଲ୍‌ଟ । ପ୍ରଥମ ଥର ପାଇଁ ବୋର୍ଡର ପରୀକ୍ଷା କମିଟି ପକ୍ଷରୁ ଭିଡିଓ କନଫେରନସିଂ ଜରିଆରେ ଫଳାଫଳ ବାହାରିବ । ଚଳିତ ବର୍ଷ ଏସଏମଏସରେ ବି ଉବଲବ୍ଧ ହେବ ପରୀକ୍ଷା ଫଳ । ଏନେଇ ଏକ କଣ୍ଟ୍ରୋଲ ରୁମ୍ ବି ଖୋଲାଯାଉଛି।

ତେବେ ଏନେଇ ସକାଳ ୯ଟାରେ ଭିଡିଓ କନଫେରନସିଂରେ ପରୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପରେ ସକାଳ ୧୧:୩୦ରୁ ବୋର୍ଡର ଦୁଇଟି ୱେବସାଇଟରେ ଫଳାଫଳ ଉପଲବ୍ଧ ହେବ । ବୋର୍ଡ ୱେବସାଇଟ www.bseodisha.ac.in ଏବଂ www.bseodisha.nic.inରେ ନମ୍ବର ଲଗ୍ ଇନ କରି ପରୀକ୍ଷା ଫଳ ଜାଣି ହେବ । ସେହିପରି  OR01 ROLLNO ଟାଇପ କରି ୫୬୭୬୭୫୦କୁ ମେସେଜ କରି ରେଜଲ୍‌ଟ ଜାଣିପାରିବେ ।

ଶିକ୍ଷକ, ଅଭିଭାବକ ଓ ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବାକୁ କଟକ ବୋର୍ଡ ଅଫିସରେ କଣ୍ଟ୍ରୋଲ ରୁମ ଖୋଲାଯିବ । ଆଜିଠୁ ଅଗଷ୍ଟ ୧୦ ତାରିଖ ଯାଏଁ ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏ କଣ୍ଟ୍ରୋଲ ରୁମ୍ ଖୋଲା ରହିବ । ସେହିପରି ୦୬୭୧-୨୪୧୨୦୫୯, ଏବଂ ୦୬୭୧-୨୪୧୨୦୬୦ ଫୋନ ନମ୍ବର ଜାରି କରିଛି ବୋର୍ଡ ।

ଆଜି ଅମ୍ବାଲାରେ ପହଞ୍ଚିବ ରାଫେଲ, ଏୟାରଫୋର୍ସ ବେସ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି

ଅମ୍ବାଲା: ରାଫେଲ ଯୁଦ୍ଧ ବିମାନ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ, ଅମ୍ବାଲା ବାୟୁସେନା ଷ୍ଟେସନର ୪ ଟି ଅଞ୍ଚଳରେ ଧାରା ୧୪୪ କାର୍ଯ୍ୟକାରୀ କରାଯାଇଛି। ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ବାୟୁସେନା ଷ୍ଟେସନ ନିକଟରେ ଧୁଲକୋଟ, ବଲଦେବ ନଗର, ଗରନାଲା, ପଞ୍ଜୋଖରା ଇତ୍ୟାଦି ସ୍ଥାନରୁ ଏୟାରଫୋର୍ସ ଷ୍ଟେସନର କୌଣସି ପ୍ରକାରର ଫଟୋ ଉଠାଇବା ନିଷେଧ।

ଏହାକୁ ନିଶ୍ଚିତ କରି ଡିଏସପି ମୁନିଶ ସେହଗଲ କହିଛନ୍ତି ଯେ ପୋଲିସ ସମ୍ପୂର୍ଣ୍ଣ ସତର୍କ ରହିବ ଏବଂ ଚାରିଆଡୁ ଅବରୋଧ କରାଯିବ। ଲୋକମାନେ ଉତ୍ସାହରେ ଆସି ଯେମିତି ଫଟୋଗ୍ରାଫି କରିବେ ନାହିଁ ସେ ପ୍ରତି ଧ୍ୟାନ ଦିଆଯିବ । ସେ କହିଛନ୍ତି ଯେ ଏହା ଜାତୀୟ ସୁରକ୍ଷା ସହ ଜଡିତ ଏକ ପ୍ରସଙ୍ଗ ତେଣୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏକ ସପ୍ତାହ ମଧ୍ୟରେ ଯେକୌଣସି ମିଶନ ପାଇଁ ପ୍ରସ୍ତୁତ ହେବ

ଜଣାଇ ରଖୁଛୁ ଯେ, ଏକ ସପ୍ତାହ ମଧ୍ୟରେ ଏହି ଯୁଦ୍ଧବିମାନ ଯେକୌଣସି ମିଶନ ପାଇଁ ପ୍ରସ୍ତୁତ ହୋଇଯିବ । ଫ୍ରାନ୍ସରୁ ଆସିଥିବା ଏହି ଯୁଦ୍ଧ ବିମାନଗୁଡ଼ିକୁ ଉଡ଼ାଇବା ପାଇଁ ସମୁଦାୟ ୧୨ ଜଣ ପାଇଲଟଙ୍କୁ ତାଲିମ ଦିଆଯାଇଛି । ଏହି ଯୁଦ୍ଧବିମାନକୁ ଗ୍ରହଣ କରିବା ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ବାୟୁସେନା ଯୁଦ୍ଧ ବିମାନ ପାଇଲଟମାନେ ୭୦୦୦  କିଲୋମିଟର ଦୂରତା ଅତିକ୍ରମ କରି ଅମ୍ବାଲା ଏୟାରବେସରେ ପହଞ୍ଚିବେ । ଏହି ଅବସରରେ ଏୟାର ଚିଫ୍ ମାର୍ଶଲ ବି.ଏସ୍ ଧାନୋ ମଧ୍ୟ ଉପସ୍ଥିତ ରହିବେ ।

ଏୟାର ଚିଫ୍ ମାର୍ଶଲ ରାଫେଲକୁ ଗ୍ରହଣ କରିବେ

ଏହି ଅବସରରେ ବାୟୁସେନା ପକ୍ଷରୁ କୌଣସି ସରକାରୀ କାର୍ଯ୍ୟକ୍ରମ ଘୋଷଣା କରାଯାଇ ନାହିଁ, କିନ୍ତୁ ବାୟୁସେନା ମୁଖ୍ୟ ମାର୍ଶଲ ଆର.କେ.ଏସ୍ ଭଦୌରିଆ ଅମ୍ବାଲାରେ ବିମାନ ଗ୍ରହଣ କରିବେ। କରୋନା ଅବଧିରେ ମଧ୍ୟ ଭାରତୀୟ ବାୟୁସେନା ରାଫେଲ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଥିଲା। କାର୍ଯ୍ୟସୂଚୀରେ ବିତରଣ ପାଇଁ ୧୦ଟି ବିମାନ ପ୍ରସ୍ତୁତ ରହିଛି | ତେବେ ଟ୍ରେନିଂ ପାଇଁ ପାଞ୍ଚଟି ବିମାନକୁ ଫ୍ରାନ୍ସରେ ରଖାଯାଇଥିବାବେଳେ ୫ ଟି ଭାରତକୁ ପଠାଯାଇଛି ଏବଂ ଅବଶିଷ୍ଟ ଯୁଦ୍ଧ ବିମାନର ବିତରଣ ୨୦୨୧ ଶେଷ ସୁଦ୍ଧା ପହଞ୍ଚିବ ବୋଲି ଫ୍ରାନ୍ସ ସ୍ପଷ୍ଟ କରିଛି ।

ଜାଲ୍ ନୋଟ୍ ଦେଇ ଧରାପଡ଼ିବା ପରେ ପରିସ୍ଥିତି ଅସମ୍ଭାଳ

ଭୁବନେଶ୍ୱର: ଜାଲ ନୋଟ୍ ଦେବା ବେଳେ ଯୁବକକୁ ଧରି ନିସ୍ତୁକ ମାଡ । ବାଲେଶ୍ୱର ଜିଲା ଖଇରା ଥାନା ସୁନ୍ଦରପୁର ଗାଁରେ ଏଭଳି ଘଟଣା ଘଟିଛି । ଜଣେ ଯୁବକ ଦୋକାନରେ ୧୦୦ ଟଙ୍କିଆ ଜାଲ ନୋଟ ଦେଇ ପାଉଁରୁଟି କିଣୁଥିବା ବେଳେ ଧରାପଡି ନିସ୍ତୁକ ମାଡ଼ ଖାଇଛନ୍ତି । ପାଉଁରୁଟି କିଣିବା ବେଳେ ଦୋକାନୀ ଜାଲ ନୋଟ୍ ବୋଲି ଜାଣିପାରି ଥିଲେ । ସ୍ଥାନୀୟ ଲୋକେ ଯୁବକକୁ କାବୁ କରିବା ସହ ବାନ୍ଧି ମାଡ ମାରିଥିଲେ।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଜଣେ ଯୁବକ ଦୋକାନରେ ୧୦୦ ଟଙ୍କିଆ ଜାଲ ନୋଟ ଦେଇ ପାଉଁରୁଟି କିଣୁ ଥିବାବେଳେ ଧରାପଡି ନିସ୍ତୁକ ଛେଚା ଖାଇଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୁନ୍ଦରପୁର ଗ୍ରାମରେ ଜଣେ ଯୁବକ ସୁଦର୍ଶନ ମଲ୍ଲିକଙ୍କ ଦୋକାନରୁ ୧୦୦ ଟଙ୍କିଆ ନୋଟ ଦେଇ ଏକ ପାଉଁରୁଟି କିଣିଥିଲା । ନୋଟ ଦେଖି ପ୍ରଥମେ ଦୋକାନୀ ସୁଦର୍ଶନ ୧୦୦ଟଙ୍କିଆ ନୋଟଟି ଜାଲ ବୋଲି କହିଥିଲେ । ଯୁବକ ଜଣକ ସୁଦର୍ଶନ ଠାରୁ  ଦେଇଥିବା ନୋଟ ନେଇ ପଳାଇବା ବେଳେ ସୁଦର୍ଶନ ଚିତ୍କାର କରିବାରୁ ଲୋକେ ଯୁବକକୁ ଧରି ବାନ୍ଧି ପକାଇ ମାଡ ନିସ୍ତୁକ ମାଡ଼ ମାରିଥିବା ଜଣା ପଡ଼ିଛି ।

( ସୋରରୁ ତପୋଧନ ବାରିକ )

ଆବେଦନ ସମୟରେ ମାର୍କ ସିଟ୍ କିମ୍ବା ସାର୍ଟିଫିକେଟ ଅପଲୋଡ଼ କରିବାକୁ ପଡ଼ିବନି

ଭୁବନେଶ୍ୱର: ରାଜ୍ୟରେ କରୋନା ମୁବିଲା ପାଇଁ ସବୁ ପ୍ରକାର ତତ୍ପରତା ପ୍ରଦର୍ଶନ କରୁଛନ୍ତି ସରକାର । ଏଭଳି ପରିସ୍ଥିତିରେ କିଭଳି ପିଲାଙ୍କ ଶିକ୍ଷା ବ୍ୟବସ୍ଥାରେ କୌଣସି ସମସ୍ୟା ନ ଆସେ ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ବୁଧବାରରେ ମାଟ୍ରିକ ଫଳାଫଳ ବାହାରୁଥିବା ବେଳେ ଯୁକ୍ତ ତିନି ଆଡ଼ମିଶନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଗାଇଡ ଲାଇନ ଜାରି କରିଛନ୍ତି ।

ତିନି ରାଉଣ୍ଡ ବିଶିଷ୍ଟ ଗୋଟିଏ ପର୍ଯ୍ୟାୟରେ ଆଡ଼ମିଶନ ହେବା ନେଇ ସ୍ପଷ୍ଟ କରାଯାଇଛି । ସାମସ୍ ପୋର୍ଟାଲ୍ ରେ ଛାତ୍ରଛାତ୍ରୀ ମାନେ ନିଜ ଫୋନ୍ ନମ୍ୱର୍ ଓ ଇମେଲ ଆଇଡି ଦେଇ, ଇ-ଆଡ଼ମିଶନ ଲାଗି ଆବେଦନ କରିବେ ।ଆବେଦନ ସମୟରେ ଏଣିକି ଆଉ ମାର୍କ ସିଟ୍ କି ସାର୍ଟିଫିକେଟ ଅପଲୋଡ଼ କରିବାକୁ ପଡ଼ିବନି । ଆଡ଼ମିଶନ ସମୟରେ ଏସବୁ ଯାଞ୍ଚ କରାଯିବ । Slide up ପ୍ରକ୍ରିୟାରେ ଭାଗ ନେବାକୁ ହେଲେ ଛାତ୍ର ଛାତ୍ରୀ ମାନେ ଅନଲାଇନ ଫର୍ମରେ ଉଲ୍ଲେଖ କରିବେ । କଲେଜ୍ ଗୁଡିକ ସାମସ୍ ପୋର୍ଟାଲରେ ନିଜ ନିଜର ଆଡ଼ମିଶନ ଫି ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କଲେଜ୍ କର୍ତ୍ତୃପକ୍ଷ ଆଡ଼ମିଶନ ବାବଦରେ କ୍ୟାମ୍ପସରେ ପୋଷ୍ଟର ଲଗାଇ ସଚେତନ କରିବେ । ଏହାସହ ହେଲ୍ପ ଡେସ୍କ, ଇଣ୍ଟରନେଟ୍ କେନ୍ଦ୍ର, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଲବ୍ଧ ରଖିବାକୁ ସବୁ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।

କଶ୍ମୀର ନିବାସୀ ହିଲାଲ ଅହମଦ ରାଠୋର ହେଉଛନ୍ତି ଏୟାରଫୋର୍ସର ପ୍ରଥମ ପାଇଲଟ ଯିଏ ଉଡ଼ାଇଲେ ରାଫେଲ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଅଧିକାରୀ ହିଲାଲ ଅହମ୍ମଦଙ୍କ ନାମ ଏହି ସମୟରେ କାଶ୍ମୀରର ସମସ୍ତଙ୍କ ମୁହଁରେ ରହିଛି । ବାସ୍ତବରେ, ଏୟାର କମୋଡୋର ହିଲାଲ ହେଉଛନ୍ତି ପ୍ରଥମ ଭାରତୀୟ ସେନା ପାଇଲଟ ଯିଏକି ରାଫେଲ ଯୁଦ୍ଧ ବିମାନରେ ଉଡାନ ଭରିଛନ୍ତି । ସୋମବାର ଦିନ ହିଲାଲ ଫ୍ରାନ୍ସରୁ ଉଡ଼ାଣ ପାଇଁ ରାଫେଲର ପ୍ରଥମ ବ୍ୟାଚକୁ ଛାଡିଥିଲେ। ଏହା ବ୍ୟତୀତ ସେ ରାଫେଲ ବିମାନର ବ୍ୟବସାୟୀକରଣ ସହିତ ମଧ୍ୟ ଜଡିତ ଅଛନ୍ତି। ହିଲାଲ ବର୍ତ୍ତମାନ ଫ୍ରାନ୍ସରେ ଭାରତୀୟ ବାୟୁସେନାର ସହଯୋଗୀ ଅଟନ୍ତି ।

ବାୟୁସେନାରେ ହିଲାଲ ଅହମ୍ମଦଙ୍କ କ୍ୟାରିୟର ଖୁବ ପ୍ରଭାବଶାଳୀ

ଭାରତୀୟ ବାୟୁସେନାରେ ହିଲାଲ ଅହମ୍ମଦଙ୍କ କ୍ୟାରିୟର ଅତ୍ୟନ୍ତ ପ୍ରଭାବଶାଳୀ ରହିଛି । ସେ ଅନନ୍ତନାଗରର ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ମହମ୍ମଦ ଅବଦୁଲ୍ଲା ରାଠୋର ଜାମ୍ମୁ କାଶ୍ମୀର ପୋଲିସରେ ଡେପୁଟି ଏସପି ଥିଲେ। ହିଲାଲଙ୍କର ତିନି ଭଉଣୀ ଅଛନ୍ତି । ସେ ତାଙ୍କ ପିତାମାତାଙ୍କ ଏକମାତ୍ର ପୁତ୍ର। ହିଲାଲ ଜାମ୍ମୁର ନାଗରୌଟା ସୌନିକ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ ।

୧୯୮୮ରେ ହୋଇଥିଲେ କମିଶନ

ହିଲାଲଙ୍କୁ ୧୭ ଡିସେମ୍ବର ୧୯୮୮ରେ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ପାଇଲଟ ଭାବରେ ନିଯୁକ୍ତ କରାଯାଇଥିଲା। ସେ ୧୯୯୩ରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଏବଂ ୨୦୦୪ରେ ଗ୍ରୁପ୍ କମାଣ୍ଡର ହୋଇଥିଲେ। ୨୦୧୬ରେ, ତାଙ୍କୁ ଗ୍ରୁପ୍ କ୍ୟାପଟେନ୍ କରାଯାଇଥିଲା ଏବଂ ୨୦୧୯ରେ ସେ ଏୟାର କମୋଡୋର ପଦବୀକୁ ଉନ୍ନୀତ ହୋଇଥିଲେ । ହିଲାଲ ଅହମ୍ମଦ ପ୍ରତିରକ୍ଷା ସେବା କର୍ମଚାରୀ କଲେଜରୁ ସ୍ନାତକ ହାସଲ କରିଛନ୍ତି। ସେ ଆମେରିକାର ଏୟାର ୱାର୍ କଲେଜରୁ ମଧ୍ୟ ସ୍ନାତକ ହାସଲ କରିଛନ୍ତି। ହିଲାଲ ବାୟୁସେନା ପଦକ ଏବଂ ବିଶିଷ୍ଟ ସେବା ପଦକ ପାଇଛନ୍ତି।

ସର୍ବୋତ୍ତମ ପାଇଲଟ୍ ଙ୍କ ମଧ୍ୟରେ ତାଙ୍କ ନାମ ଗଣନା କରାଯାଏ

ମିରାଜ୍-2000, ମିଗ୍ -21 ଏବଂ କିରଣ ଏୟାରକ୍ରାଫ୍ଟରେ ଉଡ଼ାଣ ସମୟରେ ହିଲାଲ ଏପର୍ଯ୍ୟନ୍ତ ପ୍ରାୟ ୩୦୦୦ଘଣ୍ଟା ବିତାଇଛନ୍ତି। ବର୍ତ୍ତମାନ ରାଫେଲ ବିମାନ ସହିତ ହିଲାଲଙ୍କ ନାମ ଐତିହାସିକ ଭାବରେ ଯୋଡ଼ି ହୋଇଯାଇଛି ।

ରାଫାଲ ବିମାନର ପ୍ରଥମ ପରିବହନ ଆସନ୍ତାକାଲି ଭାରତରେ ପହଞ୍ଚିବ

ଉଲ୍ଲେଖନୀୟ କଥା ହେଉଛି, ସୋମବାର ରାଫେଲ ବିମାନ ଫ୍ରାନ୍ସରୁ ଅମ୍ବାଲା ଅଭିମୁଖେ ଉଡ଼ିଗଲା। ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଏହି ବିମାନଗୁଡ଼ିକ ଅମ୍ବାଲା ଏୟାର ବେସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ନିଜେ ଏହି ବିମାନ ଗ୍ରହଣ କରିବାକୁ ଅମ୍ବାଲା ଯିବେ।

ସୁଶାନ୍ତଙ୍କ ବାପା ଆଣିଲେ ସଙ୍ଗୀନ ଅଭିଯୋଗ ! ରିୟା ସୁଶାନ୍ତଙ୍କୁ ବ୍ଲାକମେଲ କରି ପରିବାର ସହ ବି ଭେଟିବାକୁ ଦେଉ ନଥିଲେ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। କିନ୍ତୁ ମଙ୍ଗଳବାର ଦିନ ଏହି ମାମଲାରେ ଏକ ନୂଆ ମୋଡ଼ ଆସିଛି। ସୁଶାନ୍ତଙ୍କ ପିତା କୃଷ୍ଣ କିଶୋର ସିଂ ଆତ୍ମହତ୍ୟା ପାଇଁ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ରିୟାଙ୍କ ବିରୋଧରେ ଲେଖାଯାଇଥିବା ଏଫ୍ଆଇଆର୍ ଅନୁଯାୟୀ ସୁଶାନ୍ତଙ୍କ ପିତା ଦଶଟି ଆଶ୍ଚର୍ଯ୍ୟଜନକ ଅଭିଯୋଗ ଆଣିଛନ୍ତି।

  1. ସୁଶାନ୍ତ ସିଂ ରାଜପୁତ ଫିଲ୍ମ ଜଗତରୁ ବିଦାୟ ନେବାକୁ ଚାହୁଁଥିଲେ। ସେ କେରଳର କୁର୍ଗରେ ସିଫ୍ଟ ହେବାକୁ ଚାହୁଁଥିଲେ ଏବଂ ଜୈବିକ ବା ଅର୍ଗାନିକ ଚାଷ କରିବାକୁ ଚାହୁଁଥିଲେ। କିନ୍ତୁ ରିୟା ଚକ୍ରବର୍ତ୍ତୀ ଏହାକୁ ସମର୍ଥନ କରିନଥିଲେ। ରିୟା ସୁଶାନ୍ତଙ୍କୁ କହିଥିଲେ ଯେ ସେ ମୁମ୍ବାଇରୁ ସିଫ୍ଟ କରିପାରିବେ ନାହିଁ।
  2. ଯେତେବେଳେ ରିୟା ଅନୁଭବ କଲେ ଯେ ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ରହିବାକୁ ରାଜି ନାହାଁନ୍ତି, ସେତେବେଳେ ଜୁନ୍ ୬, ୨୦୨୦ରେ ଦିନ ରିୟା ସୁଶାନ୍ତଙ୍କ ଘରୁ ବିପୁଳ ନଗଦ ଟଙ୍କା, ଅଳଙ୍କାର, କ୍ରେଡିଟ କାର୍ଡ, ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଲାପଟପ୍ ଏବଂ ମେଡିକାଲ ରେକର୍ଡ ନେଇ ତାଙ୍କ ଘର ଛାଡ଼ି ପଳାଇଥିଲେ । ଏପରିକି ରିୟା ତାଙ୍କ ଫୋନରୁ ସୁଶାନ୍ତଙ୍କ ନମ୍ବରକୁ ମଧ୍ୟ ବ୍ଲକ କରିଦେଇଥିଲେ ।
  3. ଥରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ଭଉଣୀକୁ କହିଥିଲେ ଯେ ରିୟା ତାଙ୍କର ସମସ୍ତ ଡକ୍ୟୁମେଣ୍ଟ୍ ନେଇ ଯାଇଛନ୍ତି । କେବଳ ସେତିକି ନୁହେଁ ରିୟା ଧମକ ଦେଇଥିଲେ ଯେ, ଗଣମାଧ୍ୟମ ସାମ୍ନାରେ ସେ କହିଦେବେ କି, ସୁଶାନ୍ତ ପାଗଳ ହୋଇଯାଇଛନ୍ତି ଏବଂ ଏହାପରେ ତାଙ୍କୁ କେହି କାମ ଦେବେ ନାହିଁ ।
  4. ୨୦୧୯ରେ ରିୟାଙ୍କୁ ଭେଟିବା ପୂର୍ବରୁ ସୁଶାନ୍ତ କୌଣସି ମାନସିକ ରୋଗରେ ପୀଡିତ ନଥିଲେ । ଯଦିଓ ରିୟାଙ୍କୁ ଭେଟିବା ପରେ ସୁଶାନ୍ତ କାହିଁକି ମାନସିକ ସ୍ତରରେ ବିବ୍ରତ ହେଲେ ? ଏହାର ଅନୁସନ୍ଧାନ କରାଯିବା ଉଚିତ୍ ।
  5. ଯଦି ସୁଶାନ୍ତଙ୍କୁ ମାନସିକ ରୋଗ ପାଇଁ ଚିକିତ୍ସା କରାଯାଉଥିଲା, ତେବେ ପରିବାର ସଦସ୍ୟଙ୍କଠାରୁ କାହିଁକି କୌଣସି ସମ୍ମତି ନିଆଯାଇ ନଥିଲା ?
  6. ରିୟା ଚିକିତ୍ସା ସମୟରେ ସୁଶାନ୍ତଙ୍କୁ ତାଙ୍କ ଘରକୁ ନେଇଥିଲେ । କାରଣ ଔଷଧ ଅଧିକ ନେବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। କିନ୍ତୁ ରିୟା ସମସ୍ତଙ୍କୁ କହିଥିଲେ ଯେ ସୁଶାନ୍ତଙ୍ଗୁ ଡେଙ୍ଗୁ ହୋଇଛି ।
  7. ରିୟା ସୁଶାନ୍ତଙ୍କୁ କୌଣସି ଫିଲ୍ମରେ ସାଇନ୍ କରିବାକୁ ଦେଉ ନଥିଲେ । ଯେତେବେଳେ ବି କିଛି ଫିଲ୍ମ ପାଇଁ ଅଫର ଆସେ, ସେ ସୁଶାନ୍ତଙ୍କୁ, ତାଙ୍କୁ(ରିୟା) ସେହି ଫିଲ୍ମରେ ତାଙ୍କ ହିରୋଇନ୍ ଭାବରେ ନେବାକୁ ବାଧ୍ୟ କରୁଥିଲେ । ଏହି ସର୍ତ୍ତରେ ସୁଶାନ୍ତ ସେହି ଅଫର ଗ୍ରହଣ କରନ୍ତି ନାହିଁ ।
  8. ସୁଶାନ୍ତଙ୍କ ବିଶ୍ୱାସଯୋଗ୍ୟ ଏବଂ ପୁରୁଣା କର୍ମଚାରୀଙ୍କୁ ରିୟା ବଦଳାଇ ଦେଇଥିଲେ । ଏହା ବଦଳରେ ସେ ତାଙ୍କର ଜଣାଶୁଣା ଲୋକଙ୍କୁ ନିଯୁକ୍ତି ଦେଇଥିଲେ। ଯାହାଫଳରେ ସେ ସୁଶାନ୍ତଙ୍କ ଉପରେ ନଜର ରଖିପାରିବେ ।
  9. ଡିସେମ୍ବର ୨୦୧୯ ରେ, ରିୟା ସୁଶାନ୍ତଙ୍କୁ ମୋବାଇଲ୍ ନମ୍ବର ପରିବର୍ତ୍ତନ କରିବାକୁ ବାଧ୍ୟ କରି ଦେଇଥିଲେ । ଯେମିତି କି ସେ ତାଙ୍କ ପରିବାର ଏବଂ ଅନ୍ତରଙ୍ଗ ବନ୍ଧୁଙ୍କ ସହ କଥାବାର୍ତ୍ତା କରିପାରିବେ ନାହିଁ । ରିୟା ମଧ୍ୟ ସୁଶାନ୍ତଙ୍କୁ ପାଟନାରେ ତାଙ୍କ ପରିବାରକୁ ଦେଖା କରିବାକୁ ଯିବାକୁ ଦେଉନଥିଲେ।
  10. ୨୦୧୯ ମସିହାରେ ସୁଶାନ୍ତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ମାତ୍ର ଏକ ମାସ ମଧ୍ୟରେ ୧୫ କୋଟି ଟଙ୍କା ଏଭଳି ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା, ଯାହା ସୁଶାନ୍ତଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ ନଥିଲା । ରିୟା ଏବଂ ତାଙ୍କ ସହଯୋଗୀମାନେ କିପରି ଏମିତି ଟଙ୍କା ନେଇଗଲେ ତାହା ଅନୁସନ୍ଧାନ କରାଯିବା ଉଚିତ୍।

ଆପଣଙ୍କୁ କହି ରଖୁଛୁ ଯେ ସୁଶାନ୍ତ ସିଂ ରାଜପୁତ ଚଳିତ ବର୍ଷ ୧୪ ଜୁନରେ ମୁମ୍ବାଇରେ ଥିବା ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ​​ଏବଂ ବଲିଉଡରେ ନେପୋଟିଜିମ୍ ଏବଂ ଗ୍ୟାଙ୍ଗବାଜିକୁ ନେଇ ଏକ ବିତର୍କ ମଧ୍ୟ ହୋଇଥିଲା। ଏହି ମାମଲାରେ ପୋଲିସ ବହୁ ବଡ ନିର୍ଦ୍ଦେଶକଙ୍କୁ ମଧ୍ୟ ପଚରାଉଚରା କରୁଛି । ଏହି ସମୟରେ ସୁଶାନ୍ତଙ୍କ ପିତା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଙ୍କ ଉପରେ ଅଭିଯୋଗ ଆଣିଛନ୍ତି  । ଫଳରେ ମାମଲାର ମୋଡ ସମ୍ପୂର୍ଣ୍ଣ ବଦଳିଯାଇଛି ।

https://www.youtube.com/watch?v=Zxf8JeL0Vnc

ବିଶିଷ୍ଟ ନାଟ୍ୟକାର କାଶୀନାଥ ସାହୁଙ୍କ ପରଲୋକ, ଅର୍ଣ୍ଣପୂର୍ଣ୍ଣା ଥିଏଟରର ଦିନେ ଥିଲେ ବଛା କଳାକାର…..

ଶେଷ ଶଯ୍ୟାରେ ସତାୟୁ ନାଟ୍ୟକାର କାଶୀନାଥ ସାହୁ । ଆଜି ପିପିଲି ସ୍ଥିତ ନିଜ ବାସଭବନ ରେ ନାଟ୍ୟକାର କାଶୀନାଥ ସାହୁ ୧୦୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ସ୍ଵର୍ଗତ କାଶୀନାଥ ହେଉଛନ୍ତି ପୁରୀସ୍ଥିତ ଅର୍ଣ୍ଣପୂର୍ଣ୍ଣ ରଙ୍ଗ ମଞ୍ଚ ର ଏକ ଭିନ୍ନ କଳାକାର, ଯେ କି ଓଡ଼ିଶା ରେ ପ୍ରଥମ କରି ପୁରୁଷ ହୋଇ ନାରୀ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ମୋହି ନେଉ ଥିଲେ । ତାଙ୍କ  ଅଭିନୟ ଏତେ ନିଖୁଣ ଥିଲା ଯେ ସେ ପାଇଁ ସେ ଅନେକ୍ ଗୁଡିଏ ସମ୍ମାନ ର ଅଧିକାରୀ ହୋଇ ପାରି ଥିଲେ । ତାଙ୍କ ପିଲା ଦିନେ ନାଟକ “ଧରମା ” କରି ସେ ଉଚ୍ଚ ପ୍ରଶଂସିତ ହୋଇ ଥିଲେ । ଏହି ନାଟକ ଟି ସେହି ସମୟରେ ଚହଳ ସୃଷ୍ଟି କରିଥିଲା ।

ଏଥି ସହିତ ସେ ଶହେ ରୁ ଉର୍ଦ୍ଧ ନାଟକରେ ଅଭିନୟ କରିଥିଲେ । ତାଙ୍କ ଜନ୍ମିତ ମାଟି ନିକଟସ୍ଥ ହରିପୁର ହୋଇ ଥିବା ବେଳେ ସେ ପିପିଲି ବଜାର୍ ରେ ରହି ଏକ ସିନେମା ହଲ୍ କରିଥିଲେ । ଆହୁରି ମଧ୍ଯ ଶିକ୍ଷା ର ଉନ୍ନତି କ୍ଷେତ୍ରରେ ପିପିଲି ମହାବିଦ୍ୟାଳୟ, ଜବାହାର ଉଚ୍ଚ ବିଦ୍ୟାଳୟ ଏବଂ ପିପିଲି ଉଚ୍ଚ ବିଦ୍ୟାଳୟର ନିର୍ମାଣରେ ତାଙ୍କ ର ଅବଦାନ ଅତୁଳନୀୟ ଥିଲା । ସେ ଥିଲେ ଏମିତି ଏକ ପ୍ରତିଭା ଯେ କି ଅନ୍ୟର ଅସୁବିଧା ସମୟରେ ପାଖରେ ଛିଡା ହୋଇ ଯାଆନ୍ତି ।୦ ଆଜି ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ବେଳକୁ ପାଖରେ ସମସ୍ତ ପୁଅ ବୋହୂ ନାତି ନାତୁଣୀ ଉପସ୍ଥିତ ଥିବା ବେଳେ ପିପିଲି ଅଂଚଳର ବହୁ ବ୍ୟକ୍ତି ଆସି ପିପିଲି ସ୍ଥିତ ବାସଭବନରେ ଶେଷ ଦର୍ଶନ କରିଛନ୍ତି ।