spot_img
Home Blog Page 6912

ଭାରତୀୟ ଆଇଟି କମ୍ପାନୀର କଳା କାରନାମା: ଅଶ୍ଲିଳ ଭିଡିଓ,ମେସେଜ୍ ଜରିଆର ନେତାଙ୍କୁ କରୁଥିଲା ବ୍ଲାକମେଲ୍ !

ୱାସିଂଟନ: ଏକ ଭାରତୀୟ ଆଇଟି କମ୍ପାନୀ  ବେଆଇନ ଭାବେ ଗୁଇନ୍ଦା କାର୍ଯ୍ୟକଳାପ କରୁଥିବା ଆମେରିକାର ସିଟିଜେନ ଲ୍ୟାବ ରିସର୍ଚ୍ଚ ସଂସ୍ଥା ପ୍ରକାଶ କରିଛି । ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ୟୁରୋପଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ବିଭିନ୍ନ ଦେଶର ବଡ ବଡ ଉଦ୍ୟୋଗପତି ଓ ନେତାଙ୍କର ତଥ୍ୟ ସଂଗ୍ରହ କରିବା ପାଇଁ ଏହି ଭାରତୀୟ ଆଇଟି କମ୍ପାନୀ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ସବୁଠାରୁ ସମ୍ୱେଦନଶୀଳ କଥା ଏହା ଯେ ଅଶ୍ଲୀଳ ମେସଜ୍ ଫରଓ୍ୱାଡ କରି ଏଭଳି କରାଯାଉଛି । ତେବେ କମ୍ପାନୀର ତଥ୍ୟ ସବୁବେଳେ ଗୋପନୀୟ  ରହୁଥିବା ହେତୁ ଭାରତୀୟ ଆଇଟି କମ୍ପାନୀ ଉଚ୍ଚସ୍ତରୀୟ ପଦବୀରେ ଥିବା କର୍ମଚାରୀଙ୍କୁ ଟାର୍ଗେଟ କରୁଛି । ତେବେ ଅଦ୍ୟାବଧି ଆମେରିକାର ପ୍ରାଇଭେଟ୍ ଇକୁଇଟିର କେକେଆର୍ ଓ ମଡି ବାଁଟର୍ସ ଭଳି କମ୍ପାନୀର ଗୁଇନ୍ଦା ରିପୋର୍ଟ ସାର୍ବଜାନୀନ ହୋଇ ସାରିଲାଣି ବୋଲି ଆମେରିକାର ସିଟିଜେନ ଲ୍ୟାବ ରିସର୍ଚ୍ଚ ସଂସ୍ଥା ଆରୋପ ଆଣିଛି ।

ସମାଚାର ଏଜେନ୍ସି ରଏଟର ମୁତାବକ, ଏହି କମ୍ପାନୀର ନାମ ବେଲ୍ ଟ୍ରକ୍ସ ଓ ଏହା ପଶ୍ଚିମ ଦିଲ୍ଲୀର ଅବସ୍ଥିତ । ସୁମିତ ଗୁପ୍ତା ଏହାର ମାଲିକ । ସୁମିତ କେଉଁ ସଂସ୍ଥା କିମ୍ୱା ବ୍ୟକ୍ତି ପାଇଁ କାମ କରୁଛନ୍ତି ତାହା କହିବାକୁ ସିଧାସଳଖ ଭାବେ ମନା କରି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୫ରେ ସୁନିତ ଆମେରିକାରେ ହ୍ୟାକିଂ ଆରୋପରେ ଫସିଥିଲେ । ଏହାପରେ ୨୦୧୭ରେ ସେ ଆମେରିକା ଛାଡି ନିଜ ଘରକୁ ଫେରିଥିଲେ । ତେବେ ଏବେ ତାଙ୍କ ଉପରେ ଲାଗୁଥିବା ଆରୋପ ଉପରେ ସଫେଇ ଦେଇ ସେ କହିଛନ୍ତି ଯେ ସେ ଏଭଳି କରିନାହାନ୍ତି ଓ କୌଣସି ଏଜେନ୍ସି ସହ ସେ ସମ୍ପର୍କରେ ନାହାନ୍ତି । ତେବେ ଆମେରିକା ଏହି ଗୁଇନ୍ଦା କାର୍ଯ୍ୟକଳାପକୁ ଧରିବା ପାଇଁ ଦୁଇ ବର୍ଷ ହେବ କାମ କରୁଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବେଲ୍ ଟ୍ରୋକ୍ସ କମ୍ପାନୀ ଆଫ୍ରିକାର ନ୍ୟାୟପାଳିକା ଅଧିକାରୀ, ମେକ୍ସିକୋର ନେତା, ଫ୍ରାନ୍ସର ଓକିଲ ଓ ଆମେରିକା ବହୁ ଉଦ୍ୟୋଗପତିଙ୍କର ବ୍ୟକ୍ତିଗତ ତଥ୍ୟ ଲିକ୍ କରୁଥିଲା ।

 

ଚାଲି ଚାଲି ଘରକୁ ଫେରୁଛନ୍ତି ୧୭ ଶ୍ରମିକ

ସୁବର୍ଣ୍ଣପୁର: ଲକଡାଉନ୍ ପରେ ହାତ ବାନ୍ଧି ବସିଥିଲା ଶ୍ରମିକ । ଆସ୍ତେ ଆସ୍ତେ ଲକଡାଉନ୍ ଖୋଲିବା ସହ ଆରମ୍ଭ ହେଲା ନିର୍ମାଣ କାମ । ଏହାର ସୁଯୋଗ ନେଇ ଠିକାଦାର ଶ୍ରମିକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଠିକାଦାରଙ୍କ ନିର୍ଯାତନା ସହି ନପାରି ଶେଷରେ ଚାଲି ଚାଲି ଘରକୁ ଫେରୁଛନ୍ତି ୧୭ ଜଣ ଶ୍ରମିକ ।

ସୁବର୍ଣ୍ଣପୁର ଜିଲ୍ଲା ବାଇଗନଜୁରୀ ଗାଁରେ କୋଠା ନିର୍ମାଣ ପାଇଁ ଶ୍ରମିକଙ୍କୁ ଜୈନିକ ଠିକାଦାର ଆଣିଥିଲେ । ହେଲେ ଚୁକ୍ତି ମୁତାବକ ଶ୍ରମିକମାନଙ୍କୁ ଖାଇବାକୁ ଠିକ୍ ଭାବେ ନ ଦେବା ସହ ପାଉଣା ଦେଇନଥିଲେ । ଏମିତି କି ଗାଳି କରିବା ସହ ନାନା ନିର୍ଯାତନା ଦେଇଥିବା ଶ୍ରମିକ ଅଭିଯୋଗ କରିଛନ୍ତି ।ଶେଷରେ ଶ୍ରମିକମାନେ ବାଧ୍ୟ ହୋଇ ସୁବର୍ଣ୍ଣପୁରରୁ ଚାଲି ଚାଲି ବାହାରିଛନ୍ତି ଗଞ୍ଜାମ ଜିଲ୍ଲାର ଅଳସୁ ଗାଁକୁ । ସଂକ୍ରମଣ ସମୟରେ ଠିକାଦାରଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ନାପସନ୍ଦ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

କଟକରେ ନିୟମ ଲାଗୁ ପାଇଁ ୪ଟି ଏନଫୋର୍ସମେଣ୍ଟ ଟିମ୍

ଭୁବନେଶ୍ୱର: କଟକ ମହାନଗର ନିଗମକୁ ଏଯାବତ୍ ବାହାରୁ ୫ ହଜାର ୧୦୧ ଜଣ ଫେରିଛନ୍ତି । ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ପ୍ରେସମିଟରେ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ୩୮୯୨ ଲୋକ ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ୯୪୯ ଜଣ ସରକାରୀ କ୍ୱାରେଣ୍ଟାଇନରେ ରହିଛନ୍ତି । ଅବଶିଷ୍ଟ ୨୬୦ ଜଣ ପେଡ୍ କ୍ୱାରେଣ୍ଟାଇନରେ ଅଛନ୍ତି ।

କଟକ ସହରରେ ୧୮ଟି ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ରହିଛି । ଯେଉଁଥିରେ ୧୨୯୦ ବେଡର ବ୍ୟବସ୍ଥା ହୋଇଛି । ୭ଟି ଟିଏମସି ଆକ୍ଟିଭ୍ ଥିବାବେଳେ ୧୭୧ ବେଡ୍ ବ୍ୟବହାର ହେଉଛି । ପେଡ୍ କ୍ୱାରେଣ୍ଟାଇନ୍ ପାଇଁ ୧୦ଟି ହୋଟେଲ ଚିହ୍ନଟ କରାଯାଇଛି । ପେଡ୍ କ୍ୱାରେଣ୍ଟାଇନ୍ ପାଇଁ ଦର ସ୍ଥିର କରାଯାଇଛି ।

କେମିତି ହେଉଛି ମନିଟରିଂ ?

ଏଥିପାଇଁ ଏକ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । କଣ୍ଟ୍ରୋଲ ରୁମ୍ ନମ୍ବର ହେଉଛି ୭୦୭୭୭୭୫୫୫୫ । ଏହା ସକାଳ ୮ଟାରୁ ରାତି ୧୦ଟା ଯାଏଁ ଖୋଲା ରହୁଛି । ଏଠାରେ ଜଣେ ଡକ୍ଟର କିମ୍ବା ପାରା ମେଡିକାଲ ଷ୍ଟାଫ୍ ରହୁଛନ୍ତି । କଣ୍ଟ୍ରୋଲ୍ ରୁମକୁ ୱାର୍ଡ କମିଟି, ୧୦୪ ହେଲ୍ପ ଲାଇନ୍ ଓ ସ୍ଥାନୀୟ ଲୋକ ଖବର ଦେଉଛନ୍ତି । ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି ହୋଇଛି ।

୫୯ଟି ୱାର୍ଡ କମିଟି ସଚେତନତା ସୃଷ୍ଟି କରୁଛନ୍ତି । ବସ୍ତି ଅଞ୍ଚଳ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଆଶା, ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ୱାରା ସ୍କ୍ରିନିଂ କରାଯାଉଛି । ବୟସ୍କ, ଛୋଟ ଛୁଆ, ଅକାଧିକ ରୋଗରେ ଆକ୍ରାନ୍ତ, ଗର୍ଭବତିଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯଉଛି ।

ଏନଫୋର୍ସମେଣ୍ଟ

ଅନୁଧ୍ୟାନ ପାଇଁ ୪ଟି ଜଏଣ୍ଟ ଏନଫୋର୍ସମେଣ୍ଟ ଟିମ୍ ଗଠନ ହୋଇଛି । ସିଏମସି, ସ୍ୱାସ୍ଥ୍ୟ ଓ ପୋଲିସକୁ ନେଇ ଟିମ୍ ଗଠନ କରାଯାଇଛି । ଘରୋଇ ହସ୍ପିଟାଲ ଗୁଡ଼ିକରେ ନିୟମତି ଚେକିଂ କରାଯାଉଛି । କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାର ଅନୁଧ୍ୟାନ କରାଯାଉଛି । ମାସ୍କ ପିନ୍ଧିବା ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ।

କଟକ ମହାନଗର ନିଗମ ଅଞ୍ଚଳରେ ୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣଙ୍କ ଚିକିତ୍ସା ଚାଲିଛି । ୩୪ ସଂକ୍ରମିତଙ୍କ ମଧ୍ୟରୁ ୫ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଯେଉଁମାନେ କି ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିଲେ ।

ବାହାରୁ କଟକ ସହର ଆସୁଥିବା ଲୋକଙ୍କ ହେଉଛି ପଞ୍ଜିକରଣ, ବୟସ୍କଙ୍କୁ ସ୍ୱତନ୍ତ୍ର ଧ୍ୟାନ

ଜେସିବିରେ ବୁହା ହେଲା କରୋନା ସଂକ୍ରମିତଙ୍କ ଶବ, ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କଲେ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ: କରୋନା ପାଇଁ ଏବେ ସାରା ଦେଶ ଭୟରେ ବଞ୍ଚୁଛି । ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏବେ ଦେଶରେ ୫ ଲକ୍ଷ ଟପିଲାଣି କରୋନା ସଂକ୍ରମଣ । ତେବେ କରୋନାକୁ ନେଇ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ମାନବ ସମାଜକୁ ଲ୍ଲଜିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି । କରୋନା ସଂକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ପରେ  ସେମାନଙ୍କ ଶବ ପ୍ରତି ଅପମାନଜନକ ବ୍ୟବହାର କରାଯାଇଛି । ଦୁଇଜଣଙ୍କର ମୃତ ଦେହକୁ ଏକ ଜେସିବି ସାହାଯ୍ୟରେ ଶ୍ମଶାନକୁ ନିଆଯାଉଛି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହା ପରେ ଏଭଳି କାର୍ଯ୍ୟକୁ ନେଇ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ସୂଚନା ଅନୁଯାୟୀ, କରୋନା ପୀଡିତଙ୍କ ମୃତ୍ୟୁ ପରେ ପଡୋଶୀମାନେ ଆମ୍ବୁଲାନ୍ସକୁ ଅପେକ୍ଷା କରିନଥିଲେ । କାଳେ ଉକ୍ତ ସ୍ଥାନରେ ଅଧିକ ସଂକ୍ରମଣ ବ୍ୟାପିବ ସେଥିପାଇଁ ଜଲଦି ମୃତଦେହ ନେବାକୁ ସ୍ଥାନୀୟ ଲୋକେ ବାଧ୍ୟ କରିଥିଲେ । ଏହା ପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ଏହି ପଦକ୍ଷେପ ନେବାକୁ ପଡିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍‌ ଜଗନମୋହନ ରେଡ୍ଡୀ । ଏଭଳି କାର୍ଯ୍ୟ ପାଇଁ ଦାୟୀ ଥିବା ଅଧିକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍‌ ଜଗନମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଏହା କେବଳ ନିନ୍ଦନୀୟ ନୁହେଁ ବରଂ ଅମାନୁଷିକ ଏବଂ କରୋନା ନିୟମର ଖୋଲାଖୋଲି ଉଲ୍ଲଂଘନ । ତେବେ ଦାୟିତ୍ୱରେ ଅଧିକାରୀଙ୍କ ବିରୋଧରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଭଳି କାର୍ଯ୍ୟ ପାଇଁ ମ୍ୟୁନିସିପାଲିଟି ମୁଖ୍ୟ ଏବଂ ଅନ୍ୟ ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ଟ୍ୱିଟର ମାଧ୍ୟମରେ ଓ୍ୱାଇ.ଏସ୍‌ ଜଗନମୋହନ ରେଡ୍ଡୀ କହିଛନ୍ତି, “ମାନବିକତା ଦେଖାଇବାର ସମୟ ଆସିଛି, କିନ୍ତୁ କରାଯାଇଥିବା କାର୍ଯ୍ୟ ମନକୁ ଆଘାତ ଦେଇଛି । ଏଭଳି ଘଟଣା ଅନ୍ୟତ୍ର ପୁନରାବୃତ୍ତି କରାଯିବା ଉଚିତ ନୁହେଁ । ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। । “

ବଜାରକୁ ଆସିବ ୱାନ ପ୍ଲସର ଶସ୍ତା ସ୍ମାର୍ଟ୍ ଟିଭି, ମିଳିବ ଡଲ୍ବି ଭିଜନ୍ ଆଟମୋସ୍ ସାଉଣ୍ଡ କ୍ୱାଲିଟି….

ଓ୍ୱାନ ପ୍ଲସ୍ ମୋବାଇଲ ଭାରତୀୟ ବଜାରରେ ଚାହିଦାରେ ରହିବା ପରେ କମ୍ପାନୀ ୨୦୧୯ରେ ସ୍ମାର୍ଟ୍ ଟିଭି ଲଞ୍ଜ କରିଥିଲା । ମାତ୍ର ଭାରତକୁ ଏତେ ଭଲ ଦରରେ ଗ୍ରାହକଙ୍କୁ ଆକର୍ଷଣ କରିବା ଭଳି ଟିଭି ଓ୍ୱାନ ପ୍ଲସ୍ ତରଫରୁ ଲଞ୍ଜ ହୋଇନଥିଲା । ଏବେ ଅପେକ୍ଷାର ଅନ୍ତ ଘଟାଇ ଓ୍ୱାନ ପ୍ଲସ ଭାରତୀୟ ବଜାରକୁ ଆଣିବ ନିଜର ତିନୋଟି  ସ୍ମାର୍ଟ୍ ଟିଭି,ଯାହାର ମୁଲ୍ୟ ୧୦ ହଜାର ଟଙ୍କାରୁ ଆରମ୍ଭ ହେବ ।

ଆସନ୍ତା ଜୁଲାଇ ଦୁଇ ତାରିଖରେ ଏହା ବଜାର ପ୍ରବେଶ କରିବ । ତିନୋଟି ଯାକ ଟିଭିର ଦର ୫୦ ହଜାର ଟଙ୍କାର ସୀମା ମଧ୍ୟରେ ରହିଥିବା ହେତୁସ୍ମାର୍ଟ୍ ଟିଭି ହିସାବରେ ଏହାକୁ ଏକ ଭଲ ପ୍ରାଇସ ରେଞ୍ଜର ସ୍ମାର୍ଟ୍ ଟିଭି ବୋଲି ବିଚାର କରାଯାଉଛି । ଏବେଠାରୁ ଓ୍ୱାନ ପ୍ଲସର ଏହି ସ୍ମାର୍ଟ୍ ଟିଭିର ବୁକିଂ କରାଯାଇ ପାରିବ । କମ୍ପାନୀ ପକ୍ଷରୁ ନିଜ ସୋସିଆଲ ମିଡିଆରେ ଏନେଇ ସୂଚନା ଦିଆଯାଇଛି ।

ତେବେ ସବୁଠାରୁ ଶସ୍ତା ଦରରେ ଆସୁଥିବା ଟିଭିର ମୂଲ୍ୟକୁ ଓ୍ୱାନ୍ ପ୍ଲସ ୧୦ରୁ ୨୦ ହଜାର ଟଙ୍କା ଭିତରେ ରଖିବ । ମଧ୍ୟମ ଧରଣର ଟିଭିର ଦର ୨୦ରୁ ୩୦ ହଜାର ଓ ସବୁଠାରୁ ମହଙ୍ଗା ଟିଭିର ଦର ୪୦ରୁ ୫୦ ହଜାର ମଧ୍ୟରେ ରହିବା ନେଇ କମ୍ପାନୀ କହିସାରିଛି । ତେବେ କମ୍ପାନୀ ପକ୍ଷରୁ ଟିଭି ସମ୍ୱନ୍ଧୀୟ ଅନ୍ୟ କିଛି ସୂଚନା ମଧ୍ୟ ଦିଆଯାଇଛି । ଏହି ଟିଭିଗୁଡିକ ଅଲଟ୍ରା ସ୍ଲିମ୍ ହେବ । ଓ୍ୱାନ ପ୍ଲସ୍ ୮ ସ୍ମାଟ ଫୋନର ମୋଟେଇ ସହ ଏହି ଟିଭି ଗୁଡିକର ମୋଟେଇ ତୁଳନା କରି କମ୍ପାନୀ ଏହା ଜଣାଇଛି ଯେ ଉଭୟଙ୍କର ମୋଟେଇ ସମାନ । ସେହିଭଳି ଟିଭି ଡଲବି ଆଟ୍ମୋସ୍ ସାଉଣ୍ଡ କ୍ୱାଲିଟି ସହ ଆସୁଛି ବୋଲି ସୂଚନା ମିଳିଛି ।

ବାହାରୁ କଟକ ସହର ଆସୁଥିବା ଲୋକଙ୍କ ହେଉଛି ପଞ୍ଜିକରଣ, ବୟସ୍କଙ୍କୁ ସ୍ୱତନ୍ତ୍ର ଧ୍ୟାନ

ଭୁବନେଶ୍ୱର: କଟକ ମହାନଗର ନିଗମରେ କେମିତି ଚାଲିଛି କୋଭିଡ୍ ମୁକାବିଲା । କୃଷି ସଚିବ, ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି । କଟକ ମହାନଗର ନିଗମରେ ୫୯ଟି ୱାର୍ଡରେ କମିଟି ଗଠନ କରାଯାଇଛି । କଟକରେ ୧୭୯ଟି ପୂଜା ଓ ସାହି କମିଟି ରହିଛି । ପୂଜା ଓ ସାହି କମିଟି ମଧ୍ୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି । ପ୍ରତି ୱାର୍ଡ ପାଇଁ ଜଣେ ଜଣେ ଅଧିକାରୀ ରହିଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ପଞ୍ଜିକରଣ କରାଯାଉଛି ।

ସିଏମସି ପକ୍ଷରୁ ୧୦ ରାପିଡ୍ ରେସପନ୍ସ ଟିମ୍ ଗଠନ ହୋଇଛି । ଟିମରେ ଜଣେ ଏମବିବିଏସ୍ କିମ୍ବା ଆୟୁଷ ଡାକ୍ତର ଅଛନ୍ତି । ଟିମ୍ ଲୋକଙ୍କୁ ସଚେନତ କରାଇବା ସହ ପରୀକ୍ଷା କରୁଛି । ବରିଷ୍ଠ ନାଗରିକଙ୍କୁ ପୋଲିସ ପକ୍ଷରୁ ପୁସ୍ତିକା ଦିଆଯାଇଛି । ଯେଉଁଥିରେ ଗ୍ରୋସେରୀଠୁ ଆରମ୍ଭ କରି ପରିବା ସମସ୍ତ ସୂଚନା ଓ ଫୋନ୍ ନମ୍ବର ହୋମ୍ ଡେଲିଭରୀ ପାଇଁ ରହିଛି ।Mandatory registration of outsiders who coming CMC

ବସ୍ତି ଅଞ୍ଚଳ ପାଇଁ ମହିଳା ଆରୋଗ୍ୟ ସମିତି ଗଠନ ହୋଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଏହା ଗଠନ କରାଯାଇଛି । ଏମାନେ ବସ୍ତି ଅଞ୍ଚଳରେ ସଚେତନତା କରିବା ସହ ପ୍ରଶାସନକୁ ଅବଗତ କରାଉଛନ୍ତି । କଟକ ଜିଲ୍ଲାରେ ଅଦ୍ୟାବିଧି ୫୩୭ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୦୭ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୧୨୬ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା, ଜାହାଡ଼ା ପଞ୍ଚାୟତରେ କରୋନାରେ ହୋଇଛି ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ ଝଡ଼ୁଛି ଜୀବନ । ତିନି ଦିନ ମଧ୍ୟରେ କରୋନା ନେଲାଣି ତିନି ଜଣଙ୍କ ପ୍ରାଣ । ସୋସିଆଲ୍ ମିଡିଆରେ ଏଭଳି ଗୁଜବ ପ୍ରଚାରିତ ହେଉଥିଲା । ତେବେ, କରୋନାରେ କେବଳ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ।

ଜାହାଡ଼ା ପଞ୍ଚାୟତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଜଣଙ୍କର ମୃତ୍ୟୁ କରୋନା ଜନିତ । ଅନ୍ୟ ୨ ଜଣଙ୍କ ମୃତ୍ୟୁ ଅନ୍ୟ କାରଣରୁ ହୋଇଛି । ସଂକ୍ରମଣ ଚେନକୁ ରୋକିବା ପାଇଁ ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତୁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ସୁଲତା ବେହେରା । ୫ ଦିନ ପାଇଁ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ସମସ୍ତ ଜରୁରୀ ସେବା ଜାରି ରହିବ ।ସେପଟେ ରେଶମ ସହର ବ୍ରହ୍ମପୁରରେ ସଂକ୍ରମଣ ଧାରାକୁ ବ୍ରେକ୍ ଦେବା ପାଇଁ ସଟଡାଉନ୍ କରାଯାଇଛି । ଆଜିଠାରୁ ୪ ଦିନ ଅର୍ଥାତ୍ ମଙ୍ଗଳବାର ଯାଏଁ ସଟଡାଉନ୍ ଭିତରେ ରହିବ ବ୍ରହ୍ମପୁର ସହର । ପ୍ରଶାସନ ପକ୍ଷରୁ ଏହି ସମୟରେ ୭୦ଟି ଟିମ୍ ଘରକୁ ଘର ବୁଲି ସର୍ଭେ କରିବ । ଏହି ସମୟରେ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଣ୍ଟନକୁ ପ୍ରଶାସନ ଅନୁମତି ଦେଇଛି ।

କାଲିଠୁ ୪ ଦିନିଆ ବ୍ରହ୍ମପୁର ସଟ୍‌ଡାଉନ୍‌

ଜାଣନ୍ତୁ, ସାମାଜିକ ଦୂରତା ରଖି କିଭଳି ହେବ ଅନ୍ତରଙ୍ଗ ମୁହୂର୍ତ୍ତର ସୁଟିଂ , ଫଟୋ ପୋଷ୍ଟ କରି ଜଣାଇଲେ ବଲିଉଡ ଅଭିନେତା

ଅନ୍ତରଙ୍ଗ ମୁହୂର୍ତ୍ତ ବିନା ଏବେ ବଲିଉଡ ଫିଲ୍ମ କିମ୍ବା ଓ୍ୱେବ ସିରିଜ ପ୍ରସ୍ତୁତ କରିବାକୁ ସିନେ ଜଗତ ଆଗ୍ରହୀ ନଥିଲେ ମଧ୍ୟ ସରକାରଙ୍କ ଗାଇଡଲାଇନ ଆଗରେ ଏମାନଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଛି । ସରକାରଙ୍କ ସାମାଜିକ ଦୂରତ୍ୱ, ମାସ୍କ ଓ ସାନିଟାଇଜରର ବାଧ୍ୟତାମୂଳକ ନିୟମକୁ ସିନେ ଜଗତ ମଧ୍ୟ ମାନିବାକୁ ବାଧ୍ୟ ।

 

ତେବେ ବିନା ଅନ୍ତରଙ୍କ ମୁହୂର୍ତ୍ତକୁ ଫିଲ୍ମରେ ନରଖି ଦର୍ଶକଙ୍କୁ ଆକର୍ଷଣ କରିବା ସମ୍ଭବ କି? ଏହାଠାରୁ ବଡ ସମସ୍ୟା ଏହା ଯେ ସାମାଜିକ ଦୂରତ୍ୱ ରଖି କିଭଳି ଭାବେ ଫିଲ୍ମ ପ୍ରସ୍ତୁତ ହେବ । ଫିଲ୍ମରେ ଲୋକ ଏକାଠି ହେବେ କି ନାହିଁ ଓ ଯଦି ହେବେ ତେବେ କିଭଳି ଭାବେ କଳାକାରମାନଙ୍କୁ ସାମାଜିକ ଦୂରତ୍ୱ ଆଇନ ପରିସରରେ ରଖାଯିବ ସେନେଇ ପ୍ରଶ୍ନ ଉଠୁଛି । ତେବେ ଅଭିନେତା ଅପାରଶକ୍ତି ଖୁରାନା ଆଗାମୀ ଦିନରେ ଫିଲ୍ମ କିଭଳି ଭାବେ ପ୍ରସ୍ତୁତ ହେବ ସେନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । କରୋନା ମାହାମାରୀ ପୂର୍ବରୁ ପ୍ରସ୍ତୁତ ହୋଇ ସାରିଥିବା ହେଲମେଟ୍ ଫିଲ୍ମର ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଅପଲୋଡ୍ କରି ସେ ଲେଖିଛନ୍ତି ଯେ, ଭଲ ହେଲା ଏହି ସିନ୍ ମହାମାରୀ ପୂର୍ବରୁ ସୁଟ୍ ହୋଇଥିଲା । ନହେଲେ ଏବେ କା ସମୟରେ ଆମକୁ ଏଭଳି ମୁହୂର୍ତ୍ତରେ ଅଭିନୟ କରିବାକୁ ହେଲେ ପ୍ରୋଟେକସନ୍ ବ୍ୟବହାର କରିବାକୁ ପଡିବ । ପ୍ରୋଟେକସନ୍ ମାନେ ମାସ୍କ କଥା କହୁଛି ।

ଟୁଇଟରରେ ସେ ଦୁଇଟି ପୃଥକ୍ ଫଟୋ ଅପଲୋଡ୍ କରି ଏ ନେଇ ସୂଚନା ଦେଇଛନ୍ତି । ଗୋଟିକରେ ସେ ଓ ତାଙ୍କ ଅପ୍ କମିଂ ମୁଭି ହେଲମେଟ୍ ଫିଲ୍ମ ହିରୋଇନ୍ ପ୍ରନୁତନ ବହଲଙ୍କ ସହ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋରେ ଦେଖିବାକୁ ମିଳିଛନ୍ତି ଓ ଅନ୍ୟଟିରେ ଅବିକଳ ସେହି ଫଟୋରେ ଦୁହେଁ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି । ସେ ଲେଖିଛନ୍ତି  ଯେ ଏବେ ଫିଲ୍ମର ଅନ୍ତରଙ୍ଗ ମୁହୂର୍ତ୍ତ ଏଭଳି ସୁଟ୍ ହେବ ।

ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୩ ସଂକ୍ରମିତ,୨୭ ଲୋକାଲ କେସ୍

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୭୦ କରୋନା ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍‌ ସଂକ୍ରମିତ ସଂଖ୍ୟା ୬ ହଜାର ୩୫୦କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ୍‌ କେସ ୨୭ ରହିଛି । ଏଥିସହିତ ୧୩୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।  ଗଞ୍ଜାମରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ୧୪ ଜିଲ୍ଲାରୁ ୧୭୦ ଜଣ ପଡିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୮ ହୋଇଥିବା ବେଳେ ନବରଙ୍ଗପୁରରୁ ୧୯, ରାୟଗଡ଼ାରୁ ୧୬, ଖୋର୍ଦ୍ଧାରୁ ୧୯, ଯାଯପୁରରୁ ୩, ମାଲକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ନୟାଗଡ଼ରୁ ୩, ଗଜପତିରୁ ୧୬, ବଗରଡ଼ରୁ ୧, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ୨, କୋରାପୁଟରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନ ହୋଇଛନ୍ତି ।

ପଶ୍ଚିମବଙ୍ଗରେ ଅମ୍ଫାନ୍‌ ମୁକାବିଲା ପରେ ଫେରିଥିବା ଜଣେ ଏନଡିଆରଏଫ୍‌ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୨୪୯୯୦୨ ଟି କରୋନା ଟେଷ୍ଟ ହୋଇସାରିଥିବା ବେଳେ ୬୩୫୦ଟି ପଜିଟିଭ କେସ ଚିହ୍ନଟ ହୋଇଛି । ଏଥିରୁ ୪୪୩୨ଜଣ ସୁସ୍ଥ ହୋଇଛନ୍ତି । ୧୯୦୩ ଟି ଆକ୍ଟିଭ କେସ ରହିଛି ।

୧୪ ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୩୧ କରୋନା ସଂକ୍ରମିତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଜାଣନ୍ତୁ, ସାମାଜିକ ଦୂରତା ରଖି କିଭଳି ହେବ ଅନ୍ତରଙ୍ଗ ମୁହୂର୍ତ୍ତର ସୁଟିଂ , ଫଟୋ ପୋଷ୍ଟ କରି ଜଣାଇଲେ ବଲିଉଡ ଅଭିନେତା

ଅନ୍ତରଙ୍ଗ ମୁହୂର୍ତ୍ତ ବିନା ଏବେ ବଲିଉଡ ଫିଲ୍ମ କିମ୍ବା ଓ୍ୱେବ ସିରିଜ ପ୍ରସ୍ତୁତ କରିବାକୁ ସିନେ ଜଗତ ଆଗ୍ରହୀ ନଥିଲେ ମଧ୍ୟ ସରକାରଙ୍କ ଗାଇଡଲାଇନ ଆଗରେ ଏମାନଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଛି । ସରକାରଙ୍କ ସାମାଜିକ ଦୂରତ୍ୱ, ମାସ୍କ ଓ ସାନିଟାଇଜରର ବାଧ୍ୟତାମୂଳକ ନିୟମକୁ ସିନେ ଜଗତ ମଧ୍ୟ ମାନିବାକୁ ବାଧ୍ୟ ।

 

ତେବେ ବିନା ଅନ୍ତରଙ୍କ ମୁହୂର୍ତ୍ତକୁ ଫିଲ୍ମରେ ନରଖି ଦର୍ଶକଙ୍କୁ ଆକର୍ଷଣ କରିବା ସମ୍ଭବ କି? ଏହାଠାରୁ ବଡ ସମସ୍ୟା ଏହା ଯେ ସାମାଜିକ ଦୂରତ୍ୱ ରଖି କିଭଳି ଭାବେ ଫିଲ୍ମ ପ୍ରସ୍ତୁତ ହେବ । ଫିଲ୍ମରେ ଲୋକ ଏକାଠି ହେବେ କି ନାହିଁ ଓ ଯଦି ହେବେ ତେବେ କିଭଳି ଭାବେ କଳାକାରମାନଙ୍କୁ ସାମାଜିକ ଦୂରତ୍ୱ ଆଇନ ପରିସରରେ ରଖାଯିବ ସେନେଇ ପ୍ରଶ୍ନ ଉଠୁଛି । ତେବେ ଅଭିନେତା ଅପାରଶକ୍ତି ଖୁରାନା ଆଗାମୀ ଦିନରେ ଫିଲ୍ମ କିଭଳି ଭାବେ ପ୍ରସ୍ତୁତ ହେବ ସେନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । କରୋନା ମାହାମାରୀ ପୂର୍ବରୁ ପ୍ରସ୍ତୁତ ହୋଇ ସାରିଥିବା ହେଲମେଟ୍ ଫିଲ୍ମର ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଅପଲୋଡ୍ କରି ସେ ଲେଖିଛନ୍ତି ଯେ, ଭଲ ହେଲା ଏହି ସିନ୍ ମହାମାରୀ ପୂର୍ବରୁ ସୁଟ୍ ହୋଇଥିଲା । ନହେଲେ ଏବେ କା ସମୟରେ ଆମକୁ ଏଭଳି ମୁହୂର୍ତ୍ତରେ ଅଭିନୟ କରିବାକୁ ହେଲେ ପ୍ରୋଟେକସନ୍ ବ୍ୟବହାର କରିବାକୁ ପଡିବ । ପ୍ରୋଟେକସନ୍ ମାନେ ମାସ୍କ କଥା କହୁଛି ।

ଟୁଇଟରରେ ସେ ଦୁଇଟି ପୃଥକ୍ ଫଟୋ ଅପଲୋଡ୍ କରି ଏ ନେଇ ସୂଚନା ଦେଇଛନ୍ତି । ଗୋଟିକରେ ସେ ଓ ତାଙ୍କ ଅପ୍ କମିଂ ମୁଭି ହେଲମେଟ୍ ଫିଲ୍ମ ହିରୋଇନ୍ ପ୍ରନୁତନ ବହଲଙ୍କ ସହ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋରେ ଦେଖିବାକୁ ମିଳିଛନ୍ତି ଓ ଅନ୍ୟଟିରେ ଅବିକଳ ସେହି ଫଟୋରେ ଦୁହେଁ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି । ସେ ଲେଖିଛନ୍ତି  ଯେ ଏବେ ଫିଲ୍ମର ଅନ୍ତରଙ୍ଗ ମୁହୂର୍ତ୍ତ ଏଭଳି ସୁଟ୍ ହେବ ।