spot_img
Home Blog Page 6913

ଜାଣନ୍ତୁ, ସାମାଜିକ ଦୂରତା ରଖି କିଭଳି ହେବ ଅନ୍ତରଙ୍ଗ ମୁହୂର୍ତ୍ତର ସୁଟିଂ , ଫଟୋ ପୋଷ୍ଟ କରି ଜଣାଇଲେ ବଲିଉଡ ଅଭିନେତା

ଅନ୍ତରଙ୍ଗ ମୁହୂର୍ତ୍ତ ବିନା ଏବେ ବଲିଉଡ ଫିଲ୍ମ କିମ୍ବା ଓ୍ୱେବ ସିରିଜ ପ୍ରସ୍ତୁତ କରିବାକୁ ସିନେ ଜଗତ ଆଗ୍ରହୀ ନଥିଲେ ମଧ୍ୟ ସରକାରଙ୍କ ଗାଇଡଲାଇନ ଆଗରେ ଏମାନଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଛି । ସରକାରଙ୍କ ସାମାଜିକ ଦୂରତ୍ୱ, ମାସ୍କ ଓ ସାନିଟାଇଜରର ବାଧ୍ୟତାମୂଳକ ନିୟମକୁ ସିନେ ଜଗତ ମଧ୍ୟ ମାନିବାକୁ ବାଧ୍ୟ ।

 

ତେବେ ବିନା ଅନ୍ତରଙ୍କ ମୁହୂର୍ତ୍ତକୁ ଫିଲ୍ମରେ ନରଖି ଦର୍ଶକଙ୍କୁ ଆକର୍ଷଣ କରିବା ସମ୍ଭବ କି? ଏହାଠାରୁ ବଡ ସମସ୍ୟା ଏହା ଯେ ସାମାଜିକ ଦୂରତ୍ୱ ରଖି କିଭଳି ଭାବେ ଫିଲ୍ମ ପ୍ରସ୍ତୁତ ହେବ । ଫିଲ୍ମରେ ଲୋକ ଏକାଠି ହେବେ କି ନାହିଁ ଓ ଯଦି ହେବେ ତେବେ କିଭଳି ଭାବେ କଳାକାରମାନଙ୍କୁ ସାମାଜିକ ଦୂରତ୍ୱ ଆଇନ ପରିସରରେ ରଖାଯିବ ସେନେଇ ପ୍ରଶ୍ନ ଉଠୁଛି । ତେବେ ଅଭିନେତା ଅପାରଶକ୍ତି ଖୁରାନା ଆଗାମୀ ଦିନରେ ଫିଲ୍ମ କିଭଳି ଭାବେ ପ୍ରସ୍ତୁତ ହେବ ସେନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । କରୋନା ମାହାମାରୀ ପୂର୍ବରୁ ପ୍ରସ୍ତୁତ ହୋଇ ସାରିଥିବା ହେଲମେଟ୍ ଫିଲ୍ମର ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଅପଲୋଡ୍ କରି ସେ ଲେଖିଛନ୍ତି ଯେ, ଭଲ ହେଲା ଏହି ସିନ୍ ମହାମାରୀ ପୂର୍ବରୁ ସୁଟ୍ ହୋଇଥିଲା । ନହେଲେ ଏବେ କା ସମୟରେ ଆମକୁ ଏଭଳି ମୁହୂର୍ତ୍ତରେ ଅଭିନୟ କରିବାକୁ ହେଲେ ପ୍ରୋଟେକସନ୍ ବ୍ୟବହାର କରିବାକୁ ପଡିବ । ପ୍ରୋଟେକସନ୍ ମାନେ ମାସ୍କ କଥା କହୁଛି ।

ଟୁଇଟରରେ ସେ ଦୁଇଟି ପୃଥକ୍ ଫଟୋ ଅପଲୋଡ୍ କରି ଏ ନେଇ ସୂଚନା ଦେଇଛନ୍ତି । ଗୋଟିକରେ ସେ ଓ ତାଙ୍କ ଅପ୍ କମିଂ ମୁଭି ହେଲମେଟ୍ ଫିଲ୍ମ ହିରୋଇନ୍ ପ୍ରନୁତନ ବହଲଙ୍କ ସହ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋରେ ଦେଖିବାକୁ ମିଳିଛନ୍ତି ଓ ଅନ୍ୟଟିରେ ଅବିକଳ ସେହି ଫଟୋରେ ଦୁହେଁ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି । ସେ ଲେଖିଛନ୍ତି  ଯେ ଏବେ ଫିଲ୍ମର ଅନ୍ତରଙ୍ଗ ମୁହୂର୍ତ୍ତ ଏଭଳି ସୁଟ୍ ହେବ ।

ଭୁବନେଶ୍ୱରରୁ ନୂଆ ୯ କରୋନା ସଂକ୍ରମିତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୮

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ନୂଆ ୧୭୦ ଜଣ କରୋନା ସଂକ୍ରମିତ ରାଜ୍ୟ ମଧ୍ୟରୁ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୯ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୧୯ ଜଣଙ୍କ ମଧ୍ୟରୁ ୯ ଜଣ କେବଳ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ୯ ଜଣଙ୍କ ମଧ୍ୟରୁ ଜଣେ କେବଳ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୮ ଜଣ ସ୍ଥାନୀୟ ସଂକ୍ରମଣ ହୋଇଛନ୍ତି ।

ଏୟାରପୋର୍ଟ କଲୋନୀରୁ ଜଣେ ୨୬ ବର୍ଷିୟ ମହିଳା ଚିହ୍ନଟ ହୋଇଛନ୍ତି ଯିଏ ଦିଲ୍ଲୀରୁ ଫେରିଥିଲେ ବୋଲି ତାଙ୍କର ଟ୍ରାଭେଲ ହିଷ୍ଟ୍ରି କହୁଛି । ଅନ୍ୟ ୮ ଜଣଙ୍କ ମଧ୍ୟରୁ ୪ ଜଣ ସିରିପୁର ସ୍ଥିତ ଲକ୍ଷ୍ମିବଜାର ବସ୍ତିରୁ ଚିହ୍ନଟ ହୋଇଛନ୍ତି । ଜଣେ ଆରବିଆଇ ଅଫିସ୍‌ ପାଖ ସିକ୍ୟୁରିଟି ଗାର୍ଡ ହୋଇଥିବା ବେଳେ ଅନ୍ୟ ୩ ଜଣ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ଯେଉଁ ମାନେ କୋଭିଡ ରୋଗୀଙ୍କର ସଂସ୍ପର୍ଶରେ ଆସିଥିଲେ ।

ଭିଡିଓ ଜାରି କରି ଚାଇନା ପ୍ରଡକ୍ଟ ବର୍ଜନ ପାଇଁ ଅପିଲ୍ କଲେ କଙ୍ଗନା, କହିଲେ ଏମିତି କଥା….

ଚାଇନାକୁ ନେଇ ଦେଶ ମଧ୍ୟରେ ଆକ୍ରୋଶ ବଢୁଛି । ସାଧାରଣରେ ଚାଇନା ପ୍ରଡକ୍ଟକୁ ବୟେକଟ କରିବା ପାଇଁ ଉଦ୍ୟମ ମଧ୍ୟ ଆରମ୍ଭ ହେଲାଣି । ଏଭଳି ସ୍ଥିତିରେ ଦେଶର ଅନେକ ସେଲିବ୍ରିଟ୍ ଚାଇନା ପ୍ରଡକ୍ଟ ନକିଣିବା ପାଇଁ ଭାରତୀୟ ଗ୍ରାହକଙ୍କୁ ଅପିଲ୍ କରୁଛନ୍ତି । ତେବେ ଏହି କ୍ରମରେ ଯୋଡି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ୍ । କଙ୍ଗନାଙ୍କ ସୋସିଆଲ୍ ମିଡିଆ ଟିମ୍ ତାଙ୍କର ଏକ ଭିଡିଓକୁ  ଟୁଇଟରରେ ସାର୍ବଜନୀନ କରି ଏସମ୍ୱନ୍ଧିତ ସୂଚନା ଦେଇଛନ୍ତି ।

ଉକ୍ତ ଭିଡିଓରେ କଙ୍ଗନା କହୁଛନ୍ତି ଯେ, ଯଦି ଆପଣଙ୍କ ହାତର ଗୋଟିଏ ଆଙ୍ଗୁଠିକୁ ଜଣେ କାଟିବାକୁ ଚେଷ୍ଟା କରେ ତେବେ ଆପଣଙ୍କୁ କିଭଳି ଅନୁଭବ ହେବ । ପୂର୍ବ ଲଦାଖରେ ଜମି ଅକ୍ତିଆର କରିବାକୁ ଚେଷ୍ଟା କରି ଚାଇନା ଆମକୁ ସମାନ ଧରଣର କଷ୍ଟ ଦେଇଛି । ସୀମାରେ ଗୋଟିଏ ଗୋଟିଏ ଇଞ୍ଚ୍ ବଞ୍ଚାଇବା ପ୍ରୟାସରେ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । କ’ଣ ଏହା ଭାବିବା ଠିକ ହେବ କି, କେବଳ ସେନା ଯୁଦ୍ଧ କରିବ ଓ ଏଥିରେ ଆମର କୌଣସି ଅବଦାନ ରହିବାର ଆବଶ୍ୟକତା ନାହିଁ । କ’ଣ ଆମେ ଭୁଲି ଗଲେଣି ମହାତ୍ମା ଗାନ୍ଧୀଙ୍କ ସେହି କଥା , ଇଂଗ୍ରେଜମାନଙ୍କ ମେରୁଦଣ୍ଡ ଭାଙ୍ଗିବାକୁ ହେଲେ ସେମାନଙ୍କ ଦ୍ୱାରା ଉତ୍ପାଦିବ ଦ୍ରବ୍ୟକୁ ବର୍ଜନ କରିବାକୁ ପଡିବ । ଏହା କଣ ଜରୁରୀ ନୁହେଁ କି ଆମେ ସମସ୍ତେ ଏକଜୁଟ ହୋଇ ଏହି ଯୁଦ୍ଧରେ ଭାଗ ନେବା କାରଣ ଲଦାଖ କେବଳ ଏକ ସାମାନ୍ୟ ଭୂମିଖଣ୍ଡ ନୁହେଁ । ଲଦାଖ ଭାରତ ଅସ୍ମୀତାର ଏକ ବଡ ଅଂଶ ।

ସେ କହିଛନ୍ତି ଯେ ଚାଇନା ଉତ୍ପାଦନ କରୁଥିବା ଦ୍ରବ୍ୟକୁ ଆମେ ବର୍ଜନ କରିବା ଦରକାର । ଯାହାଫଳରେ ସେମାନେ ଆମଠାରୁ ନେଉଥିବା ଅର୍ଥରେ ଅସ୍ତ୍ର କିଣି ଆମ ସୈନିକଙ୍କ ଉପରେ ଆକ୍ରମଣ କରିପାରିବେ ନାହିଁ । ଆମକୁ ପ୍ରତିଜ୍ଞା କରିବାକୁ ପଡିବ ଯେ ଆମେ ଚୀନ ଉତ୍ପାଦିତ ବସ୍ତୁକୁ ବର୍ଜନ କରିବା  ଓ ଏହି ଯୁଦ୍ଧରେ ଭାଗ ନେଇ ଭାରତକୁ ଜିତାଇବା ।

ଅବସର ନେବା ପୂର୍ବରୁ କୋଚ୍ ହେବେ ଧୋନୀ, ଏହି ଜୁଲାଇ ମାସରୁ ଆରମ୍ଭ କରିବେ କୋଚିଂ

0

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଆଜି ବି ଏହି ପ୍ରଶ୍ନ ଦର୍ଶକଙ୍କ ହୃଦସ୍ପନ୍ଦନ ବଢ଼ାଇଦିଏ ଯେ ଏମଏସ ଧୋନୀ ଟିମ ଇଣ୍ଡିଆକୁ ଫେରିବେ ନା ମଇଦାନ ବାହାରେ ରହି ଟିମ ଇଣ୍ଡିଆକୁ ନିର୍ଦ୍ଦେଶ ଦେବେ । ଏହାର ଉତ୍ତରର ସମୟ ଆସିଲେ କେବଳ ଧୋନୀ ହିଁ ଦେଇପାରିବେ । କିନ୍ତୁ ଧୋନୀ ରିଟାୟରମେଣ୍ଟ ପୂର୍ବରୁ ହିଁ ରିଟାୟରମେଣ୍ଟ ପ୍ଲାନ ଉପରେ କାମ ଆରମ୍ଭ କରିସାରିଲେଣି । ସୂଚନା ମୁତାବକ ଧୋନୀ ଏବେ କୋଚିଂ ଦେବାକୁ ଇଚ୍ଛା ପ୍ରାକଶ କରୁଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ ଧୋନି ଜୁଲାଇ ୨ ରୁ କ୍ରିକେଟ୍ କୋଚିଂ ଆରମ୍ଭ କରୁଛନ୍ତି ଏବଂ ଗୋଟିଏ ସ୍ଥାନରୁ ଦେଶର ବିଭିନ୍ନ ସ୍ଥାନକୁ ଅନଲାଇନରେ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାକୁ ଯାଉଛନ୍ତି । ସିନିୟର ସ୍ତରରେ ୬ ରୁ ୮ ବର୍ଷର କ୍ରିକେଟ୍ ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ସହିତ ଏମ୍ଏସ୍ ଧୋନି କ୍ରିକେଟ୍ ଏକାଡେମୀ ଅନଲାଇନ୍ କୋଚିଂ ଆରମ୍ଭ କରିବାକୁ ଯାଉଛନ୍ତି ।

ଧୋନିଙ୍କ ଏକାଡେମୀ ଆର୍କା ସ୍ପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ ସହିତ ମିଶି କାମ କରିବ । ଏହା ଜୁଲାଇ ୨( ଗୁରୁବାର )ଠାରୁ ଆରମ୍ଭ ହେବ । ଆର୍କା ସହ ଜଡିତ ଜଣେ ନିବେଶକ କହିଛନ୍ତି ଯେ ଏହି ନୂତନ ଯୋଜନା ମାଧ୍ୟମରେ ବିଭିନ୍ନ ରାଜ୍ୟରୁ ଏକ ସକରାତ୍ମକ ପ୍ରତିକ୍ରିୟା ଆସିବ ଏବଂ ଖୁବ୍ ଶୀଘ୍ର ଆମେ ଏହାକୁ ସର୍ବଭାରତୀୟ ସ୍ତରରେ ଗ୍ରହଣ କରିବା ।

ସେ କହିଛନ୍ତି ଯେ ପ୍ରଥମ କୋଚମାନଙ୍କୁ କୋଚିଂ ଦିଆଯାଇଛି ଏବଂ ଏହା ଅଧୀନରେ ୨୦୦ କୋଚ୍ ଉପକୃତ ହୋଇଛନ୍ତି ଏବଂ ଜୁଲାଇ ୨ ରୁ ଖେଳାଳିଙ୍କ ପାଇଁ କୋଚିଂ ଆରମ୍ଭ କରାଯିବ । ସହଯୋଗୀମାନେ ଖେଳାଳୀମାନଙ୍କୁ ପଡ଼ିଆରେ କଣ କରାଯାଏ ତାହା ଜାଣିବାରେ ସାହାଯ୍ୟ କରିବେ  । ଧୋନି ଏହି ପୁରା ଯୋଜନାର ମୁଖ୍ୟ ଏବଂ କୋଚ୍ ପ୍ୟାନେଲ୍ ଶିକ୍ଷଣର ଅଧ୍ୟାୟ ବଣ୍ଟନ କରିବେ ।

ଏହି ପ୍ରକଳ୍ପର ନିର୍ଦ୍ଦେଶକ ଭାବରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଡେରିକ୍ କୁଲିନାନ୍ ନିଯୁକ୍ତ ହୋଇଛନ୍ତି । କୁଲିନାନ୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୭୦ଟି ଟେଷ୍ଟ ଏବଂ ୧୩୮ ଟି ODI ଖେଳିଛନ୍ତି । ବିଶ୍ୱ ସ୍ତରରେ ତାଙ୍କର ଭଲ କୋଚିଂ ଅଭିଜ୍ଞତା ରହିଛି ।

ଧୋନି ପୂର୍ବରୁ ୨୦୧୭ ମସିହାରେ ଦୁବାଇରେ କ୍ରିକେଟ୍ ଏକାଡେମୀ ଖୋଲିଥିଲେ। ଧୋନି ନିଜେ ବର୍ତ୍ତମାନ ସକ୍ରିୟ କ୍ରିକେଟ୍ ରେ ବ୍ୟସ୍ତ ଅଛନ୍ତି, ତେଣୁ ସେ ଏକାଡେମୀକୁ ଅଧିକ ସମୟ ଦେଇପାରିନଥିଲେ ।

 

 

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ଜାଣିଛନ୍ତି କି ? ଲିକ୍ ହେଲା ଇମ୍ରାନଙ୍କ ସାଲାରି ସ୍ଲିପ୍ !

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ରାଜା ଭଳି ଜୀବନ ବିତାନ୍ତି । ମହଲରେ ରୁହନ୍ତି । ବିରାଟ ଇଷ୍ଟେଟର ମାଲିକ । କିନ୍ତୁ ସବୁବେଳେ କହୁଥିଲେ ମୋ ଦରମା ବହୁତ କମ । ତେବେ ଲୋକ ବିଶେଷକରୀ ପାକିସ୍ତାନୀ ଭାବୁଥିଲେ ଯଦି ତାଙ୍କ ପ୍ରଧାନମନ୍ତ୍ରୀଙ୍କ ଦରମା ଏତେ କମ ,ତେବେ ସେ ଏମିତି ରାଜକୀୟ ଜୀବନ କେମିତି ବିତାଉଛନ୍ତି ?

ଇମ୍ରାନ୍ ଖାନ୍ ସରକାରୀ ଆବାସରେ ନୁହେଁ ନିଜ ଘରେ ରୁହନ୍ତି । ତେଣୁ ଫୁଟାଣି ମାରି କହୁଥିଲେ ନିଜେ ଘରେ ରହୁଛି ବୋଲି ସରକାରୀ ଖର୍ଚ୍ଚର ୪୦ପ୍ରତିଶତ ବଂଚାଇ ପାରୁଛି । ସେ ବହୁତ ସ୍ଥାନରେ ଆଗରୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଭାବେ ଯେତିକି ଦରମା ପାଆନ୍ତି ସେଥିରେ ତାଙ୍କ ଖର୍ଚ୍ଚ ଉଠେନା ।

ତେବେ ଚଳିତ ବର୍ଷ ଆରମ୍ଭରେ ଅଚାନକ ଇମ୍ରାନଙ୍କ ସାଲେରି ସ୍ଲିପ୍ ଲିକ୍ ହୋଇଯାଇଥିଲା । ସାଲେରି ସ୍ଲିପର ଅନଲାଇନ୍ ଅବିର୍ଭାବ ପରେ ଜଣା ପଡିଥିଲା ଯେ, ଇମ୍ରାନ୍ ନିଜ ଦରମା ବଢାଇଛନ୍ତି!

ଦରମା କେତେ ?

ଫେବ୍ରୁଆରି ୨୦୧୯ର ତାଙ୍କ ସାଲେରି ସ୍ଲିପ୍ ଲିକ୍ ହେବା ପରେ ଜଣା ପଡିଛି ଇମ୍ରାନ୍ କେତେ ଦରମା ପାଆନ୍ତି । ଇମ୍ରାନଙ୍କ ଗ୍ରସ ସାଲେରି ହେଉଛି ୨ ଲକ୍ଷ ୧ହଜାର ୫୭୪ ଟଙ୍କା । ୪୫୯୫  ଟଙ୍କା ଟ୍ୟାକ୍ସ କଟିବା ପରେ ତାଙ୍କ ଟେକ୍ ହୋମ୍ ସାଲେରି ହେଉଛି ୧୯୬,୯୭୯ ଟଙ୍କା ।

ସାଲେରି ଡିଟେଲ୍

ଇମ୍ରାନଙ୍କ ବେସିକ୍ ସାଲେରି ହେଉଛି ୧୦୭,୨୮୦ ଟଙ୍କା । ୫୦ ହଜାର ଟଙ୍କା ସପ୍ଲିମେଣ୍ଟ୍ ଆଲାଉନ୍ସ ଭାବେ ମିଳିଥାଏ । ଏହାଛଡା ୨୧ ହଜାର ୪୫୬ ଟଙ୍କା ରିଲିଫ୍ ଆଲାଉନ୍ସ,୧୨୧୧୦ ଟଙ୍କା ଆଡହକ୍ ଆଲାଉନ୍ସ । ଏହାସହ ତାଙ୍କୁ ୧୦୭୨୮ ଟଙ୍କାର ଆଉ ଗୋଟିଏ ଆଲାଉନ୍ସ ମଧ୍ୟ ମିଳିଥାଏ ।

ଇମ୍ରାନଙ୍କ ସଂପତି କେତେ ?

ଇମ୍ରାନଙ୍କ ପାଖରେ ରହିଛି ୭୫ କୋଟି ଟଙ୍କାର ଜମି । ଇମ୍ରାନଙ୍କ ଘର କୌଣସି ମହଲଠାରୁ କମ ନୁହେଁ । ତାଙ୍କ ଇଷ୍ଟେଟରେ ଜଙ୍ଗଲ ମଧ୍ୟ ରହିଛି । ଆଧୁନିକ ସୁରକ୍ଷା ଉପକରଣ ଦ୍ୱାରା ଏହା ଉପରେ ନଜର ରଖାଯାଇଥାଏ ।

ମୃତ୍ୟୁର ୧୩ ଦିନ ପରେ ପରିବାରର ଆସିଲା ବୟାନ… କରିଲେ ବଡ ଘୋଷଣା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅନେକ ଦିନ ବିତିଗଲାଣି । ହେଲେ ତାଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକମାନେ ଏଯାଏଁ ଏଥିରୁ ବାହାରି ପାରୁନାହାଁନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ପ୍ରଶଂସକଙ୍କ ପାଇଁ ଏକ ବୟାନ ଜାରି କରିଛନ୍ତି।  ସୁଶାନ୍ତଙ୍କୁ ବିଦାୟ ଦେବା ସହ ଏକ ଘୋଷଣା କରିଛନ୍ତି। ସୁଶାନ୍ତଙ୍କ ଡାକ ନାଁ ଗୁଲଶନ୍ ଥିଲା ।

ପରିବାର ଲୋକଙ୍କ କହିବା ଅନୁସାରେ, ଦୁନିଆ ପାଇଁ ଯିଏ ସୁଶାନ୍ତ ସିଂ ରାଜପୁତ ଥିଲା ତାଙ୍କ ପାଇଁ ସେ ପ୍ରିୟ ଗୁଲଶନ ଥିଲେ। ସୁଶାନ୍ତଙ୍କୁ ମଜା ମସ୍ତିରେ ବଞ୍ଚିବାକୁ ବହୁତ ଭଲ ଲାଗୁଥିଲା । ସେ ବହୁତ ବୁଦ୍ଧିମାନ ମଧ୍ୟ ଥିଲେ। ପ୍ରତ୍ୟେକ ଜିନିଷକୁ ସେ ଖୁବ ଆଗ୍ରହ ସହ କରୁଥିଲେ । ସେ କେବଳ ନିଜ ସ୍ୱପ୍ନ ପୂରା କରିବା ପଛରେ ପାଗଳ ଥିଲେ । ସେ ତାଙ୍କ ପରିବାରର ଗୌରବ ଓ ପ୍ରେରଣା ଥିଲେ । ସୁଶାନ୍ତଙ୍କ ଟେଲିସ୍କୋପ ତାଙ୍କର ସବୁଠୁ ପ୍ରିୟ ଜିନିଷ ଥିଲା  । ପରିବାର ସଦସ୍ୟ ଏଯାଏଁ ବିଶ୍ୱାସ କରିପାରୁନାହାନ୍ତି ଯେ, ସେମାନଙ୍କୁ ଆଉ ସୁଶାନ୍ତଙ୍କ ହସ ଦେଖିବାକୁ ମିଳିବନାହିଁ । ସୁଶାନ୍ତଙ୍କର ଉଜ୍ଜ୍ୱଳ ଆଖିକୁ ସେମାନେ ଆଉ ଦେଖିପାରିବେ ନାହିଁ  । ସୁଶାନ୍ତ ସବୁବେଳେ ସମସ୍ତଙ୍କୁ ବିଜ୍ଞାନ ବିଷୟରେ ଜ୍ଞାନ ବାଣ୍ଟନ୍ତି । ଯାହାକି ଆଉ କେହି କେବେ ଶୁଣିପାରିବେ ନାହିଁ ।  ଅଭିନେତା ତାଙ୍କର ପ୍ରତ୍ୟେକ ପ୍ରଶଂସକଙ୍କୁ ପ୍ରକୃତରେ ବହୁତ ଭଲ ପାଉଥିଲେ।

https://www.instagram.com/p/CB7Yxq9Alxp/?utm_source=ig_embed

ସୁଶାନ୍ତଙ୍କ ସ୍ମୃତିକୁ ସତେଜ ରଖିବା ପାଇଁ ଏକ ଫାଉଣ୍ଡେଶନ ଗଠନ କରାଯିବ ବୋଲି କହିଛନ୍ତି ପରିବାର ଲୋକେ । ତାଙ୍କ ଗୁଲଶନଙ୍କୁ ଏତେ ପ୍ରେମ ଦେଇଥିବାରୁ ସେମାନେ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ସ୍ମୃତିକୁ ସମ୍ମାନ ଦେବା ପାଇଁ ପରିବାର ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେସନ୍ (SSRF) ନିର୍ମାଣ କରୁଛନ୍ତି । ଏହା ଯୁବ ପ୍ରତିଭାକୁ ସମର୍ଥନ କରିବ । ଏଥିସହ ପାଟଣାର ରାଜୀବ ନାଗରରେ ଥିବା ତାଙ୍କ ଘରକୁ ଏକ ମେମୋରିଆଲକୁ ପରିଣତ କରାଯିବ। ସେଠାରେ ତାଙ୍କର ବ୍ୟକ୍ତିଗତ ଜିନିଷ ରଖାଯିବ, ଯେଉଁଥିରେ ତାଙ୍କର ହଜାର ହଜାର ପୁସ୍ତକ, ଟେଲିସ୍କୋପ, ଫ୍ଲାଇଟ୍ ସିମୁଲେଟର ଏବଂ ଅନ୍ୟାନ୍ୟ ଜିନିଷ ରହିବ ।

ଶେଷରେ କୁହାଯାଇଛି ଯେ, ସୁଶାନ୍ତଙ୍କ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ବର୍ତ୍ତମାନ ତାଙ୍କ ପରିବାର ହ୍ୟାଣ୍ଡେଲ କରିବେ। ଏହା ମାଧ୍ୟମରେ ତାଙ୍କ ସ୍ମୃତିକୁ ସତେଜ ରଖାଯିବ । ପରିବାର ସମସ୍ତ ପ୍ରଶଂସକଙ୍କୁ ସେମାନଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ସାମାଜିକ ଦୂରତା ନିୟମ ଭଙ୍ଗ ପ୍ରସଙ୍ଗ: ବିଜେପି ପୁଣି ଭୁଲ ମାଗିଲା,କଂଗ୍ରେସ କହିଲା-ଜାଣିକି କେହି ନିୟମ ଭାଙ୍ଗି ନାହାନ୍ତି !

ଭୁବନେଶ୍ୱର: କୋଭିଡ୍ ଆତଙ୍କରେ ପୁରା ଦୁନିଆ ଥରୁଛି । ଆଜି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ପାର କରିଛି । କରୋନା ବିରୋଧରେ ସାମାଜିକ ଦୂରତା ହିଁ ଏକମାତ୍ର ଅସ୍ତ୍ର । ଏଭଳି ପ୍ରଚାର ତୁହାକୁ ତୁହା ହେଉଛି କିନ୍ତୁ ନେତା ଭାଷଣରେ କହୁଛନ୍ତି କାମରେ ଭୁଲି ଯାଉଛନ୍ତି । ଆଉ ସାମାଜିକ ଦୂରତା ନିୟମ ଭାଙ୍ଗିବା ପରେ ଭୁଲ ମାଗୁଛନ୍ତି । କହୁଛନ୍ତି ଆଉ ଦୋହରାଇବୁ ନାହିଁ କିନ୍ତୁ ପୁଣି ସେହି କଥା ଦୋହରା ଯାଉଛି ।

aparajita with babu singh

ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର ସାମାଜିକ ଦୂରତା ନିୟମ ଭାଙ୍ଗୁଛନ୍ତି ଓ ପରେ କ୍ଷମା ମାଗୁଛନ୍ତି । ଆଗରୁ ତିନି ତିନିଥର ସାମାଜିକ ଦୂରତା ନିୟମ ଉଲ୍ଲଘଂନ କରିଥିବା ସାଂସଦ ଗୁରୁବାର ଦିନ ଦଳର ଜନସମ୍ପର୍କ ପଦଯାତ୍ରା କାଳରେ ସାମାଜିକ ଦୂରତା ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା ।ଶନିବାର ଦିନ ଏହାକୁ ନେଇ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ପ୍ରତିକ୍ରିୟା ଆଳରେ ସେ ପୁଣି ନିଜ ସାଂସଦଙ୍କ କାର୍ଯ୍ୟ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି । କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ଘରେ ଘରେ ପହଂଚାଇବା ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ପ୍ରତି ବୁଥରେ ଦୁଇଜଣ କର୍ମୀ ସଂପର୍କ ଯାତ୍ରାରେ ଯିବାର ଥିଲା । କିନ୍ତୁ ଭୁଲବଶତଃ ତାଙ୍କ ସହିତ କିଛି କର୍ମୀ ଚାଲିଯାଇଥିଲେ । ସାଂସଦ ନିଜେ କହିଛନ୍ତି ଏମିତି ଆଗକୁ ହେବ ନାହିଁ । ଭୁଲ ହୋଇଛି ବୋଲି ସ୍ୱୀକାର କରିଛନ୍ତି ବିଜେପି ସାଧାରଣ ସଂପାଦକ କିନ୍ତୁ ପ୍ରଶ୍ନ ହେଲା ସାଂସଦ ନୂଆକରି କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଘଂନ କରିନାହାନ୍ତି । କେତେବେଳେ ସେ କ୍ୱାରେଣ୍ଟାଇନର ରହି ଦଳୀୟ କର୍ମୀଙ୍କ ଜନ୍ମଦିନରେ ସାମିଲ ହୋଇଛନ୍ତି ତ’ କେତେବେଳେ ଭିଡ ଜମେଇ ଭୂମିପୂଜା କରିଛନ୍ତି । ଏମିତିରେ ଆଗକୁ ସାଂସଦ ନିଜ କଥା ରଖିବେ ଓ କରୋନା ଗାଇଡ୍ ଲାଇନକୁ ମାନିବେ ବୋଲି କେବଳ ଆଶା କରାଯାଇପାରେ । ଅବଶ୍ୟ ଏହାଭିତରେ ସାଂସଦଙ୍କ ଭୁବନେଶ୍ୱର ସ୍ଥିତ ଆଇଡି ମାର୍କେଟରେ ହେବାକୁ ଥିବା ଜନସଂପର୍କ ଯାତ୍ରାକୁ ବାତିଲ କରି ଦିଆଯାଇଛି ।

sura routray

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ବିରୋଧୀ ଦଳ ନେତା ଓ କର୍ମୀଙ୍କ କରୋନା ନିୟମ ଭାଙ୍ଗିବା ପ୍ରସଙ୍ଗ ଉପରେ ମଧ୍ୟ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ରାଜନେତା ମାନେ ଆଦର୍ଶ ହେବା ଦରକାର l ରାଜନେତାମାନେ ଏକଥା  ନମାନିଲେ ଲୋକେ ଭୁଲ ରାସ୍ତାରେ ଯିବେ l ସାମାଜିକ ଦୂରତା, ମାସ୍କ ପିନ୍ଧିବା ଦରକାର l ବର୍ତମାନ ପରିସ୍ଥିତିରେ ପ୍ରତିବାଦ, ଆନ୍ଦୋଳନ ଠାରୁ ବିରତି ରହିବା ଦରକାର l ନହେଲେ ଲୋକେ ଭୁଲ ରାସ୍ତାରେ ଯିବେ l

ବିଜେପି ରାଜ୍ୟ ସାଧାରଣ ସଂପାଦକ ନେତାଙ୍କୁ ରୋଲ ମଡେଲ ହେବାକୁ ଆହ୍ୱାନ କରିଛନ୍ତି । କିନ୍ତୁ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପ୍ରତିକ୍ରିୟା  ହେଲା ଜଣିକି କେହି ନିୟମ ଭାଙ୍ଗି ନାହାନ୍ତି । ଅବଶ୍ୟ ତାଙ୍କରି ଦଳର  ବିଧାୟକ  ସୁର ରାଉତରାୟଙ୍କ କହିବା ହେଉଛି  ଆମେ ନିୟମ ଭଂଗିଲୁ ଫାଇନ ଦେଲୁ l ଆମେ କାଲି ଅଳ୍ପ ଲୋକଙ୍କୁ ନେଇ ପ୍ରତିବାଦ କରିଛୁ l

ଏସବୁ ଭିତରେ ବିଜେଡିର ମଧ୍ୟ ପ୍ରତିକ୍ରିୟା ଆସିଛି । ବିଜେଡି ପକ୍ଷରୁ  ବିଧାୟକ ଅମର ଶତପଥି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ନିୟମ ପ୍ରଣତା ସେମାନେ ନିୟମ ଭାଙ୍ଗିବା ଉଚିତ ନୁହେଁ l ଏହା ଦୁର୍ଭାଗ୍ୟପୂର୍ଣ୍ଣ l କରୋନା ନେଇ ସରକାର ସବୁ ପଦକ୍ଷେପ ନେଉଛନ୍ତି l ତେବେ ବିରୋଧୀ ଯେପରି କରୋନା କଟକଣାକୁ ଉଲଂଘନ କରିଛନ୍ତି ଏହା ଠିକ ନୁହେଁ l ବିରୋଧୀଙ୍କ ଏପରି ଆଭିମୁଖ୍ୟକୁ ଲୋକେ ଗ୍ରହଣ କରିବେ ନାହିଁ l

୩୦ ପିଲାଙ୍କ ବାପା ପାଇଲେ ୨୫ କୋଟି ଟଙ୍କାର ରତ୍ନ ପଥର, ରାତାରାତି ହେଲେ କୋଟିପତି

ତାଞ୍ଜାନିଆ: ନିକଟରେ ତାଞ୍ଜାନିଆରୁ ଏକ ମାମଲା ସାମ୍ନାକୁ ଆସିଛି ​​ଯେଉଁଠାରେ ଜଣେ ଖଣି ମାଲିକଙ୍କ ଭାଗ୍ୟ ଏମିତି ବଦଳିଲା ଯେ ସେ କେବଳ କୋଟିପତି ହୋଇଥିଲେ ତାହା ନୁହେଁ ବରଂ ସମଗ୍ର ଦେଶ ତାଙ୍କ ସଫଳତାର ସାକ୍ଷୀ ହୋଇଥିଲା ଏବଂ ଲୋକମାନେ ତାଙ୍କୁ ପ୍ରଶଂସା କରିବାକୁ ଲାଗିଲେ । ତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ମଧ୍ୟ ଆସିଛି ଯେ ସେ ୩୦ଟି ସନ୍ତାନର ବାପା ।

ବାସ୍ତବରେ, ବେଳେବେଳେ ଲୋକଙ୍କ ଭାଗ୍ୟ ଏପରି ଉଜ୍ଜଳ ହୁଏ ଯେ ସେମାନେ ଗୋଟିଏ ଝଟକାରେ କୋଟିପତି ହୁଅନ୍ତି । ବେଳେବେଳେ ଜଣେ ଗରିବ ଶ୍ରମିକଙ୍କ ସହିତ ଏମିତି କିଛି ଘଟେ ଯେ ସେ ରାତାରାତି ଖବରର ହେଡଲାଇନ୍ ପାଲଟିଯାନ୍ତି । ଏହି ଶ୍ରମିକଙ୍କ ସହ ଠିକ ଏମିତି କିଛି ହୋଇଛି ।

ତାଞ୍ଜାନିଆର ଏକ ଖଣି ଶ୍ରମିକଙ୍କୁ ଗଭୀର ବାଇଗଣୀ- ନୀଳ ରଙ୍ଗର ରତ୍ନ ମିଳିଛି । ଏହି ରତ୍ନ ବଦଳରେ ତାଞ୍ଜାନିଆ ସରକାର ତାଙ୍କୁ ଏତେ ପରିମାଣର ଅର୍ଥ ଦେଇଥିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସନିନୀୟୁ ଲୈଜର ନାମକ  ଖଣି ମାଲିକଙ୍କୁ ସରକାର ୭.୭୪  ବିଲିୟନ ତାଞ୍ଜାନିଆ ଶିଲିଙ୍ଗ୍ ଅର୍ଥାତ୍ ୩.୩୫ ମିଲିୟନ୍ ଡଲାର୍ (ପ୍ରାୟ ୨୫ କୋଟି ୩୬ ଲକ୍ଷ ସହିତ ସମାନ) ଚେକ୍ ଦେଇଛନ୍ତି ।

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସନିନୀୟୁ ଲୈଜର ୩୦ଟି ସନ୍ତାନର ପିତା ଏବଂ ସେ ଚାରି ଥର ବିବାହ କରିଛନ୍ତି । ଏହି ରତ୍ନ ପାଇବା ପରେ ସନିନୀୟୁ ଲୈଜର କହିଛନ୍ତି ଯେ ମୁଁ ମୋର ପରିଶ୍ରମ ଏବଂ ନିଷ୍ଠା ସହ କାମ କରେ । ମୁଁ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ଏହି ରତ୍ନ ମୁଁ ପାଇବି ବୋଲି ।

ଲୈଜରଙ୍କୁ ଏକ କାର୍ଯ୍ୟକ୍ରମରେ ସମ୍ମାନିତ ମଧ୍ୟ କରାଯାଇଥିଲା । ଉତ୍ତର ତାଞ୍ଜାନିଆର ମନୟାରା ଅଞ୍ଚଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ଖଣି ମନ୍ତ୍ରୀ ସାଇମନ୍ ମସନଜିଲା କହିଛନ୍ତି ଯେ ଏହା ଏକ ଐତିହାସିକ ଘଟଣା । ସେ କହିଛନ୍ତି ଯେ ପୂର୍ବରୁ ଏତେ ବଡ଼ ଆକାରର ତାଞ୍ଜେନାଇଟ୍ ଦେଖାଯାଇ ନଥିଲା ।

ବାଇଗଣୀ ରଙ୍ଗର ଏହି ବିରଳ ପଥରଗୁଡିକ ବ୍ୟାଙ୍କ ଅଫ୍ ତାଞ୍ଜାନିଆ ଦ୍ୱାରା କିଣାଯାଇଛି । ଯେତେବେଳେ ଖଣି ମାଲିକଙ୍କୁ ବ୍ୟାଙ୍କ ଚେକ ପ୍ରଦାନ କଲା, ସେତେବେଳେ ସମଗ୍ର ସମାରୋହ କରତାଳି ଦେଇଥିଲା । ଏହି ଶୋ ଟିଭିରେ ସିଧା ପ୍ରସାରଣ କରାଯାଇଥିଲା । ଏହି ଅବସରରେ ଦେଶର ରାଷ୍ଟ୍ରପତି ଜନ୍ ମାଗୁଫୁଲି ଲୈଜିୟରକୁ ଫୋନ କରି ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।

ଗତ ବର୍ଷ ତାଞ୍ଜାନିଆ ଦେଶରେ ଏଭଳି ବାଣିଜ୍ୟିକ କେନ୍ଦ୍ର ପ୍ରତିଷ୍ଠା କରିଥିଲା ​​ଯେଉଁଠାରେ ଖଣି କର୍ମଚାରୀମାନେ ସରକାରଙ୍କୁ ରତ୍ନ ଓ ସୁନା ବିକ୍ରି କରିପାରିବେ । ଏହାର ଉଦ୍ଦେଶ୍ୟ ହେଉଛି ବେଆଇନ ବାଣିଜ୍ୟ ବନ୍ଦ କରିବା । ବର୍ତ୍ତମାନ, ସନିନୀୟୁ ଲୈଜର ନାମକ ଏହି ଖଣି ମାଲିକଙ୍କ କାହାଣୀ ସମଗ୍ର ତାଞ୍ଜାନିଆରେ ବ୍ୟାପିଛି । ଏହି ଖଣି ମାଲିକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ହେଡଲାଇନରେ ଅଛନ୍ତି । ଲୋକମାନେ ମଧ୍ୟ ଏହି ଖଣି ମାଲିକଙ୍କୁ ଭାଗ୍ୟବାନ ବୋଲି କହୁଛନ୍ତି  ।

ଜଣାଇରଖୁଛୁ ଯେ, ଭାରତ ସମେତ ସମଗ୍ର ବିଶ୍ୱର ଅନେକ କୋଇଲା ଖଣିରୁ ଏପରି ଖବର ସାମ୍ନାକୁ ଆସୁଛି ଯେଉଁଥିରେ ଖନନ ସମୟରେ ଲୋକଙ୍କୁ ମୂଲ୍ୟବାନ ରତ୍ନ ମିଳୁଛି ଏବଂ ସେମାନେ ରାତାରାତି କୋଟିପତି ହେଉଛନ୍ତି ।

ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୩ ସଂକ୍ରମିତ,୨୭ ଲୋକାଲ କେସ୍

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୭୦ କରୋନା ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍‌ ସଂକ୍ରମିତ ସଂଖ୍ୟା ୬ ହଜାର ୩୫୦କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ୍‌ କେସ ୨୭ ରହିଛି । ଏଥିସହିତ ୧୩୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।  ଗଞ୍ଜାମରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ୧୪ ଜିଲ୍ଲାରୁ ୧୭୦ ଜଣ ପଡିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୮ ହୋଇଥିବା ବେଳେ ନବରଙ୍ଗପୁରରୁ ୧୯, ରାୟଗଡ଼ାରୁ ୧୬, ଖୋର୍ଦ୍ଧାରୁ ୧୯, ଯାଯପୁରରୁ ୩, ମାଲକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ନୟାଗଡ଼ରୁ ୩, ଗଜପତିରୁ ୧୬, ବଗରଡ଼ରୁ ୧, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ୨, କୋରାପୁଟରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନ ହୋଇଛନ୍ତି ।

ପଶ୍ଚିମବଙ୍ଗରେ ଅମ୍ଫାନ୍‌ ମୁକାବିଲା ପରେ ଫେରିଥିବା ଜଣେ ଏନଡିଆରଏଫ୍‌ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୨୪୯୯୦୨ ଟି କରୋନା ଟେଷ୍ଟ ହୋଇସାରିଥିବା ବେଳେ ୬୩୫୦ଟି ପଜିଟିଭ କେସ ଚିହ୍ନଟ ହୋଇଛି । ଏଥିରୁ ୪୪୩୨ଜଣ ସୁସ୍ଥ ହୋଇଛନ୍ତି । ୧୯୦୩ ଟି ଆକ୍ଟିଭ କେସ ରହିଛି ।

୧୪ ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୩୧ କରୋନା ସଂକ୍ରମିତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

Sony ଦେଉଛି ସୁବର୍ଣ୍ଣ ସୁଯୋଗ ! ଘରେ ବସି ଜିତି ପାରିବେ ୩୮ ଲକ୍ଷ ଟଙ୍କା, ବାସ କରିବାକୁ ପଡ଼ିବ ଏହି କାମ

ଟେକନୋଲୋଜି ଦୁନିଆର ଅନେକ କମ୍ପାନୀ ସିଷ୍ଟମରେ ସମସ୍ୟା ଖୋଜି ବାହାର କରିବା ପାଇଁ (Bug Bounty Program) ଭଳି ପ୍ରୋଗ୍ରାମ  କରୁଛନ୍ତି । ଏହିପରି ପ୍ରୋଗ୍ରାମ ଅଧିନରେ ପୁରସ୍କାର ଭାବରେ ବିପୁଳ ପରିମାଣରେ ଟଙ୍କା ମଧ୍ୟ ଦିଆଯାଉଛି । ସୋନି ଏବେ Bug Bounty Program ନାମକ ଏକ ପୋଗ୍ରାମ ଆରମ୍ଭ କରିଛି ।  ଯେଉଁଥିରେ ଯିଏ ସମସ୍ୟା ଖୋଜି ବାହାର କରିବ ତାକୁ ୩୮ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରକୃତରେ ସୋନି ନିଜର ପ୍ଲେ ଷ୍ଟେସନ୍ ନେଟୱାର୍କ ଏବଂ ପ୍ଲେ ଷ୍ଟେସନ୍ (PS4) ଗେମିଙ୍ଗ କନସୋଲ ପାଇଁ ଏକ Bug Bounty Program ଲଞ୍ଚ କରିଛି ।

 

ଏହି ପୋଗ୍ରାମ ଅଧିନରେ ପ୍ଲେ- ଷ୍ଟେସନରେ ଜଡ଼ିତ ୱେବସାଇଟ ବା ୱେବସାଇଟରେ ଥିବ ତୃଟିର ଯିଏ ସନ୍ଧାନ କରିବ ତାକୁ ୧୦୦ରୁ ୫୦ ହଜାର ଡଲାର (ପାଖାପାଖି ୩୮ ଲକ୍ଷ ଟଙ୍କା) ଦିଆଯିବ । ଏମିତି କରିବା ପଛରେ କମ୍ପାନୀର ଉଦ୍ଦେଶ୍ୟ ଏହା ଯେ, ରିସର୍ଚ୍ଚର ବଗ୍ ବଷୟରେ ରିପୋର୍ଟ କରିବେ ଯାହା ଫଳରେ ହ୍ୟାକ ହେବା ପୂର୍ବରୁ ତାକୁ ସମାଧାନ କରାଯାଇପାରିବ ।

ସୂଚନା ମୁତାବକ, ସୋନିର ଏହି Bug Bounty Program, HackerOne ଦ୍ୱାରା ପରିଚାଳିତ । ହ୍ୟାକର ୱାନ ଏକ ପ୍ଲାଟଫର୍ମ ଯାହା ମାଧ୍ୟମରେ ଦୁନିଆର ଅନେକ ବଡ଼ ବଡ଼ କମ୍ପାନୀ ଯଥା ଟ୍ୱିଟର, ସ୍ନାପଚାଟ୍ ନିଜ ପ୍ରଡକ୍ଟରେ Bug Bounty Program ଅଧିନରେ ବଗ୍ କୁ ସନ୍ଧାନ କରିଥାନ୍ତି ଏବଂ ତାର ସମାଧାନ କରିଥାନ୍ତି । ଏଥି ସହିତ ରିସର୍ଚ୍ଚର ମାନଙ୍କୁ ପୁରଷ୍କାର ମଧ୍ୟ ଦିଆଯାଏ । ଏହା ପୂର୍ବରୁ ସୋନି ନିଜ Bug Bounty Program କୁ Private Online Only VRP ମାଧ୍ୟମରେ ଚଲାଉଥିଲା ଏବଂ ଚଳିତ ବର୍ଷ କମ୍ପାନୀ ଏହାକୁ ପବ୍ଲିକ କରିଛି ।

ସୋନି ଏହି Bug Bounty Programରେ ଯେଉଁ ୱେବସାଇଟକୁ ସାମିଲ କରିଛି ସେଥିରେ Play Station 4 Gaming Console, ତାହାର ଅପରେଟିଂ ସିଷ୍ଟମ, Official PS4 Accessories ସହିତ Play Station Network ଏବଂ ତା ସହିତ ଜଡ଼ିତ  ୱେବସାଇଡ ସାମିଲ ରହିଛି ।

୩ଟି ବଡ଼ କମ୍ପାନୀ Bug Bounty Program ପ୍ରଦାନ କରୁଛନ୍ତି-

ଅଫିସିଆଲ Bug Bounty Program ଲଞ୍ଚ କରୁଥିବା ତିନୋଟି ବଡ଼ କମ୍ପାନୀ ମଧ୍ୟରୁ ସୋନି ଶେଷ ନମ୍ବରରେ ରହିଛି । ୨୦୧୬ ମସିହାରେ Nintendo ଏହାକୁ ଲଞ୍ଚ କରିଥିବା ପ୍ରଥମ କମ୍ପାନୀ । ଏହାପରେ ମାଇକ୍ରୋସଫ୍ଟ ୨୦୨୦ ଜାନୁଆରୀ ମାସରେ ନିଜ Xbox Gaming Platform ପାଇଁ ଲଞ୍ଚ କରିଥିଲା ।