spot_img
Home Blog Page 6923

ଅନଲାଇନରେ ପାଠପଢ଼ା ପାଇଁ ୧୨ଟି ନୂଆ ଚ୍ୟାନେଲ୍

ନୂଆଦିଲ୍ଲୀ: ଲକଡାଉନରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ଆତ୍ମନିର୍ଭର ଭାରତ ପ୍ୟାକଜେର ବଡ଼ ଘୋଷଣା କରିଛନ୍ତି ନିର୍ମଳା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପ୍ରକାରେ ପାଠପଢ଼ା ପାଇଁ ଅନଲାଇନ୍ ଶିକ୍ଷାର ଗୁରୁତ୍ୱ ବଢ଼ିଛି । ସ୍ୱୟଂପ୍ରଭା ଡିଟିଏଚ୍ ଚ୍ୟାନେଲରେ ୧୨ଟି ନୂଆ ଚ୍ୟାନେଲ୍ ଯୋଡ଼ାଯିବ । ଏଥିରେ ଲାଇଭ୍ ଇଣ୍ଟରଆକ୍ଟିଭ୍ ଚ୍ୟାନେଲ୍ ଯୋଡ଼ିବା ପାଇଁ କାମ ଚାଲିଛି । ରାଜ୍ୟ ଗୁଡ଼ିକ ୪ ଘଣ୍ଟାର ପାଠ୍ୟକ୍ରମ ଦେବେ । ଯାହାକୁ ଚ୍ୟାନେଲରେ ଲାଇଭ୍ ଦେଖାଦେବ ।

ଗୋଟିଏ କ୍ଲାସ୍, ଗୋଟିଏ ଚ୍ୟାନେଲ୍

ସରକାର ଅନଲାଇନ୍ ଶିକ୍ଷା ଉପରେ ନଜର ରଖିଛନ୍ତି । ପ୍ରଥମ ଶ୍ରେଣୀରୁ ନେଇ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ନୂଆ ଚ୍ୟାନେଲ୍ ଆରମ୍ଭ ହେବ । ଅର୍ଥାତ୍ ପ୍ରତି ଶ୍ରେଣୀ ପିଛା ଗୋଟିଏ ଚ୍ୟାନେଲ ରହିବ । ପିଲାଙ୍କ ମନୋବିଜ୍ଞାନ ସୁସ୍ଥ ରଖିବା ପାଇଁ ମନୋଦର୍ପଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ଭାବେ ଇ-କଣ୍ଟେଟ ଅଣାଯିବ ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

ଗ୍ରାମୀଣ ଇଲାକାରେ ରୋଜଗାରକୁ ଗୁରୁତ୍ୱ, ଗାଁ ନିକଟରେ କାମ ପାଇବେ ଫେରନ୍ତା ଶ୍ରମିକ

ନୂଆଦିଲ୍ଲୀ: ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଘୋଷଣା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି । ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେହି ଅନୁସାରେ ଆର୍ଥିକ ପ୍ୟାକଜ୍ ପ୍ରସ୍ତୁତ ହୋଇଛି । ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜରେ ଚାଷରୁ ଆରମ୍ଭ କରି ଶ୍ରମିକ, ଆଇନ୍, ଅର୍ଥ ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇଛି ।

ସହରରୁ ଗାଁ ମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଟିରେ ରଖି ମନରେଗା ବଜେଟକୁ ୪୦ ହଜାର କୋଟି ବଢ଼ାଇ ଦିଆଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏହାବ୍ୟତୀତ ପବ୍ଲିକ ସେକ୍ଟର ପାଇଁ ଅର୍ଥମନ୍ତ୍ରୀ ନୂଆ ନୀତି ଘୋଷଣା କରିଛନ୍ତି ।

ଗ୍ରାମୀଣ କ୍ଷେତ୍ରରେ ରୋଜଗାରକୁ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ମନରେଗା ବଜେଟକୁ ବୃଦ୍ଧି କରାଯାଇଛି । ମନରେଗା ବଜେଟକୁ ୪୦ ହଜାର କୋଟି ବୃଦ୍ଧି କରାଯାଇଛି । ପୂର୍ବରୁ ମନରେଗା ବଜେଟ୍ ୬୧ ହଜାର କୋଟି ଟଙ୍କା ଥିଲା । ଏବେ ଏଥିରେ ୪୦ ହଜାର କୋଟିର ବୃଦ୍ଧି ହୋଇଛି ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

୩୦କୋଟି ଲୋକଙ୍କ ଖାତାକୁ ଟଙ୍କା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଟେକ୍ନୋଲୋଜିର ବ୍ୟବହାର କରି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ପଠାଯାଇଛି । ୮.୧୯ କୋଟି କୃଷକଙ୍କ ଖାତାକୁ ୨ ହଜାର ଲେଖାଏଁ ଟଙ୍କା ଦିଆଯାଇଛି । ଦେଶର ୨୦ କୋଟି ଜନ ଧନ ଖାତାକୁ ଡିବିଟ୍ ଟ୍ରାନ୍ସଫର ମାଧ୍ୟମରେ ୫୦୦ ଟଙ୍କା ଲେଖାଏଁ ପଠାଯାଇଛି । ଉଜ୍ଜ୍ୱଳା ଯୋଜନାରେ ୬.୮୧ କୋଟି ରୋଷେଇ ଗ୍ୟାସ୍ ମାଗଣାରେ ଦିଆଯାଇଥିବା ବେଳେ ୨.୨୦ କୋଟି ନିର୍ମାଣ ଶ୍ରମିକଙ୍କ ଖାତାକୁ ମଧ୍ୟ ଟଙ୍କା ପଠାଯାଇଛି । ଏହା ସହ ପ୍ରବାସୀଙ୍କ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ୮୫ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ଦେଉଛନ୍ତି । ଶ୍ରମିକଙ୍କୁ ଟ୍ରେନରେ ଖାଦ୍ୟ ମଧ୍ୟ ଦିଆଯାଉଛି । କରୋନା ଲଢେଇ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ୧୫ ହଜାର କୋଟି ଟଙ୍କା ଦିଆଯାଇଛି । ଟେଷ୍ଟିଂ ଓ ଲ୍ୟାବ୍ କିଟ୍ ପାଇଁ ୫୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଘୋଷଣା ହୋଇଛି ।

ରାତିରେ ନିଆଯିବ ସ୍ଥାନାନ୍ତର ନିଷ୍ପତ୍ତି: ପ୍ରଦୀପ ଜେନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବର୍ତ୍ତମାନର ଆକଳନ ଅନୁଯାୟୀ ପଶ୍ଚିମବଙ୍ଗର ସାଗର ଓ ବାଂଲାଦେଶର ହଟିଆ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି ଅନୁମାନ କରାଯାଉଛି । ତେବେ ଆଜି ସନ୍ଧ୍ୟାରେ ‘ଅମ୍ପାନ’ ଦିଗ ପରିବର୍ତ୍ତନ କଲା ପରେ ଲ୍ୟାଣ୍ଡଫଲ୍‌ ନେଇ ଅଧିକ ସୁନିଶ୍ଚିତ ତଥ୍ୟ ପାଇପାରିବୁ । ଏବଂ ସେହି ଆଧାରରେ ଆଜି ରାତିରେ ସ୍ଥାନାନ୍ତର ନେଇ ନିଷ୍ପତ୍ତି ନିଆଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନ ପ୍ରଦୀପ ଜେନା । ରାତିରେ ଭାରତୀୟ ପାଣିପାଗ ଅମ୍ପାନର ଦିଗ ପରିବର୍ତ୍ତନ ଓ ଲ୍ୟାଣ୍ଡଫଲ ନେଇ ସୁନିଶ୍ଚିତ ତଥ୍ୟ ପ୍ରଦାନ କରିବ । ଏହା ପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ ଏବଂ ସେମାନେ ସେହି ହିସାବରେ ପଦକ୍ଷେପ ଗ୍ରହଣ କରିବେ ।  କିନ୍ତୁ ଏବେବି ୧୨ ଟି ଜିଲ୍ଲାକୁ ବାତ୍ୟା ପ୍ରବଣ ଜିଲ୍ଲାଭାବେ ଆଲର୍ଟ ରଖାଯାଇଛି । ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ନେଇ ପ୍ରସ୍ତୁତ ରହିଛୁ । ବର୍ତ୍ତମାନ ସମୟରେ ଓଡ଼ିଶା ପ୍ରତି ସେଭଳି କିଛି ବାତ୍ୟା ଆଶଙ୍କା ନଥିଲେ ମଧ୍ୟରେ ୧୮ ତାରିଖରୁ ବର୍ଷା ଆଶଙ୍କା କରାଯାଉଛି । 

ତେବେ ଆତଙ୍କିତ ହୋଇ କିଣା କିଣି ନକରିବାକୁ ବିଶେଷ ଅନୁରୋଧ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର  ।

ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଛି ‘ଅମ୍ଫାନ୍’ ସମୁଦ୍ରରେ ଗୋଟାଉଛି ବଳ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ‘ଅମ୍ଫାନ’ ଘଣ୍ଟା ପ୍ରତି ୩ କିମି ବେଗରେ ଆଗକୁ ବଢ଼ୁଛି । ପାଣିପାଗ ବିଭାଗର ଦିନ ୧୧ଟା ବୁଲେଟିନ୍ ଅନୁଯାୟୀ ‘ଅମ୍ଫାନ’ ବାତ୍ୟାରୁ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି ।

ସକାଳ ୮ଟା ୩୦ ସୁଦ୍ଧା ବାତ୍ୟା ‘ଅମ୍ଫାନ’ ପାରାଦୀପ ଠାରୁ ଦକ୍ଷିଣରେ ୯୯୦ କିମି ଦୂରରେ ରହିଛି । ସେହିଭଳି ପଶ୍ଚିମବଙ୍ଗ ଦୀଘାଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୧୧୪୦ କିମି ଦୂରରେ ଥିବାବେଳେ ବାଲାଂଦେଶ ଖେପୁରିଆ ଠାରୁ ‘ଅମ୍ଫାନ୍’ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୧୨୬୦ କିମି ଦୂରରେ ରହିଛି ।

ଆଗାମୀ ୧୨ ଘଣ୍ଟା ମଧ୍ୟରେ ‘ଅମ୍ଫାନ୍’ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଏହାପରେ ଉତ୍ତର ଦିଗକୁ ଧିରେ ଧିରେ ଯାଇ ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ରିକର୍ଭ କରିବ । ଯୋରରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରିବ । ପଶ୍ଚିମବଙ୍ଗ-ବାଲାଂଦେଶ ଉପକୂଳ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଲାଂଦେଶର ହାଟିୟା ଆଇଲାଣ୍ଡ ମଧ୍ୟରେ ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଅତି ଭୟଙ୍କର ବାତ୍ୟା ରୂପରେ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ପେଟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆକୁ ସଫା କରିବେ କେମିତି ?

ଆମ ପେଟରେ ଅନେକ ପ୍ରକାରର କୀଟ ଅଛନ୍ତି । ଯେଉଁମାନେ କି ଆମ ଶରୀର ପାଇଁ ଲାଭଦାୟକ । ଏଥିରେ ଏମିତି କିଛି କୀଟ ଥାନ୍ତି ଯେଉଁମାନେ କି ସ୍ୱାସ୍ଥ୍ୟକୁ ବହୁତ ଖରାପ କରିଦିଅନ୍ତି । ଏମାନଙ୍କୁ ପେଟରୁ ସଫା କରିବା ନିତ୍ୟାନ୍ତ ଆବଶ୍ୟକ । ଦୀର୍ଘ ସମୟ ଧରି ପେଟରେ କୀଟାଣୁ ରହିଲେ ପାଟିକୁ ବାରମ୍ବାର ଛେପ ଆସିଥାଏ । ଆସନ୍ତୁ ଜାଣିବା ଘରୋଇ ଉପଚାରରେ ପେଟରେ ଥିବା କ୍ଷତିକାରକ କୀଟାଣକୁ କେମିତି ମାରିବା ?

ପେଟରେ କେଉଁ ବ୍ୟାକ୍ଟେରିଆ ଥାଏ ?

ମଣିଷ ଶରୀରର ପେଟରେ ମୁଖ୍ୟତଃ ଫର୍ମିକ୍ୟୁଟ୍, ବେକ୍ଟେରାଇଡ, ଏକ୍ଟିନୋବ୍ୟାକ୍ଟେରିଆ ଓ ପ୍ରୋଟୋବ୍ୟାକ୍ଟେରିଆ ରହିଥାଏ । ଏମାନେ ପେଟରେ ଥିଲେ ଭଲ ବା ଲାଭଦାୟକ ମନାଯାଏ । ଏଥିସହ ପେଟରେ କିଛି କ୍ଷତିକାରକ ପୈରାସାଇଟ୍ସ ମିଳିଥାଏ । ଯାହାକି ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇ ଥାଏ । ଏବଂ ଶରୀରରେ ଥିବା ଜରୁରୀ ପୋଷକ ତତ୍ତ୍ୱକୁ ଏହା ଖାଇ ନଷ୍ଟ କରିଦିଏ । ଏଥିପାଇଁ ଶରୀରରେ ରୋଗ ଆଶଙ୍କା ବଢ଼ି ଯାଇଥାଏ ।

ଘରୋଇ ଉପଚାର

ପେଟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆକୁ ମାରିବା ପାଇଁ ଘରୋଇ ଉପଚାର ହେଉଛି ଲେମ୍ବୁ । ଲେମ୍ବୁ ଏପରି ଏକ ଖାଦ୍ୟ ପଦାର୍ଥ ଯାହା ବଜାରର ସହଜରେ ମିଳିଯାଏ । ଏବଂ ଏହାକୁ ନିୟମିତ ଖାଦ୍ୟରେ ସାମିଲ କରିହେବ । ଏହା ପୁଷ୍ଟିକର ହୋଇଥିବା ବେଳେ ଏଥିରେ ଭିଟାମିନ୍ ସି ସହିତ ସିଟ୍ରିକ୍ ଏସିଡ୍ ରହିଛି । ତେଣୁ, ଏହା ଖାଇଲେ ପେଟରେ ଥିବା ଖରାପ ବ୍ୟାକ୍ଟେରିଆ ମରିଯାଏ ।

ଲେମ୍ବୁ କେମିତି କାମ କରେ ?

ପେଟରେ ଥିବା ଖରାପ ବ୍ୟାକ୍ଟେରିଆକୁ ମାରିବା ପାଇଁ ପ୍ରଥମେ ଲେମ୍ବୁକୁ ଭଲ ଭାବେ କାଟି ରସକୁ ବାହାର କରିଦିଅନ୍ତୁ । ଗୋଟିଏ ଗ୍ଲାସ୍ ପାଣି ସହ ଲେମ୍ବୁ ରସ ମିଶାଇ ଲୁଣ ପକାଇ ଗୋଳାଇ ଦେଇ ପିଅନ୍ତୁ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଓ ସିଟ୍ରିକ୍ ଏସିଡ୍ ସକ୍ରିୟ ଭାବେ କାର୍ଯ୍ୟ କରିବେ । ଏପରି ସପ୍ତାହରେ ଏହାକୁ ୨ ଥର ପିଅନ୍ତୁ । ଆପଣଙ୍କୁ ଏହାର ସକରାତ୍ମକ ପ୍ରଭାବ ମିଳିବ ଆଉ ଥକ୍କା ବା ଦୁର୍ବଳ ଅନୁଭବ କରିବେ ନାହିଁ ।

ତଳିଆ ଅଞ୍ଚଳରୁ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସରକାର ପ୍ରସ୍ତୁତ

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ‘ଅମ୍ଫାନ’ ପ୍ରଭାବ ପଡ଼ିଲେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ତଳିଆ ଓ ସମୁଦ୍ର କୂଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ୫୬୭ଟି ବାତ୍ୟା ଆଶ୍ରୟସ୍ଥଳି ଓ ୭ ହଜାର କୋଠା ଘର ପ୍ରସ୍ତୁତ ରହିଛି ।

ଉପକୂଳ ଓଡ଼ିଶା ସହ ଉତ୍ତର ଓଡ଼ିଶାରେ ବାତ୍ୟା ପ୍ରଭାବ ପଡ଼ିଲେ ୧୧ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ଏନଡିଆରଏଫର ୩ଟି ଟିମ୍, ଓଡ୍ରାଫର ୧୨ଟି ଟିମ୍ ଓ ଅଗ୍ନିଶମ ବାହିନୀର ୩୫୫ଟି ଟିମ୍ ସ୍ଥାନାନ୍ତରଣ କାର୍ଯ୍ୟ ସହ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ପାଇଁ ପ୍ରସ୍ତୁତ ରହିଛନ୍ତି ।

ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଦିଆଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଯୋଗୋଯୋଗ, ପାନୀୟ ଜଳ ସହ ହସ୍ପିଟାଲ ଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

କରୋନା ଆକ୍ରାନ୍ତ ହେଲେ ରାଜ୍ୟର ପ୍ରଥମ ସରପଞ୍ଚ

ଭୁବନେଶ୍ୱର:  ରାଜ୍ୟରେ ଆଉ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ୨ ଜଣ ଗଞ୍ଜାମ ଜିଲ୍ଲାର । ସେମାନେ ସୁରତରୁ ଫେରିବା ପରେ ଉଭୟ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ପୂର୍ବରୁ ଗଞ୍ଜାମରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେହିଭଳି ରାଜ୍ୟରେ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ନୂତନ କରି ୮୯ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଛି ।

ଅନ୍ୟପଟେ ସମ୍ବଲପୁରରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୯୧ ଜଣଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ଏବଂ ୪ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ରହିଛି । ତେବେ ବଡ଼ କଥା ହେଉଛି ସେହି ୪ ଜଣଙ୍କ ମଧ୍ୟରୁ ଜଣେ ସରପଞ୍ଚ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ।

ବଲାଙ୍ଗୀରରୁ ଚିହ୍ନଟ ହେଲେ ୨ କରୋନା ଆକ୍ରାନ୍ତ: ରାଜ୍ୟରେ ୭୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ତେବେ ରାଜ୍ୟରେ ବର୍ତ୍ତମାନ ୬୨୭ଟି ସକ୍ରିୟ ମାମଲା ଥିବାବେଳେ ୧୯୬ ଜଣ ସୁସ୍ଥ ହୋଇଛନ୍ତି ।

ଗଞ୍ଜାମରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ୮୨୮ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ୨ ଜଣ ଗଞ୍ଜାମ ଜିଲ୍ଲାର । ସୁରତରୁ ଫେରିବା ପରେ ଉଭୟ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ପୂର୍ବରୁ ଗଞ୍ଜାମରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେହିଭଳି ରାଜ୍ୟରେ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ନୂତନ କରି ୮୯ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଛି ।

ଏବେ ରାଜ୍ୟରେ ୬୨୭ଟି ସକ୍ରିୟ ସଂକ୍ରମିତ ମାମଲା ଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ୧୯୬ ଜଣ ସୁସ୍ଥ ହୋଇ ଘରକୁ ପେରିଛନ୍ତି । ଗଞ୍ଜାମ ଜିଲ୍ଲାରୁ ୧୫ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ନୂଆ କରି ୩ ଜଣ, ଭଦ୍ରକରୁ ୨୮, ବାଲେଶ୍ୱରରୁ ୧୭, ସୁନ୍ଦରଗଡ଼ରୁ ଗୋଟିଏ, କେନ୍ଦ୍ରାପଡ଼ାରୁ ଗୋଟିଏ, କଟକରୁ ୧୨, କେନ୍ଦୁଝରରୁ ୪, ସମ୍ବଲପୁରରୁ ଜଣେ ସଂକ୍ରମିତ ହୋଇଛନ୍ତି । ପ୍ରଥମକରି ସମ୍ବଲପୁର ଜିଲ୍ଲାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀରରୁ ଚିହ୍ନଟ ହେଲେ ୨ କରୋନା ଆକ୍ରାନ୍ତ: ରାଜ୍ୟରେ ୭୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

୬ ଘଣ୍ଟାରେ ଭୟଙ୍କର ବାତ୍ୟାର ରୂପ ନେବ ସାମୁଦ୍ରିକ ଝଡ଼ ‘ଅମ୍ଫାନ୍’

ଭୁବନେଶ୍ୱର: ବଳ ଗୋଟାଇ ସମୁଦ୍ର ଗର୍ଭରେ ଆଗକୁ ବଢ଼ୁଛି ବାତ୍ୟା ‘ଅମ୍ଫାନ’ । ବିଗତ ୬ ଘଣ୍ଟା ହେଲା ‘ଅମ୍ଫାନ’ ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଭୋର୍ ୫ଟା ୩୦ ସୁଦ୍ଧା ବାତ୍ୟା ପାରାଦୀପ ଠାରୁ ଦକ୍ଷିଣରେ ୯୯୦ କିମି ଦୂରରେ ରହିଛି । ସେହିଭଳି ପଶ୍ଚିମବଙ୍ଗ ଦୀଘାଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୧୧୪୦ କିମି ଦୂରରେ ଥିବାବେଳେ ବାଲାଂଦେଶ ଖେପୁରିଆ ଠାରୁ ‘ଅମ୍ଫାନ୍’ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୧୨୬୦ କିମି ଦୂରରେ ରହିଛି ।

ଆଗାମୀ ୬ ଘଣ୍ଟା ମଧ୍ୟରେ ‘ଅମ୍ଫାନ୍’ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ । ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଏହାପରେ ରିକର୍ଭ କରି ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଯାଇ ଉତ୍ତର-ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରିବ । ପଶ୍ଚିମବଙ୍ଗ-ବାଲାଂଦେଶ ଉପକୂଳ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଲାଂଦେଶର ହାଟିୟା ଆଇଲାଣ୍ଡ ମଧ୍ୟରେ ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଅତି ଭୟଙ୍କର ବାତ୍ୟା ରୂପରେ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ବିଳମ୍ବିତ ରାତିରେ ସରପଞ୍ଚଙ୍କୁ ଘର ଆଗରେ ବୀଭତ୍ସ ହତ୍ୟା

ନୟାଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କୁ ହତ୍ୟା । ବିଳମ୍ବିତ ରାତିରେ ଖଣ୍ଡପଡ଼ା ଥାନା ଢୋଲମରା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ୱାମୀ, ସ୍ତ୍ରୀଙ୍କ ଘରୋଇ କଳି ଯୋଗୁଁ ବଳି ପଡ଼ିଛନ୍ତି ସରପଞ୍ଚ ସୁଶାନ୍ତ ବେହେରା । ଢୋଲମରା ଗାଁର କୁଳମଣି ସ୍ୱାଇଁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା । ବହୁବାର ସରପଞ୍ଚ ଥାନାରେ ଦମ୍ପତିଙ୍କ କଳହର ଆପୋଷ ସମାଧାନ କରିଛନ୍ତି । ଗତକାଲି କୁଳମଣି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ସହ ମାଡ଼ପିଟି ହୋଇଥିଲେ ।

ଏନେଇ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ପରେ କୁଳମଣିଙ୍କୁ ଖୋଜିବା ପାଇଁ ପୋଲିସ ଗାଁକୁ ଆସିଥିଲା । ସ୍ତ୍ରୀକୁ ସରପଞ୍ଚ ସାହାଯ୍ୟ କରି ପୋଲିସ ପଠାଇଥିବା ସନ୍ଦେହ କରିଥିଲେ କୁଳମଣି । ସରପଞ୍ଚ ରାତିରେ ଅଫିସ୍ କାମ ସାରି ଫେରିବା ବେଳେ କୁଳମଣି ତାଙ୍କୁ ଆକ୍ରମଣ କରିଥିଲେ । ରାତି ପ୍ରାୟ ୧୧ଟା ବେଳେ ସରପଞ୍ଚଙ୍କୁ ଘରେ ଆଗରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ମୁଣ୍ଡ ଓ ପିଠିକୁ ଫାର୍ସାରେ ହାଣିବା ପରେ କୁଆଡ଼େ ଗାଏବ ହୋଇଯାଇଥିଲେ କୁଳମଣି । ସ୍ଥାନୀୟ ଲୋକ ସୁଶାନ୍ତଙ୍କୁ ସଙ୍ଗେ ସଙ୍ଗେ ଗଣିଆ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ଫେରାର ଥିବାବେଳେ ଖଣ୍ଡପଡ଼ା ଥାନା ପୋଲିସ ହତ୍ୟାକାଣ୍ଡର ତଦନ୍ତ କରୁଛି ।