spot_img
Home Blog Page 6924

ଡୁପ୍ଲିକେଟ୍‌ ସଚିନ୍‌ଙ୍କ ପରିବାର ଏବେ ଦୁଃଖରେ, ଜାଣିଲେ ଆପଣ ବି ଦୁଃଖୀ ହେବେ…

ପଞ୍ଜାବ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଡୁପ୍ଲିକେଟ୍‌ ବଲବୀର ଚାନ୍ଦଙ୍କ ଅବସ୍ଥା ଏବେ ଶୋଚନୀୟ । ତାଙ୍କ ପରିସ୍ଥିତି ଏବେ ଅତି ଦୁଃଖଦାୟକ । କରୋନା ଉଜାଡ଼ି ଦେଇଛି ତାଙ୍କ ଜୀବନ ଜୀବିକା । ଲକ୍‌ଡାଉନ୍‌ ଯୋଗୁଁ ଜୁନ୍‌ ପ୍ରଥମ ସପ୍ତାହରେ ସେ ନିଜ ଗାଁକୁ ଫେରିଥିବା ବେଳେ ଏବେ ପୁରା ପରିବାର କରୋନା ଜାଲରେ ଛନ୍ଦି ହୋଇଯାଇଛନ୍ତି । ପରିବାରରେ ତାଙ୍କ ପତ୍ନୀ, ପୁଅ ଓ ଗୋଟିଏ ଝିଅ ରୁହନ୍ତି । ତାଙ୍କର ପୁରା ପରିବାର ଏବେ କରୋନା ସଂକ୍ରମିତ । ଖାଲି ଏତିକିରେ ତାଙ୍କ ଦୁର୍ଦଶା କମି ନାହିଁ । କରୋନା ମହାମାରୀ ଯୋଗୁଁ ତାଙ୍କ ଚାକିରି ମଧ୍ୟ ଚାଲିଯାଇଛି । ସେ ଏକ କମ୍ପାନୀରେ ବ୍ରାଣ୍ଡ ଆମ୍ବାସଡର ଭାବେ କାମ କରୁଥିଲେ । ଏବେ ସେହି କାମ ଆଉ ତାଙ୍କ ପାଇଁ ନାହିଁ ।

Duplicate Sachin 1 ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ ବେଳେ ବଲବୀରଙ୍କୁ ଦେଖିବାକୁ ମିଳିଥାଏ । ସଚିନ୍‌ଙ୍କ ଫ୍ୟାନ୍‌ମାନେ ତାଙ୍କ ସହ ଫଟୋ ଉଠାଇ ନପାରିଲେ ସେମାନେ ବଲବୀରଙ୍କ ସହ ଫଟୋ ଉଠାଇଥାନ୍ତି । ବଲ୍‌ବୀର ଡୁପ୍ଲିକେଟ୍‌ ସଚିନ୍‌ ନାଁରେ ବେଶ୍‌ ପରିଚିତ ।

Duplicate Sachin 1

ବଲବୀରଙ୍କ ଦୁଃଖ କାହାଣୀ

ଲକ୍‌ଡାଉନ୍‌ ପରେ ତାଙ୍କର ପରିସ୍ଥିତି ଏମିତି ହୋଇଥିଲା ଯେ, ସେ ଘର ଭଡ଼ା ମଧ୍ୟ ଦେଇପାରିନଥିଲେ । ତେଣୁ ପୁରା ପରିବାରକୁ ନେଇ ସେ ଗାଁକୁ ଚାଲି ଆସିଥିଲେ । ଟ୍ରେନ୍‌ ସେବା ଆରମ୍ଭ ହେବା ମାତ୍ରେ ସେ ଘରକୁ ପଞ୍ଜାବ ସ୍ଥିତ ସୋଲନ୍‌ ଅଞ୍ଚଳରେ ଥିବା ତାଙ୍କ ଗାଁକୁ ଫେରିଆସିଥିଲେ । ହେଲେ ବିଡ଼ମ୍ବନାର କଥା ଏହି କି ଯେ, ଗାଁରେ ତାଙ୍କ ପରିସ୍ଥିତି ସୁଧିରିବା ପରିବର୍ତ୍ତେ ଆହୁରି ଭୟଙ୍କର ହୋଇଥିଲା । ତାଙ୍କର ପୁରା ପରିବାର କରୋନା ପଜିଟିଭ୍ ଥିବା ଜଣାପଡିଛି ।

Duplicate Sachin 1

ତେବେ ଏହାକୁ ଦେଇ ବଲବୀର କହିଛନ୍ତି ଯେ, ‘ଟ୍ରେନ୍ ଯାତ୍ରା ସମୟରେ ସେ ଅନେକ ପ୍ରତିଶୋଧକ ନେଇଥିଲେ । ସାଙ୍ଗରେ ୧୫ଟି ସାନିଟାଇଜର ବୋତଲ, N-95 ମାସ୍କ, ଏମିତିକି ଖାଦ୍ୟ ସାମଗ୍ରୀ ମଧ୍ୟ ସେ ଘରୁ ସାଥିରେ ନେଇ ଯାଇଥିଲେ । ହେଲେ ଟ୍ରେନ୍‌ରେ ଅନେକ ଯାତ୍ରୀ ଥିଲେ ଯେଉଁମାନେ ଅତି ବେପରୁଆ ଥିଲେ । ସେମାନେ କୌଣସି ପ୍ରତିଶୋଧକ ଗ୍ରହଣ କରିନଥିଲେ । ତେଣୁ ଟ୍ରେନ୍‌ ଯାତ୍ର ଏଭଳି ପରିସ୍ଥିତିରେ ବିଲ୍‌କୁଲ ନିରାପଦ ନୁହେଁ ।

Duplicate Sachin 1

ଚାକିରି ଚାଲିଯିବା ନେଇ ବଲବୀର କହିଛନ୍ତି ଯେ, ସେ ଯେଉଁ କମ୍ପାନୀରେ କାମ କରୁଥିଲେ, ଲକ୍‌ଡାଉନ୍‌ ଯୋଗୁଁ କମ୍ପାନୀ ଘାଟାରେ ଚାଲିଥିଲା ତେଣୁ ସେ ଅନେକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ବାଧ୍ୟ ହେଲା । ଏମିତିକି ତାଙ୍କୁ ମଧ୍ୟ ଚାକିରି ଛାଡ଼ିବାକୁ କୁହାଗଲା । ହେଲେ ପରିସ୍ଥିତି ସୁଧାରିବା ପରେ ତାଙ୍କୁ ପୁଣି ସେହି କମ୍ପାନୀ ଚାକିରିରେ ରଖିବ ବୋଲି ଆଶ୍ୱସନା ଦେଇଛି ବୋଲି କହିଛନ୍ତି ବଲବୀର ।

ପୁଅର କାର୍‌ ଦୁର୍ଘଟଣା କଥା ସ୍ୱୀକାର କଲେ ଗୋବିନ୍ଦା, କହିଲେ ଏମିତି କଥା…

ଜୁନ୍ ୨୪ ତାରିଖ ରାତି ପ୍ରାୟ ୮.୩୦ରେ ସୁପର ଷ୍ଟାର ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହାକୁ ନେଇ ସେବେଠାରୁ ଆଜି ଯାଏଁ ଅନେକ ଖବର ଶୁଣିବାକୁ ମିଳିଛି । ତେବେ ଏହି ଦୁର୍ଘଟଣାକୁ ନେଇ ଗୋବିନ୍ଦା ମଧ୍ୟ ନିଜର ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଦୁର୍ଘଟଣା କଥା ସତ ।

Yashvardhan Govinda Son 1

ହେଲେ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ତେବେ ଏହି ଦୁର୍ଘଟଣା କେମିତି ହେଲା ଏବଂ ଏଥିରେ କାହାର ଭୁଲ ଥିଲା ବୋଲି ପଚରାଯିବାରୁ ଗୋବିନ୍ଦା କହିଛନ୍ତି ଯେ, ଦୁର୍ଘଟଣା ଘଟିବା ଏକ ସାମାନ୍ୟ କଥା । ତେଣୁ ଏହାକୁ ଏତେ ଗୁରୁତର ସହ ନେବା ଉଚିତ୍‌ ନୁହେଁ । ଦୁର୍ଘଟଣା କାହା ସହ ବି ଘଟି ପାରେ ।

Yashvardhan Govinda Son

ଗୋବିନ୍ଦା ଆହୁରି କହିଛନ୍ତି ଯେ, ସେ ଏହି ଫିଲ୍ମ ଇଣ୍ଡଷ୍ଟ୍ରୀ ଦୀର୍ଘ ଦିନ ଧରି କାମ କରି ଆସୁଛନ୍ତି । ଅନେକ ଫିଲ୍ମରେ ସେ ହିରୋ ରୋଲ କରୁଛନ୍ତି । ସେହି ଫିଲ୍ମ ଇଣ୍ଡଷ୍ଟ୍ରୀର ହିଁ ଏକ ଗାଡ଼ି ସହ ତାଙ୍କ ପୁଅର ଗାଡ଼ି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ସେ ଆସି ଗୋବିନ୍ଦାଙ୍କ ଘରେ କ୍ଷମା ମାଗିଥିଲେ । ଆଉ ଗୋବିନ୍ଦା ମଧ୍ୟ ତାଙ୍କୁ କ୍ଷମା କରିସାରିଛନ୍ତି । ଗୋବିନ୍ଦାଙ୍କ କହିବାନୁଯାୟୀ କ୍ଷମା ମାଗିବା ଲୋକଠାରୁ କ୍ଷମା ଦେଉଥିବା ଲୋକ ମହାନ୍‌ । ଏହି ଘଟଣା ଏକ ସାଧାରଣ କଥା ।

Yash Chopra Pamela Chopra

ତେବେ ୟଶବର୍ଦ୍ଧନଙ୍କ ଗାଡ଼ି ସହ ଦୁର୍ଘଟଣା ହୋଇଥିବା ଅନ୍ୟ ଗାଡ଼ି ଟି ହେଉଛି ଡାଇରେକ୍ଟର ୟଶ୍‌ ଚୋପ୍ରାଙ୍କ ପତ୍ନୀ ପାମେଲା‌ ଚୋପ୍ରାଙ୍କ ଗାଡ଼ି । ଦୁର୍ଘଟଣାଟି ମୁମ୍ବାଇ ସ୍ଥିତ ଜୁହୁ ଅଞ୍ଚଳରେ ହୋଇଥିଲା ।

ପାରିବାରିକ କଳହର କରୁଣ ପରିଣତି… ପଥରରେ ଛେଚି ହତ୍ୟା ଉଦ୍ୟମ, ଦେଖନ୍ତୁ ଭିଡିଓ

ଗଞ୍ଜାମ: ଜିଲ୍ଲା ବୁଗୁଡାରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ପଥରରେ ଛେଛିବା ସହ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ପିଟିଲା ସ୍ୱାମୀ । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରଲ ହୋଇଛି । ଗୁଗୁଡା ଥାନା ତାକରଡା ଗାଁ ବଡଦାଣ୍ଡ ସାହିର ରବୀନ୍ଦ୍ର ନାୟକ ଆଠ ବର୍ଷ ତଳେ ଜଗନ୍ନାଥ ପ୍ରସାଦ ଅଞ୍ଚଳର ଜଣେ ମହିଳାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ।

ସେମାନଙ୍କର ୫ ବର୍ଷର ପୁଅ ଅଛି । ହେଲେ ପାରିବାରିକ କଳହରୁ ରବୀନ୍ଦ୍ର ସ୍ତ୍ରୀ କୁ ମାରପିଟ କରିବାରୁ ସ୍ତ୍ରୀ ୨ ବର୍ଷ ହେଲା ବାପଘରେ ରହିଆସୁଥିଲେ । କିଛିଦିନ ତଳେ ବାପା, ଦାଦା ମୃତ୍ୟୁ ହେବା ପରେ ସେ ସ୍ୱାମୀଙ୍କ ଘରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ମହିଳା ଜଣକ ପୁଅକୁ ଧରି ସ୍ୱାମୀଙ୍କ ଘରକୁ ଆସିଥିଲେ ।

ହେଲେ ସ୍ୱାମୀ ତାଙ୍କୁ ଘର ଭିତରକୁ ଯିବାକୁ ଦେଇନଥିଲେ । ଏପରିକି ବିଚ୍‌ ରାସ୍ତାରେ ଠେଲାପେଲା କରିବା ସହ ଢେଲାପଥର ମାଡ କରିଥିଲେ। ଏତିକିରେ ସରନଥିଲା ନିର୍ଯାତନା । ପଥରରେ ଛେଚି ମାରିବାକୁ ବି ପଛାଇ ନଥିଲେ । ସୋସିଆଲ ମିଡ଼ିଆରେ ଏହି ଦୃଶ୍ୟ ଭାଇରଲ ହେବା ପରେ ପୋଲିସ ସ୍ୱାମୀ ରବୀନ୍ଦ୍ରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

https://www.facebook.com/NandighoshaTV/videos/2531242963854491/

ବଢିଲା ଆଧାର – ପାନ୍ କାର୍ଡ ଲିଙ୍କ୍ ଅବଧି

ନୂଆଦିଲ୍ଲୀ: ପୁଣି ବଢିଲା ଆଧାର କାର୍ଡ ସହ ପାନ୍‌ କାର୍ଡ ଲିଙ୍କ କରାଇବା ଅବଧି । ଏହି ଅବଧିକୁ ଏବେ ୨୦୨୧ ମସିହା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି କେନ୍ଦ୍ର ସରକାର । ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଲକଡାଉନ୍ ଯୋଗୁଁ ସରକାର ପ୍ୟାନକୁ ଆଧାର ସହିତ ଲିଙ୍କ କରିବାର ଶେଷ ତାରିଖକୁ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଆଧାର ଏବଂ ପାନ୍ ଲିଙ୍କ ପାଇଁ ଏଥର ତାରିଖକୁ ନବମ ଥର ପାଇଁ ବୃଦ୍ଧି କରାଯାଇଛି।

୨୦୧୮ ମସିହାରେ ଆଧାର କାର୍ଡ ଉପରେ ସୁପ୍ରିମକୋର୍ଟ ଏକ ପ୍ରମୁଖ ରାୟ ଶୁଣାଇବା ପରେ ଆଧାର ନମ୍ବର ସମସ୍ତ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା । ଏହାକୁ ପରିଚୟ ନମ୍ବର ବୋଲି କୁହନ୍ତି । ଏହା ସହିତ, ଆଧାର କୁ ପାନ କାର୍ଡ ସହିତ ଲିଙ୍କ କରିବା ଜରୁରୀ ହୋଇଥିଲା । ସୂଚନାଯୋଗ୍ୟ ଯେ, ପାନ କାର୍ଡର ଇନକମ୍ ଟ୍ୟାକ୍ସ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ମଧ୍ୟ ଲିଙ୍କ ଥାଏ। ଆୟକର ବିଭାଗ ଅନୁଯାୟୀ, ଯଦି ପାନ୍ କାର୍ଡଧାରୀମାନେ PAN କୁ ଆଧାର ସହିତ ଲିଙ୍କ୍ ନକରନ୍ତି, ତେବେ ପାନ୍ କାମ କରିବ ନାହିଁ  ।

ଲକଡାଉନ୍‌ ସମୟରେ ଅନେକ ଲୋକେ ଆଧାର କାର୍ଡ ସହ ପାନ୍‌ ଲିଙ୍କ କରାଇପାରି ନାହାଁନ୍ତି । ତେଣୁ ସରକାର ଅବଧି ବୃଦ୍ଧି କରାଇଛନ୍ତି । ପୂର୍ବରୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଏହି ଅବଧି ଥିଲା । ହେଲେ ଏହାକୁ ଏବେ ପୁଣି ଥରେ ବଢାଇଛନ୍ତି କେନ୍ଦ୍ର ସରକାର । ଯଦି କୈାଣସି ଲୋକେ ଏହି ସମୟ ସୀମା ମଧ୍ୟରେ ଆଧାର କାର୍ଡ ସହ ପାନ୍‌ ଲିଙ୍କ ନ କରାନ୍ତି ତେବେ ଏଥିପାଇଁ ସେମାନଙ୍କୁ ଜୋରିମାନା ଦେବାର ପ୍ରାବଧାନ ମଧ୍ୟ ରହିଛି ।

ଅଗଷ୍ଟ ପର୍ଯ୍ୟନ୍ତ ଚାଲିବନି ସାଧାରଣ ଟ୍ରେନ୍, ରେଳ ମନ୍ତ୍ରଣାଳୟର ସଙ୍କେତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସମୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରେଳ ସୁବିଧା କେବେ ସ୍ୱାଭାବିକ ହେବ ? କୋଭିଡ୍-୧୯ କାରଣରୁ ପ୍ରାୟ ତିନିମାସ ଧରି ଅଟକି ରହିଥିବା ଟ୍ରେନ କାର୍ଯ୍ୟ ବର୍ତ୍ତମାନ ସ୍ୱାଭାବିକ ହେବାର ଆଶା କରାଯାଉ ନାହିଁ, କାରଣ ଏପ୍ରିଲ ୧୪ କୁ କିମ୍ବା ପୂର୍ବରୁ ଭାରତୀୟ ରେଳବାଇ ଦ୍ୱାରା ବୁକ୍ ହୋଇଥିବା ସମସ୍ତ ରେଳ ଟିକେଟ ବାତିଲ କରାଯାଇଛି । ଏହି ନିଷ୍ପତ୍ତିରୁ ଜଣାପଡୁଛି ଯେ, ସାଧାରଣ ଯାତ୍ରୀବାହୀ ଟ୍ରେନ୍ ଆରମ୍ଭ ହେବାକୁ ସମୟ ଲାଗିବ ।

 

କାହିଁକି ବିଳମ୍ବ ହେବ

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ରେଳ ମନ୍ତ୍ରଣାଳୟ ସୋମବାର ସମସ୍ତ ଜୋନକୁ ଏକ ସର୍କୁଲାର୍ ଜାରି କରିଛନ୍ତି । ଏପ୍ରିଲ୍ ୧୪ କିମ୍ବା ପୂର୍ବରୁ ବୁକ୍ ହୋଇଥିବା ସମସ୍ତ ଟିକେଟ୍ ବାତିଲ୍ କରି ପଇସା ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ସାଧାରଣ ଟ୍ରେନ୍ ସେବା ଆରମ୍ଭ ହେବାକୁ ସମୟ ଲାଗିବ ବୋଲି ଆଶା କରାଯାଉଛି ।

 

ସୋମବାରକୁ ଜାରି ହେଲା ଆଦେଶ

ଆଇଆରସିଟିସି ଅନୁଯାୟୀ, ଟ୍ରେନ ବାତିଲ ହେବା ପରେ ଭାରତୀୟ ରେଳବାଇ ଦ୍ୱାରା ଅଟୋମେଟିକ୍ ଟଙ୍କା ଫେରସ୍ତ ଆରମ୍ଭ କରାଯିବ । ଏହା ଭିତରେ, ଭାରତୀୟ ରେଳ ଯାତ୍ରା ପାଇଁ ୨୩୦ ଆଇଆରସିଟିସି ସ୍ୱତନ୍ତ୍ର ଟ୍ରେନ୍ଙ୍କୁ ନିର୍ଦ୍ଦିଷ୍ଟ ମାର୍ଗରେ ଚଳାଇବା ଜାରି ରଖିବ । କରୋନା ଭାଇରସ୍ କିମ୍ବା କୋଭିଡ -୧୯କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ନିୟମିତ ଟ୍ରେନ ସେବା ପାଇଁ ୧୫ ଏପ୍ରିଲରୁ ଅଗ୍ରିମ ସଂରକ୍ଷଣକୁ ସ୍ଥଗିତ ରଖିଥିଲା ।

ମଇ ୧୨ରେ, ରେଲୱେ ଆଇଆରସିଟିସି ଲକଡାଉନରେ ଫସି ରହିଥିବା ଲୋକ ମାନଙ୍କୁ ନିଜ ଘରକୁ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିଥିଲା ​​|  ଏହାପରେ ରାଜଧାନୀ ନୂଆଦିଲ୍ଲୀରୁ ୧୫ଟି ପ୍ରମୁଖ ସହରକୁ ୧୫ ଯୋଡା ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ ହୋଇଥିଲା । ସେହିଭଳି ୧ ଜୁନ୍ ଠାରୁ ୨୦୦ଟି ସ୍ୱତନ୍ତ୍ର ଟ୍ରେନ୍ ସହିତ ନନ୍-ଏସି ସ୍ଲିପର ଟ୍ରେନ୍ ସେବା ଆରମ୍ଭ ହୋଇଛି ।

୧୯୭୫ ମସିହା ଜୁନ୍ ୨୫ ତାରିଖ କଳା ଦିବସକୁ ମନେ ପକାଇ ଟ୍ୱିଟ୍ କଲେ ମୋଦି ଓ ଶାହା

ନୂଆଦିଲ୍ଲୀ: ୧୯୭୫ ମସିହା ଜୁନ୍‌ ୨୫ ତାରିଖ । ଆଜିର ଦିନରେ ସାରା ଦେଶରେ ଏମରଜେନ୍ସି ଲାଗୁ କରିଥିଲେ ଇନ୍ଦିରା ଗାନ୍ଧି ସରକାର । ଏମରଜେନ୍ସି ଦିବସକୁ କଳା ଦିବସ ଭାବେ ପାଳନ କରୁଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି କଳାଦିବସରେ ବଳିଦାନ ଦେଇଥିବା ଲୋକଙ୍କୁ ମନେ ପକାଇଛନ୍ତି । ସେ ସମୟର ଏକ ଭିଡିଓ ଜାରି କରି ଦେଶବାସୀଙ୍କୁ ସାବାସି ଦେଇଛନ୍ତି ମୋଦି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଟ୍ୱିଟ୍‌ କରି ଦିବସକୁ ସମାଲୋଚନା କରିଛନ୍ତି ।

ଶାହା କହିଛନ୍ତି, ୪୫ ବର୍ଷ ପୂର୍ବରୁ ଦେଶରେ ଏକ ପରିବାର ନିଜର ସ୍ୱାର୍ଥ ପାଇଁ ସାରା ଦେଶରେ ଏମରଜେନ୍ସି ଲାଗୁ କରିଥିଲେ । ଦେଶବାସୀଙ୍କ ସ୍ୱର ଦବାଇଥିଲେ ସେତେବେଳର ଇନ୍ଦିରା ସରକାର । ସାରା ଦେଶକୁ ଜେଲରେ ପରିଣତ କରାଯାଇଥିଲା । ପ୍ରେସ, ଅଦାଲତ ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଛଡାଇ ନେଇଥିଲେ ଇନ୍ଦିରା ସରକାର । ଯାହାଫଳରେ ଗରିବ ଓ ଦଳିତଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଥିଲା । ସେହିବଳି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଏମରଜେନ୍ସିକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି ।

ଦିଓଳି ଦିମୁଠା ଖାଇବାକୁ ପାଖରେ ନଥିଲା ଟଙ୍କା, ରିକ୍ସାବାଲା ସହ ଫୁଟପାତରେ ରାତି କାଟିଥିଲେ ଏହି ବୋଲର

0

ନୂଆଦିଲ୍ଲୀ:  ବୋଲର ଭାବେ କ୍ରିକେଟ ଜଗତ ବହୁତ ନାଁ କମେଇଥିବା ହେଉଛନ୍ତି ପାକିସ୍ତାନର ବୋଲ ଶୋଏବ ଅଖତର । ସବୁଠୁ ଚର୍ଚ୍ଚିତ ବୋଲର ହେଉଛନ୍ତି ସେ । ବଲକୁ ପ୍ରତି ଘଣ୍ଟାରେ ୧୬୧କିମି ପର୍ଯ୍ୟନ୍ତ ବେଗରେ ଫୋପାଡି ପାରିବାର କ୍ଷମତା ତାଙ୍କ ହାତରେ । ଶୋଏବଙ୍କୁ ଦେଖିଲେ ବ୍ୟାଟ୍ସମ୍ୟାନ ମଧ୍ୟ ଡରନ୍ତି । କ୍ରିକେଟରୁ ଅବସର ନେଇସାରିଥିବା ଶୋଏବ ଅଖତର ଏବେ ବି ସାରା ବିଶ୍ୱରେ ପରିଚିତ । ଭାରତରେ ତାଙ୍କର ଏକ ବହୁ ପ୍ରଶଂସକ ମଧ୍ୟ ଅଛନ୍ତି । କିନ୍ତୁ ଏକ ଏମିତି ସମୟ ଥିଲା ଯେତେବେଳେ ଶୋଏବ ଅଖତରଙ୍କୁ କେହି ଜାଣି ନ ଥିଲେ । ଗରିବ ଶ୍ରେଣୀର ଶୋଏବ ଦୁଇ ଓଳି ଦୁଇ ମୁଠା ଖାଇବାକୁ ସେମାନଙ୍କ ପାଖରେ ଟଙ୍କା ନଥିଲା । ଆସନ୍ତୁ ଆପଣଙ୍କୁ ଶୋଏବ ଅଖତରଙ୍କ ଏମିତି ଏକ କାହାଣୀ ବିଷୟରେ ଜାଣିବା ।

ଜଣେ ଜଗୁଆଳିଙ୍କ ପୁଅ ଥିଲେ ଶୋଏବ ଅଖତର

ଶୋଏବ ଅଖତର ରାୱଲପିଣ୍ଡିରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତା ଏକ ତୈଳ କମ୍ପାନୀରେ ଜଗୁଆଳି ଥିଲେ । ଶୋଏବ ଅଖତର ଏକ ଅତି ଗରିବ ପରିବାରରେ ଜନ୍ମ ନେଇଥିଲେ । ଶୋଏବ ଅଖତର ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ତାଙ୍କ ଜୀବନରେ ସବୁବେଳେ ନାଁ ଶବ୍ଦ ଶୁଣିବାକୁ ପାଇଥିଲେ । ତାଙ୍କ ପିତାମାତା ତାଙ୍କୁ ବାହାରକୁ ଯିବାକୁ ମନା କରୁଥିଲେ। ଲୋକମାନେ ତାଙ୍କୁ ସବୁ ବେଳେ କହୁଥିଲେ ତୁମେ ଦୁନିଆର ଦ୍ରୁତତମ ବୋଲର କେବେ ହୋଇପାରିବ ନାହିଁ। ତଥାପି, ଶୋଏବ ଅଖତର ଏହି ନାଁକୁ ହଁରେ ପରିବର୍ତ୍ତନ କରିବାକୁ ସ୍ଥିର କରିଥିଲେ ।

ରିକ୍ସାବାଲାଙ୍କ ପାଇଁ ଶୋଏବଙ୍କ ଭାଗ୍ୟ ବଦଳିଥିଲା ! ଶୋଏବ ଅଖତର ଦିନେ ଜାଣିବାକୁ ପାଇଲେ ଯେ ଲାହୋରରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଦଳ ପାଇଁ ଟ୍ରାଏଲ ଚାଲିଛି। କିନ୍ତୁ ସେଠାକୁ ଶୋଏବଙ୍କ ଜୀବାକୁ ତ ବହୁତ ଇଚ୍ଛା ଥିଲା କିନ୍ତୁ ଯିବାକୁ ତାଙ୍କ ପାଖରେ ଟଙ୍କା ନଥିଲା । ଶୋଏବ ଅଖତର ନିଜ ପରିବାରକୁ ନ କହି ଲାହୋର ଯିବାକୁ ସ୍ଥିର କଲେ । ସେ ବସ୍ ଉପରେ ବସି ଲାହୋର ବାହାରିଥିଲେ କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କୁ ବସରୁ ଓହ୍ଲାଇ ଦିଆଯାଇଥିଲା । ଏହା ପରେ ଅଖତର ରାସ୍ତାରେ ଏକ ରିକ୍ସାବାଲାଙ୍କୁ ପାଇଲେ । ଏବଂ ସେ ତାଙ୍କ ସହ ହିଁ ଲାହୋର ପାଇଁ ବାହାରିପଡ଼ିଥିଲେ । କେବଳ ସେତିକି ନୁହେଁ ଭୋକିଲା ଶୋଏବ ଅଖତରଙ୍କୁ ସେ ଖାଇବାକୁ ଦେଇଥିଲେ । ଶୋଏବ ଅଖତର ସେହି ରିକ୍ସାବାଲାଙ୍କ ସହ ହିଁ ଫୁଟପାଥରେ ଶୋଇଥିଲେ । ପରଦିନ ସେହି ରିକ୍ସାବାଲା ତାଙ୍କୁ ଲାହୋରର ଷ୍ଟାଡିୟମକୁ ନେଇ ଯାଇଥିଲେ ଯେଉଁଠାରେ ଏନେଇ ଟେଷ୍ଟ ଚାଲିଥିଲା ।

ଅଖତର ପରୀକ୍ଷା ସମୟରେ ହଇଚଇ ସୃଷ୍ଟି କରିଲେ

ଯେତେବେଳେ ଶୋଏବ ଅଖତର ମଇଦାନରେ ପହଞ୍ଚିଲେ, ସେତେବେଳେ ସେ ଦେଖିଲେ  ତାଙ୍କ ପରି ଆଉ 5000 ଯୁବକ ସେଠାରେ ଟ୍ରାଏଲ ପାଇଁ ଅଛନ୍ତି । ସେହି ଯୁବକଙ୍କ ଟ୍ରାଏଲ ନେଉଥିଲେ ପାକିସ୍ତାନର ଜଣେ କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ଜାହିର ଅବ୍ବାସ ନେଇଥିଲେ । ଏହି ୫ଜଣଙ୍କ ଭିତରେ ଯେତେବେଳେ ଅଖତର ମଇଦାନକୁ ଓହ୍ଲାଇଥିଲେ ସେତେବେଳେ ତାଙ୍କ ଖେଳ ଦେଖି ଜାହିତ ଖୁସି  ହୋଇଯାଇଥିଲେ । ତାପରେ ତାଙ୍କ ରୋଜଗାର ପ୍ରଥମ ଟଙ୍କା ପାଇଥିଲେ ଯାହା ୫୦୦ଟଙ୍କା ଥିଲା ଏବଂ ସେତିକି ଟଙ୍କାରେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ।

ପାରାଦୀପ ଆଇଓସିଏଲ୍ ରେ ପିଏଡିସି ଉଦଘାଟିତ… ଉଦଘାଟନ କଲେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ

ପାରାଦୀପ: ପାରାଦୀପ ଆଇଓସିଏଲ୍‌ରେ ପ୍ରଡକ୍ଟ ଆପ୍ଲିକେସନ୍‌ ଆଣ୍ଡ ଡେଭ୍‌ଲପମେଣ୍ଟ ସେଣ୍ଟର ବା ପିଏଡିସି ଉଦ୍‌ଘାଟିତ ହୋଇଛି ।  ଭିଡିଓ କନଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପ ଉଦଘାଟନ କରିଛନ୍ତି । ୪୩ କୋଟି ଟଙ୍କାରେ ତିଆରି ହୋଇଛି ଏହି ପ୍ରକଳ୍ପ । ଆତ୍ମନିର୍ଭର ଭାରତ ଯୋଜନାରେ ଭଲ କପଡା ଓ ଟେକ୍ନୋକାଲ ଟେକ୍ସଟାଇଲ୍‌ ଭଳି ସାମଗ୍ରୀରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଏହି ପ୍ରକଳ୍ପ ସହାୟତା କରିବ।

ଓଡ଼ିଶା ତଥା ଭାରତର ପୂର୍ବ ଭାଗରେ ପଲିମର ଶିଳ୍ପର ବିକାଶକୁ ପ୍ରୋତ୍ସାହନ ପାଇଁ ପାରାଦୀପଠାରେ ଇଣ୍ଡିଆନ୍‌ ଅଏଲ ଦ୍ଵାରା ଏହାର ବିଶୋଧନାଗାର ଓ ପେଟ୍ରୋକେମିକାଲ୍‌ କମ୍ପ୍ଲେକ୍ସ ସହିତ ୪୩ କୋଟି ଟଙ୍କା ମୂଲ୍ୟର ପିଏଡିସି ପ୍ରତିଷ୍ଠା କରାଯାଇଛି। ୨୦୧୯ ମସିହା ଫେବ୍ରୁଆରୀରେ ପାରାଦୀପ ବିଶୋଧନାଗାରରେ ୭ ଲକ୍ଷ ମେଟ୍ରିକ ଟନ୍‌ ବିଶିଷ୍ଟ ପୋଲିପ୍ରୋପିଲିନ ପ୍ଲାଣ୍ଟ ଆରମ୍ଭ ହୋଇଥିଲା।

ଏଭଳି ବୈଷୟିକ କେନ୍ଦ୍ର ଦେଶର ଷଷ୍ଠ ଏବଂ ପୂର୍ବ ଭାରତର ଦ୍ୱିତୀୟ। ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିଏସି ପାରାଦୀପ ବିକାଶ ଓ ପଲିମର ଆମଦାନୀକୁ ହ୍ରାସ କରିବାରେ ଏହା ସହାୟକ ହେବ । ଅଭିନବ ଆପ୍ଲିକେସନ୍‌ର ବିକାଶ କରି ଭଲ କପଡା ଓ ଟେକ୍ନିକାଲ ଟେକ୍ସଟାଇଲ୍‌ ଭଳି ସାମଗ୍ରୀ ତିଆରି କରି ଦେଶରେ ଏଭଳି ସାମଗ୍ରୀର ଆମଦାନୀ ହ୍ରାସ କରିବା ପିଏଡିଏସିର ମୁଖ୍ୟ ଉଦ୍ଦେଶ୍ୟ।

ଏହା ପଲିମେରିକ ସାମଗ୍ରୀର ବିକଶିତ ଅଞ୍ଚଳକୁ ଚିହ୍ନଟ କରିବା ସହ ସ୍ୱଦେଶୀ ପ୍ରୋତ୍ସାହନ ଭାବେ ଭାରତକୁ ଆତ୍ମନିର୍ଭର କରିବ । ଆଗାମୀ ଦିନରେ ଭଦ୍ରକ ଓ ଧାମରାରେ ଟେକ୍ସଟାଇଲ୍‌ ଡାଉନ୍‌ଷ୍ଟ୍ରିମ୍‌ ୟୁନିଟ୍‌ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଗ୍ରାହକ ଓ ନୂଆ ପୁଞ୍ଜିନିବେଶକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରର ପରୀକ୍ଷଣ ଓ ପ୍ରକ୍ରିୟାକରଣ ଯନ୍ତ୍ରପାତି ରହିଛି ।

ପୁଅର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ବାପା, ଅବସ୍ଥା ହେଲାଣି ଏମିତି…

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ପରିବାର ଏବଂ ପ୍ରଶଂସକମାନେ ଅସନ୍ତୁଷ୍ଟ ଅଛନ୍ତି । ୩୪ ବର୍ଷ ବୟସରେ ସୁଶାନ୍ତ କାହିଁକି ବିଦାୟ ନେଲେ, ଏହା ପରିବାର ସହିତ ପ୍ରଶଂସକମାନେ ମଧ୍ୟ ବୁଝିପାରୁନାହାନ୍ତି । ଅଭିନେତାଙ୍କ ମୃତ୍ୟୁ ପରଠାରୁ ତାଙ୍କର ପୁରୁଣା ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳୁଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । କିନ୍ତୁ ଆପଣ କେବେ ଭାବିଛନ୍ତି କି ପରିଣତ ବୟସରେ ଏକମାତ୍ର ପୁଅକୁ ହରାଇଥିବା ବାପାଙ୍କ ଉପରେ କ’ଣ ବିତୁଥିବ  ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ, କିନ୍ତୁ ଅଭିନେତାଙ୍କ ଏପରି ବିୟୋଗରେ ସବୁଠୁ ବେଶୀ ଭାଙ୍ଗି ପଡିଛନ୍ତି ତାଙ୍କ ବାପା କେ.କେ ସିଂହ । ସୋସିଆଲ ମିଡିଆରେ ତାଙ୍କ ପିତାଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ପାଟନାରେ ପରିବାର ଦ୍ୱାରା କରାଯାଇଥିବା ଏକ ପ୍ରାର୍ଥନା ସଭାର ଅଟେ, ଯେଉଁଥିରେ ସେ ଅତ୍ୟନ୍ତ ଅସହ୍ୟ ଭାବରେ ତାଙ୍କ ପୁଅର ଫଟୋ ସାମ୍ନାରେ ବସିଛନ୍ତି ।

https://www.instagram.com/p/CB09JC9gqs3/?utm_source=ig_web_copy_link

ପ୍ରସିଦ୍ଧ ଫଟୋଗ୍ରାଫର ମାନବ ମଙ୍ଗଲାନି ଏହି ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଥିରେ ଲୋକମାନେ ବହୁତ୍ ମାତ୍ରାରେ କମେଣ୍ଟ ଦେଉଛନ୍ତି । ଫଟୋରେ ତାଙ୍କ ମୁହଁରେ ଥିବା ଦୁଃଖ ଦେଖି ଆଖିରୁ ଲୁହ ଆସିଯିବ ।

ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଶଂସକଙ୍କ ମଧ୍ୟରେ ବଲିଉଡକୁ ନେଇ ଅସନ୍ତୋଷ ଦେଖାଯାଉଛି । ପାଟଣା, ଝାଡଖଣ୍ଡ ସହିତ ଦେଶର ଅନେକ ଭାଗରେ ପ୍ରଶଂସକ ମାନେ କ୍ରୋଧ ପ୍ରକାଶ ମଧ୍ୟ କରୁଛନ୍ତି ଯେଉଁମାନେ ସୁଶାନ୍ତଙ୍କୁ ବଏକଟ୍ କରିଥିଲେ । କିଛିଦିନ ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ ଫାଇନାଲ୍ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଫାଶୀ କାରଣରୁ ତାଙ୍କ ମୃତ୍ୟୁ ହୋଇଛି । ଏହି ମାମଲାରେ ବାନ୍ଦ୍ରା ପୋଲିସ ବିସରା ରିପୋର୍ଟକୁ ଅପେକ୍ଷା କରିଛି। ମାମଲାର ସମାଧାନ ପାଇଁ ପୋଲିସ ଏପର୍ଯ୍ୟନ୍ତ ପ୍ରାୟ ୨୩ ଜଣଙ୍କ ବୟାନ ରେକର୍ଡ କରିଛି।

୪ ଦିନ ଯାଏଁ ସଂଗ୍ରହ ହେବ ସ୍ୱାବ ନମୁନା… ଏପଟେ ଘୋଷଯାତ୍ରାର ଆଗାମୀ ନୀତିକାନ୍ତି ପାଇଁ ବସିବ ଛତିଶା ନିଯୋଗ ବୈଠକ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ୍‌ ଟେଷ୍ଟ ହୋଇଛି। ଓଡ଼ିଶାରେ କରୋନା ସ୍ଥିତି ଭଲ ଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥଯାତ୍ରା ହୋଇଛି । କୋଭିଡ ୧୯ ନିୟମକୁ ବଳବତର ରଖି ସବୁ କାର୍ଯ୍ୟ ସମ୍ପନ୍ନ ହୋଇଛି । ତେବେ ଗତ କାଲି ପୁରୀରେ ପୋଲିସ କର୍ମଚାରୀଙ୍କର କରୋନା ଟେଷ୍ଟ ହୋଇଥିଲା । ଯେଉଁ ମାନେ ରଥ ଟଣା କାର୍ଯ୍ୟରେ ଲିପ୍ତ ଥିଲେ ସେମାନଙ୍କର କରୋନା ଟେଷ୍ଟ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ରଥଯାତ୍ରାରେ ନିୟୋଜିତ ଥିବା ୫ଶହ ପୋଲିସଙ୍କ କରୋନା ଟେଷ୍ଟ ହୋଇଥିଲା ।

ଏବେ ୪ ଦିନ ଯାଏଁ କୋଭିଡ୍‌-୧୯ ପରୀକ୍ଷା ପାଇଁ କରାଯିବ ସ୍ୱାବ ନମୁନା ସଂଗ୍ରହ। ୩ଟି ସେଣ୍ଟରରେ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଓ ରଥଯାତ୍ରାରେ ନିୟୋଜିତ ଅନ୍ୟ କର୍ମଚାରୀ ମାନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଉଛି। ବାଗାଡ଼ିଆ ଧର୍ମଶାଳା, ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ମାର୍କଣ୍ଡେଶ୍ୱର ସାହି ସ୍କୁଲରେ ନମୁନା ସଂଗ୍ରହ କରାଯାଉଛି। ପୁଷ୍ପାଳକ, ସୁଆର, ବିମାନବଡ଼ୁ ନିଯୋଗ ଓ କିଛି କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଉଛି। ଆଗାମୀ ୪ ଦିନ ପର୍ଯ୍ୟନ୍ତ ସବୁ ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ନମୁନା ପରୀକ୍ଷା ହେବ।

ଏପଟେ ଆଜି ବସିବ ଛତିଶା ନିଯୋଗ ବୈଠକ । ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଆଗାମୀ ନୀତିକାନ୍ତି ସମାପନ ନେଇ ବୈଠକରେ ଆଲୋଚନା ହେବ । କୋଭିଡ୍‌ କଟକଣା ଭିତରେ କିଭିଳି ଶୃଙ୍ଖଳିତ ନୀତିକାନ୍ତି ହେବ ସେନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।