spot_img
Home Blog Page 6934

୬ ଦଶନ୍ଧିରେ ସବୁଠୁ ତଳକୁ ଖସିପାରେ ଭାରତୀୟ ଅର୍ଥନୀତି… ଆଇଏମ୍ଏଫ୍ ର ପୂର୍ବାନୁମାନ

ନୂଆଦିଲ୍ଲୀ: କରୋନା କହର ଦେଶରେ ଜାରି ରହିଛି । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ କରୋନା ପ୍ରଭାବରେ ଦେଶରେ ଚାରିଆଡେ ଲକଡାଉନ୍ ଘୋଷଣା କରାଯାଇଥିଲା । ଏବେ ଧୀରେ ଧୀରେ କିଛିଟା ନିୟମରେ କୋହଳ କରାଯାଉଛି । ଅର୍ଥନୀତିକୁ କରୋନା ମାଡ଼। ଚଳିତ ବର୍ଷ ୬ ଦଶନ୍ଧିରେ ସବୁଠୁ ତଳକୁ ଖସିପାରେ ଭାରତୀୟ ଅର୍ଥନୀତି। ଐତିହାସିକ ହ୍ରାସ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍‌ଏଫ୍‌ ପୂର୍ବାନୁମାନ କରିଛି।

ଚଳିତ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧିରେ ୪.୫ ପ୍ରତିଶତ ହ୍ରାସ ହେବ। ୧୯୬୧ ପରେ ଏହା ଦେଶରେ ଦେଖାଯାଇଥିବା ସବୁଠୁ ବଡ଼ ହ୍ରାସ। କରୋନା କଟକଣା ପାଇଁ ଅଧିକାଂଶ କ୍ଷେତ୍ରରେ କାମ ଠପ୍‌ ହୋଇଯାଇଛି। ଏହାର ପ୍ରଭାବ ଅର୍ଥନୀତି ଉପରେ ପଡିବ। ତେବେ ଆସନ୍ତାବର୍ଷ ଦେଶର ଅର୍ଥନୀତିରେ ପୁଣି ଥରେ ଉନ୍ନତି ଦେଖାଯିବ। ଏହା ୬.୦ ପ୍ରତିଶତର ଦୃଢ ସ୍ଥିତିକୁ ପହଞ୍ଚିବ।

ସେହିପରି ବିଶ୍ୱ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ। ବିଶ୍ୱ ଆର୍ଥିକ ଅଭିବୃଦ୍ଧିରେ ୪.୯ ପ୍ରତିଶତ ହ୍ରାସ ହେବା ନେଇ ପୂର୍ବାନୁମାନ କରିଛି ଆଇଏମ୍‌ଏଫ୍‌। ଯାହା ଗତ ଏପ୍ରିଲରେ ବିଶ୍ୱ ଆର୍ଥିକ ପରିଷଦ ବୈଠକରେ ହୋଇଥିବା ପୂର୍ବାନୁମାନଠାରୁ ୧.୯ ପ୍ରତିଶତ କମ୍‌। ମୁଦ୍ରାକୋଷ ମୁଖ୍ୟ ଅର୍ଥଶାସ୍ତ୍ରୀ ଭାରତୀୟ ଆମେରିକା ଗୀତା ଗୋପିନାଥ ମଧ୍ୟ ସମାନ କଥାକୁ ଦୋହରାଇଛନ୍ତି।

ରୋଜଗାର ନପାଇ ଘରକୁ ଫେରିଯାଇଥିଲେ ଶ୍ରମିକ: ବିମାନରେ ଫେରାଇ ଆଣିଲା ଠିକା ସଂସ୍ଥା

ମୁମ୍ବାଇ: ଲକ୍‌ଡାଉନ୍ ଯୋଗୁଁ ଶ୍ରମିକଙ୍କ ପଳାୟନ ପରେ ଅଟକି ରହିଛି ନିର୍ମାଣ କାର୍ଯ୍ୟ । ବଡ଼ ବଡ଼ ନିର୍ମାଣ କାର୍ଯ୍ୟ ପାଇଁ ବହୁ ସଂଖ୍ୟାରେ ଶ୍ରମିକଙ୍କ ଆବଶ୍ୟକତା ପଡ଼ୁଥିବା ବେଳେ ପ୍ରାୟ ଶ୍ରମିକ ଏବେ ସେମାନଙ୍କ ଘରେ । ଯାହାକୁ ନେଇ ଏବେ ଅଡ଼ୁଆରେ ପଡ଼ିଛନ୍ତି ଠିକାଦାର । ପରିସ୍ଥିତି ଏଭଳି ଉପୁଜିଛି ଯେ, ସେମାନଙ୍କୁ ବିମାନରେ ଫେରାଇ ଆଣିବାକୁ ପଡ଼ିଛି । ଜାତୀୟ ଗଣମାଧ୍ୟମରେ ଏସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

Migrant labour mercilessly abandoned by Centre, says Congress- The ...

ଯେଉଁଥିରେ କିଛି ଶ୍ରମିକଙ୍କୁ ଏକ ଠିକା ସଂସ୍ଥା ବିମାନ ଯୋଗେ ଫେରାଇଆଣିଥିବା ଦର୍ଶାଯାଇଛି । ଫେରିଆସିଥିବା ଶ୍ରମିକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ୨୯ ବର୍ଷୀୟ ଅମିତ କୁମାର । ସେ ଲକ୍‌ଡାଉନ୍ ବେଳେ କାମ ନଥିବାରୁ ଘରକୁ ଫେରିଆସି ନିଜ ବୃଦ୍ଧ ପିତା ମାତ ଓ ସ୍ତ୍ରୀଙ୍କ ସହ ରହୁଥିଲେ । ତେବେ ଏଭଳି ପରିସ୍ଥିତିରେ ଠିକାଦାର ତାଙ୍କୁ କାମ ପାଇଁ ପ୍ରସ୍ତାବ ଦେବା ସହ ପାଟଣାରୁ ମୁମ୍ୱାଇ ଫେରିବାକୁ ବିମାନ ଟିକେଟ ମଧ୍ୟ ପଠାଇଛନ୍ତି । ଏହା ଅମିତଙ୍କ ପାଇଁ ଡବଲ୍‌ ଖୁସି, କାହିଁକି ନା ବର୍ତ୍ତମାନର ପରିସ୍ଥିତିରେ ତାଙ୍କୁ କାମ ମିଳିବା ସହ ବିମାନରେ ଯାତ୍ରା କରିବାର ସୁଯୋଗ ମିଳିଛି  ।

Hungry and homesick, Odia migrant labourers in Surat want to get ...

ଅମିତ କୁମାରଙ୍କ ପରି ପଶ୍ଚିମବଙ୍ଗର ମାଲଦାରେ ରହୁଥିବା ସୁନୀଲ ମଧ୍ୟ ବୃଦ୍ଧା ମା, ପତ୍ନୀ ଏବଂ ୪ ବର୍ଷର ଶିଶୁକୁ ନେଇ ରହୁଛନ୍ତି । ସୁନୀଲ ୱେଲଡର ଭାବରେ କାମ କରନ୍ତି, କିନ୍ତୁ ଲକଡାଉନ୍ ସମୟରେ କାମ ପାଇଲେ ନାହିଁ । ଏବଂ ଘରକୁ ଫେରିଆସି ଖାଲି ବସିଛନ୍ତି । ଏଭଳି ପରିସ୍ଥିତିରେ ମୁମ୍ବାଇର କଣ୍ଟ୍ରାକ୍ଟର ତାଙ୍କୁ କାମ ଯୋଗାଇଦେବା ସହ ଫେରିଆସିବା ଲାଗି ବିମାନ ଟିକେଟ୍ ଟିକେଟ୍ ମଧ୍ୟ ପଠାଇଥିଲେ । ତେବେ ଜୀବନରେ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରିଥିବାରୁ ସୁନିଲ ମଧ୍ୟ ବେଶ୍‌ ଖୁସି ଜାହିର କରିଛନ୍ତି ।

64 flights will bring home 15,000 Indians in a week - india news ...

ପଶ୍ଚିମବଙ୍ଗ ଏବଂ ବିହାରରୁ ୨୦ ଜଣ ଶ୍ରମିକଙ୍କୁ ବିମାନ ଯୋଗେ ମୁମ୍ବାଇକୁ ଆଣିଥିବା ଏହି ସଂସ୍ଥାର ନାମ ହେଉଛି ବ୍ରିଜ ଇଞ୍ଜିନିୟରିଂ କମ୍ପାନୀ, ଯାହା ମୁମ୍ବାଇ ନିକଟସ୍ଥ କଲ୍ୟାଣ ରେଳଲାଇନ ଦେଇ ଯାଉଥିବା ଏକ ବ୍ରିଜର ପ୍ରଶସ୍ତିକରଣ ପାଇଁ ଚୁକ୍ତି କରିଥିଲା । ସ୍ଥାନୀୟ ଲୋକମାନଙ୍କ ପାଇଁ ଏହା ଏକ ମୁଖ୍ୟ ରାସ୍ତା ପାଲଟିଥିବା ବେଳେ ବ୍ରିଜ୍‌ଟି ବହୁତ ସଂକୀର୍ଣ୍ଣ । ଏଣୁ ଏଠାରେ ପ୍ରାୟ ସମୟରେ ଟ୍ରାଫିକ୍ ଜାମ୍ ହୋଇଥାଏ । ସରକାର ଏହି ବ୍ରିଜକୁ ଡବଲ ଲେନ୍‌ରୁ ୬ ଲେନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Dismantling of Patripul to begin on Saturday

ଏ ନେଇ ଠିକା ସଂସ୍ଥାକୁ ଓ୍ୱାର୍କ ଅର୍ଡର ଦେବା ପରେ କାମ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ କାମ ବନ୍ଦ ହୋଇରହିଛି । ତେବେ ବର୍ତ୍ତମାନ ପୁଣି କାମ ଆରମ୍ଭ କରିବା ପାଇଁ ଅନୁମତି ଦିଆଯିବା ପରେ ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏବେ ମଧ୍ୟ ବସ୍ ଓ ଟ୍ରେନ୍ ଚଳାଚଳ ସେତେଟା ସ୍ୱାଭାବିକ ହୋଇନଥିବା ବେଳେ ସେମାନଙ୍କ ଫେରିବାରେ ବିଳମ୍ୱ ହୋଇପାରେ । ଏଣୁ ସେମାନଙ୍କୁ ବିମାନରେ ଫେରାଇ ଆଣିବାକୁ ନିଷ୍ପତ୍ତି ନେଲା ଠିକା ସଂସ୍ଥା । ଏବଂ ସେମାନଙ୍କୁ ବିମାନ ଟିକେଟ ମଧ୍ୟ ପଠାଯାଇଥିଲା । ଏବଂ ସେମାନେ ବିମାନ ଯୋଗେ ଆସି ମୁମ୍ୱାଇରେ ପହଞ୍ଚିବା ସହ ସେମାନେ କାମ ଆରମ୍ଭ କରିସାରିଛନ୍ତି ।

ରାମଦେବଙ୍କ କରୋନା ଔଷଧର ପ୍ରଚାର ପ୍ରସାର ପାଇଁ ମନା କଲା ଆୟୁଷ ମନ୍ତ୍ରାଳୟ, ହେଲେ କାହିଁକି ?

ପତଞ୍ଜଳିକୁ ଲାଗିଲା ଝଟ୍‌କା । କରୋନା ଔଷଧର କରିପାରିବେନି ପ୍ରଚାର ପ୍ରସାର । ଅନୁମତି ନ ପାଇବା ପର୍ଯ୍ୟନ୍ତ କରୋନା ଔଷଧ ନାଁରେ ବିକ୍ରି କରିପାରିବେ ନାହିଁ ଏହି ଔଷଧ । ପତଞ୍ଜଳି ପକ୍ଷରୁ ବାବା ରାମ ଦେବ ଓ କମ୍ପାନୀର ସିଇଓ କରୋନା ଭାଇରସ୍‌ର ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ମଧ୍ୟ ପ୍ରସାରଣ ହୋଇଛି । ତେବେ ପତଞ୍ଜଳି ପକ୍ଷରୁ କରୋନା ଔଷଧର ପ୍ରଚାର ପ୍ରସାର କରାଯାଉଥିବା ବେଳେ କମ୍ପାନୀକୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଝଟକା ଲାଗିଛି ।

ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଥମେ ଔଷଧର ତଥ୍ୟ ପ୍ରଦାନ କର । ଏହାକୁ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞମାନେ ପରୀକ୍ଷା କରିବେ ଏହା ପରେ ଯାଇ ନିଷ୍ପତ୍ତି ନେବେ । ଏନେଇ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଯଥା ଶୀଘ୍ର କରୋନିଲ ଔଷଧର ତଥ୍ୟ ପ୍ରଦାନ କରିବାକୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳିକୁ କୁହାଯାଇଛି ।

ସୂଚନା ଯୋଗ୍ୟ, ମଙ୍ଗଳବାର ପତ୍ତଞ୍ଜଳି ପକ୍ଷରୁ ବାବା ରାମ ଦେବ ଓ କମ୍ପାନୀର ସିଇଓ କରୋନା ଭାଇରସ୍‌ର ଔଷଧ ପ୍ରସ୍ତୁତ କରିଥିବା ନେଇ ଦାବି କରିଛନ୍ତି । ଏବଂ ଏହାସହ ସେ କହିଛନ୍ତି ଯେ, ଏହି ଔଷଧ ସେବନ ଦ୍ୱାରା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବ ନାହିଁ । ଖାଲି ସେତିକି ନୁହେଁ ଏହି ଔଷଧକୁ କିପରି ସେବନ କରାଯିବ ସେନେଇ ମଧ୍ୟ ବାବା ରାମଦେବ ଏକ ପ୍ରେସ୍‌ ବିବୃତ୍ତିରେ ବଖାଣିଥିଲେ ।

ପତଞ୍ଜଳି ଲଂଚ୍ କଲା କୋରୋନିଲ,ବାବା ରାମଦେବଙ୍କ ଦାବି କରୋନା ଉପରେ ଶହେ ପ୍ରତିଶତ ପ୍ରଭାବୀ

ସ୍ତ୍ରୀର ଜୁଇରେ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ, ବିଫଳ ହେବା ପରେ କୂଅକୁ ଡ଼େଇଁ କଲା ଆତ୍ମହତ୍ୟା

ମହାରାଷ୍ଟ୍ର: ସ୍ତ୍ରୀ ଆରପାରିକୁ ଚାଲିଗଲା ବୋଲି ସ୍ୱାମୀ ମଧ୍ୟ ସ୍ତ୍ରୀ ପଛେ ପଛେ ଚାଲିଗଲା । ବିବାହ ବେଦୀରେ ଅଗ୍ନିକୁ ୭ ଜନ୍ମର ସାକ୍ଷୀ ରଖି ବାହା ହୋଇଥିଲେ । କେମିତିବା ଏକା ଛାଡ଼ି ଦେଇଥାନ୍ତେ । ସେଥିପାଇଁ ବୋଧେ ସ୍ତ୍ରୀ ପଛରେ ସ୍ୱାମୀ ଚାଲିଗଲା ଆରପାରିକୁ । କେବଳ ସ୍ୱାମୀ ସ୍ତ୍ରୀ ନୁହେଁ, ପେଟରେ ଜିଁ ଉଠୁଥିବା କଅଁଳ ଜୀବନ ମଧ୍ୟ ସାଥି ସାଜିଲା । ସମ୍ପର୍କର ମରଣ ଡ଼ୋରିରେ ଛନ୍ଦି ହେଲା ଫୁଟି ଆସୁଥିବା କଅଁଳ କଢ଼ି । ବାହାଘରର ମାତ୍ର ୩ ମାସ ଭିତରେ ଲିଭିଗଲା ୩ଟି ଜିବନ । ପ୍ରଥମେ ତିନି ମାସର ଗର୍ଭବତୀ ପତ୍ନୀ କୂଅ ଭିତରକୁ ଡେଇଁପଡ଼ି ଆତ୍ମହତ୍ୟା କଲା । ଆଉ ତାପରେ ମଶାଣିରେ ସ୍ତ୍ରୀର ଶବ ଦାହ ବେଳେ ସେହି ନିଆଁକୁ ଡେଇଁ ସ୍ୱାମୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ସେଥିରେ ବିଫଳ ହେବା ପରେ କୂଅରେ ଡ଼େଇଁ ଆତ୍ମହତ୍ୟା କଲା । ଏହି ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଚନ୍ଦ୍ରପୁରର ଭଙ୍ଗରାମ ତୋଡି ଗାଁରେ ଦେଖିବାକୁ ମିଳିଛି । ବିବାହର ମାତ୍ର ୩ ମାସ ଭିତରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ବିହାର ଚିଦାୱାରର ୨୦ ବର୍ଷୀୟ ରୁଚିତା ୧୯ ମାର୍ଚ୍ଚରେ ଚନ୍ଦ୍ରପୁରର ୨୫ ବର୍ଷିୟ କିଶୋର ଖଟିକଙ୍କୁ ବିବାହ କରିଥିଲେ। କିଶୋର ଚନ୍ଦ୍ରପୁରର ଆରଟିଓ କାର୍ଯ୍ୟାଳୟରେ ଡ୍ରାଇଭର ତାଲିମ କେନ୍ଦ୍ରରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଥିଲେ। ବିବାହ ପରେ ରୁଚିତା ତିନିମାସ ଗର୍ଭବତୀ ହୋଇଥିଲେ ଏବଂ ସେ ଚାରି ଦିନ ପୂର୍ବରୁ ତାଙ୍କ ମାଆଙ୍କ ଘର ‘ଭଙ୍ଗରାମ ତଟୋଡି କୁ ବୁଲିବା ପାଇଁ ଆସିଥିଲେ ।

ତିନି ମାସର ଗର୍ଭବତୀ ଥିବା ରୁଚିତା ରବିବାର ଦିନ ଗାଁ ବାହାରକୁ ଯାଇଥିଲେ । କିନ୍ତୁ ଯେତେବେଳେ ସେ ଘରକୁ ଫେରିନଥିଲେ ସେତେବେଳେ ରୁଚିତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ପରିବାର ଲୋକେ । ପରେ ଗାଁ ପାଖରେ ଥିବା ଏକ କୂଅ ପାଖରେ ରୁଚିତାଙ୍କ ଚପଲ ଏବଂ କିଛି ସାମଗ୍ରୀ ଥୁଆ ହୋଇଥିବା ଦେଖିଥିଲେ । କୂଅ ଭିତରକୁ ଦେଖିଲା ବେଳକୁ ରଚିତାଙ୍କ କୂଅରେ ପଡ଼ି ମୃତ୍ୟୁ ହୋଇଛି । ଖବର ପାଇବା ପରେ ପୋଲିଲ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ କେମିତିଳ ହୋଇଛି ଏନେଇ ତଦନ୍ତ ଚଳାଇଛି ।

ଶବ ବ୍ୟବଛେଦପରେ ୨୨ ଜୁନ୍ ସୋମବାର ଦିନ, ଯେତେବେଳେ ସମସ୍ତେ ଭଙ୍ଗରାମ ତଟୋଡି ଗାଁରେ ଶବଦାହ ସ୍ଥାନରେ ରୁଚିତାଙ୍କ ଅନ୍ତିମ ସଂସ୍କାର କରୁଥିଲେ ହଠାତ୍ ରୁଚିତାଙ୍କ ସ୍ୱାମୀ କିଶୋର ସେହି ଜୁଇକୁ ଡ଼େଇଁ ପଡ଼ିଥିଲେ । ଲୋକେ କିଶୋରଙ୍କୁ ଉଦ୍ଧାର କରିବା ପରେ ପୁଣି କିଶୋର ସେହିଠାରେ ଥିବା ଏକ କୂଅକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି ।

ଡାକ୍ତରଙ୍କୁ ମାଡ଼ ମାରିଲେ ପୋଲିସ କର୍ମଚାରୀ

ପୁରୀ: ଡାକ୍ତରଙ୍କୁ ମାଡ଼ ମାରିଛନ୍ତି ପୋଲିସ କର୍ମଚାରୀ । ହସ୍ପିଟାଲ ପରିସରରେ କାର୍ଯ୍ୟରତ ଡାକ୍ତରଙ୍କୁ ପୋଲିସ  କର୍ମଚାରୀ ମାଡ଼ ମାରିଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ପୁରୀରୁ । ଆହତ ଡାକ୍ତର ଜଣଙ୍କ ରବୀନ୍ଦ୍ର ଘଡ଼େଇ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ମେଡିକାଲ ଛକ ଦେଇ ଯାଉଥିବା ସମୟରେ ହଠାତ୍‌ ପୋଲିସ ଡାକ୍ତରଖାନା ପରିସର ମଧ୍ୟକୁ ଧସେଇ ପଶି ଆସିଥିଲେ | ଆସିବା ସହ ଡାକ୍ତର ଘଡେ଼ଇଙ୍କ ଉପରକୁ ଆକ୍ରମଣ କରିଥିଲେ । ଡାକ୍ତର ଘଡେ଼ଇଙ୍କ  ଉପରକୁ ହାତ ଉଠାଇବା ସହ ମୋବାଇଲକୁ ଗୋଡ଼ରେ ଦଳି ଦେଉଥିବାର ଭିଡିଓ ଦେଖିବାକୁ ମିଳିଛି । ତେବେ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଡାକ୍ତରଙ୍କ ସହ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଆଲୋଚନା କରି ଆପୋଷ ବୁଝାମଣା କରିଥିବା ଜଣାପଡ଼ିଛି ।

ବିନା ଭକ୍ତରେ ଗଡ଼ିଲା ରଥ: ପୁରୀ ସହରରେ ମୁତୟନ ହୋଇଥିଲା ୭୫ ପ୍ଳାଟୁନ୍‌ ଫୋର୍ସ

ପୁରୀ: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ନବ ଦିନାତ୍ମକ ଘୋଷଯାତ୍ରା । ପ୍ରଥମ ଥର ପାଇଁ ବିନା ଭକ୍ତ ଓ କଡ଼ା ସୁରକ୍ଷାବଳୟରେ ଶରଧାବାଲିରେ ଲାଗିଛି ତିନି ରଥ । ତେବେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା କରାଇବା ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ତେବେ ଶରଧାବାଲି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଥିବାବେଳେ ସହରରେ କଟକଣା କୋହଳ କରାଯାଇଛି । ଏହାସହ ଗ୍ରାମାଞ୍ଚଳରେ ମଧ୍ୟ କଟକଣାକୁ କୋହଳ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି ।  

ଚ୍ୟାଲେଞ୍ଜ ଭିତରେ ସରିଲା ଘୋଷଯାତ୍ରା । ପୋଲିସ ସୁରକ୍ଷା ବଳୟରେ ଥିଲା ଶ୍ରୀକ୍ଷେତ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଘୋଷଯାତ୍ରା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପୋଲିସ କରିଥିଲା ସୁରକ୍ଷା ରଣନୀତି ।  ପୁରୀ ସହରରେ ମୁତୟନ ହୋଇଥିଲା ୭୫ ପ୍ଲାଟୁନ ଫୋର୍ସ । ରଥ ଓ ପଥରେ ସବୁଠି କଡ଼ା ନଜର ରଖିଥିଲା ପୋଲିସ । ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ଦେଢ ଶହ ପ୍ଲାଟୁନ ଫୋର୍ସ ସହ ସିସିଟିଭିରେ ରଖାଯାଇଥାଏ ଯାତ୍ରା ଉପରେ ନଜର । ଫ୍ରଣ୍ଟ ଲାଇନରେ ଥିଲା ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ ।

ପୁରୀରେ ରଥଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି । ନନ୍ଦିଘୋଷ ରଥ ପାଇଁ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ସୁଭଦ୍ରା ରଥ ପାଇଁ ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜ ଓ ବଳଭଦ୍ରଙ୍କ ରଥ ସୁରକ୍ଷା ଦାୟିତ୍ୱରେ ପୁରୀ ଏସପି ଉମାଶଙ୍କର ଦାଶ ଅଛନ୍ତି । ପୁରୀରେ କଟକଣା ଭିତରେ ରଥଯାତ୍ରା ସଂପନ୍ନ କରିବା ପାଇଁ ସୋମୃବାର ରାତି ୯ଟାରୁ ବୁଧବାର ୨ଟା ପର୍ଯ୍ୟନ୍ତ ୪୧ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିଥିଲେ ରାଜ୍ୟ ସରକାର ।

ଯାତ୍ରା ପାଇଁ ପୁରୀ ସହରର ସମସ୍ତ ଗଳିକନ୍ଦି ସହିତ ପ୍ରବେଶ ପଥକୁ ସିଲ କରିଦିଆଯାଇଛି । ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ, ପୁରୀ-ବ୍ରହ୍ମଗିରି ରାସ୍ତାକୁ ସିଲ କରିଦେଇଥିଲା ପୋଲିସ । ସୁରକ୍ଷିତ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସୋମବାର ବଡ଼ଦାଣ୍ଡରୁ ଅପରାହ୍ନ ୪ଟା ସୁଦ୍ଧା ସମସ୍ତ ଅସ୍ଥାୟୀ ଦୋକାନ ଖାଲି କରାଯାଇଥିଲା । ବାହାରକୁ ନବାହାରିବା ପାଇଁ ଡାକବାଜି ଯନ୍ତ୍ରରେ ନିବେଦନ କରିଥିଲା ପୋଲିସ ।

ପ୍ରଶାସନର ସବୁ ନିର୍ଦ୍ଦେଶକୁ ପୁରୀ ବାସୀ ଅକ୍ଷରେ ଅକ୍ଷରେ ପାଳନ କରିବା ସହ ସରକାରଙ୍କ ନିର୍ଦ୍ଦେଶ ମାନି ବାହାରକୁ ବାହାରିନଥିଲେ । କିପରି କାଳିଆର ଘୋଷଯାତ୍ରା ସମ୍ପନ୍ନ ହେବ ସେ ନେଇ କେବଳ ପ୍ରାର୍ଥନା କରିଥିଲେ ।  ଶାନ୍ତିଶୃଙ୍ଖଳାର ସହ ଘୋଷଯାତ୍ରା ସମ୍ପନ୍ନ ହେବା ସହ ନିର୍ଦ୍ଧାରିତ ସମୃୟ ପୂର୍ବରୁ ଶରଧାବାଲିରେ ତିନି ରଥ ପହଞ୍ଚିଯାଇଥିଲା ।

ଭାଇରାଲ ହେଲା ଅଭିନେତ୍ରୀଙ୍କ ମେଲ ଭର୍ସନ, ଟ୍ରୋଲର କହୁଛନ୍ତି ଦେଖିବାକୁ ବାପାଙ୍କ ଭଳି

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ସେଲିବ୍ରିଟି ମାନଙ୍କର ଲୁକ୍‌କୁ ନେଇ ଚର୍ଚ୍ଚା ଯୋର ଧରିଛି । ମେଲ୍‌ ବଡିରେ ଫିମେଲ୍‌ ଲୁକ୍‌ ଦେଇ ଟ୍ରୋଲ ହେଉଛନ୍ତି କ୍ରିକେଟରଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି । କିଛି ଦିନ ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟରଙ୍କ ଲୁକ୍‌ରେ ଫିମେଲ ଲୁକ୍‌ ଦେଇ ଖେଳାଳୀଙ୍କୁ ଟ୍ରୋଲ କରାଯାଇଥିଲା । ଏବେ କିନ୍ତୁ ବଲିଉଡ଼ ଜଗତର ଆଗଧାଡ଼ିର ଅଭିନେତ୍ରୀମାନେ ଏହାର ଶିକାର ହୋଇଛନ୍ତି । କହିବାକୁ ଗଲେ କ୍ରିକେଟରଙ୍କ ମହିଳା ଲୁକ୍ ପରେ ବଲିଉଡ ଅଭିନେତ୍ରୀଙ୍କ ମେଲ ଲୁକ୍ ମଧ୍ୟ ଚର୍ଚ୍ଚାରେ ରହିଛି । ଦୀପିକା ପାଦୁକୋନ, ସୋନମ କପୁର ଠାରୁ କଙ୍ଗନା ରାନାୱତଙ୍କ ପର୍ଯ୍ୟନ୍ତ ଅନେକ ବଲିଉଡ ଅଭିନେତ୍ରୀଙ୍କ ମେଲ୍ ଭର୍ସନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୁରୁଷ ମାନଙ୍କ ଭଳି ଛୋଟ କେଶ, ଦାଢ଼ି ଏବଂ ନିଶରେ ଅଭିନେତ୍ରୀମାନେ ନଜର ଆସୁଛନ୍ତି । ଆଉ ଏଭଳି କରୁଛନ୍ତି କିଛି ମଜାକିଆ ଫ୍ୟାନ୍ସ ।

https://www.facebook.com/SakhtLondaz/posts/1543110445861372

ଦୀପିକା ପାଦୁକୋନ ଦାଢ଼ି-ନିଶ ଏବଂ ଆର୍ମି ଷ୍ଟାଇଲ ହେୟାର କଟରେ ଟ୍ରୋଲ ହୋଇଥିବା ଦେଖିବାକୁ ମିଳିଛି । ଲୋକମାନେ ଏହି ଫଟୋ ସବୁକୁ ଦେଖି ହସି ହସି ନାକେଦମ ହେଉଛନ୍ତି । ଏହାପୂର୍ବରୁ ସ୍ୱାମୀ ରଣଭୀର ସିଂଙ୍କ ସହ ଦୀପିକାଙ୍କ ସହ ବଢ଼ି ଦୃଶ୍ୟ ମଧ୍ୟ ଭାଇରାଲ ହୋଇଥିଲା । ଦୀପିକାଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ, ସୋନମ କପୁର, କଙ୍ଗନା ରାନାୱତ, କ୍ରିତି ସାନନ, ୟାମି ଗୌତମ, ଦିଶା ପଟାନୀ, ଐଶ୍ୱର୍ଯ୍ୟା ରାୟ, ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍, କିଆରା ଆଡଭାନୀ, ଶ୍ରଦ୍ଧା କପୁର, ପ୍ରେସି ଦେଶାଇ, ତାପସୀ ପନ୍ନୁ, ପାରାନେ ପାଣ୍ଡେ, , ଉର୍ବଶୀ ରୋତେଲାଙ୍କ ମେଲ୍ ଭର୍ସନ ଫଟୋ ମଧ୍ୟ ଏଥିରେ ସାମିଲ ରହିଛି । ଏମାନଙ୍କୁ ଦାଢ଼ି ନିଶ ସହ ହେୟାରକଟ ମସ୍ତ ଲୁକ ଦେଉଛି । ଫେସବୁକରେ ଜଣେ ବ୍ୟକ୍ତି ଏହି ଫଟୋ ଉପରେ କମେଣ୍ଟ ଦେଇ କହିଛନ୍ତିଯେ ଯେତେବେଳେ କେହି କୁହନ୍ତି-ଇଏ ତାଙ୍କ ବାପାଙ୍କ ଉପରେ ଯାଇଛି..

 

ନେପାଳର ନୂଆ ନକ୍ସାକୁ ସମର୍ଥନ କରି ଫସିଲେ ମନିଷା କୋଇରାଲା

ନୂଆଦିଲ୍ଲୀ: ଭାରତ-ନେପାଳ ସୀମା ବିବାଦ ଜଟିଳ ହେବା ପରେ ନେପାଳ ସରକାର ଜାରି କରିଥିବା ନୂଆ ନକ୍ସାକୁ ବଲିଉଡ ଅଭିନେତ୍ରୀ ମନିଷା କୋଇରାଲା ସମର୍ଥନ କରିଛନ୍ତି । ସଂସଦର ଅନୁମୋଦନ ପରେ ଚଳିତ ମାସରେ ନେପାଳ କଳାପାଣୀ, ଲିପୁଲେକ ଓ ଲିମ୍ପିୟାଧୁରାକୁ ନେପଳ ନିଜ ମାନଚିତ୍ରରେ ଦର୍ଶାଇଛି । ଗତ ମଇ ମାସରେ ଭାରତ ଲିପୁଲେକ ନିକଟରେ ସଡକ ନିର୍ମାଣ କାମ ଆରମ୍ଭ କରିବା ପରେ ନେପାଳ ଭାରତର ଏହି କାର୍ଯ୍ୟକଳାପକୁ ନେପାଳର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ବୋଲି କହି ବିରୋଧ କରିଥିଲା । ଏହାପରେ ଭାରତ ସଫେଇ ଦେଇ କହିଥିଲା ଯେ ଭାରତ ନିଜ ଭୂଭାଗର ସୀମା ମଧ୍ୟରେ ହିଁ ଭିତ୍ତିଭୂମି ନିର୍ମାଣ କରୁଛି, ଏହା ନେପାଳର ଆଭ୍ୟନ୍ତରୀଣ ମାମଲା ହସ୍ତକ୍ଷେପ ନୁହେଁ । ସେହିଭଳି ଦୁଇ ଦେଶ ମଧ୍ୟରେ କୁଟନୈତିକ ଆଲୋଚନା କରି ଏହି ସମସ୍ୟାର ସମାଧାନ କରି ଦିଆଯିବ ବୋଲି ଭାରତ ଆଶ୍ୱସ୍ତ କରିଥିଲା । କିନ୍ତୁ ନେପାଳ କୁଟନୀତିକ ଆଲୋଚନା ନସରିବା ପୂର୍ବରୁ ହିଁ ନୂଆ ନକ୍ସା ଜାରି କରିଛି ।

https://twitter.com/harshva66170089/status/1274911311374086145?ref_src=twsrctfwtwcamptweetembedtwterm1274911311374086145&ref_url=httpswww.wionews.comentertainmentmanisha-koirala-tweets-about-nepal-gets-flak-from-indians-on-twitter-307873

ଅଭିନେତ୍ରୀ ମନିଷା କୋଇାରାଲା ନେପାଳ ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ କରି ଏକ ଟୁଇଟ୍ କରିଛନ୍ତି । ଟୁଇଟର ଉଲ୍ଲେଖ ରହିଛି ଯେ, କ୍ଷେତ୍ରୀୟ ସାର୍ବଭୌମତ୍ୱ + ରାଜନୀତିକ ସାର୍ବଭୌମତ୍ୱ +  ଆର୍ଥିକ ସାର୍ବଭୌମତ୍ୱ =ସାର୍ବଭୌମ ରାଷ୍ଟ୍ର । ତାଙ୍କ ପୋଷ୍ଟରେ ଜଣେ ଟୁଇଟର ୟୁଜର ତାଙ୍କୁ ପୋଷ୍ଟଟି ନେପାଳର ସ୍ଥିତିକୁ ନେଇ ହୋଇଛି କି ବୋଲି ପ୍ରଶ୍ନ କରିବା ପରେ ମନିଷା ଏହାର ଉତ୍ତର ରଖି ଲେଖିଛନ୍ତି ଯେ, ମୁଁ କେବଳ ଏତିକି ଭାବୁଥିଲି ଆଜି ନେପାଳର ସ୍ଥିତି କ’ଣ ଓ ଭବିଷ୍ୟତରେ ନେପାଳ ଏହି ପ୍ରସଙ୍ଗରେ କେଉଁ ଦିଗ ଆଡକୁ ମୁହାଁଇବ । ଏକଥା କହୁନି ଯେ ଏହି ନିଷ୍ପତ୍ତି ଠିକ କିମ୍ୱା ଭୁଲ୍ । ଏମତି କେବଳ ଭାବନା ଆସିଲା ।

 

 

ଏହାପରେ ଖୁବ୍ କମ୍ ସମୟ ମଧ୍ୟରେ ମନୀଷା କୋଇରାଲାଙ୍କ ଟ୍ୱିଟରରେ ସମାଲୋଚନା ହେବା ପରେ ସେ ଘଟଣା ଉପରେ ସଫାଇ ମଧ୍ୟ ଦେଇଛନ୍ତି । ନିଜ ଟ୍ୱିଟରରେ ଲେଖିଛନ୍ତି, ହୃଦୟରୁ ଅନୁରୋଧ ମୋ ବିରୋଧରେ ଆକ୍ରାମକ ଓ ଅପମାନଜନକ ଶଦ୍ଦର ବ୍ୟବହାର କରନ୍ତୁ ନାହିଁ । ଏବେକା ସ୍ଥିତିରେ ଆମେ ପରସ୍ପର ସହ ଅଛେ । ଆମ ସରକାର ଏହି ବିବାଦର ସମାଧାନ କରିଦେବେ । ଆମେ ଏହି ସମୟରେ ସଭ୍ୟ ଭଳି ବ୍ୟବହାର କରିପାରିବା ।

କୋଭିଡ କଟକଣା ମଧ୍ୟରେ ସରିଲା ରଥଟଣା: ଟେଲିଭିଜନ୍ ମାଧ୍ୟମରେ ଦର୍ଶନ କଲେ ଭକ୍ତ

ପୁରୀ: ସୁରୁଖୁରୁରେ ସରିଲା ରୀତିନୀତି । କୋଭିଡ କଟକଣା ଭିତର ସମ୍ପାଦିତ ହେଲା ରଥଟଣା । ଶରଧାବାଲିରେ ପହଞ୍ଚିଲା ୩ ରଥ । ଭକ୍ତଙ୍କୁ ବଡ଼ଦାଣ୍ଡ ମନା ଥିବା ବେଳେ ଟେଲିଭିଜନ୍ ମାଧ୍ୟମରେ ଶ୍ରୀଜିଉଙ୍କୁ କଲେ ଦର୍ଶନ । ପୂର୍ବ ନିର୍ଦ୍ଧରିତ ସମୟ ଅନୁଯାୟୀ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ ଲାଗି, ତଡ଼ପ ଲାଗି, ରୋଷ ହୋମ, ଅବକାଶ ନୀତି, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ବେଶ, ଗୋପାଳ ବଲ୍ଲଭ ଓ ସକାଳ ଧୂପନୀତି, ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ପରେ ରଥ ଚକଡ଼ାକୁ ସାନିଟାଇଜ୍‌ କରାଯାଇଥିଲା ଏହାପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ।

Image

କଟକଣା ଯୋଗୁ ପୁରୀରେ ଭକ୍ତ ଘର ଭିତରୁ, ବଡ଼ଦାଣ୍ଡ ସଂଲଗ୍ନ ଗଳିକନ୍ଦିରେ ନିର୍ମିତ ବ୍ୟାରିକେଡ୍‌ ପାଖରୁ ଚାତକ ନୟନରେ ଚାହିଁ ରହିଥିଲେ । ଅପରପକ୍ଷରେ ସେବାୟତ ପୋଲିସ, ସମସ୍ତଙ୍କ ମୁହଁରେ ଥିଲା ମାସ୍କ । ଶେଷରେ ଉପନୀତ ହୋଇଥିଲା ସେ ମାହେନ୍ଦ୍ର ମୁହୂର୍ତ୍ତ । ପୁଷ୍ପ ସୁସଜ୍ଜିତ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ବାହାରି ଆସିଥିଲେ ଶ୍ରୀସୁଦର୍ଶନ ।

ସେବାୟତମାନେ ତାଙ୍କୁ କାନ୍ଧରେ ବସାଇ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରାଇଥିଲେ । ପରେପରେ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥ- କାଳିଆ ସାଆନ୍ତ ।

କଟକଣା ଯୋଗୁ ଚଳିତବର୍ଷ ନୃତ୍ୟଶିଳ୍ପୀଙ୍କୁ କର୍ଡନ ଭିତରକୁ ଅନୁମତି ମିଳିନଥିଲା, ଆଉ ଯାହାଙ୍କୁ ମିଳିଥିଲା ସେ ନୃତ୍ୟମୁଦ୍ରାରେ ସମ୍ପୂର୍ଣ୍ଣ ଭାବରେ ଶ୍ରୀଜିଉଙ୍କ ନିକଟରେ ନିଜକୁ ସମର୍ପଣ କରିଦେଉଥିଲେ । ସିଂହଦ୍ଵାର ଭିତରୁ ଶ୍ରୀଜଗନ୍ନାଥଙ୍କ ଟାହିଆ ଦର୍ଶନ ମାତ୍ର ସମସ୍ତଙ୍କ ମଧ୍ୟରେ ଭକ୍ତିର ଉଦ୍‌ବେଳନ ସୃଷ୍ଟି ହୋଇଥିଲା ।

କଟକଣା ଯୋଗୁ ପୁରୀ ଯାଇ ନପାରି ଘରେ ବସି ଟେଲିଭିଜନରେ ଦର୍ଶନ କରୁଥିବା ଭକ୍ତ ଓ ପୁରୀରେ ବଡଦାଣ୍ଡ ସଂଲଗ୍ନ ଘର ଭିତରୁ ବଡ଼ଦାଣ୍ଡକୁ ଚାହିଁ ବସିଥିବା ଭକ୍ତଙ୍କ ଭିତରେ ସୃଷ୍ଟି ହୋଇଥିଲା ଅଦ୍‌ଭୁତ ଭାବାବେଗ । ଜୟ ଜଗନ୍ନାଥ କହି ସମର୍ପଣ ଭାବରେ ଦୁଇ ହାତ ଉଠି ଯାଇଥିଲା ଉପରକୁ । ଦୂର ବ୍ୟାରିକେଡ୍‌ ପାଖରେ ଅପେକ୍ଷା କରିଥିବା ଭକ୍ତ ଭାବବିହ୍ୱଳ ହୋଇ ଭୂମିରେ ଲୋଟି ପଡୁଥିଲେ ।

Image

ଭିଡ଼ ନଥିଲା, ସୀମିତ ଥିଲେ ସେବାୟତ ଓ ପୋଲିସ । ତଥାପି ସମସ୍ତେ ଥିଲେ ଉତ୍ସାହିତ । ତାଳଧ୍ୱଜ ରଥରେ ଶ୍ରୀବଳଭଦ୍ର, ଦର୍ପଦଳନରେ ଦେବୀ ସୁଭଦ୍ରା ଓ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥ ବିଜେ କରିବା ପରେ ନନ୍ଦିଘୋଷରେ ମଦନମୋହନ ବିଜେ କରିଥିଲେ । ତିନିରଥ ଉପରେ ଶ୍ରୀଜିଉଙ୍କୁ ଚିତାଲାଗି, ବେଶ ଓ ଅନ୍ୟନୀତି ପରେ ତିନି ରଥକୁ ଯାଇ ଦର୍ଶନ କରିଥିଲେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।

Image

ଏହାପରେ ଶ୍ରୀନଅରରୁ ତାମଯାନରେ ବାହାରିଥିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଗଜପତି ମହାରାଜା ଛେରା ପହଁରା କରିଥିଲେ । ଆରମ୍ଭ ହୋଇଥିଲା ରଥଟଣା ପାଇଁ ପ୍ରସ୍ତୁତି । ଗୋଟିଏ ପରେ ଗୋଟିଏ ରଥରୁ ଚାରମାଳ ଫିଟା ଯାଇଥିଲା । ତିନିରଥରେ ଘୋଡ଼ା ଓ ସାରଥି ଲାଗିବା ପରେ ଅପେକ୍ଷା ଥିଲା ଡାହୁକଙ୍କ ନିର୍ଦ୍ଦେଶକୁ ।

ନିର୍ଦ୍ଦେଶ ମିଳିବା ମାତ୍ର ଘଣ୍ଟଘଣ୍ଟା ନାଦରେ ସେବାୟତମାନେ ଜୟ ଜଗନ୍ନାଥ ଉଚ୍ଚାରଣ କରି ଆରମ୍ଭ କରିଥିଲେ ରଥଟଣା । ବିଧି ଓ ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ସୀମିତ ସଂଖ୍ୟକ ସେବାୟକ ସାମାଜିକ ଦୂରତା ରକ୍ଷା କରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ।

ପ୍ରବଳ ଖରାରୁ ରକ୍ଷା ପାଇଁ ସେବାୟତ ଓ ସୁରକ୍ଷାକର୍ମୀଙ୍କ ଉପରେ ଜଳ ସିଞ୍ଚନ କରାଯାଉଥିଲା । ସାନିଟାଇଜ୍‌ କରାଯାଉଥିଲା । ବଡ଼ଦାଣ୍ଡ ଥିଲା ଭକ୍ତଶୂନ୍ୟ । ମନେ ହେଉଥିଲା ସତେ ଯେମିତି ଶୂନ୍ୟ ଶୂନ୍ୟ ଗଡ଼ି ଯାଉଥିଲେ ତିନିରଥ । ଶୂନ୍ୟତା ଭିତରେ ଯେମିତି ଖୁନ୍ଦି ହୋଇଥିଲା ଭକ୍ତିଭାବ । ଭକ୍ତର ଭାବକୁ ଗ୍ରହଣ କରିବା ପାଇଁ ଭାବ ବିନୋଦିଆ ଅପଲକ ନେତ୍ରରେ ଚାହିଁ ରହିଥିଲେ ।

ଅଦୃଶ୍ୟରେ, ହୃଦୟରେ ଚାଲିଥିଲା ଭକ୍ତ ଓ ଭଗବାନଙ୍କ ମିଳନ । ବଡ଼ଦାଣ୍ଡ ଜନଶୂନ୍ୟ ସତ୍ତ୍ୱେ ତିନି ରଥର ଚାରିପଟେ କର୍ଡନ କରି ଜଗିରହିଥିଲେ ସୀମିତ ସଂଖ୍ୟକ ପୋଲିସ କର୍ମଚାରୀ। ସୀମିତ ସେବାୟତ ତିନି ରଥକୁ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ନୀତିନିର୍ଘଣ୍ଟ ପୂର୍ବରୁ ଆରମ୍ଭ ଓ ସଂପୂର୍ଣ୍ଣ ହୋଇଥିଲା ସବୁ ରୀତିନୀତି ।

କରୋନା ସଂକ୍ରମିତ ହେଲେ ବିଶ୍ୱର ଏକ ନମ୍ବର ଟେନିସ୍ ତାରକା ଜୋକୋଭିଚ୍

ବିଶ୍ୱର ଏକ ନମ୍ୱର ପୁରୁଷ ଟେନିସ ଖେଳାଳୀ ନୋଭାକ୍ ଜୋକୋଭିଚ୍ କରୋନା କବଳରେ ପଡିଛନ୍ତି । ମଙ୍ଗଳବାର ସେ କରୋନା ଟେଷ୍ଟିଂରେ ପଜେଟିଭ ଜଣାପଡିବା ପରେ ନିଜେ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ଜେଲେନା ମଧ୍ୟ କରୋନା ସଂକ୍ରମିତ ବୋଲି ଜଣାପଡିଛି । ଜୋକୋଭିଚ୍ କହିଛନ୍ତି ଯେ ବେଲଗ୍ରେଡରେ ପହଞ୍ଚିବା ପରେ ମୋ ସମେତ ପୁରା ପରିବାରର କରୋନା ଟେଷ୍ଟିଂ କରାଯାଇଥିଲା । ମୁଁ ଓ ମୋର ପତ୍ନୀ ସଂକ୍ରମଣର ଶୀକାର ହୋଇଥିବା ବେଳେ ପିଲାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ନିକଟ ଅତୀତରେ ସର୍ବିଆ ଓ କ୍ରୋଶିଆ ମଧ୍ୟରେ ହୋଇଥିବା ପ୍ରଦର୍ଶନୀ ମ୍ୟାଚର ସେ ଭାଗ ନେଇଥିଲେ । ତେବେ କରୋନା ସଂକ୍ରମଣ ବୋଲି ଜଣାପଡିବା ପରେ ସେ କହିଛନ୍ତି ଯେ, ମୋଠାରେ କରୋନା ନେଇ କୌଣସି ଲକ୍ଷଣ ଦେଖାଯାଉ ନଥିଲା । ସେହିଭଳି ସଂକ୍ରମଣ ସମ୍ପର୍କରେ ଅବଗତ ନଥାଇ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କଥା ସ୍ୱୀକାର କରିଥିବା ବେଳେ ତାଙ୍କ ଅଜାଣତରେ ହୋଇଥିବା ଭୁଲ୍ ପାଇଁ କ୍ଷମା ମାଗିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସୁସ୍ଥ ସ୍ୱାସ୍ଥ୍ୟର ମଧ୍ୟ କାମନା କରିଛନ୍ତି ।