spot_img
Home Blog Page 6937

ଟେଲିଭିଜନ ପରଦାରେ ମୁଖ୍ୟମନ୍ତ୍ରୀଙ୍କ କାଳିଆ ଦର୍ଶନ

ଭୁବନେଶ୍ୱର: କୋଭିଡ୍ କଟକଣା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ ଚାଲିଛି ରଥ ଟଣା । ଆଗେ ଆଗେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ି ଚାଲିଛି । ତାଳଧ୍ୱଜ ପଛରେ ରହିଛି ଭଉଣୀ ସୁଭଦ୍ରାଙ୍କ ରଥ ଦେବଦଳନ । ପଛରେ ଲୀଳା ଲଗାଇ ନନ୍ଦିଘୋଷରେ ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ । କରୋନା ସଂକ୍ରମଣ ଯୋଗୁଁ ଜଗତର ନାଥଙ୍କ ଏହି ଅପୂର୍ବ ମାନବୀୟ ଲୀଳାକୁ ଦୁନିଆ ଟିଭି ପରଦାରେ ଦେଖୁଛି । କାରଣ ଭକ୍ତଙ୍କୁ ମନା ହୋଇଛି ବଡ଼ଦାଣ୍ଡ ।

 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ କର୍ଫ୍ୟୁ ଲାଗୁ ହୋଇଛି । ପ୍ରତି ରଥକୁ ୫୦୦ରୁ କମ୍ ସେବାୟତ ଟାଣୁଛନ୍ତି । ଘରେ ବସି ଘୋଷଯାତ୍ରା ଦେଖିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଲୋକମାନଙ୍କ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଭିଜନ ପରଦାରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଦେଖୁଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରୁଥିବା ବେଳେ ଚଳିତ ବର୍ଷ କରୋନା ପାଇଁ ଟିଭିରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ଦେଖିଛନ୍ତି ।

ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇ ଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରୁଛି । ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। କରୋନାର କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଶେଷ ମୁହୂର୍ତ୍ତରେ ପୁରୀରେ ରଥଯାତ୍ରା କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାତରେ ୧୨ ଘଣ୍ଟାରୁ କମ୍ ସମୟ ଥିବାବେଳେ ରାଜ୍ୟ ସରକାର ସୁରୁଖୁରରେ ସବୁ ବନ୍ଦୋବସ୍ତ କରିଥିଲେ । ପୁରୀର ସମସ୍ତ ଏଣ୍ଟ୍ରିଂ ପଏଣ୍ଟକୁ ବନ୍ଦ କରାଯାଇ ରଥଯାତ୍ରା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ୩ ଜଣ ମନ୍ତ୍ରୀ ପୁରୀରେ ରହି ରଥଯାତ୍ରା ନୀତିକାନ୍ତିର ଅନୁଧ୍ୟାନ କରୁଛନ୍ତି ।

ବଡ଼ଠାକୁରଙ୍କୁ ନେଇ ଭାବ ବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ

ଜାଣନ୍ତୁ କ’ଣ ରହିଛି ଛେରାପହଁରାର ବିଶେଷତ୍ତ୍ୱ…

ଗଜପତି ମହାରାଜଙ୍କ ଦ୍ୱାରା ହେଉଥିବା ଏକ ଆକର୍ଷଣୀୟ ନୀତି ହେଲା ତିନି ରଥରେ ଛେରାପହଁରା । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ, ଚଳନ୍ତି ବିଷ୍ଣୁ ଭାବେ ସମ୍ମାନିତ ଗଜପତି ମହାରାଜା ଶ୍ରୀନଅରରୁ ବାଜା ପଟୁଆର ସହିତ ରାଜାବେଶରେ ତାମଯାନରେ ବସି ଆସନ୍ତି । ପ୍ରଥମେ ବଳଭଦ୍ର ଠାକୁରଙ୍କ ରଥରେ ଉଠନ୍ତି । ସେ ଦଣ୍ଡପ୍ରଣାମ କରି ହାଟୁଆଣି ନେଇ (ହାତ ଧୋଇ) ନିଉଛାଳି ହୋଇ ପୁଷ୍ପାଞ୍ଜଳି ଦିଅନ୍ତି । ରାଜା ତା’ପରେ  ସୁନା ଦାନିରେ କର୍ପୂର ଆଳତି କରି, ସୁନା ଚାମର ଆଳତି କରନ୍ତି । ତାପରେ ରଥର ସିଂହାସନରୁ ଓହ୍ଲେଇ ଛେରାପହଁରା କରନ୍ତି ।

ରାଜଗୁରୁ ସୁନାଖଡ଼ିକା ସଂସ୍କାର କରି ରାଜାଙ୍କ ହାତକୁ ବଢ଼େଇ ଦିଅନ୍ତି । ଭଣ୍ଡାର ମେକାପ ରଥର ଚାରି ପାଖରେ ବୁଲି ଧଳାଫୁଲ ଆଗରେ ପକାନ୍ତି, ରାଜା ଚାରି ପାଖରେ ବୁଲି ପହଁରା କରନ୍ତି । ପହଁରା ପରେ ରଥର ଚାରିପଟେ ସଂସ୍କାର କରାଯାଇଥିବା ଚନ୍ଦନପାଣି ଓ ଚନ୍ଦନ ଗୁଣ୍ଡ ଛିଞ୍ଚନ୍ତି । ଏହିପରି ଭାବରେ ତା’ ପରେ ଶ୍ରୀଜଗନ୍ନାଥଙ୍କ ରଥ ଓ ଦେବୀଙ୍କ ରଥରେ ଛେରାପହଁରା ନୀତି ହୁଏ ।

ଛେରାପହଁରା ନୀତି ପରେ ଗଜପତି ମହାରାଜା ନଅରକୁ ଫେରିଥାନ୍ତି । ତିନି ରଥର ଚାରମାଳ (ରଥକୁ ଚଢ଼ିବା ନିମନ୍ତେ ପଡ଼ିଥିବା କାଠପଟା) ଖୋଲାଯାଏ ଏବଂ ସାରଥି ଓ ଘୋଡ଼ା ଯୋଚାଯାଏ । ଏହା ଭୋଇ ସେବକମାନେ କରନ୍ତି । ଏହାପରେ ରଥମାନଙ୍କରେ ଦଉଡ଼ି ବନ୍ଧାଯାଏ । ରଥମାନଙ୍କୁ ପୋଲିସ ଦ୍ୱାରା କର୍ଡନ କରାଯାଏ । ରଥମାନଙ୍କ ଉପରେ ସଂପୃକ୍ତ ସେବକମାନେ, ଡାହୁକ, ଆବଶ୍ୟକ କର୍ମଚାରୀ ଉପସ୍ଥିତ ରହିଥାନ୍ତି । କ୍ରମାନ୍ୱୟରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥ ଟଣା ହୋଇ ଗୁଣ୍ଡିଚା ଘର ଅଭିମୁଖେ ଯାଏ । ବାଟରେ କେତେକ ମଠବାଡ଼ିରେ ପନ୍ତି ଭୋଗ ହୁଏ ।

ଏବେ ଆମାଜନରେ ମିଳିବ ମଦ,ଅନଲାଇନରେ ଅର୍ଡର ଦେଲେ ହେବ ହୋମ୍ ଡେଲିଭରୀ

ଆମେରିକୀୟ କମ୍ପାନୀ ଆମାଜନକୁ ବିଅର ଓ ଓ୍ୱାଇନର ହୋମ୍ ଡେଲିଭରୀ କରିବା ପାଇଁ ଅନୁମତି ମିଳିଛି । ଏଣିକି ଦେଶରେ ଆମାଜନ ଅନଲାଇନରେ ମଦ ବିକ୍ରି କରିପାରିବ । ଲକଡାଉନ୍ ପରେ ସାରା ଦେଶରେ ମଦ ପ୍ରସ୍ତୁତ କରୁଥବା କିମ୍ବା ବିକ୍ରି କରୁଥିବା କମ୍ପାନୀଗୁଡିକୁ ବହୁ ମାତ୍ରାରେ କ୍ଷତି ସହିବାକୁ ପଡିଛି । ଏସବୁ ପରେ ଅନେକ ରାଜ୍ୟରେ ଖୋଦ ମଦ ବିକ୍ରି କରୁଥିବା ସଂସ୍ଥାକୁ ହିଁ ହୋମ୍ ଡେଲିଭରୀ କରିବାର ସୁଯୋଗ ଦେଇଥିଲେ । ଏବେ ଆମାଜନ ଭଳି ହୋମ୍ ଡେଲିଭରୀ କରୁଥିବା ସଂସ୍ଥା ମଦ ବିକ୍ରିର ଦାୟିତ୍ୱ ନେଉଛନ୍ତି । ଆସନ୍ତୁ ଜାଣିବା କେଉଁ କ ରାଜ୍ୟରେ ଆରମ୍ଭ ହେବ ମଦ ବିକ୍ରି…

 

 

ସମାଚାର ଏଜେନ୍ସି ରଏଟର ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ସରକାର ଆମାଜନକୁ ନିଜ ରାଜ୍ୟରେ ମଦ ବିକ୍ରିର ଅନୁମତି ଦେଇଛନ୍ତି । ପୂର୍ବରୁ ଆମାଜନ ମଦ ବିକ୍ରି କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ ଓ ଏବେ ଏନେଇ ଅନୁମତି ମିଳିଛି । ସୂଚନାଯୋଗ୍ୟ ଯେ ଚୀନର ଇ-କମର୍ସ କମ୍ପାନୀ ଅଲିବାବାର ବିଗ୍ ବାସ୍କେଟକୁ ମଧ୍ୟ ମଦ ବିକ୍ରି ନେଇ ଅନୁମତି ମିଳିପାରେ । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ପଶ୍ଚିମବଙ୍ଗରେ ଏହି ଦୁଇ କମ୍ପାନୀ ମଦ ବିକ୍ରି ଆରମ୍ଭ କରିବେ । ତେବେ ଏନେଇ କୌଣସି ବିଦ୍ଧିବଦ୍ଧ ସରକାରୀ ଘୋଷଣା ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗର ଜନସଂଖ୍ୟା ୯କୋଟି ଓ ଏହା ଦେଶର ୪ର୍ଥ ଜନବହୁଳ ରାଜ୍ୟ । ଏଠାରେ ଅନଲାଇନ୍ ମଦ ବେପାର ଆମାଜନ ଓ ବିଗ୍ ବାସ୍କେଟ ଭଳି କମ୍ପାନୀ ପାଇଁ ଲାଭଦାୟକ ହେବ ।

ନୂଆ ଯୁବ କଂଗ୍ରେସ ସଭାପତିଙ୍କ ନିଯୁକ୍ତିକୁ ବିରୋଧ, ୨ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: କଂଗ୍ରେସରେ ଗୋଷ୍ଠୀ କନ୍ଦଳ । ଯୁବ କଂଗ୍ରେସର ନବନିଯୁକ୍ତ ସଭାପତିଙ୍କୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଛି । ରାଜ୍ୟ କଂଗ୍ରେସରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଯୁବ କଂଗ୍ରେସ ସଭାପତି ଭାବେ ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ନେଇ କଂଗ୍ରେସ ଭବନରେ ଉତ୍ତେଜନା ଦେଖା ଦେଇଥିଲା ।

ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ବିରୋଧ କରି ଗୋଟିଏ ଗୋଷ୍ଠୀ କଂଗ୍ରେସ ଭବନର ଗୋଟିଏ ଫାଟକରେ ତାଲା ପକାଇ ଦେଇଥିଲା । ଅନ୍ୟପଟେ ସ୍ମୃତିଙ୍କ ସମର୍ଥକ ତାଲା ଭାଙ୍ଗି କଂଗ୍ରେସ ଭବନ ଭିତରକୁ ପଶିଥିଲେ । ଯାହାକୁ ନେଇ କଂଗ୍ରେସ ଭବନରେ ମୁହାଁମୁହିଁ ହୋଇଥିଲେ ୨ ଗୋଷ୍ଠୀ ।

ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଘଟଣାରେ ହସ୍ତକ୍ଷେପ କରିଛି । ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଦଲାଲ ଟଙ୍କାରେ ଯୁବ କଂଗ୍ରେସକୁ ରାତାରାତି ବରବାଦ କରାଯାଉଥିବା ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଛନ୍ତି ସ୍ମୃତି ଲେଙ୍କାଙ୍କ ପ୍ରତିପକ୍ଷ ।

ଚୀନ ଦାଦାଗିରି ରୋକିବାକୁ ଭାରତର ଚକ୍ରବ୍ୟୁହ, ଡ୍ରାଗନକୁ ତାରି ଚାଲରେ ଘେରୁଛି ଭାରତ

ନୂଆଦିଲ୍ଲୀ: ଲଦାଖର ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ, ଅନ୍ୟ ପଟେ ଦକ୍ଷିଣ ଚୀନ୍ ସାଗରରେ ପଶି ଚୀନ୍ ଦାଦାଗିରି କରୁଛି । ଚୀନ୍‌ର ଏଭଳି ଘୃଣ୍ୟ ପଦକ୍ଷେପକୁ ନେଇ ଭାରତ  ଶକ୍ତ ଜବାବ ଦେଇଛି । ଚୀନ୍‌ର କୂଟନୀତି ଏବଂ ପ୍ରତାରଣାର କୌଶଳପୂର୍ଣ୍ଣ ଖେଳ ବର୍ତ୍ତମାନ ସମଗ୍ର ବିଶ୍ୱ ବୁଝିସାରିଛି  ।

 

ଚାଇନାକୁ ଟାର୍ଗେଟ କରି ଆମେରିକାର  ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି, ଆମେ ଭାରତକୁ ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ଗଣତାନ୍ତ୍ରିକ ଦେଶ ଭାବରେ ଦେଖୁଛୁ, ଅନ୍ୟ ପଟେ ଚୀନ୍ ଦକ୍ଷିଣ ଚୀନ୍ ସାଗରରେ ନିଜ ସୈନ୍ୟ ନିୟୋଜିତ କରି ସେଠାକାର  ଅଞ୍ଚଳକୁ ବେଆଇନ ଭାବରେ ନିଜର ବୋଲି ଦାବି କରୁଛି। | ଯାହା ଫଳରେ ଦକ୍ଷିଣ ଚୀନ୍ ସାଗରସଂଶ୍ଲିଷ୍ଟ ଅଞ୍ଚଳରେ ରହୁଥିବା ଦେଶଗୁଡିକ ମଧ୍ୟରେ ଭୟ ସୃଷ୍ଟି ହୋଇଛି  । ଏଭଳି କାର୍ଯ୍ୟକରି ଚୀନ୍ ପୁଣି ଥରେ ନିଜର ପ୍ରତିଶ୍ରୃତି ଭାଙ୍ଗିଛି  ।

ଯେଉଁ ସ୍ଥାନରେ ଚୀନ୍ ନିଜର ଦାଦାଗିରି ଦେଖାଉଛି ସେହି ସ୍ଥାନକୁ ଘେରି ରହିବା ପାଇଁ ଭାରତ-ଅଷ୍ଟ୍ରେଲିଆ-ଆମେରିକା ଏବଂ ଜାପାନର ଚତୁର୍ଥାଂଶ ଏକ ସାମୁଦ୍ରିକ ଚକ୍ର ପ୍ରସ୍ତୁତ କରିଛନ୍ତି  । ରଣନୈତିକ ଦୃଷ୍ଟିରୁ ଦକ୍ଷିଣ ଚୀନ୍ ସାଗର ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଭାରତର ବାଣିଜ୍ୟ ପାଇଁ ଏକ ପାରମ୍ପରିକ ମାର୍ଗ ହୋଇଆସୁଛି । ଅନ୍ୟପକ୍ଷରେ ଚୀନ୍‌ର ସୀମା ସଂପ୍ରସାରଣ କରିବାର ମାତ୍ରାଧିକ ଆସକ୍ତି  ପଡ଼ୋଶୀଦେଶ ପାଇଁ ସମସ୍ୟା ବଢାଉଛି ।

 

ଚୀନ୍ ଏକ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ୍ ଜୋନ୍ ସୃଷ୍ଟି କରିବାକୁ ଯାଉଛି ଯେଉଁଥିରେ ଏହା ତାଇୱାନ ଏବଂ ଭିଏତନାମ ଦ୍ୱାରା ନିୟନ୍ତ୍ରିତ ଦ୍ୱୀପପୁଞ୍ଜକୁ ଜବରଦଖଲ କରୁଛି । ଚୀନ୍ ମଧ୍ୟ ଏହି ଜୋନ୍ ମଧ୍ୟରେ ପ୍ରତାସ୍, ପାର୍ସେଲ୍ ଏବଂ ସ୍ପାର୍ଟଲ ଦ୍ୱୀପପୁଞ୍ଜକୁ ଅନ୍ତର୍ଭୁକ୍ତ କରୁଛି | ଏହି ଦ୍ୱୀପପୁଞ୍ଜ ତାଇୱାନ, ଭିଏତନାମ ଏବଂ ମାଲେସିଆ ସହିତ ବିବାଦରେ ରହିଛି । ଚୀନ୍ ଦ୍ୱାରା ଅସୁବିଧାରେ ପଡ଼ି ଏହି ଦେଶଗୁଡ଼ିକର ବନ୍ଧୁତା ଭାରତ ସହିତ ବୃଦ୍ଧି ପାଇବାରେ ଲାଗିଛି, ଯାହା ଦେଖି ଚୀନକୁ ଏକ ଦୃଢ ଝଟକା ଲାଗିଛି  ।

 

କେବଳ ଏତିକି ନୁହେଁ, ଯଦି ଆପଣ ବିଶ୍ୱର ସମସ୍ତ ଦେଶର ତାଲିକାକୁ ଦେଖନ୍ତି, ବିପଦ ସମୟରେ ଅନେକ ଦେଶ ଭାରତ ସପକ୍ଷରେ ଠିଆ ହୋଇଛନ୍ତି । ୧୯୯୮ ରେ ଭାରତର ଆଣବିକ ବିସ୍ଫୋରଣ ସମୟରେ ଫ୍ରାନ୍ସ ଭାରତକୁ ସମର୍ଥନ କରିଥିଲା । ସେହିଭଳି ୧୯୭୧ ଏବଂ କାର୍ଗିଲ ଯୁଦ୍ଧରେ ଇସ୍ରାଏଲ ଭାରତ ସହି ରହିଥିଲା  । ୧୯୬୨ ଚୀନ୍ ଯୁଦ୍ଧରେ ଅଷ୍ଟ୍ରେଲିଆ ଭାରତକୁ ସମର୍ଥନ କରିଥିଲା। ୟୁରୋପରେ ଜର୍ମାନୀ ଠାରୁ ବ୍ରିଟେନ ପର୍ଯ୍ୟନ୍ତ ଭାରତ ସପକ୍ଷରେ ଅଛନ୍ତି  ।

 

ଆମେରିକା ପ୍ରତ୍ୟେକ ପଦକ୍ଷେପରେ ଭାରତକୁ ସମର୍ଥନ କରିଆସୁଛି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଋଷ୍ ସହିତ ବନ୍ଧୁତ୍ୱ ସ୍ଥାପନ ପାଇଁ ନିଜେ ସେଠାକୁ ଯାଇଛନ୍ତି ।  ବର୍ତ୍ତମାନ ଚୀନ୍ ସହିତ କେବଳ ଦୁଇଟି ଦେଶ ଅଛି – ଗୋଟିଏ ହେଉଛି ପାକିସ୍ଥାନ ଏବଂ ଅନ୍ୟଟି ଉତ୍ତର କୋରିଆ  । ଉଭୟଙ୍କର କୌଣସି ଆନ୍ତର୍ଜାତୀୟ ପରିଚୟ କିମ୍ବା ଅସ୍ତିତ୍ୱ ନାହିଁ।

 

ଖୋଲୁଛି ଗଲବାନ ଆକ୍ରମଣର ଗୁମର, ଚୀନ ତା ଯୋଜନାରେ ହୋଇପାରିଲାନି ସଫଳ

ନୂଆଦିଲ୍ଲୀ: ଲଦାଖରେ ହୋଇଥିବା ହିଂସାତ୍ମକ କାର୍ଯ୍ୟ ପରେ ସମସ୍ତଙ୍କ ନଜର ଏବେ ଏହା ଚୀନ୍ ଉପରେ । ଏବେ ଏହି ଘଟଣା ଉପରେ ଗୁଇନ୍ଦା ବିଭିଗ ଏକ ଖୁଲାସା କରିଛି ଯେଉଁଥିରେ ଚୀନର କୁଟନୀତି ସବୁ ପଦାକୁ ଆସିଛି । ରିପୋର୍ଟରେ କୁହାଯାଇଛି ଯେ, ଚୀନ ଭାବିଥିଲା ଯେ, ତାକୁ ଗଲବାନ ଘାଟିରେ କୌଣସି ସଘଂର୍ଷ କରିବାକୁ ପଡ଼ିବ ନାହିଁ । କିନ୍ତୁ ତାର ଏହି ଭାବନା ଭୁଲ ପ୍ରମାଣିତ ହୋଇଛି ଏବଂ ଏଥିପାଇଁ ଭାରତର ୨୦ ଯବାନ ସହିଦ ହେବା ସହ ଚୀନର ୩୫ ଜଣ ଯବାନ ମରିଛନ୍ତି । ଏବେ ପରିସ୍ଥିତି ଏମିତି ଯେ, ଚୀନ ତା ସୈନିକମାନଙ୍କ ପାଇଁ ଲୁଚି ଲୁଚି ପ୍ରାର୍ଥନା ସଭାର ଆୟୋଜନ କରିବାକୁ ବାଧ୍ୟ ହୋଇଛି  ।

ଆମେରିକାର ଏକ ରିପୋର୍ଟ ଅନୁସାରେ ଚୀନ ଲଦାଖର ସେହି ଅଂଶକୁ ନିଜ ଅଧିନକୁ ଆଣିବାକୁ ଯାଇ ସେଠାକୁ ସେନାଙ୍କୁ ପଠାଇଥିଲା । ଏବଂ ପୂର୍ବପ୍ରସ୍ତୁତି ଅନୁସାରେ ହିଁ ଗଲବାନା ଘାଟିରେ ସମସ୍ତ ଅସ୍ତ୍ର ଜମା କରଗାଲା ଏବଂ ନିଜ ସୈନିକଙ୍କ ରହିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଏବଂ ପୂର୍ବରୁ କରାଯାଇଥିବା ଯୋଜନା ଅନୁସାରେ ହିଁ ଏହି ଅପେରସନକୁ କାର୍ଯ୍ୟକାରୀ କରାଯାଇଥିଲା ।

ଚୀନ ସୈନ୍ୟମାନେ ଆକ୍ରମଣ କରିଥିଲେ

ଏହି ରିପୋର୍ଟରେ କୁହାଯାଇଛି ଯେ, ୧୫ ଜୁନରେ  ଯେତେବେଳେ କିଛି ଅଫିସର ଏବଂ ଚୀନ ସେନାଙ୍କ ସହ କଥା ହେବାକୁ ପହଞ୍ଚିଥିଲେ ସେତେବେଳେ ପୂର୍ବରୁ ହିଁ ଚୀନ ସୈନିକ ସେଠାରେ ଅସ୍ତ୍ରଶସ୍ତ୍ର ସହ ସଜାଗ ଥିଲେ । ତାଙ୍କର ଯୋଜନା ଭାରତୀୟ ସେନାଙ୍କୁ ଉସକେଇବା ଥିଲା ଯେଉଁଥିରେ ସେମାନେ ସଫଳ ମଧ୍ୟ ହୋଇଥିଲେ । ଯଦିଓ ସୀମା ପାଖରେ ହିଁ ଅନ୍ୟ ଭାରତୀୟ ଯବାନ ମାନେ ସକ୍ରିୟ ଥିଲେ । ତାପରେ ଆରମ୍ଭ ହୋଇଥିଲା ରକ୍ତାକ୍ତ ସଂଘର୍ଷ ।

ଜମ୍ମୁକାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ । ବାନ୍ଦଜୁରେ ସେନାର ସର୍ଚ୍ଚ ଅପରେସନ୍‌ ଜାରି । କାଲି ସିଆରପିଏଫ୍‌ କ୍ୟାମ୍ପରେ ହୋଇଥିଲା ଫାୟାରିଂ ।

ଜମ୍ମୁକାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ । ବାନ୍ଦଜୁରେ ସେନାର ସର୍ଚ୍ଚ ଅପରେସନ୍‌ ଜାରି । କାଲି ସିଆରପିଏଫ୍‌ କ୍ୟାମ୍ପରେ ହୋଇଥିଲା ଫାୟାରିଂ ।

ରାଜ୍ୟରେ ଆଉ ୧୬୭ କରୋନା ପଜିଟିଭ୍‌… ଆଉ ୨ ମୃତ … ମୋଟ୍‌ ସଂକ୍ରମିତ ସଂଖ୍ୟା ୫ ହଜାର ୪୭୦କୁ ବୃଦ୍ଧି… ଦେଶରେ ୨୪ ଘଣ୍ଟାରେ ୧୪ ହଜାର ୯୩୩ ପଜିଟିଭ … ୩୧୨ ମୃତ ।

ରାଜ୍ୟରେ ଆଉ ୧୬୭ କରୋନା ପଜିଟିଭ୍‌… ଆଉ ୨ ମୃତ … ମୋଟ୍‌ ସଂକ୍ରମିତ ସଂଖ୍ୟା ୫ ହଜାର ୪୭୦କୁ ବୃଦ୍ଧି… ଦେଶରେ ୨୪ ଘଣ୍ଟାରେ ୧୪ ହଜାର ୯୩୩ ପଜିଟିଭ … ୩୧୨ ମୃତ ।

କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ହାତାହାତି । ଯ଼ୁବ କଂଗ୍ରେସ ନୂଆ ସଭାପତିଙ୍କୁ ନେଇ ସଂଘର୍ଷ । ତାଲା ପକାଇଲେ ବିରୋଧୀ, ଧସେଇ ପଶିଲେ ସମର୍ଥକ । ହିଂସା ନିୟନ୍ତ୍ରଣ ପାଇଁ ପୋଲିସର ଲାଠିମାଡ଼ ।

କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ହାତାହାତି । ଯ଼ୁବ କଂଗ୍ରେସ ନୂଆ ସଭାପତିଙ୍କୁ ନେଇ ସଂଘର୍ଷ । ତାଲା ପକାଇଲେ ବିରୋଧୀ, ଧସେଇ ପଶିଲେ ସମର୍ଥକ । ହିଂସା ନିୟନ୍ତ୍ରଣ ପାଇଁ ପୋଲିସର ଲାଠିମାଡ଼ ।

ପୁରୀରେ ଜଣେ ସେବାୟତ କରୋନା ପଜିଟିଭ୍‌ । ରଥଯାତ୍ରା ପୂର୍ବରୁ କୋଭିଡ ହସ୍ପିଟାଲରେ ଭର୍ତ୍ତି । ଚାଲିଛି ଆକ୍ରାନ୍ତଙ୍କ କଣ୍ଟାକ ଟ୍ରେସିଂ । ଗତକାଲି ହୋଇଥିଲା ସେବାୟତଙ୍କର କୋଭିଡ୍‌ ଟେଷ୍ଟ ।

ପୁରୀରେ ଜଣେ ସେବାୟତ କରୋନା ପଜିଟିଭ୍‌ । ରଥଯାତ୍ରା ପୂର୍ବରୁ କୋଭିଡ ହସ୍ପିଟାଲରେ ଭର୍ତ୍ତି । ଚାଲିଛି ଆକ୍ରାନ୍ତଙ୍କ କଣ୍ଟାକ ଟ୍ରେସିଂ । ଗତକାଲି ହୋଇଥିଲା ସେବାୟତଙ୍କର କୋଭିଡ୍‌ ଟେଷ୍ଟ ।