spot_img
Home Blog Page 6941

ଓଡ଼ିଶା ନିକଟରେ ସାମୁଦ୍ରିକ ଝଡ଼ ଲକ୍ଷଣ, ପାଣିପାଗ ବିଭାଗ ଜାରିକଲା ଆଲର୍ଟ

ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ’ର ମାସକ ପରେ ଆସୁଛି ଆଉ ଏକ ବାତ୍ୟା ! ଓଡ଼ିଶା ପ୍ରତି ରହିଛି ବିପଦ । ଆଭ୍ୟନ୍ତରୀଣ ଓଡ଼ିଶା ଓ ତତସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତ୍ତନର ୦.୯ କିମିରୁ ୭.୬ କିଲୋମିଟର ଉପରେ ଦକ୍ଷିଣ ଦିଗକୁ ରହିଛି । ଫଳରେ ଉପକୂଳ ଓଡ଼ିଶା ପାଇଁ ପୁଣି ବାତ୍ୟା ବିପଦ ସୃଷ୍ଟି ହୋଇଛି ।

FILE

ଆଗାମୀ ୩ ଦିନ ଭିତରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହା ଉତ୍ତର ପଞ୍ଜାବରୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଦେଇ ହରିୟାଣା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ଉତ୍ତର ଉପକୂଳ ଓଡ଼ିଶା ଉପରେ ରହିଛି । ପାଣିପାଗ ବିଭାଗ ଏହା ଉପରେ ନଜର ରଖିଛି । ଅନ୍ୟପଟେ ଓଡ଼ିଶାରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ।

FILE

ଉପୂକଳ ଓଡ଼ିଶାର କେତକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାର ବର୍ଷା ସମ୍ଭାବନା ରହିଛି ।

ମେ ୨୦ରେ ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ରାଜ୍ୟର ୪ ଜିଲ୍ଲା ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏବେ ପୁଣି ଆଉ ଏକ ବାତ୍ୟା ଆଶଙ୍କାକୁ ନେଇ ଆତଙ୍କିତ ଉପକୂଳ ଓଡ଼ିଶାବାସୀ । ତେବେ, ବାତ୍ୟା ନେଇ ଆସନ୍ତା ୩ ଦିନ ପରେ ପ୍ରକୃତ ଚିତ୍ର ଜଣାପଡ଼ିବ  ।

ଉତ୍ତର ଓଡିଶାରେ ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ନିଜ ସୈନିକଙ୍କ ମୃତ୍ୟୁକୁ ସ୍ୱୀକାର ନକରିବା ପାଇଁ ସାଧାରଣ ନାଗରିକଙ୍କ ଟାର୍ଗେଟରେ ଚୀନ ସରକାର

ନୂଆଦିଲ୍ଲୀ: ମୃତ କିମ୍ୱା ଆହତ ଯବାନଙ୍କ ତଥ୍ୟ ନଦେବା ହେତୁ ଚୀନ ସରକାର ନିଜ ନାଗରିକଙ୍କ ଦ୍ୱାରା ସମାଲୋଚନାର ଶୀକାର ହେଉଛନ୍ତି । ଚୀନବାସୀ ଏକଛାତ୍ରବାଦୀ ଶାସକ ଜିଙ୍ଗ୍ ପିଂଙ୍କୁ ଏନେଇ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିବା ଆରମ୍ଭ କଲେଣି । ଗତ ୧୫ ତାରିଖରେ ଗଲୱାନା ଘାଟିରେ ଭାରତ –ଚୀନ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଚୀନର ଅନେକ ଯବାନ ମଧ୍ୟ ଆହତ କିମ୍ୱା ନିହତ ହୋଇଛନ୍ତି । ମାତ୍ର ଚୀନ ଏଯାଏଁ ସରକାରୀ ସ୍ତରରେ ଗୋଟିଏ ହେଲେ ଚୀନ୍ ଯବାନଙ୍କ ମୃତ୍ୟୁ କିମ୍ୱା ଆହତ ଖବର ପକାଶ କରିନାହିଁ। ଚୀନ ସରକାରଙ୍କର ଏଭଳି ଆଭିମୁଖ୍ୟକୁ ଚୀନର ନାଗରିକମାନେ ବିରୋଧ କରିବା ସହ ଏହି ପ୍ରସଙ୍ଗରେ ଭାରତର ପ୍ରଶଂସା କରିବାକୁ ମଧ୍ୟ ପଛାଇ ନାହାନ୍ତି ।

People’s Liberation Army soldiers march

ଜଣେ ଚୀନ ନାଗରିକ ଗଲବାନରେ ଆହତ କିମ୍ୱା ମୃତ ଯବାନଙ୍କ ସମ୍ୱନ୍ଧିତ ସବିଶେଷ ତଥ୍ୟ ନମିଳିବା କ୍ଷୋଭରେ ଲେଖିଛନ୍ତି ଯେ ନିଜ ସୈନିକମାନଙ୍କ ସ୍ମୃତିଚାରଣ ପାଇଁ ଭାରତ  ଯଥାସମ୍ଭବ ପ୍ରଚେଷ୍ଟା କରିଛି । ଭାରତ ସରକାରଙ୍କ ପକ୍ଷରୁ ହେଉଥିବା ସ୍ମୃତି କାର୍ଯ୍ୟକ୍ରମ ସାରା ଦେଶର ସେମାନଙ୍କ ସୈନିକମାନଙ୍କ ପ୍ରତି ଥିବା ଉଚ୍ଚ ସମ୍ମାନ ଓ ଧ୍ୟାନକୁ ଦର୍ଶାଉଛି । ହେଲେ ଆମ କ୍ଷେତ୍ରରେ କ’ଣ ଘଟୁଛି? କାହିଁକି ଆମେ ସାର୍ବଜନୀନ ଭାବେ ଏକ ସ୍ମୃତି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିପାରୁ ନାହେଁ ? ଚୀନ ସେନାରେ କ’ଣ କେହି ଜଣେ ହେଲେ ମଧ୍ୟ ନିହତ ନୁହଁନ୍ତି ? ଯଦି ହଁ, ତେବେ ଆହତମାନେ ଡାକ୍ତରଖାନାରେ ପହଞ୍ଚିଲେଣି କି ନାହିଁ? ଏଭଳି ପଶ୍ନ ଏବେ ଚୀନ ସରକାରଙ୍କୁ ତାହାର ନାଗରିକମାନେ ହିଁ ପଚାରୁଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ, ଚୀନର ଗଣମାଧ୍ୟମ ଚୀନ ସରକାରଙ୍କ ଦ୍ୱାରା ସିଧାସଳଖ ଭାବେ ପରିଚାଳିତ ହେଉଥିବା ହେତୁ ଗଣମାଧ୍ୟମରେ ଏବାବଦରେ ଆଲୋଚନା ହେଉନି । ଏଣୁ ସାଧାରଣ ଲୋକେ ବାଧ୍ୟ ହୋଇ ସାମାଜିକ ଗଣମାଧ୍ୟମରେ ପଶ୍ନ କରୁଛନ୍ତି । ସରକାରୀ ସ୍ତରରେ ଗଲବାନ ସଂଘର୍ଷ ନେଇ ଅଲୋଚନା ନହେବା ଓ ସରକାର ମୃତକଙ୍କ ନାମ ଘୋଷଣା ନକରି ସେମାନଙ୍କୁ ସେମାନଙ୍କ ମର୍ଯ୍ୟାଦାରୁ ବଞ୍ଚିତ କରିବା ଓ ତଥ୍ୟ ସାର୍ବଜନୀନ ନହେବା ଭଳି ଅଭିଯୋଗ ଚୀନ ସରକାରଙ୍କ ବିରୋଧରେ ଗତ କିଛି ଦିନ ବଢିବାରେ ଲାଗିଛି ।

ସୁପ୍ରିମ୍‌କୋର୍ଟ ଅନୁମତି ଦେବା ପରେ, ରଥଯାତ୍ରା ନେଇ ଜାତୀୟ ଗଣମାଧ୍ୟମରେ କେମିତି ଚାଲିଛି ଚର୍ଚ୍ଚା ? ଜାଣିବା ପାଇଁ ପଢ଼ନ୍ତୁ…

ପୁରୀରେ ରଥଯାତ୍ରାକୁ ନେଇ ସୁପ୍ରିମ୍‌କୋର୍ଟ ଅନୁମତି ଦେବା ପରେ ଏବେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ରଥଯାତ୍ରା ହେଲେ ଅତି କମ୍‌ରେ ୧୦ ଲକ୍ଷ ଲୋକ ରୁଣ୍ଡ ହୁଅନ୍ତି ପୁରୀ ବଡ଼ ଦାଣ୍ଡରେ । ଏହି ଜନ ସମୁଦ୍ରକୁ ରୋକିବା ପାଇଁ ସୁପ୍ରିମ୍‌କୋର୍ଟ ପ୍ରଥମେ ରଥଯାତ୍ରା ପାଳନ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଲୋକଙ୍କ ଭାବ ସହ ଜଡ଼ିତ ଥିବାରୁ  ଏବଂ କାହିଁ କେଉଁ କାଳରୁ ଚାଲିଆସୁଥିବା ଏହି ପରମ୍ପରାକୁ ଦୃଷ୍ଟିରେ ରଖି ପୁଣି ସୁପ୍ରିମ୍‌କୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ହେଲେ ଏହି ଅନୁମତି ଦେବା ସହ ଅନେକ ସର୍ତ୍ତ ମଧ୍ୟ ରଖିଛନ୍ତି ସୁପ୍ରିମ୍‌କୋର୍ଟ । ଖାଲି ସେତିକି ନୁହେଁ ରାଜ୍ୟ ସରକାର ଚାହିଁଲେ ରଥଯାତ୍ରାକୁ ବନ୍ଦ କରିପାରିବେ ବୋଲି ମଧ୍ୟ କହିଛନ୍ତି ସୁପ୍ରିମ୍‌କୋର୍ଟ ।

 Ratha Yatra Supreme Court

 କରୋନା ମହାମାରୀ ସମୟରେ ରଥଯାତ୍ରା ନକରିବାକୁ ସୁପ୍ରିମ୍‌କୋର୍ଟ ଥରେ ନିର୍ଦ୍ଦେଶ ଦେଇଥିବା ବେଳେ ପୁଣି ଏଥିପାଇଁ ଅନୁମତି ଦେଇଛନ୍ତି । ତେବେ ଏହି ଅନୁମତି ପରେ ଏବେ ଜଗନ୍ନାଥ ପ୍ରେମୀଙ୍କ ମହଲରେ ଖୁସିର ମାହୋଲ ଖେଳିଯାଇଛି ।

Ratha Yatra Supreme Court

ହେଲେ କରୋନା ମହାମାରୀ ଭଳି ପରିସ୍ଥିତିରେ ରଥଯାତ୍ରାକୁ ସୁପ୍ରମ୍‌କୋର୍ଟ କିଭଳି ଅନୁମତି ଦେଲେ ସେନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ବେଶ ଚର୍ଚ୍ଚା ଚାଲିଛି । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ନବଭାରତ ଟାଇମ୍ସ ତା’ର ୱେବ୍ ଏଡିସନରେ ଲେଖିଛି ଯେ, ରଥଯାତ୍ରାକୁ ସୁପ୍ରିମ୍‌କୋର୍ଟ ଅନୁମତି ଦେଲେ, ହେଲେ ଅନେକ ସର୍ତ୍ତ ରଖିଲେ । 

national media

 ଏହାସହ ଆଜତକର  ହେଡିଂ ରହିଛି ‘ଜଗନ୍ନାଥଙ୍କ ରଥଯାତ୍ରାକୁ ସୁପ୍ରିମ୍‌କୋର୍ଟ ସବୁଜ ସଙ୍କେତ ଦେଲେ,  ଅନେକ ସର୍ତ୍ତ ସହ ଅନୁମତି ’

national media

ସେହିଭଳି ଆଉ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରର ଶୀର୍ଷକ ରହିଛି ଯେ ‘ରଥଯାତ୍ରାକୁ ସୁପ୍ରମ୍‌କୋର୍ଟ ସର୍ତ୍ତମୂଳକ ଅନୁମତି ଦେଲେ, ସେପଟେ ରାଜ୍ୟ ସରକାରଙ୍କୁ ବନ୍ଦ କରିବାକୁ ଅଧିକାର ବି ଦେଲେ ।’ ତେବେ ଏହାର ଅର୍ଥ ହେଉଛି ରାଜ୍ୟ ସରକାର ଚାହିଁଲେ ରଥଯାତ୍ରା ବନ୍ଦ କରିପାରିବେ । ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରାଜ୍ୟ ସରକାର ରଥଯାତ୍ରା ପାଇଁ ପଦକ୍ଷେପ ନେଇପାରିବେ ।

national mediaରଥଯାତ୍ରାକୁ ନେଇ ହିନ୍ଦୁସ୍ତାନର ହେଡଲାଇନ୍ ଥିଲା, ‘ପୁରୀ ଜଗନ୍ନାଥ ରଥଯାତ୍ରାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଦଳିଲା ଫୈସଲା, ଏବେ ସର୍ତ୍ତମୂଳକ ଭାବେ ଦିଆଗଲା ଅନୁମତି’ ।

national media

ହିନ୍ଦୁସ୍ତାନ ଟାଇମ୍ସ ଲେଖିଛି, ‘ରଥଯାତ୍ରା ନେଇ ସୁପ୍ରମିକୋର୍ଟ ମନ୍ଦିର‌ ପ୍ରଶାସନକୁ ଦେଲେ ଦାୟିତ୍ୱ, ରାଜ୍ୟ ସରକାର ନେବେ ନିଷ୍ପତ୍ତି ।’ ଏହାର ଅର୍ଥ ହେଉଛି ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଳିତ ଭାବେ ଆଲୋଚନା କରି ନିଷ୍ପତ୍ତି ନେବେ ରଥ ଯାତ୍ରା କରିବେ କି ନାହିଁ । ଏହା ସହ ରଥଯାତ୍ରାକୁ ନେଇ ରହିଥିବା ସର୍ତ୍ତଗୁଡ଼ିକୁ ସେମାନେ କିଭଳି ପାଳନ କରିବେ ।‌

national media Ratha

T-ସିରିଜ୍ ମାଲିକ ଭୁଷଣ କୁମାରଙ୍କୁ କ’ଣ ପାଇଁ ଧମକ ଦେଲେ ସୋନୁ ନିଗମ ?

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ବଲିଉଡରେ ନିପୋଟିଜମକୁ ନେଇ ଚର୍ଚ୍ଚା ଜୋର ଧରିିଛି । ଏହାରି ଭିତରେ ନିକଟରେ ଗାୟକ ସୋନୁ ନିଗମ ଗୋଟିଏ ଭିିଡିଓ କରି ବଲିଉଡର ଦୁଇଟି ବଡ ମ୍ୟୁଜିକ୍ କମ୍ପାନୀ ଓ ତାର ମାଲିକଙ୍କୁ ଟାର୍ଗେଟ୍ କରିଥିଲେ । ଏହି ଦୁଇ କଂପାନୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ମାଫିଆରାଜ୍ ଚଳାଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ତାଙ୍କ ନିଶାନାରେ ଟି-ସିରିଜ୍ ଓ ଏହାର ମାଲିକ ଭୁଷଣ କୁମାର ଥିଲେ କିନ୍ତୁ ସେ ଭୁଷଣଙ୍କ ନାମ ନେଇନଥିଲେ । କିନ୍ତୁ ସୋମବାର ଆଉ ଗୋଟିଏ ଭିଡିଓ ଜାରି କରି ସେ ଭୁଷଣଙ୍କୁ ସିଧା ସଳଖ ଟାର୍ଗେଟ୍ କରିଛନ୍ତି । ସୋନୁ ଏହି ଭିଡିଓରେ ମଡେଲ ମରୀନ କୁଂଅରଙ୍କ ନାମ ନେଇ ଭୁଷଣଙ୍କୁ ଧମକ ଦେଇଛନ୍ତି ଯେ, ଯଦି ସେ ତାଙ୍କ ସହ ଲାଗନ୍ତି ତେବେ ମରୀନାଙ୍କ ଭିଡିଓ ୟୁଟ୍ୟୁବରେ ସେୟାର କରିବେ ।

ବଲିଉଡ ଗାୟକ ସୋନୁ ନିଗମ ଓ ଟି-ସିରିଜ କମ୍ପାନୀ ମାଲିକ ଭୂଷଣ କୁମାରଙ୍କ ମଧ୍ୟରେ ଥିବା ମଦଭେଦ ସାମ୍ନାକୁ ଆସିଛି । ଏକ ଭିଡିଓ ଜାରି କରି ସୋନୁ ନିଗମ ଭୂଷଣ କୁମାରଙ୍କୁ ଧମକ ଦେବା ସହ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ନକରିବା ପାଇଁ ଚେତାଇ ଦେଇଛନ୍ତି । ଭିଡିଓରେ ସୋନୁ କହିଛନ୍ତି ଯେ ଏବେ ମୋତେ ବାଧ୍ୟ ହୋଇ ନାଁ ନେବାକୁ ପଡ଼ିବ । ମୁଁ ତମେ କହି ସମ୍ମାନ ମଧ୍ୟ ଦେବାକୁ ଚାହୁଁନି । ଭୁଲ ଲୋକ ସହ ପଙ୍ଗା ନେଇ ସାରିଛ । ଏହାବ୍ୟତୀତ ମଡେଲ ମରିନା କୁଅଁର ଓ ଭୂଷଣ କୁମାରଙ୍କର ସମ୍ପକକୁ ନେଇ ବିବାଦୀୟ ଭିଡିଓ ଜାରି କରିବା ପାଇଁ ମଧ୍ୟ ସୋନୁ ଭୂଷଣଙ୍କୁ ଧମକ ଦେଇଛନ୍ତି ।

sonu-bhushan conflict

ସୋନୁଙ୍କ ଅନୁସାରେ ଭୂଷଣ ଇଣ୍ଡଷ୍ଟ୍ରୀର ୬ ଜଣ ପ୍ରତିଷ୍ଠିତ ଗାୟକଙ୍କୁ ତାଙ୍କ ବିରୋଧରେ କହିବାକୁ ଉସକାଉଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁଲିଗଲୁଣି ଯେ, ଦିନେ ମୋ ଘରକୁ ଆସି କହୁଥିଲୁ ଭାଇ ମୋ ଆଲବମ୍ କରିଦିଅ, ଭାଇ ଦିବାନା କରିଦିଅ, ଭାଇ ମୋତେ ସାହରାଶ୍ରୀଙ୍କ ସହ ଭେଟ କରାଇଦିଅ.. ଭାଇ ବାଲ ଠାକରେଙ୍କ ସହ ଭେଟ କରାଇ ଦିଅ.. ଭାଇ ଆବୁ ସାଲେମଠୁ ବଂଚାଇ ଦିଅ.. ମନେ ଅଛି ତ’.. ମୁଁ ତତେ ଏବେ କହୁଛି ମୋ ସହ ଲାଗନି.. ମରୀନା କୁଂଅର ମନେ ଅଛି ତ, ସେ କ’ଣ କହୁଥିଲା ? ତା’ ଭିଡିଓ ମୋ ପାଖରେ ଅଛି.. ତୁ ଯଦି  ମୋ ସହ ଲାଗୁ ତେବେ ତା’ର ଭିଡିଓକୁ ମୁଁ ୟୁଟ୍ୟୁବରେ ଅପଲୋଡ୍ କରିଦେବି ।

ପୂର୍ବରୁ ଗୁରୁବାର ଦିନ ସୋନୁ ଏକ ଭିଡିଓ ଜାରି କରି ସେଥିରେ ସଙ୍ଗୀତ ଜଗତରେ ଚାଲିଥିବା ଏକଛତ୍ରବାଦ ଓ ପକ୍ଷପାତିତା ସମ୍ପକର୍ରେ ଦଶର୍କଙ୍କୁ ଅବଗତ କରାଇଥିଲେ । ଭିଡିଓରେ ସେ କହିଥିଲେ ଯେ, ପୁରା ସଙ୍ଗୀତ ଜଗତ କେବଳ ଦୁଇଟି ପ୍ରମୁଖ ସଙ୍ଗୀତ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି । ସଙ୍ଗୀତ ଜଗତରେ ଏଭଳି ଅନେକ ମାଫିଆ କାମ କରୁଛନ୍ତି ଯେଉଁମାନେ ସଙ୍ଗୀତକୁ ବ୍ୟବସାୟରେ ପରିଣତ କରିସାରିଲେଣି । ସେ କୌଣସି ନିର୍ଦ୍ଦିଷ୍ଟ ସଙ୍ଗୀତ କମ୍ପାନୀର ନାମ ନନେଇ କେବଳ ନୂଆ କରି ବଲିଉଡକୁ ଆସୁଥିବା କଳାକର ଓ ଗାୟକ/ ଗାୟିକାଙ୍କ ସହ ଭଲ ବ୍ୟବହାର କରିବାକୁ ସଙ୍ଗୀତ କମ୍ପାନୀଗୁଡିକୁ ନିବେଦନ କରିଥିଲେ । ମାତ୍ର ଏବେ ତାଙ୍କ ଅଭିଯୋଗ ଏହା ଯେ ଟି-ସରିଜ ମାଲିକ ଭୂଷଣ କୁମାର ତାଙ୍କ ବିରୋଧରେ ଚକ୍ରାନ୍ତ କରିବା ସହ ତାଙ୍କ ପ୍ରିୟଜନମାନଙ୍କୁ ତାଙ୍କ ବିରୋଧ କହିବାକୁ ପ୍ରବର୍ତ୍ତାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବଲିଉଡ ତାରକା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ବଲିଉଡର ଅନେକ ଗୁମର ସାର୍ବଜନୀନ ହେଉଛି ।

ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ହଁ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ବଡ଼ଦାଣ୍ଡରେ ଗଡ଼ିବ ଭାବ ବିନୋଦିଆଙ୍କ ନନ୍ଦିଘୋଷ । ରତ୍ନ ସିଂହାସନରୁ ଜନ୍ମବେଦୀକୁ ଯିବେ ଶ୍ରୀଜିଉ । ମହାମାରୀ କରୋନା ଭିତରେ ପୁରୀରେ ଗଡ଼ିବ ରଥ । ଏନେଇ ସୁପ୍ରିମକୋର୍ଟ ସବୁଜ ସଂକେତ ଦେଲା ପରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ‘ଜୟ ଜଗନ୍ନାଥ’ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ଅପରାହ୍ଣ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

କେବଳ ପୁରୀରେ ହେବ ରଥଯାତ୍ରା

ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ ଆଉ କେତେ ରହିଲେ ସକ୍ରିୟ

ରାଜ୍ୟରେ ଆଉ ୧୪୩ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୧୪୩ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ୩୮୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ୧୪୩ ମଧ୍ୟରେ ଗଜପତିରୁ ୧୮ ଜଣ ରହିଥିବା ବେଳେ ବରଗଡ଼ରୁ ୧୫ ଜଣ, ମାଲକାନଗିରିରୁ ୧୫ ଜଣ, ପୁରୀରୁ ମଧ୍ୟ ୧୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବଲାଙ୍ଗିରରୁ ୧୨ ଜଣ, କଟକରୁ ୧୦ ଜଣ, ଖୋର୍ଦ୍ଧାରୁ ୯ ଜଣ, ମୟୁରଭଞ୍ଜରୁ ୮ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ କେନ୍ଦ୍ରାପଡ଼ାରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ଢ଼େଙ୍କାନାଳ ସମ୍ବଲପୁରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖାଲି ସେତିକି ନୁହେଁ ଭଦ୍ରକ, ବୌଦ୍ଧ, ଜଗତସିଂହପୁର, ଯାଜପୁର ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି କନ୍ଧମାଳନ ଓ କେନ୍ଦୁଝରରୁ ମଧ୍ୟ ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ସୁନ୍ଦରଗଡ଼ରୁ ସୁସ୍ଥ ହୋଇଛନ୍ତି ।

ତେବେ ରାଜ୍ୟରେ ଏବେ ସୁଦ୍ଧା ୫,୩୦୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ସେଥିମଧ୍ୟରୁ ୩,୮୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୧୯ଟି ମାମଲା ଏବେ ସକ୍ରିୟ ରହିଛି । ଅନ୍ୟପଟେ ୧୫ରୁ ଅଧକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

କେବଳ ପୁରୀରେ ହେବ ରଥଯାତ୍ରା

ପୁରୀ: ଭାବ ରଖିଲା ଭାବ ବିନୋଦିଆ । ଘର ଘର ନାଦରେ ବଡ଼ଦାଣ୍ଡରେ ଗଡ଼ିବ ନନ୍ଦିଘୋଷ ରଥ । କୋଭିଡ୍ କଟକଣା ମାନି ଶ୍ରୀକ୍ଷେତ୍ର ପୁରୀରେ ହେବ ରଥଯାତ୍ରା । ସୁପ୍ରିମକୋର୍ଟର ପ୍ରଧାନବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ କେବଳ ପୁରୀରେ ରଥଯାତ୍ରାକୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ କମିଟି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ରଥ ଟଣା ହେବ । କରୋନା ସଂକ୍ରମଣ ଆଶଙ୍କା ଥିବାରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବ ସ୍ୱାସ୍ଥ୍ୟ ବିଭାଗ । ତେବେ, ସ୍ଥିତି ଅସମ୍ଭାଳ କିମ୍ବା ପରିସ୍ଥିତି ନିୟନ୍ତ୍ରଣାଧିନ ନଥିବା ଅନୁଭବ କଲେ ରାଜ୍ୟ ସରକାର ରଥଯାତ୍ରାକୁ ବାତିଲ୍ କରିପାରିବେ ରାୟରେ କହିଛନ୍ତି ସୁପ୍ରିମକୋର୍ଟ ।

ପୁରୀରେ କର୍ଫ୍ୟୁ ଲଗାଯାଇ ରଥଯାତ୍ରା ହେବେ । ବଡ଼ଦାଣ୍ଡକୁ କୌଣସି ଭକ୍ତ ଆସିବେ ନାହିଁ । ଟେଲିଭିଜନରେ ସିଧା ପ୍ରସାରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଉଥିବା ବେଳେ ନେଗେଟିଭ୍ ରିପୋର୍ଟ ଆସିଥିବା ସେବାୟତ ରଥଟଣାରେ ସାମିଲ୍ ହେବେ ।

ରଥଯାତ୍ରା ହେବ କି ନାହିଁ ? ଆରମ୍ଭ ହେଲା ଶୁଣାଣି

ପୁରୀରେ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି

ନୂଆଦିଲ୍ଲୀ: ବଡ଼ଦାଣ୍ଡରେ ଗଡ଼ିବ ତିନିରଥ । ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ପୁରୀରେ ରଥ ଯାତ୍ରା ନେଇ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ପୁରୀରେ କର୍ଫ୍ୟୁ ମଧ୍ୟରେ ହେବ ରଥଯାତ୍ରା । କୋଟି କୋଟି ଭକ୍ତଙ୍କ ପ୍ରାର୍ଥନାର ପଣ ରଖିଲେ ଭାବର ଠାକୁର । ରଥଯାତ୍ରା ପାଇଁ କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଶ୍ରୀମନ୍ଦିର ଭିତରୁ ରଥକୁ ଛୁଟି ଆସିବେ ବଡ଼ ଠାକୁର ବଳଭଦ୍ର, ସାନ ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥ । ରଥାରୂଢ଼ ବେ ଚତୁର୍ଦ୍ଧା ମୂର୍ତ୍ତି ।

କରୋନା ପାଇଁ ରଥଯାତ୍ରା ହେବ କି ନାହିଁ ଆଶଙ୍କା ରହିଥିଲା । ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିକୋର୍ଟରେ ପହଞ୍ଚିଥିଲା ରଥଯାତ୍ରା ମାମଲା । ପ୍ରଥମେ ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ହେବନି ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଆଜି ପୁନର୍ବାର ରିଭ୍ୟୁ ପିଟିସନ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ କରାଯାଇଥିଲା ।

ରଥଯାତ୍ରା ହେବ କି ନାହିଁ ? ଆରମ୍ଭ ହେଲା ଶୁଣାଣି

ଚୀନ୍‌ କହୁଛି ଭାରତୀୟ ଗରିଲା ଫାଇଟର ଆମେରିକା-ରୁଷଠାରୁ ବି ଭୟଙ୍କର…!

ନୂଆଦିଲ୍ଲୀ: ଗଲବାନ ଘାଟିରେ ଭାରତର ୨୦ ଜଣ ସୈନିକ ସହିଦ ହେବା ପରଠାରୁ ସେଠାକାର ପରିସ୍ଥିତି ଭଲ ନାହିଁ । ଲଦାଖରେ ଭାରତୀୟ ସେନାକୁ ଏଲ୍‌ଏସିରେ ଆର୍ଲଟ କରିଦିଆଯାଇଛି । ଏହି ମଧ୍ୟରେ ୩୪୮୮ କିଲୋମିଟର ବିଶିଷ୍ଟ ଲମ୍ବା LACରେ ମାଉଣ୍ଟେନ ଫୋର୍ସକୁ ମୁତୟନ ମଧ୍ୟ କରିଛି ଭାରତ । ଏହି ମାଉଣ୍ଟେନ୍‌ ଫୋର୍ସ ହେଉଛି ସେନାର ସେହି ଟିମ୍‌ ଯିଏ କି, ପାହାଡ଼ ଉପରୁ ଶତ୍ରୁଙ୍କ ଉପରେ ନଜର ରଖିବ । କୁହାଯାଉଛି ଯେ, ଚୀନ୍‌ ସେନାକୁ ମୁହଁ ତୋଡ଼ ଯବାବ ଦେବା ପାଇଁ ଏହି ସେନାକୁ ଏଠାରେ ନିୟୋଜିତ କରାଯାଇଛି ।

Indian Army ମାଉଣ୍ଟେନ୍‌ ଫୋର୍ସ କ’ଣ ?

ସୀମରେ ମୁତୟନ ହୋଇଥିବା ଏହି ମାଉଣ୍ଟେନ୍‌ ଫୋର୍ସ ଗୋରିଲା ଯୁଦ୍ଧରେ ମାହିର । ଖରାପ ଏବଂ ବିପଦପୂର୍ଣ୍ଣ ସ୍ଥିତିରେ ମଧ୍ୟ ସେମାନେ ଶତ୍ରୁକୁ କଡ଼ା ଜବାବ ଦେବାରେ ସିଦ୍ଧହସ୍ତ । ବିଶେଷ କରି ସେମାନଙ୍କୁ ପାହାଡ଼ ଉପରେ ଯୁଦ୍ଧ କରିବା ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଥାଏ । ୧୯୯୯ ର କାର୍ଗିଲ ଯୁଦ୍ଧରେ, ମାଉଣ୍ଟେନ୍ ଫୋର୍ସ ପାକିସ୍ତାନୀ ସୈନିକମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲା । ଚୀନ୍ ବିଶେଷଜ୍ଞ ମାନେ ମଧ୍ୟ ଏହା ସ୍ୱୀକାର କରିଛନ୍ତି ଯେ, ଭାରତୀୟ ପାହାଡ଼ି ସେନା ଆମେରିକା କିମ୍ବା ଋଷ ସେନାଠାରୁ ଅଧିକ ଶକ୍ତିଶାଳୀ । ଆମେରିକା କିମ୍ବା ଋଷ ପାଖରେ ବି ନାହିଁ ଏଭଳି ଶକ୍ତିଶାଳୀ ମାଉଣ୍ଟେନ୍‌ ଫୋର୍ସ ।

Indian Army

ସୁଟିଂରେ ମାଷ୍ଟର

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜଣେ ପୂର୍ବତନ ସେନା ମୁଖ୍ୟ କହିଛନ୍ତି ଯେ, ମାଉଣ୍ଟେନ୍ ଫୋର୍ସର ଟାର୍ଗେଟ୍ ଅଧିକାଂଶ ସମୟରେ ସଠିକ୍‌ ଥାଏ । ଏମାନଙ୍କର ଟାର୍ଗେଟ୍‌ କେବେ ମିସ୍‌ ହୋଇନଥାଏ । ଏହି ଫୋର୍ସରେ ଅଧିକାଂଶ ଉତ୍ତରପ୍ରଦେଶ, ଲଦାଖ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ସୈନିକମାନଙ୍କୁ ସ୍ଥାନ ଦିଆଯାଇଥାଏ । ଚୀନ୍‌ର ଅଞ୍ଚଳ ଟିକେ ସମତଳ କିନ୍ତୁ ଭାରତ ସୀମାରେ କେବଳ ପାହାଡ଼ ପର୍ବତ ରହିଛି ଏବଂ ଏଠାରେ ଚଳପ୍ରଚଳ କରିବା ବହୁତ କଷ୍ଟଦାୟକ । ଏଭଳି ପରିସ୍ଥିତିରେ ସେନା ପାଇଁ ଆଗକୁ ବଢ଼ିବା ସହଜ ନୁହେଁ । କିନ୍ତୁ ମାଉଣ୍ଟେନ୍ ଫୋର୍ସ ଏହାକୁ ଅତି ସହଜରେ ଅତିକ୍ରମ କରିପାରିବ ଏବଂ ପୁରା ଇଲାକାକୁ ନିଜ ନିୟନ୍ତ୍ରଣରେ ରଖିପାରିବ ।

Indian Army

ମନମୋହନ ସିଂହଙ୍କ ଉପରେ ଜେପି ନଡ୍ଡାଙ୍କ ପାଲଟା ଆକ୍ରମଣ, ୟୁପିଏ ସରକାରର ବିଫଳତାକୁ ମନେ ପକାଇଦେଲେ ବିଜେପି ମୁଖ୍ୟ

ନୂଆଦିଲ୍ଲୀ:  ଚୀନ୍ ଭାରତ ସୀମା ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଇଥିବା ବୟାନକୁ ନେଇ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମନମୋହନଙ୍କ ଉପରେ ପାଲଟା ଆକ୍ରମଣ କରି ସେ କହିଛନ୍ତି ଯେ, ମନମୋହନ ସିଂହଙ୍କ ବୟାନ ଶବ୍ଦର ଖେଳ । ମନମୋହନଙ୍କ ୟୁପିଏ ସରକାର ଅମଳରେ ଭାରତୀୟ ଭୂମି ଚୀନକୁ ଛାଡି ଦିଆଯାଇଥିଲା ବୋଲି ସେ କହିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜବାବ ଦେଇ ଜେପି ନଡ୍ଡା ଟ୍ୱିଟ୍ କରିଛନ୍ତି । ମନମୋହନ ସିଂହ ତାଙ୍କ ଲିଖିତ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପଦେଶ ଦେଇ କହିଥିଲେ ଯେ, ମିଥ୍ୟା ଆଡ଼ମ୍ବର ଦ୍ୱାରା ସତ୍ୟକୁ ଲୁଚା ଯାଇପାରିବ ନାହିଁ ।

ମନମୋହନ ଏଭଳି ଅନେକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ଯାହାର ଜବାବ ଦେଇ ନଡ୍ଡା କହିଛନ୍ତି ଯେ, ଏହା ଶବ୍ଦର ଖେଳ ଓ କୌଣସି ଭାରତୀୟ ଏହା ଉପରେ ବିଶ୍ୱାସ କରିପାରିବେ ନାହିଁ । ସେ ଆହୁରି କହିଛନ୍ତି ଯେ, ଏହା ସେହି କଂଗ୍ରେସ ଦଳ, ଯିଏ ସବୁବେଳେ ଆମ ସେନାକୁ ନେଇ ପ୍ରଶ୍ନ ଉଠାଇ ଆସିଛିି ଓ ସେମାନଙ୍କ ମନୋବଳ କମ୍‌ କରିଛି ।

ଜେପି ନଡ୍ଡା ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ମନମୋହନ ସିଂହ ସେହି ଦଳର ଅଟନ୍ତି ଯିଏ, ୪୩୦୦୦ କିଲୋମିଟର ଭାରତୀୟ ଭୂମି ଚାଇନାକୁ ସମର୍ପଣ କରିଥିଲେ  । ୟୁପିଏ ସରକାର ସମୟରେ ଏକ ଖରାପ ରଣନୀତି ଦେଖିବାକୁ ମିଳିଥିଲା । ବିନା ଯୁଦ୍ଧରେ ଭାରତୀୟ ଜମି ଚୀନକୁ ଦିଆଯାଇଥିଲା । ଏହା ବ୍ୟତୀତ ଜେପି ନଡ୍ଡା ଲେଖିଛନ୍ତି, ସମସ୍ତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରନ୍ତି ଏବଂ ସମର୍ଥନ କରନ୍ତି । ପରୀକ୍ଷା ସମୟରେ୧୩୦ କୋଟି ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଦେଖିଛନ୍ତି, ସେ ସର୍ବଦା ଦେଶକୁ ଶୀର୍ଷରେ ରଖିଛନ୍ତି ।