spot_img
Home Blog Page 6949

ବଜ୍ରକାପ୍ତା ଉଦ୍ଧାର କଲେ ଆଠଗଡ଼ ରେଞ୍ଜର

କଟକ: ଆଠଗଡ଼ ରେଞ୍ଜ ସଦର ସେକ୍ସନ ବୁଦ୍ଧିଆ ପାଟଣା ଗାଁରୁ ବଜ୍ରକାପ୍ତା ଉଦ୍ଧାର। କୂଅ ଭିତରୁ ବଜ୍ରକାପ୍ତା ଉଦ୍ଧାର କଲେ ଆଠଗଡ଼ ରେଞ୍ଜର।

ବଜ୍ରକାପ୍ତା ଟି ପାଖ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ ପାଇଁ ଆସି କୂଅରେ ପଡ଼ିଥିବା ବେଳେ ସକାଳୁ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା ଆଠଗଡ଼ ବନ ବିଭାଗ । ଉଦ୍ଧାର ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ଭଲଥିବା ଜଣାପଡ଼ିଛି। ଉଦ୍ଧାର ପରେ ତାକୁ ଜଙ୍ଗଲରେ ଛାଡ଼ିଦିଆଯାଇଛି।

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯ଲକ୍ଷ ପାର୍

କରୋନା ମାହାମାରୀ ସାରା ବିଶ୍ୱରେ ତା ବିଧ୍ୱଂସାବଶେଷ ଜାରି ରଖିଛି । ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । ୱାର୍ଲ୍ଡୋମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୮୯ ଲକ୍ଷରୁ ଅଧିକ ଲୋକ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏଥି ସହିତ, ଏହି ସଂକ୍ରମଣର ମୃତ୍ୟୁ ସଂଖ୍ୟା ଚାରି ଲକ୍ଷ ୬୬ ହଜାରରୁ ଅଧିକ ହୋଇଛି। ତେବେ ଏହି ଭାଇରସରେ ଅଧିକ ପ୍ରଭାବିତ କରିଛି ଆମେରିକାକୁ । ଏପର୍ଯ୍ୟନ୍ତ ଏଠାରେ ମହାମାରୀ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ପାଞ୍ଚ ହଜାରରୁ ଅଧିକ ମୃତ୍ୟୁ

ସମଗ୍ର ବିଶ୍ୱରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ପାଞ୍ଚ ହଜାରରୁ ଅଧିକ ପ୍ରାଣ ନେଇସାରିଲାଣି । ଏଥି ସହିତ ଗତ ୨୪ଘଣ୍ଟାରେ  ଦୁଇ ଲକ୍ଷରୁ ଅଧିକ ଲୋକ ଏହି ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ଖୁସି ଖବର ହେଉଛି ଦିନକୁ ଦିନ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ସେହିଭଳି ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୪୭ ଲକ୍ଷ ୩୮ ହଜାର ୫୪୨ ଲୋକ ଏହି ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି ।

କେଉଁଠାରେ କେତେ ସଂକ୍ରମିତ କେତେ ମୃତ ?

କରୋନା ଏବେ ସାରା ବିଶ୍ୱରେ ତା ଭୟଙ୍କର ରୂପ ଦେଖାଇସାରିଛି । ଆଉ ଆମେରିକା ଏବେ ମାହାମାରୀ ବିରୁଧରେ ସଂଘର୍ଷ କରିଚାଲିଛି । ଏହି ସଂକ୍ରମଣ କାରଣରୁ ଏପର୍ଯ୍ୟନ୍ତ  ସୁଧା ଆମେରିକାରେ ୨୩ ଲକ୍ଷ ୩୦ ହଜାର  ୫୮୭ଲୋକ ସଂକ୍ରମିତ ହୋଇଛନ୍ତି। ଆମେରିକାରେ କରୋନା ସଂକ୍ରମଣ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ଘଣ୍ଟାରେ ଏଠାରେ ୩୬ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିସହ ୫୦୦ରୁ ଅଧିକ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଆମେରିକା ପରେ ବ୍ରାଜିଲ ହେଉଛି ଦ୍ୱିତୀୟ ଦେଶ, ଯେଉଁଠାରେ କରୋନା ସଂକ୍ରମଣର ସଂଖ୍ୟା ୧ ମିଲିୟନ ଅତିକ୍ରମ କରିଛି । ବ୍ରାଜିଲରେ ଏହି ମହାମାରୀ ଦ୍ୱାରା ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଆମେରିକା: ମାମଲା – ୨୩,୩୦,୫୮୭ ମୃତ୍ୟୁ – ୧,୨୧,୯୮୦

ବ୍ରାଜିଲ: ମାମଲା – ୧୦,୭୦,୧୩୯ ମୃତ୍ୟୁ – ୫୦,୦୫୮

ଋଷ: ମାମଲା – ୫,୭୬,୯୫୨ ମୃତ୍ୟୁ – ୮,୦୦୨

ଭାରତ: ମାମଲା – ୪,୧୧,୭୨୭ ମୃତ୍ୟୁ – ୧୩,୨୭୭

ବ୍ରିଟେନ: ମାମଲା – ୩,୦୩,୧୧୦ ମୃତ୍ୟୁ – ୪୨, ୫୮୯

ସ୍ପେନ୍: ମାମଲା – ୨,୯୩,୦୧୮ ମୃତ୍ୟୁ – ୨୮,୩୨୨

ପେରୁ: ମାମଲା – ୨,୫୧,୩୩୮ ମୃତ୍ୟୁ – ୭,୮୬୧

ଇଟାଲୀ: ମାମଲା – ୨,୩୮,୨୭୫ ମୃତ୍ୟୁ – ୩୪,୬୧୦

ଏହି ଫିଲ୍ମ ମାଧ୍ୟମରେ ନିଜ ପ୍ରଯୋଜନା କ୍ୟାରିଅର ଆରମ୍ଭ କରିଥାନ୍ତେ ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ତାଙ୍କ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂହ ଅଭିନେତାଙ୍କୁ ନେଇ ଅନେକ ରାଜର ଖୁଲାସା କରିଛନ୍ତି । ନିକଟରେ ସନ୍ଦୀପ କହିଛନ୍ତି ଯେ, ସେ ଖୁବ ଶୀଘ୍ର ସୁଶାନ୍ତଙ୍କ ସହ ଏକ ଫିଲ୍ମ ନିର୍ମାଣ କରିଥାନ୍ତେ । ଏହି ଫିଲ୍ମ ଦ୍ୱାରା ସୁଶାନ୍ତ ନିର୍ମାତା ଭାବେ ଡେବ୍ୟୁ କରିଥାନ୍ତେ । ସନ୍ଦୀପ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ସୁଶାନ୍ତ ସିଂ ରାଜପୁତ ନଜର ଆସିଛନ୍ତି। ସେ ଲେଖିଛନ୍ତି, “ତୁମେ ମୋତେ ପ୍ରତିଶୃତି ଦେଇଥିଲ ଯେ ଆମେ ବିହାରୀ ଭାଇ ଦିନେ ଏହି ଇଣ୍ଡଷ୍ଟ୍ରିରେ ରାଜ କରିବୁ। ଆମ ଭଳି ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କୁ ପ୍ରେରଣା ସହ ସେମାନଙ୍କର ସପୋର୍ଟ ସିଷ୍ଟମ ହେବା । ଏହି ସ୍ୱପ୍ନକୁ ମୁଁ କିପରି ପୂରଣ କରିବି” । ଜଣେ ନିର୍ଦ୍ଦେଶକ ଭାବେ ସେ ନିଜ କ୍ୟାରିଅର ଆରମ୍ଭ କରିଥାନ୍ତେ ।  ଏହି ଚଳଚ୍ଚିତ୍ରଟି ରାଜ ଶାଣ୍ଡିଲିଆ ଲେଖିଛନ୍ତି ଏବଂ ସୁଶାନ୍ତ ଓ ସନ୍ଦୀପ ଏହାକୁ ଏକାଠି ପ୍ରଡ୍ୟୁସ୍ କରିଥାନ୍ତେ । ସୁଶାନ୍ତଙ୍କ ମୃତ୍ୟୁ ପରେ ସନ୍ଦୀପ ଭାଙ୍ଗି ପଡିଛନ୍ତି ।

https://www.instagram.com/p/CBqAB1nplAm/?utm_source=ig_embed

ସନ୍ଦୀପ ସୁଶାନ୍ତଙ୍କୁ ପ୍ରତିଶୃତି ଦେଇ ଲେଖିଛନ୍ତି ଯେ, ‘ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିବେ ଏବଂ ଏହା ସହିତ ସେ ନିଜ ବେଷ୍ଟ ଫ୍ରେଣ୍ଡ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ସୁଶାନ୍ତ ଲକ୍ଷ ଲକ୍ଷ ଯୁବ ପୀଢିଙ୍କ ପ୍ରେରଣା ସାଜିଥିଲେ । ସୁଶାନ୍ତ ଅନେକଙ୍କୁ ଶିକ୍ଷା ଦେଇଥିଲେ ଯେ କଠିନ ପରିଶ୍ରମ ଦ୍ୱାରା ମଣିଷ ସବୁ ସଫଳତା ହାସିଲ କରିପାରିବ’।

ଏହା ପୂର୍ବରୁ ମଧ୍ୟ ସୁଶାନ୍ତ ଓ ଅଙ୍କିତା ଲୋଖେଣ୍ଡେଙ୍କୁ ନେଇ ଏକ ଇମୋଶନାଲ ପୋଷ୍ଟ କରିଥିଲେ ସନ୍ଦୀପ । କେବଳ ଅଙ୍କିତା ହିଁ ସୁଶାନ୍ତଙ୍କୁ ବଞ୍ଚାଇପାରିଥାନ୍ତେ ବୋଲି ଲେଖିଛନ୍ତି ସନ୍ଦୀପ । କାରଣ ଅଙ୍କିତା ତାଙ୍କ ପ୍ରେମିକା, ପତ୍ନୀ, ମାଆ ଓ ସବୁଠୁ ଭଲ ବନ୍ଧୁ ଥିଲେ । ସୁଶାନ୍ତଙ୍କର ଏହି ନିଷ୍ପତ୍ତି ତାଙ୍କ ଘନିଷ୍ଠ ବନ୍ଧୁମାନଙ୍କୁ ଅନେକ କଷ୍ଟ ଦେଇଛି । ସେମାନଙ୍କ  ଏଯାଏଁ ଗ୍ରହଣ କରିପାରୁନାହାନ୍ତି ଯେ, ସୁଶାନ୍ତ ଆଉ ତାଙ୍କ ଗହଣରେ ନାହାନ୍ତି ।

 

ସୋସିଆଲ ମିଡିଆରେ ଏମିତି କିଛି କହି ଟ୍ୱିଟରକୁ ବିଦାୟ ଦେଲେ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ଷ୍ଟାଇଲିସ ଅନ୍ଦାଜ ପାଇଁ ଖୁବ ଜଣାଶୁଣା । ମଝିରେ ଅଭିନେତ୍ରୀ ଜଣଙ୍କ ‘ରାମାୟଣ’ ସହ ଜଡିତ ଏକ ପ୍ରଶ୍ନ ଉପରେ ଦେଇଥିବା ଉତ୍ତର ବିଷୟରେ ଅନେକ ଆଲୋଚନା ହୋଇଥିଲା । ତେବେ ସୋନୀକ୍ଷୀ ସିହ୍ନା ନିଜ ଟ୍ୱିଟର ଆକାଉଣ୍ଟକୁ ଡିଆକ୍ଟିଭେଟ କରି ଟ୍ୱିଟରକୁ ବିଦାୟ ଦେଇଛନ୍ତି । ଅଭିନେତ୍ରୀ ନିଜେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଅଭିନେତ୍ରୀ ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପ୍ରଥମ ପଦକ୍ଷେପ ହେଉଛି ନକାରାତ୍ମକତାଠାରୁ ଦୂରରେ ରହିବା । ଏହା ସହ ଅଭିନେତ୍ରୀ ତାଙ୍କ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ आग लगे बस्ती में, मैं अपनी मस्ती में ।

https://www.instagram.com/p/CBp5HA5AcpP/?utm_source=ig_embed

ସୋନାକ୍ଷୀ ସିହ୍ନାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଟ୍ୱିଟର ଆକାଉଣ୍ଟକୁ ଡିଆକ୍ଟିଭେଟ କରିବା ନେଇ ସୋନାକ୍ଷୀ ଲେଖିଛନ୍ତି, “ତୁମର ମାନସିକ ସ୍ୱାସ୍ଥ୍ୟକୁ ବଞ୍ଚାଇବାର ପ୍ରଥମ ପଦକ୍ଷେପ ହେଉଛି ନିଜକୁ ନକାରାତ୍ମକତାରୁ ଦୂରେଇ ରଖିବା। ଟ୍ୱିଟର ଆଜିକାଲି ସେପରି କିଛି ହୋଇଯାଇଛି। ସେଥିପାଇଁ ମୁଁ ମୋ ଆକାଉଣ୍ଟକୁ ଡିଆକ୍ଟିଭେଟ କରୁଛି । ବିଦାୟ, ଶାନ୍ତିରେ ରୁହ।”

ହଠାତ୍ ନିଆଯାଇଥିବା ଏହି ପଦକ୍ଷେପ ବିଷୟରେ ସୋନାକ୍ଷୀ ସିହ୍ନା କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାଁନ୍ତି। ଏଥି ସହିତ, ସେ ତାଙ୍କ ପୋଷ୍ଟ ସେୟାର କରିବାବେଳେ ଲେଖିଛନ୍ତି ଯେ आग लगे बस्ती में, मैं अपनी मस्ती में ।

ଜଣାଇ ରଖୁଛୁ ଯେ, ସୋନାକ୍ଷୀ ସିହ୍ନାଙ୍କ ରାମାୟଣ ବିବାଦ ପରେ ତାଙ୍କୁ ଖୁବ ଟ୍ରୋଲ କରାଯାଉଥିଲା । ଏହାପରେ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ନେପୋଟିସମ୍ କୁ ନେଇ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଇଥିଲା । ତାଙ୍କ ଚଳଚିତ୍ର ବିଷୟରେ କହିବାକୁ ଗଲେ ସୋନୀକ୍ଷୀଙ୍କୁ ଶେଷଥର ପାଇଁ ଦବଙ୍ଗ ୩ରେ ଦେଖିବାକୁ ମିଳିଥିଲା ।

 

 

ଏହି ୫ଟି ଆସନ ଆପଣଙ୍କ ଶରୀରରେ ବଢାଇଥାଏ ରୋଗ ପ୍ରତିରୋଧକ ଶକ୍ତି…

ସାରା ବିଶ୍ୱରେ ପ୍ରତିବର୍ଷ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ହେଉଛି ‘ୟୋଗା ୱିଥ୍ ଫ୍ୟାମିଲି’ | ଯଦି ଆମେ ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀକୁ ଦେଖିବା, ତେବେ ଆମ ଜୀବନରେ ଯୋଗର ଗୁରୁତ୍ୱ ବେଶ୍ ଅଧିକ ରହିଛି । ତେବେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇ ପାରିବେ ଏବଂ କରୋନାର ମୁକାବିଲା ମଧ୍ୟ ଆପଣ କରିପାରିବେ ।

ସୂର୍ଯ୍ୟ ନମସ୍କାର- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସୂର୍ଯ୍ୟ ନମସ୍କାର ହେଉଛି ସର୍ବୋତ୍ତମ ଯୋଗସାନା । ସକାଳେ ନିୟମିତ ୩-୪ ଥର ଏହା କରିବା ଅତ୍ୟନ୍ତ ଲାଭଦାୟକ ଅଟେ | ସୂର୍ଯ୍ୟ ନମସ୍କାର ମାଧ୍ୟମରେ ଆପଣଙ୍କର ଶ୍ୱାସକ୍ରିୟାକୁ ସଂଶୋଧନ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରିବେ ।

ଭୁଜାଙ୍ଗସନ- ଭୁଜାଙ୍ଗସାନା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ କୋବ୍ରା ପୋଜ୍ ମଧ୍ୟ କୁହାଯାଏ । ଭୁଜଙ୍ଗାସନ ସୂର୍ଯ୍ୟ ନମସ୍କାର ଗୋଟିଏ ଅଂଶ । ଏହାକୁ ନିୟମିତ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ ରହିଥାଏ ।

ତ୍ରୀକୋଣାସନ- ତ୍ରୀକୋଣାସନ ମାଧ୍ୟମରେ ତୁମେ ତୁମର ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଉନ୍ନତ କରିପାରିବ । ଏହି ସ୍ଥିତିକୁ ତ୍ରିରଙ୍ଗା ସ୍ଥିତି ମଧ୍ୟ କୁହାଯାଏ । ଏହା କେବଳ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ନାହିଁ, ବରଂ ଏହା ଆପଣଙ୍କ ହଜମ ପ୍ରକ୍ରିୟାରେ ଉନ୍ନତି କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ତାଡାସନ- ତାଡାସାନା ମାଧ୍ୟମରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହୋଇଥାଏ । ଏହି ସ୍ଥିତିକୁ ମାଉଁଟେନ ପୋଜ୍ ମଧ୍ୟ କୁହାଯାଏ । ଏହି ଆସନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଏହାକୁ ଦିନର ଯେକୌଣସି ସମୟରେ କରିପାରିବେ ।

ଶଶାଙ୍କାସନ- ଚାପ ରହିବା କାରଣରୁ ମଧ୍ୟ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି କମିଥାଏ। ଏହି ପରିପ୍ରେକ୍ଷୀରେ, ଶଶାଙ୍କସନ ଆପଣଙ୍କୁ ଚାପରୁ ମୁକ୍ତି ଦେଇଥାଏ |

ସୁଶାନ୍ତ ସିଂଙ୍କ ବାୟୋପିକ୍ ନିର୍ମାଣ ପାଇଁ ପ୍ରସ୍ତୁତି… ୨୦୨୨ରେ ରିଲିଜ ହେବ ଫିଲ୍ମ

ମୁମ୍ବାଇ: ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମାଣ ହେବ ଫିଲ୍ମ । ହିନ୍ଦି, ତେଲୁଗୁ ଓ ତାମିଲ ଭାଷାରେ ଫିଲ୍ମଟି ତିଆରି ହେବ । ୨୦୨୨ ସୁଦ୍ଧା ଫିଲ୍ମ  ରିଲିଜ ହେବ ବୋଲି ଜଣାପଡ଼ିଛି । ଫିଲ୍ମର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ନିଖିଲ ଆନନ୍ଦ । ଯେଉଁ ଭଳି ଭାବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହେଲା ତାକୁ ସହଜରେ କେହି ଗ୍ରହଣ କରିପାରିନାହାନ୍ତି । ବଲିଉଡରେ ତାଙ୍କର କେହି ଗଡଫାଦର ନଥିବା ବେଳେ ବିହାରରୁ ଆସି କିପରି ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ।

ଟିଭିରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସୁଶାନ୍ତ । ତାଙ୍କ ଜୀବନ ଉପରେ ଚଳଚିତ୍ର ଲୋକଙ୍କୁ ପସନ୍ଦ ଆସିବ ବୋଲି କହିଛନ୍ତି ନିର୍ଦ୍ଦେଶକ ନିଖିଲ ଆନନ୍ଦ । ବିଭିନ୍ନ କାରଣ ବଶଃତ ଗତ ୬ ମାସ ଧରି ଡିପ୍ରେସନରେ ଥିଲେ ସୁଶାନ୍ତ । କେବଳ ସେତିକି ନୁହେଁ ସୁଶାନ୍ତଙ୍କ ଡାକ୍ତର କହିଛନ୍ତି ଯେ, ସେ ବାଇପୋଲାର ଡିସଅର୍ଡରରୁ ମଧ୍ୟ ପୀଡିତ ଥିଲେ । ସେଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ । ଗତ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟରୁ ଅଭିନେତାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା ।

ଏହାପରେ ବଲିଉଡରେ ଶୋକାଳୂଳ ପରିବେଶ ସୃଷ୍ଟି ହୋଇଛି । କୁହାଯାଉଛି ବଲିଉଡର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରେ କରନ ଯୋହର ଓ ସଲମାନ ଖାନ୍‌ଙ୍କ ନାଁ ମଧ୍ୟ ଆସୁଛି । ସୁଶାନ୍ତଙ୍କ ଫ୍ଲାଟ୍‌ରୁ ୟଶରାଜ ଫିଲ୍ମ ସହ କରାଯାଇଥିବା ଚୁକ୍ତିପତ୍ର ମିଳିଛି । ଏହାକୁ ନେଇ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି । ବିଭିନ୍ନ ସମୟରେ ସୁଶାନ୍ତଙ୍କୁ ଜାଣିଥିବା ବ୍ୟକ୍ତିଙ୍କୁ ନେଇ ପଚରାଉଚରା ମଧ୍ୟ କରାଯାଉଛି ।

ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ ମିଷ୍ଟ୍ରି…୧୫ ଜଣଙ୍କର ବୟାନ ରେକର୍ଡ କଲା ମୁମ୍ବାଇ ପୋଲିସ… ୟଶରାଜ ବ୍ୟାନର ସହ ଚୁକ୍ତିପତ୍ରକୁ ନେଇ ଚାଲିଛି ତନାଘନା

ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ ମିଷ୍ଟ୍ରି…୧୫ ଜଣଙ୍କର ବୟାନ ରେକର୍ଡ କଲା ମୁମ୍ବାଇ ପୋଲିସ… ୟଶରାଜ ବ୍ୟାନର ସହ ଚୁକ୍ତିପତ୍ରକୁ ନେଇ ଚାଲିଛି ତନାଘନା

ଆଜି ଆନ୍ତର୍ଜାତୀୟ ପିତୃ ଦିବସ

ମାତା ପିତା ଶିଶୁ ମାନଙ୍କ ଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଏଥିପାଇଁ ପ୍ରତିବର୍ଷ ମାତୃ ଦିବସ ସହ ପିତୃ ଦିବସ ମଧ୍ୟ ପାଳନ କରାଯାଏ । ପିତୃ ଦିବସ ଜୁନ ମାସ ତୃତୀୟ ରବିବାର ଦିନ ପାଳନ କରାଯାଏ ଏବଂ ବାପା ମାନଙ୍କୁ ସମର୍ପିତ ଏହି ସ୍ୱତନ୍ତ୍ର ଦିନ ଜୁନ ୨୧ ତାରିଖ ତଥା ଆଜି ପାଳନ କରାଯାଏ ।

ପିତୃ ଦିବସ- ମାତୃ ଦିବସ ତ ମାତ୍ର ଏକ ମାଧ୍ୟମ ମାତ୍ର କିନ୍ତୁ ଆପଣ ଚାହିଁଲେ ସବୁଦିନ ନିଜ ମାତା ପିତାଙ୍କୁ ସ୍ପେଶଲ ଫିଲ୍ କରାଇପାରିବେ । ଏମିତିରେ ଆପଣ ବାପାଙ୍କୁ ଉପହାର ହେବା ସହିତ ପିତୃ ଦିବସର ଶୁଭେଚ୍ଛା ଜଣାଇବା ଭୁଲନ୍ତୁ ନାହିଁ ।

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ, ଚଳିତ ବର୍ଷ ଥିମ୍‌ ରହିଛି ଯୋଗ ଆଟ୍ ହୋମ୍‌

ଆଜି ଆନ୍ତର୍ଜାତୀକ ଯୋଗ ଦିବସ । ଶରୀରକୁ ସୁସ୍ଥ, ମନକୁ ଶାନ୍ତ ଓ ଶ୍ୱାସକ୍ରିୟାକୁ ନିୟନ୍ତ୍ରିତ କରିବା ପାଇଁ ସାରା ବିଶ୍ୱରେ ଏହି ଯୋଗ ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଥିମ୍‌ ରହିଛି ଯୋଗ ଆଟ ହୋମ୍‌, ଯୋଗ ଆଟ୍‌ ଫ୍ୟାମିଲି ।

କରୋନା କଟକଣା ପାଇଁ ଏଥର ଘରେ ରହି ଯୋଗ କରିବା ପାଇଁ କୁହାଯାଇଛି । ତେବେ କିଛି ସଂଗଠନ ଅନ୍‌ଲାଇନ୍‌ରେ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଯୋଗ ଦିବସ ପାଳନ କରିବେ । କୁହାଯାଏ ଭାରତରେ ଯୋଗ ଅଭ୍ୟାସ ୫ ହଜାର ବର୍ଷ ପୁରୁଣା । ୨୦୧୪  ଡିସେମ୍ବର ୧୧ରେ ସଂଯୁକ୍ତ ରାଷ୍ଟ୍ରରେ ପ୍ରତିବର୍ଷ ଜୁନ୍‌ ୨୧ ଯୋଗ ଦିବସ ପାଳନ ହେବ ବୋଲି ଘୋଷଣା ହୋଇଥିଲା । ପ୍ରଥମେ ୨୦୧୫ରେ ଏହି ଯୋଗ ଦିବସ ପାଳନ କରାଯାଇଥିଲା ।

ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ… ମହାକାଶରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟଙ୍କର ମହାଜାଗତିକ ଖେଳ

ଭୁବନେଶ୍ୱର: ଆଜି ସୂର୍ଯ୍ୟ ପରାଗ । ମହାକାଶରେ ଘଟିବ ବିରଳ ମହାଜାଗତିକ ଘଟଣା । ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ ଏକ ସରଳରେଖାରେ ରହିବେ । ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ସୂର୍ଯ୍ୟ ଚାରିପଟେ ଦୃଶ୍ୟମାନ ହେବ ନିଆଁ ଭଳି ବଳୟ । ଆଫ୍ରିକା, ୟୁରୋପ ଏବଂ ଏସିଆରେ ଦେଖାଯିବ ଏହି ପରାଗ । ଭାରତର ହରିୟାଣା, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ୨୭୦ କିଲୋମିଟର ପରିଧିରେ ଏହା ଦୃଶ୍ୟମାନ ହେବ । କିନ୍ତୁ ଓଡ଼ିଶାରେ ହେବ ଆଂଶିକ ଦୃଶ୍ୟମାନ । ସୁନ୍ଦରଗଡ଼ରେ ସର୍ବାଧିକ ୭୨ ପ୍ରତିଶତ ସୂର୍ଯ୍ୟକୁ ଘୋଡ଼ାଇବ ଚନ୍ଦ୍ର । ସେହିପରି ମାଲକାନଗିରିରେ ୬୧ ଏବଂ ଭୁବନେଶ୍ୱରରେ ସୂର୍ଯ୍ୟକୁ ୬୫ ପ୍ରତିଶତ ଚନ୍ଦ୍ର ଢାଙ୍କିଦେବ । ପରାଗ ସକାଳ ୧୦ଟା ୨୦ ରୁ ଆରମ୍ଭ ହୋଇ ଦିନ ୨ ଟା ୨୦ ରେ ସର୍ବମୋକ୍ଷ ହେବ ।

ରବିବାର ସୂର୍ଯ୍ୟ ପରାଗ, ଜାଣନ୍ତୁ କେତେବେଳେ କରିବେ ପାକ ତ୍ୟାଗ …

ରାହୁଗ୍ରସ୍ତ ଚୂଡ଼ାମଣି ଯୋଗରେ ସୂର୍ଯ୍ୟପରାଗ ହେଉବାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି । ସୂର୍ଯ୍ୟ ପରାଗ ଆରମ୍ଭ ହେବାର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଏଥିପାଇଁ ଗତକାଲି ରାତି ସାଢ଼େ ୧୦ ଟା ୩୫ ସୁଦ୍ଧା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ସମସ୍ତ ନୀତିକୁ ସମ୍ପୂର୍ଣ୍ଣ କରାଯାଇଛି । ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇନାହିଁ । ପରାଗ ସ୍ପର୍ଶ ପରେ ବିଧି ଓ ପରମ୍ପରା ଅନୁସାରେ ଶ୍ରୀଜିଉଙ୍କର ଉତ୍ତରୀ ମଇଲମ ନୀତି କରାଯିବା ସହ ଗ୍ରହଣ ମହାସ୍ନାନ, ମଇଲମ ଓ ବେଶ କରାଯାଇ ଦିନ ଗୋଟାଏ ସୁଦ୍ଧା ମଙ୍ଗଳ ଆଳତି ହେବ । ତେବେ ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖିବାକୁ ବିଶେଷଜ୍ଞ ବାରଣ କରିଛନ୍ତି ।