spot_img
Home Blog Page 6958

ପୁରୀ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ୫-ଟି ସଚିବ

ପୁରୀ ଗସ୍ତରେ 5-ଟି ସଚିବ ଭି.କେ ପାଣ୍ଡିଆନ୍‌ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜ୍‌ସ୍ଥିତ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି 5-ଟି ସଚିବ। ମେଡିକାଲରେ ରୋଗୀଙ୍କ ପାଇଁ କିଭଳି ବ୍ୟବସ୍ଥା ହୋଇଛି ସନେଇ ସମୀକ୍ଷା କରିଛନ୍ତି ।

ସେପଟେ ରଥଖଳା ପରିଦର୍ଶନ ଓ ଆଇଡିଏଚ୍‌ ହସ୍ପିଟାଲର କୋଭିଡ୍‌-19 ଓ୍ୱାର୍ଡ ବୁଲି ଦେଖିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର । ସମସ୍ତ ବ୍ୟବସ୍ଥା ସହ ଜୀବନ ଜୀବିକା ନେଇ ପୁରୀ ଜିଲ୍ଲାପାଳ,ଏସ୍‌ପି ଓ ସିଡିଏମ୍‌ଓଙ୍କ ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ୍‌ ଓ ସୁରେଶ ମହାପାତ୍ର ।

ରହସ୍ୟ ଘେରରେ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା: ଶବ ବ୍ୟବଚ୍ଛେଦ ରିପୋର୍ଟ ଅପେକ୍ଷାରେ ପୋଲିସ

ଢେଙ୍କାନାଳ: ରହସ୍ୟ ଘେରରେ ଢେଙ୍କାନାଳ ଶକ୍ତି ସୁଗାର ୩ ଟ୍ୟାଙ୍କର ଡ୍ରାଇଭରଙ୍କ ମୃତ୍ୟୁ ଘଟଣା । ମୃତ୍ୟୁକୁ ୨ ଦିନ ବିତିଯାଇଥିଲେ ବି କାରଣ ଏବେବି ଅସ୍ପଷ୍ଟ ରହିଛି । ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ସେପଟେ ମୃତଦେହ ନେବା ପାଇଁ କୋଲକାତାରୁ ଢେଙ୍କାନାଳ ପହଞ୍ଚିଛନ୍ତି ପରିବାର ଲୋକ ।

ରାତିର ରୋଷେଇ ସରିବା ପରେ ଚାଉଳ, ଡାଲି, ପରିବା, ଅଟା ଓ ତେଲ ବଳିଯାଇଥିଲା । ରୋଷେଇ ପାଇଁ ଟ୍ରକ ତଳେ ଷ୍ଟୋଭ ବି ଥିଲା । ରାତି ପାହିଲେ ରୋଷେଇ କରି ଖାଇଥାନ୍ତେ । କିନ୍ତୁ ରାତି ଅଧରେ ହିଁ ଆଖି ବୁଜିଦେଲେ ଏହି ୩ ଡ୍ରାଇଭର । ଢେଙ୍କାନାଳ ଶକ୍ତି ସୁଗାର ମିଲ୍‌ ଆଗରେ ଚାଲିଗଲା ୩ ଟ୍ୟାଙ୍କର ଡ୍ରାଇଭରଙ୍କ ଜୀବନ ।

ଘଟଣାକୁ ଦୁଇ ଦିନ ବିତିଗଲାଣି । କିନ୍ତୁ ଏବେବି ରହସ୍ୟ ଘେରରେ ରହିଛି ମୃତ୍ୟୁର କାରଣ । ମୃତ୍ୟୁ ଖବର ମିଳିବା ପରେ କୋଲକାତାରୁ ଆସି ପହଞ୍ଚିଛନ୍ତି ଢେଙ୍କାନାଳ ପହଞ୍ଚିଛନ୍ତି ପରିବାର ଲୋକେ । ସେମାନେ ବି ଖୋଜୁଛନ୍ତି ମୃତ୍ୟୁର କାରଣ ।

ଡ୍ରାଇଭରଙ୍କ ମୃତ୍ୟୁକୁ ଦୁଇ ଦିନ ବିତିଗଲେ ବି ପୋଲିସ ଅନ୍ଧାରରେ ବାଡି ବୁଲାଉଛି । ଟ୍ୟାଙ୍କର ଡ୍ରାଇଭର ଶକ୍ତି ସୁଗାର ମିଲ୍ସରୁ ସ୍ପିରିଟ ନେବାକୁ ଆସିଥିବା ପରିବାର ଲୋକେ କହିଛନ୍ତି । ତେବେ ମୃତ୍ୟୁ ପଛରେ ସ୍ପିରିଟ ନା ବିଷାକ୍ତ ଖାଦ୍ୟ ତାହା ଏଯାଏ ସ୍ପଷ୍ଟ ହୋଇପାରିନି । ଶବ ବ୍ୟବଛେଦ ରିପୋର୍ଟକୁ ଚାହିଁ ବସିଛି ପୋଲିସ ଓ ଅବକାରୀ ବିଭାଗ ।

ଶକ୍ତି ସୁଗାର ମିଲ୍ ଅନେକ ସମୟରେ ବେଆଇନ ଭାବେ ସ୍ପିରିଟ ବିକ୍ରି କରୁଥିବା ଚର୍ଚ୍ଚା ହେଲାଣି । ଏନେଇ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ଝାଡିଲେଣି । ସ୍ଥାନୀୟ ସମାଜସେବୀ ସଙ୍ଗଠନ କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବି କଲେଣି ।

ସୋନିଆଙ୍କ ନିକଟତମ ନେତାଙ୍କ ସମ୍ପତ୍ତି ଜବତ ,ଗାନ୍ଧି ପରିବାର ପାଇଁ ନୂଆ ସଂକଟ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ପାର୍ଟି ବିଶେଷକରି ସୋନିଆଙ୍କ ପାଇଁ ନୂଆ ମୁସ୍କିଲ ସୃଷ୍ଟି ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଷାଳୟ (ଇଡି) ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡ୍(ଏଜେଏଲ) ଓ ସୋନିଆଙ୍କ ନିକଟତମ ଭାବେ ପରିଚିତ ମୋତିଲାଲ ଭୋରାଙ୍କ ସମ୍ପତ୍ତି ଜବତ କରିଛି । ଇଡି ତରଫରୁ ଶନିବାର ଦିନ ଜାରି କରାଯାଇଥିବା ପ୍ରୋଭିଜନାଲ ଆଟାଚମେଣ୍ଟ୍ ଅର୍ଡର ଅନୁସାରେ ହାୱାଲାର ଏକ ମାମଲାରେ ଏହି ପଦକ୍ଷେପ ନିଆଯାଇଛି । ଜବତ ହୋଇଥିବା ୧୬.୩୮ କୋଟି ଟଙ୍କାର ସମ୍ପତ୍ତିରେ ମୁମ୍ବାଇର ଏକ ୧୫ ହଜାର ସ୍କ୍ୱୟାର ଫୁଟ ବିଶିଷ୍ଟ ୯ ମହଲା ଘର ସାମିଲ ଅଛି । ଇଡି ପ୍ରିଭେନସନ୍ ଅଫ ମନି ଲଣ୍ଡ୍ରିଂ (ପିଏମଏଲଏ) ଆଇନ ଅନୁସାରେ ଏହି ଜବତ ଆଦେଶ ଜାରି କରିଛନ୍ତି ।

Former Haryana chief Minister Bhupinder Singh Hooda is an accused in the AJL case.

 

ଚାର୍ଜସିଟରେ ଭୋରା ଓ ହୁଡ୍ଡାଙ୍କ ନାମ ସାମିଲ

ଇଡି ଗତ ବର୍ଷ ମୋତିଲାଲ ଭୋରା ଓ ହରିଆନା ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ ବିରୋଧରେ ଚାର୍ଜସିଟ୍ ଦାଏର କରିଥିଲେ ।

ଏଜେଏଲ ଉପରେ ଗାନ୍ଧି ପରିବାର ନିୟନ୍ତ୍ରଣ

The Bandra plot issue came under the spotlight after BJP leader Subramanian Swamy filed a case accusing Congress leaders Sonia Gandhi and Rahul Gandhi of trying to take over the National Herald’s properties.

ମୋତିଲାଲ ଭୋରା ଏଜିଏଲର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି । ଏହି କଂପାନି ଉପରେ ଗାନ୍ଧି ପରିବାରର ନିୟନ୍ତ୍ରଣ ଅଛି । ଏଜେଏଲ ହିଁ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚଳାଇଥାଏ । ୧୯୩୯ରେ ଏହି ଖବରକାଗଜକୁ ଜବାହାରଲାଲ ନେହେରୁ ଆରମ୍ଭ କରିଥିଲେ । ୧୯୫୬ରେ ଏଜେଏଲ ଏକ କଂପାନିରେ ପରିଣତ ହୋଇଥିଲା । ୨୦୦୮ରେ ଏହାର ସବୁ ସଂସ୍କରଣକୁ ବନ୍ଦ କରିଦିଆଯାଇଥିଲା । ସେତେବେଳେ କଂପାନି ଉପରେ ୯୦ କୋଟି ଟଙ୍କାର ଲୋନ୍ ଥିଲା । ଏହାପରେ କଂଗ୍ରେସ ୟଙ୍ଗ୍ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ କଂପାନି ତିଆରି କରିଥିଲା । ଏହାର ଡାଇରେକ୍ଟରଙ୍କ ମଧ୍ୟରେ ସୋନିଆ ଗାନ୍ଧି,ରାହୁଲ ଗାନ୍ଧି,ମୋତିଲାଲ ଭୋରାଙ୍କ ସହ ଅନ୍ୟ କିଛି କଂଗ୍ରେସ ନେତା ସାମିଲ ଥିଲେ । ଏଥିରେ ସୋନିଆଙ୍କର ୭୬ ପ୍ରତିଶତ ସେୟାର ରହିଛି ।

 

 

ସଲ୍ଲାଉଦ୍ଦିନ ମାନିଲା,ଏବେ ଆତଙ୍କବାଦୀଙ୍କ ଉପରେ ଭାରତ ଭାରି

ନୂଆଦିଲ୍ଲୀ: ପାକ୍ ସମର୍ଥକ ଆତଙ୍କବାଦୀ ରିୟାଜ୍ ନାୟକୁ ମୃତ୍ୟୁ ପରେ ହିଜବୁଲ ମୁଜାହିଦ୍ଦିନ୍ ମୁଖ୍ୟ ସୟଦ ସଲ୍ଲାଉଦ୍ଦିନ ସ୍ୱୀକାର କରିଛି ଯେ,ବର୍ତ୍ତମାନ ଆତଙ୍କବାଦୀଙ୍କ ଉପରେ ଭାରତ ଭାରି ପଡୁଛି ।  ସଲ୍ଲାଉଦ୍ଦିନର ଏହି ବୟାନରୁ ଜଣା ପଡୁଛି ଯେ,ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଏବେ ଭୟ ଭିତରେ ଦିନ କାଟୁଛନ୍ତି ।

ସଲ୍ଲାଉଦ୍ଦିନ୍ ମାନିଲା ଚଳିତ ବର୍ଷ ୮୦ ଆତଙ୍କବାଦୀ ମଲେଣି

ରିୟାଜର ମୃତ୍ୟୁର ଗୋଟିଏ ଦିନ ପରେ ନିଜ ସମର୍ଥକଙ୍କୁ ସମ୍ବୋଧନ କରି ହିଜବୁଲର ମୁଖ୍ୟ କମାଣ୍ଡର ସୟଦ ସଲ୍ଲାଉଦ୍ଦିନ କହିଛି ଯେ, ଚଳିତ ବର୍ଷ ଭାରତୀୟ ସେନା ୮୦ ଜଣ ଆତଙ୍କବାଦୀଙ୍କୁ ମାରି ସାରିଲାଣି । ଏହାସହ ସଲ୍ଲାଉଦ୍ଦିନ ଏହା ମଧ୍ୟ ମାନିଛି ଯେ, ମେ’ ୩ ତାରିଖରେ ସହିଦ ହୋଇଥିବା କର୍ଣ୍ଣଲ ଆଶୁତୋଷ,ମେଜର ଅନୁଜ୍ ସୁଦ ଓ ଅନ୍ୟ ଦୁଇ ଜଣ ଯବାନଙ୍କ ମୃତ୍ୟୁ ପାଇଁ ହିଜବୁଲ ଦାୟୀ ।

ପାକିସ୍ତାନୀ ସମର୍ଥକ ଆତଙ୍କବାଦୀଙ୍କ ଅବସ୍ଥା ଖରାପ

ସଲ୍ଲାଉଦ୍ଦିନ କହିଛି ଯେ,୧ ଜାନୁଆରି ୨୦୨୦ରୁ ଏପର୍ଯ୍ୟନ୍ତ ୮୦ ଜଣ ମୁଜାହିଦ୍ଦିନ ପ୍ରାଣ ହରାଇଛନ୍ତି । ସତ ହେଉଛି ବର୍ତ୍ତମାନ ଶତ୍ରୁ(ଭାରତ)ର ପଲ୍ଲା ଭାରି ଅଛି ।

‘କ୍ୱାରେଣ୍ଟାଇନ୍‌ ସେଣ୍ଟର’ ହିଁ କରୋନା ଯୁଦ୍ଧରେ ଆମକୁ ସଫଳ କିମ୍ୱା ବିଫଳ କରାଇବ

ଭୁବନେଶ୍ୱର: ରାଜ୍ୟର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ କଥାହେଲେ ୫-ଟି ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ । ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରୋନା ମୁକାବିଲା ଦିଗରେ ସେମାନଙ୍କୁ ଦାୟିତ୍ୱ ନେଇ କଲେ ଆଲୋଚନା । ଜିଲ୍ଲାରେ କ୍ୱାରେଣ୍ଟାଇନ୍‌ ସେଣ୍ଟରର ପରିଚାଳନା ଦିଗରେ ସେମାନଙ୍କ ଦାୟିତ୍ୱ ନେଇ ମଧ୍ୟ ଅବଗତ କରାଇଲେ ୫-ଟି ସଚିବ ।

https://www.facebook.com/NandighoshaTV/videos/2961666123926498/

ସରପଞ୍ଚଙ୍କ ସହ ଆଲୋଚନା ବେଳେ ୫-ଟି ସଚିବ କହିଛନ୍ତି ଯେ, କ୍ୱାରେଣ୍ଟାଇନ୍‌ ସେଣ୍ଟରର ପରିଚାଳନା ଦିଗରେ ସରକାରଙ୍କ ନିୟମକୁ କିଭଳି ଭାବେ ପାଳନ କରୁଛେ ତାହା ହିଁ ଆମକୁ କରୋନା ବିରୋଧରେ ସଫଳ କିମ୍ୱା ବିଫଳ କରାଇବ । ପଞ୍ଚାୟତ ସ୍ତରରେ କରୋନା ମୁକାବିଲା ନେଇ ସରପଞ୍ଚଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏହାକୁ ଅନୁଭବ କରି ହିଁ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ନ୍ୟସ୍ତ କରିଛନ୍ତି ।

ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ମହିଳା ସରପଞ୍ଚ: ପଞ୍ଚାୟତକୁ ୭ ଦିନ ପାଇଁ କଲେ ସଟ୍‌ଡାଉନ୍‌

ଶିକ୍ଷା, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା ସହିତ ଅନ୍ୟ ବିକାଶମୂଳକ କାର୍ଯ୍ୟରେ ସରପଞ୍ଚମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତେବେ କରୋନା ମୁକାବିଲା ଦିଗରେ ତାଙ୍କ ଭୂମିକାକୁ ତାଙ୍କ ଗ୍ରାମପଞ୍ଚାୟତର ଲୋକେ ସର୍ବାଦା ମନେରଖିବେ । ଯେଉଁ ସରପଞ୍ଚମାନେ ନିଜ ଗ୍ରାମପଞ୍ଚାତରେ କରୋନା ପ୍ରବେଶରୁ ରୋକିପାରିବେ ସେମାନେ ଉତ୍ସବ ମନାଇବେ ।

ଅସହାୟତାର ଚିତ୍ର : ପାଣି ବୋତଲକୁ ଚପଲ କରି ହଜାର ହଜାର କିଲୋମିଟର ଘର ବାହୁଡା ଯାତ୍ରା

ନୂଆଦିଲ୍ଲୀ: ଲକଡାଉନ୍ ଜୀବନ ଉପରେ ଲଗାଇ ଦେଇଛି ତାଲା । ମୁଠାଏ ଦାନା ଯୋଗାଡ କରିବାକୁ ଯେଉଁମାନେ ଦିନେ ଭିଟାମାଟି ଛାଡି ଥିଲେ ଏବେ ସେମାନେ ସେଇ ମୁଠାଏ ଦାନା ପାଇଁ ଘରକୁ ଫେରୁଛନ୍ତି । ପାଖରେ ନାହିଁ ଟଙ୍କା,ଖାଇବାକୁ ଦାନା ତେଣୁ ଘରମୁହାଁ ହେଉଛନ୍ତି ପ୍ରବାସୀ ଶ୍ରମିକ  । ହଜାର ହଜାର କିଲୋମିଟରର ପଦଯାତ୍ରାର ଚିତ୍ର ଦେଶର ଅନ୍ତରଆତ୍ମାକୁ ଛିନ୍ନଭିନ୍ନ କରୁଛି । କେଉଁଠି କଅଁଳ ଶିଶୁକୁ ଧରି ମା’ ପାଦରେ ଚାଲୁଛି ତ’ କେଉଁଠି ଖାଲି ପାଦରେ ଶ୍ରମିକ ଘରମୁହାଁ । ହରିଆନାରୁ ଆସିଥିବା ଗୋଟିଏ ଚିତ୍ର ନିଶ୍ଚିତ ଆପଣଙ୍କୁ ବ୍ୟଥିତ କରିବ ।

ହରିଆନାର ଅମ୍ବାଲାରୁ ଆସିଥିବା ଚିତ୍ର ପୁରା ଦେଶକୁ କନ୍ଦାଉଛି । ପଞ୍ଜାବରୁ ପଳାୟନ କରୁଥିବା କିଛି ଶ୍ରମିକଙ୍କ ପାଦରେ ଚପଲ ବଦଳରେ ଅଛି ପାଣି ବୋତଲ । ଅଧିକା ବାଟ ଚାଲିବା କାରଣରୁ ଚପଲ ଘସି ହୋଇ ଛିଡି ଯାଇଥିଲା । ତେଣୁ ଶ୍ରମିକ ପାଣି ବୋତଲକୁ କାଟିକରି ପାଦରେ ବାନ୍ଧି ଚାଲୁଛନ୍ତି । ପାଣି ବୋତଲ ଦେଉଛି ପାଦକୁ ସାହରା । ଘରକୁ ଫେରିବାର ଦୁର୍ବାର ଆଶା ସେମାନଙ୍କୁ ବାଟ କଢାଇ ନେଉଛି ।

ପଞ୍ଜାବରୁ ଫେରୁଥିବା ଏହି ଶ୍ରମିକଙ୍କ ପାଖରେ ନ୍ୟାସନାଲ ଲକଡାଉନ୍ ପାଇଁ ପାସ ନଥିଲା । ତେଣୁ ଅମ୍ବାଲା ପୋଲିସ ସେମାନଙ୍କୁ ଜାତୀୟ ରାଜପଥରେ ଅଟକାଇ ଫେରାଇ ଦେଇଥିଲା । ପୋଲିସ ମାଡ ଭୟରେ ସେମାନେ ପଳାୟନ କରିଥିଲେ । ଏହି ଦୌଡାଦୌଡିରେ ଅନେକଙ୍କ ଚପଲ ଛିଣ୍ଡି ଯାଇଥିଲା । ଆଉ କିଛିଙ୍କର ଚପଲ  ଅଧିକ ବାଟ ଚାଲିବାରୁ ଛିଡି ଯାଇଥିଲା ।

ପାଣି ବୋତଲ ହେଲା ଚପଲ

କିନ୍ତୁ ଭୀଷଣ ଗରମରେ ଖାଲି ପାଦରେ ଚାଲିବା ଅସମ୍ଭବ ହୋଇ ପଡିଥିଲା ।  ଏମିତିରେ କିଛି ଶ୍ରମିକଙ୍କ ମୁଣ୍ଡକୁ ଖାଲି ପାଣି ବୋତଲକୁ ଚପଲ ବନାଇବା ଉପାୟ ଆସିଥିଲା । ସେମାନେ ପାଣି ବୋତଲକୁ କାଟି ପାଦରେ ବାନ୍ଧିଥିଲେ ଓ ନିଜ ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହୋଇଥିଲେ ।

ରାସ୍ତାରେ ବିଧାୟକ ଦେଲେ ଚପଲ

ଶ୍ରମିକଙ୍କ ଏହି ଅସହାୟତାର ଖବର ଅମ୍ବାଲା ବିଧାୟକ ଅସିମ ଗୋୟଲଙ୍କ କାନରେ ପଡିଥିଲା । ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଚପଲ ଦେଇଥିଲେ ।  ଏହାସହ ପୋଲିସକୁ ଶ୍ରମିକଙ୍କୁ ରାସ୍ତା ଛାଡିବା ପାଇଁ କହିଥିଲେ । ସେ ମଧ୍ୟ ଶ୍ରମିକଙ୍କୁ ଖାଦ୍ୟ ଦେଇଥିଲେ ।

ଖେଳ ହେଲା କାଳ: ମାମୁଁର କାର୍‌ ଭିତରେ ସବୁ ଦିନ ପାଇଁ ଶୋଇଗଲା ଭଣଜା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ହଳନ୍ଦଖୋଳା ଗାଁରେ ଘଟିଛି ଏକ ଅଘଟଣ l  ଏକ କାର୍ ମଧ୍ୟରୁ ୫ ବର୍ଷ  ଶିଶୁ ମୃତଦେହ ଉଦ୍ଧାର ହୋଇଛି । ପିଲାଟି କlର୍ ମଧ୍ୟରେ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ  ଘଟିଥିବା ସନ୍ଦେହ କରାଯାଉଛି l ଘଟଣା ସ୍ଥଳରେ ତାରସିଂ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ଘଟଣାନୁଯାୟୀ, ପଥରlପଲ୍ଲୀ ଗ୍ରାମର ମୃତ ଶିଶୁଟି ନିଜ ମାମୁଁ ଘର ଗାଁକୁ ବୁଲିବାକୁ ଯାଇଥିଲେ l ଶିଶୁଟି ଖେଳୁ ଖେଳୁ ଘର ପାଖରେ ଥିବା  ନିଜ ମାମୁଁଙ୍କ କାର ଡୋର୍‌ ଖୋଲି ଭିତରକୁ ପଳେଇ ଥିବା ବେଳେ ଆଉ ବାହାରକୁ ଆସି ପାରିନଥିଲା l କାର୍‌ର କାଚ ଡୋର ମଧ୍ୟ୍ୟ ସମ୍ପୂର୍ଣ ଭାବରେ ବନ୍ଦ ଥିଲା l କିଛି ସମୟ ପରେ ଶିଶୁଟିକୁ ଖୋଜା ଖୋଜି କରିବା ବେଳକୁ କାର ମଧ୍ୟରେ ରହିଥିବା ସନ୍ଦେହରେ କାର୍ ଡୋର୍‌କୁ ଖୋଲିଥିଲେ । ଦେଖିଲା ବେଳକୁ ସତ ହୋଇଥିଲା ସନ୍ଦେହ କାର୍‌ ଭିତରେ ଅଚେତ ହୋଇ ପଡ଼ିରହିଥିଲା ଶିଶୁ । ସଙ୍ଗେ ସଙ୍ଗେ ଭଞ୍ଜନଗର ମେଡିକାଲକୁ ଚିକିତ୍ସା ନିମନ୍ତେ ଆଣିବା ପରେ ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ l ଶିଶୁଟିର ବାପା  ସୁରତରେ କାମ କରିବାକୁ ଯାଇ ରହୁଥିବା ବେଳେ ପରିବାରରେ  ଶୋକର ଛାୟା ଖେଳିଯାଇଛି  l ତାରାସିଂ ଥାନା ପୋଲିସ ଘଟଣାର ତଦନ୍ତ କରୁଛି l

ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ମହିଳା ସରପଞ୍ଚ: ପଞ୍ଚାୟତକୁ ୭ ଦିନ ପାଇଁ କଲେ ସଟ୍‌ଡାଉନ୍‌

ଆସିକା: ସଟଡାଉନ୍‌ ଘୋଷଣା କଲେ ସରପଞ୍ଚ । ରାଜ୍ୟର ପ୍ରଥମ ସରପଞ୍ଚଭାବେ ନିଜ ଗ୍ରାମପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କଲେ ମାଣିତରା ଗ୍ରାମପଞ୍ଚାୟତର ସରପଞ୍ଚ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଜିଲ୍ଲାପାଳ କ୍ଷମତାର ବ୍ୟବହାର କରି ନିଜ ଗ୍ରାମପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଶାନ୍ତି ଲତା ନାୟକ । ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରେ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ନିଜ ଗ୍ରାମପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ମେ’ ୧୫ ତାରିଖ ଯାଏଁ ସଟ୍‌ଡାଉନ୍ ବଳବତ୍ତର ରହିବ । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଖରିଦ କରିବା ପାଇଁ ସକାଳ ୭ଟାରୁ ଦିନ ୧୧ଟା ଯାଏଁ ଯାଆ ଆସ କରିପାରିବେ । ତେବେ ସରପଞ୍ଚଙ୍କ ଏହି ସମର୍ଥନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଗ୍ରାମପଞ୍ଚାୟତ ବାସୀ ।

କରୋନା ଭାଇରସ ଯୋଗୁଁ ଟେଣ୍ଟରେ ରହିବାକୁ ବାଧ୍ୟ ହେଲେ ଏହି କ୍ରିକେଟର, କହିଲେ କରୋନା ସବୁ ବର୍ବାଦ କରିଦେଲା

ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ଅନେକ ବଡ଼ ବଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଛି । ବିସିସିଆଇ ଆଇପିଏଲକୁ  ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରିଛନ୍ତି । ଦେଶରେ ଡୋମେଷ୍ଟିକ କ୍ରିକେଟ ଏବଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରଙ୍କ ଉପରେ ଏହି କରୋନାର ଆର୍ଥିକ ଭାବରେ ପ୍ରଭାବ ପଡ଼ିଛି । ତଥାପି, କିଛି ଖେଳାଳି ଅଛନ୍ତି ଯେଉଁମାନେ ଘରୋଇ ଲିଗରେ ଖେଳି ନିଜ ଘର ଚଳାଉଥିଲେ । କରୋନାଭାଇରସ୍ କାରଣରୁ ଅଟକି ରହିଥିବା କ୍ରିକେଟ୍ ମ୍ୟାଚ୍ ପାଇଁ ଖେଳାଳି ମାନଙ୍କ ଜୀବନ ଖୁବ ପ୍ରଭାବିତ ହୋଇଛି । ମୁମ୍ବାଇର ଅଣ୍ଡର ୨୩ କ୍ରିକେଟର ସଲମାନ ଖାନଙ୍କ କାହାଣୀ ମଧ୍ୟ ଠିକ ଏହି ଭଳି ଯିଏକି କିଛିଦିନ ହେବ ତାଙ୍କ ପରିବାର ସହିତ ଏକ ତମ୍ବୁରେ ରହୁଛନ୍ତି ।

ଏକ ଭଡା ଘରେ ରହିବାର ସ୍ୱପ୍ନ ଭାଙ୍ଗିଗଲା 

୨୧ ବର୍ଷୀୟ ସଲମାନ ଖାନ ତାଙ୍କ ପରିବାର ସହିତ ମୁମ୍ବାଇର କ୍ରସ ଗ୍ରାଉଣ୍ଡ ନିକଟରେ ଥିବା ଏକ ତମ୍ବୁରେ ରୁହନ୍ତି  । ତାଙ୍କ ପିତା ଜଣେ ଗ୍ରାଉଣ୍ଡମ୍ୟାନ୍ ଯିଏ କ୍ଲବ ମ୍ୟାଚ୍ ଏବଂ କ୍ୟାମ୍ପ ମ୍ୟାଚ୍ ପାଇଁ କାମ କରି ଟଙ୍କା ରୋଜଗାର କରନ୍ତି । ତେବେ ଚଳିତ ବର୍ଷ କରୋନା ଭାଇରସ ହେତୁ ତାଙ୍କର କୌଣସି ରୋଜଗାର ହୋଇପାରୁନି । ଏଥି ସହିତ ସଲମାନ ଖାନ କହିଛନ୍ତି ଯେ ସେ ଆକାଶ ଟାଇଟରଙ୍କ ତରଫରୁ ଚଳିତ ବର୍ଷ ମୁମ୍ବାଇ ପ୍ରିମିୟର ଲିଗରେ ଖେଳିବାକୁ ଯାଉଛନ୍ତି, ଯେଉଁଥିରୁ ତାଙ୍କୁ ଏକ ଲକ୍ଷ ଟଙ୍କା ମିଳିବ ।

ସଲମାନଙ୍କ ପରିବାର ଭାବିଥିଲେ ଯେ, ଏହି ପଇସାରେ ଭଡ଼ା ଘରକୁ ସ୍ତାନାନ୍ତର ହୋଇଯିବେ । ସଲମାନ କହିଛନ୍ତି ଯେ, ଯଦି ଏମପିଏଲ ମ୍ୟାଚ ହୋଇଥାନ୍ତା ତେବେ ମୁଁ ମୋ ପରିବାର ସହ ଭଡ଼ା ଘରେ ରହିଥାନ୍ତି । ମୋ ପାଖରେ ଚାକିରି ବି ନାହିଁ ଏବଂ ଯେତିକି ପଇସା ସଞ୍ଚୟ କରିଥିଲେ ତାହା ମଧ୍ୟ ସରିଗଲାଣି । ତେଣୁ ସେ ବାଧ୍ୟ ହୋଇ ତମ୍ବୁରେ ରହୁଥିବା କହିଛନ୍ତି ।

 

କରୋନା ଭାଇରସ ଡର : ହାତ ତିଆରି ଔଷଧ ଖାଇ ଜୀବନ ଗଲା !

ଚେନ୍ନାଇ:  କରୋନାଭାଇରସ୍ ଯୋଗୁଁ ୨ ଲକ୍ଷରୁ ଅଧିକ ଲୋକେ ପ୍ରାଣ ହରାଇ ସାରିଛନ୍ତି। ପ୍ରାୟ ୪୦ ଲକ୍ଷ ଲୋକେ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । । କରୋନା ଭାଇରସ ପାଇଁ ଏବେ ସୁଦ୍ଧା କୌଣସି ଭ୍ୟାକ୍ସିନ ଆସି ନାହିଁ । ଏପରି ପରିସ୍ଥିତିରେ ଅନେକ ଲୋକ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ଖାଉଛନ୍ତି । ହେଲେ ଡାକ୍ତରଙ୍କ କହିବା ଅନୁସାରେ କୌଣସି ଔଷଧର ସେବନ ବିନା ଅନୁମତିରେ କରିବା ଅନୁଚିତ୍ । ସେଥିପାଇଁ ଡାକ୍ତରମାନେ ଅଛନ୍ତି । ତଥାପି କିଛି ଲୋକେ ନିଜକୁ ବୈଜ୍ଞାନିକ ଭାବିନେଇ ନାନା ପ୍ରକାରର ପରୀକ୍ଷା ନିରୀକ୍ଷା କରୁଛନ୍ତି । ଯାହାର ପରିଣାମ ହେଉଛି ମୃତ୍ୟୁ । ଠିକ୍ ସେହିଭଳି ଏକ ଖବର ସାମ୍ନାକୁ ଆସିଛି ।

ନିକଟରେ ଚେନ୍ନାଇର ଜଣେ ଆୟୁର୍ବେଦିକ ଫାର୍ମାସିଷ୍ଟ ନିଜେ ପ୍ରସ୍ତୁତ କରିଥିବା ଔଷଧ ଖାଇବା ପ୍ରାଣ ହରାଇଛନ୍ତି ।  ୪୭ ବର୍ଷୀୟ ଫାର୍ମାସିଷ୍ଟ କେ ସିଭାନେସନ୍ ଚେନ୍ନାଇର ସୁଜାତା ବାୟୋଟେକ୍ ରେ କାମ କରୁଥିଲେ । କମ୍ପାନୀର ଗୋଟିଏ ପ୍ଲାଣ୍ଟ ଉତ୍ତରପ୍ରଦେଶର କାଶାପୁରରେ ଅଛି ଏବଂ କେ ସିଭାନେସନ୍ ସେଠାରେ ଥିଲେ । ଏହାପୂର୍ବରୁ ସେ ଅନେକ ଔଷଧ ତିଆରି କରିଥିଲେ । ଚେନ୍ନାଇର କମ୍ପାନୀର ନିର୍ଦ୍ଦେଶକ ଡାକ୍ତର ରାଜକୁମାରଙ୍କୁ ସିଭାସେନ ଲଗାତାର ଭେଟୁଥିଲେ। ହେଲେ ଲକଡାଉନ୍ ହେତୁ ସିଭାନସେନ୍ ଚେନ୍ନାଇରେ ଫସି ଯାଇଥିଲେ। ସେ ଉତ୍ତରପ୍ରଦେଶ ଫେରିନଥିଲେ ।

ସିଭାନସେନ୍ ନିକଟରେ ଏକ ରାସାୟନିକ ପଦାର୍ଥ କିଣି କରୋନା ପ୍ରତିରୋଧକ  ପ୍ରସ୍ତୁତ କରିଥିଲେ। ସେ ପ୍ରଥମେ ଏହି ପାଉଡରକୁ ରାଜକୁମାରଙ୍କୁ ଦେଇଥିଲେ । ଏହାର ଚାଖିବା ମାତ୍ରେ ପରେ ରାଜକୁମାର ବେହୋଶ ହୋଇଥିଲେ । ଏହା ପରେ ସିଭାନେସନ ତାଙ୍କ ରୋଷେଇ ଘରକୁ ଯାଇ ପାଉଡରକୁ ପାଣିରେ ମିଶାଇ ପିଇଥିଲେ। ଫଳରେ ସେ ମଧ୍ୟ ବେହୋଶ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ପୋଲିସ ଏକ ମାମଲା ରୁଜୁ କରିଛି ।