ନନ୍ଦିଘୋଷ ବ୍ୟୁରୋ: ଆଜି ସୁନାବେଶ । ମହଣ ମହଣ ସୁନାରେ ଝଲସିବେ ଶ୍ରୀଜିଉ । ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶ । ମହାବାହୁଙ୍କ ଦୁର୍ଲଭ ବେଶ ଦର୍ଶନ କରି କୃତାର୍ଥ ହେବେ ଭକ୍ତ । ରଥ ଉପରେ ଏହି ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିସହ ଶ୍ରୀଜଗନ୍ନାଥ ମନ୍ଦିର ଓ ବଡଦାଣ୍ଡ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ଭାବେ ପୋଲିସ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ୮ ତାରିଖ ପର୍ଯ୍ଯନ୍ତ ଏହି କଟକଣା ବଳବତ୍ତର ରହିବ ।
ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଶୁବମନଙ୍କ ଶତକ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତୀୟ କ୍ରିକେଟ ଟଇମ୍ ଅଧିନାୟକ ଶୁବମନ ଗିଲଙ୍କ ଦମଦାର ପ୍ରଦର୍ଶନ । ଦ୍ବିତୀୟ ଇଂନିସରେ ମାରିଲେ ଶତକ । ପ୍ରଥମ ଇଂନିସରେ ଦ୍ବିଶତକ ମାରିଥିବା ବେଳେ ଦ୍ବିତୀୟ ଇଂନିସରେ ବି ଶତକ । ଏହାସହ ଭାଙ୍ଗିଲେ ସୁନୀଳ ଗାଭାସ୍କରଙ୍କ ରେକର୍ଡ ।
ସୂଚନାଯୋଗ୍ୟ, ଭାରତୀୟ ଭାବେ ଗାଭାସ୍କରଙ୍କ ପରେ ଏହି କୃତିତ୍ବ ହାସଲ କରିବାରେ ସେ ହେଉଛନ୍ତି ଦ୍ବିତୀୟ । ଅଧିନାୟକ ଭାବେ ଏହି କୃତିତ୍ବ ହାସଲ କରିବାରେ ପ୍ରଥମ ଭାରତୀୟ । ଏହାସହ ବିଶ୍ବରେ ନବମ କ୍ରିକେଟର ଭାବେ ସେ ଏହି ସଫଳତା ପାଇଛନ୍ତି ।
ଇଂଲଣ୍ଡ-ଇଣ୍ଡିଆ ଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚ ବର୍ମିଂହମର ପ୍ରଥମ ଇନିଂସରେ ଶୁବମନ ଗିଲ କରିଥିଲେ ୨୬୯ ରନ । ଏହି ମ୍ୟାଚରେ ଦ୍ଵିତୀୟ ଇନିଂସରେ ସେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଆଜି ମ୍ୟାଚର ଚତୁର୍ଥ ଦିନ ହୋଇଥିବା ବେଳେ ଚା’ ପାନ ବିରତି ସୁଦ୍ଧା ଭାରତ ୪ ୱିକେଟ ହରାଇ କରିଛି ୩୦୪ ରନ୍ । ପନ୍ତ ୬୫ ରନ୍ କରିଛନ୍ତି । ଚା ପାନ ବିରତି ସୁଦ୍ଧା ଭାରତ ମୋଟ ୪୮୪ ରନ୍ ଲିଡ୍ କରିଛି । ଭାରତ ପ୍ରଥମ ଇନିଂସରେ ୫୮୭ ରନ କରିଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ କରିଥିଲା ୪୦୭ ରନ ।
ଆହୁରି ୩୦ରୁ ୪୦ ବର୍ଷ ବଞ୍ଚିବି କହି ଉତ୍ତରାଧିକାରୀ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ଦଲାଇ ଲାମା
ନନ୍ଦିଘୋଷ ବ୍ୟୁରୋ: ପରବର୍ତ୍ତୀ ଦଲାଇ ଲାମାଙ୍କୁ ନେଇ ଦେଖା ଦେଇଥିବା ବିବାଦର ଅନ୍ତ କଲେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା । କହିଲେ, ମୁଁ ଆହୁରି ୩୦ରୁ ୪୦ ବର୍ଷ ବଞ୍ଚିବି ବୋଲି ଆଶା କରୁଛି । ଆଉ ଏହି ସମୟରେ ଲୋକଙ୍କ ସେବା ଜାରି ରଖିବି । ମେକଲୋଡଗଞ୍ଜରେ ଥିବା ସ୍ତୁଗଲାଖଙ୍ଗ ମନ୍ଦିରରେ ନିଜ ୯୦ତମ ଜନ୍ମଦିନ ପୂର୍ବରୁ ଆୟୋଜିତ ଦୀର୍ଘାୟୁ ପ୍ରାର୍ଥନା ସମାରୋହରେ ସେ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଲୋକ ଅଂଶ ଗ୍ରହଣ କରିଥିଲେ ।
୧୪ତମ ଦଲାଇ ଲାମା ତେଞ୍ଜିନ ଗ୍ୟାଟସୋ କହିଛନ୍ତି, ମୋତେ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ବୌଦ୍ଧିସତ୍ବ ଅବଲୋକିତେଶ୍ବରଙ୍କ ଆଶୀର୍ବାଦ ମୋ ସହ ରହିଛି । ସେ କହିଛନ୍ତି, ଏକାଧିକ ଭବିଷ୍ୟବାଣୀ ଓ ସଙ୍କେତ ଆଧାରରେ ମୋତେ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ମୁଁ ୧୩୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବି । ବର୍ତ୍ତମାନ ପର୍ଯ୍ୟନ୍ତ ପୂରା କ୍ଷମତାର ସହ ତିବ୍ବତୀୟ ଲୋକ ଓ ବୌଦ୍ଧ ଧର୍ମର ସେବା କରିଛି ଓ ଆଗକୁ ବି ଜାରି ରଖିବି ।
ଆଗକୁ ସେ କହିଛନ୍ତି, ମୁଁ ପିଲା ଥିବା ଦିନରୁ ଅବଲୋକିତେଶ୍ବରଙ୍କ ସହ ଗମୀର ସମ୍ପର୍କ ଥିବା ଅନୁମାନ କରି ଆସୁଛି । ମୁଁ ସବୁବେଳେ ଅନୁଭବ କରିଛି, ମୋ ଜୀବନର ଉଦ୍ଦେଶ୍ୟ ଅନ୍ୟଙ୍କ ସେବା କରିବା ପାଇଁ ହୋଇଛି । ମୁଁ ଯେଉଁଠି ବି ଅଛି, ସେଠାରୁ ଲୋକଙ୍କୁ ଭଲରେ ରହିବାର ବାଟ ଦେଖାଇବାକୁ ଚେଷ୍ଟା କରି ଆସିଛି ।
ଏହି ଅବସରରେ ମାଓ ଜୁ ତୁଙ୍ଗଙ୍କ ସହ ଭେଟ ସମ୍ପର୍କରେ କହିଥିଲେ ଦଲାଇ ଲାମା । ଚୀନର ପୂର୍ବତନ ନେତା ମାଓଙ୍କ ସହ ସାକ୍ଷାତକାରକୁ ମନେ ପକାଇ କହିଥିଲେ, ମାଓ ମୋତେ ଥରେ କହିଥିଲେ ‘ଧର୍ମ ବିଷ ଅଟେ’ । ସେ ସମୟରେ ମୁଁ କୌଣସି ଉତ୍ତର ଦେଇ ନଥିଲି । ତେଣୁ ମାଓ ମୋତେ ରାଗରେ ଅନାଇ ଥିଲେ । ଆଉ ଏହା ଦେଖି ମୋର ତାଙ୍କ ଉପରେ ଦୟା ଆସିଥିଲା । ଆଜି ପର୍ଯ୍ୟନ୍ତ ମୋ ଜୀବନ ଧର୍ମ ପ୍ରତି ରୁଚି ରଖୁଥିବା ଓ ରଖୁ ନଥିବା ଲୋକଙ୍କ ସହ ବିତିଛି । ହେଲେ ସମସ୍ତେ ସୁଖ ଚାହୁଁଥିବା ବେଳେ ଦୁଃଖରୁ ବର୍ତ୍ତିବାକୁ ଚାହିଁଥାନ୍ତି ବୋଲି ସା କହିଛନ୍ତି ।
ଉତ୍ତରାଧିକାରୀ ଘୋଷଣା କରିବାକୁ କଲେ ମନା
ବୌଦ୍ଧ ଧର୍ମଗ୍ରନ୍ଥର ଆଧାର କରି ସେ କହିଛନ୍ତି, ଲୋକଙ୍କ ବିଚାରଧାରା ଯାହା ବି ହୋଇଥାଉ ନା କାହିଁକି, ସମସ୍ତଙ୍କ ଇଚ୍ଛା ସୁଖ ପ୍ରାପ୍ତି କରିବା । ଆମକୁ ସେମାନଙ୍କ ପାଇଁ କାମ କରିବାକୁ ପଡ଼ିବ, ଯେଉଁମାନେ ଦୁଃଖରେ ଅଛନ୍ତି । ସେ କୌଣସି ଦେଶ କି ପ୍ରାନ୍ତର ହୋଇଥିଲେ ବି ସମସ୍ତଙ୍କୁ ଶାନ୍ତି ଓ ସୁଖର ଆବଶ୍ୟକତା ରହିଛି ।
ତେବେ ଉତ୍ତରାଧିକାରୀଙ୍କ ନାଁ ଘୋଷଣା ନକରି ସେ କହିଛନ୍ତି, ବର୍ତ୍ତାମନ ସେମିତି କିଛି ନିଷ୍ପତ୍ତି ନିଆଯାଇନାହିଁ । ମୁଁ ନିଜେ ଆହୁରି ୩୦ରୁ ୪୦ ବର୍ଷ ବଞ୍ଚିବି ବୋଲି ଆଶା କରୁଛି । ତାଙ୍କର ଏହି ବୟାନ ଉପରେ କେନ୍ଦ୍ରୀୟ ତିବ୍ବତ ପ୍ରଶାସନ (CTA) ଅଧ୍ୟକ୍ଷ ପେନପା ସେରିଂ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କିଛି ଲୋକ କହୁଛନ୍ତି ପମର ପାଓ୍ବନ ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିବେ କିମ୍ବା ତାଙ୍କ ଅନ୍ତିମ ସମୟ ପାଖେଇ ଆସିଲାଣି । ହେଲେ ଏମିତି କିଛି ହେବାର ନାହିଁ । ସେ ନିଜେ ସ୍ପଷ୍ଟ କରିଛନ୍ତି, ଆହୁରି କିଛି ବର୍ଷ ସେ ଜୀବିତ ରହିବେ । ଆମକୁ ପରମ୍ପରାକୁ ବୁଝିବାକୁ ପଡ଼ିବ । ତିବ୍ବତୀୟ ବୌଦ୍ଧ ପରମ୍ପରା ଅନୁସାରେ ଉତ୍ତରାଧିକାରୀ ପ୍ରକ୍ରିୟା ହୋଇଥାଏ, ଗୁଜବକୁ ନେଇ ହୋଇ ନଥାଏ ।

