spot_img
Home Blog Page 6964

ଯୁଦ୍ଧକାଳୀନ ଭିତ୍ତିରେ ସୀମାରେ ନିଜର ଶକ୍ତି ବଢାଇଛି ଭାରତ,ହାଇ ଆଲର୍ଟରେ ତିନି ସେନା

ଲଦାଖ: ଗଲୱାନ୍‌ ଘମାସାନ ପରେ ହାଇଆଲର୍ଟରେ ସେନା । ଜଳ, ସ୍ଥଳ, ଆକାଶ ସବୁଠି ସେନା ସଜାଗ । ଚୀନ୍‌ ସହ ସୀମା ବିବାଦକୁ ନଜରରେ ରଖି ଭାରତ ଯୁଦ୍ଧକାଳୀନ ଭିତ୍ତିରେ ସୀମାରେ ନିଜର ଶକ୍ତି ବଢାଇଛି ଓ ବ୍ୟାପକ ଯୁଦ୍ଧାସ୍ତ୍ର ପରିବହନ ଆରମ୍ଭ କରିଛି । ଚୀନ୍‌ ସୀମାରେ ଥିବା ୩ହଜାର ୪୮୮ କିଲୋମିଟର ବାସ୍ତବ ସୀମା ବା LAC ନିକଟରେ ଭାରତୀୟ ସ୍ଥଳ ସେନା ଓ ବାୟୁସେନା ଆଲର୍ଟ ପୋଜିସନ୍‌ରେ ରହିଛନ୍ତି ।

 ଲଦାଖରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ  LACରେ ସେନା ଯେକୈାଣସି ସ୍ଥିତିର ସାମନା କରିବାକୁ ସଜାଗ ରହିଛି । ଅରୁଣାଚଳ ପ୍ରଦେଶ, ଉତ୍ତାରଖଣ୍ଡ, ହିମାଚଳପ୍ରଦେଶ ଓ ଲଦାଖ LACର ଫରୱାଡ ଘାଟିରେ ଭାରତୀୟ ସେନା ଅତିରିକ୍ତ ସେନା ମୁତୟନ କରିସାରିଛି । ସେହିପରି LAC ଉପରେ ଭାରତୀୟ ବାୟୁସେନା ପକ୍ଷରୁ କଡା ନଜର ରଖାଯାଇଛି।

ଅନ୍ୟପଟେ ଭାରତୀୟ ମହାସାଗର ଅଞ୍ଚଳରେ ନୌସେନା ସତର୍କ ନଜର ରଖିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ ବିପିନ ରାୱତ ଓ ତିନି ସେନା ମୁଖ୍ୟଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସେପଟେ ଚୀନ୍‌ ମଧ୍ୟ LACରେ ନିଜ ସୈନ୍ୟବଳ ବଢାଇଛି । ବିଶେଷ କରି ଗଲୱାନ୍‌, ଦୌଲତ ବୈଗ ଓଲଡି, ଦେପସାଙ୍ଗ, ଚୁସୁଲ ଓ ପୂର୍ବ ଲଦାଖର ଅନ୍ୟ ଅଞ୍ଚଳରେ ଚୀନ୍‌ ଅଧିକ ସଂଖ୍ୟାରେ ସେନା ମୁତୟନ କରିଛି।

ସୁଶାନ୍ତଙ୍କ ମୃତ୍ୟୁ ପରେ ଆୟଶା ଟାକିଆ ଖୋଲିଲେ ବଲିଉଡର ରାଜ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ବି-ଟାଉନ୍ ର ଅନେକ କଳାକାର ଇଣ୍ଡଷ୍ଟ୍ରିର ବୁଲିଂ ଓ ଟାର୍ଗେଟକୁ ନେଇ ନିଜନିଜ ମତ ପ୍ରକାଶ କରିଛନ୍ତି । ନିକଟରେ ଅଭିନେତ୍ରୀ ଆୟଶା ଟାକିଆ ମଧ୍ୟ ବଲିଉଡରେ ବୁଲିଂ(ପରିହାସ) କରାଯାଉଥିବା ନେଇ ନିଜର ଅନୁଭବ ସେୟାର କରିଛନ୍ତି ।

ଆୟଶା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଆୟଶା ଲେଖିଛନ୍ତି ଯେ, ତାଙ୍କର କାମ ବଦଳରେ ଟ୍ରୋଲିଂ  ଏବଂ ବୁଲିଂର  ଅନୁଭୂତି ଅଛି … ସେ ଏହି ବିଷୟରେ ଖୋଲାଖୋଲି ମତ ପ୍ରକାଶ କରିଛନ୍ତି । ଆୟଶାଙ୍କ କହିବା ଅନୁସାରେ ଯେତେବେଳେ ଜଣେ ଅନ୍ୟଜଣଙ୍କୁ ଅପମାନିତ କରେ ସେତେବେଳେ ଏହାକୁ ବିରୋଧ କରିବା ଜରୁରୀ । ନିଜ ଆତ୍ମବିଶ୍ୱାସ କେବେ କାହା ପାଇଁ ହାରିବା ଅନୁଚିତ୍ । ସବୁବେଳେ ନିଜକୁ ଉଜ୍ଜ୍ୱଳ ଏବଂ ଭିନ୍ନ ଭାବିବା ଉଚିତ୍ । କେବେ କିଏ ଅପମାନ କରିବା ସମୟରେ ତାଙ୍କୁ ଜିତିବାକୁ ଦେବା ହିଁ ସବୁଠାରୁ ବଡ ଭୁଲ ।

ଏହା ସହ ସେ ଲେଖିଛନ୍ତି ଯେ, ” କୌଣସି ନିବିଡ଼ ବନ୍ଧୁ ସହ ନିଜ ଭାବନା ସେୟାର କରିବା ଜରୁରୀ । ନିଜ କଥାବାର୍ତ୍ତା, ଦୁଃଖସୁଖ ଜଣଙ୍କୁ ଜଣାଇବା ଆବଶ୍ୟକ । ଯେତେବେଳେ ଏକା ଅନୁଭବ ହୁଏ ସେତେବେଳେ କେହି ନଥିଲେ ନିଜ ଡାଏରୀରେ ପ୍ରତ୍ୟେକ କଥା ଲେଖିବା କିମ୍ବା ଅନଲାଇନରେ କାହା ସହିତ କଥାବାର୍ତ୍ତା କରିବା ଉଚିତ୍ । କେବେ ବି କୌଣସି ଅପମାନ ସହିବା ଅନୁଚିତ୍ ଏସବୁ କହିବା ସହଜ, କିନ୍ତୁ ଏହା କରିବାକୁ ପଡିବ, କାହା ପାଇଁ ନହେଲେ ମଧ୍ୟ ନିଜ ପାଇଁ ଏହା କରିବା ଆବଶ୍ୟକ ।

https://www.instagram.com/p/CBfgXCpDIid/?utm_source=ig_embed

ପରବର୍ତ୍ତୀ ପିଢି ପାଇଁ ଏହି ପୃଥିବୀକୁ ଏକ ଉନ୍ନତ ସ୍ଥାନ କରିବାକୁ ପଡିବ । ଫଳରେ ସମସ୍ତଙ୍କ ମଧ୍ୟରେ ପ୍ରେମର ସମ୍ପର୍କ ରହିବ । ସବୁ ମଣିଷମାନଙ୍କୁ ପରସ୍ପର ସହ ଭଲ ବ୍ୟବହାର କରିବା ଜରୁରୀ କାରଣ କିଏ କେତେବେଳେ କଠିନ ସମୟ ଦେଇ ଗତି କରୁଛି, ତାହା କେହି ଜାଣିନଥାନ୍ତି । ଶେଷ ଥର ପାଇଁ ଆୟଶା ଟାକିଆ ସଲମାନ ଖାନଙ୍କ ସହ ଫିଲ୍ମ ୱାଣ୍ଟେଡରେ ନଜର ଆସିଥିଲେ । ଏହି ଫିଲ୍ମ ପରେ ଆୟଶାଙ୍କୁ ଅନେକ ଲୋକପ୍ରିୟତା ମିଳିଥିଲା । କିନ୍ତୁ ଏହି ଚଳଚ୍ଚିତ୍ର ପରେ ସେ ଅନ୍ୟ କୌଣସି ଫିଲ୍ମରେ ନଜର ଆସିନଥିଲେ ।

ବାହା ହେବା ପାଇଁ ଛୁଟିରେ ଥିଲେ ପିଏସଓ, ନିର୍ବନ୍ଧ ଦିନ କଲେ ଆତ୍ମହତ୍ୟା !

ବଣାଇ: ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ PSO ଡମ୍ବରୁ ସାହୁଙ୍କ ଆତ୍ମହତ୍ୟା । କୁର୍ଡ଼ା ଗାଁରେ ନିଜ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ନିଜ ସର୍ଭିସ ରିଭରବଲ୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।ତେବେ PSO କିଛିଦିନ ହେବ ମାନସିକ ଚାପରେ ଥିଲେ । କିନ୍ତୁ କଣ ପାଇଁ ସେ ମାନସିକ ଚାପରେ ଥିଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଡମ୍ବରୁ ବିବାହ ପାଇଁ ଛୁଟି ନେଇ ଘରେ ଥିଲେ । ଆଜି ଡମ୍ବରୁଙ୍କ ପରିବାର ତାଙ୍କ ବିବାହ ନିର୍ବନ୍ଧ ପାଇଁ  ଘଟଗାଁ ତାରିଣୀ ମନ୍ଦିର ଯିବାକୁ ଥିବା ବେଳେ ଏଭଳି ଅଘଟଣ ଘଟିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ଛି ଯେ ପ୍ରାୟ ୬ ମାସ ହେବ ଡମ୍ବରୁ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଅପ୍ରାକୃତିକ ବ୍ୟବହାର କରୁଥିଲେ । ଏନେଇ ତାଙ୍କୁ ପରିବାର ଲୋକେ ରାଉରକେଲା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ କରାଉଥିବା ଜଣାପଡିଛି l ମୃତ ଡମ୍ବରୁଙ୍କ ପିତା ନଥିବା ବେଳେ ଘରେ ମା ଏବଂ ସାନ ଭାଇଙ୍କ ସହ ରହୁଥିଲେ, ତାଙ୍କର ପାଞ୍ଚ ଭଉଣୀ ବିବାହ କରିସାରିଛନ୍ତି ଏବଂ ଏବେ ଡମ୍ବରୁଙ୍କ ବିବାହ ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା l ଏବଂ ଏନେଇ ଗତକାଲି ରାତିରେ ଡମ୍ବରୁଙ୍କ ସାନ ଭାଇ ଓ କିଛି ସାଙ୍ଗ ତାଙ୍କସହ ଥିଲେ  ।

ଆଜି ସକାଳ ପ୍ରାୟ ୬ଟା ସମୟରେ ଡମ୍ବରୁ ନିଜ କୁର୍ଡା ସ୍ଥିତ ବାସଭବନରେ ଛାତ ଉପରକୁ ଯାଇ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି l ଗୁଳି ଶବ୍ଦ ଶୁଣି ସମସ୍ତେ ଛାତ ଉପରକୁ ଯାଇ ମୁମୁର୍ଷୁ ଅବସ୍ଥାରେ ଡମ୍ବରୁଙ୍କୁ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏବେ ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଭାଗୃହରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ଶବ ବ୍ୟବଚ୍ଛେଦ ପରେ ଶବ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି l

ଅପରପକ୍ଷରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଡମ୍ବରୁ ଜଣେ ଭଲ କର୍ମଚାରୀ ଥିଲେ ବୋଲି କହିଛନ୍ତି । ସେ ବିବାହ ପାଇଁ କିଛିଦିନ ଛୁଟି ମାଗି ଘରେ ରହୁଥିବା କଥା ପ୍ରକାଶ କରିଛନ୍ତି l ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟଦ ମଜବୁର୍ ରେହମାନ, ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ତଦନ୍ତ ପରେ ଅଧିକ ସୂଚନା ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

ଲକଡାଉନ୍ ସୁଶାନ୍ତଙ୍କ ଜୀବନକୁ କରିଥିଲା ପ୍ରଭାବିତ ! ଅଭିନୟ ଛାଡ଼ି କରିବାକୁ ଚାହୁଁଥିଲେ ଚାଷ …

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଏକ ଖବର ଏହା ମଧ୍ୟ ଆସୁଛି ଯେ, ସେ ତାଙ୍କ ମହିଳା ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଥିଲେ । କୁହାଯାଉଛି ୟେ ସୁଶାନ୍ତ ସିଂହ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଏହି ଫିଲ୍ମକୁ ରୁମୀ ଜାକରୀ ପ୍ରସ୍ତୁତ କରିବାକୁ ଯାଉଥିଲେ ଏବଂ ଏହାର ସ୍କ୍ରିପ୍ଟିଂ ମଧ୍ୟ ଶେଷ ହୋଇଯାଇଥିଲା । କରୋନା ଭାଇରସ ଲକଡାଉନ ପାଇଁ ଫିଲ୍ମର ସୁଟିଂ ନଭେମ୍ବରରେ ଆରମ୍ଭ ହେବାକୁ ଥିଲା । କିନ୍ତୁ ରୁମୀ ଜାକରୀଙ୍କ ସୂଚନା ଅନୁଯାୟୀ ସୁଶାନ୍ତ ସିଂହ ରାଜପୁତ ଫିଲ୍ମ ଜଗତକୁ ଛାଡ଼ିବାକୁ ଚାହୁଁଥିଲେ ।

ସ୍ପଟବୟର ରିପୋର୍ଟ ମୁତାବକ, ରୁମୀ ଜାକରୀ ମିଡିଆ ସହ ଆଲୋଚନା କରିବା ବେଳେ କହିଛନ୍ତି ଯେ, ଲକଡାଉନ ସୁଶାନ୍ତ ସିୁଂହ ରାଜପୁତଙ୍କୁ ବହୁତ ପ୍ରଭାବିତ କରୁଥିଲା । ସେ ଦୀର୍ଘ ଛଅ ମାସ ଧରି ଡିପ୍ରେସନର ଚିକିତ୍ସା କରାଉଥିଲେ । ସେ ଫିଲ୍ମ ଜଗତ ଛାଡ଼ିବାକୁ ଚାହୁଥିଲେ । ଏହାର କୌଣସି କାରଣ ଅବଶ୍ୟ ସେ ଜଣାଇନଥିଲେ କିନ୍ତୁ ସେ ଆକ୍ଟିଂ ଛାଡ଼ି ଚାଷ କରିବାକୁ ଚାହୁଁଥିଲେ । ସେ କହିଥିଲେ ଯେ, ‘ ମୁଁ ଦେଶବ୍ୟାପୀ ଏକ ଲକ୍ଷ ଗଛ ଲଗାଇବାକୁ ଚାହୁଁଛି ଏବଂ ବୈଜ୍ଞାନିକଙ୍କ ପରି ନୂଆ ନୂଆ ଆବିଷ୍କାର କରିବାକୁ ଚାହୁଁଛି ।’

ଜଣାଇ ରଖୁଛୁ ଯେ, ସୁଶାନ୍ତ ସିଂହ ରାଜପୁତଙ୍କୁ ବାନ୍ଦ୍ରା ସ୍ଥିତ ବାସଭବନରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୁଶାନ୍ତଙ୍କ ୩୪ ବର୍ଷ ହୋଇଥିଲା ଏବଂ ଟେଲିଭିଜନ ଜଗତରେ ବହୁ ଲୋକପ୍ରିୟତା ହାସଲ କରିସାରିବା ପରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ । ସେ ବଲିଉଡରେ ‘କାଇ ପୋ ଛେ’, ‘ବ୍ୟୋମକେଶ ବଖସୀ’, ‘ଏମଏସ ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀ’, ‘ଛିଛୋରେ’ ଭଳି ଅନେକ ଚଳଚିତ୍ରରେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଛନ୍ତି ।

ଦ୍ଵାଦଶୀ ତିଥିରେ ରାଜପ୍ରାସାଦ ବିଜେ କରିବେ ଶ୍ରୀଜିଉ

ପୁରୀ: ଆଜି ଶ୍ରୀଜିଉମାନଙ୍କ ରାଜପ୍ରାସାଦ ବିଜେ ନୀତି । ଦ୍ଵାଦଶୀ ତିଥି ଅବସରରେ ଏହି ନୀତି ସମାପନ କରିବେ ସେବାୟତ । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇ ବେହରଣ ଦ୍ଵାର ଫିଟାଇବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିଲା ।

ଏହାସହ ଶ୍ରୀଜିଉଙ୍କୁ ଶ୍ରୀ ବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ଔଷଧ ମଧ୍ୟ ଲାଗି କରାଯାଇଥିଲା । ଔଷଧ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ସହ ଶ୍ରୀଜିଉଙ୍କ ଅନବସର ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରାଯିବ । ପରେ ପହୁଡ ଆଳତୀ ନୀତି ହେବା ପରେ ଦଇତାପତି ମାନେ ଘଣା ଲାଗି ନୀତି କରିବେ ।

ଦୁବାଇରୁ ଫେରୁଛନ୍ତି ୨୧୦ଜଣ ଓଡିଆ ପ୍ରବାସୀ

ଭୁବନେଶ୍ୱର: ଆଜି ଦୁବାଇରୁ ଓଡିଆ ପ୍ରବାସୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱରରେ ପହଞ୍ଚିବ । ସକାଳ ୧୧ ସୁଦ୍ଧା ଏହି ବିମାନ ପହଞ୍ଚିବ ବୋଲି ସୂଚନା ମିଳିଛି । ୨୧୦ ସିଟ୍‌ ବିଶିଷ୍ଟ ଏହି ଚାର୍ଟାଡ ବିମାନ ଓଡିଆ ପ୍ରବାସୀଙ୍କୁ ନେଇ ଆସୁଛି । ଆବୁଧାବିରେ ଥିବା ଓଡିଆ ସମାଜ ଏହି ପ୍ରବାସୀଙ୍କ ଟିକେଟ ଖର୍ଚ୍ଚ ବହନ କରୁଛି ।

ପୂର୍ବରୁ ୨୧୬ ଜଣ ଯାତ୍ରୀଙ୍କୁ ନେଇ ଏକ ଚାର୍ଟାଡ ପ୍ଲେନ୍‌ ଦୁବାଇରୁ ଆସିଥିଲା । ଦୁବାଇରେ ଥିବା ପ୍ରବାସୀ ମାନେ କରୋନା କଟକଣା ଯୋଗୁଁ ଅଟକି ରହିଥିଲେ । ସେମାନଙ୍କୁ ସ୍ୱଦେଶ ଫେରାଇବାକୁ ଅଣ୍ଟା ଭିଡିଥିଲା ଆବୁଧାବି ଓଡିଆ ସମାଜ । ପ୍ରଥମ ପର୍ଯ୍ୟାୟରେ ୨୧୬ ଯାତ୍ରୀଙ୍କୁ ଓଡିଶା ପଠାଇ ସାରିଥିବା ବେଳେ ଆଜି ୨୧୦ ଜଣଙ୍କୁ ନେଇ ଓଡିଶା ଫେରୁଛି ସ୍ୱତନ୍ତ୍ର ବିମାନ । ବନ୍ଦେ ଭାରତ ଯୋଜନାରେ ବିଦେଶରେ ଫସିଥିବା ପ୍ରବାସୀମାନେ ଓଡିଶା ଫେରୁଛନ୍ତି।

ଆଜି ବସିବ କ୍ୟାବିନେଟ ବୈଠକ

ଭୁବନେଶ୍ୱର: କୋଭିଡ ସଂକଟ ଭିତରେ ଆଜି ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା । ୭.୪୫ରେ ବସିବ ଏହି ବୈଠକ । ଏଥିରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବାର ସୂଚନା ରହିଛି । ରାଜସ୍ୱ ବିଭାଗର ଦୁଇଟି ପ୍ରସ୍ତାବ ଉପରେ ବାଜିପାରେ ମୋହର । ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ ଓ କୃଷି ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ରହିଛି । ଏହାସହ କରୋନା ସ୍ଥିତି ଦେଖି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର ।

କେନ୍ଦ୍ରାପଡ଼ାରେ ରଥଯାତ୍ରା ବନ୍ଦ କରିବା ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

କେନ୍ଦ୍ରାପଡ଼ା: କରୋନା ପାଇଁ ବନ୍ଦ ହେଲା  ତୁଳସୀ କ୍ଷେତ୍ରରେ ବଳଦେବଜୀଉଙ୍କ ଘୋଷଯାତ୍ରା । କେନ୍ଦ୍ରାପଡ଼ାରେ ରଥଯାତ୍ରା ବନ୍ଦ କରିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ରଥଯାତ୍ରାରେ ଏକାଧିକ ବ୍ୟକ୍ତିଙ୍କ ସମାଗମ ହେଉଥିବାରୁ ସାମାଜିକ ଦୂରତା ରକ୍ଷା ନହେବା ନେଇ ଆଶଙ୍କା ରହିଛି । ତେଣୁ ରଥଯାତ୍ରା ଉପରେ ରୋକ ଲାଗିଯାଇଛି ।

ସେହିପରି ବଳଦେବଜୀଉଙ୍କ ରଥ ଦଉଡି ପୁରୀ ଶ୍ରୀଜଗନ୍ନାଥଙ୍କ ଅପେକ୍ଷା ଛୋଟ ଥିବାରୁ ଏଠାରେ ସାମାଜିକ ଦୂରତା ରକ୍ଷା ସମ୍ଭବ ନୁହେଁ। ଏନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସେବାୟତଙ୍କ ବୈଠକରେ ଆଲୋଚନା ହୋଇଥିଲା। ଆସନ୍ତାକାଲି ମନ୍ଦିର ସେବକମାନେ ରାଜ ପୁରୋହିତଙ୍କ ନିକଟକୁ ଯାଇ ମନ୍ଦିର ଭିତରେ ରଥଯାତ୍ରା ସମାପନ କରିବା ନେଇ ଆଲୋଚନା କରିବେ। ଏହାପରେ ଚଳିତ ବର୍ଷ ରଥଯାତ୍ରାର ବିକଳ୍ପ ବାଟ ବାହାରିବ ବୋଲି ଦେବୋତ୍ତର ବିଭାଗ ମୁଖ୍ୟ କହିଛନ୍ତି ।

ରଥଯାତ୍ରା ନେଇ ଆଜି ଆସିବ ସୁପ୍ରିମକୋର୍ଟର ରାୟ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ଆଜି ଆସିବ ସୁପ୍ରିମକୋର୍ଟର ରାୟ । ରଥଯାତ୍ରା ବନ୍ଦ ପାଇଁ ଓଡିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ ଗତ ୧୧ ତାରିଖରେ ସୁପ୍ରିମକୋର୍ଟର ଆଇନଜୀବୀ ରଞ୍ଜିତା ରୋହତଗୀଙ୍କ ଜରିଆରେ ପିଟିସନ ଦାଖଲ କରିଥିଲେ ।

କରୋନା ସ୍ଥିତିକୁ ଦେଖି ଘୋଷଯାତ୍ରା ବନ୍ଦ ପାଇଁ ଆବେଦନ କରିଥିଲା ପରିଷଦ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦ୍ଵାରା ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ଏହାର ରାୟ ଶୁଣାଇବେ । ଓଡିଶା ବିକାଶ ପରିଷଦ ଦ୍ଵାରା ଦାଖଲ କରାଯାଇଥିବା ପିଟିସନରେ ପକ୍ଷଭୁକ୍ତ ହେବା ପାଇଁ ଜୟନ୍ତ କୁମାର ବଳଙ୍କ ଦ୍ଵାରା ଦାଖଲ କ୍ୟାଭେଟ୍‌ ଆବେଦନର ମଧ୍ୟ ଆଜି ଶୁଣାଣି ହେବ ।

ଏହି ରାଶିର ଲୋକେ କୈାଣସି କ୍ଷେତ୍ରରୁ ଶୁଭ ସୂଚନା ପାଇପାରନ୍ତି

ମେଷ ରାଶି

ଅଶ୍ୱିନୀ- ପାରିବାରିକ ପରିବେଶରେ ଖୁସି ପାଇବେ,ପିଲାଙ୍କର ଚାକିରୀର ସୁଯୋଗ ମିଳିବ

ଦ୍ୱିଜା- କର୍ମକ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରୀ ସହାୟତା ମିଳିବ

କୃତ୍ତିକା- ଦାୟିତ୍ୱ ବଢିବ,ପରିବାରରେ ସପଂର୍କ ଆହୁରି ମଜବୁତ ରହିବ

ଆଜି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ

ବୃଷରାଶି

କୃତ୍ତିକା – କୈାଣସି କ୍ଷେତ୍ରରୁ ଶୁଭ ସୂଚନା ପାଇପାରନ୍ତି

ରୋହିଣୀ- ସକାଳୁ ସ୍ନ।ନ ସାରି ଗୁରୁଜନମାନଙ୍କର ଆର୍ଶିବାଦ ମିଳିବ

ମୃଗଶିରା- ସୁଖଶାନ୍ତି କାରକ ଦ୍ରବ୍ୟ ମିଳିବ,ପିତାମାତାଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢିବ

କୁକୁରକୁ ପେଟପୁରା ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- କୈାଣସି ସ୍ଥାନରୁ ଅର୍ଥ ମିଳିବାର ସୂଚନା

ଆର୍ଦ୍ରା- ମନ ଅସ୍ଥିର ରହିବ,ସତର୍କ ରହିଥିବେ

ପୁନର୍ବସୁ- ମନମୁତାବକ ଫଳ ପ୍ରାପ୍ତି ପାଇଁ ଚିନି, ଗୁଡ ଲାଲ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ

ଶ୍ରୀବିଷ୍ଣୁ ଭଗବାନଙ୍କୁ ସ୍ମରଣ କରି ଦିନ ଆରମ୍ଭ କରନ୍ତୁ

କର୍କଟ ରାଶି

ପୁନର୍ବସୁ- ଚାକିରୀ କିମ୍ବା ବ୍ୟବସାୟରେ ଭୁଲ୍‌ ବୁଝାମଣା ରହିବ,ନିଜ ଲୋକମାନେ ହଇରାଣ କରିବେ

ପୁଷ୍ୟା- କିଛି ଭୁଲ୍‌ ନିଷ୍ପତ୍ତିର ଶିକାର ହୋଇପାରନ୍ତି

ଅଶ୍ଳେଷା- ଦିନଟି ଭଲ ନାହିଁ, ଦୁର୍ଗା ମା’ଙ୍କର ଚାଳିଶା ପାଠ କରନ୍ତୁ

ଘରେ ସୋରିଷ ତେଲର ଦୀପ ଶନି ଦେବଙ୍କ ଉଦ୍ଦେଶ୍ୟରେ ଜାଳନ୍ତୁ

ସିଂହ ରାଶି

ମଘା- ମଥାରେ ରକ୍ତଚନ୍ଦନ ଲଗାନ୍ତୁ, ମନେମୁତାବକ ଫଳ ପାଇବେ

ପୂର୍ବା ଫାଲଗୁନି- କୈାଣସି ସୁଖଶାନ୍ତି ଭରା ପରିବେଶରେ ଦିନ କାଟିବେ

ଉତ୍ତରାଫାଲଗୁନି- କୈାଣସି ସମସ୍ୟାରୁ ମୁକ୍ତି ପାଇବେ

ଘରେ ପୂର୍ବଦିଗରେ ତମ୍ବା ପାତ୍ରରେ ଜଳରଖି ପିଅନ୍ତୁ, କଲ୍ୟାଣକାରୀ ହେବ

କନ୍ୟା ରାଶି

ଉତ୍ତରଫାଲଗୁନି – ବ୍ୟବସାୟରେ ଲାଭ ପାଇବେ, ନିତ୍ୟବ୍ୟବହାର୍ଯ୍ୟ ଜିନିଷ ମିଳିବ

ହସ୍ତା- ଅଚାନକ ଖୁସି ଖବର ପାଇବେ, ମନର ଆଶା ପୂରଣ ହେବ

ଚିତ୍ରା- ପୁଞ୍ଜିନିବେଶରୁ ଲାଭ ପାଇବେ କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିଥିବେ

ଘରେ ସମସ୍ତଙ୍କୁ ମିଠା ଖାଇବାକୁ ଦିଅନ୍ତୁ

ତୁଳା ରାଶି

ଚିତ୍ରା -କୈାଣସି ଯୋଜନାରେ ସଫଳ ହେବେ,ପାରିବାରିକ ଶାନ୍ତି ମିଳିବ

ସ୍ୱାତୀ- ପିଲାମାନଙ୍କୁ ନୂତନ କର୍ମ ନିଯ଼ୁକ୍ତିର ଖବର ମିଳିବ

ବିଶାଖା- ଅଯଥା କଥାରେ ଧ୍ୟାନ ଦିଅନ୍ତୁ ନାହିଁ, ମା’ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ

କଳା ପିମ୍ପୁଡିକୁ ଚିନି, ଗୁଡ ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା – ମନର ଆଶା ପୂରଣ ହେବ ନାହିଁ,ମାନସିକ ଅଶାନ୍ତି ବଢିବ

ଅନୁରାଧା- କର୍ମ ଏବଂ ଅର୍ଥ ଚିନ୍ତା ବଢିବ, ଘରୁ ବାହାରିବା ବେଳେ ମହୁ ଖାଇ ବାହାରନ୍ତୁ

ଜ୍ୟେଷ୍ଠା- ଅର୍ଥକୁ ନେଇ ମନ ଅଶାନ୍ତ ରହିବ, ସଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ

ଓଁ ତାରାଦେବୀ ନମଃ ୨୭ ଥର ଜପ କରନ୍ତୁ

ଧନୁ ରାଶି

ମୂଳା- ଆଜି ଚନ୍ଦନର ଟିପା ଲଗାନ୍ତୁ , ଓଁ ନମଃ ଶିବାୟ ଜପ କରନ୍ତୁ

ପୂର୍ବାଷାଢା- ଅଟକିଥିବା କାମର ପୂରଣ ପାଇଁ କିଛି ମିଠା ଦାନ କରନ୍ତୁ

ଉତ୍ତରାଷାଢା- କୈାଣସି ଯୋଜନାରେ ସଫଳ ହୋଇପାରନ୍ତି

ଘରେ ତୁଳସୀ ଚଉରା ମୂଳରେ ଦୀପ ଦାନ କରନ୍ତୁ, ଆର୍ଶିବାଦ୍‌ ପାଇବେ

ମକର ରାଶି

ଉତ୍ତରାଷାଢା – କୈାଣସି ପ୍ରକାରର ଧୋକା ପାଇବେ,ଗୋଟିଏ ଲାଲ ମନ୍ଦାର ଗଛ ଲଗାନ୍ତୁ

ଶ୍ରବଣା- ବନ୍ଧୁ ପରିଜନଙ୍କର ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ତାହା ପୂରଣ ହେବ

ଧନିଷ୍ଠା- ବୟୋଜ୍ୟଷ୍ଠଙ୍କର କାର୍ଯ୍ୟକୁ ପୁରା କରନ୍ତୁ

ହଳଦି,ଚନ୍ଦନ,ଅକ୍ଷତ ମଥାରେ ଲଗାନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଅଯଥା ଅର୍ଥହାନି ଘଟିବ,ଅଗ୍ନି କିମ୍ବା ବିଦ୍ୟୁତ ଭୟ ରହିବ

ଶତଭିଷା- କିଛି ବି ଲାଲ ରଙ୍ଗର ବ୍ୟବହାର କରନ୍ତୁ ନାହିଁ

ପୂର୍ବଭାଦ୍ରପଦ- କୈାଣସି ପ୍ରକାରର ସାହାଯ୍ୟ ସହଯୋଗ ପାଇବେ

ସ୍ନ।ନସାରି ଭଗବାନ ଶନିଦେବଙ୍କୁ ପ୍ରଣାମ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ଅଯଥା ବାହାରକୁ ଯାଆନ୍ତୁ ନାହିଁ,ଅଚାନକ ଦୁର୍ଘଟଣା ହୋଇପାରେ

ଉତ୍ତରଭାଦ୍ରପଦ- ଅର୍ଥଚିନ୍ତା,ମାନସିକ ଅଶାନ୍ତି ବଢିବ

ରେବତୀ- ସମୟ ଏତେ ଭଲ ରହିବ ନାହିଁ

ସ୍ନ।ନ ସାରି ପଶ୍ଚିମକୁ ମୁହଁ କରି ହନୁମାନ ଚାଳିଶା ପାଠ କରନ୍ତୁ

 

 

ଗର୍ଗ ଜ୍ୟୋତିଷ ଶ୍ରୀପତି ଆଚାର୍ଯ୍ୟ

ଯୋଗାଯୋଗ ନମ୍ବର-9438389039