spot_img
Home Blog Page 6965

ଇସ୍ରାଏଲର ଜଣେ ଭଲ ବନ୍ଧୁଥିଲେ ସୁଶାନ୍ତ, ସରକାର ଟ୍ୱିଟ୍‌ କଲେ ଏହି ସ୍ୱତନ୍ତ୍ର ଭିଡିଓ…

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ କେହି ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତାଙ୍କ ଫ୍ୟାନ୍ସମାନେ ଏବେ ବି ତାଙ୍କ ମନେ ପକାଉଛନ୍ତି । ଆଉ ସେମାନେ ବିଶ୍ୱାସ କରିପାରୁ ନାହାନ୍ତି ଯେ, ସୁଶାନ୍ତ ଆଉ ନାହାନ୍ତି । ସୁଶାନ୍ତ ଆତ୍ମହତ୍ୟା କରିଥିବା କଥା କହାରି ବିଶ୍ୱାସ ହେଉ ନାହିଁ ।

ଯେଉଁ ବୟସରେ ଲୋକେ ନୂତନ କୀର୍ତ୍ତିମାନ ରଚିବା କଥା ସେହି ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ସୁଶାନ୍ତ । ଚିରନିଦ୍ରାରେ ଶୋଇଯାଇଛନ୍ତି ସୁଶାନ୍ତ । ତେବେ ସବୁଠାରୁ ବଡ଼ କଥା ହେଲା ସୁଶାନ୍ତଙ୍କ ମୃତ୍ୟୁରେ କେବଳ ଯେ ଭାରତ ଦୁଃଖି ତା ନୁହେଁ, ବିଦେଶରେ ମଧ୍ୟ ସୁଶାନ୍ତଙ୍କୁ ଅନେକ ପ୍ରଶଂସକ ମନେ ପକାଉଛନ୍ତି । ସୁଶାନ୍ତଙ୍କୁ ବିଦେଶୀ ପ୍ରଶଂସକମାନେ ସମବେଦନା ଜଣାଇଛନ୍ତି ।

ଏପରିକି ଇସ୍ରାଏଲ୍‌ର ଜଣେ ପ୍ରଶଂସକ କହିଛନ୍ତି, ସୁଶାନ୍ତ ଇସ୍ରାଏଲର ଜଣେ ପ୍ରକୃତ ବନ୍ଧୁ । ଇସ୍ରାଏଲ ସରକାରଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟର ଜେନେରାଲ ଓ ଡେପୁଟି ଡାଇରେକ୍ଟର ଗିଲାଡ କୋହେନ ନିଜ ଟ୍ୱିଟ୍‌ ଆକାଉଣ୍ଟ ଜରିଆରେ ଏଭଳି ଟ୍ୱିଟ୍‌ କରିଛନ୍ତି । ସୁଶାନ୍ତଙ୍କ ସ୍ମୃତିରେ ସେ ଏକ ମେସେଜ୍‌ ସେୟାର କରିଛନ୍ତି । ଏହା ସହ ସୁଶାନ୍ତଙ୍କୁ ମନେ ପକାଇ ଏକ ଭିଡିଓ ଲିଙ୍କ ମଧ୍ୟ ଟ୍ୱିଟ୍ କରିଛନ୍ତି ।‌ ସୁଶାନ୍ତଙ୍କ ପରଲୋକରେ ଶୋକ ବ୍ୟକ୍ତ କରିବା ସହ ସେ ଇସ୍ରାଏଲର ପ୍ରକୃତ ବନ୍ଧୁ ଥିଲେ ବୋଲି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଗିଲାଡ ।

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା: ରେଳ ଚଳାଚଳଠାରୁ ପ୍ରବେଶିକା ପରୀକ୍ଷା ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆର ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ତିନୋଟି ମୁଖ୍ୟ ପ୍ରସଙ୍ଗ ଉଠାଇଛନ୍ତି । ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟସ୍ତରର ପ୍ରବେଶିକା ପରୀକ୍ଷା ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ରଖିଥିଲେ । ରାଜ୍ୟସ୍ତରରେ ଯୁକ୍ତ୨ ପରୀକ୍ଷା ହେବା ପରେ ହିଁ NEET, JEE ଭଳି ଜାତୀୟ ସ୍ତରରେ ପ୍ରବେଶିକା ପରୀକ୍ଷା ହେଉ ବୋଲି ସେ କହିଥିଲେ ।

ସେହିଭଳି ଉପସାଗରୀୟ ରାଷ୍ଟ୍ରରେ ଅଟକି ରହିଥିବା ଓଡ଼ିଆଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାରଣ ଉପସାଗରୀୟ ରାଷ୍ଟ୍ରରେ ଅଟକି ରହିଥିବା ଓଡ଼ିଆଙ୍କ ମଧ୍ୟରୁ ଅଧିକାଂଶ ସେଠାରେ କମ ଦରମାରେ କାମ କରିଥାନ୍ତି ।

ସେହିଭଳି ଜୁନ ମାସରେ ମୌସୁମୀ ବର୍ଷା ଆରମ୍ଭ ହେଉଥିବା ବେଳେ ଅଧିକ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି ତେଣୁ ବର୍ତ୍ତମାନ ପାଇଁ ଭାରତ ସରକାର ଓଡ଼ିଶାକୁ ରେଳ ଚଳାଚଳ ଓ ବିମାନ ସେବା ଉପରେ ପୂର୍ବଭଳି ପ୍ରତିବନ୍ଧକ ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଦୁଇ ସହିଦଙ୍କ ପରିବାରକୁ ମିଳିବ ୨୫-୨୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର:  ଭାରତ ଓ ଚୀନ୍‌ ସୀମାରେ ଥିବା ଲଦାଖ ଗଲୱାନ୍ ଘାଟିରେ ହୋଇଥିବା ସେନାର ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହ ଦୁଇ ସହିଦ ଓଡ଼ିଆ ଯବାନଙ୍କ ପରିବାରକୁ ରାଜ୍ୟ ସରକାର ୨୫-୨୫ ଲକ୍ଷ ଟଙ୍କାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଏହି ସହାୟତା ରାଶି ଦିଆଯିବ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ଟ୍ୱିଟ୍ କରିଥିଲେ ।  ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍‌ ଜରିଆରେ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ସେ ନିଜ ଟ୍ୱିଟ୍‌ରେ ଲେଖିଥିଲେ ଯେ, ‘ଲଦାଖ ଗଲୱାନ୍ ଘାଟିରେ ହୋଇଥିବା ସେନାର ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ଶହୀଦ ଖବର ମୋତେ ବ୍ୟଥିତ କରିଛି । ଦୁହିଁଙ୍କ ଦେଶପ୍ରେମ ଓ ବଳିଦାନ ଚିର ସ୍ମରଣୀୟ ରହିବ। ଉଭୟ ବୀରଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି ।’

ଉଲ୍ଲେଖନୀୟ ଯେ,ସୋମବାର-ମଙ୍ଗଳବାର ରାତିରେ ଲଦାଖର ଗଲବାନ ଘାଟିରେ ଚୀନ୍ ସୈନିକଙ୍କ ଆକ୍ରମଣରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଯବାନ ମଧ୍ୟ ରହିଛନ୍ତି । କନ୍ଧମାଳ ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜର ନନ୍ଦୁରାମ ସୋରେନ୍ ଦେଶ ପାଇଁ ଚରମ ତ୍ୟାଗ କରିଛନ୍ତି । ଏହି ଦୁଇ ଯବାନ ବିହାର ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ ।

 

ଆପଣ,ଅମନଙ୍କ ବାପା ? ଅମନ୍ ଦେଶ ପାଇଁ ସହିଦ ହୋଇଛନ୍ତି..

ସମସ୍ତିପୁର: ଗଲବାନରେ ଚୀନ ଧୋକାର ଶିକାର ହୋଇ ସହିଦ ହୋଇଥିବା ୨୦ ଯବାନଙ୍କ ମଧ୍ୟରେ ଅଛନ୍ତି ୧୬ ବିହାର ରେଜିମେଣ୍ଟର ସିପାହୀ ଅମନ କୁମାର ସିଂହ । ଅମନ କୁମାର ସମସ୍ତିପୁର ଜିଲ୍ଲାର ମୋହିଉଦ୍ଦିନନଗରର ସୁଲତାନପୁର ଗ୍ରାମର ବାସିନ୍ଦା ।

ମଙ୍ଗଳବାର ରାତି ୯ଟାରେ ସହିଦଙ୍କ ପିତା ସୁଧିର ସିଂହଙ୍କୁ କମାଣ୍ଡିଂ ଅଫିସର ଫୋନ୍ କରି ଲଦାଖରେ ତାଙ୍କ ପୁଅ ଦେଶ ପାଇଁ ବଳିଦାନ ଦେଇଥିବା କଥା କହିଥିଲେ । ଏହି ଖବର ଶୁଣିବା ପରେ ଅମନଙ୍କ ପରିବାର ଉପରେ ବଜ୍ରପାତ ହୋଇଥିଲା ।

ଅମନ କୁମାହର ୨୦୧୪ ନଭେମ୍ବର ମାସରେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ଅମନ କୁମାର ଗତ ୩ ମାସ ହେଲ ଲେହ-ଲଦାଖରେ ଚୀନ୍ ସୀମାରେ ମୁତ୍ତୟନ ଥିଲେ ।

ଗତ ବର୍ଷ ହୋଇଥିଲା ବିବାହ

ସହିଦ ଅମନଙ୍କ ବିବାହ ଗତ ବର୍ଷ ପାଟନାରେ ହୋଇଥିଲା । ଅମନଙ୍କ ପତ୍ନୀଙ୍କ ଅନୁସାରେ ସେ ଫେବ୍ରୁଆରି ମାସରେ ଘରକୁ ଆସିଥିଲେ । ଗଲାବେଳେ କହିଥିଲେ ଯେ, ମେ’ ମାସରେ ପୁଣି ଫେରିବେ । କିନ୍ତୁ ଆଉ ଫେରିବେନି ।

ଅମନଙ୍କ ମା’ଙ୍କ ଅବସ୍ଥା ମଧ୍ୟ ଠିକ୍ ନାହିଁ । ତାଙ୍କ ଅନୁସାରେ ୨୫-୨୬ ତାରିଖରେ ଅମନ ଘରୁ କର୍ମକ୍ଷେତ୍ରକୁ ଯାଇଥିଲେ । ପୁଣିଥରେ ମେ’ ମାସରେ ଫେରିବା ବୋଲି କହିକରି ଯାଇଥିଲେ । କିନ୍ତୁ ଲକଡାଉନ୍ କାରଣରୁ ଆଉ ଘରକୁ ଫେରି ପାରିନଥିଲେ । ଲଦାଖରେ ମୋ ବାବୁ ସହିଦ ହୋଇଗଲା ।

ଅମନଙ୍କ ପିତାଙ୍କ ଅନୁସାରେ ସେ ରାତିରେ ଘରେ ବସିଥିଲେ । ଫୋନ୍ ଆସିଲା । ଫୋନ କରିଥିଲେ ଅମନଙ୍କ କମାଣ୍ଡିଂ ଅଫିସର । ସେପଟୁ ତାଙ୍କୁ ପଚରା ଯାଇଥିଲା ଯେ, ସେ ଅମନଙ୍କ ପିତା କି ?ଉତ୍ତରରେ ହଁ କହିବା ପରେ ସେପଟୁ କମାଣ୍ଡିଂ ଅଫିସର କହିଥିଲେ ଯେ, ଅମନ ଦେଶ ପାଇଁ ସହିଦ ହୋଇଯାଇଛନ୍ତି । ସହିଦ ଅମନଙ୍କ ପାର୍ଥିବ ଶରିର ଗୁରୁବାର ଦିନ ଲଦାଖରୁ ତାଙ୍କ ପୈତୃକ ଗ୍ରାମକୁ ଆସିବ । ସେଠାରେ ଅନ୍ତିମ ସଂସ୍କାର କରାଯିବ ।

୩୦ ପଇସାରେ କରୋନା ଔଷଧ,ଭାରତ ପାଖରେ Dexametasoneର ଭଣ୍ଡାର

କରୋନା ଭାଇରସର ନିବାରଣ ଭାବେ ବିରାଟ ଆଶା ଭାବେ ଉଭା ହୋଇଛି ଡେକ୍ସାମିଥେସୋନ୍ । ଏହି ଔଷଧକୁ କରୋନାର ସମ୍ଭାବ୍ୟ ନିବାରକ ବୋଲି କୁହାଯାଉଛି । ଭାରତ ପାଖରେ ରହିଛି ଏହାର ଭଣ୍ଡାର । ଭାରତରୁ ଏହି ଔଷଧ ୧୦୭ ଦେଶକୁ ରପ୍ତାନୀ ହୋଇଥାଏ । ୧୦ଟି ବଟିକା ଥିବା ଗୋଟିଏ ଷ୍ଟ୍ରିପର ଦାମ ହେଉଛି ୩ ଟଙ୍କା । ମାନେ ଗୋଟିଏ ବଟିକାକୁ ୩୦ ପଇସା ।କରୋନା ଭାଇରସର ରାମବାଣ ବୋଲି କୁହାଯାଉଥିବା ଏହି ଔଷଧକୁ ଭାରତ ୧୦୭ ଦେଶକୁ ରପ୍ତାନୀ କରିଥାଏ । ଯାହାର ରପ୍ତାନୀ ମୁଲ୍ୟ ହେଉଛି ପ୍ରାୟ ୧୧୬.୭୮ଟଙ୍କା ।

ଏହି ଔଷଧର ଉପଯୋଗ ରହ୍ୟୁମେଟିକ୍ ରୋଗ,ତ୍ୱତା ସମ୍ବନ୍ଧୀୟ ରୋଗ,ଆଲର୍ଜୀ,ଦମା,ଦାନ୍ତ ଓ ଆଖି ଫୁଲିବା ପାଇଁ ବ୍ୟବହାର ହୋଇଥାଏ । ଏହା ଏକ ଷ୍ଟେରୟଡ୍ । ଡାକ୍ତରଙ୍କ ପରାମର୍ଶରେ ଏହାକୁ ରୋଗୀଙ୍କୁ ଦିଆଯାଇଥାଏ ।

ଭାରତରେ ଏହି ଔଷଧକୁ ସବୁଠାରୁ ଅଧିକ ଜାଇଡର କାଡିଲା,ୱାର୍କହାଟ,କାଡିଲା ଫାର୍ମସୁଟିକାଲ,ଜିଏଲଏସ ଫାର୍ମା ଓ ବିଥ୍ ଲିମିଟେଡ୍ ନାମକ କଂପାନୀ ତିଆରି କରିଥାନ୍ତି । ଭଲ ଖବର ହେଲା ଏହି ଔଷଧ ବହୁତ ଶସ୍ତା । ୧୦ ଟି ବଟିକାର ଦାମ୍ ମାତ୍ର ୩ଟଙ୍କା । ଅର୍ଥାତ ଗୋଟିଏ ବଟିକାର ଦାମ ୩୦ ପଇସା ।

 

ବ୍ରିଟେନରେ ୨୧୦୪ ଜଣ କରୋନା ରୋଗୀଙ୍କ ଉପରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ କ୍ଲିନିକାଲ ଟ୍ରାଏଲ କରିଥିଲେ । ପରିଣାମ ଗବେଷକଙ୍କୁ ଚମକାଇ ଦେଇଥିଲା । ଏହି ଔଷଧ ଖାଇଥିବା ରୋଗୀଙ୍କ ମଧ୍ୟରୁ ଭେଣ୍ଟିଲେଟରରେ ଥିବା ଏକ ତୃତୀୟାଂଶ ମୃତ୍ୟୁହାର କମିଯାଇଥିଲା ।

 

ସୀମାରେ ହିଂସା, ଚୀନର ପୂର୍ବ ନିର୍ଦ୍ଧାରିତ ଷଡ଼ଯନ୍ତ୍ର: ଏସ୍‌ ଜୟଶଙ୍କର

ଲଦାଖ: ଗଲଓ୍ୱାନ ଘାଟିରେ ସୋମବାର ରାତି ଚୀନ ସହିତ ହୋଇଥିବା ହିଂସା  ଘଟଣାକୁ ନେଇ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଚୀନ ପ୍ରତିପକ୍ଷଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି । ସେ ଏଭଳି ଘଟଣା ନେଇ ବେଜିଂ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି ।  ଚୀନ ଯଦି ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରେ ତା’ହେଲେ ଏହା ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ବୋଲି ସେ ଚେତାଇ ଦେଇଛନ୍ତି । ସେ ଆହୁରୀ କହିଛନ୍ତି ଗଲଓ୍ୱାନରେ ଯାହା କିଛି ହେଲା ଏନେଇ ଚୀନ ପକ୍ଷରୁ ପୂର୍ବରୁ ଯୋଜନା ହୋଇଥିବା ସେ ଅଭିଯୋଗ କରିଛନ୍ତି । ଉଭୟ ପକ୍ଷଙ୍କ ଫୋନ୍‌ରେ କଥାବାର୍ତ୍ତା ସରିବା ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଭାରତ-ଚୀନ ମୁହାଁମୁହିଁ ଘଟଣା: ଭାରତର ୨୦ ଯବାନ ଶହୀଦ, ଚୀନର ୪୩ ନିହତ

୧୯୬୨ ଭାରତ-ଚୀନ୍‌ ଯୁଦ୍ଧ ବେଳେ ପାକିସ୍ତାନ ମୁଣ୍ଡ ଖେଳାଇ ନଥିଲା କାହିଁକି, ହେଲେ ଏଥର…?

ସୋମବାର ରାତିରେ ଲଦାଖର ଗଲଭାନ ଘାଟିରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ଭାରତର କମାଣ୍ଡିଂ ଅଫିସରଙ୍କ ସମେତ ୨୦ ଜଣ ସୈନିକ ସହିଦ ହୋଇଛନ୍ତି । ଏହି ହିଂସାରେ ୪୦ ଜଣ ଚୀନ୍ ସୈନିକ ନିହତ ହୋଇଥିବା ଏବଂ ଅନେକ ଗୁରୁତର ହୋଇଥିବା ମଧ୍ୟ ଖବର ରହିଛି ।

ଏବେ ପ୍ରଶ୍ନ ଉଠୁଛି ଭାରତ-ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଲେ ପାକିସ୍ତାନ କ’ଣ କରିବ ? ଚୀନ୍‌କୁ ସମର୍ଥନ କରିବ ନା ୧୯୬୨ ମସିହା ଭଳି ଭାରତ-ଚୀନ୍‌ ଯୁଦ୍ଧରୁ ନିଜକୁ ନିବୃତ୍ତ ରଖିବ ?

୧୯୬୨ ମସିହାରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧରେ ପାକିସ୍ତାନ ପ୍ରଥମେ ସୁଯୋଗର ଫାଇଦା ନେବାକୁ ଚେଷ୍ଟା କରିଥିଲା । ହେଲେ ଭାରତ ପ୍ରତି ଆମେରିକାର ଦୃଢ଼ ସମର୍ଥନ ଥିବାରୁ ପାକିସ୍ତାନ ନିଜକୁ ଏହି ବିବାଦରୁ ଦୂରେଇ ରଖିଥିଲା ଏବଂ ପଛକୁ ପାଦ ଫେରାଇବାକୁ ବାଧ୍ୟ ହୋଇଥିଲା ।  ଆମେରିକାର ପୂର୍ବତନ ସୁରକ୍ଷା ଏଜେନ୍ସି ଅଧିକାରୀ ବ୍ରୁସ ରିଡେଲ, ତାଙ୍କ ପୁସ୍ତକ JFK ର ଫରଗଟନ୍‌: ତିବ୍ଦତରେ ଏହାର ଖୁଲାସା କରିଛନ୍ତି ।

ବ୍ରୁସ୍ ରିଡଲଙ୍କ ଅନୁଯାୟୀ, ୧୯୬୨ ମସିହାରେ ଆମେରିକା ନିଜେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆୟୁବ୍‌ ଖାନ୍‌ଙ୍କଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧର ଫାଇଦା ନ ନେବାକୁ ଆଶ୍ୱସନା ମାଗିଥିଲେ । ସେହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।

୧୯୬୨ ମସିହାରେ ଭାରତ-ଚୀନ୍ ଯୁଦ୍ଧ ବେଳେ ପାକିସ୍ତାନ ହାତରେ କାଶ୍ମୀର ଦଖଲ କରିବାର ସୁଯୋଗ ରହିଥିଲା । ଏହା ମଧ୍ୟ ବ୍ରୁସ୍ ରିଡଲ୍ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ, ପାକିସ୍ତାନ ଭାରତ ସହ ଯୁଦ୍ଧ ଆରମ୍ଭ କରିବା ପାଇଁ ସକ୍ଷମ ଥିଲା ଏବଂ ପ୍ରସ୍ତୁତ ମଧ୍ୟ ଥିଲା । କିନ୍ତୁ ୧୯୬୨ ମସିହାରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାର ଫାଇଦା ନ ନେବାକୁ ପାକିସ୍ତାନ ନିଷ୍ପତ୍ତି ନେଇଥିଲା ।

୨୮ ଅକ୍ଟୋବର ୧୯୬୨ ରେ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ସେନାର ସାହାଯ୍ୟ ଲୋଡିଥିଲେ । ଏହା ପରେ ପାକିସ୍ତାନରେ ଥିବା ତତ୍କାଳୀନ ଆମେରିକା ରାଷ୍ଟ୍ରଦୂତ ୱାଲ୍ଟର ମ୍ୟାକକୋନି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆୟୁବ ଖାନଙ୍କୁ ଭେଟିଥିଲେ । ଏହାସହ ଭାରତ-ଚୀନ୍‌ ଲଢ଼େଇରେ ପାକିସ୍ତାନ ଭାଗ ନେବ ନାହିଁ ବୋଲି ନେହେରୁଙ୍କୁ ବାର୍ତ୍ତା ପଠାଇବାକୁ ଆୟୁବ୍‌ ଖାନ୍‌ଙ୍କୁ କହିଥିଲେ ।

ତେବେ ଏହାର ଜବାବରେ ଆୟୁବ ଖାନ କହିଥିଲେ ଯେ, ଆମେରିକା ଏବଂ ପାକିସ୍ତାନ ମିଳିତ ଭାବେ ଭାରତର ଜମି ଦଖଲ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଯେପରି ଚୀନ୍ କରୁଛି । ଆୟୁବ ଖାନଙ୍କ ଏହି ମନ୍ତବ୍ୟକୁ ଆମେରିକା ବ୍ଲାକମେଲ୍‌ ବୋଲି ବିବେଚନା କରିଥିଲା । ଏହାସହ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାର କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ ।

ଏହା ପରେ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଜେ.କେ ଗାଲବ୍ରେଥ୍‌, ୱାଶିଂଟନ୍ ଏବଂ କରାଚିକୁ ଏକ ଟେଲିଗ୍ରାମ ଲେଖିଥିଲେ । ଏଥିରେ ସେ କହିଥିଲେ ଯେ, ଆମେରିକାର କୌଣସି ବାର୍ତ୍ତାକୁ ପାକିସ୍ତାନ କାଶ୍ମୀର ସହ ନଯୋଡ଼ିବା ଭଲ । ଏହା ପରେ ଆମେରିକା ତୁରନ୍ତ ଗେଲବ୍ରେଥ୍‌ଙ୍କ ଯୋଜନାରେ ମୋହର ମାରିଲା । ଏହାସହ ଏବଂ ନେହେରୁଙ୍କୁ ଚିଠି ଲେଖିବାକୁ ଆୟୁବ ଖାନଙ୍କୁ କହିଲା ।

ଏହି ଘଟଣା ପରେ ଏହା ସ୍ପଷ୍ଟ ଥିଲା ଯେ, ପାକିସ୍ତାନର କୌଣସି ବି ଭୁଲ ପଦକ୍ଷେପକୁ ଆମେରିକା ଏବଂ ବ୍ରିଟେନ ସହ୍ୟ କରିବେନି । ଏହାକୁ ଶତ୍ରୁତା ଓ ଆକ୍ରମଣାତ୍ମକ କାର୍ଯ୍ୟ ଭାବେ ଗ୍ରହଣ କରିବେ । ‘ସିଟୋ’ ଏବଂ ‘ସେଣ୍ଟୋ’ ଚୁକ୍ତି ଅନୁଯାୟୀ ପାକିସ୍ତାନର କୌଣସି ବି କାର୍ଯ୍ୟକୁ ଭୁଲ ବୋଲି ବିବେଚନା କରାଯିବ । ଆମେରିକା ପକ୍ଷରୁ ପାକିସ୍ତାନକୁ ଆହୁରି ମଧ୍ୟ କୁହାଗଲା ଯେ, ୧୯୫୦ ପରେ ଚୀନ୍ ପକ୍ଷରୁ ମାଓ ଦ୍ୱାରା କରାଯାଇଥିବା ଆକ୍ରମଣ ସବୁଠାରୁ ଭୟଙ୍କର ଥିଲା । ଏହାର ଜବାବ ଦେବାକୁ ଏବେ ଆମେରିକା ପ୍ରସ୍ତୁତ ରହିଛି ।

ଏହି ପୁସ୍ତକରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଭାରତ ଅଧିକୃତ ଜବି ଯେତେବେଳେ ଚୀନ୍ ହାତେଇବାକୁ ବସିଥିଲା ସେତେବେଳେ ନେହେରୁ ତୁରନ୍ତ ଆମେରିକାର ସହାୟତା ଲୋଡିଥିଲେ । ଚୀନ୍‌କୁ ପରାସ୍ତ କରିବା ପାଇଁ ଯୁଦ୍ଧ ବିମାନ ଯୋଗାଇବାକୁ କେନେଡିଙ୍କୁ ଏକ ଚିଠି ଲେଖିଥିଲେ ନେହେରୁ ।

ଏହା ପରେ ନେହେରୁ ୧୯ ନଭେମ୍ବରରେ ରାଷ୍ଟ୍ରଦୂତଙ୍କ ମାଧ୍ୟମରେ ରାଷ୍ଟ୍ରପତି କେନେଡିଙ୍କୁ ଆଉ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସେ ଚୀନ୍‌ର ପିପୁଲ୍ସ ଲିବ୍ରେସନ୍ ଆର୍ମିକୁ ପରାସ୍ତ କରିବା ପାଇଁ ଆମେରିକାର ବାୟୁ ସେନାକୁ ସହଯୋଗ ଲୋଡ଼ିଥିଲେ । ଚୀନ୍ ସମ୍ପ୍ରଦାୟ ବିରୋଧରେ ଏକ ନୂତନ ଯୁଦ୍ଧ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନେହେରୁ ରାଷ୍ଟ୍ରପତି କେନେଡିଙ୍କୁ ନିବେଦନ କରିଥିଲେ ।

ହାତ ଗଡ଼କୁ ହାତେଇଲା ବିଜେଡି: ଡ଼ମପଡା ବ୍ଳକ୍‌ରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ

କଟକ: ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡମପଡ଼ା ବ୍ଲକରେ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ । ସେଠାରେ ବିଜେଡି ସମର୍ଥିତ ସୁଯ୍ୟନାରାୟଣ ପାତ୍ର ନୂତନ ଅଧକ୍ଷଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଶଶାଙ୍କ ଶେଖର ଅଧକ୍ଷ ଥିଲେ। ବୁଧବାର ହୋଇଥିବା ଭୋଟ ରେ ସୂର୍ଯ୍ୟନାରାୟଣଙ୍କୁ ୯ ଜଣ ସମିତିସଭ୍ୟ ଭୋଟ ଦେଇଥିବାବେଳେ ଶଶାଙ୍କ ସମର୍ଥନରେ ୫ଟି ଭୋଟ ପଡ଼ିଥିଲା । ୨ ଭୋଟ ନାକଚ ହୋଇଥିବାବେଳେ  ଜଣେ ସଭ୍ୟ ମତଦାନ କରିନଥିଲେ ବୋଲି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଭାବ ମୂର୍ତ୍ତି ପାଇଁ ଭୋଟ ଦେଇଥିବା ସବୁ ସଭ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ । ସୂଚନାଯୋଗ୍ୟ ୨୦୧୭ରେ ପ୍ରାକ୍ତନ ଅଧକ୍ଷ ଶଶାଙ୍କ ଶେଖରଙ୍କୁ ୯  ଜଣ ସଭ୍ୟ ସମର୍ଥନ ଦେଇଥିବାବେଳେ ସୂର୍ଯ୍ୟନାରାୟଣଙ୍କ ପାଇଁ ୮ଜଣ ସମର୍ଥନ କରିଥିଲେ। ସୂଚନା ଯୋଗ୍ୟ ଯେ, ୨୦୧୭ରୁ ବ୍ଳକ୍ ଅଧ୍ୟକ୍ଷ ପଦବୀ ଖାଲି ଥିବା ବେଳେ ସୋମବାର ଏ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ସର୍ତ୍ତମୂଳକ ଭାବେ ଖୋଲିଲା ମାର୍କେଟ୍‌ ବିଲ୍ଡିଂ, ଭୁଲ୍‌ କଲେ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ…

ଭୁବନେଶ୍ୱର: ଖୋଲିଲା ମାର୍କେଟ୍‌ ବିଲ୍ଡିଂ । ରଜ ପୂର୍ବରୁ ସିଲ୍‌ ହୋଇଥିବା ଭୁବନେଶ୍ୱର ୟୁନିଟ-୨ ମାର୍କେଟ୍‌ ବିଲ୍ଡିଂ ବୁଧବାରଠାରୁ ଖୋଲାଯାଇଛି ।‌ ବିଭିନ୍ନ ସର୍ତ୍ତ ରଖି ବିଏମ୍‌ସି ପକ୍ଷରୁ ମାର୍କେଟ୍‌ ବିଲ୍ଡିଂ ଖୋଲିବାକୁ ଅନୁମତି ଦିଆଯାଇଛି ।

ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଏସ୍‌ଓପିକୁ ମାନିବେ ବୋଲି ମାର୍କେଟ୍‌ ବିଲ୍ଡିଂ ସଂଘ ସହମତି ପ୍ରକାଶ କରିବା ପରେ ଏହି ଅନୁମତି ଦିଆଯାଇଛି ।

ବିଏମ୍‌ସିର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜିଠାରୁ ସର୍ତ୍ତମୁଳକ ଭାବେ ମାର୍କେଟ ବିଲଡିଂ ଖୋଲାଯାଇଛି । ବିଏମସିର ନିୟମ ପାଳନ ନ କଲେ ତିନୋଟି ପର୍ଯ୍ୟାୟରେ ଦୋକାନ ବନ୍ଦ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି ।

୧- ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ନ ରଖିଲେ ଦୋକାନ ସିଲ୍‌ ହେବ ।
୨- ଦୋକାନୀ ମାନଙ୍କର ଟ୍ରେଡ୍‌ ଲାଇସେନ୍ସ ରଦ୍ଦ ହୋଇପାରେ ।
୩- ଦୋକାନୀ ମାନଙ୍କ ଲାଇସେନ୍‌ସକୁ ସମ୍ପୂର୍ଣ୍ଣ ବାତିଲ କରାଯିବ ।
ତେବେ ଏନେଇ ଅତିରିକ୍ତ ବିଏମ୍‌ସି କମିଶନର ଅବନୀକାନ୍ତ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ରଜ ପର୍ବକୁ ଦୃଷ୍ଟିରେ ରଖି ଗତ ଶୁକ୍ରବାର ମାର୍କେଟ ବିଲ୍ଡିଂ ଖୋଲିବା ପାଇଁ ଅନୁମତି ଦେଇଥିଲା ବିଏମ୍‌ସି । କିନ୍ତୁ ମାର୍କେଟ୍‌ ବିଲ୍ଡିଂ ଖୋଲୁ ଖୋଲୁ ସେଠାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ନିୟମକୁ ସମସ୍ତେ ଭାଙ୍ଗିଥିଲେ । ଏହି କାରଣରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଅଧିକ ଥିବାରୁ ମାର୍କେଟ୍‌ ବିଲ୍ଡିଂକୁ ତୁରନ୍ତ ସିଲ୍‌ କରିବା ପାଇଁ ବିଏମ୍‌ସି ନିର୍ଦ୍ଦେଶ ଦେଇଥିଲା । ଏହା ପରେ ମାର୍କେଟ୍‌ ବିଲ୍ଡିଂକୁ ସିଲ୍‌ କରାଯାଇଥିଲା ।

EMI ଉପରେ ସୁଧ ରିହାତି ଦ୍ୱାରା ଜମାକାରିଙ୍କ କ୍ଷତି ହେବ,AIBDA ସୁଧ ଛାଡ ସପକ୍ଷରେ ନାହିଁ

ମୁମ୍ବାଇ: ଇଏମଆଇ ଉପରେ ସୁଧ ରିହାତି ଦିଆଗଲେ ବ୍ୟାଙ୍କରେ ଟଙ୍କା ଜମାକରୁଥିବ ଜମାକାରି କ୍ଷତିଗସ୍ତ ହେବେ ବୋଲି  ଅଲ ଇଣ୍ଡିଆ ବ୍ୟାଙ୍କ ଡିପୋଜିଟର୍ସ ଆସୋସିଏସନ(AIBDA) କହିଛି । ସଂଗଠନ କହିଛି ଯେ, କୌଣସି ପ୍ରକାରର ସୁଧ ରିହାତି ଦେବା ଦ୍ୱାରା କ୍ରେଡିଟ୍ କଲଚରକୁ କ୍ଷତି ସହିବାକୁ ପଡିବ । ଯାହାର ପ୍ରଭାବ ବ୍ୟାଙ୍କଙ୍କ ଆର୍ଥିକ ସ୍ୱାସ୍ଥ୍ୟ ଉପରେ ପଡିବ । AIBDA କହିଛି ଯେ, ସୁଧ ଛାଡ ଦ୍ୱାରା ଡିପୋଜିଟର୍ସ ଅତ୍ୟଧିକ ପ୍ରଭାବିତ ହେବେ । କାରଣ ବ୍ୟାଙ୍କ ଏହା ଦ୍ୱାରା ହେବାକୁ ଥିବା କ୍ଷତି ଭରଣ କରିବାକୁ ଜମା ରାଶି ଉପରେ ସୁଧ କମ ଦେବ । ସଂଗଠନ କହିଛି ଯେ, ଆଗରୁ ସରକାର ଲୋନ୍ ଛାଡକୁ କଭର କରୁଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆୟ ହ୍ରାସ ଯୋଗୁ କେନ୍ଦ୍ର ଓ ରାଜ୍ୟ ବର୍ତ୍ତମାନ ସେଭଳି କରିପାରିବେ ନାହିଁ ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ ଜୁନ୍ ୧୨ ତାରିଖ ଦିନ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କକୁ ତିନି ଦିନ ମଧ୍ୟରେ ମୋରେଟୋରିୟମ ଅବଧି କାଳରେ ଲୋନ୍ କିସ୍ତିର ସୁଧ ଉପରେ ସୁଧକୁ ନେଇ ନିଷ୍ପତ୍ତି ନେବାକୁ କହିଥିଲେ ।

ମାମଲାର ଶୁଣାଣି କରୁଥିବା ବେଂଚ୍ ଜାଣିବାକୁ ଚାହିଁଥିଲେ ଯେ, ସୁଧ ଉପରେ ସୁଧକୁ ଛାଡ କରାଯାଇ ପାରିବ କି ? ଏହି ପ୍ରସଙ୍ଗକୁ ନେଇ ମିଡିଆର ଚାଲୁଥିବା ରିପୋର୍ଟ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି AIBDA କହିଛି ।