spot_img
Home Blog Page 6970

ଚୀନ୍ ସେନା ସହ ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: ଗଲବାନ ଘାଟିରେ ଚୀନ ସୈନିକ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ସୈନିକ ସାମିଲ ଥିବା ଜଣା ପଡିଛି । ଜଣେ ସହିଦଙ୍କ ଘର ରାଇରଙ୍ଗପୁର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର କନ୍ଧମାଳ ବୋଲି ଜଣା ପଡିଛି ।

(ନନ୍ଦୁରାମ ସୋରେନ)

ରାଇରଙ୍ଗପୁରର ନନ୍ଦୁରାମ ସୋରେନ ସୋମବାର ଦିନ ହୋଇଥିବା ସଂଘର୍ଷର ଶିକାର ହୋଇଛନ୍ତି । ନନ୍ଦୁରାମ ସୋରେନ୍ ବିହାର ରେଜିମେଣ୍ଟ-୧୬ରେ ସାମିଲ ଥିଲେ ।  ସେହିଭଳି ଚନ୍ଦ୍ରକାନ୍ତ ପ୍ରଧାନ ମଧ୍ୟ ସହିଦ ହୋଇଛନ୍ତି । ଚନ୍ଦ୍ରକାନ୍ତଙ୍କ ବୟସ ୨୮ । ତାଙ୍କ ଘର କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକର  ବିଅରପାଙ୍ଗା ଗାଁ । ସେ ବିହାର ରେଜିମେଣ୍ଟ-୧୬ରେ କାର୍ଯ୍ୟ କରୁଥିଲେ । ୬ ବର୍ଷ ତଳେ ସେ ଭାରତୀୟ ସେନାରେ ସାମିଲ ହୋଇଥିଲେ ।

(ଚନ୍ଦ୍ରକାନ୍ତ ପ୍ରଧାନ)

ସେ ଭାରତୀୟ ପେଟ୍ରୋଲିଂ ପାର୍ଟିରେ ସାମିଲ ଥିଲେ । ଭାରତୀୟ ପେଟ୍ରୋଲିଂ ପାର୍ଟି ଗଲବାନ ଘାଟିରେ ଟେଣ୍ଟ ପକାଇଥିଲେ । ଭାରତୀୟ ସୈନିକ ଚୀନ୍ ସୈନିକଙ୍କୁ  ସ୍ଥାନ ଖାଲି କରିବାକୁ କହିଥିଲେ । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ଚୀନ୍ ସେନା ଭାରତୀୟ ସୈନିକଙ୍କ ଉପରକୁ ପଥର ମାଡ କରିଥିଲେ । ଏହା ସହ ସେମାନେ ଲୁହା ପାଇପରେ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ  ଭାରତୀୟ ସୈନିକଙ୍କଠାରୁ ଚୀନ୍ ସୈନିକଙ୍କ ସଂଖ୍ୟା ତିନିଗୁଣ ଥିଲା । ପ୍ରଥମ ଭାରତୀୟ ଦଳର ସୁରକ୍ଷା ପାଇଁ ଦ୍ୱିତୀୟ ଦଳକୁ ସେଠାକୁ ପଠାଯାଇଥିଲା ।

ଚନ୍ଦ୍ରକାନ୍ତଙ୍କ ବୀରଗତି ଖବର ପରିବାରକୁ ମିଳିବା ପରେ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି । ପରିବାରବର୍ଗ ନିଜ ପୁଅକୁ ହରାଇବା ଦୁଃଖରେ ମିୟମ୍ରାଣ ହୋଇପଡିଛନ୍ତି ।

(ପୁଅ ଚନ୍ଦ୍ରକାନ୍ତଙ୍କ ଫଟୋ ସହ ମା’,ସାଥିରେ ଅଛନ୍ତି ଭଉଣୀ ମାନେ)

 

ଭାରତୀୟ ସେନାର ପାଲଟା ଆକ୍ରମଣରେ ୩୫ରୁ ଅଧିକ ଚୀନ୍ ସୈନିକ ମରିଥିବା ଆମେରିକୀୟ ଗୁଇନ୍ଦା ଏଜେନ୍ସି ସି ଆଇ ଏ ଦାବି କରିଛି । ଅଧିକାଂଶ ସୈନିକ ଘାଟିରୁ ତଳକୁ ଖସି ପ୍ରାଣ ହରାଇଥିବା କୁହାଯାଉଛି । ୧୭ ଜଣ ଆହତ ଭାରତୀୟ ସୈନିକ ଅତ୍ୟଧିକ ଥଣ୍ଡା କାରଣରୁ ପ୍ରାଣ ହରାଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଚୀନ ସୀମା ପଟେ ମଙ୍ଗଳବାର ରାତିରେ ହେଲିକପ୍ଟର ଯୋଗେ ଆହତ ଓ ମୃତ ସୈନିକଙ୍କୁ ବେସକୁ ନିଆଯାଉଥିବା ସୂଚନା ମିଳିଛି ।

 

ରାଜ୍ୟରେ ୧୭୫ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆସୁଛି ଶତାଧିକ କରୋନା ସଂକ୍ରମଣର ମାମଲା । କିଛିଦିନ ହେବ ରାଜ୍ୟରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ୧୦୮ ଆଜି ୨୪ ଘଣ୍ଟାରେ ରାଜ୍ୟରେ ୧୭୫ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସମୁଦାୟ ୧୭୫ଜଣ ସଂକ୍ରମିତ ମଧ୍ୟରୁ ୧୪୫ଟି ମାମଲା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦ଟି ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇ ୪୩୩୮ରେ ପହଞ୍ଚିଛି ।

ତେବେ ସବୁଠୁ ଅଧିକ ସଂକ୍ରମିତ ୫୭ଜଣ ଗଜପତିରୁ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରେ ୨୫, ପୁରୀରୁ ୧୮, ବରଗଡ଼ରୁ ୧୧, କନ୍ଧମାଳ ଓ ଜଗତସିଂହପୁରରୁ ୭ ଲେଖାଏଁ, ମୟୁରଭଞ୍ଜ ଓ ସୁନ୍ଦଗଡ଼ରୁ ୫ ଲେଖାଏଁ , ବାଲେଶ୍ୱରରୁ ୬, ନୂଆପଡ଼ାରୁ ୪, ବଲାଙ୍ଗୀରରୁ ୩,  ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଗଞ୍ଜାମରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ୨୧ ଆଗ୍ନିକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୩ଶହ ୩୮ରେ ପହଞ୍ଚିଛି । ୨୯୭୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ୧୩୫୦ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।

ସୁଶାନ୍ତଙ୍କ ମୃତ୍ୟୁ ପରେ ୫ ବର୍ଷର ଭଣଜା କହିଲେ ଏମିତି ଇମୋସନାଲ୍ କଥା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତ ଦର୍ଶକଙ୍କୁ ଆଚମ୍ବିତ କରିଥିଲା । ତାଙ୍କ ମୃତ୍ୟୁ ପରେ ସମସ୍ତ ସେଲିବ୍ରିଟି  ଦୁଃଖ ପ୍ରକାଶ କରିଥିଲେ । ତାଙ୍କ ପରିବାର ସଦସ୍ୟ ଏଯାଏଁ ବିଶ୍ୱାସ କରିପାରୁନାହାନ୍ତି ଯେ, ସୁଶାନ୍ତ ଆଉ ସେମାନଙ୍କ ଗହଣରେ ନାହାନ୍ତି ।

ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ପିତା, ଭଉଣୀ ଓ କକା ଉପସ୍ଥିତ ଥିଲେ । ଅପରପକ୍ଷରେ ବିଦେଶରେ ରହୁଥିବା ସୁଶାନ୍ତଙ୍କର ଆଉ ଏକ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିନଥିଲେ । ଏଥିପାଇଁ ସେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ।

ଫେସବୁକରେ ପୋଷ୍ଟ କରି ଶ୍ୱେତା କୀର୍ତ୍ତୀ ସିଂ ଲେଖିଛନ୍ତି, ‘ଯେତେବେଳେ ସେ ତାଙ୍କ ୫ ବର୍ଷର କହିଥିଲେ ଯେ ତାଙ୍କ ମାମୁଁ ଆଉ ଏ ଦୁନିଆରେ ନାହାଁନ୍ତି ତାଙ୍କ ପୁଅ ଖୁବ ଇମୋସନାଲ୍ କଥା କହିଥିଲେ । ଏତେ ସାନ ହୋଇ ସେ ଏମିତି କଥା କହିବେ ତାହା ଶ୍ୱେତା କେବେ ଭାବିନଥିଲେ । ସୁଶାନ୍ତଙ୍କ ୫ ବର୍ଷର ଭଣଜା ତାଙ୍କ ମାଆଙ୍କୁ କହିଥିଲେ ଯେ, “ମାମୁ ତମ ହୃଦୟରେ ଜୀବିତ ଅଛନ୍ତି” । ଯାହା ନିରାଟ ସତ, ସୁଶାନ୍ତ କେବଳ ଦୁନିଆ ଛାଡି ଯାଇଛନ୍ତି ହେଲେ ସେ ସମସ୍ତଙ୍କ ହୃଦୟରେ ଚିର ଦିନ ପାଇଁ ସ୍ମୃତି ହୋଇ ରହିବେ ।

https://www.instagram.com/p/BWN463ZBJD1/?utm_source=ig_embed

ଶ୍ୱେତାଙ୍କ କହିବା ଅନୁସାରେ ‘ଯେତେବେଳେ ଜଣେ ପାଞ୍ଚ ବର୍ଷର ଶିଶୁ ଏହା କହିପାରେ, ତେବେ ତାଙ୍କ ସମସ୍ତଙ୍କୁ ମଜବୁତ୍ ରହିବା ଉଚିତ୍।’ ଏହା ସହ ସେ କାମନା କରିଛନ୍ତି ଯେ, ତାଙ୍କ ଭାଇ ଯେଉଁଠାରେ ବି ଅଛନ୍ତି ଭଲରେ ରୁହନ୍ତୁ । ଶ୍ୱେତା ନିଜ ଭାଇଙ୍କୁ ଶେଷ ଥର ଦେଖିନଥିବାରୁ ସେ ଖୁବ ଦୁଃଖିତ । ସେ ଭାରତ ଆସିବାକୁ ଚାହୁଁଛନ୍ତି ହେଲେ ସେଥିପାଇଁ ତାଙ୍କୁ ଟିକେଟ ମିଳୁନି । ସେଥିପାଇଁ ସେ ସାହାଯ୍ୟ ମଧ୍ୟ ମାଗିଛନ୍ତି ।

 

ଘରେ ପଶିବାକୁ ଚେଷ୍ଟା କରୁଥିବା ବେଳେ କାବୁ କଲେ ଗ୍ରାମବାସୀ

ଦିଗପହଣ୍ଡି: ଗାଁ ଦାଣ୍ଡରେ କଙ୍ଗାରୁକୋର୍ଟ। ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରିଲେ ଗ୍ରାମବାସୀ । ଘଟଣାଘଟିଛି ଦିଗପହଣ୍ଡି ପାଟପୁର ଥାନା ଜଗନ୍ନାଥପୁର ଅଞ୍ଚଳର । ଅନ୍ୟ ଗାଁର ଯୁବକ ଜଗନ୍ନାଥପୁର ଗାଁର ଜଣଙ୍କ ଘରକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରିଥିଲେ। ତେବେ ଯୁବକ ଜଣଙ୍କ ହେଉଛନ୍ତି ଅନ୍ୟ ଗାଁର ସନ୍ତୋଷ ।

କାହିଁକି ଘର ଭିତରେ ପଶିବାକୁ ଉଦ୍ୟମ କରୁଥିଲା ପଚାରିବାରୁ ଯୁବକ ଜଣକ ସଠିକ୍‌ ଉତ୍ତର ଦେଇପାରିନଥିଲା । ଫଳରେ ରାଗିଯାଇ ଉତ୍ୟକ୍ତ ଗ୍ରାମବାସୀ ଯୁବକଙ୍କୁ ଦୌଡ଼ିରେ ବାନ୍ଧି ନିର୍ଦ୍ଧମ ମାଡ଼ ମାରିଛନ୍ତି। ଏବଂ ଗ୍ରାମବାସୀଙ୍କ ମାଡ଼ରେ ଯୁବକ ରକ୍ତାକ୍ତ ହୋଇପଡ଼ିଥିଲା । ତେବେ ଏନେଇ ପାଟପୁର ପୋଲିସରେ କୈାଣସି ଏତଲା ଦିଆଯାଇନି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ତେବେ ବିନା ଆଇନର ସହାୟତାରେ ଗ୍ରାମବାସୀ କଙ୍ଗାରୁକୋର୍ଟରେ ଏପରି ନିଷ୍ପତ୍ତି ନେବା ଘଟଣାକୁ ନିନ୍ଦା କରାଯାଇଛି।

ମୃତ୍ୟୁର ୩ ଦିନ ପୂର୍ବରୁ କଣ କରିଥିଲେ ସୁଶାନ୍ତ, ଜାଣନ୍ତୁ

ମୁମ୍ବାଇ: ବଲିଉଡ ଆୱାର୍ଡ ୱିନିଂ ସୁଶାନ୍ତ ସିଂହ ରାଜପୁତ ଚଳିତ ମାସ ୧୪ ତାରିଖରେ ଦୁନିଆକୁ ଅଲବିଦା କହି ଚାଲିଗଲେ । ସୁଶାନ୍ତ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ଅନେକ ଲୋକଙ୍କୁ ଆଚମ୍ବିତ କରିଥିଲା । ନିକଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏଥି ସହ ତାଙ୍କ ମୃତ୍ୟୁ ଜଡିତ ତଦନ୍ତ ଜାରି ରହିଛି । ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ହାଉସ ମେଡ୍ ଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ କିଛି ଦିନରେ ସୁଶାନ୍ତ ସିଂ ରାଜପୁତ କେମିତି ଥିଲେ ସେ ନେଇ ହାଉସ୍ ମେଡ୍ ପ୍ରକାଶ କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ପଚରାଉଚରା ଜାରି ରଖିଛି। ତେବେ ହାଉସ୍ ମେଡଙ୍କ ସହ କଥା ହେବା ପରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ହାଉସ୍ ମେଡ୍ ଙ୍କ କହିବା ଅନୁସାରେ ଗତ ଦିନ ମଧ୍ୟରେ ସୁଶାନ୍ତ ବହୁତ ଅପସେଟ୍ ଥିଲେ। ସେ ଆତ୍ମହତ୍ୟା କରିବାର ଶେଷ ୩ ଦିନରେ କାହା ସହିତ କଥାବାର୍ତ୍ତା ମଧ୍ୟ କରୁନଥିଲେ ।

ସୁଶାନ୍ତ ତାଙ୍କ ଘର ଭଡା ସହ ଅନ୍ୟାନ୍ୟ ଉଦ୍ଧାରୀ ଖର୍ଚ୍ଚ ସୁଝାଇ ଦେଇଥିଲେ । କିନ୍ତୁ ସେ ତାଙ୍କ ଘରେ କାମ କରୁଥିବା ଲୋକଙ୍କ ଦରମା ଦେଇପାରିବେ କି ନାହିଁ ଜାଣିନଥିଲେ । ସୂଚନାଯୋଗ୍ୟ ଯେ, ସେ ଦୀର୍ଘ ୬ ମାସ ଧରି ଡିପ୍ରେସନର ଶିକାର ହୋଇଥିଲେ । ତାଙ୍କର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ମଧ୍ୟ ଚାଲିଥିଲା ।

ରିପୋର୍ଟ ଅନୁସାରେ ଶେଷ ଥର ପାଇଁ ସୁଶାନ୍ତ ନିଜ ଭଉଣୀ, ତାଙ୍କ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ରିଆ ଓ ପବିତ୍ର ରିସ୍ତା କୋ-ଷ୍ଟାର ମହେଶ ଶେଟ୍ଟୀଙ୍କୁ କଲ କରିଥିଲେ । ଏବେ ପୋଲିସ ଏହି ମାମଲା ନେଇ ଯାଞ୍ଚ ଜାରି ରଖିଛି । ସୁଶାନ୍ତଙ୍କ ଫୋନ୍, ଲାପଟପ୍ ଫରେନ୍ସିକ ପାଇଁ ପଠାଯାଇଛି । ତାଙ୍କ ଅନ୍ତିମ ସଂସ୍କାରରେ ବଲିଉଡର ଅନେକ ସେଲିବ୍ରିଟି ମଧ୍ୟ ସାମିଲ ଥିଲେ ।

 

ଚୀନର ଏହି ୫୦୦ ପ୍ରଡକ୍ଟକୁ ବହିଷ୍କାର କରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ: ଲଦାଖ ସୀମାକୁ ନେଇ ଭାରତ-ଚୀନ୍ ବିବାଦ ମଧ୍ୟରେ ବାଣିଜ୍ୟ ସଂଗଠନ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଦେଶରେ ଚାଇନାର ଉତ୍ପାଦକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି । CAIT  ଏଥିପାଇଁ ୫୦୦ରୁ ଅଧିକ ଚାଇନିଜ୍ ଉତ୍ପାଦର ଏକ ତାଲିକା ପ୍ରକାଶ କରିଛି | ଲଦାଖରେ ଚୀନ୍ ସୈନିକଙ୍କ ଦ୍ୱାରା ଭାରତୀୟ ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ସମଗ୍ର ଦେଶରେ ବ୍ୟବସାୟୀମାନେ ତୀବ୍ର ସମାଲୋଚନା କରିଛନ୍ତି ଏବଂ କହିଥିଲେ ଯେ ଯେତେବେଳେ ଚୀନ୍ ସୁଯୋଗ ପାଉଛି, ଏହା ଭାରତର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରୁଛି । ଚୀନର ଏହି ମନୋଭାବ ଦେଶର ସ୍ୱାର୍ଥ ବିରୁଦ୍ଧ ଅଟେ । ଦେଶବାସୀଙ୍କ ନଜରକୁ ଆସି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ଚାଇନାର ସାମଗ୍ରୀକୁ ବହିଷ୍କାର କରିବା ଏବଂ ଭାରତୀୟ ସାମଗ୍ରୀର ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଅଭିଯାନ “ଭାରତୀୟ  ସାମାନ – ହମାରା ଅଭିମାନ” ଅଧୀନରେ ଏହାକୁ ଯୋଡି CAIT ମଙ୍ଗଳବାର ଠାରୁ ୫୦୦ରୁ ଅଧିକ ଜିନିଷର ଏକ ବଡ଼ ତାଲିକା ପ୍ରସ୍ତୁତ କରିଛି । ଏହା ଅଧୀନରେ ୩୦୦୦ରୁ ଅଧିକ ଉତ୍ପାଦ ଯାହା ଚାଇନାରେ ପ୍ରସ୍ତୁତ ହୋଇ ଭାରତକୁ ଆମଦାନୀ ହୋଇଥାଏ ।

CAIT ଚାଇନାର ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇଲେ

CAIT ଏହି ଜିନିଷଗୁଡ଼ିକୁ ବହିଷ୍କାର କରିବାକୁ ତାଙ୍କ ଅଭିଯାନ ଏବେ ପ୍ରଥମ ପର୍ଯ୍ୟାୟରେ ପହଞ୍ଚିଛି । ଚାଇନାର ଉତ୍ପାଦଗୁଡିକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇ ୨୦୨୧ ସୁଦ୍ଧା ୧ ଲକ୍ଷ କୋଟିର ଆମଦାନୀ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି CAIT ।

ଏହି ତାଲିକାରେ ଚୀନ ନିର୍ମିତ ଗାଡି ଯନ୍ତ୍ରାଂଶ, ଖେଳନା, ଲୁଗା, ହସ୍ତତନ୍ତ୍ର, ହାର୍ଡୱେର, ଆସବାବପତ୍ର କପଡା, ବସ୍ତ୍ର, ବିଲଡର୍ ହାର୍ଡୱେର୍, , ପୋଷାକ, ରୋଷେଇ ସାମଗ୍ରୀ, ଲଗେଜ୍, ହ୍ୟାଣ୍ଡ୍ ବ୍ୟାଗ୍, ପ୍ରସାଧନ ସାମଗ୍ରୀ, ଉପହାର ସାମଗ୍ରୀ, ବୈଦ୍ୟୁତିକ ଏବଂ ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ୍ ପୋଷାକ, ଖାଦ୍ୟ, ଘଣ୍ଟା ଏବଂ ଅଳଙ୍କାର, ଷ୍ଟେସନାରୀ, କାଗଜ, ଘରୋଇ ସାମଗ୍ରୀ,  ଆଲୋକୀକରଣ, ସ୍ୱାସ୍ଥ୍ୟ ଉତ୍ପାଦ, ପ୍ୟାକେଜିଂ ଉତ୍ପାଦ, ଅଟୋ ପାର୍ଟସ୍, ସୂତା, ଫେଙ୍ଗ୍ ଶୁଇ ଆଇଟମ୍, ଦିୱାଲି ଏବଂ ହୋଲି ଆଇଟମ୍,  ଜୋତା ଏବଂ ବୈଦ୍ୟୁତିକ ସାମଗ୍ରୀ, ଆସବାବ ସାମଗ୍ରୀ ଅନ୍ତର୍ଭୂକ୍ତ ।

ପ୍ରଥମ ପର୍ଯ୍ୟାୟରେ ୩୦୦୦ରୁ ଅଧିକ ଆଇଟମ୍

CAIT ଜାତୀୟ ସଭାପତି ବିସି ଭାରତୀ ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ CAIT ଅଭିଯାନକୁ ସ୍ପଷ୍ଟ କରି କହିଛନ୍ତି ଯେ, ବର୍ତ୍ତମାନ ଚୀନରୁ ଭାରତ ଆମଦାନୀ ପ୍ରାୟ ୫.୨୫ ଲକ୍ଷ କୋଟି ଅର୍ଥାତ୍ ବାର୍ଷିକ ୭୦ ବିଲିୟନ ଡ଼ଲାର୍ । ପ୍ରଥମ ପର୍ଯ୍ୟାୟରେ, CAIT ୩ହଜାରରୁ ଅଧିକ ଆଇଟମ୍ ଚୟନ କରିଛି, ଯାହା ଭାରତରେ ମଧ୍ୟ ତିଆରି ହୋଇଛି, କିନ୍ତୁ ଶସ୍ତା ପ୍ରଲୋଭନରେ ଏହି ଜିନିଷଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାରୁ ଆମଦାନୀ ହେଉଥିଲା ।

ଏହି ଜିନିଷଗୁଡ଼ିକର ଉତ୍ପାଦନରେ କୌଣସି ପ୍ରକାରର ଟେକ୍ନୋଲୋଜିର ଆବଶ୍ୟକତା ନାହିଁ । ତେଣୁ ଚାଇନାର ସାମଗ୍ରୀ ବଦଳରେ ଭାରତରେ ଉତ୍ପାଦିତ ସାମଗ୍ରୀକୁ ଅତି ସହଜରେ ବ୍ୟବହାର କରାଯାଇପାରିବ ଏବଂ ଭାରତ ଏହି ସାମଗ୍ରୀ ପାଇଁ ଚୀନ୍ ଉପରେ ନିର୍ଭରଶୀଳ ହେବ ନାହିଁ ।

ତେବେ କ୍ୟାଟ୍ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସମ୍ମୁଖରେ ଏହି ମାମଲା ରଖିବ ଏବଂ ଭାରତରେ ଏପରି ସାମଗ୍ରୀ ଉତ୍ପାଦନ ପାଇଁ ଦେଶର କ୍ଷୁଦ୍ର ଶିଳ୍ପ, ଷ୍ଟାର୍ଟଅପ୍ ଏବଂ ଦେଶର ଅନ୍ୟ ଉଦ୍ୟୋଗୀମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ସରକାରଙ୍କୁ ଅନୁରୋଧ କରିବ !

ଆଜି ମହାପ୍ରଭୁଙ୍କ ପାଖରେ ଲାଗି ହେବ ଦଶମୂଳ ଔଷଧ

ପୁରୀ: ଅଣସର ଘରେ ଶ୍ରୀଜିଉ । ଆଜି ଚତୁର୍ଦ୍ଧାମୂର୍ତିଙ୍କ ଖଳିଲାଗି ନୀତି ଅନୁଷ୍ଠିତ ହେବ । ଏକାଦଶୀ ତିଥିରେ ଶ୍ରୀମନ୍ଦିର ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବାପରେ ଅନବସର ନୀତି କରାଯିବ । ଶ୍ରୀଜିଉମାନଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି ନୀତି ହେବାସହ ଭିତର ଭୋଗ ଅନୁଷ୍ଠିତ ହେବ ।

ଏହି ସମୟରେ ଶ୍ରୀଜିଉମାନଙ୍କୁ ଶ୍ରୀବୈଦ୍ୟମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଦଶମୂଳ ଔଷଧ ଲାଗି ହେବ । ଗତକାଲି ଦଶମୀରେ ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ମହାପ୍ରଭୁ ଚକାବିଜେ କରିଛନ୍ତି । ଆଜି ଦଶମୂଳ ଔଷଧ ଲାଗି ହେବାପରେ ଜ୍ୱର ଲାଘବ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେପଟେ ରଥ ଖଳାରେ ତିନି ରଥ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ବେଦୀ ସିଂହାସନ, ପାର୍ଶ୍ୱ ଦେବାଦେବୀ ଯୋଖା କାମ କରାଯିବ ।

ଏହି ରାଶିର ଲୋକେ ବ୍ୟବସାୟରେ ପାଇବେ ଲାଭ… କୈାଣସି ସ୍ଥାନରୁ ଅର୍ଥ ମିଳିବାର ଯୋଗ ରହିଛି

ଆଜିର ପଞ୍ଚାଙ୍ଗ ଜୁନ୍‌ ୧୭, ୨୦୨୦, ବୁଧବାର

୧୪୨୭ ସାଲ, ୧୯୪୨ଶକାବ୍ଦ, ୨୦୭୭ସମ୍ବତ୍‌

ଆଷାଢ ମାସ, କୃଷ୍ଣପକ୍ଷ, ୧୧ଶୀ , ସକାଳ ୭ଟା ୫୦ ପରେ ୧୨ଶୀ

ମିଥୁନ ୩ଦିନ,ମେଷ ରାଶିରେ ଚନ୍ଦ୍ର ରହିବେ

ଦ୍ୱିଜା ନକ୍ଷତ୍ର

ଘାତ ଚନ୍ଦ୍ର- ମେଷ ରାଶିର

ଘାତ ବାର- କର୍କଟ ରାଶିର

ଯୋଗିନି- ଆଗ୍ନେୟରେ ରହିବେ ସକାଳ ୭ଟା ୫୦ପରେ ନୈଋତେ

ପୁଷ୍କର ଦୋଷ- ସକାଳ ୭ଟା ୫୦ ପରେ ୧ ପାଦ, ଅନ୍ନଦାନ କରିବେ

ଶୁଭ ସମୟ

ସକାଳ ୭ ଟା ୫୦ ରୁ ସକାଳ ୮ ଟା ୨୮

ଦିନ ୧୦ ଟା ୦୮ରୁ ଦିନ ୧୧ ଟା ୨୦ ମିନିଟ୍‌

ଦିନ ୨ଟା ରୁ ସନ୍ଧ୍ୟା ୫ ଟା ୩୦

ଅଶୁଭ ସମୟ

ଦିବା ୦୮. ୨୮ରୁ  ଦିନ ୧୦.୦୭ ଟା

ଦିନ ୧୧ ଟା ୪୬ ରୁ ଦିନ ୧ ଟା ୨୫

ମେଷ ରାଶି

ଅଶ୍ୱିନୀ- ପାରିବାରିକ ପରିବେଶରେ ଖୁସି ପାଇବେ,ପିଲାଙ୍କର ଚାକିରୀର ସୁଯୋଗ ମିଳିବ

ଦ୍ୱିଜା- କର୍ମକ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରୀ ସହାୟତା ମିଳିବ

କୃତ୍ତିକା- ଦାୟିତ୍ୱ ବଢିବ,ପରିବାରରେ ସପଂର୍କ ଆହୁରି ମଜବୁତ ରହିବ

ଆଜି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ

ବୃଷରାଶି

କୃତ୍ତିକା – କୈାଣସି କ୍ଷେତ୍ରରୁ ଶୁଭ ସୂଚନା ପାଇପାରନ୍ତି

ରୋହିଣୀ- ସକାଳୁ ସ୍ନ।ନ ସାରି ଗୁରୁଜନମାନଙ୍କର ଆର୍ଶିବାଦ ମିଳିବ

ମୃଗଶିରା- ସୁଖଶାନ୍ତି କାରକ ଦ୍ରବ୍ୟ ମିଳିବ,ପିତାମାତାଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢିବ

କୁକୁରକୁ ପେଟପୁରା ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- କୈାଣସି ସ୍ଥାନରୁ ଅର୍ଥ ମିଳିବାର ସୂଚନା

ଆର୍ଦ୍ରା- ମନ ଅସ୍ଥିର ରହିବ,ସତର୍କ ରହିଥିବେ

ପୁନର୍ବସୁ- ମନମୁତାବକ ଫଳ ପ୍ରାପ୍ତି ପାଇଁ ଚିନି, ଗୁଡ ଲାଲ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ

ଶ୍ରୀବିଷ୍ଣୁ ଭଗବାନଙ୍କୁ ସ୍ମରଣ କରି ଦିନ ଆରମ୍ଭ କରନ୍ତୁ

କର୍କଟ ରାଶି

ପୁନର୍ବସୁ- ଚାକିରୀ କିମ୍ବା ବ୍ୟବସାୟରେ ଭୁଲ୍‌ ବୁଝାମଣା ରହିବ,ନିଜ ଲୋକମାନେ ହଇରାଣ କରିବେ

ପୁଷ୍ୟା- କିଛି ଭୁଲ୍‌ ନିଷ୍ପତ୍ତିର ଶିକାର ହୋଇପାରନ୍ତି

ଅଶ୍ଳେଷା- ଦିନଟି ଭଲ ନାହିଁ, ଦୁର୍ଗା ମା’ଙ୍କର ଚାଳିଶା ପାଠ କରନ୍ତୁ

ଘରେ ସୋରିଷ ତେଲର ଦୀପ ଶନି ଦେବଙ୍କ ଉଦ୍ଦେଶ୍ୟରେ ଜାଳନ୍ତୁ

ସିଂହ ରାଶି

ମଘା- ମଥାରେ ରକ୍ତଚନ୍ଦନ ଲଗାନ୍ତୁ, ମନେମୁତାବକ ଫଳ ପାଇବେ

ପୂର୍ବା ଫାଲଗୁନି- କୈାଣସି ସୁଖଶାନ୍ତି ଭରା ପରିବେଶରେ ଦିନ କାଟିବେ

ଉତ୍ତରାଫାଲଗୁନି- କୈାଣସି ସମସ୍ୟାରୁ ମୁକ୍ତି ପାଇବେ

ଘରେ ପୂର୍ବଦିଗରେ ତମ୍ବା ପାତ୍ରରେ ଜଳରଖି ପିଅନ୍ତୁ, କଲ୍ୟାଣକାରୀ ହେବ

କନ୍ୟା ରାଶି

ଉତ୍ତରଫାଲଗୁନି – ବ୍ୟବସାୟରେ ଲାଭ ପାଇବେ, ନିତ୍ୟବ୍ୟବହାର୍ଯ୍ୟ ଜିନିଷ ମିଳିବ

ହସ୍ତା- ଅଚାନକ ଖୁସି ଖବର ପାଇବେ, ମନର ଆଶା ପୂରଣ ହେବ

ଚିତ୍ରା- ପୁଞ୍ଜିନିବେଶରୁ ଲାଭ ପାଇବେ କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିଥିବେ

ଘରେ ସମସ୍ତଙ୍କୁ ମିଠା ଖାଇବାକୁ ଦିଅନ୍ତୁ

ତୁଳା ରାଶି

ଚିତ୍ରା -କୈାଣସି ଯୋଜନାରେ ସଫଳ ହେବେ,ପାରିବାରିକ ଶାନ୍ତି ମିଳିବ

ସ୍ୱାତୀ- ପିଲାମାନଙ୍କୁ ନୂତନ କର୍ମ ନିଯ଼ୁକ୍ତିର ଖବର ମିଳିବ

ବିଶାଖା- ଅଯଥା କଥାରେ ଧ୍ୟାନ ଦିଅନ୍ତୁ ନାହିଁ, ମା’ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ

କଳା ପିମ୍ପୁଡିକୁ ଚିନି, ଗୁଡ ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା – ମନର ଆଶା ପୂରଣ ହେବ ନାହିଁ,ମାନସିକ ଅଶାନ୍ତି ବଢିବ

ଅନୁରାଧା- କର୍ମ ଏବଂ ଅର୍ଥ ଚିନ୍ତା ବଢିବ, ଘରୁ ବାହାରିବା ବେଳେ ମହୁ ଖାଇ ବାହାରନ୍ତୁ

ଜ୍ୟେଷ୍ଠା- ଅର୍ଥକୁ ନେଇ ମନ ଅଶାନ୍ତ ରହିବ, ସଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ

ଓଁ ତାରାଦେବୀ ନମଃ ୨୭ ଥର ଜପ କରନ୍ତୁ

ଧନୁ ରାଶି

ମୂଳା- ଆଜି ଚନ୍ଦନର ଟିପା ଲଗାନ୍ତୁ , ଓଁ ନମଃ ଶିବାୟ ଜପ କରନ୍ତୁ

ପୂର୍ବାଷାଢା- ଅଟକିଥିବା କାମର ପୂରଣ ପାଇଁ କିଛି ମିଠା ଦାନ କରନ୍ତୁ

ଉତ୍ତରାଷାଢା- କୈାଣସି ଯୋଜନାରେ ସଫଳ ହୋଇପାରନ୍ତି

ଘରେ ତୁଳସୀ ଚଉରା ମୂଳରେ ଦୀପ ଦାନ କରନ୍ତୁ, ଆର୍ଶିବାଦ୍‌ ପାଇବେ

ମକର ରାଶି

ଉତ୍ତରାଷାଢା – କୈାଣସି ପ୍ରକାରର ଧୋକା ପାଇବେ,ଗୋଟିଏ ଲାଲ ମନ୍ଦାର ଗଛ ଲଗାନ୍ତୁ

ଶ୍ରବଣା- ବନ୍ଧୁ ପରିଜନଙ୍କର ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ତାହା ପୂରଣ ହେବ

ଧନିଷ୍ଠା- ବୟୋଜ୍ୟଷ୍ଠଙ୍କର କାର୍ଯ୍ୟକୁ ପୁରା କରନ୍ତୁ

ହଳଦି,ଚନ୍ଦନ,ଅକ୍ଷତ ମଥାରେ ଲଗାନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଅଯଥା ଅର୍ଥହାନି ଘଟିବ,ଅଗ୍ନି କିମ୍ବା ବିଦ୍ୟୁତ ଭୟ ରହିବ

ଶତଭିଷା- କିଛି ବି ଲାଲ ରଙ୍ଗର ବ୍ୟବହାର କରନ୍ତୁ ନାହିଁ

ପୂର୍ବଭାଦ୍ରପଦ- କୈାଣସି ପ୍ରକାରର ସାହାଯ୍ୟ ସହଯୋଗ ପାଇବେ

ସ୍ନ।ନସାରି ଭଗବାନ ଶନିଦେବଙ୍କୁ ପ୍ରଣାମ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ଅଯଥା ବାହାରକୁ ଯାଆନ୍ତୁ ନାହିଁ,ଅଚାନକ ଦୁର୍ଘଟଣା ହୋଇପାରେ

ଉତ୍ତରଭାଦ୍ରପଦ- ଅର୍ଥଚିନ୍ତା,ମାନସିକ ଅଶାନ୍ତି ବଢିବ

ରେବତୀ-ସମୟ ଏତେ ଭଲ ରହିବ ନାହିଁ

ସ୍ନ।ନ ସାରି ପଶ୍ଚିମକୁ ମୁହଁ କରି ହନୁମାନ ଚାଳିଶା ପାଠ କରନ୍ତୁ

 

 

ଗର୍ଗ ଜ୍ୟୋତିଷ ଶ୍ରୀପତି ଆଚାର୍ଯ୍ୟ

ଯୋଗାଯୋଗ ନମ୍ବର-9438389039

ଭାରତ-ଚୀନ ମୁହାଁମୁହିଁ ଘଟଣା: ଭାରତର ୨୦ ଯବାନ ଶହୀଦ, ଚୀନର ୪୩ ନିହତ

ଲଦାଖ: ଭାରତ ଚୀନ୍ ମଧ୍ୟରେ ଥିବା ବାସ୍ତବିକ୍ ନିୟନ୍ତ୍ରଣ ରେଖା( ଏଲ୍‌ଏସି)ରେ ଚୀନ ସହ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ଭାରତର ୨୦ ସୈନିକଙ୍କ ଶହୀଦ ହୋଇଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଜଣେ ଅଫିସର ଏବଂ ୨ ଜଣେ ସେନା କର୍ମଚରୀ ଶହୀଦ ହୋଇଥିବା ସୂଚନା ମିଳିଥିଲା । କିନ୍ତୁ ସଦ୍ୟପ୍ରାପ୍ତ ସୂଚନା ମୁତାବକ ୨୦ ଜଣ ସୈନିକ ଶହୀଦ ହୋଇଛନ୍ତି । ଏନେଇ ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି । ୧୫ ଓ ୧୬ ତାରିଖରେ ୨ ସେନା ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତୀୟ ସେନାର ପାଖାପାଖି ୧୭ ସୈନିକ ଗୁରୁତର ଆହତ ହୋଇଥିଲେ । ପରେ ସେମାନେ ଶହୀଦ ହୋଇଛନ୍ତି । ସେଠାକାର ତାପମାତ୍ରା ଶୂନ ଡିଗ୍ରୀ ରହିଥିବା ବେଳେ ପାଣିପାଗ ଆଦୈ ଅନୁକୂଳ ନଥିବା ଯୋଗୁଁ ଏଭଳି ହୋଇଥିବା ସୂଚନା ।

ତେବେ ଗଲବାନରେ ଯେଉଁ ସ୍ଥାନରେ ଉଭୟ ସେନା ମଧ୍ୟରେ ଉତ୍ତଜେନା ପ୍ରକାଶ ପାଇଥିଲା ସେଠାରେ ଏବେ ସେନା ମୁହାଁମୁହିଁ ନାହାନ୍ତି ।  ଅପରପକ୍ଷରେ ଦେଶର ସଂପ୍ରଭୁତା, ଏବଂ କ୍ଷେତ୍ରୟ ଏକତା ପାଇଁ ଭାରତୀୟ ସେନା ସଂକଳ୍ପ ବଦ୍ଧ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ଅପରପକ୍ଷରେ ଚୀନର ମଧ୍ୟ ୪୩ ଯବାନ ଶହୀଦ ହୋଇଥିବା ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ପ୍ରକାଶ । ବହୁ ସୈନିକ ଆହତ ମଧ୍ୟ ହୋଇଛନ୍ତି । ସୋମବାର ରାତିରେ ୨ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ଗଲବାନ ଘାଟିରେ ଭାରତ-ଚୀନ ସେନା ମଧ୍ୟରେ କଥାବାର୍ତ୍ତା ଚାଲିଥିଲା

ତେବେ ଭାରତ ସର୍ବଦା ଏଲ୍‌ଏସିର ସମ୍ମାନ କରୁଛି । ଏବଂ ଚୀନ ମଧ୍ୟ ସେଇଆ କରିବ ବୋଲି ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସୋମବାର ବର୍ଡରରେ ଯାହା ହୋଇଛି ସେଥିରୁ ବଞ୍ଚିହୁଅନ୍ତା । ଏଭଳି ଘଟଣା ଦ୍ୱାରା ଉଭୟ ପକ୍ଷର କ୍ଷତି ହୋଇଛି ବୋଲି ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ବାସଭବନରେ ଚାଲିଥିବା ସିସିଏସ୍ ବୈଠକ ଶେଷ । ଏହି ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ରକ୍ଷା ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ । ଏହା ବୈଠକ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବୈଠକ ହୋଇଥିଲା ।

ସୀମାରେ ଫୁଟିନି ଗୁଳି: ଲୁହା ତାର ଭିଡ଼ା ଲାଠିରେ କରିଛନ୍ତି ଆକ୍ରମଣ

ଲଦାଖ: ଭାରତ ଚୀନ ମଧ୍ୟରେ ଲଦାଖ ବର୍ଡର ଗଲବାନ ଘାଟି ପାଖରେ ସ୍ଥିତି ଗମ୍ଭୀର ହୋଇଛି । ସୋମବାର ରାତିରେ ଏଠାରେ ଭାରତ ଏବଂ ଚୀନ ସୈନିକ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଭାରତର ଜଣେ ଅଫିସର ୨ଜଣ ଯବାନ ଶହୀଦ ହୋଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ ଚୀନ ସେନା ଲୁହା କଣ୍ଟା ଲାଗିଥିବା ବାଡ଼ିରେ ଯବାନଙ୍କ ଉପରେ ଆକ୍ରମଣ କରିଛି ।

ବର୍ଡର କମାଣ୍ଡରଙ୍କ ବୈଠକରେ ଚୂଡ଼ାନ୍ତ ହୋଇଥିଲା ଯେ, ପିପି୧୪-୧୫-୧୭ ଉପରେ ଚୀନ ଏଲ୍ଏସିର ଆରପାରିକୁ ଯିବେ । । କିନ୍ତୁ ଚୀନ ସୈନିକ ଏହି ଘଟଣାକୁ ଅସ୍ୱୀକାର କରିଛି । ଭାରତ ପକ୍ଷରୁ ବାରମ୍ୱାର ଚୀନକୁ ବୁଝାଯାଇଛି । କିନ୍ତୁ ଇତିମଧ୍ୟରେ ଚୀନ ଭାରତ ଉପରକୁ ଆକ୍ରମଣ କରିଛି ।

ସୂଚନା ଅନୁଯାୟୀ, ଚୀନ ସୈନିକ ଭାରତୀୟ ସୈନିକ ଉପରେ ପଥର ଫୋପାଡ଼ିବାଛନ୍ତି । ସେମାନଙ୍କ ପାଖରେ ଲୁହା ଛଡ଼ ମଧ୍ୟ ରହିଥିଲା । ଯେଉଁ ଅଫିସର ଏହି ମାମଲାର ଲିଡ୍ କରୁଥିଲେ ସେ ଗୁରୁତରଭାବେ ଆହତ ହୋଇଛନ୍ତି  । ଭାରତର ୧୦-୧୨ ଯବାନ ମଧ୍ୟ ଗମ୍ଭୀର ଭାବେ ଆହତ ହୋଇଛନ୍ତି । କିନ୍ତୁ ଏଯାବତ୍‌ ବିଧିବଦ୍ଧ ଭାବେ ସେନା ପକ୍ଷରୁ ଘୋଷଣା ହୋଇନାହିଁ ।

ତେବେ ଏହାରି ମଧ୍ୟରେ ଭାରତ ଉପରେ ଓଲଟି ଆରୋପ ଲଗାଇଛି ଚୀନ । ସେଠାକାର ବିଦେଶମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ପକ୍ଷରୁ ଧସେଇ ପଶିବାକୁ ଉଦ୍ୟମ କରାଯାଇଥିଲ । ଏହି ପୂରା ମାମଲାରେ ଭାରତୀୟ ସେନା ପକ୍ଷରୁ ଜାରି ସୂଚନା ମୁତାବକ ଗଲବାନ ଘାଟିରେ ସୋମବାର ରାତିରେ ଡି ଏକ୍ସଲେସନ୍ ପ୍ରକ୍ରିୟା ସମୟରେ ଭାରତ-ଚୀନ ସେନିକ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏହା ଦ୍ୱାରା ଭାରତୀୟ ସେନାର ଜଣେ ଅଧିକାରୀ ଓ ୨ ଜଣ ଯବାନ ଶହୀଦ ହୋଇଛନ୍ତି ।