spot_img
Home Blog Page 6979

ରାଜ୍ୟରେ ୧୪୬ ନୂଆ ସଂକ୍ରମିତ ଚିହ୍ନଟ, କନ୍ଧମାଳରୁ ସର୍ବାଧିକ ୪୮ ପଜିଟିଭ୍

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୪୬ଟି ନୂତନ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୧୨୮ଟି ମାମଲା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮ଟି ସ୍ଥାନୀୟ ସଂକ୍ରମଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୦୫୫ରେ ପହଞ୍ଚିଛି ।

କନ୍ଧମାଳ ଜିଲ୍ଲାରୁ ସର୍ବାଧିକ ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୭, ନୟାଗଡ଼ରୁ ୪, ଝାରସୁଗୁଡ଼ାରୁ ୧, ରାୟଗଡ଼ା ୫, କଟକ ୧୯, ଜଗତସିଂହପୁର ୪, ବାଲେଶ୍ୱର ୮, ଢେଙ୍କାନାଳ ୧, ଅନୁଗୁଳ ୬, ଗଞ୍ଜାମ ୮, ସୋନପୁର ୨, ଭଦ୍ରକ ୧୯, ସମ୍ବଲପୁର ୧, ସୁନ୍ଦରଗଡ଼ ଜିଲ୍ଲାରୁ ୪ଟି ନୂଆ ମାମଲା ଆସିଛି ।

ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ୯ ଆଗ୍ନିକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଛି । ଏବେ ସୁଦ୍ଧା ୪ ହଜାର ୫୫ ଜଣ ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ୨୭୦୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ୧୩୩୩ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।

ସାମ୍ନାକୁ ଆସିଲା ବାଘ ଛାଲ ଡିଲ ବେଳର ଭିଡିଓ…

ନୟାଗଡ: ନୟାଗଡ଼ ରଣପୁର ମଣିଜଙ୍ଗ ଜଙ୍ଗଲରୁ ୨ଟି କଲରାପତରିଆ ବାଘଛାଲ ଜବତ ଘଟଣାରେ ସାମ୍ନାକୁ ଆସିଛି ଏକ୍ସକ୍ଲୁସିଭ୍‌ ଭିଡ଼ିଓ। ବାଘ ଶିକାର ପରେ ଛାଲ କେମିତି ଡିଲ୍‌ ହେଉଛି , କିପରି ମାଷ୍ଟର ମାଇଣ୍ଡ ଲକ୍ଷ୍ମୀଧର ନାୟକ ବାଘ ଛାଲକୁ ବିକ୍ରି କରିବାକୁ କରୁଥିଲା ଡିଲ୍‌, ତାର ଏକ୍ସକ୍ଲୁସିଭ୍‌‌ ଭିଡ଼ିଓ ସାମ୍ନାକୁ ଆସିଛି। ଗୋଟିଏ ପରେ ଗୋଟିଏ ବାଘ ଛାଲକୁ ଅଖା ଭିତରୁ ବାହାର କରୁଛି ଶିକାରୀ। ଲକ୍ଷ୍ମୀଧର ସମେତ ୪ ଜଣ ଥିବା ଭିଡିଓରୁ ଜଣାପଡ଼ୁଛି।

ଉଭୟଙ୍କ ମଧ୍ୟରେ ଛାଲକୁ ନେଇ କାରବାର ଚାଲିଛି।  ନିକଟରେ ବାଘ ଛାଲ ବେପାରୀ ଲକ୍ଷ୍ମୀଧର ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଏବେବି ଗିରଫ ହୋଇନାହାନ୍ତି। ଏବେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ହାତରେ ବଡ଼ ପ୍ରମାଣ ଲାଗିଛି। ଏହି ଭିଡ଼ିଓ ଆଧାରରେ ବାକି ଅଭିଯୁକ୍ତ ଗିରଫ ହେବେ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହେଁ ଛୁରୀରେ ବାଘ ଛାଲକୁ ଡ୍ରେସିଂ କରାଯାଉଥିବା ଭିଡିଓରେ ସ୍ପଷ୍ଟ ବାରି ହୋଇପଡ଼ୁଛି। ବାଘ କେଉଁ ଜଙ୍ଗଲରୁ ଶିକାର ହୋଇଛି ତାହା ଜଣାପଡ଼ିନି।

୨ ଦିନ ତଳେ ମଣିନାଗ ଜଙ୍ଗଲରେ ଲକ୍ଷ୍ମୀଧର ବାଘ ଛାଲ ଡିଲ୍‌ କଲାବେଳେ ଏସଟିଏଫ୍‌ ଲଷ୍ମୀଧରକୁ ଗିରଫ କରିଥିଲା। ୨ଟି ବାଘଛାଲ ଜବତ କରିଥିଲା । ଏହି ରାକେଟରେ ଆହୁରି ଅନେକ ବଡ଼ ମୁଣ୍ଡ ସାମିଲ ଥିବା ଜଣାପଡ଼ୁଛି। ଏହା ପୂର୍ବରୁ ୮ତାରିଖରେ ଦଶପଲ୍ଲା ଗିରିପୁର ଜଙ୍ଗଲରୁ ୨ଟି ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ ହୋଇଥିଲା।

କାମ ଛଡ଼ାଇ ନେଲା ଲକଡାଉନ୍, ଥାନା ଆଗରେ ଆତ୍ମହୁତି ଉଦ୍ୟମ

ବୁର୍ଲା: କରୋନା ପରେ ଦୁର୍ବିସହ ହୋଇପଡ଼ିଛି ଜୀବନ । କାମଧନ୍ଦା ବନ୍ଦ ପରେ ହାତ ବାନ୍ଧି ବସିଛି ମେହନତି ମଣିଷ । ୪ ପ୍ରାଣୀର ପେଟ ପୋଷିବା କଷ୍ଟକର । ଏଭଳି ସ୍ଥିତିରେ ଘର ଭଡ଼ା କେମିତି ଦେବେ ? ଏ ଚିନ୍ତାରେ ଘାଣ୍ଟି ଚକଟି ହେଉଥିବା ଶ୍ରମିକ ଶେଷରେ ଥାନା ଆଗରେ ଆତ୍ମହୁତି ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଶ୍ରମିକ ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।ସମ୍ବଲପୁର ଧନୁପାଲି ଥାନା କୁମ୍ଭାରପଡ଼ାରେ ପରିବାର ସହ ପ୍ରାୟ ୩୦ ବର୍ଷ ହେଲା ଘର ଭଡ଼ା ନେଇ ଆସୁଛନ୍ତି ଭୋଳା ମହନ୍ତ । ଲକଡାଉନ୍ ଯୋଗୁଁ ଦିନ ମଜୁରୀ କରୁଥିବା ଭୋଳା ୨ ମାସର ଘର ଭଡ଼ା ଦେଇପାରି ନଥିଲେ । ଶେଷରେ ଘର ମାଲିକ ମରାମତି ବାହାନାରେ ଘର ଛାଡ଼ିବା ପାଇଁ କହିଥିଲେ । ତେବେ, ଲକଡାଉନରେ ଘର ଖୋଜିବା ସମ୍ଭବ ନୁହେଁ ବୋଲି କହିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଏପରିକି କଥା ହାତାହାତି ଯାଏଁ ଯାଇଥିଲା । ଫଳରେ ଥାନାରେ ପହଞ୍ଚିଥିଲା ମାମଲା । କିନ୍ତୁ ଥାନାରୁ ନିରାଶ ହୋଇଥିଲେ ଭୋଳା । ପରେ ଥାନା ଆଗରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପାଞ୍ଚଦିନ ଯାଏଁ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ରାଜସ୍ତାନ ଠାରୁ ଉପକୂଳ ଓଡିଶା ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ସମୁଦ୍ର ସୃଷ୍ଟି ହୋଇଛି । ଏହା ସହ ପୂର୍ବ ମଧ୍ୟପ୍ରଦେଶ ଏବଂ ତାର ଆଖପାଖ ଅଞ୍ଚଳରେ ସମୁଦ୍ର ପତନ ଠାରୁ ୩.୧ ରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଯେଉଁଥିପାଇଁ ଆଗାମୀ କିଛିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ୭ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଆଜି ୟେଲୋ ଆଲର୍ଟ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି । ୭ଟି ଜିଲ୍ଲା ଗୁଡିକ ହେଉଛି ବରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କଟକ ଓ ଜଗତସିଂହପୁର ।

ଦେଶରେ ବଢୁଛି କରୋନା… ମହାରାଷ୍ଟ୍ରରେ ଲକ୍ଷେରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ ଗତି କରୁଛି ଭାରତ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ହଜାର ହଜାର ନୂଆ ଆକ୍ରାନ୍ତ । କରୋନା ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମୃହାରାଷ୍ଟ୍ର । ଗତ ୨୪ ଘଣ୍ଟାରେ କେବଳ ମହାରାଷ୍ଟରୁ ଚିହ୍ନଟ ହୋଇଛନ୍ତି ୩ ହଜାରରୁ ଅଧିକ ଆକ୍ରାନ୍ତ  । ସେହିଭଳି ଗୁଜୁରାଟରୁ ୫୧୧, ରାଜସ୍ଥାନରୁ୨୯୩, ପଶ୍ଚିମବଙ୍ଗରୁ ୩୮୯, କଣ୍ଟାଟକରୁ ୧୭୬ ମାମଲା ସାମ୍ନାକୁ ଆସିଛି ।

ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି… ଆଜି କେଜ୍ରିୱାଲଙ୍କ ସହ ଆଲୋଚନା କରିବେ ଅମିତ ଶାହା

ସାରା ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୯ ହଜାର ଟପିଛି । ମୋଟ୍‌  ୩ ଲକ୍ଷ ୨୮ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେପଟେ କିନ୍ତୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୬୬ ହଜାରରୁ ଅଧିକ ସଂକ୍ରମିତ । ଆଜି ଦିଲ୍ଲୀ କେରାନା ସ୍ଥିତିର ଆଲୋଚନା ପାଇଁ ବସିବ ସର୍ବଦଳିୟ ବୈଠକ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାକୁ ଥିବା ବେଳେ ଏଥିରେ ବିଭିନ୍ନ ଦଳର ନେତାଙ୍କ ସହ ବିଭାଗୀୟ ମୁଖ୍ୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂ ରାଜପୁତ… ପୋଷ୍ଟମର୍ଟମ୍‌ ରିପୋର୍ଟରୁ ହେଲା ସ୍ପଷ୍ଟ… ଆଜି ମୁମ୍ବାଇରେ ହେବ ଅନ୍ତିମ ସଂସ୍କାର…ଫିଲ୍ମ ଇଣ୍ଡଷ୍ଟ୍ରିର ଅନୁରୋଧ କ୍ରମେ ପରିବାର ଲୋକଙ୍କ ନିଷ୍ପତ୍ତି

ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂ ରାଜପୁତ… ପୋଷ୍ଟମର୍ଟମ୍‌ ରିପୋର୍ଟରୁ ହେଲା ସ୍ପଷ୍ଟ… ଆଜି ମୁମ୍ବାଇରେ ହେବ ଅନ୍ତିମ ସଂସ୍କାର…ଫିଲ୍ମ ଇଣ୍ଡଷ୍ଟ୍ରିର ଅନୁରୋଧ କ୍ରମେ ପରିବାର ଲୋକଙ୍କ ନିଷ୍ପତ୍ତି

‘ଭାରତରେ ଚରମରେ ପହଞ୍ଚିବ କରୋନା, ଅଭାବ ହେବ ଆଇସିୟୁ’

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ନଭେମ୍ବର ୧୫ ତାରିଖ ବେଳକୁ ଚମର ସୀମାରେ ପହଞ୍ଚିପାରେ । ଏମିତିକି ଆଇସିୟୁ ବେଡ୍ ଓ ଭେଣ୍ଟିଲେଟର କମ୍ ପଡ଼ିବ । ଏକ ଅଧ୍ୟୟନରୁ ଏହା ଦାବି କରୋଯାଇଛି । ଅଧ୍ୟୟନ ମୁତାବକ ଲକଡାଉନ୍ ଯୋଗୁଁ କରୋନା ୮ ସପ୍ତାହ ବିଳମ୍ବରେ ଉଗ୍ର ରୂପ ଧାରଣ କରିବ । ICMR ଅପରେସନ୍ ରିସର୍ଚ୍ଚ ଗ୍ରୁପର ଅଧ୍ୟୟନରେ ଏନେଇ କୁହାଯାଇଛି ।

ଲକଡାଉନ୍ ଯୋଗୁଁ ସଂକ୍ରମଣ ୬୯ରୁ ୯୭ ପ୍ରତିଶତ ଯାଏଁ କମିଛି । ଯାହାଦ୍ୱାରା ସ୍ୱାସ୍ଥ୍ୟସେବା ପ୍ରଣାଳୀରେ ସଂଶୋଧନ ଅଣାଯାଇ ପାରିଛି । ନଭେମ୍ବର ପ୍ରଥମ ସପ୍ତାହରେ କରୋନା ଚରମ ସୀମାରେ ପହଞ୍ଚିପାରେ । ଏହାପରେ ୪ ମାସ ଯାଏଁ ଆଇସୋଲେସନ୍ ବେଡ୍, ୬ ମାସ ଯାଏଁ ଆଇସିୟୁ, ୯ ମାସ ଯାଏଁ ଭେଣ୍ଟିଲେଟର ଅଭାବ ଦେଖା ଦେଇପାରେ ।

ଭାରତରେ କୋଭିଡ୍-୧୯ ମଡେଲ ବିଶ୍ଲେଷଣ ଅନୁସାରେ ଲକଡାଉନ୍ ଅବଧିରେ ଯାଞ୍ଚ, ଉପଚାର ଓ ଆକ୍ରାନ୍ତଙ୍କୁ ଅଲଗା ରଖିବା ପାଇଁ ଅତିରିକ୍ତ ସୁବିଧା ପ୍ରସ୍ତୁତି ସହିତ ସଂକ୍ରମଣ ମାମଲା ୭୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହେବ । ବଢ଼ୁଥିବା ସଂକ୍ରମଣ ପ୍ରାୟ ୨୭ ପ୍ରତିଶତ ହ୍ରାସ ପାଇବ । ୬୦ ପ୍ରତିଶତ କରୋନା ମୃତ୍ୟୁ ମଧ୍ୟ ରୋକାଯାଇ ପାରିଛି ।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ରବିବାରକୁ ସଂକ୍ରମଣ ମାମଲା ୩ ଲକ୍ଷ ୨୦ ହଜାରକୁ ବୃଦ୍ଧି ପାଇଛି । ଏବେ ଯାଏଁ ୯ ହଜାର ୧୯୫ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତାର ତୃତୀୟ ଦେନ ପାଇଁ ଦେଶରେ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତ ବିଶ୍ୱରେ ସଂକ୍ରମିତ ଦେଶ ତାଲିକାର ୪ ନମ୍ବରରେ ରହିଛି ।

ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି… ଆଜି କେଜ୍ରିୱାଲଙ୍କ ସହ ଆଲୋଚନା କରିବେ ଅମିତ ଶାହା

ଏହି ରାଶିର ଲୋକଙ୍କର ଆଜି ଆର୍ଥିକ ସମସ୍ୟା ହୋଇପାରେ… ଜାଣନ୍ତୁ

ଜୁନ ୧୫, ୨୦୨୦ ମସିହା, ମିଥୁନ ୧ ଦିନ,

୧୯୪୨ ଶକାବ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଆଷାଢ ମାସ କୃଷ୍ଣପକ୍ଷ ଦଶମୀ, ମିଥୁନ ସଂକ୍ରାନ୍ତି

ରେବତୀ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର ରହୁଛନ୍ତି

ଘାତବାର- ମିଥୁନ ରାଶିର

ଘାତଚନ୍ଦ୍ର- ଧନୁରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର

ଯୋଗିନୀ ଉତ୍ତରେ ରହିବେ

ଶୁଭ ସମୟ- ଦିନ ୮ ଟା ୪୧ ରୁ ଦିନ ୧୧ ଟା ୨୧ ମଧ୍ୟରେ

ଅଶୁଭ ସମୟ- ସକାଳ ୬ ଟା ୪୮ ରୁ ଦିନ ୮ ଟା ୨୮ମଧ୍ୟରେ

ଆଜି କଳମୀ ଶାଗ ଖାଇବା ମନା

ମେଷ ରାଶି

ଅଶ୍ୱିନୀ – କିଛି ହଜିଯିବାର ସମ୍ଭାବନା ରହିଛି,ସତର୍କ ରୁହନ୍ତୁ

ଦ୍ୱିଜା- ନିଜ ସନ୍ତାନଙ୍କର ବ୍ୟବହାର କଷ୍ଟ ଦେଇପାରେ

କୃତ୍ତିକା- କୈାଣସି ସନ୍ଦେହଜନକ ଚିନ୍ତାରେ ରହିବେ, ନିଦ ହେବନାହିଁ

ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ

ବୃଷ ରାଶି

କୃତ୍ତିକା – ଲୋକସଂପର୍କ ବଢିବ, ଖୁସିରେ ରହିବେ

ରୋହିଣୀ- ନିଜ ବନ୍ଧୁମାନଙ୍କର ସହଯୋଗ,ସାହାଯ୍ୟ ରହିବ

ମୃଗଶିରା- କିଛି ନୂଆ ପରିବର୍ତ୍ତନ ଆସିପାରେ

ପକ୍ଷୀକୁ ଚଣା ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ଶରୀର ଅସୁସ୍ଥ ରହିପାରେ, ସତର୍କ ରହିବେ

ଆର୍ଦ୍ରା- ଛୋଟଛୋଟ ସମସ୍ୟାକୁ ସମାଧାନ କରିବାରେ ସମୟ କଟିବ

ପୁନର୍ବସୁ- ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ

ର ଅକ୍ଷରକୁ ଲାଲ କଲମରେ ଲେଖି ନିଜ ପାଖରେ ରଖନ୍ତୁ

କର୍କଟ ରାଶି

ପୁନର୍ବସୁ – ଗୁରୁଙ୍କ ସାହାଯ୍ୟରେ ନିଜ ଲକ୍ଷ ସ୍ଥଳରେ ପହଞ୍ଚିଯିବେ

ପୁଷ୍ୟ।- ଭବିଷ୍ୟତ ଯୋଜନା ପାଇଁ କିଛି ନିଷ୍ପତ୍ତି ନେଇପାରନ୍ତି

ଅଶ୍ଳେଷା- ପୂଜାପାଠରେ ସମୟ କାଟିବେ

ଲାଲ କଲମରେ ସ୍ୱସ୍ତିକ୍‌ ଚିହ୍ନ କରି ପାଖରେ ରଖନ୍ତୁ

ସିଂହ ରାଶି

ମଘା- ଆର୍ଥିକ ସମସ୍ୟା ଘରେ ଦେଖାଯାଇପାରେ

ପୂର୍ବା ଫାଲଗୁନି- ଗୁରୁଜନଙ୍କୁ ନେଇ ବହୁତ ସମସ୍ୟା ଦେଖାଦେଇପାରେ

ଉତ୍ତରାଫାଲଗୁନି- ଅଚାନକ ଛୋଟ ଦୁର୍ଘଟଣା ହୋଇପାରେ

ମିଠା ଜଳ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି- ନୂଆ ବନ୍ଧୁଙ୍କ ସହଯୋଗରେ କିଛି ନୂଆ ପରିବର୍ତ୍ତନ ହୋଇପାରେ

ହସ୍ତା- ବିବାହ ସଂପର୍କିତ କିଛି ଶୁଭ ଖବର ପାଇବେ

ଚିତ୍ରା- ପାରିବାରିକ ଜୀବନ ବହୁତ ଶୁଭ ରହିବ

ସ୍ନ।ନ ସମୟରେ ଦହି କିଛି ବ୍ୟବହାର କରନ୍ତୁ

ତୁଳା ରାଶି

ଚିତ୍ରା – ଛୋଟଛୋଟ କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ

ସ୍ୱାତୀ- କିଛି ଗୁପ୍ତ ଶତ୍ରୁକୁ ଜାଣିପାରିବେ

ବିଶାଖା- କୈାଣସି ଗୁପ୍ତ କଥା ସାମ୍ନାକୁ ଆସିପାରେ

ବଟବୃକ୍ଷ ମୂଳରେ କିଛି ଗୁଡ ଅର୍ପଣ କରନ୍ତୁ

ବିଛା ରାଶି

ବିଶାଖା- ଅନ୍ୟମାନଙ୍କ ଠାରୁ କିଛି ଶିଖିବାର ପ୍ରୟାସ କରନ୍ତୁ

ଅନୁରାଧା- ପ୍ରତିଟି କାର୍ଯ୍ୟକୁ ଧ୍ୟାନ ସହକାରେ କରିଚାଲନ୍ତୁ

ଜ୍ୟୋଷ୍ଠା- ନୂତନ ବନ୍ଧୁଙ୍କ ଠାରୁ ଆବଶ୍ୟକୀୟ ସାହାଯ୍ୟ ପାଇବେ

ଶ୍ରୀଗଣେଷ ପ୍ରଭୁଙ୍କୁ କିଛି ଦୁବ ଅର୍ପଣ କରନ୍ତୁ

ଧନୁ ରାଶି

ମୂଳା – ମା’ଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ

ପୂର୍ବାଷାଢା- ଘର ଭିତରେ ଝଗଡା ହୋଇପାରେ, ଧୈର୍ଯ୍ୟ  ରଖିବେ

ଉତ୍ତରାଷାଢା- ନିଜ ଗାଡି ଚୋରି ହେବାର ସମ୍ଭାବନା ରହିଛି

କୈାଣସି ଦେବ ମନ୍ଦିରରେ କିଛି ଅତର ଅର୍ପଣ କରନ୍ତୁ

ମକର ରାଶି

ଉତ୍ତରାଷାଢା – କୈାଣସି ସୂତ୍ରରୁ ଶୁଭ ଖବର ପାଇବେ

ଶ୍ରବଣା- କିଛି ନ ଜାଣି କୈାଣସିଥିରେ ଦସ୍ତଖତ କରନ୍ତୁ ନାହିଁ

ଧନିଷ୍ଠା- ସାହାସର ସହ କିଛି କାର୍ଯ୍ୟ କରି ପ୍ରଶଂସିତ ହେବେ

ଗୋଟିଏ ଗୁଆ ପାଖରେ ରଖି ଯାତ୍ରା କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ନିଜର ବିଚାର ଅନ୍ୟକୁ କୁହନ୍ତୁ ନାହିଁ, ସମସ୍ୟା ହୋଇପାରେ

ଶତଭିଷା- ପାରିବାରିକ ସମସ୍ୟା ଦେଖାଦେବ

ପୂର୍ବଭାଦ୍ରପଦ- ମିଠା କଥା କହି ଅନ୍ୟକୁ ଆକର୍ଷିତ କରିବେ

ଗାୟତ୍ରୀ ପାଠ ୩ ଥର ଜପ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅତି ସୁନ୍ଦର ଭାବରେ କରନ୍ତୁ

ଉତ୍ତରଭାଦ୍ରପଦ- ବାହାରକୁ ଯିବା ପାଇଁ ସୁଯୋଗ ଆସିପାରେ

ରେବତୀ- ସ୍ଥାନ ପରିବର୍ତ୍ତନର ସୂଚନା

କିଛି ମିଠା ଦହି କୈାଣସି ନାରୀକୁ ଦାନ କରନ୍ତୁ

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- 8984684801

ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଛି । ରବିବାର ସୁଶାନ୍ତ ମୁମ୍ବାଇ ବାନ୍ଦ୍ରା ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ । ଖବର ବ୍ୟାପିବା କ୍ଷଣି ଚାରିଆଡ଼େ ଆଲୋଡ଼ନ ଖେଳି ଯାଇଥିଲା । ବାସଭବନରେ ପହଞ୍ଚିଥିଲା ପୋଲିସ । ପ୍ରାଥମିକ ଯାଞ୍ଚ ପରେ ତାଙ୍କ ରୁମରୁ ସବୁଜ ରଙ୍ଗର କପଡ଼ା ମିଳିଥିଲା । ଯେଉଁଥିରେ ଝୁଲି ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ପରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ନିଆ ଯାଇଥିଲା । ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ।

ତାଙ୍କର ପୋଷ୍ଟମର୍ଟମ ମୁମ୍ବାଇକ ଜୁହୁ ସ୍ଥିତ କୁପର ହସ୍ପିଟାଲରେ କରାଯାଇଛି । ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି । ତେବେ, ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଯାଞ୍ଚ ହେବ । ଏଥିପାଇଁ ମୃତ ଶରୀରକୁ ଜେ.ଜେ. ହସ୍ପିଟାଲ ପଠାଯାଇଛି । ସେଠାରେ ଅଙ୍ଗ ପ୍ରତ୍ୟଙ୍ଗରେ ବିଷ ଅଛି କି ନାହିଁ ପରୀକ୍ଷା କରାଯିବ ।

ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ମୁମ୍ବାଇରେ କରାଯିବ । ବାନ୍ଦ୍ରା ଆପାର୍ଟମେଣ୍ଟରେ ତାଙ୍କ ଭିଣୋଇ ଓ ଭଉଣୀ ପହଞ୍ଚି ସାରିଛନ୍ତି । ପରିବାରର ଅନ୍ୟ ସଦସ୍ୟ ଆଜି ପହଞ୍ଚିବେ ବୋଲି ଜଣାପଡ଼ିଛି ।

କାହିଁକି ସୁଶାନ୍ତ କଲେ ସୁଇସାଇଡ୍ ? ଖୁଲାସା କରିବ କ୍ରାଇମବ୍ରାଞ୍ଚ

କାହିଁକି ସୁଶାନ୍ତ କଲେ ସୁଇସାଇଡ୍ ? ଖୁଲାସା କରିବ କ୍ରାଇମବ୍ରାଞ୍ଚ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା । କାହିଁକି କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ସୁଶାନ୍ତ । ଆତ୍ମହତ୍ୟା ପଛରେ ମାନସିକ ଅବସାଦ ନା ଅନ୍ୟ କୌଣସି କାରଣ ରହିଛି । ଏବେ ଏହି ପ୍ରଶ୍ନର ଉତ୍ତର ଖୋଜୁଛି ମୁମ୍ବାଇ ପୋଲିସ । ସୁଶାନ୍ତ ରହୁଥିବା ବାନ୍ଦ୍ରା ଆପାର୍ଟମେଣ୍ଟରୁ କୌଣସି ସୁଇସାଇଡାଲ ନୋଟ୍ ମିଳିନାହିଁ । ତେବେ, ସୁଶାନ୍ତ ବିଳମ୍ବିତ ରାତିରେ ଜଣେ ଅଭିନେତାଙ୍କୁ କଲ୍ କରିଥିଲେ । ସେ ଫୋନ୍ ନ ଉଠାଇବାରୁ ସୁଶାନ୍ତ ଶୋଇ ପଡ଼ିଥିଲେ । ରବିବାର ସକାଳ ୧୦ଟାରେ ଜୁସ୍ ପିଇବା ପରେ ରୁମକୁ ଚାଲି ଯାଇଥିଲେ ।ଦିନ ଗୋଟାଏ ପର୍ଯ୍ୟନ୍ତ ସେ ଘରୁ ବାହାରକୁ ବାହାରି ନଥିଲେ । ଖାଇବା ପାଇଁ ଡାକିବାରୁ ସେ ଶୁଣିନଥିଲେ । ଫଳରେ ସ୍ଥାନୀୟ ଚାବିୱାଲା ସହାୟତାରେ ଚାବି ଖୋଲିଥିଲେ । ଭିତରେ ସୁଶାନ୍ତ ସବୁଜ ରଙ୍ଗର କପଡ଼ାରେ ଫ୍ୟାନରେ ଝୁଲି ପଡ଼ିଥିଲେ । ସଙ୍ଗେ ସଙ୍ଗେ ଚାକର ପୋଲିସକୁ ଖବର ଦେଇଥିବା ବେଳେ ସୁଶାନ୍ତଙ୍କ ସାଙ୍ଗ ଆମ୍ବୁଲାନ୍ସ ଡାକିଥିଲେ । ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ତେବେ, ସୁଶାନ୍ତ ପ୍ରାୟ ୬ ମାସ ହେବ ଡିପ୍ରେସନରେ ଥିବାରୁ ଔଷଧ ଖାଉଥିଲେ ବୋଲି ତାଙ୍କ ସାଙ୍ଗ କହିଛନ୍ତି ।ପୋଲିସ ସମ୍ପୃକ୍ତ ଡାକ୍ତରଙ୍କୁ ପଚାରଉଚରା କରିବା ସହ ରୁମରୁ ମେଡିସିନ୍ ଓ ଡକ୍ୟୁମେଣ୍ଟ ଜବତ କରିଛି । ସେପଟେ କ୍ରାଇମବ୍ରାଞ୍ଚ ସୁଶାନ୍ତଙ୍କ ବାନ୍ଦ୍ରା ବାସଭବନରେ ପହଞ୍ଚି ତଦନ୍ତ କରୁଛି । ମୃତ୍ୟୁ ଖବର ଶୁଣି ଅସୁସ୍ଥ ହୋଇ ପଡ଼ିଥିବା ସୁଶାନ୍ତଙ୍କ ପିତା ଆସନ୍ତାକାଲି ସ୍ୱତନ୍ତ୍ର ଫ୍ଲାଇଟରେ ମୁମ୍ବାଇ ଆସିବେ ବୋଲି ଜଣାପଡ଼ିଛି । ସୁଶାନ୍ତ ସିଂହ ରାଜପୁତ ଆସନ୍ତା ନଭେମ୍ବର ମାସରେ ବିବାହ କରିଥାନ୍ତେ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଥିଲା ବୋଲି ସମ୍ପର୍କୀୟ ପନ୍ନା ସିଂହ ସୂଚନା ଦେଇଛନ୍ତି ।

ହଇରାଣ କରୁଥିଲେ ବଙ୍ଗାଳି ଯୁବତୀ

ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତ ଲୋଖଣ୍ଡେଙ୍କ ଗତ ସପ୍ତାହରେ ଜଣେ ବ୍ୟବସାୟୀଙ୍କ ସହିତ ନିର୍ବନ୍ଧ ହୋଇଛି । ୬ ଦିନ ପୂର୍ବରୁ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ଆତ୍ମହତ୍ୟା କରିଥିଲେ । ସୂଚନା ଅନୁସାରେ ଏହି ବିଷୟରେ ସୁଶାନ୍ତଙ୍କୁ ପଚରାଉଚରା କରାଯାଇଥିଲା । ପରିବାର ଲୋକଙ୍କ ଅନୁଯାୟୀ, ତାଙ୍କୁ ଜଣେ ବଙ୍ଗାଳି ଝିଅ ବାରମ୍ବାର ହଇରାଣ ହରକତ କରୁଥିଲେ । କ୍ରାଇମବ୍ରାଞ୍ଚ ଏସବୁ ରହସ୍ୟ ଉପରୁ ପରଦା ଉଠାଇବ ବୋଲି ଆଶା କରାଯାଉଛି ।

ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ