spot_img
Home Blog Page 6982

ଏମିତି ପରିସ୍ଥିତିରେ କଳାକାର; ଆଖିରେ ନଦେଖିଲେ ବିଶ୍ୱାସ ହେବନି, ଦେଖିଲେ ଝରିବ ଲୁହ…

ସୋର: ଦିନେ ମୁହଁରେ ରଙ୍ଗ ବୋଳି ରାତି ରାତି ଅନିଦ୍ରା ରହି ଲୋକଙ୍କ ମନୋରଞ୍ଜନ କରୁଥିଲେ । ଦର୍ଶକଙ୍କ କରତାଳି ସହ କଳାକାରର ଅଭିନୟ ହେଉଥିଲା ଜୀବନ୍ତ । ଲୋକଙ୍କୁ ହସାଉ ହସାଉ ଆଜି କରୋନା କାଳରେ କାନ୍ଦୁଛନ୍ତି କଳାକାର ପରିବାର । ମଞ୍ଚରୁ ଓହ୍ଲାଇ ପରିବାର ପ୍ରତିପୋଷଣ ପାଇଁ ଆଜି ରାସ୍ତା କଡ଼ରେ ପରିବା ବିକୁଛନ୍ତି କଳାକାର ପରିବାର ।  Corona Jatra Kalakar  କରୋନାର କଳା ବାଦଲରେ ଢାଙ୍କି ହୋଇ ଯାଇଛି ପୁରା କଳାକାର ପରିବାର । ଯାତ୍ରାର ଯାତ୍ରା ଅଟକିବା ସହ ପେଟପାଟଣାରେ ତାଲା ପଡ଼ିଛି । ବାଲେଶ୍ୱର ଜିଲ୍ଲା ବାଗୁଡି଼ ଗାଁର ସୁବାଷ କୁମାର ଜେନା । ବାଘା ଯତିନ୍ ଗଣନାଟ୍ୟରେ କଳାକାର ତଥା ଉପସ୍ଥାପକ ଭାବେ ଦୀର୍ଘ ଦିନ ହେଲା ଦାୟିତ୍ୱ ଭାର ସମ୍ଭାଳୁଛନ୍ତି ।

Corona Jatra Kalakar

ସ୍ତ୍ରୀ ପ୍ରମିଳା ଜେନା ଯାତ୍ରା ପାର୍ଟିରେ ଗୀତିକାର ଭାବେ ବେଶ୍‌ ଲୋକ ପ୍ରିୟତା ଅର୍ଜନ କରିଛନ୍ତି । ସେପଟେ ସୁବାଷଙ୍କ ସାନ ଭାଇ ମଧ୍ୟ ଶକ୍ତିମୟୀ ଲୋକନାଟ୍ୟରେ ଉପସ୍ଥାପକ ଭାବେ ଅଭିନୟ କରୁଛନ୍ତି । ହେଲେ କରୋନା କଟକଣା ପାଇଁ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏହି କଳାକାର ପରିବାର ।

Corona Jatra Kalakar

କରୋନା ମହାମାରୀ କାଳାକାରଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ସୁବାଷଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ କିଏ ଘରେ ହାତ ବାନ୍ଧି ବସିଛି ତ ଆଉ କିଏ ସ୍ଥାନୀୟ ବଜାରରେ ପରିବାର ବିକୁଛି । ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି ପରିବାର ଲୋକେ । କେବଳ ସୁବାଷଙ୍କ ପରିବାର କାହିଁକି ଅନ୍ୟ ଯାତ୍ରା କଳାକାର ମଧ୍ୟ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ।

Corona Jatra Kalakar

ସେପଟେ ଆଜି ରାଜ୍ୟ ସରକାର ଏସଓପି ଜାରି କରି ଫିଲ୍ମ ଓ ଟିଭି ସୁଟିଂକୁ ଅନୁମତି ଦେଇଛନ୍ତି । ତେଣୁ ଯାତ୍ରା କଳାକାରଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କଳା ଓ କଳାକାରଙ୍କୁ ବଞ୍ଚାଇବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଜରୁରୀ ହୋଇ ପଡିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

https://www.facebook.com/NandighoshaTV/videos/279067246682032/

(ରିପୋର୍ଟ ତେପାଧନ ବାରିକ)

୭୫ ବିଜେପି ନେତା କେମିତି କରୋନା ସଂକ୍ରମିତ ହେଲେ ?

ପାଟଣା: ମଙ୍ଗଳବାର ବିହାର ବିଜେପି ମୁଖ୍ୟାଳୟରେ କରୋନା ଭାଇରସ୍‌ର ବିସ୍ଫୋରଣ ଘଟିଛି । ୭୫ ବିଜେପି ନେତା କରୋନା ସଂକ୍ରମିତ ହୋଇଛନ୍ତି । ସୋମବାର ସମସ୍ତ ନେତାଙ୍କ ନମୁନା ସଂଗ୍ରହ କରାଯାଇଥିଲା ଏବଂ ଯାହା ରିପୋର୍ଟ ଆସିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୦୦ ନେତାଙ୍କ ମଧ୍ୟରୁ ୭୫ ଜଣ କରୋନା ପଜିଟିଭ୍ ବୋଲି ଜଣାପଡିଛି | କିନ୍ତୁ ଏହା ପଛରେ ଥିବା କାହାଣୀଟି ଅତ୍ୟନ୍ତ କୌତୁହଳପୂର୍ଣ୍ଣ ।

Delicious Motichur Laddu Recipe | Indian Special Recipe

ସୂଚନା ମୁତାବକ, ବିହାର ବିଜେପି ନେତାଙ୍କ ବିବାହ ବାର୍ଷିକୀ ୮ ଜୁଲାଇରେ ଥିଲା। ସମସ୍ତ ନେତା ତାଙ୍କୁ ବାର୍ଷିକୀ ଅବସରରେ ଅଭିନନ୍ଦନ ଜଣାଇବା ପରେ ମିଠା ଆଣିବାକୁ କହିଥିଲେ । ଉକ୍ତ ନେତା ଶୀଘ୍ର ଲଡୁର ବନ୍ଦୋବସ୍ତ କରିଥିଲେ । ସମସ୍ତ ନେତାଙ୍କୁ ନିଜ ହାତରେ ଖାଇବାକୁ ଦେଇଥିଲେ । କିନ୍ତୁ ପରଦିନ ଯେତେବେଳେ ସେ କରୋନା ପରୀକ୍ଷା କଲେ, ସେ ସଂକ୍ରମିତ ହୋଇଥିବା ଜଣାପଡିଛି ।

Bjp Office, Boring Road - Political Party Office in Patna - Justdial

ତେବେ ଉକ୍ତ ନେତାଙ୍କ ସହ ଯୋଗାଯୋଗ କରିବାରୁ ସେ ଏଭଳି ଘଟଣାକୁ ଅଗ୍ରାହ୍ୟ କରିଛନ୍ତି । ଜୁଲାଇ ୮ ରେ ସେ ଲଡୁ ବାଣ୍ଟିବା କଥାକୁ ମଧ୍ୟ ଏଡ଼ାଇ ଦେଇଛନ୍ତି । ତେବେ ରାଜନୈତିକ ମହଲରେ ଚାଲିଥିବା ଏହି ଆଲୋଚନାର ସତ୍ୟତା କ’ଣ, ଯେତେବେଳେ ଦଳ ଆନୁଷ୍ଠାନିକ ଭାବରେ କିଛି ପ୍ରକାଶ କଲା ପରେ ହିଁ ଜଣାପଡ଼ିବ ।  ୭୫ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ବିଜେପି ଅଫିସକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି ।

ଗୋଟିଏ କାହାଣୀ, ଯେଉଁଥିରେ ଉଭୟ ଅସୁମାରୀ ପ୍ରେମ ଓ ପ୍ରତାରଣାର ଚିହ୍ନ ! ଦେଖନ୍ତୁ…

ଦିନକରେ ସର୍ବାଧିକ; ଆଉ ୬୦୯ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ଆଉ ୬୦୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ସୁସ୍ଥ ହୋଇଥିବା ସଂଖ୍ୟାଠାରୁ ଏହା ସର୍ବାଧିକ । ଏହି ୬୦୯ ସୁସ୍ଥଙ୍କୁ ମିଶାଇ ଏବେ ରାଜ୍ୟରେ ୯୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ୬୦୯ଜଣ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୨୬୮ ଜଣ ରହିଥିବା ବେଳେ ସୁନ୍ଦରଗଡ଼ର ୧୩୫, ଖୋର୍ଦ୍ଧାର ୩୭, କଟକର ୩୨, ବାଲେଶ୍ୱରର ୨୫, କେନ୍ଦୁଝରର ୨୩, ମୟୂରଭଞ୍ଜର ୧୮, ଭଦ୍ରକର ୧୨, ପୁରୀର ୧୨, ସମ୍ବଲପୁରର ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହାସହ ବରଗଡ଼ ଓ ଜଗତସିଂହପୁରର ୭ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାଜପୁରର ୬ ଜଣ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାର ୪ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ବଲାଙ୍ଗିରର ୩ ଜଣ ସୁସ୍ଥ ହୋଇଥିବା ବେଳେ କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାର ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଗଜପତି ଓ ନୟାଗଡ଼ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁଲ୍‌ ଲୁଚାଇବାକୁ ଅନ୍ତିମ ସଂସ୍କାର କରିବାକୁ ମନା କରୁଛି ଚୀନ

ନୂଆଦିଲ୍ଲୀ / ବେଜିଂ: ଗଲଓ୍ୱାନ୍‌ ଘାଟିରେ ନିହତ ସୈନିକମାନଙ୍କୁ ଚିହ୍ନିବାକୁ ପ୍ରସ୍ତୁତ ନୁହେଁ ଚୀନ । ଆମେରିକାର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଚୀନ୍ ସରକାର ସୈନିକମାନଙ୍କ ପରିବାରକୁ କବର ନଦେବା ଏବଂ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ନକରିବାକୁ ଚାପ ପକାଉଛନ୍ତି । ଆମେରିକାର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସେ ଏପରି କରୁଛନ୍ତି ଯାହା ଦ୍ୱାରା ସେ ଏକ ବଡ଼ ଭୁଲକୁ ଲୁଚାଇ ପାରିବେ ।

20 Indian Soldiers Killed In India-China Clash In Galwan Valley

ଜୁନ୍ ୧୫ରେ, ଗଲଓ୍ୱାନ ଉପତ୍ୟକାରେ ଚୀନ୍ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଦେଶର ସୈନିକ ପ୍ରାଣ ହରାଇଥିଲେ । ଭାରତ ବିନା ଦ୍ୱିଧାରେ ଗ୍ରହଣ କଲା ଯେ, ୨୦ ସୈନିକ ଶହୀଦ ହୋଇଛନ୍ତି । ଏଥିସହିତ ଶହୀଦମାନଙ୍କୁ ସମ୍ମାନଜନକ ଅନ୍ତିମ ବିଦାୟ ଦିଆଯାଇଥିଲା । ଚାଇନା ଏହାର ସୈନିକଙ୍କ ମୃତ୍ୟୁକୁ ଅସ୍ୱୀକାର ଜାରି ରଖିଛି ।

Bloodiest India-China Clash In 45 Years Leaves 20 Soldiers Dead In ...

୨୮ଜୁନ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତରେ ଶହୀଦ ସୈନିକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏହି ପରିବାରର ବଳିଦାନ ସମ୍ମାନନୀୟ ବୋଲି କହିଥିଲେ । ତେବେ ଘଟଣାର ୧ ମାସ ପରେ ମଧ୍ୟ ଚୀନ୍ ଏହାର କେତେ ସୈନିକଙ୍କୁ ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ ।

India, China see tension mounting in Ladakh

ଆମେରିକୀୟ ଗୁଇନ୍ଦା ସଂସ୍ଥାର କହିବାନୁଯାୟୀ, ଗଲଓ୍ୱାନ୍ ହିଂସାରେ ଚୀନର ୩୫ ଜଣ ସୈନିକ ନିପାତ ହୋଇଥିଲେ । ତେବେ ଚୀନ ସୈନିକଙ୍କୁ ପାରମ୍ପାରିକଭାବେ ଦଫନ୍‌ କିମ୍ୱା ସେମାନଙ୍କ ପାଇଁ ଶୋକସଭା ନକରିବା ଉଚିତ୍‌ ବୋଲି କହିଛନ୍ତି । ଅନ୍ତିମ ସଂସ୍କାର ଏକାନ୍ତରେ ନିରୋଳା ସ୍ଥାନରେ କରିବାକୁ କୁହାଯାଇଛି ।

India China borderI India-China face-off at Galwan Valley in ...

କରୋନାର ଭୟବହତାକୁ ଦୃଷ୍ଟିରେ ରଖି ଏପରି କରିବାକୁ କୁହାଯାଇଥିବା ଚୀନ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ହିଂସାରେ ମୃତ୍ୟୁବରଣ କରିଥିବା ସୈନିକଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ମିଟାଇବାକୁ ଚାହୁଁଛି ଚୀନ । ତେବେ ଆମେରିକୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚୀନ କମ୍ୟୁନିଷ୍ଟ ପାର୍ଟି ଏହି ନିଷ୍ପତ୍ତିକୁ ମୃତ ଯବାନଙ୍କ ପରିବାରବର୍ଗ ଅସନ୍ତୋଷ ଅଛନ୍ତି । ସରକାରଙ୍କ ଏଭଳି ଫଇସଲା ବିରୋଧରେ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଳାଟଫର୍ମରେ ବିରୋଧ ମଧ୍ୟ ପ୍ରଦର୍ଶନ କରାଯାଇଛି ।

 

ପୁଣି କୋଭିଡ୍‌ ନିୟମ ଭାଙ୍ଗିଲା ବିଜେପି, ରାଜ୍ୟ କାର୍ଯ୍ୟାଳୟରେ ଆଗଧାଡ଼ିର ନେତା ମାନିଲେନି କରୋନା କଟକଣା

ପୁଣି କୋଭିଡ୍‌ ନିୟମ ଭାଙ୍ଗିଲା ବିଜେପି । ସାମ୍ବାଦିକ ସମ୍ମିଳନୀ ସମୟରେ ବିଜେପି ଭୁଲିଗଲା ସାମାଜିକ ଦୂରତା । ସାରା ଦେଶ ସମେତ ରାଜ୍ୟ କରୋନା ସଂକମଣକୁ ନେଇ ଚିନ୍ତିତ ଥିବା ବେଳେ ବିଜେପି ବାରମ୍ବାର କୋଭିଡ୍‌ ନିୟମ ଭାଙ୍ଗୁଛି । ଏମିତିକି ନେତାମାନେ ବାରମ୍ବାର ଏଥିପାଇଁ ଜୋରିମାନା ଦେବା ପରେ ବି ସୁଧୁରିବାର ନାଁ ଧରୁନାହାନ୍ତି ।

ମଙ୍ଗଳବାର ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ବିଜେପିର ବଡ଼ ବଡ଼ ନେତା ମାନେ ସାମାଜିକ ଦୂରତା ନିୟମ ମାନିନଥିବା ଦେଖାଯାଇଛି । ସାମାଜିକ ଦୂରତା ନିୟମ ଭାଙ୍ଗିଥିବା ସହ ମାସ୍କ ମଧ୍ୟ ପିନ୍ଧିନଥିଲେ ବିଜେପି ନେତା ।

Covid 19ତେବେ ଏନେଇ ଅଭିଯୋଗ କରିଛି ବିଜେଡି । ବିଜେପିର ବାରମ୍ବାର ଏଭଳି ଆଚରଣକୁ କଡ଼ା ସମାଲୋଚନା କରିଛି ବିଜେଡି । କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମଖୁପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା । ଏଭଳି ଆଚରଣ ଖୋଦ୍‍ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କୋଭିଡ୍‌ ମାର୍ଗଦର୍ଶିକାର ଉଲ୍ଲଙ୍ଘନ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ କେବଳ ବିନା ମାସ୍କ ନୁହେଁ ବିଜେପି ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଲାଗି ଲାଗି ବସିଥିଲେ ତାହା ମଧ୍ୟ କୋଭିଡ୍‌ ମାର୍ଗଦର୍ଶିକାରେ ଥିବା ସାମାଜିକ ଦୂରତ୍ୱ କଟକଣାକୁ ଉପହାସ କରୁଛି । ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବା ପାଇଁ ଅନୁରୋଧ ସତ୍ତ୍ୱେ ଯେତେବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେତେବେଳେ କରୋନା ପରିଚାଳନା ସଂକ୍ରାନ୍ତରେ କହିବା ପାଇଁ ବିଜେପିର ନୈତିକତା ନାହିଁ ।

Covid 19

ଓଡିଶାବାସୀଙ୍କ ଆଗରେ ସକରାତ୍ମକ ଉଦାହରଣ ରଖିବା ପରିବର୍ତ୍ତେ ବିଜେପି ନେତାମାନେ କୋଭିଡ୍‌ ମାର୍ଗଦର୍ଶିକା ସଂକ୍ରାନ୍ତରେ ନକରାତ୍ମକ ଉଦାହରଣମାନ ରଖିବାରେ ଲାଗି ପଡ଼ିଛନ୍ତି । ଆମେ ସେମାନଙ୍କୁ ଦାୟିତ୍ୱ ସମ୍ପନ୍ନ ଆଚରଣ ପାଇଁ ଆହ୍ୱାନ ଦେବା ସହିତ ତାହା ଆଶା କରୁଛୁ । କିନ୍ତୁପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ନିବେଦନ ସତ୍ତ୍ୱେ ବିଜେପି ନେତାମାନେ ଜାଣିଶୁଣି କରୋନା ନିୟମ ଉଲ୍ଲଙ୍ଘନ କରୁଛନ୍ତି ।

ସମଗ୍ର ଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ ବିଶ୍ୱର କରୋନା ସଂକ୍ରମଣ ତାଲିକାରେ ଭାରତ ଏବେ ତିନି ନମ୍ବର ସ୍ଥାନରେ ପହଞ୍ଚିଛି । ଓଡିଶାର ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶର ସ୍ଥିତି ଦେଖିବାକୁ ଶ୍ରୀ ମହାନ୍ତି
କହିଛନ୍ତି । କରୋନାକୁ ନେଇ ଆମେ ରାଜନୀତି କରିବା ଉଚିତ୍‍ ନୁହେଁ । ତେଣୁ ଏଭଳି ରାଜନୀତିରୁ ବିରତରହିବା ପାଇଁ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ରାଜ୍ୟ ବିଜେପିକୁ ପରାମର୍ଶ ଦେଇଛନ୍ତି ।

ରାମ ଗୋପାଳ ବର୍ମାଙ୍କ ଫିଲ୍ମରେ ଅପସରାଙ୍କ ସହ ଓଡିଆ ହିରୋ ରକ୍

ଥ୍ରୀଲର୍ ଚଳଚ୍ଚିତ୍ରରେ ଓଡିଆ ଝିଅ ଅପସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ଲିଡ୍ ରୋଲରେ ସୁଯୋଗ ମିଳିବା ପରେ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଆଉ ଜଣେ ଓଡିଆଙ୍କୁ ସୁଯୋଗ ଦେଇଛନ୍ତି । ସେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ।  ଏହି କଳାକାରଙ୍କ ନାମ ହେଉଛି ରକି କାଚ୍ଚି । ତେବେ ରକ ଲିଡ୍ ପୁରୁଷ ଅଭିନେତା ଭାବେ ଚୟନ ହୋଇଥିବା ରାମଗୋପାଳ ବର୍ମା ଜଣାଇଛନ୍ତି ।

https://twitter.com/RGVzoomin/status/1282925017395654662

ରାମଗୋପାଳ ଟ୍ୱିଟରେ ଲେଖିଛନ୍ତି ଯେ ପ୍ରଥମତଃ ଅପସରା ରାଣୀଙ୍କୁ ଧନ୍ୟବାଦ । ଯାହାଙ୍କ ପାଇଁ ଓଡିଶାକୁ ମୁଁ ଏତେ ଭଲ ଭାବେ ଜାଣି ପାରିଲି । ଏବେ ମୁଁ ଆଉ ଜଣେ ଓଡିଆ ପ୍ରତିଭାଙ୍କୁ ଆବିଷ୍କାର କରିଛି । ସେ ମୋର ପରବର୍ତ୍ତୀ ଚଳଚ୍ଚିତ୍ର ଥ୍ରୀଲରରେ ଅପସରା ରାଣୀଙ୍କ ବିପକ୍ଷରେ ଅଭିନୟ କରିବେ । ରାମ ଗୋପାଳ ତାଙ୍କର ଆଉ ଏକ ଟ୍ୱିଟରେ ଲେଖିଛନ୍ତି, ଅପସରା ଓ ରକ୍ କାଚ୍ଚିଙ୍କ ଭଳି ଆହୁରି ଅଧିକ ଅଭିନେତା ଓ ଅଭିନେତ୍ରୀଙ୍କୁ ମୁଁ ଦେଖିବାକୁ ଚାହେଁ।

https://twitter.com/RGVzoomin/status/1282922480621907968

‘ଥ୍ରୀଲର୍’ ଫିଲ୍ମର ଦୁଇ ଲିଡ୍ ଆକ୍ଟର୍ ଅପସରା ରାଣୀ ରାଉରକେଲାରୁ ଆସିଥିବା ବେଳେ ରକ୍ ନବରଙ୍ଗପୁରରୁ ଆସିଛନ୍ତି। ରାମୁ ନିଜର ଚତୁର୍ଥ ଓ ପଞ୍ଚମ ଟ୍ୱିଟରେ ‘ଥ୍ରୀଲର୍’ ଫିଲ୍ମରେ ଅପସରା ରାଣୀ ଓ ରକ୍ କାଚ୍ଚିଙ୍କ କିଛି ଫଟୋ ପୋଷ୍ଟ କରିଛନ୍ତି।

ଗୋଟିଏ କାହାଣୀ, ଯେଉଁଥିରେ ଉଭୟ ଅସୁମାରୀ ପ୍ରେମ ଓ ପ୍ରତାରଣାର ଚିହ୍ନ ! ଦେଖନ୍ତୁ…

ବାଲେଶ୍ୱର: କୁହାଯାଏ ପ୍ରେମ ଅନ୍ଧ । ପ୍ରେମ୍‌ ବନ୍ଧ ବାଡ଼ କିଛି ମାନେନା । ଆଉ ପ୍ରେମ ପାଇଁ ପ୍ରେମୀ କିଛି ବି କରିପାରନ୍ତି । କୌଣସି ବି ପରିସ୍ଥିତିର ସାମ୍ନା କରିବାକୁ ପଛାନ୍ତି ନାହିଁ । ହେଲେ ଏମିତି ବି ଅନେକ ପ୍ରେମ କାହାଣୀ ଅଛି ଯେଉଁଥିରେ ପ୍ରେମ ସହ ପ୍ରତାରଣା ମଧ୍ୟ ସାମିଲ ଅଛି ।

Love Sex Dhoka Jaleswar

ଠିକ୍‌ ସେହିଭଳି ଏକ କାହାଣୀ ଏବେ ସାମ୍ନାକୁ ଆସିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ପ୍ରେମିକା ନିଜ ପ୍ରେମକୁ ପାଇବା ପାଇଁ ଦିଲ୍ଲୀରୁ ଆସି ପଲ୍ଲୀରେ ପହଞ୍ଚିଛି ।

Love Sex Dhoka Jaleswar

ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅଧିନ ଓଡ଼ିଆ ଶାସନ ଗାଁର ଜଣେ ଯୁବକ ଦିଲ୍ଲୀରେ ରହୁଥିବା ବେଳେ ସେଠାରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଆଉ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା । ଦୀର୍ଘ ୪ ବର୍ଷ ଧରି ଯୁବତୀଙ୍କ ସହ ଏକାଠି ରହିଆସୁଥିଲା । ହେଲେ କିଛି ଦିନ ହେବ ସେ ଘରକୁ ଆସିବା ପରେ ଆଉ ସେହି ଯୁବତୀଙ୍କ ସହ ଯୋଗାଯୋଗ ରଖିନଥିଲା ।

Love Sex Dhoka Jaleswar

ଯୁବତୀ ଜଣକ ଖବର ପାଇଥିଲେ ତାଙ୍କ ପ୍ରେମିକଙ୍କ ବିବାହ ହେବାକୁ ଯାଉଛି ଗାଁରେ । ଆଉ ଖବର ପାଇବା ମାତ୍ରେ ସେ ଦିଲ୍ଲୀରୁ ଆସି ପଲ୍ଲୀରେ ପହଞ୍ଚିଥିଲେ । ପଲ୍ଲୀ ଅର୍ଥାତ୍‌ ଯୁବକଙ୍କ ଗାଁରେ । ଆଉ ଯୁବକଙ୍କ ଘରେ ପହଞ୍ଚି ସବୁ ସତ କଥା କହିଥିଲେ । ହେଲେ ତାଙ୍କ ପରିବାର ଲୋକ ଯୁବତୀଙ୍କ କଥାକୁ ଖାତିର କରିନଥିଲେ । ଏମିତିକି ଶେଷରେ ଯୁବକ ଜଣକ ମଧ୍ୟ ଯୁବତୀଙ୍କୁ ଆଡ଼ ଆଖିରେ ଚାହିଁ ନଥିଲା । ଫଳରେ ବାଧ୍ୟ ହୋଇ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । 

Love Sex Dhoka Jaleswar

ତେବେ ଅଭିଯୋଗ ପାଇ ପୋଲିସ ଯୁବକଙ୍କ ଘରେ ପହଞ୍ଚିଥିଲା ଏବଂ ତାଙ୍କ ପରିବାରକୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ହେଲେ ଯୁବକଙ୍କ ପରିବାର ପୋଲିସର କୌଣସି କଥା ଶୁଣି ନଥିଲା । ପରେ ବାଧ୍ୟ ହୋଇ ଯୁବତୀ ଜଣକ ବସ୍ତା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବାର ନିଷ୍ପତ୍ତି ନେଇଛନ୍ତି ।

https://www.facebook.com/NandighoshaTV/videos/203189747751854/

ନିଜ ପ୍ରେମିକା ସହ ପ୍ରତାରଣା କରିଥିବା ଯୁବକ ଜଣକ ହେଉଛି ଓଡ଼ିଆ ଶାସନ ଗାଁର ବିଶ୍ୱଜିତ୍‌ ବିଶ୍ୱାଳ । ଆଉ ଯୁବତୀ ଜଣଙ୍କ ହେଉଛନ୍ତି ରୋଜି । ତେବେ ଏହି କାହାଣୀରୁ ଦୁଇଟି କଥା ସାମ୍ନାକୁ ଆସିଲା । ଗୋଟିଏ, ଯେ ପ୍ରେମରେ ପଡ଼ିଥିବା ପ୍ରେମିକା ଜଣକ ନିଜ ପ୍ରେମକୁ ପାଇବା ପାଇଁ ଦିଲ୍ଲୀରୁ ଆସି ପଲ୍ଲୀରେ ପହଞ୍ଚି ପାରିଲେ । ଆଉ ଗୋଟିଏ କଥା, ଯାହା କି ପ୍ରେମ ମଧ୍ୟରେ ପ୍ରତାରଣା ।

ନୱାଜୁଦ୍ଦୀନ୍ ସିଦ୍ଦୀକିଙ୍କ ବିରୋଧରେ ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ, କହିଲେ ଏମିତି କଥା….

ନୱାଜୁଦ୍ଦୀନ୍ ସିଦ୍ଦୀକି ଏଇ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ତଳେ ତାଙ୍କ ପତ୍ନୀ ତାଙ୍କୁ ଛାଡପତ୍ର ଦେବା ନେଇ ଖବର ପ୍ରକାଶ ପାଇଥିଲା । ତେବେ ଏବେ ପୁଣି ଥରେ ତାଙ୍କ ସ୍ତ୍ରୀ ଆଲିୟା ନୱାଜୁଦ୍ଦୀନ୍ ଓ ତାଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ତିକ୍ତତା ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ଯେ ଆରମ୍ଭରୁ ହିଁ ଆମ ଦୁହିଁଙ୍କ ମଧ୍ୟରେ ସମସ୍ୟା ଥିଲା । ମାତ୍ର ବିବାହ ପୂର୍ବରୁ ସେ ଭାବିଥିଲେ ଯେ ନୱାଜୁଦ୍ଦୀନ୍ ଓ ତାଙ୍କ ମଧ୍ୟରେ ସମ୍ପର୍କ ଭଲ ହୋଇଯିବ ମାତ୍ର ସେଭଳି ହେବା ସମ୍ଭବ ହୋଇନାହିଁ ।

ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ନୱାଜୁଦ୍ଦୀନ୍ ମାନସିକ କଷ୍ଟ ଦେଉଛନ୍ତି । ତାଙ୍କ ପାଇଁ ଏସବୁ ଏବେ ଅସହ୍ୟ ହେଲାଣି । ପୁରୂଣା କଥା ମନେ ପକାଇ ଆଲିୟା କହିଛନ୍ତି ଯେ ଆମେ ଡେଟ୍ କରିବା ବେଳେ ମଧ୍ୟ ସେ ଅନ୍ୟ ମହିଳାଙ୍କ ସହ ସମ୍ପର୍କରେ ଥିଲେ । ବାହାଘର ପରେ ମଧ୍ୟ ସେ ଅନ୍ୟ ମହିଳାଙ୍କ ସହ ସମ୍ପର୍କରେ ଥିଲେ । ଏପରିକି ମୁଁ ଗର୍ଭବତୀ ଥିବା ବେଳେ ମଧ୍ୟ ସେ ମୋ ସହ ଡାକ୍ତରଖାନା ଯାଇନଥିଲେ ।

ମୋତେ ଏକା ଗାଡି ଚଳାଇ ଯିବାକୁ ପଡୁଥିଲା । ତାଙ୍କର ଲେବର୍ ପେନ୍ ବେଳେ ମଧ୍ୟ ନୱାଜୁଦ୍ଦୀନ୍ ତାଙ୍କ ଅନ୍ୟ ମହିଳା ପ୍ରେମିକାଙ୍କ ସହ ବ୍ୟସ୍ତ ଥିଲେ । ତେବେ ମୋବାଇଲ ବିଲ୍ ଆସିବା ପରେ  ଜଣା ପଡିଥିଲେ ଯେ ନୱାଜୁଦ୍ଦୀନଙ୍କର ଅନ୍ୟ ମହିଳାଙ୍କ ସହ ଗପୁଥିଲେ । ନୱାଜୁଦ୍ଦୀନଙ୍କର ପରକିୟା ପ୍ରୀତି ରହିଛି ବୋଲି ନୱାଜୁଦ୍ଦୀନ୍ ଭାଇ ଆଲିୟାଙ୍କୁ ଜଣାଇଥିବା ସେ କହିଛନ୍ତି ।

 

କରୋନାକୁ ହରାଇଥିବା ଗୋପିନାଥଙ୍କ ସହ କଥା ହେଲେ ନବୀନ, କହିଲେ…

ଭୁବନେଶ୍ୱରକରୋନାକୁ ହରାଇଥିବା ରୋଗୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ସୋମାବାର ଜଣେ ୮୧ ବର୍ଷୀୟ ବ୍ୟକ୍ତି କରୋନା ରୋଗରୁ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି । ରୋଗ ସହ ଲଢ଼େଇ କରି ବିଜୟ ହାସଲ କରିଥିବାରୁ ତାଙ୍କୁ ଶୁଭେଚ୍ଛା ମିଳିଛି । ଏମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ୮୧ ବର୍ଷୀୟ ଯୋଦ୍ଧାଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି ଏବଂ ତାଙ୍କର ଭଲ ମନ୍ଦ ପଚାରି ବୁଝିଛନ୍ତି ।

ଏହି ବୃଦ୍ଧ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ତଳଇନ୍ଦ୍ରଗଡା ଗ୍ରାମର ୮୧ ବର୍ଷୀୟ ଗୋପୀନାଥ ଡାକୁଆ । ପରିଣତ ବୟସରେ ସେ ଯେପରି ଦୃଢ଼ ମନୋବଳ ଓ ଗଭୀର ଆତ୍ମବିଶ୍ୱାସର ସହ କୋଭିଡ୍‌ର ମୁକାବିଲା କରି ସୁସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରି କହିଛନ୍ତି ନବୀନ ।

Gopinath

କୋଭିଡ ମହାମାରୀରେ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏହି ୮୧ ବର୍ଷୀୟ ବ୍ୟକ୍ତି କୋଭିଡ୍‌କୁ ହରାଇଛନ୍ତି । ସାଧାରଣତଃ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କ ପାଇଁ କରୋନା ସଂକ୍ରମଣ ସମ୍ବେଦନଶୀଳ ହୋଇଥାଏ । ତେବେ ଏହି ୮୧ ବର୍ଷୀୟ ବ୍ୟକ୍ତ କରୋନା ସହ ଦୀର୍ଘ ୧୫ ଦିନ ଲଢ଼େଇ କରି ସୋମବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଥଣ୍ଡା ଓ କାଶ ଯୋଗୁଁ ସେ ପ୍ରଥମେ ଇନ୍ଦ୍ରଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ପରେ କୋଭିଡ୍‌ ଲକ୍ଷଣ ଦେଖାଯିବାରୁ ତାଙ୍କୁ କଳିଙ୍ଗ ମଡେଲ୍‌ ଆବାସିକ ସ୍କୁଲରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାବ୍ ଟେଷ୍ଟରେ ପଜିଟିଭ୍‌ ଆସିବାରୁ ତାଙ୍କୁ ଗତ ୪ ତାରିଖରେ ଫୁଲବାଣୀ କୋଭିଡ୍‌ ହସ୍ପିଟାଲକୁ ନିଆଯାଇଥିଲା ।

ତାଙ୍କର କୋଭିଡ୍ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । କରୋନା ସଂକ୍ରମିତଙ୍କ ପାଇଁ ଗୋପୀନାଥ ଆଶା ଓ ସାହସିକତାର ଜ୍ୱଳନ୍ତ ଉଦାହାରଣ । ବାର୍ଦ୍ଧକ୍ୟ ଓ ଅନ୍ୟ ଅସୁସ୍ଥତା ସତ୍ତ୍ୱେ ସେ କରୋନା ଭୂତାଣୁକୁ ପରାସ୍ତ କରିଛନ୍ତି ।

ସଂକ୍ରମଣ ରୋକିବାକୁ ବଡ଼ ନିଷ୍ପତ୍ତି: ଜୁଲାଇ ୧୬ରୁ ୩୧ ଯାଏଁ ପୂର୍ଣ୍ଣ ଲକ୍‌ଡାଉନ୍‌

ପାଟଣା: କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ବିହାର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ନୀତୀଶ ସରକାର ବିହାରରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ପରେ ରାଜ୍ୟରେ ପୁଣି ଜୁଲାଇ ୧୬ରୁ ୩୧ ଯାଏଁ ବିହାରରେ ଲକଡାଉନ୍ ରହିବ |

4 more districts in Bihar clamp lockdown to contain Covid-19 ...

ତେବେ ଏହି ସମୟ ମଧ୍ୟରେ ସମସ୍ତ ଜରୁରୀକାଳୀନ ସେବା ସୁରୁଖୁରୁରେ ଜାରି ରହିବ | ମୁଖ୍ୟ ଶାସନ ସଚିବ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀ (ସିଏମଜି) ର ବୈଠକ ପରେ ବିହାର ସରକାର ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛନ୍ତି ।

Bihar corona lockdown update news Lockdown in Bihar These ...

ଏହି ନିଷ୍ପତ୍ତି ପୂର୍ବରୁ ମୁଖ୍ୟ ସଚିବ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ସମସ୍ତ ଜିଲ୍ଲାର ସିଭିଲ୍ ସର୍ଜନମାନେ ମଧ୍ୟ ଉପସ୍ଥିତ ଥିଲେ। ଡେପୁଟୀ ସିଏମ୍‌ ସୁଶୀଲ କୁମାର ମୋଦି ଲକଡାଉନ୍ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୨୪ ମାର୍ଚ୍ଚରୁ ୩୧ ମଇ ରାତି ପର୍ଯ୍ୟନ୍ତ ବିହାର ସମେତ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଲାଗୁହୋଇଥିଲା ।| ଏହା ପରେ, ଜୁନ୍ ମାସରେ ଅନଲକ୍ -୧ ଏବଂ ପରେ ଜୁଲାଇରେ ଅନଲକ୍ -୨ ଲାଗୁ କରାଯାଇଥିଲା, କିନ୍ତୁ ଏହି ସମୟ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଲା, ଯାହା ପରେ ରାଜ୍ୟ ସରକାର ପୁନର୍ବାର କଟକଣାକୁ କଠୋର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Covid-19: Complete lockdown in Bihar from 16-31 July

ବିହାରରେ କରୋନା କହର ଜାରି

ରାଜ୍ୟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୭ ହଜାର ୪୨୧ରେ ପହଞ୍ଚିଛି । ସେଥିମଧ୍ୟରୁ ୧୨, ୩୬୪ ଲୋକ ସୁସ୍ଥ ହୋଇଛନ୍ତି। ୧୩୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅର୍ଥାତ୍ ବିହାରରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୯୨୩ ରହିଛି। ୧୦ ଜୁଲାଇ ଅପରାହ୍ନରେ ବିହାରରେ ୧୪ ହଜାର ୩୩୦ କୋଭିଡ ପଜିଟିଭ୍ ଥିଲେ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଜୁଲାଇ ୧୩ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୭,୪୨୧କୁ ବୃଦ୍ଧି ପାଇଛି। ଏଥିସହିତ, ୨ ଡାକ୍ତରଙ୍କ ସମେତ ୧୦ରୁ ୧୩ ଜୁଲାଇ ମଧ୍ୟରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

AIIMS‌ରେ ଚିକିତ୍ସା ପାଇଁ ଆସିଲା ନୂଆ ଆପ୍‌, ଜାଣନ୍ତୁ ଏହାର ବ୍ୟବହାର କେମିତି କରିବେ