spot_img
Home Blog Page 6989

ହତ୍ୟା ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ: ବଡ଼ ମେଡିକାଲରେ ଭର୍ତ୍ତି

ଦିଗପହଣ୍ଡି: ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଭିତରେ ହତ୍ୟା ମାମଲାର ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଗିରଫ ହେବା ପରେ ଥାନା ପାଇଖାନା ଭିତରେ ଫିନ।ଇଲ ପିଇ ଆତ୍ମହତ୍ୟା ଉଦ୍ୟମ । ଅଭିଯୁକ୍ତ ଜଣଙ୍କ କବିସୁର୍ଯ୍ୟନଗରର ପ୍ରମୋଦ ଦଳାଇ ବୟସ ୨୮ ବର୍ଷ । ଗତ ୨୩ ତାରିଖରେ ହିଞ୍ଜିଳି ବିଭୂପ୍ରସାଦ ଦାସଙ୍କୁ ତପ୍ତପାଣି ଜଙ୍ଗଲରେ ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ରକରି ହତ୍ୟା କରାଯାଇଥିଲା ।

ଏହି ମାମଲାରେ ପାଟପୁର ଥାନା ପୋଲିସ ପୂର୍ବରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗୁରୁବାର ରାତିରେ କବିସୂର୍ଯ୍ୟନଗରରୁ ପ୍ରମୋଦକୁ ଗିରଫ କରିଛି ପୋଲିସ ।

ତେବେ ଆତ୍ମହତ୍ୟା ଉଦ୍ୟମ ପରେ ଅଭିଯୁକ୍ତର ଅବସ୍ଥା ଗୁରୁତର ହୋଇଥିବାରୁ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ।  ପ୍ରାପ୍ତ ସୂଚନା ମୁତାବକ ଜଣଙ୍କ ବିବାହ ଠିକ ହୋଇଥିବା ବେଳେ ଗିରଫ ହୋଇ ଜେଲ ଯିବା ଭୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା । ସେପଟେ ଏ ନେଇ ଥାନା ଅଧିକାରୀ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

ରାଜ୍ୟରେ ପୁଣି ୧୨୦ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ ଆଉ କେତେ ରହିଛି ସକ୍ରିୟ ମାମଲା..

ଭୁବନେଶ୍ୱର: ରାଜ୍ୟରେ ଆଉ ୧୨୦ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ସୁସ୍ଥ ୧୨୦ ଜଣଙ୍କ ମଧ୍ୟରେ ଗଞ୍ଜାମର ୩୦ ଜଣ ଥିବା ବେଳେ ୧୯ ଜଣ ଖୋର୍ଦ୍ଧାର ୧୪ ଜଣ ବାଲେଶ୍ୱର ଅଞ୍ଚଳର ରହିଛନ୍ତି । ସେହିଭଳି ୧୨ ଜଣ ବଲାଙ୍ଗିରର, ୯ ଜଣ ଢ଼େଙ୍କାନାଳର ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ନୟାଗଡ଼ ଓ ସୁନ୍ଦରଗଡ଼ ଅଞ୍ଚଳର ୭ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୬ ଓ କେନ୍ଦୁଝରରୁ ୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଜଗତସିଂହପୁର ଏବଂ ପୁରୀରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଦେଓଗଡ଼, କେନ୍ଦ୍ରାପଡ଼ା ଓ ଝାରସୁଗଡ଼ ଅଞ୍ଚଳରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ୨୪୭୪ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୧୦୧୧ଟି ମାମଲା ଏବେ ସକ୍ରିୟ ରହିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଞ୍ଚି ସାରିଛି ଏବଂ ୧୦ ରୁ ଅଧିକ ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଛି ।

ଶିବ ପୁରାଣରେ ଉଲ୍ଲେଖ ଏହି ୧୦ଟି କଥାକୁ ଆପଣାନ୍ତୁ, ବଦଳିଯିବ ଆପଣଙ୍କ ଜୀବନ

ଶିବ ପୁରାଣରେ ଶିବଙ୍କ ବିଭିନ୍ନ ଅବତାର ସମ୍ବନ୍ଧିତ କଥା ଉଲ୍ଲେଖ ରହିଛି । ଏଥିରେ ଶିବ ଭକ୍ତି, ଶିବ ମହିମା ଏବଂ ଶିବଙ୍କର ସଂପୂର୍ଣ୍ଣ ଜୀବନ ଚରିତ୍ର ଉପରେ ଆଲୋକପାତ କରାଯାଇଛି । ଏହା ସହିତ ଏଥିରେ ଜ୍ଞାନ, ମୋକ୍ଷ, ବ୍ରତ, ତପ, ଜପ, ଆଜିର ମହିମାର ବର୍ଣ୍ଣନାକୁ ଅତି ସୁନ୍ଦର ଭାବରେ ପ୍ରତିପାଦନ କରାଯାଇଛି । ଶିବ ପୁରାଣରେ ହଜାର ହଜାର ଜ୍ଞାନ ଏବଂ ମହିମାର କଥା ରହିଛି କିନ୍ତୁ ନିମ୍ନରେ ଉଲ୍ଲେଖ ୧୦ ଟି କଥାକୁ ଆମେ ବର୍ଣ୍ଣନା କରିଛୁ ।

୧. ଧନ ସଂଗ୍ରହ- ସତ୍ ଉପାୟରେ ଧନ ଉପାର୍ଜନ କରନ୍ତୁ ଏବଂ ସଂଗୃହିତ ଅର୍ଥକୁ ତିନୋଟି ଅଂଶରେ ବିଭକ୍ତ କରନ୍ତୁ । ଗୋଟିଏ ଅଂଶ ଧନ ବୃଦ୍ଧିରେ, ଗୋଟିଏ ଅଂଶ ଉପଭୋଗରେ ଏବଂ ଗୋଟିଏ ଅଂଶ ଧର୍ମ କୀର୍ଯ୍ୟରେ ଖର୍ଚ୍ଚ କରନ୍ତୁ । ଏହା କଲେ ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ ।

୨. କ୍ରୋଧକୁ ତ୍ୟାଗ କରିବା- କେବେ କ୍ରୋଧ କରିବା ଉଚିତ୍ ନୁହେଁ ଏବଂ କ୍ରୋଧ ଉତ୍ପନ୍ନ ହେବା ଭଳି କଥା କେବେ କହିବା ଉଚିତ ନୁହେଁ । କ୍ରୋଧ କଲେ ବିବେକ ନଷ୍ଟ ହୋଇଯାଏ ଏବଂ ବିବେକ ନଷ୍ଟ ହେଲେ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

୩. ଭୋଜନର ତ୍ୟାଗ- ଶିବରାତ୍ରୀ ବ୍ରତ କରିବା ଦ୍ୱାରା ବ୍ୟକ୍ତିକୁ ଭୋଗ, ମୋକ୍ଷ ସହିତ ମହାନ ପୂଣ୍ୟ ପ୍ରାପ୍ତି ହୋଇଥାଏ । ପୂଣ୍ୟ କର୍ମରୁ ଭାଗ୍ୟ ଉଦୟ ହୋଇଥାଏ ଏବଂ ବ୍ୟକ୍ତିକୁ ସୁଖ ପ୍ରାପ୍ତ ହୋଇଥାଏ ।

୪.  ସନ୍ଧ୍ୟାକାଳ- ସନ୍ଧ୍ୟା ସମୟ ଭଗବାନ ଶିବଙ୍କ ସମୟ ହୋଇଥାଏ । ସେହି ସମୟରେ ଭଗବାନ ଶିବ ନିଜର ତୃତୀୟ ନେତ୍ର ଖୋଲି ତ୍ରିଲୋକକୁ ଦେଖୁଥାନ୍ତି । ନିଜର ନନ୍ଦି ଗଣଙ୍କ ସହିତ ସେ ଏହି ସମୟରେ ଭ୍ରମଣ କରୁଥାନ୍ତି । ଏହି ସମୟରେ କୌଣସି ବ୍ୟକ୍ତି ଯଦି କଟୁ କଥା କୁହେ, କଳହ-କ୍ରୋଧ କରେ, ସହବାସ, ଭୋଜନ, ଯାତ୍ରା, ବା କୌଣସି ପାପ କର୍ମ କରେ ତେବେ ତାର ଅନେକ କ୍ଷତି ହୋଇଥାଏ ।

୫. ସତ କହିବା- ମନୁଷ୍ୟ ପାଇଁ ସବୁଠୁ ବଡ଼ ଧର୍ମ ହେଉଛି ସତ କହିବା ଏବଂ ସତ୍ୟର ସାଥୀ ହେବା । ସବୁଠାରୁ ଅଧର୍ମ ହେଉଛି ଅସତ୍ୟ କହିବା ଏବଂ ଅସତ୍ୟର ସାଥ୍ ଦେବା ।

୬- କୌଣସି ଆଶା ନରଖି କାମ କରିବା- କୌଣସି କାମ କରିବା ବେଳେ ବ୍ୟକ୍ତି ନିଜେ ନିଜର ସାକ୍ଷୀ ରହିବା ଉଚିତ୍ । ଭଲ ହେଉ କିମ୍ବା ମନ୍ଦ ବ୍ୟକ୍ତି ସବୁ କାମର ଦାୟିତ୍ୱ ନିଜେ ନେବା ଉଚିତ । କୌଣସି ଆଶା ନରଖି କାମ କରିବା ଉଚିତ, ଏଭଳି କଲେ ମଣିଷ କେବେ ପାପ କର୍ମ କରିପାରିବ ନାହିଁ ।

୭- ଅନାବଶ୍ୟକ ଇଚ୍ଛାକୁ ତ୍ୟାଗ କରିବା- ମନୁଷ୍ୟର ନିଜ ଇଚ୍ଛାଠୁ ଅଧିକ କୌଣସି ବଡ଼ ଦୁଃଖ ନାହିଁ । ମନୁଷ୍ୟ ଯଦି ଇଚ୍ଛା ଜାଲରେ ଫସିବ ତେବେ ନିଜ ଜୀବନକୁ ନଷ୍ଟ କରିଦେବ । ଅତଏବ ଅନାବଶ୍ୟକ ଇଚ୍ଛା ଗୁଡ଼ିକୁ ତ୍ୟାଗ କଲେ ମହାସୁଖ ପ୍ରାପ୍ତ ହୋଇଥାଏ ।

୮- ସଂସାରରେ ପ୍ରତ୍ୟେକ ମଣିଷର କୌଣସି ବସ୍ତୁ, ବ୍ୟକ୍ତି କିମ୍ବା ପରିସ୍ଥିତି ସହିତ ମୋହ ଯୋଡ଼ି ହୋଇ ରହିଥାଏ । ଏହି ଆସକ୍ତି କିମ୍ବା ମୋହ ହିଁ ଆମ ଜୀବନର ସବୁଠୁ ବଡ଼ ଅସଫଳତା । ନିର୍ମୋହୀ ହୋଇ କାମ କରିବା ଦ୍ୱାରା ଆନନ୍ଦ ଏବଂ ସଫଳତା ପ୍ରାପ୍ତ ହୋଇଥାଏ ।

୯-  ସକାରାତ୍ମକ କଳ୍ପନା- ଭଗବାନ ଶିବ କୁହନ୍ତି ଯେ, ଜ୍ଞାନ ଠାରୁ କଳ୍ପନା ଅଧିକ ଗୁରୁତ୍ୱପୂର୍ଣ୍ଣ । ଅମେ ଯେମିତି କଳ୍ପନା ବା ବିଚାର କରିବା, ସେମିତି ହୋଇଯିବା । ସ୍ୱପ୍ନ ମଧ୍ୟ କଳ୍ପନା ଅଟେ । ଭଗବାନ ଶିବ ଏହି ଆଧାରରେ ଧ୍ୟାନ କରିବାର ୧୧୨ଟି ବିଧି ବିକାଶ କରିଛନ୍ତି । ଅତଏବ, ସର୍ବଦା ଭଲ ଚିନ୍ତା କରନ୍ତୁ ।

୧୦-  ପଶୁ ନୁହେଁ ମଣିଷ ହୁଅ- ମଣିଷ ଭିତରେ ଯେବେଯାଏଁ ରାଗ, ଦ୍ୱେଷ, ଇର୍ଷା, ବେଇମାନ, ଅପମାନ ତଥା ହିଂସା ଭଳି ପାଶବିକ ପ୍ରବୃତ୍ତି ରହିବ, ସେତେବେଳ ଯାଏଁ ସେ ପଶୁରେ ଗଣା ଯିବ । ପଶୁପଣରୁ ମୁକ୍ତି ପାଇଁ ଭକ୍ତି ଏବଂ ଧ୍ୟାନର ଆବଶ୍ୟକତା ରହିଛି ।

ପୋଲିସର ସଂଯମତା ଓ ମାନବିକତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍‌ଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ଓଡ଼ିଶା ପୋଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଥିଲେ ।

ଲକ୍‌ଡାଉନ ସମୟରେ ଅନ୍ୟ ରାଜ୍ୟ ଗୁଡ଼ିକର ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ରାଜ୍ୟ ଭିତରେ କେହି ପ୍ରବାସୀ ଯେମିତି ନଚାଲିବେ ନୀତି କାର୍ଯ୍ୟକାରୀ କରିଥିଲେ । ଏହି ନୀତିକୁ ପୋଲିସ ବାହିନୀ ଯେଭଳି ଉତ୍ତମ ସମନ୍ୱୟ ରଖି ସଫଳତାର ସହ କାର୍ଯ୍ୟକାରୀ କଲେ ଏବଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ମାନଙ୍କୁ ମାନବୀୟ ସେବା ଯୋଗାଇ ଦେଲେ, ତାହା ଓଡ଼ିଶା ପୋଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାତ୍ୟା ଅମ୍ଫାନ ସମୟରେ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ତ୍ୱେ ସେମାନେ କୋଲକାତାରେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ସେମାନଙ୍କର ଏହି କାର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଛି ବୋଲି ପ୍ରକାଶ କରି ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୋଲକାତାରେ ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀ ମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନ ସମୟରେ ପୋଲିସ ମାନବିକତା ଉପରେ ଗୁରୁତ୍ୱ ଦେଇ କାମ କରିଛି । କରୋନା ଯୁଦ୍ଧ ସରି ନାହିଁ । ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡିବ । ସେହିପରି ଆଗାମୀ ଦିନରେ ଏହି ମନୋଭାବ ନେଇ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀକୁ ଆହ୍ୱାନ ଜଣାଇଥିଲେ ।

ଥାନା ମାନଙ୍କରେ ଲୋକମାନେ ଯେଭଳି ଉତ୍ତମ ସେବା ପାଇପାରିବେ, ତାକୁ ଦୃଷ୍ଟିରେ ରଖି ଥାନା ମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ କହିଥିଲେ ଯେ ବର୍ତ୍ତମାନ ସମୟରେ ବିଭିନ୍ନ ଲକ୍‌ଡାଉନ ନିୟମାବଳୀକୁ ପୋଲିସ ପ୍ରଶାସନ ଦକ୍ଷତାର ସହିତ ଲାଗୁ କରିପାରିଛି । ଯେକୌଣସି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବା କ୍ଷେତ୍ରରେ ପୋଲିସ ଯେପରି କାର୍ଯ୍ୟ ଦକ୍ଷତା ଦେଖାଇଛି, ତାହା ପ୍ରଶଂସନୀୟ। ସମସ୍ତ ନିର୍ଦ୍ଦେଶାବଳୀକୁ ପୋଲିସ ଅତ୍ୟନ୍ତ ସୂଚାରୁ ରୂପେ କାର୍ଯ୍ୟକାରୀ କରିଛି । ବୃତ୍ତିଗତ ଦକ୍ଷତା ଓ ମାନବୀୟ ମୂଲ୍ୟବୋଧ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାରେ ପୋଲିସ ସଫଳ ହୋଇଛି ବୋଲି ସେ ମତ ଦେଇଥିଲେ।

ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କରିଥିଲେ ଯେ ଏହା ଏକ ଅସ୍ୱାଭାବିକ ପରିସ୍ଥିତି ଏବଂ ଏଥିରେ ଆମ ସମସ୍ତେ ଟିମ୍ ସ୍ପିରିଟ୍‌ରେ କାମ କରୁଛୁ। ଏହି ଆହ୍ୱାନର ମୁକାବିଲା କ୍ଷେତ୍ରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସବୁଠାରୁ ଆଗେରେ ଅଛନ୍ତି । ଏହି ଉତ୍ତମ କାର୍ଯ୍ୟକୁ ଜାରି ରଖିବା ପାଇଁ ସେ ପୋଲିସ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଜିଲ୍ଲାସ୍ତରରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥେଷ୍ଟ ଭାବରେ ଉପଲବ୍ଧ ଅଛି । ପୋଲିସ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସେ ଏସ୍‌.ପି ମାନଙ୍କୁ ପରାମର୍ଶ ଦେଇଥିଲେ।

ପୋଲିସ ମହାନିର୍ଦ୍ଦେଶକ ଅଭୟ ପୋଲିସ ପ୍ରଶାସନ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମହିଳା ମାନଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି । ୯୨୦୫ ଜଣ ମହିଳାଙ୍କ ସହିତ ଫୋନ ଜରିଆରେ ଯୋଗାଯୋଗ କରାଯାଇଛି । ଏଥିରେ ୫୩ଟି କେସ୍‌ରେ ଘରୋଇ ହିଂସାର ସୂଚନା ମିଳିଥିଲା ଏବଂ ଏଥିପାଇଁ ପୋଲିସ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି।

୮୦୦୨ଟି ସାମୟିକ ମେଡିକାଲ କେନ୍ଦ୍ରର ସୁରକ୍ଷା ଦାୟିତ୍ୱ ନିଆଯାଇଛି। ପୋଲିସ ପକ୍ଷକୁ ବିଭିନ୍ନ କ୍ଷେତ୍ରରେ ସଚେତନତା କାର୍ଯ୍ୟକ୍ରମ, ବିଶେଷ କରି ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ପାଳନ ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଥିଲେ । ସେହିପରି ମାନବିକତା ସଂପନ୍ନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପୋଲିସ ଅଗ୍ରଣୀ ଭୂମିକା ନେଇଛି ବୋଲି ସେ କହିଥିଲେ। ରାଜ୍ୟରେ କୌଣସି ପ୍ରବାସୀ ଚାଲିକରି ନ ଯାଆନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ୫୨୪ଟି ଟ୍ରିପ୍ ଜରିଆରେ ସମୁଦାୟ ୨୪,୫୮୭ ଆନ୍ତଃରାଜ୍ୟ ପଥଚାରୀ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି।

ବିଭିନ୍ନ ନିୟମ ଉଲ୍ଲଂଘନ କ୍ଷେତ୍ରରେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ଜରିମାନା ଆଦାୟ କରାଯାଇଛି । ମାସ୍କ ବ୍ୟବହାର ଉଲ୍ଲଂଘନରେ ୧,୨୫,୮୪,୧୮୦ ଟଙ୍କା, ସାମାଜିକ ଦୂରତ୍ୱ ଉଲ୍ଲଂଘନରେ ୧୧,୭୪,୩୫୦ ଟଙ୍କା, ସାପ୍ତାହିକ ଲକ୍‌ଡାଉନ ଉଲ୍ଲଂଘନରେ ୩୦୦୦ ଟଙ୍କା ଏବଂ ରାତ୍ରୀକାଳୀନ କର୍ଫ୍ୟୁ ଉଲ୍ଲଂଘନ ପାଇଁ ୧,୦୩,୮୦୦ ଟଙ୍କା ଆଦାୟ କରାଯାଇଛି।

ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି କହିଥିଲେ ଯେ କୋଲକାତାକୁ ଏପ୍ରିଲ ୨୫ରେ ୩୭୨ ଜଣ ଜବାନ ଯାଇ ୧୨ ଦିନ ପର୍ଯ୍ୟନ୍ତ ନିୟୋଜିତ ହୋଇଥିଲେ । ସେମାନଙ୍କ କାର୍ଯ୍ୟକୁ କୋଲକତାବାସୀ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସେମାନେ ଯେତେବେଳେ କୋଲକତା ଓ ହାୱଡ଼ାର ରାସ୍ତାରେ ଯାଉଥିଲେ, ସେତେବେଳେ ଦୁଇ ପାର୍ଶ୍ୱର ଜନତା ଛିଡାହୋଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରୁଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଲକତାରୁ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।

କମେଣ୍ଟମରାକୁ ନେଇ ତୁମୁଳ କାଣ୍ଡ, ଦୁଇ ପରିବାରର ୭ ଗୁରୁତର

କେନ୍ଦୁଝର: କମେଣ୍ଟ ମରାକୁ ନେଇ ତୁମୁଳ କାଣ୍ଡ । ଦୁଇ ପରିବାର ମଧ୍ୟରେ ସଂଘର୍ଷ । ୭ ଜଣରୁ ଅଧିକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌  ଘଷିପୁରା ଥାନା ସଟତିରା ଗାଁରେ କମେଣ୍ଟମରାକୁ ନେଇ ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି । ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୭ ଜଣ ଆହାତଙ୍କ ମଧ୍ୟରୁ ୩ ଜଣଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୪ ଜଣଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଉଭୟ ପକ୍ଷରୁ ଘଷିପୁରା ଥାନାରେ ଏତଲା ମଧ୍ୟ ଦିଆଯାଇଛି । ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 ଅଭିଯାେଗ ଅନୁଯାୟୀ ପ୍ରାୟ ଏକ ମାସ ପୂର୍ବେ ସଞ୍ଜୟ ଅମାନ୍ତଙ୍କ ଜଣେ ସମ୍ପର୍କୀୟ ଭଉଣୀ ରୁକ୍ମଣୀ ଗାଁକୁ ଆସିଥିଲେ । ଏହି ସମୟରେ ଅଦ୍ୱୈତ ବେହେରାଙ୍କ ପୁଅ ହେମନ୍ତ ତାଙ୍କୁ କମେଣ୍ଟ କରିଥିଲା । ପରେ ଏହି ଘଟଣାକୁ ନେଇ ଗାଁରେ ବୈଠକ ବସିଥିଲା । ଏବଂ ଏହି ଘଟଣାର ସମାଧାନ ମଧ୍ୟ କରାଯାଇଥିଲା ।

ହେଲେ ଗତ ଦୁଇ ଦିନ ତଳେ ପୁଣି ଥରେ ବେହେରା ପରିବାରର ଜଣେ ମହିଳା ରୁକ୍ମଣୀକୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ । ଏହା ପରେ ପୁରୁଣା ଘଟଣା ପୁଣି ଥରେ ତେଜି ଉଠିଥିଲା । ଏହାକୁ ନେଇ ପ୍ରଥମେ ଯୁକ୍ତି ତର୍କ ଓ ପରେ ହାତି ହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପରେ ଉଭୟ ପରିବାର ମଧ୍ୟରେ ତୀବ୍ର ସଂଘର୍ଷ ଘଟିଥିଲା ।

କେମିତି କମ୍‌ ଭକ୍ତରେ ହେବ ରଥଯାତ୍ରା ସେନେଇ ଶ୍ରୀମନ୍ଦିର କାର୍ଯ୍ୟଳୟରେ ବୈଠକ ଶେଷ

ପୁରୀ: ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟରେ ବୈଠକ ଶେଷ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ । ପ୍ରଥମେ  ପୂଜାପଣ୍ଡା ନିଯୋଗ ସହ ବୈଠକ ହେବା ପରେ ପୁଷ୍ପ।ଳକ ଓ ସିଂହାରୀ ସେବକଙ୍କ ସହ ବୈଠକ ହୋଇଛି । ଏହାପରେ ଅନ୍ୟ ନିଯୋଗ  ସହ ମଧ୍ୟ ଆଲୋଚନା କରାଯିବ । ତେବେ ରଥଯାତ୍ରା ରେ ମହାପ୍ରଭୁଙ୍କ ପହଣ୍ଡିଠାରୁ ଆରମ୍ଭ କରି ରଥ ଉପରେ କେତେଜଣ ସେବାୟତ ରହିବେ , ବିନା ଭକ୍ତରେ ରଥଟଣା କିଭଳି ହେବ ସେନେଇ ମୁଖ୍ୟତ ଆଲୋଚନା ହୋଇଛି ।

ତେବେ ଦଇତାପତି ଘଣ୍ଡୁଆ, ପୁଷ୍ପପାଳ, ପୂଜାପଣ୍ଡା ସେବାୟତଙ୍କ ସମେତ ନିୟୋଜିରତ ହେବାକୁ ଥିବା ବିଭି. ସେବାୟତଙ୍କ ମଧ୍ୟରୁ କୋଭିଡ 19 କଟକଣାକୁ ଦେଖି କେତେ କମ ସେବାୟତଙ୍କୁ ନେଇ ରଥଯାତ୍ରାର ନୀତିକାନ୍ତି କରିହେବ ସେନେଇ ମୁଖ୍ୟତ ବୈଠକ ରେ ଦୃଷ୍ଟି ଦିଆଯାଇଥିଲା । ତେବେ ଆଗାମୀ ପର୍ଯ୍ୟାୟରେ ଶ୍ରୀମନ୍ଦୀର  ମୁଖ୍ୟପ୍ରଶାସକଙ୍କ ସହ ଆଲୋଚନା କରିବା ପରେ ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯିବ ।

ରତଯାତ୍ରା ନୀତୀକାନ୍ତି, ଶୃଙ୍ଖଳିତ ଭାବେ କିଭଳି କୋଭିଡ କଟକଣାରେ ସୀମିତ ସେବାୟତଙ୍କ ମଧ୍ୟରେ ରଥଯାତ୍ରା ସମ୍ପାଦନ ସହ ବିନାଭକ୍ତରେ ରଥଟଣା କିଭଳି କରାଯିବ ସେନେଇ ମୁଖ୍ୟତ ପରବର୍ତ୍ତି ସମୟରେ ଚୂଡ଼ାନ୍ତ  ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ରାମଦେବ ବାବାଙ୍କ ସଂସ୍ଥା ପତଞ୍ଜଳି ପ୍ରସ୍ତୁତ କଲା କରୋନା ଭାଇରସର ଔଷଧ, ସୁସ୍ଥ ହେଉଛନ୍ତି ରୋଗୀ

ନୂଆଦିଲ୍ଲୀ- ଯୋଗଗୁରୁ ରାମଦେବ ବାବାଙ୍କ ସଂସ୍ଥା ପତଞ୍ଜଳି ଦାବି କରିଛି ଯେ, ସେମାନେ କରୋନା ଭାଇରସର ଔଷଧ ପ୍ରସ୍ତୁତ କରିସାରିଛନ୍ତି । ପତଞ୍ଜଳି କରିଥିବା ଦାବି ମୁତାବକ ଏହି ଔଷଧର ପରିଣାମ ମଧ୍ୟ ଅନୁକୂଳ ବୋଲି କୁହାଯାଇଛି ।

ଆଚାର୍ଯ୍ୟ ବାଳକୃଷ୍ଣ ଟିଭି ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ଦାବି କରିଛନ୍ତି ଯେ, ପତଞ୍ଜଳି କରୋନା ଭାଇରସର ଔଷଧ ପ୍ରସ୍ତୁତ କରିବାରେ ସଫଳତା ହାସଲ କରିଛି । ସେ ଆଉ ମଧ୍ୟ କହିଛନ୍ତି ଯେ, ଏହି ଔଷଧକୁ ସେବନ କରି ଏକ ହଜାର ଲୋକ ସୁସ୍ଥ ହୋଇସାରିଲେଣି । ୮୦ ପ୍ରତିଶତ କରୋନା ପଜିଟିଭ ରୋଗୀ ଏହି ଔଷଧ ସେବନ କରି ସୁସ୍ଥ ହୋଇଥିବା ବାଳକୃଷ୍ଣ ଦାବି କରିଛନ୍ତି ।

ଉଲ୍ଲେଖନୀୟ ଯେ, ପ୍ରାୟ ସମସ୍ତ ବୈଜ୍ଞାନିକ କରୋନା ଭାଇରସର ଟୀକୀ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଭାରତରେ ମଧ୍ୟ ମହାମାରୀ କରୋନା ଭାଇରସର ଔଷଧ ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକ ମାନେ ଚେଷ୍ଟା ଚଲାଛନ୍ତି ।

କିଛି ଦିନ ପୂର୍ବରୁ ସିଏମ୍ ଇଷ୍ଟିଚ୍ୟୁଟର ପୁରୁଷୋତ୍ତମ କହିଥିଲେ ଯେ, ଅକ୍ଟୋବର- ନଭେମ୍ବର ସୁଦ୍ଧା କରୋନା ଭାଇରସର ଔଷଧ ବଜାରରେ ଉପଲବ୍ଧ ହୋଇପାରେ । ଏମିତିକି ଭାରତରେ ଏହାକୁ କମ ଟଙ୍କାରେ ବିକ୍ରି କରିବାକୁ ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।

କରୋନା ଟେଷ୍ଟ୍ ଓ ରୋଗୀଙ୍କ ଯତ୍ନକୁ ନେଇ ଦିଲ୍ଲୀ ସରକାରଙ୍କୁ ସୁପ୍ରିକକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: କରୋନା ଟେଷ୍ଟକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ ।  କରୋନା ରୋଗୀଙ୍କ ଚିକିତ୍ସାକୁ ନେଇ ଆଜି ଶୁଣାଣି କରି କୋର୍ଟ ମହାରାଷ୍ଟ୍ର ଓ ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମିତ ସଂଖ୍ୟାକୁ ନେଇ ଚିନ୍ତା ଜାହିର କରିଛନ୍ତି ।  ଦିଲ୍ଲୀରେ କଣ ପାଇଁ କରୋନା ଟେଷ୍ଟ କମ ହେଉଛି ସେ ନେଇ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ ।

ଦିଲ୍ଲିରେ ପୂର୍ବରୁ ଦିନକୁ ୭ ହଜାର ଟେଷ୍ୱ ହେଉଥିଲା କିନ୍ତୁ ଏବେ ତାହା କମିଯାଇ ମାତ୍ର ୫ ହଜାର ଟେଷ୍ଟ ହେଉଛି । ମୁମ୍ବାଇ ଓ ଚେନ୍ନାଇରେ ଅଧିକ ଟେଷ୍ଟ ହେଉଥିବାବେଳେ ଦିଲ୍ଲୀରେ କମ ଟେଷ୍ଟକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ମୁମ୍ବାଇରେ ପ୍ରତ୍ୟକ ଦିନ ୧୫ରୁ ୧୭ ହଜାର ପର୍ଯ୍ୟନ୍ତ କରୋନା ଟେଷ୍ଟ କରାଯାଉଛି ।

ଖାଲି ସେତିକି ନୁହେଁ ଦିଲ୍ଲୀରେ ସ୍ଥିତି ଏବେ ଭୟାନକ ରହିଛି, ଶବ ସହ କିପରି ବ୍ୟବହାର କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ଠିକ ଭାବେ ଯତ୍ନ ମଧ୍ୟ ନିଆଯାଉନି ।

କରୋନାରେ ସଠିକ ଚିକିତ୍ସା ଏବଂ ଟେଷ୍ଟ କମ ହେଉଥିବାରୁ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ସରକାରକୁ ନୋଟିସ୍‌ କରିଛନ୍ତି କୋର୍ଟ । ଦିଲ୍ଲୀର LNJP ସମେତ ଅନ୍ୟ ହସ୍ପିଟାଲକୁ ମଧ୍ୟ ନୋଟିସ୍‌ ଜାରି ହୋଇଛି । ସରକାରୀ ହସ୍ପିଟାଲରେ ଲାଗି ରହିଥିବା ସ୍ଥିତିକୁ ନେଇ ଏହି ନୋଟିସ୍‌ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ବାଇକକୁ ପଛପଟୁ ପିଟିଲା ବିଏମ୍‌ସି ଗାଡ଼ି, ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ

ଭୁବନେଶ୍ୱର: ପଟିଆ ବିଗ ବଜାର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଚାଳକଙ୍କ ଉପରେ ଚଢିଗଲା ବିଏମସି ଗାଡ଼ି । ଘଟଣା ସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ସେପଟେ ମୃତକ ଜଣଙ୍କର ପରିଚୟ ମିଳି ପାରି ନାହିଁ । ଘଟଣା ସ୍ଥଳରେ ଚନ୍ଦ୍ରଶେଖପୁର ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲ ପଠାଇଛି ।

ସୂଚନା ଅନୁଯାୟୀ, ବାଇକ ଆରୋହୀ ଜଣଙ୍କ ନନ୍ଦନକାନନ ରାସ୍ତାରେ ଯାଉଥିଲେ । ଯିବା ସମୟରେ ତାଙ୍କ ବାଇକ ଆଗକୁ କୁକୁର ପଳେଇ ଆସିଥିଲା । ଆରୋହୀ ଜଣକ ହଠାତ ବ୍ରେକ ମାରି ଦେଇଥିଲେ । ପଡିଯିବା ପରେ ପଛ ପଟୁ ଆସୁଥିବା ବିଏମସିର ଗାଡ଼ି ନିୟନ୍ତ୍ରଣ ହରାଇ ଧକ୍କା ଦେଇ ଥିବା ସୂଚନା ରହିଛି । ଦୁର୍ଘଟଣା ଘଟାଇ ଗାଡ଼ିଟି ପଳେଇ ଯିବା ବେଳେ କିଛି ଲୋକ ଧରିବା ପାଇଁ ପିଛା କରିଥିଲେ । ଏବଂ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।

ଭାରତ ସୀମାରେ ନେପାଳ ପୋଲିସର ଆଖିବୁଜା ଗୁଳିମାଡ,ଜଣେ ଭାରତୀୟଙ୍କ ମୃତ୍ୟୁ

ସୀତାମଢ଼ି: ଭାରତ-ନେପାଳ ସୀମାକୁ ନେଇ ଚାଲିଥିବା ବିବାଦ ଭିତରେ ବିହାରର ସୀତାମଢ଼ିରୁ ବଡ ଖବର ଆସୁଛି । ସୂଚନା ମୁତାବକ ଜାନକୀନଗର ସୀମାରେ ନେପାଳ ପୋଲିସ ତରଫରୁ ଆଜି ଆଖିବୁଜା ଗୁଳିମାଡ ହୋଇଥିଲା । ଯେଉଁଥିରେ ବିଲରେ କାମ କରୁଥିବା ଜଣେ ଭାରତୀୟ କୃଷକ ପ୍ରାଣ ହରାଇଥିବା ବେଳେ ଅନ୍ୟଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି ।

ନେପାଳ ପୋଲିସର ଗୁଳିମାଡ

ସୂଚନା ମୁତାବକ ନାରାୟଣପୁର ଓ ଲାଲବନ୍ଦି ସୀମାରେ ଏହି ଗୁଳିକାଣ୍ଡ ହୋଇଛି । ପିପରା ପରସାଇନ୍ ପଂଚାୟତର ଜାନକୀନଗର ସୀମାରେ କିଛି କୃଷକ ନିଜ ବିଲରେ କାମ କରୁଥିଲେ । ଏହି ସମୟରେ ନେପାଳୀ ପୋଲିସ ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ଲାଲବନ୍ଦୀ ବାସିନ୍ଦା ନାଗେଶ୍ୱର ରାୟଙ୍କ ୨୫ ବର୍ଷୀୟ ପୁଅ ଡିକେଶ କୁମାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଭାରତ-ନେପାଳ ସୀମା ବିବାଦ ମଧ୍ୟରେ ଗୁଳିକାଣ୍ଡ

ନେପାଳର ନୂଆ ନକ୍ସାକୁ ନେଇ ଭାରତ ଓ ପଡୋଷୀ ନେପାଳ ମଧ୍ୟର ଉତ୍ତେଜନା ଜାରି ରହିଛି । ନେପାଳ ନିଜ ନୂଆ ମ୍ୟାପରେ ଭାରତର ଅନେକ ଅଂଚଳକୁ ନିଜର ବୋଲି ଦେଖାଇଛି । ନେପାଳର ଏହି ପଦକ୍ଷେପକୁ ନେଇ ଦୁଇ ଦେଶଙ୍କ ମଧ୍ୟରେ ସଂପର୍କ ପ୍ରଭାବିତ ହୋଇଛି । ଭାରତ ଏହି ପ୍ରସଙ୍ଗରେ କୌଣସି ପ୍ରକାରର ବୁଝାମଣା ହେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । ତେବେ ଆଲୋଚନା ମାଧ୍ୟମରେ ବିବାଦର ସମାଧନ ପାଇଁ ଉଦ୍ୟମ ହେବା ଉଚିତ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଦେଇଛି ।