spot_img
Home Blog Page 7010

କରୋନା ଯୁଦ୍ଧରେ ମିଳୁଛି ସଫଳତା,୨୮ ଦିନରେ ୧୬ ଜିଲ୍ଲାରୁ ମିଳିନି  କୌଣସି ନୂଆ ମାମଲା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୧୪ ଦିନର ୮୫ ଜିଲ୍ଲାରେ କୌଣସି ନୂଆ କରୋନା ମାମଲା ସାମ୍ନାକୁ ଆସିନାହିଁ । ସେହିଭଳି ୨୮ ଦିନରେ ୧୬ ଜିଲ୍ଲାରୁ ମଧ୍ୟ କୌଣସି ନୂଆ କେସ୍ ନଜରକୁ ଆସିନି । ଏହାସହ ସଂକ୍ରମିତଙ୍କ ଭଲ ହେବା ରେଟ୍ ମଧ୍ୟ ବଢୁଛି । ଏହା ୨୨.୭୧ ପ୍ରତିଶତରେ ପହଂଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨୭,୮୯୨ ।

କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶରେ ୪୦ ଦିନିଆ ଲକଡାଉନ୍ ଚାଲିଛି । ଯାହା ମେ ୩ ତାରିଖରେ ଶେଷ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମିଳିତ ପ୍ରେସମିଟରେ ସୋମବାର ଦିନ କୁହାଯାଇଛି ଯେ, ଗତ ୨୮ ଦିନ ମଧ୍ୟରେ ୧୬ ଜିଲ୍ଲାରୁ କରୋନାର କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ । ଅନ୍ୟପକ୍ଷରେ ଗୃହମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ, ଲକଡାଉ୍ କାଳରେ ଦେଶର ୮୦ ପ୍ରତିଶତ ମଣ୍ଡି କାର୍ଯ୍ୟ କରୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଲୟର ସଂଯୁକ୍ତ ଲବ୍ ଅଗ୍ରୱାଲ କହିଛନ୍ତି ଯେ,କରୋନାକୁ ନେଇ ସଂକ୍ରମିତଙ୍କ ରିକଭରି ରେଟ୍ ବୃଦ୍ଧି ପାଉଛି । ରିକଭରି ରେଟ୍ ଏବେ ୨୨.୭୧ ପ୍ରତିଶତ ରହିଛି । ବର୍ତ୍ତମାନ ଦେଶରେ କରୋନାର ୨୦,୮୩୫ ଆକ୍ଟିଭ୍ କେସ୍ ରହିଛି ।  ଯେତେବେଳେ କି ୬ ହଜାର ୧୮୪ ଜଣ ଠିକ୍ ହୋଇସାରିଛନ୍ତି । ଗତ ୨୪ ଘଣ୍ଟା ଭିତରେ ଏକ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଏହି ଅବଧିରେ ୩୮୧ ଜଣ ଠିକ୍ ହୋଇଛନ୍ତି । ରେଡ୍ ଓ ଅରେଞ୍ଜ ଜୋନରେ ସତର୍କତା ଅବଲମ୍ବନ କରାଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

କିଛି ଗତିବିଧିକୁ ଅନୁମତି

ଅନ୍ୟପକ୍ଷରେ ଗୃହମନ୍ତ୍ରଣାଳୟର ମୁଖପାତ୍ର ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ, ଦେଶରେ ଲକଡାଉନ୍ କାଳରେ କିଛି ଗତିବିଧିକୁ ଅନୁମତି ଦିଆଯାଇଛି । ଦେଶର ୮୦ ପ୍ରତିଶତ ମଣ୍ଡିଙ୍କୁ କାର୍ଯ୍ୟ କରିବାକ ଅନୁମତି ଦିଆଯିବ । ସେହିଭଳି ଖାଦ୍ୟ ପ୍ରକ୍ରିୟାକରଣ ଆରମ୍ଭ ହୋଇସାରିଲାଣି ।

 

ନୟାଗଡରେ ନିଆରା ବାହାଘର,ଜିଲ୍ଲାପାଳ କଲେ କନ୍ୟାଦାନ

ନୟାଗଡ଼: ମହାମାରୀ କରୋନା ଭାଇରସ୍‌ ମହାସଙ୍କଟ ସମୟରେ ହେଲା ମିଳନ । ଲକ୍‌ଡାଉନ୍‌ ମଧ୍ୟରେ ହେଲା ବାହାଘର । ବାହାଘରରେ ନା ବାଜିଲା ବାଜା ନା ଫୁଟିଲା ବାଣ । ବରଯାତ୍ରୀ ତ ଦୂରର କଥା ଏପରିକି ପୂରୋହିତ ମଧ୍ୟ ନଥିଲେ ବାହାଘରରେ । ତଥାପି ହୋଇଥିଲା ଏହି ନିଆରା ବାହାଘର । ଏମିତି ଏକ ଖବର ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ହେଉଛି ନୟାଗଡ଼ ଜିଲ୍ଲାର । ନୟାଗଡ଼ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କୋଠରୀରେ ଏମିତି ଏକ ନିଆରା ବାହାଘର ସମ୍ପର୍ଣ୍ଣ ହୋଇଛି ।   ଏହି ବାହାଘରରେ ନୟାଗଡ଼ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ଝିଅର ବାପା ସାଜି କନ୍ୟାଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ବର ପିତା ସାଜିଛନ୍ତି ।

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀପୁର ପାଟୁଳିସାହି ଗାଁର ରାଧା ଚରଣ ସାହୁଙ୍କ ପୁଅ ଟୁଟୁ ସାହୁ କମ୍ପ୍ୟୁଟର ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ଗତ ଡିସେମ୍ବର ମାସରେ ନୂଆଗାଁ ବ୍ଲକର ରାଇପୁର ଗାଁର କବିରାଜ ସାହୁଙ୍କ ଝିଅ ଦିପାଞ୍ଜଳୀ ସାହୁଙ୍କ ସହ ବିବାହ ହେବାକୁ ସ୍ଥିର ହୋଇଥିଲା।

ଆଜିର ଦିନରେ ତାଙ୍କ ବିବାହ ହେବାକୁ ଥିବା ବେଳେ କରୋନା ମହମାରୀ କାରଣରୁ ଏହା ହେବା ଅସମ୍ଭବ ହୋଇପଡ଼ିଥିଲା । ତେଣୁ ସରକାରଙ୍କ ନିୟମକୁ ପ୍ରଧାନ୍ୟ ଦେବାକୁ ଯାଇ ବିନା ବରଯାତ୍ରୀ, ବିନା ରୋଷଣୀରେ ବିବାହ କରିବାକୁ ମନସ୍ଥ କରିଥିଲେ ଏହି ଦୁଇଜଣ । ଉଭୟ ପରିବାରଙ୍କ ଆଲୋଚନା ପରେ ଦୁହେଁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିରାଡ଼ମ୍ବର ଭାବେ ବିବାହ କରିଛନ୍ତି । ମୁହଁରେ ମାସ୍କ ପିନ୍ଧି ଉଭୟ ଉଭୟଙ୍କୁ ଫୁଲମାଳ ପିନ୍ଧାଇଥିବା ବେଳେ ଦୀପାଙ୍କ ମଥାରେ ସିନ୍ଦୁର ଦେଇଛନ୍ତି ଟୁଟୁ । ଏହା ସହ ଟୁଟୁ ତାଙ୍କ ଦୁଇ ମାସର ଦରମା ୧୨ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ଯାଜପୁରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୧୧୧ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଯାଜପୁରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ଛୁଇଁଛି । ଆକ୍ରାନ୍ତ ଜଣଙ୍କ ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର । ତାଙ୍କ ବୟସ ୩୪ ବର୍ଷ । ସେ ମଧ୍ୟ ଜଣେ ପଶ୍ଚିମବଙ୍ଗ ଫେରନ୍ତା । ସୋମବାର ବାଲେଶ୍ୱରରୁ ୫, କୋରାପୁଟରୁ ଜଣେ ଓ ଯାଜପୁରରୁ ଜଣେ ଓ ବାଲେଶ୍ୱରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଅର୍ଥାତ ରାଜ୍ୟରେ ଆଜି ମୋଟ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

୧୦ ଜିଲ୍ଲାକୁ ବ୍ୟାପିଛି କରୋନା ‌: ସଂକ୍ରମିତ ଜିଲ୍ଲା ମଧ୍ୟରୁ ଏବେ ୪ ଜିଲ୍ଲାରେ ନାହାନ୍ତି କୌଣସି ରୋଗୀ

ରାସ୍ତା କଡ଼ରେ ନମାଜ ପଢିଲେ ପୋଲିସ କର୍ମଚାରୀ,ଭାଇରାଲ ହେଉଛି ଚିତ୍ର

ଗୁଂଟୁର: କରୋନା ଭାଇରସର ବାଟ ଓଗାଳି ଛିଡ଼ା ହୋଇଛନ୍ତି କରୋନା ଯୋଦ୍ଧା । ଦିନରାତି ଏକ୍ କରି ଦେଶବାସୀଙ୍କ ସୁରକ୍ଷା ପାଇଁ ଲାଗିପଡ଼ିଛନ୍ତି ଏମାନେ । ତେଣୁ ଲକଡାଉନ୍ ମଧ୍ୟରେ ଡାକ୍ତର ଏବଂ ପୋଲିସର ଭୂମିକା ସବୁଆଡେ ପ୍ରଶଂସନୀୟ ହୋଇଛି । ଏମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ମଧ୍ୟ କହିଛନ୍ତି ଯେ ପୂର୍ବରୁ ପୋଲିସର ଏକ ଭିନ୍ନ ଭାବମୂର୍ତ୍ତିକୁ ମନେ ରଖାଯାଉଥିଲା, କିନ୍ତୁ ଲକଡାଉନରେ ପୋଲିସ୍ ଯେପରି ଦିନରାତି ଏକ କରି ଯୋଦ୍ଧା ସାଜିଛନ୍ତି ତାହା ସମସ୍ତଙ୍କ ଦୃଷ୍ଟିକୋଣକୁ ବଦଳାଇ ଦେଇଛି । ପୋଲିସର ପ୍ରଶଂସା ମଧ୍ୟରେ ଏକ ଚିତ୍ର ମଧ୍ୟ ଆସିଛି ଯେଉଁଥିରେ ଜଣେ ପୋଲିସ୍ ନିଜ କର୍ତ୍ତବ୍ୟ କରିବା ସହିତ ନିଜ ଧର୍ମକୁ ମଧ୍ୟ ଖୁବ ସୁନ୍ଦର ଭାବେ ପାଳନ କରୁଛନ୍ତି ।

ଏମିତି ଏକ ଚିତ୍ର ଆନ୍ଧ୍ରପ୍ରଦେଶର ଗୁଂଟୁରରୁ ଆସିଛି । ଯେଉଁଠାରେ ଲାଲାପେଟ ପୋଲିସ ଷ୍ଟେସନରେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର କରିମୁଲ୍ଲା କାର୍ଯ୍ୟରତ ଅଛନ୍ତି । ଦେଶରେ ଲକଡାଉନ୍ ମଧ୍ୟରେ ରମଜାନ ମାସ ଶନିବାର ଠାରୁ ଆରମ୍ଭ ହୋଇଛି ଯେଉଁଥିରେ ମୁସଲମାନ ସମ୍ପ୍ରଦାୟର ଲୋକେ ଉପବାସ ଜାରି ରଖିଛନ୍ତି । ଏହି ପୋଲିସ ଜଣଙ୍କ ମଧ୍ୟ ରୋଜା ରଖିଛନ୍ତି ।

ଡ୍ୟୁଟି ସହିତ ରୋଜା

ଲକଡାଉନରେ କରିମୁଲ୍ଲାଙ୍କ ଡ୍ୟୁଟି ଏକ ଚେକ୍ ପୋଷ୍ଟରେ ରହିଛି । ରବିବାର ଦିନ ସେ ନିଜ କର୍ମସ୍ଥଳରେ ପହଞ୍ଚିଥିଲେ । ଏବଂ ସେ ମଧ୍ୟ ରୋଜା ରଖିଥିଲେ । ସେଥିପାଇଁ ସେ ନିଜର ରୋଜା ସହ ଡ୍ୟୁଟି ମଧ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ ସେ ନିଜ କର୍ମସ୍ଥଳୀ ନିକଟରେ ଖୋଲା ରାସ୍ତା ପାର୍ଶ୍ୱରେ ନାମାଜ ପଢିଥିଲେ । ଯେତେବେଳେ କରିମୁଲ୍ଲା ନମାଜଙ୍କୁ  ପାଠ କରିଥିଲେ ସେହି ସମୟରେ ଅନ୍ୟ ସାଥି ନିଜ ଡ୍ୟୁଟିରେ ବ୍ୟସ୍ତ ଥିଲେ । କର୍ତ୍ତବ୍ୟ ସହିତ ଧର୍ମ ପାଳନର ଏହି ଚିତ୍ର ଭାଇରାଲ ହେବାରେ ଲାଗିଛି ।

ସାମୁଦ୍ରିକ ଝଡ଼ ତୋଫାନକୁ ଅତିକ୍ରମ କରି ଗଞ୍ଜାମ ଉପକୂଳରେ ପହଞ୍ଚିଲେ ଓଡ଼ିଆ ଶ୍ରମିକ

ଗଞ୍ଜାମ: ପୁଣି ଜଳପଥରେ ଓଡ଼ିଶା ପହଞ୍ଚିଲେ ପ୍ରବାସୀ । ତିନିଦିନ ତଳେ ଚେନ୍ନାଇରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ପହଞ୍ଚିଥିବା ଏକ ବୋଟ୍‌ ଆଜି ଗଞ୍ଜାମ ଜିଲ୍ଲା ରମେୟାପାଟଣା କୂଳରେ ଲାଗିଛି । ୩୯ଜଣ ଶ୍ରମିକଙ୍କୁ ନେଇ ବୋଟ୍‌ ଆରମ୍ଭ କରିଥିଲା ଯାତ୍ରା । ତେବେ ଅଧାବାଟରେ ଆନ୍ଧ୍ରର ଶ୍ରମିକମାନେ ଓହ୍ଲାଇ ପଡିଥିଲେ । ବୋଟ୍‌ ରମେୟାପାଟଣାରେ ଲାଗିବା ପୂର୍ବରୁ ପାତିସୁନାପୁରରୁ ଆଉ କିଛି ଓହ୍ଲାଇ ଯାଇଥିଲେ । ଶେଷରେ ବୋଟ୍‌ ରମେୟାପାଟଣାରେ ଲାଗିବା ବେଳକୁ ମାତ୍ର ୧୨ଜଣ ଶ୍ରମିକ ଥିଲେ ।

ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ଅଧାବାଟରୁ ଓହ୍ଲାଇ ପଡ଼ିଥିବା ଶ୍ରମିକଙ୍କୁ ଖୋଜିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ସେପଟେ ବୋଟ୍‌ କୂଳରେ ଲାଗିବା ପରେ ଶ୍ରମିକ କହିଛନ୍ତି ଏହି ଦୁଃସାହାସିକ ଜଳଯାତ୍ରାର କାହାଣୀ । ଲକଡାଉନ୍‌ ପରେ ଶ୍ରମିକଙ୍କୁ ଚଳିବା ମୁସ୍କିଲ୍‌ ହୋଇ ପଡିଥିଲା । ପରିବାର ଲୋକେ ୧ଲକ୍ଷ ୮୫ ହଜାର ଟଙ୍କା ଚାନ୍ଦା କରି ପଠାଇବା ପରେ ଏକ ବୋଟ୍‌କୁ କିଣିଥିଲେ ।

୧୦ ଜିଲ୍ଲାକୁ ବ୍ୟାପିଛି କରୋନା ‌: ସଂକ୍ରମିତ ଜିଲ୍ଲା ମଧ୍ୟରୁ ଏବେ ୪ ଜିଲ୍ଲାରେ ନାହାନ୍ତି କୌଣସି ରୋଗୀ

ତେବେ ବାଟରେ ଆସିବା ବେଳେ ଝଡ଼ତୋଫାନ୍‌ ହୋଇଥିଲା । ଆଶାଆଶଙ୍କା ଭିତରେ ଭୋକଉପାସରେ ଜଳଯାତ୍ରା ଚାଲିଥିଲା । ତିନିଦିନ ପରେ ଚେନ୍ନାଇରୁ ବାହାରିଥିବା ବୋଟ୍‌ ଆସି ପହଞ୍ଚିଥିଲା ଗଞ୍ଜାମ କୂଳରେ । ଏହାକୁ ମିଶାଇ ତୃତୀୟ ବୋଟ୍‌ ପହଞ୍ଚିଛି ଗଞ୍ଜାମରେ । ପ୍ରବାସୀ ଶ୍ରମିକଙ୍କୁ ନେଇ ଆହୁରି ୬ଟି ବୋଟ୍‌ ବାହାରିଥିବା ସେମାନେ ସୂଚନା ଦେଇଛନ୍ତି ।

 

ହ୍ୱାଟସଆପରେ ମିଳିବ ନୂଆ ଭିଡିଓ କଲିଂର ଅପସନ , ଆଉ ଏମିତି କାମ କରିବ

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ବିଶ୍ୱର ଅନେକ ଦେଶ ଲକଡାଉନରେ ରହିଛି । ତେଣୁ ବିଭିନ୍ନ ବୈଠକକୁ ଭିଡ଼ିଓ କନଫରେନସ ଜରିଆରେ କରାଯାଉଛି । ଏବଂ ଏହି ଭିଡ଼ିଓ କନଫରେନସ ପ୍ଲାଟଫର୍ମକୁ ବିଶେଷ ଧ୍ୟାନ ଦିଆଯାଉଛି । ଫେସବୁକର ପ୍ରତିଷ୍ଠାତା ମାର୍କ ଜକରବର୍ଗ ନିକଟରେ ଘୋଷଣା କରିଛନ୍ତି ମେସେଞ୍ଜରରେ ଗ୍ରୁପ କଲକୁ ଡେଭେଲପ୍ କରାଯାଉଛି । ତେବେ ଏହି ସୁବିଧା ଫେସବୁକ ଏବଂ ହ୍ୱାଟସଆପକୁ ମଧ୍ୟ ଦିଆଯିବ ।

ହ୍ୱାଟସଆପ୍ ଖବରର ଟ୍ରାକ ରଖୁଥିବା ୱେବସାଇଟ୍ WABetainfoର ଏକ ରିପୋର୍ଟ ଅନୁସାରେ ହ୍ୱାଟସଆପରେ ରୁମ ଫିଚର ଜଲଦି ଆରମ୍ଭ ହେବାକୁ ଯାଉଛି । ନିକଟରେ ଏନେଇ ଫେସବୁକ ମେସେଞ୍ଜର ରୁମ ଫିଚରର ଘୋଷଣା କରିଛି ଯେଉଁଥିରେ ଥରକେ ୫୦ଜଣ ଭିଡିଓ କଲିଂ କରିପାରିବେ । ଏବେ ଏହି ଫିଚର ହ୍ୱାଟସଅପରେ ମଧ୍ୟ ଆସିବାକୁ ଯାଉଛି । କୁହାଯାଉଛି ଯେ, ହ୍ୱାଟସଆପରେ ବିଟା ଭର୍ସନରେ ଏହାର ସର୍ଟକଟ ଦେଖାଯାଇଛି । ଏହି ଫିଚର ଆସିବା ପରେ ୟୁଜର୍ସଙ୍କୁ ୨ଟି ଭିଡ଼ିଓ କଲିଂର ଅପସନ ଦେଖାଯିବ ।

WABetainfoର ଏକ ରିପୋର୍ଟ ଅନୁସାରେ ହ୍ୱାଟସଆପର ଆଣ୍ଡ୍ରୋଏଡ ଭର୍ସନ ୨.୨୦.୧୩୯ରେ ମେସେଞ୍ଜର ରୁମ’ର ଅପସନ୍ ଦିଆଯାଇଛି । ଏହି ସଟକର୍ଟ, କଲିଂର ଟାବ୍ ରେ ସାମିଲ କରାଯିବ । WABetainfo ଦ୍ୱାରା ସେୟାର କରାଯାଇଥିବା ଏହି ସ୍କ୍ରିନସର୍ଟରେ ଏହା ଦେଖାଯାଇପାରିବ । ଏହା ଉପରେ କ୍ଲିକ୍ କରିବା ଦ୍ୱାରା ପପ୍ ଅପ୍ ୱିଣ୍ଡୋରେ ଏହି ଫିଚର ସମ୍ବନ୍ଧିୟ ତଥ୍ୟ ଦିଆଯିବ ।

କୁହାଯାଇଛି କି ରୁମକୁ କେବଳ ମେସେଞ୍ଜର ଜରିଆରେ କ୍ରିଏଟ କରାଯାଇପାରିବ । ଥରେ ରୁମ କ୍ରିଏଟ କରିବାପରେ ୟୁଜର କାହାକୁ ମଧ୍ୟ ଏହି ଲିଙ୍କ ପଠାଇ ପାରିବେ । ଯଦି ଆପଣ କାହାକୁ ଏହି ଲିଙ୍କ୍ ପଠାଉଛନ୍ତି ଏବଂ ତାଙ୍କ ପାଖରେ ହ୍ୱାଟସଆପ ଏବଂ ମେସେଞ୍ଜର ନଥାଏ ତଥାପି ଏହା କାମ କରିବ । ପ୍ରାଇଭେସିକୁ ନେଇ ଏଠାରେ ଏକ ଡିସ୍କଲେମର ମଧ୍ୟ ଦିଆଯାଇଛି । କୁହାଯାଇଛି ଯେ, ରୁମ ମେସେଞ୍ଜରକୁ ଏନକ୍ରପସନ ଏବଂ ପ୍ରାଇବେସି କଣ୍ଟ୍ରୋଲରେ ପ୍ରୋଟେକ୍ଟ କରାଯାଉଛି । କିନ୍ତୁ ଏହା ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟେଡ ନୁହେଁ । ଆପଣଙ୍କୁ କହି ରଖୁଛୁ ଯେ ଏଣ୍ଡ ଟୁ ଏଣ୍ଡ ସାଧାରଣ ଏନକ୍ରିପସନସହ ତୁଳନାରେ  ବହୁତ ସୁରକ୍ଷିତ , ଯାହା ହ୍ୱାଟସଅଆପ୍ କଲିଂରେ ମିଳୁଛି ।

ରିପୋର୍ଟ ଅନୁସାରେ ଏବେ ବି ଏହି ଫିଚରକୁ ଡେଭେଲପ କରାଯାଇନାହିଁ । ଯଦିଓ କମ୍ପାନୀ ଏହାକୁ ଜଲଦି ଫାଇନାଲ ବିଲ୍ଡ ସହ ଲଞ୍ଚ କରିବ । କାରଣ ନିକଟରେ କମ୍ପାନି ହ୍ୱାଟସଆପ୍ ଭିଡିଓ କଲର ଲିମିଟ ବଢାଇ ୮ କରିଦେଇଛି । ଏଥରୁ ସ୍ପଷ୍ଟହୋଇଛି ଯେ, ଫେସବୁକ୍ ଏହି ଲକଡାଉନକୁ ବ୍ୟବହାର କରି  ନିଜର ବେପାରକୁ ଅଧିକ ବଢାଇବାକୁ ଚାହୁଁଛି ।

କୋରାପୁଟରୁ ଚିହ୍ନଟ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀ: ୧୧୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: କୋରାପୁଟକୁ ଛୁଇଁଲା କରୋନା । କୋରାପୁଟରୁ ଚିହ୍ନଟ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ସ୍ୱାସ୍ଥ୍ୟ କର୍ମୀ । ତାଙ୍କ ବୟସ ୨୨ ବର୍ଷ । ସେ କୋରାପୁଟ ଦାଶମନ୍ତପୁର ଅଞ୍ଚଳର ।  ସ୍ୱସ୍ଥ୍ୟକର୍ମୀ ଜଣଙ୍କ ନର୍ସ ।  ସେ ପଶ୍ଚିମବଙ୍ଗ ଫେରନ୍ତା । କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଟ୍ରାଭେଲ ହିଷ୍ଟ୍ରୀ ରହିଥିବା ଯୋଗୁଁ ତାଙ୍କୁ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବା ସହ ନମୁନା ପରୀକ୍ଷଣ କରାଯାଇଥିଲା । ଫେରିବା ପରଠାରୁ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ତାଙ୍କ ଦ୍ୱାରା କେହି ଆକ୍ରାନ୍ତ ହୋଇନଥିବା ନେଇ ଆଶା କରାଯାଉଛି ।   ଅନ୍ୟ ଜଣେ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର । ସେ ଜଣେ ପଶ୍ଚିମବଙ୍ଗ ଫେରନ୍ତା । ତାଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖାଦେଇନଥିଲା ।

କିନ୍ତୁ ବାହାର ରାଜ୍ୟର ଟ୍ରାଭେଲ ହିଷ୍ଟ୍ରୀ ଥିବା ଯୋଗୁଁ ତାଙ୍କ ନମୁନା ପରୀକ୍ଷଣ ହୋଇଥିଲା । ସୋମବାର ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି । ଏଯାବତ୍ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୧୦ ଜିଲ୍ଲାକୁ ବ୍ୟାପିଛି କରୋନା ‌: ସଂକ୍ରମିତ ଜିଲ୍ଲା ମଧ୍ୟରୁ ଏବେ ୪ ଜିଲ୍ଲାରେ ନାହାନ୍ତି କୌଣସି ରୋଗୀ

ସୂଚନା ଯୋଗ୍ୟଯେ, ରାଜ୍ୟର ମୋଟ ୧୦ ଜିଲ୍ଲାରୁ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯେଉଁଗୁଡ଼ିକ ମଧ୍ୟରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଳାହାଣ୍ଡି, ପୁରୀ, ସୁନ୍ଦରଗଡ଼, କେନ୍ଦ୍ରାପଡ଼, ଢ଼େଙ୍କାନାଳ । କିଛି ରୋଗୀ ସୁସ୍ଥ ହେବା ସହ ରାଜ୍ୟର ମୋଟ ୫ ଜିଲ୍ଲା କରୋନା ମୁକ୍ତ ହୋଇଥିଲା । କିନ୍ତୁ ପୁଣି ସନ୍ଦରଗଡ଼ରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ସୋମବାର ପୁଣି ଏକ ନୂଆ ଜିଲ୍ଲା ଅର୍ଥାତ କୋରାପୁଟରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜ୍ୟର ମୋଟ ୭ ଜିଲ୍ଲାରେ କରୋନା ଆକ୍ରାନ୍ତ ମାମଲା ଆକ୍ଟିଭ୍ ରହିଛି ।

 

ଭୁବନେଶ୍ୱରର ଆଉ ୨ କରୋନା ରୋଗୀ ସୁସ୍ଥ: ସାରା ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା ୩୭

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ଉଭୟ ରୋଗୀ ଭୁବନେଶ୍ୱର ଅଞ୍ଚଳର । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଗୋଟିଏ ପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  ବଢ଼ି ଚାଲିଥିବା ବେଳେ ଅନ୍ୟ ପଟେ ଜଣଙ୍କ ପରେ ଜଣେ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ଯାହା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ବିଷୟ । ରାଜ୍ୟରେ ଏଯାବତ୍‌ ମୋଟ ୧୦୮ କରୋନ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୧୦୭ ଜଣଙ୍କ ମଧ୍ୟରୁ  ୩୭ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୭୦ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ । 

ଦେଶରେ ୨ ପ୍ରକାରର କରୋନା ! ଜାଣନ୍ତୁ କାହିଁକି ଗୁଜୁରାଟ ଏବଂ ଇନ୍ଦୋରରେ ମୃତ୍ୟୁସଂଖ୍ୟା ଅଧିକ ?

ନୂଆଦିଲ୍ଲୀ: ଦେଶରେ ଘୁ ଘୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏନେଇ ରାଜ୍ୟର ଚିନ୍ତା ବଢାଉଛି କରୋନା ଦିନ ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏହି ଧାରାରେ ସବୁଠୁ ଆଗରେ ରହିଥିବା ରାଜ୍ୟ ହେଉଛି ଗୁଜୁରାଟ ଏବଂ ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶରେ ଇନ୍ଦୋରର ଅବସ୍ଥା ଅତ୍ୟନ୍ତ ସଙ୍କଟାପର୍ଣ୍ଣ । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଗୁଜୁରାଟ ଏବଂ ଇନ୍ଦୋରରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାକୁ ଦେଖିବା, ତେବେ ଏହାର କାରଣ ଚୀନ୍‌ର ଉହାନ ସହର ସହିତ ସିଧାସଳଖ ଜଡିତ ଥିବା ଜଣାପଡିଛି । ଗୁଜୁରାଟର ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର (GBRC)ର ନିର୍ଦ୍ଦେଶକ ଜିସି ଯୋଶୀ କହିଛନ୍ତି ଯେ ଆମେ କରୋନାର ଗଠନକୁ ଡିକୋଡିଂ କରିଛୁ । ଏଥିରେ ତାହାର ତିନୋଟି ମ୍ୟୁଟେସନ୍ ରହିଇଛି । ଅର୍ଥାତ୍ ଦେଶରେ ତିନୋଟି ଭିନ୍ନ ପ୍ରକାରର କରୋନା ଭାଇରସ୍ ଷ୍ଟ୍ରେନ୍ ଅଛି ।

ଜୋଶୀ କହିଛନ୍ତି ଯେ ଗୁଜୁରାଟରେ ବ୍ୟାପିଥିବା ଭାଇରସ୍ ଏଲ-ଷ୍ଟ୍ରେନ୍ ହୋଇପାରେ । ଏହି ଷ୍ଟ୍ରେନ ଚାଇନାର ଉହାନ ସହରରେ ବ୍ୟାପି ଥିଲା। ଯେଉଁଥିପାଇଁ ଉହାନରେ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଗୁଜୁରାଟରେ ଅବସ୍ଥା ଠିକ୍ ସେହିପରି ।

ଜିସି ଯୋଶୀଙ୍କ ଅନୁଯାୟୀ, ଗୁଜୁରାଟରେ ଏଲ୍ ଷ୍ଟ୍ରେନ୍ କରୋନା ଭାଇରସ ପାଇଁ ୧୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହାସହ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ୫୭ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ମଧ୍ୟ ଉହାନ ଭଳି ଭାଇରସ ଥିବାର ଆଶଙ୍କା କରାଯାଉଛି । ତେଣୁ ଇନ୍ଦୋରରୁ ନମୁନାକୁ ଜମା କରି ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିକୁ ପଠାଯାଉଛି।

ସର୍ବଶେଷରେ ଏଲ- ଷ୍ଟ୍ରେନ୍ କରୋନା ଭାଇରସ୍ କ’ଣ ? ଏହା ଏସ ଷ୍ଟ୍ରେନ୍ ଠାରୁ କିପରି ଭିନ୍ନ ? ଆସନ୍ତୁ ଜାଣିବା, ଦେଶରେ କରୋନା ଭୂତାଣୁଙ୍କର ତିନୋଟି ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ଏଥିରୁ ଦୁଇଟି ଷ୍ଟ୍ରେନ୍ ସାଂଘାତିକ ଅଛି ।

ସେଗୁଡ଼ିକ ହେଲା ଏଲ-ଷ୍ଟ୍ରେନ୍ ଏବଂ ଏସ୍- ଷ୍ଟ୍ରେନ୍ । ଉହାନରେ ବ୍ୟାପିଥିବା ଭାଇରସ ହେଉଛି ଏଲ- ଷ୍ଟ୍ରେନ୍, ଯାହା ଅଧିକ ବିପଦଜନକ । ଏହି କାରଣରୁ, ଅସୁସ୍ଥ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଛି ।

ଏସ୍- ଷ୍ଟ୍ରେନ୍ ଭାଇରସ୍ ଏଲ- ଷ୍ଟ୍ରେନର ମ୍ୟୁଟେସନ୍ ଦ୍ୱାରା ତିଆରି ହୋଇଛି । ତେଣୁ ଏହା କମ୍ ମାରାତ୍ମକ । କେରଳର ଅଧିକାଂଶ ରୋଗୀ ଦୁବାଇରୁ ଆସିଥିଲେ ଯେଉଁଠାରେ ଏସ- ଷ୍ଟ୍ରେନ୍ ଅଛି । ତେଣୁ କେରଳରେ କମ୍ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକାରୁ ଗୁଜୁରାଟରେ ଅଧିକ ଲୋକ ଆସୁଥିଲେ । ତେଣୁ ଆମେରିକାରେ ଥିବା ଏଲ- ଷ୍ଟ୍ରେନ୍ ଗୁଜୁରାଟରେ ଅଧିକ ବ୍ୟାପିଛି । ତେଣୁ ଗୁଜୁରାଟରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ ।

ଚୀନ୍, ୟୁରୋପ ଏବଂ ଆମେରିକାର ଷ୍ଟ୍ରେନ୍ ଏବେ ଭାରତରେ ପହଞ୍ଚିଛି । ୟୁରୋପରେ ବ୍ୟାପିଥିବା ଏହି ଭାଇରସ୍ ଆମେରିକାର ତୁଳନାରେ ସାମାନ୍ୟ କମ୍ ମାରାତ୍ମକ ବୋଲି କୁହାଯାଉଛି । ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ କରୋନା ଭାଇରସର ସମସ୍ତ ଷ୍ଟ୍ରେନ୍ ସାଂଘାତିକ । ଯଦି କୌଣସି ବ୍ୟକ୍ତିଙ୍କର ପୂର୍ବରୁ କିଛି ରୋଗ ଅଛି ତେବେ କୌଣସି ବି ଦୁର୍ବଳ ଷ୍ଟ୍ରେନ୍ ମଧ୍ୟ ତାଙ୍କ ପାଇଁ ମାରାତ୍ମକ ହୋଇପାରେ ।

କରୋନା ଯୁଦ୍ଧ: କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁରେ ପରିବାର ପାଇବେ ୧୫ ଲକ୍ଷ ଟଙ୍କା

ଭୁବନେଶ୍ୱର: କରୋନା ଯୋଗୁଁ ସାର ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ କରୋନା ଭାଇରସ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ  ମଧ୍ୟ ସାମ୍ବାଦିକମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି ।

ତେଣୁ କାର୍ଯ୍ୟରତ ସାମ୍ବାଦିକମାନେ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି, ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଶଣା କରିଛନ୍ତି ।