spot_img
Home Blog Page 7015

ଦେଶରେ ଉପରମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ନୂଆ ମାମଲା, ୨୯୪ ମୃତ

ନୂଆଦିଲ୍ଲୀ: ଭାରତରେ ପୁଣି ବଢିଲା କରୋନା ଗ୍ରାଫ୍‌ । କରୋନା ସଂକ୍ରମଣରେ ବିଶ୍ୱରେ ସ୍ପେନ୍‌କୁ ପଛରେ ପକାଇ ପଞ୍ଚମ ସ୍ଥାନରେ ରହିଛି ଭାରତ । ଗତ ୨୪ ଘଣ୍ଟାରେ ସର୍ବାଧିକ ପ୍ରାୟ ୧୦ ହଜାର ନୂଆ କେସ୍‌ ସାମ୍ନାକୁ ଆସିଛି । ଦେଶରେ ୨୪ ଘଣ୍ଟା ମଧ୍ୟରେ୨୯୪ ଜଣଙ୍କ ସଂକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୬ହଜାର ୫୪୯କୁ ବୃଦ୍ଧି ପାଇଛି ।

ସେପଟେ ଦେଶରେ ମୃତ୍ୟୁ ସଂଖ୍ୟା ୬ ହଜାର ୬୪୨ରେ ପହଞ୍ଚିଛି । ରାଜଧାନୀ ଦିଲ୍ଲୀରେ ସଂକ୍ରମଣଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି, ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ରାଜଧାନୀରେ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଅଧିକ ରହିଥିବା ବେଳେ ବର୍ତ୍ତମାନ ୭ଶହ ୬୧ ଜଣଙ୍କ ମୁଣ୍ଡ ନେଲାଣି କରୋନା ।

ଦେଶର ୪ ମହାନଗର ଦିଲ୍ଲୀ, ମୁମ୍ବାଇ, କୋଲକତା, ଓ ଚେନ୍ନାଇରୁ ଆକ୍ରାନ୍ତଙ୍କ ମାମଲା ଅଧିକ ରହିଛି । ସେପଟେ ବିଶ୍ୱ କରୋନା ଗ୍ରାଫ୍‌ରେ ଆମେରିକା, ବ୍ରାଜିଲ୍‌, ଋଷ ଓ ବ୍ରିଟେନ୍‌ ଭାରତ ଆଗରେ ରହିଛନ୍ତି । ସ୍ପେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୪୧ ହଜାର ୩୧୦ ରହିଥିବା ବେଳେ ଭାରତ ସ୍ପେନ୍‌ ଆଗରେ ରହିଛି ।

ପୁଣିଥରେ ଦିଲ୍ ଜିତିଲେ ସୋନୁ ସୁଦ, ୨୦୦ ଇଡଲି ବ୍ୟବସାୟୀଙ୍କୁ ପଠାଇଲେ ଘରକୁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ଏବେ ସମଗ୍ର ଭାରତରେ ଚର୍ଚ୍ଚାରେ ଅଛନ୍ତି । ସମସ୍ତଙ୍କ ପାଇଁ ଉଦହାରଣ ପାଲଟିଛନ୍ତି ଏହି ଅଭିନେତା । ରିଲ ଲାଇଫରେ ଖଳନାୟକ ଭାବେ ନଜର ଆସୁଥିବା ଅଭିନେତା ଏବେ ରିୟଲ୍ ଲାଇଫରେ ସାଜିଛନ୍ତି ହିରୋ । କରୋନାଭାଇରସ୍ ଯୋଗୁଁ ପାଳନ ହେଉଥିବା ଲକଡାଉନ୍ ମଧ୍ୟରେ, ସେ ଅନେକ ପ୍ରବାସୀ ଶ୍ରମିକମାନଙ୍କର ଭଗବାନ ସାଜିଛନ୍ତି । ଫସି ରହିଥିବା ଲୋକଙ୍କୁ ନିଜ ଗାଁକୁ ପଠାଇ ମହାନ କାମ କରୁଛନ୍ତି ସୋନୁ ।

ଏଥିପାଇଁ ଚାରିଆଡୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି । କାରଣ ଏଭଳି ପରିସ୍ଥିତିରେ ସୋନୁ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଏହି କାର୍ଯ୍ୟରେ ତାଙ୍କର କୌଣସି ସ୍ୱାର୍ଥ ନାହିଁ । ଲୋକଙ୍କୁ ସାହାଯ୍ୟ କରିବାକୁ ସେ ଭଲ ପାଆନ୍ତି । ତେବେ ଏଭଳି ସମୟରେ ସେ କେମିତି ବା ଆଗାକୁ ଆସିନଥାନ୍ତେ । ଦେଶରେ କରୋନା ଥମିବାର ନାଁ ନେଉନାହିଁ । ସେଥିପାଇଁ ଦିନକୁ ଦିନ ସରକାର ଲକଡାଉନ୍ ନିୟମରେ ପରିବର୍ତ୍ତନ କରୁଛନ୍ତି। ସେଥିପାଇଁ ଅପେକ୍ଷା ନକରି ସୋନୁ ସମସ୍ତଙ୍କୁ ନିଜ ଘରମୁହାଁ କରାଇଛନ୍ତି । ଏବେ ପୁଣି ଥରେ ସୋନୁ ୨୦୦ ଇଡଲି ବ୍ୟବସାୟୀଙ୍କୁ ତାମିଲନାଡୁ ପଠାଇଛନ୍ତି ।

https://www.instagram.com/tv/CBF3r5MH9XY/?utm_source=ig_embed

ବସ୍ ଏବଂ ଫ୍ଲାଇଟ୍ ପରେ ସୋନୁ ସୁଦ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରେନ୍ ଯୋଗେ ନିଜ ଘରକୁ ପଠାଇଛନ୍ତି। ଲକଡାଉନ୍ ରେ ଫସିଥିବା ଲୋକଙ୍କୁ ସାହାଯ୍ୟ କରିବା ବ୍ୟତୀତ ବାତ୍ୟା ନିସର୍ଗ ଦ୍ୱାରା ପ୍ରଭାବିତ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି ଅଭିନେତା । ସୋନୁ ସୁଦ ଏବଂ ତାଙ୍କ ଟିମ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଅନେକ ଲୋକଙ୍କୁ ସହଯୋଗ କରିଛନ୍ତି । ପାଖାପାଖି ୨୮,୦୦୦ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି ସୋନୁ ଓ ତାଙ୍କ ଟିମ୍ ।

ନିକଟରେ ଆର୍ଥିକ ଅସୁବିଧା ସାମ୍ନା କରୁଥିବା ଟିଭି ଅଭିନେତା ରାଜେଶ କରୀର ଲୋକମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଏହା ପରେ ଟିଭି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ତାଙ୍କୁ ସାହାଯ୍ୟ କରିଥିଲେ। ଏବେ ଏହି ସଙ୍କଟରେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ରାଜେଶ କରୀରଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

୧୧ ଜିଲ୍ଲାରେ ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ, ଦୁଇ ଦିନିଆ ସଟ୍‌ଡାଉନର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର: ସାପ୍ତାହିକ ଦୁଇ ଦିନିଆ ସଟ୍‌ଡାଉନ୍‌ର ଆଜି ଦ୍ୱିତୀୟ ଦିନ । ୧୧ ଜିଲ୍ଲାରେ କଡାକଡ଼ି ଭାବେ ପାଳନ ହେଉଛି ସଟ୍‌ଡାଉନ୍‌ । ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ ରହିଛି । ଗତକାଲି ଠାରୁ ଏହି କଟକଣା ଲାଗୁ ହୋଇଛି । ସଂକ୍ରମିତଙ୍କ ସଂଖ୍ୟାକୁ ଆଧାର କରି ୧୦ଉପକୂଳ ଜିଲ୍ଲା ସମେତ ବଲାଙ୍ଗିର ଜିଲ୍ଲାରେ ଲାଗୁ ହୋଇଛି କଟକଣା । ତେବେ ଚଳିତ ଥର ସଟ୍‌ଡାଉନ୍‌ କଟକଣାରେ କିଛିଟା କୋହଳ କରାଯାଇଛି ।

ଟ୍ରେନ୍‌ ଓ ବିମାନ ଚଳାଚଳ ଜାରି ରହିଥିବା ବେଳେ ଯାତ୍ରୀଙ୍କ ସୁବିଧା ପାଇଁ ଯାନବାହାନକୁ ଦିଆଯାଇଛି ପାସ୍‌ । ଦୋକାନ ବଜାର ସବୁ ବନ୍ଦ ଥିବା ବେଳେ କେବଳ ଔଷଧ ଦୋକାନ ଓ କ୍ଷୀର ଦୋକାନ ଖୋଲିବାକୁ ମିଳିଛି ଅନୁମତି । ରେଷ୍ଟୁରାଣ୍ଟରୁ ଅନ୍‌ ଲାଇନ୍‌ରେ ହୋମ୍‌ ଡେଲିଭେରୀ ପାଇଁ ଅନୁମତି ମିଳିଥିବା ବେଳେ ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ସିଲିଣ୍ଡର ବିତରଣକୁ କଟକଣା ମୁକ୍ତ କରାଯାଇଛି ।

ପୂର୍ବରୁ ଲାଗୁ ହୋଇଥିବା ସଟ୍‌ଡାଉନ୍‌ ଓ ଚଳିତ ଥରର ସଟ୍‌ଡାଉନ୍‌ରେ ରହିଛି ଅନେକ ଫରକ । ଲୋକେ ଚଳିତ ଥର କଟକଣାକୁ ବହୁଳ ଭାବେ ମାନିଥିବା ଦେଖିବାକୁ ମିଳିଛି । ପୂର୍ବରୁ ପନିପରିବା ତଥା ଆମିଷ କିଣିବା ଆଳରେ ଘରୁ ବାହାରି ଗହଳି କରୁଥିବା ବେଳେ ଚଳିତ ଥର ସବୁକିଛି ବନ୍ଦ କରାଯାଇଥିବାରୁ ଘରୁ ଲୋକେ ବାହାରି ନାହାନ୍ତି ।  ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ଆସନ୍ତା ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ, ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ୮ ତାରିଖରୁ ବର୍ଷା !

ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କେନ୍ଦ୍ରୀୟ ଆରବସାଗର, ଦକ୍ଷିଣ ପଶ୍ଚିମ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର କିଛି ସ୍ଥାନ ସମେତ ପୁଡୁଚେରୀ, ତାମିଲନାଡୁ ଆଦି ସ୍ଥାନରେ ମୈସୁମୀ ବାୟୁ ସକ୍ରୀୟ ହେଉଥିବାର ସୂଚନା ମିଳିଛି ।

ସେପଟେ  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଫଳରେ ଜୁନ୍‌  ୮ ତାରିଖରୁ ରାଜ୍ୟର ଉତ୍ତର ଭାଗରେ ପ୍ରବଳ ବର୍ଷା ହେବ । ତେବେ ରାଜ୍ୟର କିଛି ସ୍ଥାନରେ ଆଜି କାଳ ବୈଶାଖୀ ବର୍ଷା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଗଞ୍ଜାମ, ଗଜପତି, ପୁରୀ, ନବରଙ୍ଗପୁର, କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବବୋଲି ଆକଳନ କରାଯାଇଛି । କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାରେ ମଧ୍ୟ ସମ୍ଭାବନା ରହିଛି ।

୬୬ ଟି ରୁଟ୍‌ରେ ଗଡିବ ବସ୍‌… ପ୍ରଥମ ପର୍ଯ୍ୟାୟରେ ୯୬ଟି ବସ୍‌କୁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ ଅଣାୟତ କରୋନା ସ୍ଥିତି । ରାଜ୍ୟରେ ପ୍ରତିଦିନ ପୂର୍ବ ରେକର୍ଡ ଭାଙ୍ଗୁଛି କରୋନା । ତେବେ ଧିରେ ଧିରେ ରାଜ୍ୟରେ ବସ୍ ଯାତ୍ରା ନେଇ କୋହଳ କରାଯାଇଛି । ମୋ ବସ ପରେ ଏବେ ଓଏସ୍‌ଆରଟିସି ବସ୍ ସେବା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଆସନ୍ତାକାଲିଠୁ ଆରମ୍ଭ ହେବ ଓଏସ୍‌ଆରଟିସି ବସ୍‌ ସେବା । ୬୬ ଟି ରୁଟ୍‌ରେ ଗଡିବ ବସ୍‌ । ପ୍ରଥମ ପର୍ଯ୍ୟାୟରେ ୯୬ ଟି ବସ୍‌କୁ ନେଇ ସେବା ଯୋଗାଇବ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ । ଏହି ସେବା ଆରମ୍ଭ ଦ୍ଵାରା ରାଜ୍ୟର ୨୨ଟି ସହର ରାଜଧାନୀ ସହ ଯୋଡ଼ିହେବ ବୋଲି ସୂଚନା ଦେଇଛନ୍ତି ଓଏସ୍‌ଆଟିସିର ମୁଖ୍ୟପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ର। ।

ତେବେ ବସ୍‌ରେ ଯାତ୍ରା କରିବାକୁ ହେଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ବସ୍‌ରେ କେହି ଠିଆ ହୋଇ ଯାତ୍ରା କରିବେ ନାହିଁ  । ସିଟ୍‌ ଅନୁଯାଇ ଯାତ୍ରୀଙ୍କୁ ବସ୍‌ରେ ଚଢାଯିବ ବୋଲି କହିଛନ୍ତି ଅରୁଣ ବୋଥ୍ର। । ଏବେ ରାଜ୍ୟରେ ଖାଲି ସରକାରୀ ବସ୍‌ ଚଳା ଚଳ କରୁଛି । ରାଜ୍ୟ ସରକାର ଘରୋଇ ବସ୍‌ ଗୁଡ଼ିକୁ ଚଲାଇବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବସ୍‌ ଚଲାଇ ନାହାନ୍ତି  । ପୂର୍ବରୁ ବସ୍‌ ଚଲାଇବାକୁ ନାମଞ୍ଜୁର ଥିବା ମାଲିକ ମାନେ ଏବେ ବସ୍‌ ଚଲାଇବାକୁ ରାଜି ହୋଇଥିଲେ ମଧ୍ୟ ଏବେ କର୍ମଚାରୀ ମାନେ ତାଙ୍କ ଜିଦ୍‌ ରେ ଅଟଳ ରହିଛନ୍ତି ।

ଏହି ରାଶି ର ଲୋକଙ୍କର ଆଜି ବଢିବ ଖର୍ଚ୍ଚ… ଜାଣନ୍ତୁ

ଜୁନ୍‌ ୭, ୨୦୨୦ ମସିହା, ବୃଷ ୨୫ ଦିନ

୧୯୪୨ ଶକାଦ୍ଦଃ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଆଷାଢ ମାସ କୃଷ୍ଣପକ୍ଷ ଦ୍ୱିତୀୟା

ମୂଳା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର ରହୁଛନ୍ତି

ଘାତବାର- ମେଷ ରାଶିର

ଘାତଚନ୍ଦ୍ର- ତୁଳା,କୁମ୍ଭ ପୁରୁଷ ଓ ବୃଷ,ମିଥୁନ ମହିଳାମାନଙ୍କର

ଯୋଗିନୀ ରହିବେ ଉତ୍ତରେ ରାତି ୮ ଟା ୫୯ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ରହିବେ ଆଗ୍ନେୟ କୋଣରେ

ଶୁଭ ସମୟ-ସକାଳ ୭ଟା ମଧ୍ୟରେ ଓ ଦିନ ୧୧ ଟା ୧୯ ପରେ

ଦିନ ୨ ଟା ୫୧ ମଧ୍ୟରେ ରାତି ୭ ଟା ୦୬ ପରେ

ଅଶୁଭ ସମୟ- ଦିନ ୪ ଟା ୪୩ ରୁ ସନ୍ଧ୍ୟା ୬ଟା ୨୩

ଆଜି  ଭେଜି ବାଇଗଣ  ଖାଇବା ମନା

ମେଷ ରାଶି

ଅଶ୍ୱିନୀ – ଖର୍ଚ୍ଚ ପରିମାଣ ବଢିପାରେ, ଜଗିରଖି ଚଳିବେ

ଦ୍ୱିଜା- କୈାଣସି ଅପରିଚିତ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି

କୃତ୍ତିକା- ପ୍ରତିଟି କାମରେ ଖୁସି ମିଳିବ, ଦିନଟି ଭଲରେ କଟିବ

ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ସମୟରେ ପ୍ରାର୍ଥନା କରନ୍ତୁ

ବୃଷ ରାଶି

କୃତ୍ତିକା – କୈାଣସି କଥା ଆପଣଙ୍କୁ କଷ୍ଟ ଦେଇପାରେ, ଅଶାନ୍ତିରେ ରହିବେ

ରୋହିଣୀ- ସାଧାରଣ କଥାକୁ ନେଇ ବଡ ଧରଣର ଗଣ୍ଡଗୋଳ ହୋଇପାରେ

ମୃଗଶିରା- ଅର୍ଥକୁ ନେଇ ଅଶାନ୍ତି ଦେଖାଦେବ, ସତର୍କ ରହିବେ

କିଛି ଧଳାରାଶି ମିଶାଇ ଆଜି ସୂର୍ଯ୍ୟଦେବଙ୍କୁ ଜଳ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ମେଡିଆରେ କାମ କରୁଥିବା ବ୍ୟକ୍ତିମାନେ ଅଧିକ ବ୍ୟସ୍ତ ରହିବେ

ଆର୍ଦ୍ରା- କୈାଣସି ବି ଶୁଭକାର୍ଯ୍ୟରେ ବାଧା ରହିବ

ପୁନର୍ବସୁ-ବ୍ୟବସାୟରେ ଆୟ,ବ୍ୟୟ ସମାନ ରହିବ

ଆଜି ଦିନରେ ଆମିଷ ଖାଇବେ ନାହିଁ

କର୍କଟ ରାଶି

ପୁନର୍ବସୁ – ଘର କାମରେ ବ୍ୟସ୍ତ ରହିବେ,ନିଜ ଶରୀର ପ୍ରତି ଧ୍ୟାନ ଦେବେ

ପୁଷ୍ୟ।- ଆଣ୍ଠୁଗଣ୍ଠି ସମସ୍ୟାକୁ ନେଇ ଅଶାନ୍ତିରେ ରହିବେ

ଅଶ୍ଳେଷା- ଗୁପ୍ତଶତୃମାନଙ୍କୁ ଉଚିତ୍‌ ଶିକ୍ଷା ମିଳିଯିବ, ବ୍ୟସ୍ତ ହୁଅନ୍ତୁ ନାହିଁ

ସୂର୍ଯ୍ୟଦେବଙ୍କର ଆଦିତ୍ୟସ୍ତୋତ୍ର ପାଠ କରନ୍ତୁ

ସିଂହ ରାଶି

ମଘା – ସନ୍ତାନମାନେ ଆଜି ଆପଣଙ୍କୁ ଖୁସି ଦେଇପାରନ୍ତି

ପୂର୍ବା ଫାଲଗୁନି- କାହା ସହିତ ଝଗଡା କରନ୍ତୁ ନାହିଁ, ଦୁଷ୍ଟ ଶକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ

ଉତ୍ତରାଫାଲଗୁନି- ମନରେ ବ୍ୟସ୍ତତା ରହିବ, ଧୈର୍ଯ୍ୟର ସହ କାମ କରନ୍ତୁ

ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ସହ ଆମିଷ ଖାଇବେ ନାହିଁ

କନ୍ୟା ରାଶି

ଉତ୍ତରଫାଲଗୁନି – କୈାଣସି କାର୍ଯ୍ୟ ଠିକ୍‌ ଭାବରେ ହେବ ନାହିଁ, ଚେଷ୍ଟା କରନ୍ତୁ ସଫଳ ହେବ

ହସ୍ତା- ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ

ଚିତ୍ରା- ନିଜ ଲୋକଙ୍କ ସହ ମିଶନ୍ତୁ, ଶାନ୍ତି ପାଇବେ

୩ଥର ସୂର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ରକୁ ଜପ କରନ୍ତୁ

 ତୁଳା ରାଶି

ଚିତ୍ରା –  କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅତି ସହଜରେ ହୋଇଯିବ

ସ୍ୱାତୀ-  କିଛି ସମୟ ପଢାପଢିରେ ବିତାନ୍ତୁ ମନ ଠିକ୍‌ ରହିବ

ବିଶାଖା- ଲୋକସଂପର୍କ ବଢିବ, କାର୍ଯ୍ୟ ବି ବଢିଯିବ

ଶ୍ରୀବିଷ୍ଣୁଙ୍କୁ ଘରେ ଧ୍ୟାନର ସହ ପୂଜା କରନ୍ତୁ

ବିଛା ରାଶି

ବିଶାଖା – ନିଜ କଥାକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ ଅନ୍ୟକୁ କଷ୍ଟ ଦେଇପାରେ

ଅନୁରାଧା- ଖାଦ୍ୟ କଷ୍ଟ ରହିଛି, ଦିନଟି ଅଶାନ୍ତିରେ କଟିବ

ଜ୍ୟୋଷ୍ଠା – ପ୍ରତିଟି କାର୍ଯ୍ୟରେ ପ୍ରଶଂସା ପାଇବେ, ସମ୍ମାନ ମଧ୍ୟ ମିଳିବ

ସୂର୍ଯ୍ୟନାରାୟଣଙ୍କୁ ଜଳରେ ଧଳାରାଶି ମିଶାଇ ଅର୍ପଣ କରନ୍ତୁ

ଧନୁ ରାଶି

ମୂଳା – ଯାହା ଚାହିଁବେ ତାହା ପୂରଣ ହେବା କଷ୍ଟ ହୋଇପାରେ

ପୂର୍ବାଷାଢା- ବିଭିନ୍ନ କାମରେ ବ୍ୟସ୍ତ ରହିବେ, ଶରୀର ପ୍ରତି ଧ୍ୟାନ ଦେବେ

ଉତ୍ତରାଷାଢା- ମହିଳାମାନଙ୍କ ପାଇଁ ସତର୍କର ଦିନ ରହିଛି

ଘରୁ ବାହାରିବା ବେଳେ ନିଜର ଇଷ୍ଟଦେବଙ୍କୁ ସ୍ମରଣ କରି ଯିବେ

ମକର ରାଶି

ଉତ୍ତରାଷାଢା – ପ୍ରେମ ସଂପର୍କରେ ବାଧା ଆସିବ, ଜଗିରଖି ଚଳିବେ

ଶ୍ରବଣା-କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ

ଧନିଷ୍ଠା- କୈାଣସି ମହିଳାଙ୍କ ସହ ସମସ୍ୟା ଦେଖାଦେଇପାରେ

ଶ୍ରୀବିଷ୍ଣୁଙ୍କୁ ପୂଜା କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ସମସ୍ୟାର ସମାଧାନ ହେବ, ନୂଆ କିଛି କରିପାରନ୍ତି

ଶତଭିଷା- କମ୍‌ ପରିଶ୍ରମ କରିଲେ ବି ଅର୍ଥ ଆସିବ

ପୂର୍ବଭାଦ୍ରପଦ- ବ୍ୟବସାୟ ଓ କର୍ମରୁ ଲାଭ ପାଇବେ

ସୂର୍ଯ୍ୟଦେବଙ୍କୁ ୩ ଥର ଜଳ ଅର୍ପଣ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- କୈାଣସି ସ୍ଥାନରୁ ନୂଆ କର୍ମର ସନ୍ଧାନ ମିଳିଯିବ

ଉତ୍ତରଭାଦ୍ରପଦ- ଦିନଟି ଭଲରେ କଟିବ

ରେବତୀ- ମା’ଙ୍କ ସାହାଯ୍ୟରେ ପ୍ରତିଟି ସମସ୍ୟାର ସମାଧାନ ହେବ

ସୂର୍ଯ୍ୟଦେବଙ୍କୁ ପ୍ରଣାମ କରି ଘରୁ ବାହାରିବେ

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- 8984684801