spot_img
Home Blog Page 7016

ସରକାରୀ କର୍ମଚାରୀଙ୍କ ଉପରେ ସରକାରଙ୍କ ଛାଟ, ମନଇଚ୍ଛା କରିପାରିବେନି ସୋସିଆଲ ମିଡିଆର ବ୍ୟବହାର

ସରକାରୀ ଚାକିରିଆଙ୍କୁ ସରକାରଙ୍କ ଛାଟ୍‌ । ଏଣିକି ମନ ଇଚ୍ଛୋ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ଏନେଇ ଆଜି ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

Government Servant

ସରକାରୀ କର୍ମଚାରୀଙ୍କ ସରକାର ଜାରି କରିଛନ୍ତି ସୋସିଆଲ ମିଡିଆ ଗାଇଡ୍‌ ଲାଇନ୍‌ । ଚାକିରି ସମ୍ବନ୍ଧୀୟ କୌଣସି ସମସ୍ୟା ନେଇ କୌଣସି ବି ସରକାରୀ କର୍ମଚାରୀ ସୋସିଆଲ ମିଡିଆରେ ଆଲୋଚନା କରିପାରିବେ ନାହିଁ । ଏହା ସରକାରୀ ଚାକିରି ନିୟମର ଉଲ୍ଲଂଘନ କରୁଛି ବୋଲି କୁହାଯାଇଛି ।

Government Servantଗଭର୍ଣ୍ଣମେଣ୍ଟ ସର୍ଭିସ କଣ୍ଡକ୍ଟ ରୁଲ୍‌ ୭ ଓ ୨୩କୁ ଉଲ୍ଲଂଘନ କରୁଛି ସୋସିଆଲ ମିଡିଆର ଏଭଳି ବ୍ୟବହାର । ନିଯୁକ୍ତି, ଦରମା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସମ୍ପର୍କରେ ବାହାରେ ଆଲୋଚନା କରିବା ନିୟମ ଅନୁଯାୟୀ ଅପରାଧ । ଉଭୟ ଚୁକ୍ତିଭିତ୍ତିକ ଓ ସ୍ଥାୟୀ କର୍ମଚାରୀଙ୍କ ପାଇଁ ଏହା ପ୍ରଯୁଜ୍ୟ ।

Government Servant

କିଛି କର୍ମଚାରୀ ସୋସିଆଲ ମିଡିଆରେ ଚାକିରି ଓ ଦରମା ବାବଦରେ କହିବା ସହ ଉପରିସ୍ଥ ଅଧିକାରୀଙ୍କ ବାବଦରେ ବି ବିବୃତି ରଖୁଛନ୍ତି । ଏହାକୁ ନଜରରେ ରଖି ଗୃହ ବିଭାଗ ଏଭଳି ନିର୍ଦେଶନାମା ଜାରି କରିଛି । ଏନେଇ ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବଙ୍କୁ ଗୃହ ସଚିବ ସଂଜୀବ ଚୋପ୍ରା ଚିଠି ଲେଖିଛନ୍ତି ।

କନ୍ଧମାଳ ଏସପିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ,ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ କାର୍ଯ୍ୟକୁ ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଏସପି ପ୍ରତୀକ ସିଂହଙ୍କ ସହ ଫୋନରେ କଥା ହୋଇଛନ୍ତି । ଜିଲ୍ଲା ପୋଲିସ ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ ନେଉଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏସପି ଓ ତାଙ୍କ ଟିମ୍ ଜିଲ୍ଲାରେ ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ ନେଇଥିବା ପଦକ୍ଷେପକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ଓଡ଼ିଶା ପୋଲିସ ମାଓବାଦୀ ବିରୋଧୀ ଅପରେସନ କ୍ରମରେ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଜଙ୍ଗଲରେ ୪ ଜଣ ହାର୍ଡକୋର ମାଓବାଦୀଙ୍କୁ ଏନକାଉଣ୍ଟରରେ ହତ୍ୟା କରିଥିଲେ । ଏହି ଅପରେସନରେ ପୋଲିସ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରିଥିଲା ।

ପୂର୍ବରୁ ଫିରିଙ୍ଗିଆ ଥାନା କ୍ଷେତ୍ର ଭିତରେ ଆସୁଥିବା ସୁମରବନ୍ଧ ଜଙ୍ଗଲରେ ଥିବା ମାଓବାଦୀ କ୍ୟାମ୍ପକୁ ଓଡ଼ିଶା ପୋଲିସର ସ୍ପେସିଆଲ ଅପରେସନ ଗ୍ରୁପ୍ ଧ୍ୱଂସ କରିଥିଲା । ସେଠାରୁ ମଧ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

ଓଡ଼ିଶାରେ ରହିଛି ୪ ପ୍ରକାର କରୋନା, ମହାରାଷ୍ଟ୍ର-ତାମିଲନାଡ଼ୁରୁ ବି ଆସିଛି କ୍ଷତିକାରକ ଭୂତାଣୁ

ଭୁବନେଶ୍ୱର: ଦେଶରେ ମୁଖ୍ୟତଃ ୪ ପ୍ରକାରର କରୋନା ଭୂତାଣୁର ସ୍ଥିତି ସ୍ପଷ୍ଟ ହୋଇଛି । ରାଜ୍ୟରେ ସଂକ୍ରମଣ କରୁଥିବା ଭୂତାଣୁ କେଉଁ ବର୍ଗର ତାହା ଚିହ୍ନଟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପୂର୍ବରୁ କରୋନା ଭୂତାଣୁ ବାୟୁରେ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇଥିଲା । ବର୍ତ୍ତମାନ ଏହି ଭୂତାଣୁ ବାୟୁରେ ସଂକ୍ରମଣ ହେବା ନେଇ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ କମ୍‌ ସମୟରେ ପରୀକ୍ଷା ରିପୋର୍ଟ ପାଇଁ ଆଣ୍ଟିଜେନ୍‌ ଟେଷ୍ଟ ଆରମ୍ଭ ହୋଇଛି ।

ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଚିନ୍ତା କରିବାର କିଛି ନାହିଁ । ଅଧିକ ସଂଖ୍ୟାରେ ନମୂନା ପରୀକ୍ଷା ହେଉଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଇଛି । ତେବେ କମ୍‌ ସମୟରେ ଅଧିକ ସଂଖ୍ୟକ ନମୂନା ପରୀକ୍ଷା କରିବା ସହିତ କମ୍‌ ଖର୍ଚ୍ଚରେ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଆଣ୍ଟିଜେନ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ୫ହଜାର ଓ ପରେ ଅଧିକ ୨୦ହଜାର କିଟ୍‌ ଜରିଆରେ ପରୀକ୍ଷା କରାଯିବ । ଅଧିକ ପଜିଟିଭ୍‌ ଚିହ୍ନଟ ହେଉଥିବା ଗଂଜାମ ଓ କଟକ ରହିଛି ଫୋକସ୍‌ରେ ।

ତେବେ ସବୁଠାରୁ ବଡକଥା ହେଲା ଦେଶରେ ୪ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ତାମିଲନାଡୁ ଓ ମହାରାଷ୍ଟ୍ରରୁ ଚିହ୍ନଟ ଭୂତାଣୁଙ୍କ ଲକ୍ଷଣ ଅନ୍ୟ ରାଜ୍ୟ ତୁଳନାରେ ସମ୍ପୂର୍ଣ ଭିନ୍ନ । ଉଭୟ ରାଜ୍ୟର ଫେରନ୍ତା ଆମ ରାଜ୍ୟରୁ ଚିହ୍ନଟ ହୋଇଥିବା ବେଳେ ଓଡିଶାରେ ସମସ୍ତ ୪ ପ୍ରକାରର ଭୂତାଣୁ ଥିବା ଆଶଙ୍କା କରାଯାଉଛି । ଏନେଇ ଅଧିକ ପରୀକ୍ଷା ଚାଲିଥିବା ବେଳେ ଖୁବ୍‌ଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଆଇଏଲଏସ୍‌ର ନିର୍ଦେଶକ ।

କରୋନା ଭୁତାଣୁର ଆକାର ବଡ଼ ଓ ଭାରି । ଏହା ସାଧାରଣତଃ ନିମ୍ନଭାଗରେ ରହିଥାଏ ଏବଂ ବାୟୁରେ ଅଧିକ ସମୟ ରହିପାରେ ନାହିଁ । କରୋନା ଭୁତାଣୁର ଲକ୍ଷଣ ନେଇ ପୂର୍ବରୁ ଏଭଳି ସୂଚନା ମିଳିଥିଲା । ତେବେ ବର୍ତ୍ତମାନ ଭୁତାଣୁର ଲକ୍ଷଣରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏହା ବାୟୁରେ ମଧ୍ୟ ସଂକ୍ରମଣ କରିପାରେ । ଏଥିପାଇଁ ଆବଦ୍ଧ କୋଠରୀରେ ନରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଖୋଲା ସ୍ଥାନରେ ରହିବା ଓ ଦୂରତା ରକ୍ଷା କଲେ ବାୟୁ ସଂକ୍ରମଣ ସମ୍ଭବପର ନୁହେଁ ବୋଲି ମତ ଦେଇଛନ୍ତି କିମ୍ସର ପ୍ରୋ ଭାଇସ୍‌ ଚାନ୍‌ସେଲର ।

କରୋନା ଭୁତାଣୁ ବାୟୁରେ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏପର୍ଯ୍ୟନ୍ତ ଗ୍ରୀନ୍‌ ସିଗନାଲ ଦେଇନାହିଁ । ଏନେଇ WHOର ନିଷ୍ପତ୍ତି ଓ ICMRର ଅନୁମତି ପରେ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

(ଶକ୍ତିଧର ରାଜଗୁରୁ)

କୋଭିଡ୍-୧୯ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଖର୍ଚ୍ଚ କାଟ ଅଭିଯାନ,ଦୁଇ ବର୍ଷ ପାଇଁ ନୂଆ ନିଯୁକ୍ତି ମନା

ଭୁବନେଶ୍ୱର: କୋଭିଡ୍-୧୯ ମହାମାରୀ କାରଣରୁ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢିଯାଇଛି । କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ଲକଡାଉନ୍ କାରଣରୁ ରୋଜଗାର ହରାଇଥିବା ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ରାଜ୍ୟ ସରକାରଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଛି । ଅନ୍ୟପକ୍ଷରେ ଲକଡାଉନ୍ ଓ ସଟ୍ ଡାଉନ୍ କାରଣରୁ ସରକାରଙ୍କୁ ରାଜସ୍ୱ ହରାଇବାକୁ ପଡିଛି । ଆଗକୁ କରୋନା ମୁକାବିଲା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖର୍ଚ୍ଚ କାଟ ପାଇଁ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି କ୍ରମରେ ଆଗାମୀ ଦୁଇ ବର୍ଷ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଛାଡିଦେଲେ ଅନ୍ୟ ବିଭାଗରେ ନୂଆ ନିଯୁକ୍ତି ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ନୂଆ ନିଯୁକ୍ତି ବ୍ୟତିତ ଖର୍ଚ୍ଚକାଟ ପାଇଁ ରାଜ୍ୟ ସରକାର ଆହୁରି କିଛି ନିଷ୍ପତ୍ତି ନେଇଛନ୍ତି ।

ଗସ୍ତ ଓ ବାହାନ ଖର୍ଚ୍ଚକାଟ

ନୂଆ ଗାଡି କିଣିବା ଉପରେ ଆଗାମୀ ଦୁଇ ବର୍ଷ ପାଇଁ ପ୍ରତିବନ୍ଧକ ଲାଗୁ କରାଯାଇଛି । ସରକାରୀ ଅଧିକାରୀଙ୍କୁ ଗସ୍ତରେ ନଯିବାକୁ ପରାମର୍ଶ ଦିଆଯାଇଛି । ଗସ୍ତ ବଦଳରେ ଭିଡିଓ କନଫରେନ୍ସିଂ ଜରିଆରେ ମିଟିଂ କରିବାକୁ କୁହାଯାଇଛି । ବିଦେଶ ଗସ୍ତକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ସରକାରୀ ଅଧିକାରୀ ପ୍ରଥମ ଶ୍ରେଣୀ ଏସିରେ ଟ୍ରେନ୍ ଯାତ୍ରା କରିପାରିବେ ନାହିଁ । ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଗସ୍ତରେ ଯାଉଥିବା ଅଧିକାରୀଙ୍କ ହୋଟେଲ ଖର୍ଚ୍ଚ ସରକାର ଦେବେ ନାହିଁ । ଅଧିକାରୀଙ୍କୁ ସେହି ସ୍ଥାନରେ ଥିବା ଓଡ଼ିଶା ଭବନରେ ରହିବାକୁ ପଡିବ ।

କେବଳ ସ୍ୱାସ୍ଥ୍ୟ ବିଭାଗ, ସୁରକ୍ଷା ପାଇଁ ଆବଶ୍ୟକ ଉପକରଣ ଏହି ସମୟସୀମା ମଧ୍ୟରେ ନୂଆ ଉପକରଣ କିଣା ଯାଇପାରିବ ।  ସରକାରୀ ଅଫିସ ସାଜସଜା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ମିଟିଂ, ସେମିନାର, ୱାର୍କସପ୍ ଓ ଅଫିସିଆଲ ଲଂଚ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଛି ।  ସରକାରୀ କର୍ମଚାରୀଙ୍କୁ ଘର,କମ୍ପ୍ୟୁଟର ଆଦି କିଣିବା ପାଇଁ କୌଣସି ପ୍ରକାରର ଆଡଭାନ୍ସ ଦିଆଯିବ ନାହିଁ ।  ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ LTC ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ ରହିବ ।

ନୂଆ ନିଯୁକ୍ତିକୁ ନା

କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଛାଡିଦେଲେ ଅନ୍ୟ କୌଣସି ବିଭାଗ ଆସନ୍ତା ଦୁଇ ବର୍ଷ ପାଇଁ ନୂଆ ନିଯୁକ୍ତି କରିପାରିବେ ନାହିଁ । ୫ବର୍ଷ ଧରି ଖାଲି ପଡିଥିବା ପଦବୀ ଆପେ ଆପେ ବିଲୋପ ହେବ । ପରାମର୍ଶଦାତ୍ତା, ଆଉଟସୋର୍ସିଂ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ନୂଆ ନିଯୁକ୍ତି ପାଇଁ  ଅର୍ଥ ବିଭାଗର ଆଗୁଆ ଅନୁମତି ଆବଶ୍ୟକ ହେବ ।

ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ, ପୁରୀକୁ ଯାଇପାରିବନି ମୃତଦେହ..!

ବୁଧାବାରଠାରୁ ବାହାର ଲୋକଙ୍କୁ ପୁରୀ ମନା ! କରୋନା ମହାମାରୀ କାରଣରୁ ରଥଯାତ୍ରା ପାଇଁ ପୁରୀ ସହର ଚାରିପଟୁ ସିଲ୍‌ ହୋଇଥିଲା ବେଳେ ଏବେ ରଥଯାତ୍ରା ପରେ ମଧ୍ୟ ସହର ବାହାର ଲୋକଙ୍କୁ ପୁରୀକୁ ବାରଣ କରାଯାଇଛି । ତେବେ ପୁରୀ ସହରକୁ ସମ୍ପୂର୍ଣ୍ଣ ବାରଣ ହୋଇନଥିବା ବେଳେ ସ୍ୱର୍ଗ ଦ୍ୱାରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

 ବାହାର ଜିଲ୍ଲାର କୌଣସି ମୃତ ଲୋକଙ୍କୁ  ପୁରୀ ସ୍ୱର୍ଗଦ୍ୱାରରେ ପୋଡ଼ିବାକୁ ସମ୍ପୂର୍ଣ୍ଣ ବାରଣ କରିଛି ପ୍ରଶାସନ । ସ୍ୱର୍ଗଦ୍ୱାରରେ ପୁରୀ ବାହାରର କେହିବି ଶବ ସତ୍କାର କରିପାରିବେ ନାହିଁ । କୋଭିଡ୍‌ କଟକଣା ଓ ସମସ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଅଧିକାଂଶ ଲୋକ ପ୍ରାୟତଃ ପୁରୀ ସ୍ୱର୍ଗଦ୍ୱାରରେ ଆତ୍ମୀୟ ସ୍ୱଜନଙ୍କ ଶବ ସତ୍କାର ତଥା ମହୋଦଧିରେ ଅସ୍ଥି ବିସର୍ଜନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ହେଲେ କରୋନା ଭଳି ବିଷମ ପରିସ୍ଥିତିରେ ଏହି ସବୁକୁ ବାରଣ କରାଯାଇଛି । ବୁଧବାରଠାରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ।

କରୋନା ପରିସ୍ଥିତି ସୁଧୁରିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ଅନୁମତି ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ।

ଏହାସହ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି, ପୋଲିସ ବିଭାଗ ଓ ମେଡିକାଲକୁ ଛାଡିଦେଲେ ଆସନ୍ତା ୧୫ ଦିନ ପାଇଁ ଜିଲ୍ଲାର ସମସ୍ତ ଅଫିସ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ । ନିଜ ନିଜ ତହସିଲ, କିମ୍ବା ବିଡ଼ିଓଙ୍କୁ ଜରୁରୀ କାମ ଥିଲେ ଫୋନ ଯୋଗେ ଯୋଗାଯୋଗ କରି କାର୍ଯ୍ୟ କରନ୍ତୁ । ନିକଟ ଅତୀତରେ ପୁରୀ ଜିଲ୍ଲାର ବିଭିନ୍ନ ଥାନା କିମ୍ବା ସରକାରୀ ଅଫିସ ବା ଅଗ୍ନିଶମ ବିଭାଗର କେସ୍‌ ହେଉ, କୋଭିଡ୍‌ ଯୋଗୁଁ ବିଗତ ଦିନରେ ସିଲ ହୋଇଛି ।

Puri-Collector

ଯଦି କାହାପାଖରେ କରୋନାର ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଆଶା ଦିଦିକୁ କଣ୍ଟାକ୍ଟ କରି ଏ ବିଷୟରେ ଜଣାନ୍ତୁ । ବୁଧବାରଠୁ ସହରରେ ସୋସିଆଲ ଡିଷ୍ଟାନ୍ସ ଓ ମାସ୍କ ଉପରେ କଡ଼ାକଡ଼ି ନଜର ଦିଆଯିବ । ସମସ୍ତେ ନିଜର ଟ୍ରାଭେଲ୍‌ ହିଷ୍ଟ୍ରୀ ମେଣ୍ଟେନ କରନ୍ତୁ ଓ ଅତ୍ୟାବଶ୍ୟକ ନହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଡ କରନ୍ତୁ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

Puri Medical

କପଡ଼ା ମାସ୍କ କି ଷ୍ଟାଇଲ ମାସ୍କ ଆପଣଙ୍କୁ କରୋନାରୁ ବଞ୍ଚାଇ ପାରିବ ନାହିଁ !

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିଶ୍ୱରେ ବଢ଼ିବାରେ ଲାଗିଛି । ଦେଶରେ ମଧ୍ୟ ଥମିବାରେ ନାଁ ଧରୁନି କରୋନା । ଭାରତରେ କରୋନା ଭାଇରସ ସଂକ୍ରମଣର ମୋଟ ମାମଲା ୭ ଲକ୍ଷ ୨୦ ହଜାରରୁ ଅଧିକ । ଦିଲ୍ଲୀରେ ଏହି ସଂଖ୍ୟା ଏକ ଲକ୍ଷ ପାଖାପାଖି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ  । ଏଥିରୁ ଦୁରେଇ ରହିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି । କିଛି ଦିନ ପୂର୍ବରୁ କରୋନା ଭାଇସର ନେଇ ଏହା ମଧ୍ୟ ଖୁଲା ହୋଇଛି କି ବାୟୁ ଦ୍ୱାରା ମଧ୍ୟ ଏହା ବ୍ୟାପିଥାଏ । ଏବେ ଆପଣ ଜାଣିବା ଉଚିତ୍ କି କେଉଁ ପ୍ରକାରର ମାସ୍କ ପିନ୍ଧିବେ ।

ଯେତେବେଳେ ବିଶ୍ୱର ୨୩୯ ବୈଜ୍ଞାନିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୁ ଲେଖିଛନ୍ତି ଯେ କରୋନା ଭୂତାଣୁ ବାୟୁ ଦ୍ୱାରା ବ୍ୟାପିପାରେ । ଯେଉଁଥିପାଇଁ ତା’ପରେ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ ହୋଇଯାଏ । କିନ୍ତୁ କୌଣସି ପ୍ରକାରର ମାସ୍କ ଆପଣଙ୍କ ପାଇଁ ସୁରକ୍ଷିତ ନୁହେଁ । ଆପଣ ଜାଣିବା ଉଚିତ୍ କେଉଁ ପୋଷାକ ଏବଂ କେଉଁ ସାଇଜ୍ ମାସ୍କ ଆପଣଙ୍କୁ କୋଭିଡ ୧୯ ରୁ ରକ୍ଷା କରିବାରେ ପ୍ରଭାବଶାଳୀ ହେବ ।

ଯେହେତୁ ସମସ୍ତଙ୍କର N-95 ମାସ୍କ ବ୍ୟବହାର କରିବାର ସୁବିଧା ନାହିଁ । ଏପରି ପରିସ୍ଥିତିରେ, ସୁରକ୍ଷା ପାଇଁ କେଉଁ ପ୍ରକାରର ମାସ୍କ ଭଲ ତାହା ଆପଣ ବୁଝିବା ଜରୁରୀ । ତଥାପି, ଏହାର ଅନେକ ଦିଗ ଉପରେ ଅନୁସନ୍ଧାନ କରାଯାଉଛି । ଫ୍ଲୋରିଡା ଆଟଲାଣ୍ଟିକ୍ ୟୁନିଭରସିଟି ନିକଟରେ ମାସ୍କର ପ୍ରଭାବ ଉପରେ ଏକ ଅନୁସନ୍ଧାନ କରିଥିଲା । ​​ଏବଂ ଏହା ଜାଣିବାକୁ ପାଇଲା କେଉଁ ପ୍ରକାରର ମାସ୍କ ଆପଣଙ୍କୁ କାଶ ବା ଛିଙ୍କରୁ ରକ୍ଷା କରିପାରବ ।

ଏହି ଗବେଷଣାରେ ଯାହା ମିଳିଲା ତାହା ଫିଜିକ୍ସ ଅଫ୍ ଫ୍ଲୁଇଡ୍ ନାମକ ଏକ ପତ୍ରିକାରେ ପ୍ରକାଶିତ ହୋଇଥିଲା  । ଏହା ଅନୁଯାୟୀ, ଘରେ ତିଆରି ହୋଇଥିବା ଏକ ମାସ୍କ ଆଗରୁ ଆସୁଥିବା ତରଳ ବୁନ୍ଦା ରୋକିବାରେ ପ୍ରଭାବଶାଳୀ । କିନ୍ତୁ ଏହା ଉପରୁ ପ୍ରଭାବଶାଳୀ ଦେଖାଯାଏ ନାହିଁ, ଯାହା ନାକରୁ ପାଟି ପର୍ଯ୍ୟନ୍ତ ଫାଙ୍କା ହୋଇଥାଏ ।

* ଯେଉଁ ମାସ୍କରେ କପଡ଼ାର ଏକାଧିକ ଫୋଲ୍ଡ ଅଛି, ଏକ କୋଣ ଆକୃତି ଏବଂ ମୁହଁରେ ଭଲ ଫିଟ୍, ସହି ମାସ୍କ ସକ୍ରିୟା ବୁନ୍ଦା ରୋକିବାରେ ପ୍ରଭାବଶାଳୀ ।

* ରୁମାଲକୁ ଫୋଲ୍ଡିଂ ଭଳି ବାନ୍ଧିବା ଷ୍ଟାଇଲରେ ଯେଉଁ ମାସ୍କ ସବୁ ତିଆରି କରାଯାଇଥିଲା ସେହି ମାସ୍କ ଗୁଡ଼ିକ ତରଳ ବୁନ୍ଦା ରୋକିବାରେ କମ୍ ପ୍ରଭାବଶାଳୀ ଦେଖାଯାଉଥିଲା ।

* ଘରେ ତିଆରି କୋନ ଆକୃତିର ମାସ୍କ ରେ କପଡ଼ାର ଗୁଣ ଅନୁଯାୟୀ କିଛି ଲିକେଜ୍ ଦେଖା ଯାଇଥିଲା ।

ଅନୁସନ୍ଧାନକାରୀମାନେ ଏକ ମାସ୍କ ପିନ୍ଧିବାର ପ୍ରଭାବ ଖୋଜିବା ପାଇଁ ଏକ ପରୀକ୍ଷା କରିଥିଲେ । ଯେଉଁଥିରେ ଜଣାପଡ଼ିଥିଲା କାଶିବା କି ଛିଙ୍କିବା ପରେ ଏହାର ତରଳ ବୁନ୍ଦା ମୁକ୍ତ ହୋଇଥାଏ । କୁହୁଡ଼ି / ଧୂଆଁ ଆକାରର ଏହି ବୁନ୍ଦା ଗୁଡିକ ତରଳିବା ଏବଂ ବାୟୁରେ ପ୍ରବାହିତ ହେଉଥିବା ଦେଖାଗଲା । ତା’ପରେ କେଉଁ ମାସ୍କ ଏହି ବୁନ୍ଦା ଗୁଡିକୁ ରୋକିପାରେ ତାହା ମଧ୍ୟ ଦେଖାଗଲା ।

ଏହି ପରୀକ୍ଷଣରେ, ଏହା ଦେଖାଗଲା ଯେ ରୁମାଲ ଏବଂ ବାନ୍ଧିବା ଶୈଳୀ ଏହା ରୋକିବାରେ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇନାହିଁ ଏବଂ ବୁନ୍ଦା ଏହିପରି କଭରକୁ ସହଜରେ ଭେଦ କରିପାରେ । ଏକାଧିକ ଫୋଲ୍ଡ ସହିତ ମୋଟା କିମ୍ବା କୋନ ଆକୃତିର ମାସ୍କଗୁଡିକ ବୁନ୍ଦା ରୋକିବାରେ ଅଧିକ ପ୍ରଭାବଶାଳୀ ଦେଖାଯାଉଥିଲା ।

ଏଣିକି CBSE ପରୀକ୍ଷାରେ ଆସିବନି ସବୁ ବିଷୟର ପ୍ରଶ୍ନ, ସିଲାବସ୍‌ କମାଇଲା ବୋର୍ଡ

ଏଥର ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କମିବ ସିବିଏସ୍ଇ ସିଲାବସ୍ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍‌ କମାଇବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ମହାମାରୀ କାରଣରୁ ସାରା ଦେଶ ଏବେ ଳକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଛି । କରୋନା ଭୟରେ ଲୋକେ ଘରୁ ବାହାରିବାକୁ ବି ଡରିଲେଣି । କାରଣ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି ।

CBSE

ଏମିତିକି ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଉପରେ ମଧ୍ୟ କରୋନା ପ୍ରଭାବ ଦେଖିବାକୁ ମିଳିଛି । ପିଲାମାନେ ସ୍କୁଲ ଯାଇପାରୁ ନାହାନ୍ତି କି ଟ୍ୱିସନ୍‌ । ତେବେ ସବୁଠାରୁ ବଡ଼ କଥା ହେଲା ସିବିଏସ୍‌ ପକ୍ଷରୁ ସିଲାବସ୍‌ କମାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ସେଥିରେ କୁହାଯାଇଛି, ଯେଉଁ ବିଷୟ ଗୁଡ଼ିକୁ ବଦ୍ ଦିଆଯାଇଥିବ ସେହି ସବୁ ବିଷୟରୁ ପରୀକ୍ଷାରେ ପ୍ରଶ୍ନ ଆସିବ ନାହିଁ ।

CBSE

ବିଭିନ୍ନ ସ୍କୁଲରେ ଟିଏମସି ଖୋଲାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉକ୍ତ ଶ୍ରେଣୀଗୃହରେ ଶିକ୍ଷାଦାନ କରାଯାଇପାରିବ ନାହିଁ । ପାଠ୍ୟକ୍ରମ କମିଟି ଏବଂ ବୋର୍ଡର ପରିଚାଳନା ପରିଷଦର ଅନୁମୋଦନ କ୍ରମେ ପାଠ୍ୟକ୍ରମରେ କରାଯାଇଥିବା ପରିବର୍ତ୍ତନ ସଂପୃକ୍ତ ପାଠ୍ୟକ୍ରମ କମିଟି ଦ୍ୱାରା ଚୂଡାନ୍ତ ହୋଇଛି ।

କୋଭିଡ୍‌ ସଂକ୍ରମିତ ଓ ଯୋଦ୍ଧାଙ୍କୁ ଦିଆଯିବ ମାନବିକତାର ସ୍ପର୍ଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍‌ ରୋଗୀ ଓ ଯୋଦ୍ଧାଙ୍କୁ ଦିଆଯିବ ମାନବିକତାର ସ୍ପର୍ଶ । କୋଭିଡ୍‌ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରାଯିବ । ଏଥିପାଇଁ ଏହାକୁ ମୋ ସରକାରରେ ସାମିଲ କରାଯିବ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତି ମୁକାବିଲା ପାଇଁ କୋଭିଡ୍‌ ରୋଗୀ ଓ ଯୋଦ୍ଧାଙ୍କ ମତାମତ ନିଆଯିବ । ସେହିଭଳି ଏବେ ରାଜ୍ୟର ୧୯ଟି ଲାବରେଟୋରିରେ କୋଭିଡ୍‌ ପରୀକ୍ଷା ହେଉଥିବା ବେଳେ ଆଗକୁ ପୁରୀ, ଅନୁଗୁଳ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି ଓ କେନ୍ଦୁଝରରେ ମଧ୍ୟ ପରୀକ୍ଷା ବ୍ୟବସ୍ଥା କରାଯିବ ।

85 new positives found in cuttack

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍‌ ଯୋଦ୍ଧା ଓ ରୋଗୀମାନଙ୍କ ଠାରୁ ମତାମତ ସଂଗ୍ରହ କରିବେ । ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା ସହାୟକ ହେବ । ସେହିପରି ରୋଗୀଙ୍କ ପରିବାରକୁ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କୋଭିଡ୍‌ ଯୋଦ୍ଧାମାନେ କିପରି ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଣିକି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ କୋଭିଡ୍‌ କେୟାର ହୋମ୍‌ର ତଦାରଖ ପାଇଁ ଅନଲାଇନ୍‌ ବ୍ୟବସ୍ଥା କରାଯିବ । ଏହା ସହିତ ବିଭିନ୍ନ କୋଭିଡ୍‌ ଡାକ୍ତରଖାନା ମଧ୍ୟରେ ଆମ୍ବୁଲାନ୍ସ ସେବାକୁ ସୁବ୍ୟବସ୍ଥିତ କରିବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସବୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ହଟ୍‌ସ୍ପଟ୍‌ ଜିଲ୍ଲା ମାନଙ୍କରେ ଆଣ୍ଟିଜେନ୍‌ ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ଏସପିଙ୍କ ମତାମତ ଆଧାରରେ ରାଜ୍ୟ ସରକାର ଏକ ଲୋକାଭିମୁଖୀ କୋଭିଡ ମୁକାବିଲା ଯୋଜନା ପ୍ରସ୍ତୁତ କରିଛନ୍ତି ।

ଜାଣନ୍ତୁ କେମିତି କରିବେ ରୁଦ୍ରାଭିଷେକ

ରୁଦ୍ରାଭିଷେକ କରିବା ପାଇଁ କେଉଁଟା ସବୁଠାରୁ ଉତ୍ତମ ସମୟ ଆସନ୍ତୁ ଜାଣିବା-

ଶିବବାସ ନିର୍ଣ୍ଣୟ –

-ରୁଦ୍ରାଭିଷେକ କରିବା ପାଇଁ ଭଗବାନ ଶିବଙ୍କର ଉପସ୍ଥିତି ( ଶିବବାସ ) ଦେଖିବା ଅତ୍ୟନ୍ତ ଆବଶ୍ୟକ ଅଟେ ।

-ଭଗବାନ ଶିବଙ୍କର ନିବାସ ନ ଦେଖି କେବେ ବି ରୁଦ୍ରାଭିଷେକ କରନ୍ତୁ ନାହିଁ, ଖରାପ ପ୍ରଭାବ ପଡିଥାଏ ।

-ଭଗବାନ ଶିବଙ୍କର ନିବାସ ସେତେବେଳେ ଦେଖିବା ଉଚିତ ଯେତେବେଳେ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଅଭିଷେକ କରିବେ ।

ଭଗବାନ ଶିବଙ୍କର ନିବାସ କେତେବେଳେ ମଙ୍ଗଳକାରକ ହୋଇଥାଏ ?

ଦେବଦେବ ମହାଦେବ ବ୍ରହ୍ମାଣ୍ଡ ରେ ସବୁବେଳେ ବିଭିନ୍ନ ଅବସ୍ଥାରେ ଅବସ୍ଥାନ କରନ୍ତି । ମହାଦେବ କେତେବେଳେ ମାଆ ଗୌରୀଙ୍କ ସାଥିରେ ଥାଆନ୍ତି ତ କେତେବେଳେ କୈଳାସ ଉପରେ ବିରାଜମାନ କରିଥାନ୍ତି । ଜ୍ୟୋତିଷାଚାର୍ଯ୍ୟ ମାନଙ୍କ ମତ ଅନୁସାରେ ରୁଦ୍ରାଭିଷେକ ସେତେବେଳେ କରିବା ଉଚିତ ଯେତେବେଳେ ଶିବଙ୍କର ନିବାସ ମଙ୍ଗଳକାରକ ହୋଇଥିବ ।

– ପ୍ରତ୍ୟେକ ମାସର ଶୁକ୍ଳପକ୍ଷ ଦ୍ଵିତୀୟା ଏବଂ ନବମୀ ରେ ଭଗବାନ ଶିବ ମା’ ଗୌରୀ ଙ୍କ ସାଥିରେ ଥାଆନ୍ତି ।

– ପ୍ରତ୍ୟେକ ମାସର କୃଷ୍ଣପକ୍ଷର ପ୍ରତିପଦ, ଅଷ୍ଟମୀ ଏବଂ ଅମାବାସ୍ୟା ଦିନ ମଧ୍ୟ ଭଗବାନ ଶିବ ମାଆ ଗୌରୀଙ୍କ ସହିତ ରହିଥାନ୍ତି।

– କୃଷ୍ଣପକ୍ଷର ଚତୁର୍ଥୀ ଏବଂ ଏକାଦଶୀ ଦିନ ମହାଦେବ କୈଳାସ ଉପରେ ବିରାଜମାନ କରିଥାନ୍ତି।

– ଶୁକ୍ଳପକ୍ଷର ପଞ୍ଚମୀ ଏବଂ ଦ୍ଵାଦଶୀ ତିଥିରେ ମଧ୍ୟ ମହାଦେବ କୈଳାସ ଉପରେ ରହିଥାନ୍ତି।

– କୃଷ୍ଣପକ୍ଷର ପଞ୍ଚମୀ ଏବଂ ଦ୍ଵାଦଶୀ ତିଥିରେ ଭଗବାନ ଶିବ ନନ୍ଦୀ ଉପରେ ବିରାଜମାନ ହୋଇ ସମ୍ପୂର୍ଣ୍ଣ ବିଶ୍ୱ ଭ୍ରମଣ କରନ୍ତି।

– ଶୁକ୍ଳପକ୍ଷର ଷଷ୍ଠୀ ତିଥିରେ ମଧ୍ୟ ମହାଦେବ ବିଶ୍ୱ ଭ୍ରମଣ କରିଥାନ୍ତି।

– ରୁଦ୍ରାଭିଷେକ କରିବା ପାଇଁ ଏହି ତିଥି ଗୁଡ଼ିକରେ ମହାଦେବଙ୍କ ନିବାସ ମଙ୍ଗଳକାରକ ହୋଇଥାଏ।

ଭଗବାନ ଶିବଙ୍କର ନିବାସ କେତେବେଳେ ‘ଅନିଷ୍ଟକାରୀ’ ହୋଇଥାଏ ?

ଶିବଙ୍କୁ ଆରାଧନା କରିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଉଛି ରୁଦ୍ରାଭିଷେକ କିନ୍ତୁ ରୁଦ୍ରାଭିଷେକ କରିବା ପୂର୍ବରୁ ଶିବଙ୍କ ଅନିଷ୍ଟକାରୀ ନିବାସ ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ ।

– କୃଷ୍ଣପକ୍ଷର ସପ୍ତମୀ ଏବଂ ଚତୁର୍ଦ୍ଦଶୀ ଦିନ ଭଗବାନ ଶିବ ‘ଶ୍ମଶାନ’ ରେ ସମାଧିସ୍ଥ ଅବସ୍ଥାରେ ଥାଆନ୍ତି ।

– ଶୁକ୍ଳପକ୍ଷର ପ୍ରତିପଦ, ଅଷ୍ଟମୀ ଏବଂ ପୂର୍ଣ୍ଣିମା ରେ ମଧ୍ୟ ଭଗବାନ ଶିବ ସମାଧିସ୍ଥ ଅବସ୍ଥାରେ ଥାଆନ୍ତି।

– କୃଷ୍ଣପକ୍ଷର ଦ୍ଵିତୀୟା ଏବଂ ନବମୀ ରେ ମହାଦେବ ଦେବତା ମାନଙ୍କର ସମସ୍ୟା ଶୁଣନ୍ତି।

– ଶୁକ୍ଳପକ୍ଷର ତୃତୀୟା ଏବଂ ଦଶମୀ ଦିନ ମଧ୍ୟ ଭଗବାନ ଶିବ ଦେବଗଣଙ୍କ ସମସ୍ୟା ଶୁଣନ୍ତି।

– କୃଷ୍ଣପକ୍ଷର ତୃତୀୟା ଏବଂ ଦଶମୀ ଦିନ ନଟରାଜ କ୍ରୀଡ଼ାରେ ବ୍ୟସ୍ତ ରହନ୍ତି।

– ଶୁକ୍ଳପକ୍ଷର ଚତୁର୍ଥୀ ଏବଂ ଏକାଦଶୀ ଦିନ ମଧ୍ୟ ନଟରାଜ କ୍ରୀଡ଼ାରେ ବ୍ୟସ୍ତ ରହନ୍ତି।

– କୃଷ୍ଣପକ୍ଷର ଷଷ୍ଠୀ ଏବଂ ତ୍ରୟୋଦଶୀ ତିଥିରେ ଭଗବାନ ରୁଦ୍ର ଭୋଜନ କରନ୍ତି।

– ଶୁକ୍ଳପକ୍ଷର ସପ୍ତମୀ ଏବଂ ଚତୁର୍ଦ୍ଦଶୀ ଦିନ ମଧ୍ୟ ଭଗବାନ ରୁଦ୍ର ଭୋଜନ କରନ୍ତି।

– ଏହି ସମସ୍ତ ତିଥିରେ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଅଭିଷେକ କରାଯାଇପାରିବ ନାହିଁ।

କେଉଁଦିନ ତିଥିର ବିଚାର କରାଯାଏ ନାହିଁ ?

–  ଶିବରାତ୍ରୀ, ପ୍ରଦୋଷ ଏବଂ ଶ୍ରାବଣ ମାସର ସୋମବାର ଦିନ ଶିବଙ୍କର ନିବାସ ବିଷୟରେ ବିଚାର କରାଯାଏ ନାହିଁ।

– ସିଦ୍ଧି ପୀଠ ଅଥବା ଜ୍ୟୋତିର୍ଲିଙ୍ଗ କ୍ଷେତ୍ରରେ ମଧ୍ୟ ଭଗବାନ ଶିବଙ୍କର ନିବାସ ଉପରେ ବିଚାର କରାଯାଏ ନାହିଁ।

ରୁଦ୍ରାଭିଷେକ କଲେ କ’ଣ କ’ଣ ଲାଭ ମିଳିଥାଏ ?

ଶିବ ପୁରାଣ ଅନୁସାରେ କେଉଁ ଦ୍ରବ୍ୟରେ ଅଭିଷେକ କଲେ କ’ଣ ଫଳ ମିଳେ ଅର୍ଥାତ୍ ଯେଉଁ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ରୁଦ୍ରାଭିଷେକ କରାଯାଏ ସେଥିପାଇଁ କେଉଁ ଦ୍ରବ୍ୟର ଆବଶ୍ୟକତା ରହିଛି ସେ ବିଷୟରେ ଶିବ ପୁରାଣ ରେ ଉଲ୍ଲେଖ କରାଯାଇଛି । ଏହାର ବିସ୍ତୃତ ବିବରଣୀ ପ୍ରସ୍ତୁତ କରୁଛି ଏବଂ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ଏହିଭଳି ଭାବରେ ରୁଦ୍ରାଭିଷେକ କଲେ ଏହାର ସମ୍ପୂର୍ଣ୍ଣ ଫଳ ପାଇପାରିବେ ।

ଶ୍ଳୋକ-

ଜଳେନ ବୃଷ୍ଟିମାପ୍ନୋତି ବ୍ୟାଧିଶାନ୍ତି କୁଶୋଦକୈ

ଦଧ୍ନା ଚ ପଶୁକାମାୟ ଶ୍ରିୟା ଇକ୍ଷୁରସେନ ବୈ ।

ମଧ୍ବାଜ୍ୟେନ ଧନାର୍ଥୀ ସ୍ୟାନ୍ମୁମୁକ୍ଷୁସ୍ତୀର୍ଥବାରିଣା।

ପୁତ୍ରାର୍ଥୀ ପୁତ୍ରମାପ୍ନୋତି ପୟସା ଚାଭିଷେଚନାତ୍ ।।

ଵନ୍ଧ୍ୟା ବା କାକଵଂଧ୍ୟା ବା ମୃତବତ୍ସା ଯାଂଗନା।

ଜ୍ବରପ୍ରକୋପଶାଂତ୍ୟର୍ଥମ୍ ଜଳଧାରା ଶିବପ୍ରିୟା ।।

ଘୃତଧାରା ଶିବେ କାର୍ଯ୍ୟା ଯାବନ୍ମନ୍ତ୍ରସହସ୍ତ୍ରକମ୍।

ତଦା ବଂଶସ୍ୟବିସ୍ତାରୋ ଜାୟତେ ନାତ୍ର ସଂଶୟଃ।

ପ୍ରମେହ ରୋଗଶାଂତ୍ୟର୍ଥମ୍ ପ୍ରାପ୍ନୁୟାତ ମାନ୍ସେପ୍ସିତମ।

କେବଳଂ ଦୁଗ୍ଧଧାରା ଚ ବଦା କାର୍ଯ୍ୟା ବିଶେଷତଃ।

ଶର୍କରା ମିଶ୍ରିତା ତତ୍ର ଯଦା ଵୁଦ୍ଧିର୍ଜଡା ଭବେତ୍।

ଶ୍ରେଷ୍ଠା ଵୁଦ୍ଧିର୍ଭବେତ୍ତସ୍ୟ କୃପୟା ଶଙ୍କରସ୍ୟ ଚ!!

ସାର୍ଷପେନୈବ ତୈଳେନ ଶତ୍ରୁନାଶୋ ଭବେଦିହ!

ପାପକ୍ଷୟାର୍ଥୀ ମଧୁନା ନିର୍ବ୍ୟାଧିଃ ସର୍ପିଷା ତଥା।।

ଜୀବନାର୍ଥୀ ତୂ ପୟସା ଶ୍ରୀକାମୀକ୍ଷୁରସେନ ବୈ।

ପୁତ୍ରାର୍ଥୀ ଶର୍କରାଯାସ୍ତୁ ରସେନାର୍ଚେତିଛବଂ ତଥା।

ମହଲିଙ୍ଗାଭିଷେକେନ ସୁପ୍ରୀତଃ ଶଂକରୋ ମୁଦା।

କୁର୍ଯ୍ୟାଦ୍ବିଧାନଂ ରୁଦ୍ରାଣାଂ ଯଜୁର୍ବେଦ୍ବିନିର୍ମିତମ୍।

ଅର୍ଥାତ୍

-ଜଳରେ ରୁଦ୍ରାଭିଷେକ କଲେ – ବୃଷ୍ଟି ହୋଇଥାଏ।

-କୁଶଜଳରେ ଅଭିଷେକ କଲେ -ରୋଗ, ଦୁଃଖ ଦୂର ହୋଇଥାଏ।

-ଦହିରେ ଅଭିଷେକ କଲେ –  ପଶୁ, ଭବନ ତଥା ବାହନ ପ୍ରାପ୍ତି ହୋଇଥାଏ।

-ଆଖୁ ରସରେ ଅଭିଷେକ କଲେ – ଲକ୍ଷ୍ମୀ ପ୍ରାପ୍ତି ।

-ମହୁମିଶ୍ରିତ ଜଳରେ ଅଭିଷେକ କଲେ –  ଧନବୃଦ୍ଧି ହୋଇଥାଏ।

-ତୀର୍ଥ ଜଳରେ ଅଭିଷେକ କଲେ – ମୋକ୍ଷ ପ୍ରାପ୍ତି ହୋଇଥାଏ।

-ଅତର ମିଶ୍ରିତ ଜଳରେ ଅଭିଷେକ କଲେ – ରୋଗ ଦୂର ହୋଇଥାଏ।

-କ୍ଷୀର ରେ ଅଭିଷେକ କଲେ – ପୁତ୍ର ପ୍ରାପ୍ତି, ପ୍ରମେହ ରୋଗ ପ୍ରଶମିତ ହୋଇଥାଏ ତଥା ମନସ୍କାମନା ପୂର୍ଣ୍ଣ ହୋଇଥାଏ।

-ଗଙ୍ଗାଜଳ ରେ ଅଭିଷେକ କଲେ – ଜ୍ୱର ଭଲ ହୋଇଥାଏ।

-କ୍ଷୀର ଶର୍କରା ମିଶ୍ରିତ  ଅଭିଷେକ କଲେ – ସଦ୍ ବୁଦ୍ଧି ପ୍ରାପ୍ତି ହୋଇଥାଏ।

-ଘିଅ ରେ ଅଭିଷେକ କଲେ – ବଂଶ ବିସ୍ତାର ହୋଇଥାଏ।

-ଷୋରିଷ ତେଲରେ ଅଭିଷେକ କଲେ – ରୋଗ ତଥା ଶତ୍ରୁ ନାଶ ହୋଇଥାଏ।

-ଶୁଦ୍ଧମହୁ ରେ ଅଭିଷେକ କଲେ – ପାପ କ୍ଷୟ ହୋଇଥାଏ।

ଏହିପରି ଭଗବାନ ଶିବଙ୍କର ରୁଦ୍ର ରୂପର ପୂଜା ଏବଂ ଅଭିଷେକ କଲେ ଭକ୍ତମାନଙ୍କର ଜାଣ- ଅଜାଣତରେ ହୋଇଥିବା ପାପ ଆଚରଣ ଶିଘ୍ର କ୍ଷୟ ହୋଇଥାଏ ଏବଂ ସାଧକ ମଧ୍ୟରେ ଶିବତ୍ୱ ରୂପ ସତ୍ୟ ଶିବ ସୁନ୍ଦର ଉଦୟ ହୋଇଥାଏ ଏହାପରେ ଭଗବାନ ଶିବଙ୍କର ଶୁଭ ଆଶୀର୍ବାଦ ରୁ ସମୃଦ୍ଧି, ଧନ- ଧାନ୍ୟ, ବିଦ୍ୟା ତଥା ସନ୍ତାନ ପ୍ରାପ୍ତି ସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

   (ପଣ୍ଡିତ ରୋହିତ କୁମାର ଦାସ)

ପଢ଼ନ୍ତୁ: ଶିବ ପୁରାଣରେ ଉଲ୍ଲେଖ ଏହି ୧୦ଟି କଥାକୁ ଆପଣାନ୍ତୁ, ବଦଳିଯିବ ଆପଣଙ୍କ ଜୀବନ

ସେବା ଥିଲା ଜୀବନର ମନ୍ତ୍ର, ଅଲୋଡା ଲୋକଙ୍କ ପାଇଁ ଗଢିଥିଲେ ବୃଦ୍ଧାଶ୍ରମ

ଭୁବନେଶ୍ୱର: ସାହାଯ୍ୟ ପାଇଁ ରାସ୍ତାରୁ ରାସ୍ତାକୁ ଘୁରି ବୁଲେ । ଘୃଣାର ଦୁନିଆରେ ସ୍ନେହର ବସ୍ତା ସାଙ୍ଗରେ ଧରି ଚାଲେ । କେଉଁଠି ଟିକେ ସ୍ନେହ ଅଭାବି ମଣିଷଟେ ଦେଖିଲେ ପୁଳା ପୁଳା ଭଲପାଇବା ଓଜାଡ଼ି ପାକାଏ । ସେଥିପାଇଁ ତ ପରିଶ୍ରମର ଇଟାକୁ ଯୋଡ଼େଇ କରି ଭାବର ଆଜବେଷ୍ଟ ପକାଇ ତିଆରି କରିଥିଲେ ଗୋଟେ ବୃଦ୍ଧାଶ୍ରମ । ପକେଟରେ ସ୍ନେହର ଟଙ୍କାକୁ ସମ୍ବଳ କରି ଆଗେଇ ଚାଲିଥିଲେ ବୃଦ୍ଧଙ୍କୁ ସାହାଯ୍ୟ କରି । ବୟସର ଅପରାହ୍ନରେ ଆସି ସମ୍ପର୍କକୁ ହରାଇଥିବା ଲୋକଙ୍କୁ ଦେଉଥିଲେ ସମ୍ପର୍କର ନୂଆ ଠିକଣା “ମାନବ ପ୍ରେମୀ ଆଦିତ୍ୟର ମନ” । ତାଙ୍କ ମନରେ ଥିଲା ଅଗାଢ ପ୍ରେମ ।

କେତେବେଳେ ଅଲୋଡ଼ା ବାପ ପାଇଁ ପୁଅଟେ ହେଉଥିଲେ ତ ପୁଣି କେତେବେଳେ ମାଆ ଡାକରେ ଭରି ଦେଉଥିଲେ ଅଲୋଡ଼ା ମାଆର ପଣତ । ଖାଲି ସେତିକି ନୁହେଁ ବୃଦ୍ଧା ଆଶ୍ରମରେ ବୃଦ୍ଧ ମାନଙ୍କର ଶେଷ ଇଚ୍ଛା ପୂରଣ ପାଇଁ ଯେମିତି ସେ ପଣ ନେଇଥିଲେ । ଆଶ୍ରମରେ କେହି ବି ମରିଗଲେ ଚାରି କାନ୍ଧ ଭିତରୁ ଗୋଟେ କାନ୍ଧ ହେଉଥିଲେ ସେ । ଅନ୍ତେଷ୍ଟିକ୍ରିୟା ପୁଅଟେ ହୋଇ ନିଭାଉଥିଲେ । ସେହି ଭଳି ଜଣେ ମଣିଷ ଥିଲେ ଆଦିତ୍ୟ ଦାସ । କେହି କେହି ତାକୁ ଆଦି ବୋଲି ବି ସ୍ନେହରେ ଡ଼ାକନ୍ତି । କିନ୍ତୁ ଆଜି ସେ ସମସ୍ତଙ୍କୁ ପର କରି ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ।

ମରଣ କେତେବଳେ ଯେ ତାର ଅଧିନକୁ ନେଇଯିବ ସେକଥା କିଏବା ଜାଣିଥାଏ । ଦୁନିଆକୁ  ଭଲ ପାଇବା ଶିଖାଉଥିବା ଆଦି ଯେ ଆଜି ଏମିତି କିଛି କରିବ ତାହା କେହିବି ଭାବିପାରୁ ନାହାନ୍ତି । ଅନ୍ୟକୁ ପ୍ରେରଣା, ପ୍ରୋତ୍ସାହିତ କରିବାରେ ସେ ଥିଲେ ମାହିର୍ । ସୋସିଆଲ୍ ମିଡିଆରେ ଯାହାଙ୍କ ଭିଡିଓକୁ ଦେଖି ଅନୁପ୍ରାଣିତ ହେଉଥିଲେ ଅନେକ । ମଣିଷର ମନ କଥା ବୁଝୁଥିବା ମଣିଷ ଟିଏ ଥିଲେ ଆଦିତ୍ୟ ଦାଶ । ସ୍ୱେଚ୍ଛାସେବୀ ସଂଗଠନ ‘ପିପୁଲ୍ ଫର୍ ସେବା’ ଗଠନ କରି ଅସହାୟଙ୍କ ନିକଟରେ ଅସମୟରେ ଛିଡ଼ା ହେଉଥିଲେ ।

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ମାତ୍ର କିଛି ଦିନ ମଧ୍ୟରେ ସମାଜ ପାଇଁ ସେ ବହୁତ କିଛି କରିଥିଲେ । ପରକୁ ଆପଣାର କରୁଥିଲେ । ମଣିଶଠାରୁ ପଶୁ ସମସ୍ତଙ୍କ ପାଇଁ ତାଙ୍କ ମନରେ ଥିଲା ଭଲ ପାଇବା । ଏବେ କିନ୍ତୁ ଆଦି ଇତିହାସ । ତାଙ୍କ ମୃତ୍ୟୁ ଗୋଟିଏ ବଡ ପ୍ରଶ୍ନ । ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ଧନ୍ଦି ହେଉଛନ୍ତି ତାଙ୍କ ପରିବାର ଓ ପ୍ରଶଂସକ ।

 

ଆଦିତ୍ୟ କେବଳ ଯେ ଖାଲି ବୃଦ୍ଧାଶ୍ରମ କରିଥିଲେ ତାହା ନୁହେଁ  । ସେ ଓଡ଼ିଶାର ପ୍ରତ୍ୟକଟି କୋଣ ଅନୁକୋଣକୁ ଯାଇ ମଦ ବିରୋଧି ଆନ୍ଦୋନ ଲଢ଼ିଥିଲେ । ମହାତ୍ମାଗାନ୍ଧି ଯେମିତି ଅହିଂସା ବିରୁଦ୍ଧରେ ଲଢ଼େଇ କରିଥିଲେ ଠିକ୍‌ ସେମିତି ଆଦିତ୍ୟ ମହାତ୍ମା ଗାନ୍ଧିଙ୍କ ରୂପ ନେଇ ମଦ ବିରୁଦ୍ଧରେ ଲଢ଼ିଥିଲେ। ଖାଲି ପାଦରେ, ନା ଖରା ନା ବର୍ଷା  । ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଚାଲିଥିଲେ ଗାଁରୁ ଗାଁ ସହରଠୁ ସହର । କିନ୍ତୁ ଆଜି ବୋଧେ ସବୁ ଅଟକି ଯିବ ନା ତାଙ୍କ ପ୍ରେରଣାରେ ତିଆରି ହେବେ ଆହୁରି କେତେ ଆଦିତ୍ୟ ।

ସୂଚନା ଆନୁଯାୟୀ, ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡ଼ରୁ ତାଙ୍କର ରକ୍ତାକ୍ତ ମୃତଦେହ ମିଳିଛି । ତେବେ ଆଦିତ୍ୟଙ୍କ ମୃତ୍ୟୁ ହେଲା କେମିତି ? ତାଙ୍କୁ ହତ୍ୟା କରାଯାଇଛି ନା ସେ ସୁଇସାଇଡ୍ କରିଛନ୍ତି । ତାହା ଏବେ ବି ସନ୍ଦେହ ଘେରରେ ।