ଆଉ ଜଣେ ବିଧାୟକଙ୍କୁ କରୋନା, ଜାଣନ୍ତୁ କେଉଁଠୁ ହେଲେ ସଂକ୍ରମିତ…..
ରାଜ୍ୟର ବିଧାୟକମାନେ ସଂକ୍ରମିତ ହେବା ଆରମ୍ଭ ହେଲାଣି । ଏବେ କଟକ ଜିଲ୍ଲାର ଜଣେ ବିଧାୟକ କରୋନା ସଂକ୍ରମଣର ଶୀକାର ହୋଇଥିବା ଜଣାପଡିଛି । ଗତ ୩ ତାରିଖରେ ଷ୍ଟାଣ୍ଡିଂ କମିଟି ବୈଠକ ହୋଇଥିଲା । ଉକ୍ତ ବିଧାୟକ ବୈଠକରେ ଯୋଗ ଦେଇଥିବା ଜଣାପଡିଛି ।
ଏଣୁ ଆଗାମୀ ସମୟରେ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେଇଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବାଲେଶ୍ୱର ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବେ କରୋନା ସଂକ୍ରମିତ ହୋଇ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମୀନରାଶୀ ବ୍ୟକ୍ତି ସାବଧାନ ! ଘାରିବ ଅଜଣା ଭୟ, ରହିବ ଅର୍ଥ ଚିନ୍ତା; ଉପାୟ ଆପଣାନ୍ତୁ ସମାଧାନ ହେବ
ମେଷରାଶି:
ଅଶ୍ୱିନୀ ନକ୍ଷତ୍ର- ଆଜି ନିଜର ସକ୍ଷମ ମୁତାବକ କିଛି ଖାଦ୍ୟ କୌଣସି ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ, ମନର ଆଶା ପୂରଣ ହେବ ।
ଦ୍ୱିଜା ନକ୍ଷତ୍ର- ପିତାଙ୍କ ସହିତ ମତଭେଦ ହେବ ଏବଂ ଆଜି ଅଯଥା ଖର୍ଚ୍ଚାନ୍ତ ହେବେ ।
କୃତ୍ତିକା ନକ୍ଷତ୍ର- ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇ ବାହାରନ୍ତୁ ।
ଶୁଭରଙ୍ଗ- ହଳଦିଆ
ଜଳରେ ହଳଦି ମିଶାଇ ସ୍ନ।ନ କରିବ ଏବଂ ଓଁ ରଣହତ୍ର ନମଃ ୨୭ଥର ଜପ କରିବ ।
ବୃଷରାଶି:
କୃତ୍ତିକା ନକ୍ଷତ୍ର- ଆଜି କୌଣସି ଆର୍ଥିକ କ୍ଷତିହେବ ଏବଂ ନିଜଲୋକ ଠାରୁ ଅପମାନିତ ହେବେ, ମଥାରେ ଚନ୍ଦନ ଲଗାନ୍ତୁ ।
ରୋହିଣୀ ନକ୍ଷତ୍ର- ସ୍ୱାମୀ, ସ୍ତ୍ରୀ କିମ୍ବା ପ୍ରେମୀ ଯୁଗଳ ହୁଅନ୍ତୁ ମତାନ୍ତର ସହିତ ମନ ବିଚଳିତ ରହିବ, କିଛି ଖାଦ୍ୟ ଦାନ କରନ୍ତୁ ।
ମୃଗଶିରା ନକ୍ଷତ୍ର- ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ, ସଂପୂର୍ଣ୍ଣ ସତର୍କ ରହିବେ । ନଚେତ ଦଣ୍ଡିତ ହୋଇପାରନ୍ତି ।
ଶଭରଙ୍ଗ- ଲାଲ
ଜଳରେ କ୍ଷୀର କିମ୍ବା ଗଙ୍ଗାଜଳ ମିଶାଇ ସ୍ନ।ନ କରିବେ ଏବଂ ଓଁ ଦେତ୍ୟ ଗୁରବେ ନମଃ ୨୭ଥର ଜପ କରିବେ, ମଥାରେ ଚନ୍ଦନ ତିଳକ ଲଗାଇବେ ଏବଂ ଚନ୍ଦନ କାଠି ପାଖରେ ରଖିବେ ।
ମିଥୁନରାଶି:
ମୃଗଶିରା ନକ୍ଷତ୍ର- ଅଶୁଭ ଗ୍ରହଙ୍କର ପ୍ରଭାବରେ ଆଜି ସାଧାରଣ କଥାକୁ ନେଇ ବିଶୃଙ୍ଖଳା ଘଟିବ ଫଳରେ ମନ ଦୁର୍ବଳ ରହିବ, କାର୍ଯ୍ୟ ବିଗିଡିବ ।
ଆଦ୍ରା ନକ୍ଷତ୍ର- ଆଜି କୌଣସି ତରବରିଆ ନିଷ୍ପତ୍ତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ, ନିଜର କାମଗୁଡିକ ସହଜରେ ପୂରଣ ହେବନାହିଁ ।
ପୁନର୍ବସୁ ନକ୍ଷତ୍ର- ଶତ୍ରୁ ଆଜି ମିତ୍ର ପାଲଟିଯିବ, ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ ।
ଶଭରଙ୍ଗ ପାଉଁସିଆ
ଜଳରେ ଗୋଲାପଜଳ ମିଶାଇ ସ୍ନ।ନ କରିବେ ଏବଂ ଓଁ ଲକ୍ଷ୍ମୀ ନାରାୟଣାୟ ନମଃ ୨୭ଥର ଜପ କରିବେ । ସବୁଜ ବସ୍ତ୍ର ଦାନ କରିବେ ।
କର୍କଟ ରାଶି:
ପୁନର୍ବସୁ ନକ୍ଷତ୍ର- ପାରିବାରିକ ବୋଝ ସହିତ ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାମଣାର ଶିକାର ଏବଂ ଅର୍ଥଚିନ୍ତା ବଢିବ ।
ପୁଷ୍ୟା ନକ୍ଷତ୍ର- ଆଜି ମନ ସନ୍ଦେହ ଭିତରେ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ ।
ଅଶ୍ଳଷା ନକ୍ଷତ୍ର- ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ।
ଶୁଭରଙ୍ଗ- ଧଳା
ଜଳରେ ହଳଦିଆ ସୋରିଷ ମିଶାଇ ସ୍ନାନ କରିବ ଏବଂ ଓଁ ବକ୍ରତୁଣ୍ଡାୟ ନମଃ ୨୭ଥର ଜପ କରିବେ । ଚଣାଡାଲି ଦାନ କରିବେ ।
ସିଂହରାଶି:
ମଘା ନକ୍ଷତ୍ର- ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ନିଜର କିଛି ଅର୍ଥ ଆଜି କାହାକୁ ସାହାର୍ଯ୍ୟ କରନ୍ତୁ, ମନମୁତାବକ ଫଳ ମିଳିବ ।
ପୂର୍ବା ଫାଲଗୁନି ନକ୍ଷତ୍ର- ପ୍ରବାସରେ ଥିବା ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ, ଅର୍ଥାଭାବ ବଢିବ ।
ଉତ୍ତରାଫାଲଗୁନି ନକ୍ଷତ୍ର- ଖର୍ଚ୍ଚ ବଢିଚାଲିବ କିନ୍ତୁ ରୋଜଗାର ସେହି ଅନୁସାରେ ହେବ ନାହିଁ ।
ଶୁଭରଙ୍ଗ- ଧଳା
ଜଳରେ କଳାରାଶି ମିଶାଇ ସ୍ନାନ କରିବ ଏବଂ ଓଁ ପିପଳାୟ ନମଃ ୨୭ଥର ଜପ କରନ୍ତୁ, ବିରିଡାଲି ଦାନ କରିବେ ।
କନ୍ୟାରାଶି:
ଉତ୍ତରାଫାଲଗୁନି ନକ୍ଷତ୍ର- ଜାଗାବାଡ଼ି କିମ୍ବା କୌଣସି ନୂଆ ଗାଡ଼ି କିଣିବାର ସମ୍ଭାବନା ସୃଷ୍ଟି ହେବ । ପୂର୍ବରୁ ନିବେଷ କରିଥିବା ଅର୍ଥର ଲାଭାଂଶ ମିଳିବ ।
ହସ୍ତା ନକ୍ଷତ୍ର- ଆର୍ଥିକ ଅଭିବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ କିନ୍ତୁ ମାନସମ୍ମାନରେ କମି ରହିବ ।
ଚିତ୍ରା ନକ୍ଷତ୍ର- ପ୍ରତି କାର୍ଯ୍ୟରେ ମନମୁତାବକ ଫଳ ମିଳିବ, କିନ୍ତୁ ଛାତି କିମ୍ବା ମୁଣ୍ଡ ଜନିତ ଅସୁବିଧା ଭୋଗିବେ ।
ଶୁଭରଙ୍ଗ – ସବୁଜ
ଜଳରେ ଗୋମତିଚକ୍ର ପକାଇ ସ୍ନାନ କରିବେ ଏବଂ ଓଁ ଗ୍ରହପତୟେ ନମଃ ୨୭ଥର ଜପ କରିବେ, କୋଳଥଡାଲି ଦାନ କରିବେ ।
ତୁଳାରାଶି:
ଚିତ୍ରା ନକ୍ଷତ୍ର – ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ୱିତ ହେବେ, କିନ୍ତୁ ଅଚାନକ ମୁଣ୍ଡବ୍ୟଥା ଭଳି ଅସୁସ୍ଥତା ମନକୁ ଅଶାନ୍ତ କରିଦେବ ।
ସ୍ୱାତୀ ନକ୍ଷତ୍ର- ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢ଼ିବ, ଜୀବନର କୌଣସି ଲକ୍ଷ୍ୟ ପୂର୍ଣ୍ଣ ହେବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢ଼ିବ ।
ବିଶାଖା ନକ୍ଷତ୍ର- ଆଜି ଘରୁ ବାହାରିଲା ବେଳେ ଶମିଗଛର ପତ୍ର ନିଜ ପାଖରେ ରଖି ବାହାରନ୍ତୁ ସବୁ କାମରେ ଜୟ ହେବ ।
ଶୁଭରଙ୍ଗ- ଧଳା
ଜଳରେ ହଳଦି ମିଶାଇ ସ୍ନାନ କରିବେ ଏବଂ ଓଁ ବୁଧମହାଗ୍ରହାୟ ନମଃ ୨୭ଥର ଜପ କରିବେ, ଅରୁଆ ଚାଉଳ ଦେବଜ୍ଞ ବ୍ରାହ୍ଣଣଙ୍କୁ ଦାନ କରିବେ ।
ବିଛାରାଶି:
ବିଶାଖା ନକ୍ଷତ୍ର- ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ, ଯୋଜନାରେ ଅସଫଳ ହେବେ ।
ଅନୁରାଧା ନକ୍ଷତ୍ର- ପାରିବାରିକ ମାନସିକ ଚାପ ବଢିବ, ଆର୍ଥିକ ଅନାଟନ ବଢିବ, ବିବାହ ଯୋଗ ପିଲାଙ୍କର ବିବାହର ସମ୍ଭାବନା ସୃଷ୍ଟି ହେବ ।
ଜ୍ୟୋଷ୍ଠା ନକ୍ଷତ୍ର- ନିତିଦିନ ଜୀବନର ସଂଘର୍ଷ ବଢି ଚାଲିବ, ଜୀବନ ଜିଇଁବାକୁ ନେଇ ଚିନ୍ତା ଦେଖାଦେବ ।
ଶୁଭରଙ୍ଗ- ସବୁଜ
ଜଳରେ ଲାଲସିନ୍ଦୁର ମିଶାଇ ସ୍ନାନ କରିବେ ଏବଂ ଓଁ ଅଙ୍ଗାରକାୟ ନମଃ ୨୭ଥର ଜପ କରିବେ, ମସୁରଡାଲି ଦାନ କରିବେ ।
ଧନୁରାଶି:
ମୂଳା ନକ୍ଷତ୍ର – ନିଜ ବନ୍ଧୁ ପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ ।
ପୂର୍ବାଷାଢା ନକ୍ଷତ୍ର- ଆଜି କିଛି ଗୁଡ଼ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ, ଅଟକିଥିବା କାମ ପୂରଣ ହେବ ।
ଉତ୍ତରାଷାଢା ନକ୍ଷତ୍ର- କିଛି ନା କିଛି ମନମୁତାବକ ଇଚ୍ଛା ପୂରଣ ହେବ, ଅନ୍ୟର ସୁଖରେ ସୁଖୀ ହେବେ, ଫଳରେ ମାନସମ୍ମାନ ମିଳିବ ।
ଶୁଭରଙ୍ଗ- ଧଳା
ଦହି ମିଶାଇ ସ୍ନାନ କରିବେ ଏବଂ ଓଁ ଜଗନ୍ନାଥାୟତେ ନମଃ ୨୭ଥର ଜପ କରିବେ, ଖଣ୍ଡହଳଦି ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିବେ ।
ମକରରାଶି:
ଉତ୍ତରାଷାଢା ନକ୍ଷତ୍ର- ଆୟ ଠାରୁ ବ୍ୟୟ ବଢିବ ମାତ୍ର କୌଣସି ଅଟକିଥିବା କାମ ହାସଲ ହେବ ଏବଂ ପୁରୁଣା ବକେୟା ମିଳିବ କିମ୍ବା ମିଳିବାର ସମ୍ଭାବନା ସୃଷ୍ଟି ହେବ ।
ଶ୍ରବଣା ନକ୍ଷତ୍ର- ବନ୍ଧୁ ପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ, ଗୃହନିର୍ମାଣ ଆଦି କାର୍ଯ୍ୟ ଆରମ୍ଭ କରିବେ ।
ଧନିଷ୍ଠା ନକ୍ଷତ୍ର- ସମୟ ଏତେ ଶୁଭ ରହିବ ନାହିଁ, ତେଣୁ ଖଣ୍ଡେ ହଳଦିଆ ବସ୍ତ୍ର ଭଗବାନ ବିଷ୍ଣୁଙ୍କୁ ସମପ କୌଣସି ଅସହାୟକୁ ଦାନ କରନ୍ତୁ ।
ଶୁଭରଙ୍ଗ- ଧଳା
ଜଳରେ ଗୁଜୁରାତି ପକାଇ ସ୍ନାନ କରନ୍ତୁ ଏବଂ ଓଁ ମହାବଳାୟ ନମଃ ୨୭ଥର ଜପ କରିବେ, ମୁଗଡାଲି ଦାନ କରିବେ ।
କୁମ୍ଭରାଶି
ଧନିଷ୍ଠା ନକ୍ଷତ୍ର- ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଦିନ କଟିବ ।
ଶତଭିଷା ନକ୍ଷତ୍ର- ଆଜି କଳା ରଙ୍ଗର କିଛି ବ୍ୟବହାର କରନ୍ତୁ ଏବଂ କିଛି ଲୁହାର ଦ୍ରବ୍ୟ କୌଣସି କଳା ବ୍ରାହ୍ମଣଙ୍କୁ ଦାନ କରନ୍ତୁ ।
ପୂର୍ବଭାଦ୍ରପଦ ନକ୍ଷତ୍ର- ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ରାଜଦଣ୍ଡର ସୂଚନା ରହିଛି ତେଣୁ ପ୍ରତି କ୍ଷେତ୍ରରେ ସତର୍କତା ଜରୁରୀ ।
ଶୁଭରଙ୍ଗ- ହଳଦିଆ
ସ୍ନାନସାରି ତମ୍ବାପାତ୍ରରେ ଜଳଧରି ଧଳାରାଶି ମିଶାଇ ସୂର୍ଯ୍ୟଙ୍କୁ ଜଳଅର୍ଘ୍ୟ ଦିଅନ୍ତୁ ।
ମୀନରାଶି:
ପୂର୍ବଭାଦ୍ରପଦ ନକ୍ଷତ୍ର- ପେଟ ଓ ଛାତି ଜନିତ ବ୍ୟଥା ଭୋଗିବେ, ଗୃହରେ କିମ୍ବା ସାଙ୍ଗସାଥିରେ ବିଶୃଙ୍ଖଳା ସୃଷ୍ଟି ହେବ, ତେଣୁ ଆଜି ସତର୍କ ରହି ମନେ ମନେ ଓ ରାହବେ ନମଃ ଜପ କରିବେ ।
ଉତ୍ତରଭାଦ୍ରପଦ ନକ୍ଷତ୍ର- ମନକୁ ଅଜଣା ଭୟ ମଧ୍ୟରେ ଦିନଭରି ରହିବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ ।
ରେବତୀ ନକ୍ଷତ୍ର- ଆୟ ଠାରୁ ବ୍ୟୟ ଅଧିକ ହେବ, ଚାକିରିରେ ଅନିଶ୍ଚିତତା ପରିସ୍ଥିତି ସୃଷ୍ଟି ହେବ, ମନ ଅସ୍ଥିର ରହିବ ।
ଶୁଭରଙ୍ଗ ନକ୍ଷତ୍ର- ନୀଳ
ଜଳରେ କେଶର ମିଶାଇ ସ୍ନାନ କରିବେ ଏବଂ ଓଁ ବୈଷ୍ଣବେ ନମଃ ୨୭ଥର ଜପ କରିବେ, ଗହମ ଦାନ କରିବେ ।
ବୃଦ୍ଧି ପାଉଛି ସଂକ୍ରମଣ, ପୁଣି ବଢ଼ିଲା କଟକରେ ସଟ୍ଡାଉନ୍ ଅବଧି
କଟକ: କଟକରେ ବଢ଼ିଲା ସଟ୍ଡାଉନ୍ ଅବଧି । କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି କଟକର ବିଭିନ୍ ଅଞ୍ଚଳକୁ ସମ୍ପୂର୍ଣ୍ଣ ସଟ୍ଡାଉନ୍ କରିବାକୁ ବାଧ୍ୟ ହୋଇଛି ପ୍ରଶାସନ ।
ସହରରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତା ୧୦ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସଟ୍ଡାଉନ୍ ବଢାଯାଇଛି । ପୂର୍ବରୁ ସିଏମସି ପକ୍ଷରୁ ବୁଧବାର ଯାଏଁ ସଟଡାଉନ ଘୋଷଣା କରାଯାଇଥିଲା । ଏହାକୁ ଏବେ ୧୦ ତାରିଖ ମଧ୍ୟରାତ୍ରୀ ଯାଏଁ ବୃଦ୍ଧି କରାଯାଇଛି ।

ତେବେ ସଟଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ଔଷଧ, କ୍ଷୀର, ପନିପରିବା, ତେଜରାତି, ମାଛ, ମାଂସ ଦୋକାନ ଖୋଲାରହିବ । ସକାଳ ୫ ଟାରୁ ସନ୍ଧ୍ୟା ୬ଟାପର୍ଯ୍ୟନ୍ତ ଏସବୁ ଦୋକାନ ଖୋଲା ରହିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କଟକ ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ମଧ୍ୟ ସୂଚନା ମିଳିଛି ।
ରାଜଧାନୀରେ ପୁଣି ଏକାଧିକ ସ୍ଥାନୀୟ ଲୋକ କରୋନା ସଂକ୍ରମିତ, ସିଲ୍ ହେଲା ଆରଟିଓ ଅଫିସ୍..
ଭୁବନେଶ୍ୱର: ଭୁବନେଶ୍ୱରରେ ବଢିବାରେ ଲାଗିଛି କରୋନା ଗ୍ରାଫ୍ । ଭୁବନେଶ୍ୱର ଆରଟିଓ-୧ରୁ ୪ ପଜିଟିଭ୍ ଚିହ୍ନଟ ପରେ ଆରଟିଓ ଅଫିସକୁ ସିଲ କରାଯାଇଛି । ସେହିପରି କଟକରୋଡ୍ ଆଇସିଆଇସିଆଇ ବ୍ରାଞ୍ଚ ଏବଂ ଶ୍ରୀୟା ଛକ ମେନ୍ ବ୍ରାଞ୍ଚରୁ ୧୫ ପଜିଟିଭ୍ ଚିହ୍ନଟ ପରେ ଉଭୟ ଶାଖା ବନ୍ଦ ରଖାଯାଇଛି ।
ଅନ୍ୟପଟେ ନଖରା ସ୍ଥିତ ଗତି ଗୋଦାମରୁ ୨ ପଜିଟିଭ ଚିହ୍ନଟ ପରେ ତାକୁ ମଧ୍ୟ ସିଲ କରିଛି ବିଏମ୍ସି । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ୩୭ ପଜିଟିଭଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ମଙ୍ଗଳବାର ୨୯ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ଭୁବନେଶ୍ୱରର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୭୯ରେ ପହଁଚିଛି ।

ମଙ୍ଗଳବାର ଚିହ୍ନଟ ୨୯ଜଣଙ୍କ ମଧ୍ୟରୁ ୧୪ଜଣ ହୋମ୍ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ଯୋଦ୍ଧା ଏବଂ ଅବଶିଷ୍ଟ ୧୪ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ଭୁବନେଶ୍ୱରରୁ ଆଜି ୩ଜଣ ସୁସ୍ଥ ହୋଇଥିବା ବେଳେ ଭୁବନେଶ୍ୱରର ମୋଟ ସୁସ୍ଥଙ୍କ ସଂଖ୍ୟା ୨୭୭ରେ ପହଁଚିଛି । ଏବେ ୧୯୫ଟି ସକ୍ରିୟ ମାମଲା ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬ରେ ସ୍ଥିର ଅଛି ।
୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା, ଜାଣନ୍ତୁ କେଉଁଠି…
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭବନା ଅଛି । ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ଏହାସହ ମନସୁନ୍ ଟ୍ରଫ୍ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ରହିବ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବାଧିକ ୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜୁନ୍ ୧ରୁ ଜୁଲାଇ ୭ ମଧ୍ୟରେ ରାଜ୍ୟରେ ୩୨୧.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଝାରସୁଗୁଡ଼ା ଏବଂ ମାଲକାନଗିରିରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ୮ ଜିଲ୍ଲାରେ ସ୍ୱାଭାବିକ ଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ୬ ଜିଲ୍ଲାରେ ୨୦ ପ୍ରତିଶତ କମ୍ ବର୍ଷା ହୋଇଛି । ଖୋର୍ଦ୍ଧା, ପୁରୀ, ଯାଜପୁର, କଟକ, ବାଲେଶ୍ୱର, କେନ୍ଦ୍ରାପଡାରେ କମ୍ ବର୍ଷା ହୋଇଛି ।
କରେନା ସଂକ୍ରମଣ ପାଇଁ ଛାନିଆ ହେଲେଣି ନେତା ? ସମସ୍ତଙ୍କୁ ଘାରିଲାଣି କରୋନା ଭୟ…
ଭୁବନେଶ୍ୱର: ନେତାଙ୍କୁ ଘାରିଲା ସାମାଜିକ ଦୂରତା ନିୟମ ପାଳନ ଚିନ୍ତା । ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସବୁ ଦଳକୁ ଚିନ୍ତା ଘାରିଛି । କୋଭିଡ୍ ନିୟମ ମାନିବା ପାଇଁ ବିଜେପି ନେତାଙ୍କୁ ବିରୋଧୀ ଦଳ ନେତା ଅପିଲ କରିଛନ୍ତି । ସେହିପରି ଜନପ୍ରତିନିଧିମାନଙ୍କ ପାଇଁ ନୂଆ ଗାଇଡ୍ଲାଇନ୍ ଆଣିବାକୁ କଂଗ୍ରେସ ଦାବି କରିଛି ।

ବିଧାୟକଙ୍କୁ କରୋନା ଓ କ୍ୱାରେଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ପ୍ରଥମ ଥର ଲାଗି ଜଣେ ନିର୍ବାଚିତ ପ୍ରତିନିଧିଙ୍କ କରୋନା ପଜିଟିଭ୍ ଆସିବା ପରେ ରାଜନେତାମାନଙ୍କ ମନରେ ଏବେ ଛନକା ପଶିଛି । ସାମାଜିକ ଦୂରତାକୁ କିପରି ବଜାୟ ରଖିହେବ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଯେଉଁ ଦଳର ନେତାମାନେ ନିୟମ ଉଲଘଂନ କରୁଥିଲେ ସେ ଦଳର ନେତା ବିଧାୟକ, ସାଂସଦ ଓ କର୍ମୀଙ୍କ ନିୟମ ମାନିବାକୁ ଅପିଲ କରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ବଞ୍ଚିବା ପାଇଁ ସମସ୍ତେ ନିୟମ ମାନିବା ଉଚିତ୍ । ଆମେ ସଂକ୍ରମିତ ହେବା ନାହିଁ, କି ଅନ୍ୟକୁ ସଂକ୍ରମଣ କରିବା ନାହିଁ । ସେପଟେ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ କରୋନା ଗାଇଡ୍ଲାଇନ୍ ଆଣିବା ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି ।

ସେପଟେ ଶାସକ ଦଳ ମଧ୍ୟ କରୋନା ନେଇ ରାଜ୍ୟ ଓ କେନ୍ଦ୍ର ସରକାର କରିଥିବା ଗାଇଡ୍ ଲାଇନକୁ ମାନିବାକୁ ପୁଣି ଅନୁରୋଧ କରିଛନ୍ତି । ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକଜୁଟ୍ ନହେବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଓ ଜନଗହଳି ନକରିବା ପାଇଁ ଯେଉଁ ଗାଇଡ଼ଲାଇନ୍ ଅଛି ତାହା ସମସ୍ତଙ୍କ ପାଇଁ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ତେଣୁ ରାଜନେତା ପାଇଁ ନୂଆ ଗାଇଡ୍ଲାଇନ କାହିଁକି ଅଣାଯିବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।
ଜଳପଥରେ ସାମିଲ ହେବ ଦ୍ୱିତୀୟ ବୃହତ୍ତମ ଖରସ୍ରୋତା ନଦୀ
ଢ଼େଙ୍କାନାଳ: ଜଳପଥରେ ସାମିଲ ହେବ ଦ୍ୱିତୀୟ ବୃହତ୍ତମ ଖରସ୍ରୋତା ନଦୀ । ବ୍ରାହ୍ମଣୀରେ ଚାଲିବ ଦେଶ ବିଦେଶର ଜାହାଜ । ଅନୁଗୁଳ ସମଲ ବ୍ୟାରେଜରୁ ଢେଙ୍କାନାଳ ଦେଇ ପାରଦ୍ୱୀପ, ଧାମରାକୁ ଯିବ ଜଳମାର୍ଗ । ଶିଳ୍ପାନୁଷ୍ଠାନ ସହ କୃଷି କ୍ଷେତ୍ରରେ ହେବ ବିକାଶ । ଦେଶ ବିଦେଶକୁ ପରିବହନ ହେବ କୋଇଲା, ସାର, ଆଇରନ ଓ ଷ୍ଟିଲ୍ ଢେଙ୍କାନାଳ, ଯାଜପୁର, ଅନୁଗୁଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦିରେ ହେବ ରାଷ୍ଟ୍ରୀୟ ଜଳମାର୍ଗ । ଏହି ମାର୍ଗ ଦେଇ ଦେଶ ବିଦେଶରୁ ଚଳାଚଳ କରିବ ଜାହାଜ ।
ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କରାଯିବ । ଗତବର୍ଷ ସାରଙ୍ଗଧର ଷ୍ଟାଡିୟମରେ ଭିତ୍ତିପ୍ରସ୍ତର ସମୟରେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହା ଘୋଷଣା କରିଥିଲେ । ଏବେ ଏହାର କାର୍ଯ୍ୟକ୍ଷମ ନେଇ କେନ୍ଦ୍ରକୁ ପତ୍ର ଲେଖାଯାଇଥିବା କହିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ୍ ।
ଜଳପଥ ହେଲେ ରାସ୍ତାରେ ଟ୍ରାନ୍ସପୋର୍ଟିଂ ଅପେକ୍ଷା ଜଳପଥରେ ଶୀଘ୍ର ହେବ । ଖର୍ଚ୍ଚ ମଧ୍ୟ ବହୁତ କମ୍ ପଡିବ ବୋଲି କହିଛନ୍ତି ବିଶିଷ୍ଟ ଶିଳ୍ପପତି ଓ ଉଦ୍ୟୋଗପତି । ଏହାସହ ପ୍ରଦୂଷଣ, ଦୁର୍ଘଟଣା କମିବ ଓ ସ୍ଥାନୀୟ ନିଯୁକ୍ତି ବଢିବ । କେବଳ ସେତିକି ନୁହେଁ ବ୍ରାହ୍ମଣୀ ନଦୀ କୂଳରେ ଥିବା ମାଛଚାଷୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ମଧ୍ୟ ସୃଷ୍ଟି ହେବ ।


ଦୀର୍ଘ ଦିନ ହେଲା ସାମାଜିକ ବନ ପ୍ରକଳ୍ପ ଯୋଜନାରେ ଉକ୍ତ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରାଯାଇଥିଲା । ବର୍ତ୍ତମାନ ଏହି ଜମିକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ତେବେ ବାସ୍ତବରେ ଜମି କାହାର ଓ କିଏ ଏହି ଜମିକୁ ବ୍ୟବହାର କରୁଥିଲେ ସେ ନେଇ ବିବାଦ ଲାଗି ରହିଛି । ଅନ୍ୟପକ୍ଷରେ ବିବାଦ ନେଇ ଉମରକୋଟ ତହସିଲଦାର କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । ଉମରକୋଟ୍ ରେଞ୍ଜର ବିବାଦୀୟ ସ୍ଥାନକୁ ଯାଇ ଘଟଣାର ତଦନ୍ତ କରିବା ସହ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ।