ମୁମ୍ବାଇ: କରୋନା ଭୂତାଣୁ ସମଗ୍ର ଦେଶରେ ଭୟବିତ ପରିସ୍ଥିତି ସୃଷ୍ଟି କରିଛି। ଯେଉଁଥିପାଇଁ ସରକାର ସମଗ୍ର ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି। ତେବେ ଲକଡାଉନ୍ ସମୟରେ ଦୁରଦର୍ଶନ ୯୦ ପ୍ରତିଶତ ଲୋକଙ୍କ ଚାହିଦା ନେଇ ରାମାୟଣର ରିଟେଲିକାଷ୍ଟ କରିଥିଲା। ଯାହାକୁ ଦର୍ଶକମାନଙ୍କ ଭଲ ପାଇବା ପୁଣି ଥରେ ମିଳିଛି । ତେବେ ରାମାୟଣ ପାଇଁ ଏଥିରେ ଅଭିନୟ କରିଥିବା କଳାକାରମାନେ ମଧ୍ୟ ବେଶ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ରାମାୟଣ ନେଇ ଖୁବ ଆଲେଚନା ଜାରି ରହିଛି ।

ଏହି ଶୋ’ ରେ ଅରୁଣ ଗୋବିଲ ରାମ ଭୂମିକାରେ ଅଭିନୟ କରିଥିବାବେଳେ ଅଭିନେତ୍ରୀ ଦୀପିକା ଚିଖାଲିଆ ସୀତା ଭୂମିକାରେ ଅଭିନୟ କରିଥିଲେ। ରାମାୟଣର ରିଟେଲିକାଷ୍ଟ ପରଠାରୁ ଉଭୟ କଳାକାରଙ୍କୁ ଗୁଗୁଲରେ ଅଧିକ ସର୍ଚ୍ଚ କରାଯାଉଛି । ଦୀପିକା ଚିଖାଲିୟା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସୋସିଆଲ ମିଡିଆରେ ଦୀପିକା ନିଜ ସୁଟିଂ ସମୟରେ ଅନେକ ଫଟୋ ସେୟାର କରନ୍ତି । ଏହି ଫଟୋଗୁଡିକ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ବର୍ତ୍ତମାନ ଦୀପିକା ଏକ ଛବି ସେୟାର କରିଛନ୍ତି । ନିକଟରେ ଦୀପିକା ଏକ ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋରେ ଦୀପିକା ଏବଂ ରାମାୟଣର ଷ୍ଟାରକାଷ୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ଅଛନ୍ତି। ଫଟୋଟି ଦୀପିକା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ସେୟାର କରିଛନ୍ତି। ଫଟୋ ସେୟାର କରି ଦୀପିକା ଲେଖିଛନ୍ତି ଯେ, ପ୍ରଥମ ଥର ପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହି ସମୟରେ ତାଙ୍କୁ ଅନୁଭବ ହୋଇଥିଲା ଯେ, ସେମାନେ ହେଉଚନ୍ତି ‘ରାମାୟଣ’ର ଗୁରୁତ୍ୱପୂର୍ଣ୍ଣ ଅଂଶ । ସେମାନେ ଇତିହାସ ସୃଷ୍ଟି କରିଥିଲେ । ଆଜି ବି ସେହିଦିନ ତାଙ୍କର ମନେ ଅଛି । ଏହି ଅଭୁଲା ମୁହୂର୍ତ୍ତ ତାଙ୍କ ପାଇଁ ଚିର ଦିନ ସ୍ମୃତି ହୋଇ ରହିଯାଇଛି । ସେହି ସମୟରେ ରାମାୟଣ ଟିମ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ।

ଏହି ଫଟୋରେ ଅରୁଣ ଗୋଭିଲ ଏବଂ ରାମାନନ୍ଦ ସାଗର ମଧ୍ୟ ନଜର ଆସିଛନ୍ତି। ଦୀପିକା ସେୟାର କରିଥିବା ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତାଙ୍କର ପ୍ରଶଂସକମାନେ ଏହି ଫଟୋକୁ ବେଶ ପସନ୍ଦ କରଛନ୍ତି । ଫଟୋଟି ରାମାୟଣର ପ୍ରଥମ ଟେଲିକାଷ୍ଟରୁ ଆସିଛି । ଏହି ସମୟରେ ସିରିଏଲ ଶୁଟିଂ ମଧ୍ୟ ଚାଲିଥିଲା ଏବଂ ଶୁଟିଂ ସମୟରେ ଉଭୟ କଳାକାରଙ୍କୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଫିସ ତରଫରୁ ଆମନ୍ତ୍ରଣ କରାଯାଇଥିଲା । ଏବେ ରାମାୟଣ ବ୍ୟତୀତ ମହାଭାରତ, ଶକ୍ତିମାନ, ଭଳି ୯୦ ଦଶକର ଅନ୍ୟାନ୍ୟ ସିରିଏଲ ମଧ୍ୟ ଲକଡାଉନ୍ ସମୟରେ ପ୍ରସାରିତ ହେଉଛି ।












