ଆଉ ୩ ନୂଆ କରୋନା ପଜିଟିଭ ଚିହ୍ନଟ…. ରାଜ୍ୟରେ ୧୦୩ ଛୁଇଁଲା କରୋନା ପଜିଟିଭ୍ ସଂଖ୍ୟା….ସମସ୍ତ ଆକ୍ରାନ୍ତ ସୁନ୍ଦରଗଡ଼ର…୩୪ ଜଣ ସୁସ୍ଥ, ଏବେବି ୬୮ ଆକ୍ଟିଭ କେସ୍…
ମେ’ ୨୦ ସୁଦ୍ଧା ସମାପ୍ତ ହେବ କୋରୋନା କାୟା !
ନୂଆଦିଲ୍ଲୀ: ଆଗାମୀ ମେ ୨୦ ସୁଦ୍ଧା ଦେଶରୁ କରୋନା ଭାଇରସ୍ ସମାପ୍ତ ହୋଇଯିବ ! ଖାଲି ଭାରତରୁ ନୁହେଁ ଭାରତ ବାହାରେ ଥିବା ଅନ୍ୟ ଦେଶ ଗୁଡ଼ିକ ମଧ୍ୟ କରୋନା କବଳରୁ ମୁକ୍ତ ହୋଇଯିବେ । ଏଭଳି ଆକଳନ ଆମେ କରୁନାହୁଁ, ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ଟେକ୍ନୋଲୋଜି ଓ ଡିଜାଇନ୍ ବିଭାଗ ଆକଳନ କରି ସୂଚନା ଦେଇଛି । କୃତ୍ରିମ ଉପାୟରେ ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଥିବା ଜଣାପଡ଼ିଛି ।

ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସର୍ବେକ୍ଷଣ କରାଯାଇ ଏଭଳି ଭବିଷ୍ୟବାଣୀ କରାଯାଇଛି । ସଂକ୍ରମିତଙ୍କ ପୁନରୁଦ୍ଧାର, ଆକ୍ରାନ୍ତ ହେବା ପରେ ସୁସ୍ଥ ଲୋକଙ୍କ ପରୀକ୍ଷା, ଏଭଳି ବିଭିନ୍ନ ଦିଗକୁ ଲକ୍ଷ କରି ବିଶ୍ୱବିଦ୍ୟାଳୟ ଏପରି ସୂଚନା ଦେଇଛି । ବିଭିନ୍ନ ଦେଶରେ ଏହି ମହାମାରୀ କେବେ ଓ କେଉଁ ପରିସ୍ଥିତିରେ ନିଜର ମୋଡ଼ ବଦଳାଇଥିଲା ତା’ଉପରେ ମଧ୍ୟ ଟିମ୍ ଅଧ୍ୟୟନ କରିଥିଲା ।

ଏହା ପୂର୍ବରୁ ଶୁକ୍ରବାର କେନ୍ଦ୍ର ସରକାର ମଧ୍ୟ ଯୋଜନା କରୁଥିଲେ ଯେ, ଯଦି ଆସନ୍ତା ମେ ୧୬ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯିବ ତେବେ ଦେଶରେ କୗଣସି ନୂଆ ମାମଲା ଆସିବ ନାହିଁ । ଏହା ସହିତ ଭାରତ କରୋନା ଜୀବାଣୁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ ବୋଲି କୁହାଯାଉଛି ।
କରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ଲଗାଯାଇଥିବା ଲକ୍ଡାଉନ୍ ଭିତରୁ ବାହାରିବା ପାଇଁ ସରକାର ମଧ୍ୟ ଏହି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେଣୁ ଗାଁ ଗହଳି ଏବଂ ସହରରେ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ତଥାପି କଣ୍ଟେନମେଣ୍ଟ ଜୋନ୍ ଏବଂ ହଟସ୍ପଟ୍ ଅଞ୍ଚଳରେ ଦୋକାନ ଖୋଲିବାକୁ ଅନୁମତି ନାହିଁ । ଏହା ବ୍ୟତୀତ ମଦ ଦୋକାନ ଏବଂ ମଲ୍ ଦୋକାନ ମଧ୍ୟ ଖୋଲିବାକୁ ଅନୁମତି ନାହିଁ ।

ସୂଚନାଯାେଗ୍ୟ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୯୪୦ ଅତିକ୍ରମ କରିସାରିଛି । ସେମାନଙ୍କ ମଧ୍ୟରୁ ୭୭୯ ଜଣଙ୍କର ମୃତ୍ୟୁ ହୋଇସାରିଛି । ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ୪୦ ହଜାର ୮୦୦ ଅତିକ୍ରମ କରିସାରିଲାଣି । ଏହାସହ ୧ ଲକ୍ଷ ୯୯ ହଜାର ୨୭୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।

ଏହି ବିଶ୍ୱ ମହାମାରୀ ପାଇଁ ଆମେରିକା ସବୁଠାରୁ ଅସୁରକ୍ଷିତ । ଆମେରିକାରେ ଏବେ ସୁଦ୍ଧା ୯ ଲକ୍ଷ ୩୬ ହଜାରରୁ ଅଧିକ କରୋନା ଜୀବାଣୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୫୩ ହଜାର ୫୧୧ ଜଣଙ୍କ ମୃତ୍ୟୁ ହୋଇସାରିଛି ।
ପରିବାରରେ ସୁଖ, ଶାନ୍ତି ରହିବ… କୈାଣସି ରୋଗରୁ ଉପଶମ ମିଳିପାରେ
ଆଜି ହେଉଛି ୨୬ ଏପ୍ରିଲ୍, ୨୦୨୦ ମସିହା, ମେଷ ୧୪ ଦିନ,
୧୯୪୨ ଶକାଦ୍ଦ,୧୪୨୭ ସାଲ୍,୨୦୭୭ ସମ୍ବତ୍,
ବୈଶାଖ ମାସ, ଶୁକ୍ଳପକ୍ଷ,ତୃତୀୟା ତିଥି
ରବିବାର,ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି
ଯୋଗିନୀ ଆଗ୍ନେୟ କୋଣରେ ରହୁଥିବାରୁ ଆଗ୍ନେୟ କୋଣକୁ ଯାତ୍ରା ନିଷେଧ
ଘାତଚନ୍ଦ୍ର- ବିଛା ରାଶିର ପୁରୁଷଙ୍କ ପାଇଁ
ଘାତବାର- ମେଷ ରାଶିର
ଶୁଭ ସମୟ-ସକାଳ ୬ଟା ଠାରୁ ଦିନ ୧୧ଟା
ଦିନ୧ଟା ଠାରୁ ସନ୍ଧ୍ୟା ୬ଟା ୪୨
ଅଶୁଭ ସମୟ- ଦିନ ୪ଟା ୩୦ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
ଆଜି ପୋଟଳ ଖାଇବା ନିଷେଧ
ମେଷ ରାଶି
ଅଶ୍ବିନୀ ନକ୍ଷତ୍ର- କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ
ଦ୍ବିଜା ନକ୍ଷତ୍ର- ଆର୍ଥିକ ସଂକଟ ସହ ଦୁଃଶ୍ଚିନ୍ତା ମଧ୍ୟରେ ସମୟ କାଟିବେ
କୃତ୍ତିକାନକ୍ଷତ୍ର- କାର୍ଯ୍ୟରେ ସଫଳତା, ଅର୍ଥ ପ୍ରାପ୍ତି
ଶ୍ରୀହନୁମାନଙ୍କ ଦର୍ଶନ ସହ ୧୧ ଥର ଚାଳିଶା ପାଠ କରନ୍ତୁ
ବୃଷ ରାଶି
କୃତ୍ତିକା ନକ୍ଷତ୍ର- ଧାର୍ମିକ କାର୍ଯ୍ୟରେ ସମୟ କାଟିବେ
ରୋହିଣୀ ନକ୍ଷତ୍ର- ଖର୍ଚ୍ଚ ବଢିବ, ପଛ କଥାକୁ ଭାବି ଦୁଃଶ୍ଚିନ୍ତାରେ ରହିବେ
ମୃଗଶିରା- ପରିବାରର ସହଯୋଗ ରହିବ, ଈଶ୍ବରଙ୍କ ପ୍ରତି ଭକ୍ତି ବଢିବ
ଗୋମାତାଙ୍କୁ କିଛି ଖାଦ୍ୟ ଦିଅନ୍ତୁ
ମିଥୁନ ରାଶି
ମୃଗଶିରା ନକ୍ଷତ୍ର- ନିଜ ଚେଷ୍ଟାରେ ସଫଳ ରହିବେ
ଆର୍ଦ୍ରା ନକ୍ଷତ୍ର- ଅନେକ ଦିନରୁ ରହିଥିବା ଅଭିଳାଶ ପୂରଣ ହେବ
ପୁନର୍ବସୁ ନକ୍ଷତ୍ର- ଶରୀର ପ୍ରତି ବିପଦ ରହିଛି , ସତର୍କ ରୁହନ୍ତୁ
ଛୋଟ ଶିଶୁଙ୍କୁ କିଛି ଚକଲେଟ୍ ଦିଅନ୍ତୁ
କର୍କଟ ରାଶି
ପୁନର୍ବସୁ ନକ୍ଷତ୍ର- ଦୁଃଶ୍ଚିନ୍ତାରେ ଦିନଟି କଟିବ, ଅର୍ଥ ସମସ୍ୟା ବି ରହିବ
ପୁଷ୍ୟ। ନକ୍ଷତ୍ର- ପରିବାରରେ ଶାନ୍ତି ,ସୁଖ ରହିବ, କୈାଣସି ରୋଗରୁ ଉପଶମ ମିଳିପାରେ
ଅଶ୍ଲେଷା ନକ୍ଷତ୍ର- କମ୍ ପରିଶ୍ରମ କରିବେ କିନ୍ତୁ ଅଧିକ ଲାଭ ପାଇବେ
ଥଣ୍ଡା ଜଳ ପଶୁପକ୍ଷୀଙ୍କୁ ଦାନ କରନ୍ତୁ
ସିଂହ ରାଶି
ମଘାନକ୍ଷତ୍ର- ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ, ପରିବାରରେ ଏକତା ରହିବ
ପୂର୍ବା ଫାଲଗୁନୀ ନକ୍ଷତ୍ର-ମାନସିକ ଶାନ୍ତି ସହିତ ଆର୍ଥିକ ଲାଭର ସୁଯୋଗ ରହିଛି
ଉତ୍ତରା ଫାଲଗୁନୀ ନକ୍ଷତ୍ର- ଅର୍ଥହାନୀ, ବ୍ୟୟବୃଦ୍ଧି ଦ୍ଵାରା ମାନସିକ ଅଶାନ୍ତିରେ ସମୟ କାଟିବେ
ବ୍ରାହ୍ମଣଙ୍କୁ କିଛି ଫଳ ଦାନ କରନ୍ତୁ
କନ୍ୟା ରାଶି
ଉତ୍ତରା ଫାଲଗୁନୀ ନକ୍ଷତ୍ର- ଆର୍ଥିକ ସଙ୍କଟ ଆପଣଙ୍କୁ ବିଚଳିତ କରିବ, ସତର୍କ ରହି କାର୍ଯ୍ୟ କରନ୍ତୁ
ହସ୍ତା ନକ୍ଷତ୍ର- ଶରୀର ଓ ମନ ସୁସ୍ଥ ରହିବ, ଆଶା ରଖୁଥିବା ଦିଗରୁ ଅର୍ଥ ପାଇବେ
ଚିତ୍ରା ନକ୍ଷତ୍ର- ପାରିବାରିକ ଶାନ୍ତି ସହ ପୂଜା ପାଛଠରେ ସମୃୟ କାଟିବେ
ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ
ତୁଳା ରାଶି
ଚିତ୍ରା ନକ୍ଷତ୍ର- ବିଳମ୍ବରେ କାର୍ଯ୍ୟ ସଫଳ ହେବ, ଦୁର ସ୍ଥାନରୁ ଖବର ପାଇବେ
ସ୍ବାତୀ ନକ୍ଷତ୍ର- ପରିବାର ସହିତ ସୁଖଶାନ୍ତିରେ ସମୟ କାଟିବେ, ଉତ୍ସାହର ସହ କାମ କରିଚାଲନ୍ତୁ
ବିଶାଖା ନକ୍ଷତ୍ର- ଆକସ୍ମିକ ଧନଖର୍ଚ୍ଚ ଯୋଗ ରହିଛି
ଗରିବ ବ୍ୟକ୍ତିଙ୍କୁ କ୍ଷୀର ଦାନ କରନ୍ତୁ
ବିଛା ରାଶି
ବିଶାଖା ନକ୍ଷତ୍ର- ମନ ବିଚଳିତ ରହିବ
ଅନୁରାଧା ନକ୍ଷତ୍ର- ସବୁଥିରେ ବାଧା,ପ୍ରତିବନ୍ଧକ ରହିବ, ମନୋବଳ ଦୃଢ ଯୋଗୁଁ ବାଧା ଦୁର ହେବ
ଜ୍ୟେଷ୍ଠା ନକ୍ଷତ୍ର- ପରୋପକାର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ
ନିଜର ଈଷ୍ଟଦେବଙ୍କୁ ସ୍ମରଣ କରନ୍ତୁ
ଧନୁ ରାଶି
ମୂଳାନକ୍ଷତ୍ର- ମନରେ ଉତ୍ସାହ ଅଥିକ ଯୋଗୁଁ କାର୍ଯ୍ୟରେ ସଫଳତା ପାଇବେ
ପୂର୍ବାଷାଢା ନକ୍ଷତ୍ର- ଧନହାନୀ,ମାନସିକ ଶାନ୍ତି ଭିତରେ ସମୟ ଦେବେ
ଉତ୍ତରଷାଢା- ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ପାଇବେ
ତୁଳସୀ ପତ୍ର ଶ୍ରୀବିଷ୍ଣୁଙ୍କୁ ଅର୍ପଣ କରନ୍ତୁ
ମକର ରାଶି
ଉତ୍ତରାଷାଢା ନକ୍ଷତ୍ର- ସମସ୍ତ କାର୍ଯ୍ୟରେ ଅଶେଷ ସଫଳତା ପାଇବେ
ଶ୍ରବଣା ନକ୍ଷତ୍ର- ଶରୀରପ୍ରତି ବିପଦ ରହିଛି,ବିଶେଷ ଧ୍ୟାନ ଦିଅନ୍ତୁ
ଧନିଷ୍ଠା ନକ୍ଷତ୍ର-ପଡୋଶୀଙ୍କ ସହଯ଼ୋଗ ପାଇବେ, ଧାର୍ମିକ କାର୍ଯ୍ୟରେ ମନ ଅଧିକ ରହିବ
ପିତା, ମାତାଙ୍କୁ ପ୍ରଣାମ କରି ମିଠା ଖାଇବାକୁ ଦିଅନ୍ତୁ
କୁମ୍ଭ ରାଶି
ଧନିଷ୍ଠା ନକ୍ଷତ୍ର- ପାରିବାରିକ ଶାନ୍ତି ସହ ଆର୍ଥିକ ଲାଭର ଯୋଗ ରହିଛି
ଶତଭିଷା ନକ୍ଷତ୍ର- ଧନହାନୀର ଯୋଗ, ଶରୀର ପ୍ରତି ବିପଦ ରହିଛି
ପୂର୍ବାଭାଦ୍ରପଦ ନକ୍ଷତ୍ର- ଧର୍ଯ୍ୟର ସହ କାମ କରିଚାଲନ୍ତୁ ବିଳମ୍ବ ହେଲେ ମଧ୍ୟ ସଫଳତା ପାଇବେ
ବୁଲାକୁକୁରକୁ ଖାଦ୍ୟ ଦାନ କରନ୍ତୁ
ମୀନ ରାଶି
ପୂର୍ବାଭାଦ୍ରପଦ ନକ୍ଷତ୍ର- ଧାର୍ମିକ ପରିବେଶ ମଧ୍ୟରେ ସମୟ କାଟିବେ
ଉତ୍ତରାଭାଦ୍ରପଦ ନକ୍ଷତ୍ର- ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବ
ରେବତୀ ନକ୍ଷତ୍ର-ମାନସିକ ଅଶାନ୍ତି ମଧ୍ୟରେ ଦିନଟି ଅତିବାହିତ ହେବ
ଓଁ ନମଃ ଶିବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ
ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଗ୍
ଯୋଗାଯୋଗ- 9938571935
ଆଜି ପବିତ୍ର ଅକ୍ଷୟ ତୃତୀୟା… ଅଖିମୁଠି ଅନୁକୂଳ କରିବେ ଚାଷୀ… ଭଲ ଫସଲ ଅମଳ ପାଇଁ ଭୂମି ପୂଜା କରିବେ କରିବେ ଚଷା ପୁଅ… ଲକ୍ଡାଉନ୍ ପାଇଁ ପର୍ବରେ ପଡ଼ିପାରେ ପ୍ରଭାବ
ଆଜି ପବିତ୍ର ଅକ୍ଷୟ ତୃତୀୟା… ଅଖିମୁଠି ଅନୁକୂଳ କରିବେ ଚାଷୀ… ଭଲ ଫସଲ ଅମଳ ପାଇଁ ଭୂମି ପୂଜା କରିବେ କରିବେ ଚଷା ପୁଅ… ଲକ୍ଡାଉନ୍ ପାଇଁ ପର୍ବରେ ପଡ଼ିପାରେ ପ୍ରଭାବ
ଶ୍ରୀମନ୍ଦିର ବେଢ଼ା ଭିତରେ ହେବ ରଥ କାଠ ଅନୁକୂଳ, ବନ୍ଦ ହେବନି ନୀତିକାନ୍ତି..
ପୁରୀ: ଚଳିତ ଥର କରୋନା ପାଇଁ ରଥ କାର୍ଯ୍ୟରେ ବାଧା ସୃଷ୍ଟି ହେବ ବୋଲି ଆଶଙ୍କା ଉପୁଜିଥିଲା । ହେଲେ ବିଶ୍ୱ ନିୟନ୍ତାଙ୍କ ବିଧିରେ କୌଣସି ବାଧା ସୃଷ୍ଟି ହେବନି ବୋଲି ସ୍ପଷ୍ଟ ହୋଇସାରିଛି । କରୋନା ଭୟ ସତ୍ତ୍ୱେ ଶ୍ରୀମନ୍ଦିରର ନୀତିକାନ୍ତି ଅକ୍ଷୁର୍ଣ୍ଣ ରହିବ । ସାମାଜିକ ଦୂରତା ବଜାୟ ରଖି ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ । ଶ୍ରୀମନ୍ଦିର ବେଢ଼ା ଭିତରେ ଜଳକ୍ରୀଡ଼ା କରିବେ ଶ୍ରୀଜିଉ । ଅନୁକୂଳ ହେବ ରଥ ନିର୍ମାଣ । ଆନନ୍ଦ ବଜାର ଚାହାଁଣି ମୃଣ୍ଡପ ପାଖରେ ସମ୍ପନ୍ନ ହେବ ଅକ୍ଷୟ ତୃତୀୟା ନୀତି । ଆଜି ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀମୃନ୍ଦିର ବେଢ଼ା ଭିତରେ ହେବ ରଥ ନିର୍ମାଣ ଅନୁକୂଳ ଓ ବାହାରେ ଚନ୍ଦନଯାତ୍ରା । ଘନଘନ ବୈଠକ ଓ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ନେଇ ମେ’ ୩ରେ ଲକ୍ଡାଉନ୍ ଉଠିବା ପରେ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ବେଢ଼ା ଭିତରେ ଅସ୍ଥାୟୀ ଜଳକୁଣ୍ଡ ନିର୍ମାଣ, ଆଜ୍ଞାମାଳା ବିଜେଠାରୁ ଆରମ୍ଭ କରି ବନଜାଗ ପଦ୍ଧତିରେ ପରେ ରଥ ନିର୍ମାଣ ଅନୁକୂଳ ନୀତି ସଂପନ୍ନ ହେବ । ସାମାଜିକ ଦୂରତା ରଖି ସବୁନୀତି ସଂପନ୍ନ କରିବା ପାଇଁ ନିଷ୍ପତ୍ତି ହୋଇଛି ।
ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଇଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି ।
ରଥ ନିର୍ମାଣ ଅନୂକୂଳ ସମୟରେ ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଧିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ ।
ଏହାକୁ ତିନି ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ପାଳନ କରିଥାନ୍ତି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି ।
ରାଜ୍ୟରେ ୧୦୩ ଛୁଇଁଲା କରୋନା ପଜିଟିଭ୍ ସଂଖ୍ୟା… ସୁନ୍ଦରଗଡରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼: ରାଜ୍ୟରେ ନୂଆ ୩ କରୋନା ପଜିଟିଭ ଚିହ୍ନଟ । ଓଡିଶାରେ ମୋଟ ୧୦୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ୩ ଜଣ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଆସିଛି । ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ଜଣେ ୨୩ ବର୍ଷୀୟ ଯ଼ୁବକ, ଜଣେ ୬୦ ବର୍ଷୀୟ ବ୍ୟକ୍ତି ଓ ଜଣେ ୫୭ ବର୍ଷୀୟ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ, ଅନ୍ୟ ଜଣେ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ପ୍ରଶାସନ ପକ୍ଷରୁ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ଗତ କାଲି ଯାଜପୁର ଜିଲ୍ଲାରୁ ଚିହ୍ନଟ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି । ଏଥିସହିତ ଯାଜପୁର ପାଲଟିଛି ନୂଆ ହଟସ୍ପଟ । ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫୨ ବର୍ଷୀୟ ପୁରୁଷ, ୨୩ ବର୍ଷୀୟ ପୁରୁଷ, ୪୯ ବର୍ଷୀୟ ପୁରୁଷ, ୫୭ ବର୍ଷୀୟ ପୁରୁଷ, ୩୯ ବର୍ଷୀୟ ପୁରୁଷ ଏବଂ ୫୦ ବର୍ଷୀୟ ପୁରୁଷ । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଅଂଚଳରୁ ଫେରିଛନ୍ତି ବୋଲି ଜଣାପଡିଥିଲା । ବର୍ତ୍ତମାନ ରାଜ୍ୟରେ ମୋଟ ୬୫ ଟି ଆକ୍ଟିଭ ମାମଲା ରହିଥିବା ବେଳେ ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆମେରିକାରେ ୨୪ ଘଣ୍ଟାରେ ୯,୩୬,୨୯୩ ଆକ୍ରାନ୍ତ; ୨୪୯୪ ମୃତ
କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଭୟଭୀତ କରି ରଖିଛି । ବିଶ୍ୱର ଅନେକ ଆଗୁଆ ଦେଶମାନେ ମଧ୍ୟ କରୋନା ମହାମାରୀ ସହ ଳଢ଼େଇ କରି ହାର୍ ମାନିଥିବା ଦେଖାଯାଇଛି । ଏମିତିକି ଆମେରିକା ଇଟାଲୀ ଭଳି ଅଗ୍ରଣୀ ଦେଶ ମଧ୍ୟ କରୋନା ଆତଙ୍କରୁ ବର୍ତ୍ତିପାରି ନାହାନ୍ତି । ସେମାନେ କରାେନା ଯୁଦ୍ଧାରେ ଦୟନୀୟ ଅବସ୍ଥା ହୋଇସାରିଛନ୍ତି ।
#UPDATE US now has an overall death toll of 53,511, with 936,293 confirmed infections, according to a tally by Johns Hopkins University: AFP news agency https://t.co/lTkueWZgUT
— ANI (@ANI) April 26, 2020
ତେବେ ଆମେରିକା ସବୁଠାରୁ ବେଶୀ କ୍ଷତି ସହିଛି । ଏବେ ସୁଦ୍ଧା ଆମେରିକାରେ ୫୩ ହଜାର ୫୧୧ ଜଣଙ୍କର ମୁଣ୍ଡ ନେଲାଣି କରୋନା । ଏହା ସହ ମୋଟ ୯ ଲକ୍ଷ ୩୬ ହଜାର ୨୯୩ ଜଣ ଏବେ ସଦ୍ଧା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୪୯୪ ଜଣଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
United States records 2,494 more #Coronavirus deaths in 24 hours: AFP news agency quoting Johns Hopkins
— ANI (@ANI) April 26, 2020
ଚିନ୍ତା ବଢ଼ାଇଲେ ପଶ୍ଚିମବଙ୍ଗ ଫେରନ୍ତା: ଯାଜପୁରରେ ୧୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ୧୦୦
ଯାଜପୁର: ଯାଜପୁର ଜିଲ୍ଲାରୁ ଚିହ୍ନଟ ହେଲେ ଆଉ ୬ କରୋନା ଆକ୍ରାନ୍ତ । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି । ଏଥିସହିତ ଯାଜପୁର ପାଲଟିଛି ନୂଆ ହଟସ୍ପଟ । ଅପରପକ୍ଷରେ ରାଜ୍ୟରେ ୩ ଅଙ୍କ ଛୁଇଁଛି ଆକ୍ରାନ୍ତଙ୍କ ସଂଖା । ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫୨ ବର୍ଷୀୟ ପୁରୁଷ, ୨୩ ବର୍ଷୀୟ ପୁରୁଷ, ୪୯ ବର୍ଷୀୟ ପୁରୁଷ, ୫୭ ବର୍ଷୀୟ ପୁରୁଷ, ୩୯ ବର୍ଷୀୟ ପୁରୁଷ ଏବଂ ୫୦ ବର୍ଷୀୟ ପୁରୁଷ । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଅଂଚଳରୁ ଫେରିଛନ୍ତି । ବର୍ତ୍ତମାନ ରାଜ୍ୟରେ ମୋଟ ୬୫ ଟି ଆକ୍ଟିଭ ମାମଲା ରହିଥିବା ବେଳେ ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Health Update: 25th April, 2020
Six New Positive Cases in Jajpur
52 Yrs Male, 23 Yrs Male, 49 Yrs Male, 57 Yrs Male, 39 Yrs Male & 50 Yrs Male.
(All Kolkata Returnees)
Contact tracing and followup action is being done.
Total Positive Case in Odisha: 100
— I & PR Department, Odisha (@IPR_Odisha) April 25, 2020
ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଘାରିଲା ଫେରନ୍ତା ଚିନ୍ତା । ଆଜି ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯କୁ ବୃଦ୍ଧି ପାଇଛି । ଯାଜପୁରରେ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରର କଟିକଟା ଅଞ୍ଚଳରେ ୪ ଜଣଙ୍କ ଘର । ଅନ୍ୟ ଜଣଙ୍କର ଘର ମଲ୍ଲିକାପୁରରେ ପଞ୍ଚାୟତରେ । ୫ ଜଣଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ଫେରିଥିଲେ ୪ ବ୍ୟକ୍ତି ।
ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ
ସେମାନେ ଫେରିବା ଦିନ ଠାରୁ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ଗୋଟିଏ ସପ୍ତାହରୁ ଅଧିକ ଦିନ କ୍ୱାରେଣ୍ଟାଇନରେ ରହିଥିଲେ । ସ୍ୱାବ ଟେଷ୍ଟ ହେବା ପରେ ତାଙ୍କର କରୋନା ଚିହ୍ନଟ ହୋଇଥିଲା । ଏହି ୫ଜଣଙ୍କର ବୟଷ ହେଉଛି ୫୨,୨୩,୪୯,୫୭,୩୯ । ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ୍ ୬୫ ଆକ୍ଟିଭ୍ କେସ୍ ରହିଛି । ସେପଟେ ୩୪ ଜଣ ସୁସ୍ଥ ହୋଇଥିବା ବେଳେ କରୋନା ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲା ହେଲା କରୋନା ମୁକ୍ତ, ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର: ଗତ କିଛି ଦିନ ମଧ୍ୟରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଥିଲା । କିନ୍ତୁ ଏଥିସହିତ ଜଣଙ୍କ ପରେ ଜଣେ ରୋଗୀ ସୁସ୍ଥ ହେବା ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି । ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ ।
ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ
ସୁସ୍ଥ ହୋଇଥିବା ବ୍ୟକ୍ତି ହେଉଛନ୍ତି ସୁନ୍ଦରଗଡ଼ ରାଉରକେଲାର । ଏହା ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି ।ଜିଲ୍ଲାରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଜଣେ ସୁସ୍ଥ ହୋଇଥିଲେ ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି ।

