spot_img
Home Blog Page 7036

‘ଗଲବାନ୍‌ରେ ଭାରତୀୟ ଯବାନଙ୍କ ହାତରେ ୧୦୦ ସୈନ୍ୟ ମରିଛନ୍ତି’ ! ଏମିତି କାହିଁକି କହିଲେ…?

ବେଜିଂ: ଲଦାଖର ଗାଲବାନ୍ ଘାଟିରେ ଭାରତ ଓ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷର କ୍ଷତି ଘଟିଛି । ଉଭୟ ପକ୍ଷରୁ ଅନେକ ଯବାନଙ୍କ ଜୀବନ ଯାଇଛି । ତେବେ ସୀମାରେ ଏହି ସଂଘର୍ଷ, ଚୀନ୍‌ର କମ୍ୟୁନିଷ୍ଟ ପାର୍ଟିକୁ ବେଶି ଭାରି ପଡ଼ିବାରେ ଲାଗିଛି । ଏହି ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ନେଇ ଭାରତ ସରକାର ସ୍ପଷ୍ଟିକରଣ ଦେଇଥିବା ବେଳେ ଚୀନ୍‌ ସରକାର ଏବେ ସୁଦ୍ଧା ଚୀନ୍‌ର କେତେ ସେନା ମରିଛନ୍ତି କୌଣସି ସ୍ପଷ୍ଟିକରଣ ଦେଇ ନାହାନ୍ତି ।

ହେଲେ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ନେତାଙ୍କ ପୁଅ ୟାଙ୍ଗ ଜିନଲି ଦାବି କରିଛନ୍ତି ଯେ, ଗାଲବାନ ଘାଟିରେ ଭାରତୀୟ ସେନା ସହ ସଂଘର୍ଷ ବେଳେ ଚୀନ୍‌ର ପ୍ରାୟ ୧୦୦ରୁ ଅଧିକ ସେନା ଜୀବନ ହାରିଛନ୍ତି । କିନ୍ତୁ ଚୀନ୍ ସରକାର ଜାଣିଶୁଣି ଏହି ସଂଖ୍ୟା ପ୍ରକାଶ କରୁନାହାଁନ୍ତି । ୟାଙ୍ଗ ଆହୁରି କହିଛନ୍ତି ଯେ, ଯଦି ଚୀନ୍‌ ସରକାର ଏହା ସ୍ୱୀକାର କରନ୍ତି ତେବେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କ ପାଇଁ ଅଧିକ ସମସ୍ୟା ଉପୁଜିବ ଏବଂ ଦଳରେ ବିଦ୍ରୋହ ଆରମ୍ଭ ହୋଇଯିବ ।

ଜିଆନଲି ଲେଖିଛନ୍ତି ଯେ, PLA ଦୀର୍ଘ ଦିନ ଧରି ଚୀନ୍ ଶକ୍ତିର ମୂଳ ଅଂଶ ରହି ଆସିଛି । ଯଦି ଦେଶ ସେବାରେ କାର୍ଯ୍ୟରତ ପିଏଲଏ କ୍ୟାଡରଙ୍କ ଭାବନା ଆଘାତପ୍ରାପ୍ତ ହୁଏ, ତେବେ ଅବସରପ୍ରାପ୍ତ ସୈନିକ ଏବଂ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଆରମ୍ଭ ହୋଇପାରେ । ଯାହାକି ଆଶାନ୍ତି ବଢ଼ିବାର କାରଣ ହୋଇପାରେ ।

ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ଏକ ଆର୍ଟିକିଲରେ ଦର୍ଶାଯାଇଛି ଯେ, ‘ବେଜିଂ ଭୟ କରୁଛି, ଚୀନ୍‌ର ଅଧିକ ସୈନ୍ୟ ମରିଛନ୍ତି, ଯଦି ଚୀନ୍‌ବାସୀ ଏହା ଜାଣିବାକୁ ପାଆନ୍ତି ତେବେ ଦେଶରେ ଅଶାନ୍ତି ବଢ଼ିପାରେ ଏବଂ ସରକାର ପ୍ରତି ବିପଦ ସୃଷ୍ଟି ହୋଇପାରେ । ଏମିତିକି ସତ୍ତା ବଦଳିବାର ସମ୍ଭାବନା ମଧ୍ୟ ରହିଛି ବୋଲି ଆର୍ଟିକିଲରେ ଲେଖାଅଛି ।

ପୁଅର ମୃତ୍ୟୁରେ ମର୍ମାହତ ବାପା ମା’ଙ୍କ ଚରମ ନିଷ୍ପତ୍ତି

ଆସିକା: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଅଭାବନୀୟ ଘଟଣା । ପୁଅର ମୃତ୍ୟୁରେ ମର୍ମାହତ ହୋଇ ଜୀବନ ହାରିଲେ ବାପା ମାଆ । ମୃତକ ଦ୍ୱୟ ହେଲେ ରାଜକିଶୋର ଶତପଥୀ ଓ ପତ୍ନୀ ସୁଲୋଚନା ଶତପଥୀ । ପୁଅର କରୋନାରେ ମୃତ୍ୟୁ ହୋଇଥିବା ଖବର ପାଇ ଉଭୟ ଆତ୍ମହତ୍ୟା କରିଛନ୍ତି । ଖବର ଅନୁସାରେ ନାରାୟଣପୁର ଶାସନର ସୀମାଞ୍ଚଳ ଶତପଥୀ ନାମକ ଜଣେ ଶିକ୍ଷକ ଅସୁସ୍ଥତା ହୋଇ ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସାଧିନ ଥିଲେ । ତାଙ୍କୁ କରୋନା ହୋଇଥିବା ନେଇ ସହରରେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁରେ ବାପା-ମାଆ ଭାଙ୍ଗି ପଡିଥିବା ବେଳେ ଶେଷରାସ୍ତା ବାଛିଥିଲେ । ସେପଟେ କରୋନା ଭୟରେ ମୃତଦେହ ପାଖକୁ କେହି ଆସୁନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ତିନି ରଥରେ ସମ୍ପନ୍ନ ହେଲା ଅଧରପଣା ନୀତି: ଆସନ୍ତାକାଲି ନୀଳାଦ୍ରି ବିଜେ

ପୁରୀ: ତିନି ରଥରେ ସମ୍ପନ୍ନ ହେଲା ଅଧରପଣା ନୀତି । ରଥରେ ଉପବିଷ୍ଟ ଚଣ୍ଡିଚାମୁଣ୍ଡି ଏବଂ ପାର୍ଶ୍ୱଦେବା ଦେବୀ ପାଇଲେ ଅଧରପଣା । ରଥାରୁଢ଼ ଦିଆଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିରମିତ ଅଧର ଉଚ୍ଚ ମାଟି ହାଣ୍ଡିରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧରପଣା କୁହାଯାଏ ।

ପଣାରେ ଲାଗୁଥିବା ସମସ୍ତ ସାମଗ୍ରୀ ପୁରୀର ବଡ଼ ଓଡ଼ିଆ ମଠ ଓ ରାଘବଦାସ ମଠ ଯୋଗାଇଥାନ୍ତି । ସିଂହଦ୍ୱାର ନିକଟସ୍ଥ କୂପରୁ ଅଧରପଣା ନୀତି ପାଇଁ ପାଣି ଆସିବା ପରେ ରଥରେ ଅବସ୍ଥାନ କରୁଥିବା ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଅଧରପଣା ଲାଗି ହୋଇଛି ।

Image

ତେବେ ଆସନ୍ତାକାଲି ଅନୁଷ୍ଠିତ ହେବ ନୀଳାଦ୍ରି ବିଜେ ନୀତି । ଶୃଙ୍ଖଳିତ ଭାବେ ଆଜି ସମସ୍ତ ନୀତିକାନ୍ତି ଶେଷ ହୋଇଥିବା ବେଳେ ଆସନ୍ତାକାଲି ମଧ୍ୟ ନୀଳାଦ୍ରିବିଜେ ନୀତି ଶୃଙ୍ଖଳିତ ଭାବେ କରିବା ନେଇ ସେବାୟତମାନେ ମତ ରଖିଛନ୍ତି |

ରଥ ଉପରେ ସନ୍ଧ୍ୟାଧୂପ ନୀତି ଶେଷ ପରେ ଚାରମାଳ ବନ୍ଧାଯାଇ ସିଂହାସନ ମାଜଣା କରାଯିବା ସହ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ଗୋଟି ପହଣ୍ଡିରେ ନୀଳାଦ୍ରିବିଜେ  ଅନୁଷ୍ଠିତ ହେବ । ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ପରେ ସୁଦର୍ଶନ, ବଳଭଦ୍ର, ମା’ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ରତ୍ନ ବେଦୀକୁ ବିଜେ କରିବା ପରେ ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଅନୁଷ୍ଠିତ ହେବ ।

ତେବେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବା ମାତ୍ରେ ଅଭିମାନିନୀ ମା’ ମହାଲକ୍ଷ୍ମୀ ଚାହାଣୀ ମଣ୍ଡପକୁ ବିଜେ କରିବା ସହ ସେଠାରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ଅଭିମାନିନୀ ମା’ ଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ଦେଇ ମହାପ୍ରଭୁ ମାନଭଞ୍ଜନ କରିବାର ଵିଧି ରହିଥିବାରୁ ଆସନ୍ତାକାଲି ମଧ୍ୟ ଶ୍ରୀଜିଉଙ୍କ ନିକଟରେ ରସଗୋଲା ଭୋଗ କରାଯିବ ।

ଇତିହାସ ସୃଷ୍ଟି କଲା ପାରାଦ୍ୱୀପ ବନ୍ଦର: ୩ ମାସରେ ୨୫.୭୩ ମେଟ୍ରିକ ଟନ୍ ପଣ୍ୟ କାରବାର

ପାରାଦ୍ୱୀପ: ପଣ୍ୟ ପରିବହନ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ପାରାଦ୍ୱୀପ ବନ୍ଦର। କାନଡଲାର ଦିନଦୟାଲ ବନ୍ଦରକୁ ପଛରେ ପକାଇ ପଣ୍ୟ ପରିବହନରେ ଏକ ନମ୍ବର ସ୍ଥାନ ହାସଲ କରିଛି ପାରାଦ୍ୱୀପ ବନ୍ଦର । ଚଳିତ ଆର୍ଥିକ ବର୍ଷର ମାତ୍ର ୩ ମାସରେ ୨୫.୭୩ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର ହୋଇପାରିଛି । କରୋନା ଯୋଗୁଁ ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ଚାଲିଥିବା ବେଳେ ପାରାଦ୍ୱୀପ ବନ୍ଦରର ଏହି ସଫଳତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛି ।

Modern RFID Access Control System Introduced at Paradip Port ...

ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟଙ୍କ ସଠିକ୍ ପରିଚାଳନା ଯୋଗୁଁ ବିଗତ ୩ ବର୍ଷ ଧରି ପାରାଦ୍ୱୀପ ବନ୍ଦର ଭାରତର ଦ୍ଵିତୀୟ ବୃହତ୍ତମ ବନ୍ଦରର ମାନ୍ୟତା ହାସଲ କରିଥିଲା। ଏବଂ ୨୪ ଘଣ୍ଟାରେ ୨୪ ଜାହାଜକୁ ପରିଚାଳନା କରି ପୂର୍ବରୁ ଇତିହାସ ସୃଷ୍ଟି କରିଥିଲା ପାରାଦ୍ୱୀପ ବନ୍ଦର। ବିଜୁବାବୁଙ୍କ ପ୍ରଚେଷ୍ଟାରେ ୧୯୬୨ ମସିହାରେ ମାତ୍ର ଗୋଟିଏ ବର୍ଥରୁ ଆରମ୍ଭ ହୋଇଥିବା ପାରାଦ୍ୱୀପ ବନ୍ଦର ଆଜି ଭାରତର ଏକ ନମ୍ବର ମେଜର ପୋର୍ଟ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିବାରେ ସଫଳ ହୋଇଛି ।

ଅପରପକ୍ଷରେ ପାରାଦ୍ୱୀପ ବନ୍ଦରର ଏହି ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ ପାରାଦ୍ୱୀପ ପୋର୍ଟ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ଏଭଳି ସଫଳତା ନେଇ ବିଜୁ ବାବୁ ମଧ୍ୟ ଗର୍ବିତ ଅନୁଭବ କରିଥାନ୍ତେ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଶନିବାର ଓ ରବିବାର ପୁରୀରେ ହେବନାହିଁ ସଟ୍‌ଡାଉନ୍‌: ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବ ଟିମ୍

ପୁରୀ: ଆସନ୍ତା ଶନିବାର ଓ ରବିବାର ପୁରୀରେ ହେବନାହିଁ ସଟଡାଉନ୍‌ । ୩୨ଟି ଓ୍ୱାର୍ଡରେ ୩୨ଟି ଏନଫୋର୍ସ ଟିମ୍‌ ଘର ଘର ବୁଲି ସଂକ୍ରମିତଙ୍କୁ ଚିହ୍ନଟ କରିବା ସହିତ ଲୋକଙ୍କୁ କରୋନା ନେଇ ସଚେତନ କରାଇବେ । ଏଥିସହ କାଲିଠାରୁ ୫ଟି ଟିମ୍‌ ସହରର ସମସ୍ତ ଦୋକାନ ଓ ଠେଲାଗାଡ଼ିଗୁଡ଼ିକ ବୁଲି କୋଭିଡ ନିୟମ ପାଳନ କରୁଛନ୍ତି କି ନାହିଁ ସେନେଇ ତଦନ୍ତ କରିବେ ।

AP Govt to rope in volunteers for door-to-door campaign on COVID ...

ରଥଯାତ୍ରା ଭଳି କରୋନା ନିୟମକୁ କଡ଼ାକଡ଼ିଭାବେ ଅନୁପାଳନ କରୁଛୁ ବୋଲି ପୁରୀବାସୀ ଦେଖାଇବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ମାସ୍କ ଓ ସାମାଜିକ ଦୂରତା ନମାନିଲେ ଫାଇନ କରାଯିବା ସହ ପ୍ରଶାସନ କଡା ଆଭିମୁଖ୍ୟ ଦେଖାଇବ ବୋଲି ଚେତାଇ ଦେଇଛନ୍ତି । ହସ୍ପିଟାଲକୁ ସ୍ୱତନ୍ତ୍ର ନଜରରେ ରଖାଯାଇଛି । ଗୁରୁତର ରୋଗ ନହେଲେ ମେଡିକାଲକୁ ନଆସିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ ।

No Need to Panic, Says Puri Collector | The News Room

ଔଷଧ ଆବଶ୍ୟକ ହେଲେ ଟେଲିମେଡ଼ିସିନ ନମ୍ବରରେ ଯୋଗାଯୋଗ କରିବାକୁ କହିଛନ୍ତି ଜିଲ୍ଲାପାଳ । ସଟ୍‌ଡାଉନ୍‌ ସମୟରେ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ଜିଲ୍ଲାପ୍ରଶାସନ ପ୍ରସ୍ତୁତ ଅଛି । ତେବେ ଆସନ୍ତା ଶନିବାର ଓ ରବିବାର ଅର୍ଥାତ ୪ ଓ ୫ ତାରିଖ ବ୍ୟତୀତ ଅନ୍ୟ ଶନିବାର ଓ ରବିବାରରେ ସାପ୍ତାହିକ ସଟ୍‌ଡାଉନ୍‌ ଜାରି ରହିବ ।

ଦିଲ୍ଲୀରେ ଭୂମିକମ୍ପ, କେଜ୍ରିଓ୍ୱାଲ ଟୁଇଟ୍ କରି କହିଲେ ଏମିତି କଥା…..

ଆଜି ସନ୍ଧ୍ୟା ୭ଟାରେ ଦିଲ୍ଲୀରେ ଭୂମିକମ୍ପ ହୋଇଛି । ତେବେ ଗତ କିଛି ଦିନ ହେବ ଦେଶରେ ଦିଲ୍ଲୀ ଏନସିଆର୍ ଭଳି କିଛି ସ୍ଥାନରେ ଭୂମିକମ୍ପ ଦେଖିବାକୁ ମିଳୁଛି ।  ଆଜିର ଏହି ଭୂମିକମ୍ପର ପ୍ରଭାବ ହରିୟାଣା ଓ ରାଜସ୍ଥାନରେ ମଧ୍ୟ ଅନୁଭୂତ ହୋଇଛି । ନ୍ୟାସନାଲ୍ ସେଣ୍ଟର ଫର୍ ସେସମୋଲୋଜୀର ରିପୋର୍ଟ ଅନୁଯାୟୀ, ଗୁରୁଗ୍ରାମ ହରିୟାଣାର ଦକ୍ଷିଣ-ପଶ୍ଚିମ ଭାଗରେ ତୀବ୍ରତା ୪.୫ ରହିଥିଲା । ସେହିଭଳି ରାଜସ୍ଥାନରେ ୪.୭ ତୀବ୍ର ଭୂମିକମ୍ପ ଦେଖିବାକୁ ମିଳିଛି । ତେବେ ଅନେକ ସ୍ଥାନରେ ଲୋକେ ଭୟଭୀତ ହୋଇ ଘରୁ ବାହାରି ବାହାରକୁ ଚାଲି ଆସିଥିଲେ ।

Delhi experiences Earthquake todayଭୂମିକମ୍ପର କିଛି ସମୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଟୁଇଟ ଯୋଗେ ଏନେଇ ସୂଚନା ଦେଇଥିଲେ । ଟୁଇଟରେ ଲେଖାଥିଲା ଯେ, କିଛି ସମୟ ପୂର୍ବରୁ ଦିଲ୍ଲୀରେ ଧୀର ଭୂମିକମ୍ପ ହୋଇଛି । ଆଶା, ଆପଣମାନେ ସୁରକ୍ଷିତ ଥିବେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ମାସ ମଧ୍ୟରେ ଦିଲ୍ଲୀରେ ୧୪ଥର ଭୂମିକମ୍ପ ହୋଇସାରିଛି ।

୨୦୧୧ ବିଶ୍ୱକପ୍‌ରେ ଫିକ୍ସିଂ ଅଭିଯୋଗ: ପ୍ରମାଣ ଅଭାବରୁ ତଦନ୍ତ ବନ୍ଦ କଲା ଶ୍ରୀଲଙ୍କା ପୋଲିସ

କଲୋମ୍ୱ:  ମ୍ୟାଚ୍ ଫିକ୍ସିଂ ନେଇ ହୋଇଥିବା ଅଭିଯୋଗ ଉପରେ ତଦନ୍ତ ବନ୍ଦ କଲା ଶ୍ରୀଲଙ୍କା । ୨୦୧୧ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍‌ରେ ଫିକ୍ସିଂ ହୋଇଥିବା ନେଇ ହୋଇଥିଲା ଅଭିଯୋଗ । ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ାମନ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଏହି ତଦନ୍ତ ଆରମ୍ଭ ହୋଇଥିଲା ।

My Favourite CWC Game: India vs Sri Lanka, Final, 2011 | Wisden

ତଦନ୍ତ ସମୟରେ ଶ୍ରୀଲଙ୍କା ଦଳର ତତ୍କାଳୀନ ଅଧିନାୟକ କୁମାର ସାଙ୍ଗାକାରା, ଉପଅଧିନାୟକ ମାହେଲା ଜୟବର୍ଦ୍ଧନେ ଓ ଚୟନକର୍ତ୍ତା ଅରବିନ୍ଦ ଡି ସିଲଭାଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ୟୁନିଟ ପଚରାଉଚରା ମଧ୍ୟ କରିଥିଲା । ତେବେ ଉପଯୁକ୍ତ  ପ୍ରମାଣ ନ ମିଳିବାରୁ କ୍ରୀଡ଼ା ମନ୍ତ୍ରାଳୟ ତଦନ୍ତ ଉପରେ ରୋକ ଲଗାଇ ଦେଇଛି । ଏ ନେଇ ଆଜି ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।

2011 Cricket World Cup: Did Lanka throw final vs India? Minister ...

୨୦୧୧ରେ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ଥିବା ମହିଦାନନ୍ଦ ଅଲୁଥଗମାଗେ ବିଶ୍ୱକପ୍‌ରେ ଫିକ୍ସିଂ  ହୋଇଥିବା ଅଭିଯୋଗ ଆଣିଥିଲେ । ଏହାପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଶ୍ରୀଲଙ୍କାର ଯୁବ ସଂଗଠନ ସାମାଙ୍ଗି ଜାନ ବାଲାଓ୍ୱେଗୟା ରାସ୍ତାକୁ ଓହ୍ଲାଇ ଜେରାକୁ ବିରୋଧ କରିବା ସହ ନିଜ ପ୍ରିୟ ଖେଳାଳିଙ୍କୁ ସମର୍ଥନ ଜଣାଇଥିଲେ । ସେଠାକାର କ୍ରୀଡ଼ା ମନ୍ତ୍ରାଳୟ ସମ୍ମୁଖରେ ସେମାନେ ପ୍ରତିବାଦ ଜଣାଇଥିଲେ ।

୨୦୧୧ ବିଶ୍ୱକପ୍‌ରେ ଫିକ୍ସିଂ ଅଭିଯୋଗ: ସାଙ୍ଗାକାରାଙ୍କୁ ଜେରା, ଶ୍ରୀଲଙ୍କାରେ ପ୍ରତିବାଦ

ଲେହରେ ପ୍ରଧାନମନ୍ତ୍ରୀଙ୍କ ଗର୍ଜନ ପରେ ଚୀନ୍‌ ରଖିଲା ପ୍ରତିକ୍ରିୟା, କହିଲା…

ନୂଆଦିଲ୍ଲୀ: ଲେହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନକୁ ନେଇ ଚୀନ୍ ପ୍ରତିକ୍ରିୟା ରଖିଛି । ନୂଆଦିଲ୍ଲୀରେ ଥିବା ଚୀନ୍ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଚୀନ୍‌କୁ ବିସ୍ତାରବାଦୀ ବୋଲି କହିବା ଭିତ୍ତିହୀନ । କାରଣ ଚୀନ୍‌ର ୧୪ ପଡୋଶୀ ଦେଶ ମଧ୍ୟରୁ ୧୨ ଟି ଦେଶ ସହ କୌଣସି ସୀମା ବିବାଦ ନାହିଁ । ଖାଲି ସେତିକି ନୁହେଁ ଏହି  । ୧୨ଟି ଦେଶ ସହ ସୀମା ବିବାବ କେବଳ ଆଲୋଚନାରେ ହିଁ ସମାଧାନ ହୋଇଛି । ତେଣୁ ଚୀନ୍‌କୁ ବିସ୍ତାରବାଦୀ କହିବା ଅନୁଚିତ୍‌ ।

PM Narendra Modi

ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଲେହ ଗସ୍ତ କରିଥିଲେ । ସେଠାରେ ସେ ଭାରତୀୟ ସୈନିକମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ଚୀନ୍‌କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେଉଁମାନେ ବିସ୍ତାରବାଦ ଉପରେ ବିଶ୍ୱାସ କରନ୍ତି ସେମାନେ କେବେ ବି ଆଗକୁ ଯାଇପାରିବେ ନାହିଁ । ଏବେ ବିଶ୍ୱ ବିସ୍ତାରବାଦ ନୁହେଁ ବିକାଶ ଉପରେ ବିଶ୍ୱାସ ରଖେ । ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ସମୟ ମଧ୍ୟରେ ଏବେ କେବଳ ବିକାଶ ଉପରେ ଗୁରୁତ୍ୱ ଦିଆଯାଏ । ମୋଦିଙ୍କ ଏଭଳି ମନ୍ତବ୍ୟରେ ଚୀନ୍‌ ଚିହିଁକି ଉଠିଛି ।

PM Narendra Modi

ଏହାପରେ ନୂଆ ଦିଲ୍ଲୀରେ ଥିବା ଚୀନ୍‌ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଚୀନ୍‌କୁ ବିସ୍ତାରବାଦ କହିବା ସମ୍ପୂର୍ଣ୍ଣ ଭିତ୍ତିହୀନ ।

ତେବେ ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ପୂର୍ବରୁ ଚୀନ୍‌ କହିଥିଲା ଯେ, ଉଭୟ ସେନା ପକ୍ଷରୁ ବର୍ତ୍ତମାନ ପରିସ୍ଥିତିରେ କୌଣସି ବି ପଦକ୍ଷେପ ନିଆଯିବା ଉଚିତ୍‌ ନୁହେଁ । ଯଦି ନିଆଯାଏ ତେବେ ପରିସ୍ଥିତି ଆହୁରି ଉତ୍ତେଜନା ପୂର୍ଣ୍ଣ ହେବ ।

ଶ୍ୱଶୁର ତୁଳନାରେ ଶାଶୁ ସହ କାହିଁକି ବୋହୂର ଅଧିକ ଝଗଡ଼ା ହୋଇଥାଏ, ଜାଣନ୍ତୁ କାରଣ…

ଶାଶୁ-ଶ୍ୱଶୁରଙ୍କ ସହ ରହୁଥିବା ବୋହୂ ମାନେ ଅନେକ ସମୟରେ ନିଜ ଶାଶୁଙ୍କ ବିଷୟରେ ପଛପଟେ ଅଭିଯୋଗ କରୁଥିବା ଆପଣ ଶୁଣିଥିବେ । ଏହା ସେତେବେଳେ ଘଟେ ଯେତେବେଳେ ସେମାନେ ନିଜ ଶାଶୁଙ୍କ ସହ ପଟନ୍ତିନି । ସେହି କ୍ଷେତ୍ରରେ ସେମାନେ କେବେବି ନିଜ ଶ୍ୱଶୁରଙ୍କ ନାମ ନିଅନ୍ତି ନାହିଁ, ଓଲଟା ସେମାନଙ୍କୁ ପସନ୍ଦ କରୁଥିବା ଦେଖାଯାଏ । ତେବେ ଏହାର କାରଣ କ’ଣ ଯେ ବିବାହ ପରେ କିଛି ମହିଳା ନିଜ ଶାଶୁଘରେ ଶ୍ୱଶୁରଙ୍କ ଅପେକ୍ଷା ଶାଶୁ ସହ ମିଶିବାରେ ତାଙ୍କର ଅଧିକ ସମସ୍ୟା ଥାଏ ?

ଗୃହସ୍ଥିକୁ ନେଇ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପଜେସିଭ୍ ଥାନ୍ତି । ଏହାର କାରଣ ସେ ଘରକୁ ଅତି ସୁନ୍ଦରତା ସହ ନିଜ ହାତରେ ଗଢିଥାନ୍ତି । ଜଣେ ମା ଏବଂ ପତ୍ନୀ ହୋଇ ସେ ସବୁବେଳେ ନିଜ ଘରକୁ ସମ୍ଭାଳନ୍ତି । ଯେତେବେଳେ ବୋହୂ ଆସେ, ଏହା ସ୍ପଷ୍ଟ ଯେ ସେ ତା’ସହ କିଛି ପରିବର୍ତ୍ତନ ଆଣିଥାଏ । ପ୍ରାୟତଃ ଏମିତି ଦେଖାଯାଏ, ଶାଶୁ ଏବଂ ବୋହୂ ଭିନ୍ନ ଉପାୟରେ ଘର ଚଳାଇଥାନ୍ତି ଯାହା ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥାଏ । ଏହି ଅସନ୍ତୋଷ ପରେ ଝଗଡ଼ାର ରୂପ ନେଇଥାଏ ।

ପୁଅର ଧ୍ୟାନ ନଦେବା

ଏହି କ୍ଷେତ୍ରରେ ଏହା ବୋହୂର ଦୋଷ ନୁହେଁ ବରଂ ପୁଅର ଦୋଷ ଥାଏ । ବିବାହ ପରେ ସ୍ୱାମୀ ନିଜ ପତ୍ନୀଙ୍କ ସହ ଅଧିକ ସମୟ ବିତାଇବାକୁ ଚାହାଁନ୍ତି  କିନ୍ତୁ ମା ବାପାଙ୍କୁ ଅଣଦେଖା କରିବାବି ଏକ ବଡ ଭୁଲ । ଯେଉଁ ପୁଅ ସବୁ ସମୟରେ ନିଜ ମା ପଛେପଛେ ଦୌଡୁଥିଲା ଏବଂ ତାଙ୍କ ସହ ସମୟ ବିତାଉଥିଲା, ହଠାତ ପତ୍ନୀ ଆସିବା ପରେ ସମ୍ପୂର୍ଣ୍ଣ ଧ୍ୟାନ ପତ୍ନୀକୁ ଦେବାଆରମ୍ଭ କଲା, ତେବେ କିଏ ଏହାକୁ ପସନ୍ଦ କରିବ…. ? ଆସକ୍ତ ଏବଂ ପ୍ରେମ ହେତୁ ଶାଶୁ ମାନେ ଏଭଳି ପରିସ୍ଥିତିରେ ନିଜ ପୁଅକୁ ଦାୟୀ କରନ୍ତି ନାହିଁ, କିନ୍ତୁ ଭାବନ୍ତି ଯେ ଏହା ସେମାନଙ୍କ ବୋହୂ ପାଇଁ ହେଉଛି । ଏହି ଭାବନା ତାଙ୍କ ମନ ଭିତରେ ତିକ୍ତତା ଆଣିଥାଏ ।

ପୂର୍ବର ତିଆରି ହୋଇଥିବା ଇମେଜ୍

‘ଶାଶୁଠୁ ସମ୍ଭାଳିକି ଥିବୁ’ ‘ପ୍ରଥମରୁ ବୋହୂକୁ ବେଶୀ ସ୍ୱାଧୀନତା ଦେବନି’ ବିବାହ ପୂର୍ବରୁ ଏମିତି ଅନେକ କଥା ସେମାନଙ୍କ ଆଖପାଖରେ ଥିବା ମହିଳାମାନେ ପରାମର୍ଶ ଦେଇଥାନ୍ତି । ଏଭଳି ପରାମର୍ଶ ଖୋଲା ଚିନ୍ତାଧାରା ରଖୁଥିବା ମହିଳା ମନରେ ମଧ୍ୟ ନକାରାତ୍ମକ ଚିନ୍ତାଧାରା ପଶେଇ ଦେଇଥାଏ | ସେ ଜିନିଷଗୁଡ଼ିକୁ ସେହି ଭାବରେ ଦେଖିବା ଆରମ୍ଭ କରେ | ଏହି ପରିସ୍ଥିତିରେ, ଶାଶୁ ଏବଂ ବୋହୂ ମଧ୍ୟରେ ସମ୍ପର୍କ କଦାପି ସ୍ୱାଭାବିକ ହୋଇପାରେନାହିଁ |

ଶ୍ୱଶୁରଙ୍କ ସହିତ ଏହି ସମସ୍ୟା କାହିଁକି ହୁଏନାହିଁ ?

ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ପରିବାର ପ୍ରତି କମ୍ ଭାବପ୍ରବଣତା ଥାଏ, ଯାହା ଦ୍ୱାରା ସେମାନେ ଅନୁଭବ କରି ପାରନ୍ତି ନାହିଁ ଯେ ତାଙ୍କର ଏହି ଗୁଣ ମହିଳାଙ୍କୁ କେତେ କଷ୍ଟ ଦେଉଛି । ଦ୍ୱିତୀୟ କାରଣଟି ହେଉଛି ଯେ ପୁରୁଷମାନେ ସାଧାରଣତଃ ମହିଳାଙ୍କ ଝଗଡା ଠାରୁ ଦୂରତା ରଖିବାକୁ ପସନ୍ଦ କରନ୍ତି  । ଯଦି ଏଭଳି ପରିସ୍ଥିତିରେ ସେ କେବେ ପଶିଯା’ନ୍ତି, ତେବେ ସେମାନେ ଶାନ୍ତ ରହିବାକୁ କିମ୍ବା ଛାଡିବାକୁ ପସନ୍ଦ କରନ୍ତି | ଏହି କାରଣରୁ ତାଙ୍କୁ ସ୍ତ୍ରୀର ଅଭିମାନ ସହିବାକୁ ପଡିଥାଏ । ଅନ୍ୟପକ୍ଷରେ  କିଛି ନ କହିବା କାରଣରୁ ସେମାନଙ୍କ ପ୍ରତି ସ୍ତ୍ରୀମାନେ ଏକ ଭଲ ଚିନ୍ତାଧାରା ରଖନ୍ତି  । ସେଥିପାଇଁ  ଶାଶୁଙ୍କ ସହ ଝଗଡା ହେବା ପରେ ମଧ୍ୟ ସେମାନେ ତାଙ୍କ ସ୍ୱାମୀଙ୍କ ଯତ୍ନ ନିଅନ୍ତି ।

ଏଣିକି ଘରୋଇ ହସ୍ପିଟାଲରେ ହୋଇପାରିବ ଦେୟଯୁକ୍ତ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଏଣିକି ଘରୋଇ ହସ୍ପିଟାଲ୍‌ ହୋଇପାରିବ କରୋନା ଟେଷ୍ଟ । କମ୍ ଦାମ୍‌ରେ ଘରୋଇ ହସ୍ପିଟାଲରେ କୋଭିଡ ଟେଷ୍ଟ କରାଇବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଘରୋଇ ଡାକ୍ତରଖାନାରେ ୨ହଜାର ୨ଶହ ଟଙ୍କାରେ ହୋଇପାରିବ କୋଭିଡ ଟେଷ୍ଟ । ଆଇସିଏମ୍‌ଆର ପକ୍ଷରୁ ଏହି ଦର ଧାର୍ଯ୍ୟ ହୋଇଛି ।

BJP, Congress accuse Odisha govt of scaling down Covid-19 tests ...

ଭୁବନେଶ୍ୱର ଆପୋଲ, ସମ୍‌, ଆଇଏନ୍‌ଡିଏନ୍‌ଏ ଲାଇଫ୍‌ ସାଇନସେସ୍ ଓ ଶହୀଦ ନଗର ଜେନେଏକ୍ସ ଡାଇଗ୍ନୋଷ୍ଟିକ୍‌ରେ ହେବ  ପରୀକ୍ଷା । ଆଇସିଏମ୍‌ଆର୍‌ର ଗାଇଡଲାଇନ୍‌ ଅନୁଯାୟୀ ହେବ ପରୀକ୍ଷା । ତେବେ ଗାଇଡଲାଇନ୍ ଅନୁଯାୟୀ ପରୀକ୍ଷା ହେଉଛି କି ନାହିଁ ତାହା ତଦାରଖ କରିବ ଆଇସିଏମ୍‌ଆର ।

COVID-19 had material impact on healthcare services business ...

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲୁଥିବାରୁ ଟେଷ୍ଟିଂ ମଧ୍ୟ ବଢ଼ାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସୂଚନା ଯୋଗ୍ୟ ଯେ,  ରାଜ୍ୟରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୬୧ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୪୨୫ଟି କେସ୍ କ୍ୱାରେଣ୍ଟାଇନରୁ ଓ ଅବଶିଷ୍ଟ ୧୩୬ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି ।

People landing in state capital will be quarantined: BMC ...

ଅପରପକ୍ଷରେ ରାଜଧାନୀରେ କରୋନା ମୁକାବିଲା ନେଇ ଆଉ ଏକ ପଦକ୍ଷେପ । ରାଜନୈତିକ ଦଳର କାର୍ଯ୍ୟକ୍ରମ, ସାମାଜିକ କାର୍ଯ୍ୟକ୍ରମ, ବିକ୍ଷୋଭକୁ ବିଏମ୍‌ସି ପକ୍ଷରୁ ବାରଣ କରାଯାଇଛି । ଏହି ସମୟରେ ଏକତ୍ରୀକରଣ ଉପରେ ବିଏମସି ପୂର୍ବରୁ ଜରିମାନା କରିଛି । କିଛି ଜଣଙ୍କର ନାଁରେ ଏନେଇ ମାମଲା ରୁଜୁ ହୋଇଛି । ଆଗାମୀ ଦିନରେ ଆଇନକୁ ହାତକୁ ନିଅନ୍ତୁ ନାହିଁ । ଏକତ୍ରୀକରଣରେ କେହି ସାମିଲ ନହେବା ପାଇଁ ପରାମର୍ଶ ପ୍ରେସମିଟ୍‌ରେ ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୈଧୁରୀ । ଏଥିସହିତ ଜୁଲାଇ ୩୧ ଯାଏଁ ଇଣ୍ଡଷ୍ଟ୍ରିଆଲ୍ କ୍ଷେତ୍ର ତଥା କୋଠା ନିର୍ମାଣ ଭଳି କାମ ପାଇଁ ଆବଶ୍ୟକ ପଡ଼ୁଥିବା ବାହାର ରାଜ୍ୟର ଶ୍ରମିକଙ୍କୁ ନଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଶ୍ରମିକମାନେ ଆସି ସାରିଛନ୍ତି  ସେମାନେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବେ । ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ବାହାର ରାଜ୍ୟରୁ ଆସିଥିବା ଲୋକଙ୍କ ଠାରେ ଅଧିକ ସଂକ୍ରମିତ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ସୁବାଷ ନରଗରୁ କଣ୍ଟେନମେଣ୍ଟ ଉଚ୍ଛେଦ କରାଯାଇଥିବା ବେଳେ ନୂଆଗାଁକୁ ବିଏମ୍‌ସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା