ବାଲେଶ୍ୱରରେ ଓଲଟିଲା ପ୍ରବାସୀଙ୍କ ବସ୍: ୮ ଆହତ
ବାଲେଶ୍ୱର: ୧୬ ନଂ ଜାତୀୟ ରାଜପଥର ମଙ୍ଗଳପୁର ନିକଟରେ ପ୍ରବାସୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ବେଳେ, ୮ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବସ୍ଟି ୪୦ ଜଣ ପ୍ରବାସୀଙ୍କୁ ଧରି କେରଳରୁ ପଶ୍ଚିମବଙ୍ଗ ଯାଉଥିଲା । ଘଟଣାସ୍ଥଳର ଶିଳ୍ପାଞ୍ଚଳ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯାଇଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଆହତମାନଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନେ ସୁସ୍ଥ ଅଛନ୍ତି ।
ବରଗଡ଼ରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ବରଗଡ଼: ବରଗଡ଼ରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାର ଭେଡେନ୍ ଓ ଭଟଲୀ ବ୍ଲକରୁ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା । ୪ ଆକ୍ରାନ୍ତ ଭେଡେନ୍ ବ୍ଲକର ହୋଇଥିବା ବେଳେ ଆଉ ଦୁଇ ଆକ୍ରାନ୍ତ ଭଟଲି ବ୍ଲକରୁ ହୋଇଥିବା ନେଇ ସୂଚନା ।
@CMO_Odisha @HFWOdisha @SRC_Odisha @IPR_Odisha
6 new +ve cases(all male persons) detected in Bargarh District.4 from Bheden and 2 from Bhatli Block. Five of them have travel history and one local case in Bhatli.The concerned areas have been declared as containment zone.— Collector & DM, Bargarh (@DMBargarh) May 30, 2020
ସମସ୍ତ ଆକ୍ରାନ୍ତ ପୁରୁଷ ରହିଥିବା ସୂଚନା । ସେପଟେ ୫ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଛି, ଏବଂ ଜଣେ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର । ଚିହ୍ନଟ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜିଲ୍ଲାରେ ପୂର୍ବରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ହୋଇଛି ।
ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ: ଭାରତରେ ପାଖାପାଖି ୫ ହଜାର
ନୂଆଦିଲ୍ଲୀ: କାୟା ବିସ୍ତରା କରିଚାଲିଛି ଭୟଙ୍କର ଭୂତାଣୁ କରୋନା । ଏଯାବତ୍ ସାରା ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ଲକ୍ଷ ୩୦ ହଜାର ୨୯୪ରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୬୬ହଜାର ୮୦୯ରେ ପହଞ୍ଚିଛି । ତେବେ ଆଶ୍ୱସ୍ତିକର ବିଷୟ ମୃତକଙ୍କ ଠାରୁ ଢେର ଅଧିକା ରହିଛି ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା । ଏଯାବତ୍ ସାରା ବିଶ୍ୱରେ ୨୬ଲକ୍ଷ ୫୯ ହଜାର ୨୫୦ ଜଣ ସୁସ୍ଥ ହେଲେଣି । ଏବେବି ସଂକ୍ରମିତ ରାଷ୍ଟ୍ରର ତାଲିକାର ଶୀର୍ଷରେ ରହିଛି ଆମେରିକା । ଯୁକ୍ତି ରାଷ୍ଟ୍ର ଆମେରିକାରେ ୧୭ଲକ୍ଷ ୯୩ ହଜାର ୫୩୦ରେ ପହଞ୍ଚିଲାଣି ସଂକ୍ରମିତଙ୍କ ସଂଖ୍ୟା । ଏଥିରେ ମୋଟ ୧ଲକ୍ଷ ୪ହଜାର ୫୪୨ଜଣଙ୍କ ମୃତ୍ୟୁ ହେଲାଣି । ତେବେ ବ୍ରାଜିଲ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ସତ୍ତ୍ୱେ ଆମେରିକାରଠାରୁ ଏଠାରେ ସଂକ୍ରମତଙ୍କ ସଂଖ୍ୟା କମ୍ ରହିଛି । ବ୍ରାଜିଲରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୬୮ ହଜାର ୩୩୮ରେ ପହଞ୍ଚିଛି । ଅପରପକ୍ଷରେ ମୃତକଙ୍କ ସଂଖ୍ୟା ୨୭ହଜାର ୯୪୪ରେ ପହଞ୍ଚିଛି । ସଂକ୍ରମିତଙ୍କ ସଂଖ୍ୟା ଅନୁଯାୟୀ ତାଲିକାର ତୃତୀୟ ସ୍ଥାନରେ ରହିଛି ଋଷ । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୮୭ ହଜାର ୬୨୩ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ଅନ୍ୟ ରାଷ୍ଟ୍ରଙ୍କ ତୁଳନାରେ ଏଠାରେ ମୃତକଙ୍କ ସଂଖ୍ୟା କିଛିଟା କମ୍ ରହିଛି । ଋଷରେ ମୋଟ ୪ ହଜାର ୩୭୪ ଜଣଙ୍କ ମୃତ୍ୟୁ ଘଟିଛି । ସଂକ୍ରମିତଙ୍କ ସଂଖ୍ୟା ଅନୁଯାୟୀ ଋଷ ପଛକୁ ସ୍ପେନ୍ ଏବଂ ବ୍ରିଟେନ ରହିଥିଲେ ସୁଦ୍ଧା ଏଠାରେ ମୋଟ ମୃତ ସଂଖ୍ୟା ଢ଼େର ଅଧିକା । ସ୍ପେନ୍ରେ ୨୭ ହଜାର ୧୨୧, ବ୍ରିଟେନ୍ରେ ୩୮ ହଜାର ୧୬୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ତାଲିକାର ନବମ ସ୍ଥାନରେ ରହିଛି ୧ଲକ୍ଷ ୭୩ ହଜାର ୪୯୧ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୪ ହଜାର ୯୮୦ ରେ ପହଞ୍ଚିଛି ।
ଦୁଇ ଦିନ ହେଲା ଭୁବନେଶ୍ୱରେ ତାଣ୍ଡବ କରୁଛି ଘୂର୍ଣ୍ଣିଝଡ଼, ୩ ଦିନ ପରେ ପାଗରେ ଆସିବ ପରିବର୍ତ୍ତନ
ଭୁବନେଶ୍ୱର: ଦୁଇ ଦିନ ହେଲା ଭୁବନେଶ୍ୱରେ ତାଣ୍ଡବ କରୁଛି ଘୂର୍ଣ୍ଣିଝଡ଼ । ଭୋର ସମୟରେ ଝଡ଼ତୋଫାନ ଓ ବର୍ଷାରେ ବେହାଲ ରାଜଧାନୀ । ସେପଟେ ଦେଶରେ ୨ ଜୁନ ଯାଏଁ ରହିବନି ଖରାର ପ୍ରକୋପ । ଅଧିକାଂଶ ସ୍ଥାନରେ ପାରଦ କମିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ସଂସ୍ଥା । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଉତ୍ତାପ ବୃଦ୍ଧି ପାଇବ ନାହିଁ ।

ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବି ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଜଳବାୟୁ ପରିବର୍ତ୍ତନ ଏବଂ ରାଜସ୍ଥାନରୁ ଛତିଶଗଡ ମଧ୍ୟରେ ଥିବା ଟ୍ରପ୍ ଲାଇନ୍ର ପ୍ରଭାବରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ସ୍ଥଳଭାଗ ଠାରୁ ଅଳ୍ପ ଉଚ୍ଚତାରେ ମେଘମାଳାର ଗତିପଥ ଏବଂ ପବନର ବେଗ ଅଧିକ ରହୁଥିବାରୁ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହେଉଛି । ୩ ଦିନ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଟିକ୍ଟକ୍ ଭିଡିଓକୁ ନେଇ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ, କଡ଼ାକଡ଼ି ହେବ ସାଇବର ତଦନ୍ତ ପ୍ରକ୍ରିୟା
ଭୁବନେଶ୍ୱର: ଟିକ୍ଟକ୍ ଭିଡିଓକୁ ନେଇ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ରାଜ୍ୟରେ ଟିକଟକ୍ ଭିଡିଓକୁ ନେଇ ଲଗାତାର ଅଭିଯୋଗ ଆସିବାରେ ଲାଗିଛି । ଅନେକ ସମୟରେ ଅଶ୍ଳୀଳତା ଓ ନଗ୍ନତାକୁ ପ୍ରଶ୍ରୟ ଦେଉଛି ଟିକ୍ଟକ୍ ଭିଡିଓ ।

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏନେଇ ଅନେକ ଜୀବନ ଓ ସମ୍ମାନହାନୀ ହେଉଛ । ଏସବୁ ରୋକିବାକୁ ରାଜ୍ୟରେ ସାଇବର ତଦନ୍ତ କଡାକଡି ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ସମ୍ବଲପୁରର ଏକ ମାମଲାର ବିଚାର କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି ।

ଚୀନ୍ ନିୟନ୍ତ୍ରଣରେ ରହିଛି WHO: ଡୋନାଲ୍ଡ ଟ୍ରମ୍ପ୍
ଯୁକ୍ତରାଷ୍ଟ୍ର ଆମେରିକା: ଚୀନ୍ ନିୟନ୍ତ୍ରଣରେ ରହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏଭଳି ଅଭିଯୋଗ ଆଣି WHO ଠାରୁ ସମ୍ପର୍କ ଛିନ୍ନ କରିଛି ଆମେରିକା । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଘୋଷଣା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କରୋନା ସମ୍ପର୍କିତ ତଥ୍ୟ ଲୁଚାଇ ଭୁଲ କରିଛି WHO । ଯାହାର ମୂଲ୍ୟ ଏବେ ଦେଉଛି ସାରା ବିଶ୍ୱ । ବିଶ୍ୱରେ କରୋନା ମୃତ୍ୟୁ ପାଇଁ WHOକୁ ଦାୟୀ କରିଛନ୍ତି ଟ୍ରମ୍ଫ । ହଂକଂକୁ ନେଇ ଆମେରିକା ନୀତିଗତ ନିଷ୍ପତ୍ତି ନେବ ବୋଲି ଟ୍ରମ୍ଫ କହିଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକା: ଚୀନ୍ ନିୟନ୍ତ୍ରଣରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଏଭଳି ଅଭିଯୋଗ ଆଣି WHO ଠାରୁ ସମ୍ପର୍କ ଛିନ୍ନ କରିଛି ଆମେରିକା । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଘୋଷଣା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କରୋନା ସମ୍ପର୍କିତ ତଥ୍ୟ ଲୁଚାଇ ଭୁଲ କରିଛି WHO । ଯାହାର ମୂଲ୍ୟ ଏବେ ଦେଉଛି ସାରା ବିଶ୍ୱ । ବିଶ୍ୱରେ କରୋନା ମୃତ୍ୟୁ ପାଇଁ WHOକୁ ଦାୟୀ କରିଛନ୍ତି ଟ୍ରମ୍ଫ । ହଂକଂକୁ ନେଇ ଆମେରିକା ନୀତିଗତ ନିଷ୍ପତ୍ତି ନେବ ବୋଲି ଟ୍ରମ୍ଫ କହିଛନ୍ତି ।

ମିଳିତ ଜାତିସଂଘର ଏହି ଏଜେନ୍ସିକୁ ଟ୍ରମ୍ପ ଅର୍ଥ ପ୍ରଦାନ କରିବା ବନ୍ଦ କରିସାରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଏହି ଏଜେନ୍ସି ଚୀନର ଏକ “କୁକୁର” ଅଟେ, ଯାହା ବିଶ୍ୱରେ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି |

ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ, WHO ଅନୁରୋଧ ତଥା ବହୁ ଆବଶ୍ୟକୀୟ ସଂସ୍କାର ଆଣିବାରେ ବିଫଳ ହୋଇଥିବାରୁ ଆମେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଆମର ସମ୍ପର୍କ ସମାପ୍ତ କରୁଛୁ । ରିପବ୍ଲିକାନ୍ ନେତା କହିଛନ୍ତି ଯେ, ଆମେରିକା ସେହି ପାଣ୍ଠିକୁ ବିଶ୍ୱର ତୁରନ୍ତ ଜନସ୍ୱାସ୍ଥ୍ୟ ଆବଶ୍ୟକତା ପାଇଁ ବ୍ୟବହାର କରିବ। ଟ୍ରମ୍ପ କହିଛନ୍ତି ଯେ ବିଶ୍ୱ ଚୀନ୍ର ଜୀବାଣୁ ସମ୍ପର୍କରେ ଉତ୍ତର ଚାହୁଁଛି । ଆମେ ପ୍ରତ୍ୟେକ ପରିସ୍ଥିତିରେ ସ୍ୱଚ୍ଛତା ଚାହୁଁ ।

ଗତ ବର୍ଷ ଚାଇନାର ଉହାନ ସହରରେ ଏହି ଜୀବାଣୁ ପ୍ରଥମେ ଦେଖାଦେଇଥିବା ବେଳେ ଏହି ଆଶଙ୍କା ବୃଦ୍ଧି ପାଇଥିବା ବେଜିଂ ଆମେରିକାର ଅଭିଯୋଗକୁ ଅସ୍ୱୀକାର କରିଛି। ଏଥିରେ କୁହାଯାଇଛି ଯେ ୱାଶିଂଟନ୍ WHO କୁ ଏହାର ଦାୟିତ୍ୱରୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି ଏବଂ ଜୀବାଣୁ ପ୍ରତି ଅସମାନ ପ୍ରତିକ୍ରିୟା ପାଇଁ ଅନ୍ୟମାନଙ୍କୁ ଦାୟୀ କରୁଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବଜେଟରେ ଆମେରିକା ସର୍ବାଧିକ ଅବଦାନ ଦେଇଛି | ସେ ଗତ ବର୍ଷ WHO କୁ ଅତି କମରେ ୪୦୦ ମିଲିୟନ ଡଲାର ଦେଇଥିଲେ।
ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ କର୍ମକ୍ଷେତ୍ରରେ ସୁଧାର ଆସିବ, ପରୋପକାର କାର୍ଯ୍ୟ ପାଇଁ ପ୍ରଶଂସା ପାଇବେ
ଆଜିର ପଞ୍ଚାଙ୍ଗ
ମେ ୩୦, ୨୦୨୦ ମସିହା, ବୃଷ ୧୭ ଦିନ,
୧୯୪୨ ଶକାଦ୍ଦ, ୧୪୨୭ ସାଲ୍, ୨୦୭୭ ସମ୍ବତ୍
ଜ୍ୟୋଷ୍ଠ ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ଶନିବାର
ସିଂହ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି
ଯୋଗିନୀ ଐଶାନ୍ୟରେ ରହୁଥିବାରୁ ଐଶାନ୍ୟ କୋଣକୁ ଯାତ୍ରା ନିଷେଧ
କର୍କଟ, ମକର ରାଶି ପୁରୁଷଙ୍କର ଘାତଚନ୍ଦ୍ର
ବୃଷ, ସିଂହ, କନ୍ୟା ରାଶିର ଘାତବାର
ଶୁଭ ସମୟ- ଦିନ ୧୦ଟା ୪୫ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ୪୫ ମିନିଟ୍
ଅଶୁଭ ସମୟ-ସକାଳ ୯ଟା ଠାରୁ ଦିନ ୧୦ଟା ୩୦ ମିନିଟ୍
ମେଷରାଶି
ଅଶ୍ୱିନୀ- କୈାଣସି ଦିଗରୁ ଶୁଭ ଖବର ପାଇବେ, ନୂଆ କାମ ପାଇଁ ସୁଯୋଗ ମିଳିବ
ଦ୍ୱିଜା- ସମୟ ପୂର୍ବରୁ କାର୍ଯ୍ୟ ପୁରା କରିବାର ସୁଯୋଗ ପାଇବେ
କୃତ୍ତିକା- କର୍ମକ୍ଷେତ୍ରକୁ ନେଇ ଚିନ୍ତା ବଢିବ, ମହିଳାମାନେ ବିଶେଷ ଧ୍ୟାନ ଦେଇ ଚଳନ୍ତୁ
ପୂଜା ଘରେ କର୍ପର ଜାଳନ୍ତୁ, ସମସ୍ତ ରିଷ୍ଟ ଖଣ୍ଡନ ହେବ
ବୃଷ ରାଶି
କୃତ୍ତିକା -ଅଟକି ଥିବା କାମ ସଂପୂର୍ଣ୍ଣ ହେବ, ସହକର୍ମୀଙ୍କର ସହଯୋଗ ପାଇବେ
ରୋହିଣୀ- ମାନସିକ ଚାପରୁ ମୁକ୍ତି ପାଇବେ, ମଧୁର କଥା କହି ନିଜର କାର୍ଯ୍ୟ ହାସଲ କରିଦେବେ
ମୃଗଶିରା- ଘରୋଇ କଳହ ଆପଣଙ୍କୁ ଅଶାନ୍ତି କରିଦେବ
ଆଜି ଦିନରେ ବିଷ୍ଣୁ ସହସ୍ରନାମ ଜପ କରନ୍ତୁ
ମିଥୁନରାଶି
ମୃଗଶିରା- କୈାଣସି କ୍ଷେତ୍ରରେ ଅର୍ଥ ଲଗାନ୍ତୁ, ଲାଭ ପାଇବେ
ଆଦ୍ରା- ମେଡିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ଦିନ ରହିଛି
ପୁନର୍ବସୁ- କର୍ମ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବଢିବ, ବନ୍ଦୁଙ୍କର ସହଯୋଗ ପାଇବେ
ଓଁ କ୍ଲୀଂ କୃଷ୍ଣାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ
କର୍କଟରାଶି
ପୁନର୍ବସୁ – ନିଜ ଲୋକ ଶତ୍ରୁ ଭଳି ବ୍ୟବହାର କରିପାରନ୍ତି
ପୁଷ୍ୟ।- ଅନେକ ଦିନରୁ ରହିଥିବା ସମସ୍ୟାର ସମାଧାନ ହେବ
ଅଶ୍ଲେଷା- ପ୍ରେମ ଜୀବନକୁ ନେଇ ଖୁସି ରହିବେ, ପୁରା ଦିନ ଖୁସିରେ କଟିବ
ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଦାନ କରନ୍ତୁ
ସିଂହରାଶି
ମଘା – ସ୍ୱାସ୍ଥ୍ୟ ଭଲ ରହିବା ସହ ସରକାରୀ ସ୍ତରରୁ କିଛି ସାହାଯ୍ୟ ମିଳିବ
ପୂର୍ବା ଫାଲଗୁନି- ନିଜର ପ୍ରଫେସନ୍କୁ ନେଇ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି
ଉତ୍ତରାଫାଲଗୁନି- ଲୋକପ୍ରିୟତା ବଢିବ, କମ ପରିଶ୍ରମରେ ଅଧିକ ଲାଭ ପାଇବେ
ଗାୟତ୍ରୀ ମନ୍ତ୍ର ୨୧ ଥର ପାଠ କରନ୍ତୁ, କର୍ମକ୍ଷେତ୍ରରେ ଶୁଭ ସୂଚନା ମିଳିବ
କନ୍ୟାରାଶି
ଉତ୍ତରଫାଲଗୁନି – କିଛି ଖୁସି ଖବର ପାଇବେ, କର୍ମକ୍ଷେତ୍ର, ବ୍ୟବସାୟକୁ ନେଇ ଖୁସି ରହିବେ
ହସ୍ତା- କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦ୍ଵାରା ଆପଣଙ୍କ ପାଇଁ ପରିବର୍ତ୍ତନ ଆସିପାରେ
ଚିତ୍ରା- ଖର୍ଚ୍ଚ ବଢିବ କିନ୍ତୁ ରୋଜଗାର ବଢିବ ନାହିଁ
ବୁଲା କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ
ତୁଳାରାଶି
ଚିତ୍ରା – ସତର୍କରେ ଦିନଟିକୁ କାଟନ୍ତୁ, ଆକସ୍ମିକ ଭାବରେ କିଛି ଘଟଣା ଘଟିପାରେ
ସ୍ୱାତୀ- ଜୀବନସାଥିଙ୍କ ପରାମର୍ଶ ଆଗକୁ ବଢିବାରେ ସାହାଯ୍ୟ କରିପାରେ
ବିଶାଖା- ଅଟକି ଥିବା କାର୍ଯ୍ୟ ସହଜରେ ହୋଇଯିବ, ମନରେ ଉତ୍ସାହ ବଢିବ
ଗୋ ସେବା କରନ୍ତୁ, ସମସ୍ତ ବାଧା ଦୁର ହେବ
ବିଛାରାଶି
ବିଶାଖା – କିଛି ଖରାପ ଖବର ପାଇପାରନ୍ତି, ଅସ୍ଥିରତା ମଧ୍ୟରେ ଦିନଟି କଟିବ
ଅନୁରାଧା- ଆର୍ଥିକସ୍ଥିତିରେ ସୁଧାର ଆସିବ, ପରିବାରର ସହଯୋଗ ପାଇବେ
ଜ୍ୟୋଷ୍ଠା – ଗୁରୁଜନଙ୍କର ଉପଦେଶକୁ ନେଇ କାର୍ଯ୍ୟ କରନ୍ତୁ
ଭଗବାନ ଶ୍ରୀଗଣେଶଙ୍କୁ ୭ କେରା ଦୁବ ଅର୍ପଣ କରନ୍ତୁ
ଧନୁରାଶି
ମୂଳା – ଅନେକ ଦିନର କାମ ସବୁ ପୂରଣ ହେବ
ପୂର୍ବାଷାଢା- ପୁରା ଦିନଟି ସଂଘର୍ଷପୂର୍ଣ୍ଣ ରହିବ, ମନୋବଳ ବୃଦ୍ଧି ହେବ
ଉତ୍ତରାଷାଢା- ସହକର୍ମୀଙ୍କର ସହଯୋଗ ପାଇବେ
କିଛି ଡାଲଚିନି ନିଜ ପାଖରେ ରଖନ୍ତୁ, ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ
ମକରରାଶି
ଉତ୍ତରାଷାଢା -ଜୀବନସାଥୀଙ୍କ ସହ ପ୍ରେମ ପୂର୍ଣ୍ଣ ବ୍ୟବହାର କରନ୍ତୁ, ଶାନ୍ତି ପାଇବେ
ଶ୍ରବଣା- ମହିଳାମାନଙ୍କ ପାଇଁ ଦିନଟି ଭଲ ରହିଛି
ଧନିଷ୍ଠା- ମହିଳାମାନଙ୍କ ପାଇଁ ଦିନଟି ଭଲ ରହିଛି, ଅସ୍ଥିରତା ମଧ୍ୟରେ ଦିନଟି କଟିବ
ଓଁ ଭାସ୍କରାୟ ନମଃ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ
କୁମ୍ଭରାଶି
ଧନିଷ୍ଠା- ପରିସ୍ଥିତିରେ ସୁଧାର ଆଣିବା ପାଇଁ କିଛି ଧର୍ମ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ
ଶତଭିଷା- ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ପାଇବେ, ନୂଆ କାମ ପାଇଁ ସୁଯୋଗ ମିଳିବ
ପୂର୍ବଭାଦ୍ରପଦ- ଦିନଟି ମଧ୍ୟମ ଧରଣର ରହିବ, ଅର୍ଥ କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ
ମିଠା ଦହି ଖାଇ ଘରୁ ବାହାରିବେ
ମୀନରାଶି
ପୂର୍ବଭାଦ୍ରପଦ- କର୍ମକ୍ଷେତ୍ରରେ ସୁଧାର ଆସିବ, ପରୋପକାର କାର୍ଯ୍ୟ ପାଇଁ ପ୍ରଶଂସା ପାଇବ
ଉତ୍ତରଭାଦ୍ରପଦ- ଦିନଟି ସଂପୂର୍ଣ୍ଣ ଭାବର ଭଲରେ କଟିବ,
ରେବତୀ- ଦିନଟି ଭଲ ରହିବ ନାହିଁ, ସତର୍କ ହୋଇ ଚଳନ୍ତୁ
ଧଳା ସୋରିଷ ନିଜ ପାଖରେ ରଖନ୍ତୁ

