spot_img
Home Blog Page 7057

ମଲ୍ଲ ଯୋଦ୍ଧାଙ୍କ ଜମାତି ଟ୍ୱିଟକୁ ନେଇ ବିବାଦ, କହିଲେ ମୁଁ ନୁହେଁ ଜାୟରା ୱାସୀମ୍

ନୂଆଦିଲ୍ଲୀ: ଦେଶ ଯୁଝୁଛି ମହାମାର କରୋନା ସହ । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଚାଲିଛି ଯୁଦ୍ଧ । କିଛିଦିନ ତଳେ ମଲ୍ଲ ଯୋଦ୍ଧା ବବିତା ଫୋଗତଙ୍କ ଜମାତି ଟ୍ୱିଟକୁ ନେଇ ବିବାଦ ଦେଖା ଦେଇଥିଲା । ଏହାପରେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେତକ ଦାବି କରିଥିଲେ । ଯାହାର ଜବାବ ଏକ ଭିଡିଓ ମାଧ୍ୟମରେ ଦେଇଛନ୍ତି ବବିତା ।

ତାଙ୍କ ଟ୍ୱିଟ୍ ପରେ କିଛିଦିନ ହେଲା ଲୋକ ତାଙ୍କୁ ଧମକ ଦେଉଛନ୍ତି । ମୁଁ କିନ୍ତୁ ଜାୟରା ୱାସୀମ ନୁହେଁ ଯେ ଧମକକୁ ଡରି ଘରେ ବସି ରହିବି ବୋଲି ବବିତା ଭିଡିଓରେ କହିଛନ୍ତି ।

ବବିତାଙ୍କ କହିବା ଅନୁଯାୟୀ ଦେଶରେ ତବିଲିଗି ଜମାତରେ ଯୋଗ ଦେଇଥିବା ଲୋକ କରୋନା ସଂକ୍ରମଣ ବଢ଼ାଇଛନ୍ତି । ଦେଶରେ ସଂକ୍ରମିତ ସଂଖ୍ୟାର ଅଧିକାଂଶ ଆକ୍ରାନ୍ତ ଜମାତ୍ ସହ ଜଡ଼ିତ । ଯଦି ଜମାତିମାନେ କରୋନା ସଂକ୍ରମଣକୁ ବୃଦ୍ଧି କରିନଥାନ୍ତେ ତେବେ, ଲକଡାଉନ୍ ଶେଷ ହୋଇ ସାରନ୍ତାଣି ।

ନବୀନଙ୍କ କୋଭିଡ୍-୧୯ ମୁକାବିଲା ରଣନୀତିକୁ ସାଧ୍ୱୀଙ୍କ ପ୍ରଶଂସା

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲା ରଣନୀତି ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ପ୍ରଶଂସାର ସୁଅ ।  ସମର୍ଥକଙ୍କ ସହ ରାଜନୈତିକ ବିରୋଧୀ ମଧ୍ୟ ଓଡ଼ିଶା ସରକାରଙ୍କ କୋଭିଡ୍-୧୯ ମୁକାବିଲା ରଣନୀତିକୁ ପ୍ରଶଂସା କରିଛନ୍ତି । ଦେଶ ପାଇଁ ଓଡ଼ିଶା ପାଲଟିଛି ରୋଲ୍ ମଡେଲ । ଜଣାଶୁଣା ବ୍ଲଗର ତଥା ଇଣ୍ଡିଆ ଟୁଡେର ୱେବସାଇଟ୍ ଡେଲିଓ ପାଇଁ ଲେଖୁଥିବା ବ୍ଲଗର ତଥା ରାଜନୈତିକ ସମୀକକ୍ଷ ସାଧ୍ୱୀ ଖୋସଲା, ନବୀନଙ୍କୁ ପ୍ରଶଂସା କରି ଟ୍ୱିଟ୍ କରିଛନ୍ତି ।

https://twitter.com/sadhavi/status/1250990095152197633

ଟ୍ୱିଟ୍ କରି ସାଧ୍ୱୀ ଖୋସଲା ଲେଖିଛନ୍ତି, ଓଡ଼ିଶାରେ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି କୌଣସି କରୋନା ସଂକ୍ରମିତ ମାମଲା ଆସିନାହିଁ । ଏସବୁ ସମ୍ଭବ ହୋଇପାରିଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ । ଯିଏ କି ଲୋ ପ୍ରୋଫାଇଲ୍ ମେଣ୍ଟେନ୍ କରନ୍ତି । ମାତ୍ରାଧିକ ଜନସମ୍ପର୍କ ରଖନ୍ତି ନାହିଁ । କିନ୍ତୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାମ କଥା କୁହେ ।

ପୂର୍ବରୁ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ଦେଖାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାକୃତିକ ବିପର୍ଯ୍ୟୟ ବେଳେ କିଭଳି ଧନ ଓ ଜୀବନ କ୍ଷତି ରୋକିହେବ ନବୀନଙ୍କୁ ସେ କୌଶଳ ବେଶ୍ ଭଲ ଭାବେ ଜଣା ବୋଲି ସାଧ୍ୱୀ ଲେଖିଛନ୍ତି ।

ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍‌ଡାଉନ୍

ଦେଶରେ କମୁଛି କରୋନା ସଂକ୍ରମଣ, ସୁସ୍ଥ ହେବାର ହାର ମୃତ୍ୟୁ ଅପେକ୍ଷା ଚାରି ଗୁଣ ଅଧିକ

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପ୍ରାୟ ୧୩ ହଜାର ପାଖାପାଖି ପହଞ୍ଚିଛି । ଗୁରୁବାର ଦିନ ୮୨୬ଟି ନୂଆ ମାମଲା ଚିହ୍ନଟ କରାଯିବା ସହିତ ରୋଗୀଙ୍କ ସଂଖ୍ୟା ୧୨,୭୫୯ କୁ ବୃଦ୍ଧି ପାଇଛି  । ଏପର୍ଯ୍ୟନ୍ତ ୪୨୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧,୫୧୪ ଜଣ କରୋନା ବିପକ୍ଷରେ ଯୁଦ୍ଧରେ ଜିତିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୪୧ ଟି ନୂଆ ମାମଲା ହୋଇଥିବାବେଳେ ୩୭ ଜଣଙ୍କର ମୃତ୍ୟୁ ଘଟିଛି । ଏହିଭିତରେ ୩୦,୦୪୩ ଜାଞ୍ଚ ସହିତ, ଏପର୍ଯ୍ୟନ୍ତ ୨.୯୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି  ।

ସୂଚନା ଅନୁଯାୟୀ ଦେଶରେ ସଂକ୍ରମଣରୁ ମୃତ୍ୟୁ ତୁଳନା ଠାରୁ ୪ ଗୁଣା ଲୋକ ସଂକ୍ରମଣରୁ ଭଲ ହେଉଛନ୍ତି । ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ୩୨୫ ଟି ଜିଲ୍ଲା ଅଛି ଯେଉଁଠାରେ ଏପର୍ଯ୍ୟନ୍ତ କୌଣସି ଲୋକ ସଂକ୍ରମିତ ହୋଇ ନାହାନ୍ତି । ଦେଶରେ ସଂକ୍ରମଣରେ ମୃତ୍ୟୁ ହାର ୩.୩ ପ୍ରତିଶତ ହୋଇଥିବା ବେଳେ ସୁସ୍ଥ ହେଉଥିବା ରୋଗୀଙ୍କ ପ୍ରତିଶତ ୧୨.୦୨ ରହିଛି ।

ସେପଟେ ପୂର୍ବରୁ ଯେଉଁ ଅଞ୍ଚଳ ଗୁଡ଼ିକରେ ସଂକ୍ରମଣ ଚିହ୍ନଟ କରାଯାଇଥିଲା ସେହି ଅଞ୍ଚଳରେ ଏବେ  ସବୁ କିଛି ଧିରେ ଧିରେ ଠିକ୍‌ ହେବାରେ ଲାଗିଲାଣି । ସେପଟେ ପୁଡୁଚେରୀର ମାହେ ଜିଲ୍ଲାରେ କୌଣସି ସକାରାତ୍ମକ ମାମଲା ୨୮ ଦିନ ହେବ ଆସିନାହିଁ  । କେବଳ ଏତିକି ନୁହେଁ, ୧୭ ଟି ରାଜ୍ୟର ୨୭ ଟି ଜିଲ୍ଲାରୁ ଗତ ୧୪ ଦିନ ମଧ୍ୟରେ କୌଣସି ସଂକ୍ରମିତଙ୍କ ସୂଚନା ଆସିନାହିଁ ।

ବିବାହ ପାଇଁ ସାଇକେଲରେ ୮୫୦ କିମି ଯାତ୍ରା କରି କ୍ୱାରେଣ୍ଟାଇନ୍ ହୋମରେ ପହଂଚିଲେ ଯୁବକ !

ବଳରାମପୁର: ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢ଼ୁଛି। ଏହି ମାରାତ୍ମକ ଜୀବାଣୁ ଯୋଗୁଁ ଭାରତରେ ଲକଡାଉନ ଜାରି କରାଯାଇଛି । ଏହି କାରଣରୁ ଲୋକଙ୍କ କାର୍ଯ୍ୟ ବନ୍ଦ ହୋଇପଡିଛି ଏବଂ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି। କିନ୍ତୁ ଏହି ଲକଡାଉନ ଭିତରେ ଜଣେ ଯୁବକ ବିବାହ କରିବା ପାଇଁ ପାଖାପାଖି ଏକ ହଜାର କିଲୋମିଟର ଲମ୍ବା ରାସ୍ତା ପାର କରିବାକୁ ସାହସ କରିଥିଲେ । | କିନ୍ତୁ ଦୁର୍ଭାଗ୍ୟକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବକ ପୋଲିସ ହାବୁଡରେ ପଡିଥିଲେ । ଆଉ ବିବାହ ବେଦୀକୁ ଯିବା ବଦଳରେ କ୍ୱାରେଣ୍ଟାଇନ୍ ହୋମରେ ପହଂଚିଥିଲେ ।

ନିଜ ବିବାହ ପାଇଁ ଉଛନ୍ନ ଥିବା ଏହି ଯୁବକ ଏବେ  ଉତ୍ତର ପ୍ରଦେଶର ବଳରାମପୁରର କ୍ୱାରେଣ୍ଟିନ ସେଣ୍ଟର ଅଛନ୍ତି । ଆସନ୍ତୁ ଜାଣିବ ପୁରା ଘଟଣାକ୍ରମ କଣଥିଲା ।  ସୋନୁ କୁମାର ଚୌହାନ ମହରାଜଗଞ୍ଜ ଜିଲ୍ଲାର ପିପଲା ରସୁଲପୁର ଗାଁର ବାସିନ୍ଦା । ପଞ୍ଜାବର ଲୁଧିଆନାରେ ଟାଇଲ୍ସ କାମ କରନ୍ତି ।

ଲକଡାଉନ ପରେ ଯେତେବେଳେ କାମ ବନ୍ଦ ହୋଇଗଲା ସୋନୁ କୁମାରଙ୍କୁ ନିଜ ଘରର ଚିନ୍ତା ଘାରିବାକୁ ଲାଗିଲା । ସୋନୁ କୁମାରଙ୍କ ଏପ୍ରିଲ ୧୫ ତାରିଖ ଦିନ ବାହାଘର ମଧ୍ୟ ଠିକ ହୋଇଯାଇଥିଲା । ତାଙ୍କ ବାହଘର ଗାଁଠୁ ପ୍ରାୟ ୨୫ କିମି ଦୂରରେ ହୋବାକୁ ଥିଲା ।

ସୋନୁ ନିଜ ଅନ୍ୟ ତିନି ସାଙ୍ଗଙ୍କ ସହିତ ସାଇକେଲ ଚଲେଇ ହିଁ ଲୁଧିଆନାରୁ ବାହାରି ପଡ଼ିଲା । ଛଅ ଦିନରେ ୮୫୦ କିମି ରାସ୍ତା ଅତ୍କ୍ରମ କରି ସୋନୁ ନିଜ ସାଙ୍ଗ ମାନଙ୍କ ସହ ବଳରାମପୁର ପହଞ୍ଚିଥିଲା । ଯେଉଁ ପୋଲିସ ତାଙ୍କୁ ଏହି ତାଙ୍କ ସାଙ୍ଗ ମାନଙ୍କୁ ସେଇଠି ଅଟକାଇ ଦେଇଥିଲେ । ପୋଲିସ ତାଙ୍କ ଆଗକୁ ଯିବାର ଅନୁମତି ଦେଇନଥିଲେ ।

ଲକଡାଉନରେ ଡାକ୍ତରଖାନା ଯିବା ପାଇଁ ମିଳିଲାନି ଗାଡ଼ି, ପୋଲିସ୍ ଜିପ୍ ରେ ଦେଲେ ସନ୍ତାନକୁ ଜନ୍ମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲକଡାଉନ ମଧ୍ୟରେ ଜଣେ ମହିଳା ପୋଲିସ୍ ଜିପ୍ସିରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଉଭୟ ମହିଳା ଏବଂ ଶିଶୁ ସୁସ୍ଥ ଅଛନ୍ତି। ପୋଲିସର ସୂଚନାନୁସାରେ, ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ମିନି ନାମକ ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ପରିବାରଙ୍କ ସହ ଖିଲା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ରଘୁବୀର ନଗର ପୋଲିସ ପୋଷ୍ଟରେ ପହଞ୍ଚି  ସେ ଗର୍ଭଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପାଇଁ ଏକ ଗାଡ଼ି ଦରକାର ବୋଲି କହିଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ମହିଳା ପୋଲିସ କର୍ମଚାରୀ ସୁମନ ତୁରନ୍ତ ଖିଲା SHO  କୁମାର କୁନ୍ଦନଙ୍କୁ ଏହା ବିଷୟରେ ଜଣାଇଥିଲେ।

ଏହା ପରେ ମହିଳାଙ୍କୁ ତୁରନ୍ତ ପୋଲିସ ଜିପ୍ସିରେ ବସି ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଜିପ୍ସି ନିକଟ ଗୁପ୍ତା ନର୍ସିଂହୋମ ବାହାରେ ପହଞ୍ଚିବା ମାତ୍ରେ ମହିଳା ନିଜେ ଜିପ୍ସିରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଏହି ସମୟ ମଧ୍ୟରେ ମହିଳାଙ୍କ ସହ ଉପସ୍ଥିତ କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିଥିଲେ। ପୋଲିସ ତୁରନ୍ତ ନର୍ସିଂହୋମ ଭିତରୁ ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କୁ ଡାକିଥିଲା। ମହିଳା ଜଣକ ବର୍ତ୍ତମାନ ଏକ ନର୍ସିଂହୋମରେ ଅଛନ୍ତି ଏବଂ ଉଭୟ ପିଲା ଓ ମାଆ ସୁସ୍ଥ ଅଛନ୍ତି। ଏହାପୂର୍ବରୁ କିଡୱାଇ ନାଗରରେ ଜଣେ ମହିଳା ପୋଲିସ୍ ଜିପ୍ସିରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ପାଇଲଟ୍ ହେବାକୁ ଚାହୁଁଥିଲେ ରାମାୟଣର ଭରତ, ଅଟକିଗଲା ସ୍ୱପ୍ନ କାହିଁକି ଜାଣନ୍ତୁ…

ରାମାୟଣ ଭୂମିକାରେ ଅଭିନୟ କରିଥିବା ସଞ୍ଜୟ ଜୋଗ ଏବେ ମଧ୍ୟ ସମସ୍ତଙ୍କ ମନରେ ଅମର ହୋଇ ରହିଛନ୍ତି ।  ଭରତଙ୍କ ଚରିତ୍ର ରାମ-ଲକ୍ଷ୍ମଣଙ୍କ ଅପେକ୍ଷା କମ୍ ସ୍କ୍ରିନ୍ ସ୍ଥାନ ପାଇଥାଇପାରେ ।  କିନ୍ତୁ ସଞ୍ଜୟ ଜୋଗ୍ ତାଙ୍କ ଚରିତ୍ରକୁ ଭଲ ଭାବରେ ଅଭିନୟ କରିଥିଲେ । ସଞ୍ଜୟ ଜୋଗ୍ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିଲେ । ସଞ୍ଜୟ ମୁମ୍ବାଇର ଏକ ଷ୍ଟୁଡିଓରୁ ତାଙ୍କର ଅଭିନୟ ପାଠ୍ୟକ୍ରମ କରିଥିଲେ ।  କୁହାୟାଏ ସଞ୍ଜୟ ଏୟାରଫୋର୍ସ ପାଇଲଟ୍ ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପିତାମାତା ଏହା ତାଙ୍କୁ କରିବାକୁ ଦେଇନଥିଲେ । ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ସଞ୍ଜୟଙ୍କ ପରିବାର ଅନେକ ସମ୍ପର୍କୀୟଙ୍କୁ ହରାଇଥିଲେ  । ସେଥିପାଇଁ ସଞ୍ଜୟଙ୍କ ପିତାମାତା ସଞ୍ଜୟଙ୍କୁ ଏହି ସେନାକୁ ଯିବାକୁ ବିରୋଧ କରିଥିଲେ ।

ସଞ୍ଜୟ ଜୋଗ ମରାଠୀ ସିନେମାରେ ତାଙ୍କ ପ୍ରଥମ ଫିଲ୍ମ ଆରମ୍ଭ କରିଥିଲେ । ତାଙ୍କର ଡେବ୍ୟୁ ଚଳଚ୍ଚିତ୍ରର ନାମ ସିପଲା ଥିଲା ଏବଂ ଏହି ଚଳଚ୍ଚିତ୍ର ୧୯୭୬ ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଯାହାଫଳରେ ସଞ୍ଜୟ ଜୋଗ ଏଥିରେ ଅତ୍ୟନ୍ତ ନିରାଶ ହୋଇଥିଲେ। ତା’ପରେ ସେ ନାଗପୁରରେ ଥିବା ନିଜ ଘରକୁ ଫେରିଗଲେ । ସେଠାରେ ସେ ଚାଷ ଉପରେ ଧ୍ୟାନ ଦେଇଥିଲେ । ଥରେ ସେ ଚାଷ ସମ୍ବନ୍ଧୀୟ କାମ ପାଇଁ ମୁମ୍ବାଇ ଯାଇଥିଲେ । ସେଠାରେ ତାଙ୍କୁ ମରାଠୀ ଚଳଚ୍ଚିତ୍ର ଜିଦରେ ଏକ ଭୂମିକା ପାଇଁ ଅଫର ଆସିଥିଲା ।

ଏହି ଚଳଚ୍ଚିତ୍ରରେ ସଞ୍ଜୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ମରାଠୀ ସିନେମାର ଲୋକପ୍ରିୟ କଳାକାର ମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ଚଳଚ୍ଚିତ୍ରଟି ସେହି ସମୟରେ ହିଟ୍ ହୋଇଥିଲା । ଏହା ପରେ ସଞ୍ଜୟଙ୍କ କ୍ୟାରିୟର ଦ୍ରୁତ ଗତିରେ ଆଗେଇ ଚାଲିଲା  । ସଞ୍ଜୟ ଜୋଗ ପ୍ରାୟ ୩୦ରୁ ଅଧିକ ମରାଠୀ ଚଳଚ୍ଚିତ୍ର ତାଙ୍କ ଅଭିନୟ  କରିଛନ୍ତି । ସେ ଗୁଜରାଟୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ତାଙ୍କର ହିନ୍ଦୀରେ ଡେବ୍ୟୁ ବଲିଉଡ ଚଳଚ୍ଚିତ୍ର ଅପନା ଘର ଥିଲା ।

ସଞ୍ଜୟ ରାମାନନ୍ଦ ସାଗରଙ୍କ ରାମାୟଣ ସହିତ ଟିଭିରେ ଡେବ୍ୟୁ କରିଥିଲେ । ଭରତ ଭୂମିକାରେ ଅଭିନୟ କରିବା ପରେ ସେ ଘରେ ଘରେ ଲୋକପ୍ରିୟ ହୋଇଥିଲେ । ପ୍ରଥମେ ସଞ୍ଜୟଙ୍କୁ ଲକ୍ଷ୍ମଣଙ୍କ ଭୂମିକା ପ୍ରଦାନ କରାଯାଇଥିଲା । କିନ୍ତୁ ସେ ଅଧିକ ସମୟ ଦେଇପାରିବା ନାହିଁ ବୋଲି ତାଙ୍କ ଭରତ ଚରିତ୍ରରେ ଅଭିନୟ କରିବାକୁ କୁହାଯାଇଥିଲା ।  ତାଙ୍କର ଆକସ୍ମିକ ମୃତ୍ୟୁ ଖବର ଆସିବା ପରେ ସଞ୍ଜୟ ଜୋଗଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୨୭ ନଭେମ୍ବର ୧୯୯୫ ରେ ଲିଭର କାମ ନକରିବାରୁ ତାଙ୍କର ଦେହାନ୍ତ ହୋଇଥିଲା । ସେତେବେଳେ ତାଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା  ।

କରୋନା ପାଇଁ ମୋ ପୁଅ ଜନ୍ମଦିନକୁ କେହି ଆସୁନାହାନ୍ତି,ପୋଲିସ ନିକଟରେ ଏମିତି ଫେରାଦ ହୋଇଥିଲେ ପିତା,ଆଉ ତାପରେ…

ନୂଆଦିଲ୍ଲୀ: କରୋନାଭାଇରସର ବିପଦ ମଧ୍ୟରେ ଅନେକ ଦେଶରେ ଲକଡାଉନର ପରିସ୍ଥିତି ରହିଛି, ଯେଉଁ କାରଣରୁ ଲୋକମାନେ ନିଜ ଘରୁ ବାହାରି ପାରିବେ ନାହିଁ କିମ୍ବା କୌଣସି ସ୍ଥାନକୁ ଆସିପାରିବେ ନାହିଁ। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହା ଅଭିନେତା ରିତେଶ ଦେଶମୁଖଙ୍କ ଦ୍ୱାରା ସେୟାର କରାଯାଇଛି। ଏହି ଭିଡିଓରେ, ଶିଶୁର ଜନ୍ମଦିନରେ କୋଭିଡ-୧୯ କାରଣରୁ କେହି ଆସିପାରୁନଥିବା କଥା ବ୍ୟକ୍ତି ଜଣଙ୍କ ପୋଲିସ ହେଲ୍ପଲାଇନକୁ କଲ କରି କହିଥିଲେ । ତେବେ ଏହାପରେ ଜାହା ଘଟିଲା ତାହା ଶିଶୁର ପିତା ସହ ପାଖପଡୋଷୀଙ୍କୁ ମଧ୍ୟ ଚକିତ କରିଦେଇଛି । ପୋଲିସର କିଛି ଭ୍ୟାନ ପିଲାର ଘର ଆଗରେ ପହଂଚିଥିଲେ । ସେମାନେ ଏକା ସ୍ୱରରେ ହାପି ବାର୍ଥଡେ ୱିସ୍ କରିବା ସହ ସାଇରନ୍ ମଧ୍ୟ ବଜାଇଥିଲେ ।

ବଲିଉ଼଼ଡର  ରିତେଶ ଦେଶମୁଖଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓ ଭାରତରେ ବେସ ଭାଇରାଲ ହେବାର ଲାଗିଛି । ରିତେଶ ଭିଡିଓ ସେୟାର କରି ଲେଖିଛନ୍ତି ଯେ,   “ଆମେରିକାର ଜଣେ ପିତା ପୋଲିସକୁ ଫୋନ କରି କହିଥିଲେ ଯେ କୋଭିଡ -19 କାରଣରୁ କେହି ତାଙ୍କ ପୁଅର ଜନ୍ମଦିନକୁ ଆସି ନାହାଁନ୍ତି। ଦେଖନ୍ତୁ ଏହାପରେ ପୋଲିସର ଏହି ଚମତ୍କାର ପ୍ରତିକ୍ରିୟା -”

ରିତେଶଙ୍କ ଭିଡିଓ ଉପରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି । ନେଟିଜନ୍ ପୋଲିସର କାମକୁ ପ୍ରଶଂସା କରି କମେଣ୍ଟ ଦେଉଛନ୍ତି ।

 

 

ଭଲ ଖବର : ଅସହାୟ ବୃଦ୍ଧାଙ୍କୁ ହାତରେ ଖୁଆଇ ଦେଲେ ପୋଲିସ ଅଧିକାରୀ,ଭିଡିଓ ଭାଇରାଲ

କଟକ: ଚିନ୍ତାରେ ପକେଇଛି କରୋନା । ଲୋକଙ୍କ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଛି ପ୍ରଶାସନ । କରୋନା ମହାମାରୀଠୁ ବଞ୍ଚିବାକୁ ରାହା ଖୋଜୁଛନ୍ତି ସମସ୍ତେ । କିନ୍ତୁ ଏହାର ଗୋଟିଏ ମାତ୍ର ଉପାୟ ମଳିପାରିଛି ତାହା ହେଲା ପରସ୍ପରଙ୍କ ମଧ୍ୟରେ ସାମାଜିକ ଦୂରତା । ତେବେ ସାମାଜିକ ଦୂରତା ମଧ୍ୟ ମାନବିକତାକୁ ନଦୂରେଇବାକୁ ସମସ୍ତେ କରୁଛନ୍ତି ଅନୁରୋଧ । ଅନୁରୋଧ କରିବା ସହ ନିଜେ ମଧ୍ୟ ଏହାର ଉଦାହରଣ ସାଜୁଛନ୍ତ କେତକ କରୋନା ଯୋଦ୍ଧା ।

ଏହାର ଏକ ଜ୍ୱଳନ୍ତ ଉଦାହରଣ ଆସିଛି କଟକରୁ । ଗୁରୁବାର ସନ୍ଧ୍ୟାରେ କଟକ ଦରଘାବଜାର ଛକରେ ଡ୍ୟୁଟି କରିବା ସମୟରେ ମହିଳା ଥାନାର ଏସଆଇ ବର୍ଷା ଏହାର ଉଦାହରଣ ସାଜିଛନ୍ତି । ଜଣେ ଅସହାୟ ବୃଦ୍ଧାକୁ ସେ ଖୁଆଇଦେଇ ତାଙ୍କ କ୍ଷୁଧା ମେଣ୍ଟାଇଛନ୍ତି । ଏହା ତାଙ୍କୁ ଆତ୍ମସନ୍ତୋଷ ଆଣିଦେଇଥିବା ବେଳେ, ବୃଦ୍ଧାଙ୍କ ଏପରି ଅବସ୍ଥା ଆଖିକୁ ଓଦା କରିଦେଇଥିଲା ।

ବୃଦ୍ଧାକୁ ଖୁଆଇ ଦେବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ କଟକ ଡିସିପିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି । ପ୍ରତିଦିନ କଟକ ପୋଲିସ ଦିନରାତିରେ ନିରାଶ୍ରୟ ମାନକୁ ୩ହଜାରରୁ ଉର୍ଦ୍ଧ ଖାଦ୍ୟ ପ୍ୟାକେଟ ଓ ଶୁଖିଲା ଖାଦ୍ୟ ଦେଉଥିବା ବେଳେ ସମସ୍ତ ପୋଲିସ କର୍ମଚାରୀକୁ ଅସହାୟକୁ ସାହାଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ କେବଳ କେବଳ ବର୍ଷା ନୁହଁନ୍ତି ମହାମାରୀକୁ ସାମ୍ନା କରିବାକୁ ଅନେକ ଯୋଦ୍ଧା ଏବେ ରାସ୍ତାକୁ ଓହ୍ଲାଇଛନ୍ତି ।

RBI ଘୋଷଣା ପରେ ପ୍ରଧାନମନ୍ତ୍ରୀ କହିଲେ,କ୍ଷୁଦ୍ର ବ୍ୟବସାୟୀ,ଗରିବ ଓ ଚାଷୀଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ: କରୋନା ସଂକଟ ମଧ୍ୟରେ ରିଜର୍ଭ ବ୍ୟାଙ୍କ ତରଫରୁ ଆଜି ବଡ ଘୋଷଣା ହୋଇଛି । ଆରବିଆଇ ରିଭର୍ସ ରେପୋ ରେଟ୍ ହ୍ରାସ କରି ବ୍ୟାଙ୍କ ଜମାରାଶି ଉପରେ ସୁଧ କମ କରିଛି । ଆରବିଆଇ ଦ୍ୱାରା ଦିଆଯାଇଥିବା ଏହି ଆଶ୍ୱସ୍ତି ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିଛି । ଆରବିଆଇ ଦ୍ୱାର କରାଯାଇଥିବା ଘୋଷଣା କ୍ଷୁଦ୍ର ବ୍ୟବସାୟୀ,ଗରିବ ଓ ଚାଷୀଙ୍କୁ ଲାଭ ଦେବ ବୋଲି ସେ କହିଛନ୍ତି ।

ପିଏମ୍ ମୋଦି ନିଜ ଟ୍ୱିଟରେ କହିଛନ୍ତି ଯେ, ‘‘ ଆରବିଆଇର ଆଜିର ଘୋଷଣା ଦ୍ୱାରା ନଗଦ ପ୍ରବାହ ବଢିବ  ଓ ଲୋନ୍ ଯୋଗାଣର ସୁଧାର ଆସିବ । ଏହି ପଦକ୍ଷେପ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ,ଏମଏସଏମଇ,ଚାଷୀ ଓ ଗରିବଙ୍କୁ ସାହାଯ୍ୟ ମିଳିବ’’

ଆରବିଆଇ କରିଛି ଏହି ଘୋଷଣା

କରୋନା ଭାଇରସ ଜନିତ ସଂକଟ ଦ୍ୱାରା ଅର୍ଥନୀତି ପ୍ରଭାବିତ ହୋଇଛି । ମାନ୍ଦା ଅର୍ଥନୀତିକୁ ଗତି ପ୍ରଦାନ କରିବା ପାଇଁ  ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ରିଭର୍ସ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରିଥିଲେ । ଏହା ସହ ବଜାରରେ ଯେମିତି ନଗଦ ଟଙ୍କାର ଅଭାବ ସୃଷ୍ଟି ନହୁଏ ସେଥିପାଇଁ ଆରବିଆଇ ୫୦ ହଜାର କୋଟିର ଅତିରକ୍ତ ବ୍ୟବସ୍ଥା କରିଛି । ।

ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଶକ୍ତ କରିବା ପାଇଁ ଆରବିଆଇ ୫୦ ହଜାର କୋଟିର ସହାୟତା ଦେଇଛି । ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରିକଲଚର ଆଣ୍ଡ୍ ରୁରାଲ ଡେଭଲପମେଣ୍ଟକୁ ୨୫ ହଜାର କୋଟି, ସ୍ମଲ ଇଣ୍ଡଷ୍ଟ୍ରୀ ଡେଭଲପମେଣ୍ଟ୍ ବ୍ୟାଙ୍କ ଅଫ ଇଣ୍ଡିଆକୁ ୧୫ ହଜାର କୋଟି ଟଙ୍କା ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କକୁ ୧୦ ହଜାର କୋଟିର ଅର୍ଥ ସହାୟତା ମିଳିବ ।

 

ଲକଡାଉନ ସମୟରେ କୌଣସି ବିଦ୍ୟାଳୟ ଫି ବୃଦ୍ଧି କରିପାରିବ ନାହିଁ, ପରିବହନ ଶୁଳ୍କ ନେଇପାରିବ ନାହିଁ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନାଭାଇରସ୍ ସମ୍ବନ୍ଧରେ ଦିଲ୍ଲୀ ସରକାର ବହୁତ ସତର୍କତା ଅବଲମ୍ବନ କରୁଛନ୍ତି। ଶୁକ୍ରବାର ଦିନ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଗଣମାଧ୍ୟମରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିଧା ପ୍ରସାରଣ କରିଛନ୍ତି। ସେ କହିଛନ୍ତି, ‘କରୋନା କାରଣରୁ ଶିକ୍ଷା ଏବଂ ଅର୍ଥନୀତି ଅଧିକ ପ୍ରଭାବିତ ହେଉଛି। ମୁଁ ଏବଂ ସରକାର ଅନେକ ସ୍ଥାନରୁ ଅଭିଯୋଗ ଗ୍ରହଣ କରୁଛୁ ଯେ ସରକାରଙ୍କ ବିନା ଅନୁମତିରେ କେତେକ ବିଦ୍ୟାଳୟ ଫିସ୍ ବୃଦ୍ଧି କରି ନେଉଛନ୍ତି। ଅନେକ ସ୍ଥାନରୁ ଅଭିଯୋଗ ଗ୍ରହଣ କରାଯାଉଛି ଯେ ବିଦ୍ୟାଳୟଗୁଡ଼ିକ ନିଜର ବାର୍ଷିକ ଚାର୍ଜ ନେଉଛନ୍ତି, ପରିବହନ ଫିସ ନେଉଛନ୍ତି, ବର୍ତ୍ତମାନ ସମୟରେ ଗାଡ଼ି ଚଳାଚଳ ବନ୍ଦ ଥିବା ସତ୍ତ୍ୱେ ପରିବହନ ଚାର୍ଜ ନିଆଯାଉଥିବା ଅଭିଯୋଗ କରାଯାଇଛି । ସ୍କୁଲ କର୍ତ୍ତୁପକ୍ଷ ତିନି ମାସ ପାଇଁ ଫିସ ନେଉଥିବା କଥା ମଧ୍ୟ ସାମ୍ନାକୁ ଆସିଛି ।

ମନୀଷ ସିସୋଦିଆ କହିଛନ୍ତି, “ସ୍କୁଲରେ ଫିସ ଦେଉନଥିବା ପିଲାମାନଙ୍କର ଅନଲାଇନ୍ କ୍ଲାସ ବନ୍ଦ ହୋଇଯାଇଛି ବୋଲି ଅଭିଯୋଗ ଆସୁଛି। ଏହି ବିଦ୍ୟାଳୟଗୁଡିକ ଏକ ଦାନକାରୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଛି। ସେ କହିଛନ୍ତି ଯେ ସରକାରୀ ଜମିରେ ହେଉ କିମ୍ବା ଅଣ-ସରକାରୀ କୌଣସି ଘରୋଇ ବିଦ୍ୟାଳୟକୁ ଫି ବଢ଼ାଇବାକୁ ଅନୁମତି ଦିଆଯାଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ସରକାରଙ୍କୁ ନ ପଚାରି କୌଣସି ବିଦ୍ୟାଳୟ ଫି ବୃଦ୍ଧି କରିପାରିହବେ ନାହିଁ ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୌଣସି ବିଦ୍ୟାଳୟ ୩  ମାସର ଫିସ ମାଗିବେ ନାହିଁ। କେବଳ ଗୋଟିଏ ମାସର ଫି ମାଗିପାରିବେ । ଏପରିକି ପିଲାମାନଙ୍କୁ ଦିଆଯାଉଥିବା ଅନଲାଇନ୍ ଶିକ୍ଷା ସମସ୍ତ ପିଲାଙ୍କୁ ଦେବାକୁ ପଡିବ ବୋଲି ସେ କହିଛନ୍ତି । ଯଦି କୌଣସି ଅଭିଭାବକ ଫିସ୍ ଦେବାକୁ ସକ୍ଷମ ନୁହଁନ୍ତି, ତେବେ ସେମାନଙ୍କ ପିଲାମାନଙ୍କର ନାମ ଅନଲାଇନ୍ ଶିକ୍ଷାଦାନରୁ ହଟାଯିବ ନାହିଁ । କୌଣସି ବିଦ୍ୟାଳୟ ଏକ ମାସର ଟ୍ୟୁସନ ଫିସ୍ ବ୍ୟତୀତ ଅନ୍ୟ କୌଣସି ଶୁଳ୍କ ଆଦାୟ କରିପାରିବ ନାହିଁ । ସମସ୍ତ ବେସରକାରୀ ବିଦ୍ୟାଳୟର ଦାୟିତ୍ୱ ହେବ ଯେ ସେମାନେ ସେମାନଙ୍କର ସମସ୍ତ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେବେ | ଅର୍ଥ ଅଭାବରୁ କୌଣସି ବିଦ୍ୟାଳୟ କର୍ମଚାରୀଙ୍କ ଦରମା କୌଣସି ମତେ କଟାଯିବ ନାହିଁ ।