ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଓ କାଶ୍ମିରୀ ହିନ୍ଦୁଙ୍କୁ ନେଇ ଏମିତି କହିଲେ ପାକ୍ କ୍ରିକେଟର ଆଫ୍ରିଦି

1 min read

ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ପୁଣି ଥରେ ଭାରତ ବିରୋଧରେ ବୟାନ ଦେଇଛନ୍ତି । ଆଫ୍ରିଦି ପୁଣି କାଶ୍ମୀରକୁ ଏବଂ ଭାରତୀୟ ବାୟୁସେନାର  କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ କଡ଼ା ଆଭିମୁଖ୍ୟ ଦେଇଛନ୍ତି । ଗୋଟିଏ ପାକିସ୍ତାନ ଚ୍ୟାନେଲ ସହ କଥାବାର୍ତ୍ତା କରୁଥିବା ସମୟରେ ସାହିଦ ଆଫ୍ରିଦି କହିଛନ୍ତି ଯେ, କାଶ୍ମୀରରେ ମୁସଲମାନଙ୍କ ବ୍ୟତୀତ ଯଦି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଥିବ ତେବେ ତାହା ବିରୁଧରେ ମଧ୍ୟ ସେ ସ୍ୱର ଉଠାଇବେ । କେବଳ ସେତିକି ନୁହେଁ ସାହିଦ ଆଫ୍ରିଦି ଯେତେବେଳେ ଭାରତୀୟ ବାୟୁସେନାର କମାଣ୍ଡର ଉପରେ କମେଣ୍ଟ କଲେ ସେତେବେଳେ ସେ ସବୁ ସୀମା ଲଂଘିଗଲେ ।

ସାହିଦ ଆଫ୍ରିଦି କହିଲେ, ପାକିସ୍ତାନ ସୈନ୍ୟ ସବୁବେଳେ ସକାରତ୍ମକ ରହିଛନ୍ତି । ୟାଠୁ ବଡ଼ ଉଦାହରଣ କଣ ହୋଇପାରେ ଯେତେବେଳେ ଭାଇ ଜଣେ ଆମପାଖକୁ ଉଡ଼ିଉଡ଼ି ଆସିଲେ ଆମେ ତାଙ୍କୁ ଚାହା ପିଆଇ ସମ୍ମାନର ସହ ଫେରାଇଦେଲୁ । ଆମେ ଯାହାକୁ ଆକାଶରୁ ତଳକୁ ପକାଇଲୁ ଭାରତ ତାକୁ ବି ହିରୋ କରିଦେଲା । ଏହାଠାରୁ ଅଧିକ ଆମେ ସେମାନଙ୍କ ପାଇଁ କଣ କରିପାରିବୁ । ସେ ଏହା ମଧ୍ୟ କହିଲେ ଯେ, ଆମେ ସବୁ ବେଳେ ସମ୍ପର୍କ ସୁଧାରିବାକୁ ଚାହୁଁ । ରାଜନୀତିରେ କେବେ ଧର୍ମକୁ ଟାଣିବା କଥା ନୁହେଁ । କଥା କେବଳ ଧର୍ମର ନୁହେଁ କଥା ହେଉଛି ମାନବିକତାର ।

ଏହା ବ୍ୟତିତ ସାହିଦ ଆଫ୍ରିଦି ଭାରତୀୟ କ୍ରିକେଟର ହରଭଜନ ସିଂହ ଏବଂ ଯୁବରାଜ ସିଂଙ୍କ ପ୍ରତିକ୍ରିୟାର ଯବାବ ଦେଇ କହିଛନ୍ତି ଯେ, ହରଭଜନ ସିଂହ ଏବଂ ଯୁବରାଜ ସିଂହ ମୋ ଫାଉଣ୍ଡେସନ ପାଇଁ ଯାହା କଲେ ତାହା ପାଇଁ ମୁ ସବୁବେଳେ ସେଥିପାଇଁ କୃତଜ୍ଞ । କିନ୍ତୁ ସବୁଠୁ ବଡ଼ ସମସ୍ୟା ହେଲା ସେମାନେ ବାଧ୍ୟତାମୂଳକ ପରିସ୍ଥିତିରେ ବଞ୍ଚୁଛନ୍ତି । ସେମାନେ ବାଧ୍ୟ ହୋଇ ସେଠାରେ ରହୁଛନ୍ତି । ମୋତେ ଜଣା ଅଛି ଯେ, ଲୋକ ସେଠାରେ କଣ ଅନୁଭବ କରୁଛନ୍ତି । ଆଗକୁ  ମୁଁ ଆଉ କିଛି କହିବିନ ।

କହିରଖୁଛୁ ଯେ, ନିକଟରେ ସାହିଦ ଆଫ୍ରିଦି ପିଓକେ ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କହିଥିଲେ କରୋନାଠୁ ବଡ଼ ରୋଗ ମୋଦିର ହୃଦୟ ଏବଂ ମୁଣ୍ଡରେ ଅଛି ଏବଂ ସେ ରୋଗ ଧର୍ମର ରୋଗ । ଏହି ରୋଗକୁ ନେଇ ସେ ରାଜନୀତି କରୁଛନ୍ତି ଏବଂ ଏହି ରୋଗ କାରଣରୁ ସେ ଆମର କାଶ୍ମୀରି ଭାଇ-ଭଉଣୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ତାଙ୍କୁ ଜବାବ ଦେବାକୁ ପଡ଼ିବ ।

ଆଫ୍ରିଦିଙ୍କ ଏହି ବୟାନ ପରେ ଯୁବରାଜ ସିଂହ ଏବଂ ହରଭଜନ ସିଂହ ତାଙ୍କଠାରୁ ନିଜକୁ ଅଲଗା କରିଥିଲେ ।  ପୂର୍ବତନ କ୍ରିକେଟରଙ୍କ ଏଭଳି ନିନ୍ଦନୀୟ ବୟାନ ପରେ ଯୁବରାଜ ସିଂ ଏବଂ ହରବଚନ ସିଂ ତାଙ୍କ ସମ୍ପର୍କ ଭାଙ୍ଗି ଦେଇଛନ୍ତି । ଏହାପୂର୍ବରୁ ହରଭଜନ ଏବଂ ଯୁବରାଜ କରୋନା ସଙ୍କଟ ସମୟରେ ଆଫ୍ରିଦିଙ୍କ ଫାଉଣ୍ଡେସନକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ।

Leave a Reply