spot_img
Home Blog Page 7061

ଏସି ଠାରୁ ହେୟାର କଟ୍, ଲକଡାଉନ୍ 2.0ର ୫ଟି ବଡ଼ ଚ୍ୟାଲେଞ୍ଜ

କରୋନାର କୁପ୍ରଭାବ ଦିନକୁ ଦିନ ଦେଶରେ ବଢ଼ିବାକୁ ଲାଗିଛି । ଯାହାକୁ ନେଇ ଦେଶର ଲକ୍‌ଡାଉନକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ଦିଲ୍ଲୀ ସମେତ ସମଗ୍ର ଦେଶରେ ଲକଡାଉନ୍ ୨.୦ କାର୍ଯ୍ୟକାରୀ କରାଯାଇଛି । କିନ୍ତୁ ଲୋକେ ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟ ଲୋକେ ଯାହିତାହି କରି କାଟିଦେଲେ । କିନ୍ତୁ ଏବେ ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟ କାଟିବା ବହୁତ କଷ୍ଟ ହେବ । କାରଣ ଘରେ ଲୋକଙ୍କର ବହୁତ ଛୋଟ ହେଲେବି ଜରୁରୀ କାମ ଅଟକି ରହିଛି । ଯେମିତିକି ଏବେ ଗରମ ବଢ଼ିବାରେ ଲାଗିଛି ଆଉ ଘରେ ଏସି କି ଫ୍ୟାନ୍‌ର ମରାମତି ହୋଇପାରୁ ନାହିଁ, ଓ୍ୱାଟର ପ୍ୟୁରିଫାୟର ସଜଡ଼ା ହୋଇପାରୁ ନାହିଁ, ଲୋକେ ଦାଢ଼ି କି ଚୁଟି କାଟିପାରୁ ନାହାଁନ୍ତି । ତେବେ ଲକଡାଉନ୍ ୨.୦ ରେ ଏହିଭଳି କିଛି ଚ୍ୟାଲେଞ୍ଜର ଲୋକେ ସାମ୍ନା ହେବେ ।

ସବୁଠାରୁ ବଡ଼ ହେଉଛି ଏସିର ଚିନ୍ତା

ପ୍ରଥମ ଲକ୍‌ଡାଉନର ୨୧ ଦିନରେ ତାପମାତ୍ରା କମ୍ ଥିଲା । ତେଣୁ ସେହି ସମୟ ମଧ୍ୟରେ କୌଣସି ଅସୁବିଧା ନଥିଲା। ପାଗ ମଧ୍ୟ ସାମାନ୍ୟ ଥଣ୍ଡା ଥିଲା, ତେଣୁ ଲୋକମାନେ ଏସିର ବ୍ୟବହାର କରିନଥିଲେ । କିନ୍ତୁ ଆଗକୁ ଏବେ ଗରମ ବଢ଼ିବାରେ ଲାଗିଛି । ଯାହାଫଳରେ ଲୋମାନେ ବିନା ଏସିରେ କେମିତି ରହିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ଏପ୍ରିଲ ୧୪ରେ ଲକ୍‌ଡାଉନ ଖୋଲିବା ପରେ ଏସିର କାମ ସାରିବେ ବୋଲି ଲୋକେ ଭାବିଥିଲେ  । କିନ୍ତୁ ତାଙ୍କର ଭାବନାରେ ପୁରା ରୋକ ଲାଗିଛି ।  ବର୍ତ୍ତମାନ ଲୋକମାନେ ଚିନ୍ତିତ ଅଛନ୍ତି ଯେ ଯଦି ଏସି ଘରେ ନଚାଲେ ତେବେ ୧୫-୧୭ ଦିନ ଗରମ ମଧ୍ୟରେ ସେମାନେ କିପରି ଘରେ ରହିବେ । ଦ୍ୱାରକାରେ ରହୁଥିବା କେ.କେ. ଭଟି କହିଛନ୍ତି ଯେ ଏସି ବିନା ଘରେ ପିଲାମାନଙ୍କୁ ଅଟକାଇବା ସମ୍ଭବ ନୁହେଁ ଏବଂ ଅତ୍ୟଧିକ ଗରମ ଯୋଗୁଁ ସେମାନେ ଅସୁସ୍ଥ ହୋଇପାରନ୍ତି ।

ଓ୍ୱାଟର ପ୍ୟୁରି ଫାୟରର ମରାମତି ନେଇ ଚିନ୍ତା

ସେପଟେ ଓ୍ୱାଟର ପ୍ୟୁରି ଫାୟରକୁ ନେଇ ଅସୁବିଧା ଦେଖାଦେଇଛି । କିଛି ଲୋକଙ୍କ ଘରେ ଲକ୍‌ଡାଉନ ପୂର୍ବରୁ ଘରେ ପ୍ୟୁରି ଫାୟର ଖରାପ ହୋଇପଡ଼ିଛି । କମ୍ପାନିକୁ ମରାମତି ପାଇଁ ଡ଼କାଗଲେ ଏପ୍ରିଲ ୧୪ ପରେ ମରାମତି ହୋଇପାରିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଲକ୍‌ଡାଉନ ବଢ଼ିବା ପରେ ଏବେ ପାଣି ପିଇବା ପାଇଁ କିଣିବାକୁ ପଡ଼ୁଛି ।  ଦ୍ୱାରକାର ସେକ୍ଟର -୨୨ ରେ ରହୁଥିବା କବିତା ଗୋସ୍ୱାମୀ ମଧ୍ୟ ଏକ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେ କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହ ହେତୁ ପାଣିର ଆବଶ୍ୟକତା ଅଧିକ ରହିଛି  ।

ଫ୍ୟାନ୍‌, କୁଲର୍, ଫ୍ରିଜ୍ କିପରି ଠିକ୍ କରିବେ

ଯେଉଁମାନେ ଲକ୍‌ଡାଉନ ପୂର୍ବରୁ କୁଲର୍, ପଙ୍ଖା, ଫ୍ରିଜର ମରାମତି କରିନଥିଲେ ସେମାନେ ଏବେ ମୁଣ୍ଡ ପିଟୁଛନ୍ତି । କାରଣ ଲକ୍‌ଡାଉନ କାରଣରୁ ମେକାନିକ୍ସର ଦୋକାନ ବନ୍ଦ ରହିଛି । ଲୋକଙ୍କ ପାଇଁ ଏହି ସବୁ ଜିନିଷ ନିହାତି ଆବଶ୍ୟକତା ରହିଛି । ତେଣୁ ଖରାରେ ଫ୍ରିଜ୍, ପଙ୍ଖା, କୁଲର ବିନା ବିନା ଆଗାମୀ ୧୫ ଦିନ କିପରି କାଟିବେ ସେଥିପାଇଁ ଲୋକେ ଚିନ୍ତିତ ଅଛନ୍ତି । ବର୍ତ୍ତମାନ ରାତିରେ ଗରମ ହେତୁ ଖାଲି ଲୋକେ ନୁହଁନ୍ତି ପିଲାମାନେ ମଧ୍ୟ ବିବ୍ରତ ହେଉଛନ୍ତି ।

ବିଦ୍ୟୁତ୍‌ କାଟ ଏକ ବଡ଼ ଚିନ୍ତା

ଗରମ ବଢ଼ୁଥିବାରୁ ଲୋକେ ଏବେ ବିଦ୍ୟୁତ୍ କାଟକୁ ନେଇ ଚିନ୍ତାରେ । ବିଶେଷକରି ସେହି ଲୋକମାନଙ୍କର ଯାହାର ଇନଭର୍ଟର ବ୍ୟାଟେରୀ ପାଓ୍ୱାର ହ୍ରାସ ପାଇଛି । ତେବେ ଏହିସବୁ ସମସ୍ୟା ଲକ୍‌ଡ଼ାଉନ ପାଇଁ ଏବେ ସମାଧାନ ହୋଇପାରିବ ନାହିଁ । କାରଣ ଏବେ ସବୁ ଇଲେକ୍ଟ୍ରୋନିକ ମରାମତି ଦୋକାନ ବନ୍ଦ ରହିଛି । ଯଦି ବିଦ୍ୟୁତ କାଟ ହୁଏ, ତେବେ ଘରେ ରହିବା କଷ୍ଟକର ହେବ  । ବିଦ୍ୟୁତ କାଟ ଦ୍ୱାରା ପାଣିର ସମଶ୍ୟା ଦେଖାଦେଇ ପାରେ ।

ଚୁଟି, ଦାଢ଼ି, ଆଇବ୍ରୋ କାଟିବାରେ ଅସୁବିଧା

ଯେତେବେଳେ ଲକଡାଉନରେ ଏପ୍ରିଲ ୧୪ ପର୍ଯ୍ୟନ୍ତ ଥିଲା ଲୋକମାନେ ଚୁଟି, ଦାଢ଼ି କିମ୍ବା ଆଇବ୍ରୋକୁ ନେଇ ଚିନ୍ତା କରୁନଥିଲେ । କାରଣ ଲୋକେ ତାଙ୍କର ଏକ ଭିନ୍ନ ଧରଣର ଲୁକ ପାଇଁ ଖୁସିଥିଲେ । ଏପ୍ରିଲ ୧୪ ପରେ ଲକ୍‌ଡାଉନ ଖୋଲିଲା ପରେ ସେମାନେ ପାର୍ଲର କିମ୍ବା ସେଲୁନ୍ ଯାଇ ସେମାନଙ୍କର ଲୁକ୍ ବଦଳାଇବେ । ଯେତେବେଳେ ଲକ୍‌ଡାଉନା ଅବଧି ବଢ଼ିଲା ସେତେବେଳେ ଲୋକମାନଙ୍କର ଟେନସନ ବଢ଼ିଯାଇଛି । ବିଶେଷକରି ଯେଉଁମାନଙ୍କର ଦାଢ଼ି କିମ୍ବା ଚୁଟି ବଢ଼ାଇବାର ଅଭ୍ୟାସ ନାହିଁ, ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ  । ଘରେ ସେଭିଙ୍ଗ କରାଯାଇପାରିବ, କିନ୍ତୁ ଚୁଟି କାଟିବା କିପରି ? ଏଭଳି ପ୍ରଶ୍ନ ଏବେ ଲୋକଙ୍କ ମନରେ ଆସୁଛି ।

ସଂକଟରେ ଅଣ୍ଡା ଉତ୍ପାଦନ ଶିଳ୍ପ: ୨୦ ହଜାର ଲୋକଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ

ଭୁବନେଶ୍ୱର: କରୋନା ପ୍ରଭାବରେ ପ୍ରଭାବିତ ସମଗ୍ର ବିଶ୍ୱ, ଦେଶ ଓ ରାଜ୍ୟ । ଲକ୍‌ଡାଉନ୍‌ ପ୍ରଭାବରେ ବ୍ୟବସାୟ ଏକ ପ୍ରକାର ଠପ୍‌ ହୋଇଯାଇଛି । ଏହାର ଅନୁରୂପ ପ୍ରଭାବ ଅଣ୍ଡା ଉତ୍ପାଦନ କରୁଥିବା ଚାଷୀମାନଙ୍କ ଉପରେ ମଧ୍ୟ ପଡ଼ିଛି । ଏହାଦ୍ୱାରା ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବେ ରୋଜଗାର ପାଉଥିବା ୨୦ ହଜାର ଲୋକଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଭଳି ସମୟରେ ତିଷ୍ଠି ରହିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଲୋଡ଼ିଛି ଅଲ୍‌ ଓଡ଼ିଶା ଲେୟାର ଫାର୍ମର ଆସୋସିଏସନ୍‌ ।

ଏଭଳି ପରିସ୍ଥିତି ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ଆସୋସିଏସନ୍‌ର ଅଧ୍ୟକ୍ଷ ମାନସ ମଙ୍ଗରାଜ । ପ୍ରତିକୂଳ ପରିସ୍ଥିତିରେ ତିଷ୍ଠି ରହିବା ପାଇଁ ସଂଗ୍ରାମ କରୁଥିବା ରାଜ୍ୟର ଅଣ୍ଡା ଉତ୍ପାଦନକାରୀ ଚାଷୀମାନେ ସର୍ବଦା ରାଜ୍ୟ ସରକାରଙ୍କ ସହିତ ରହି ଆସିଛନ୍ତି ।

ଅଳ୍ପ ଦିନ ତଳେ ଓଡ଼ିଶାକୁ ଅଣ୍ଡା ଓ କୁକୁଡ଼ା ମାଂସ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଆହ୍ନାନ ଦେବା ପରେ ଉଦ୍ୟୋଗୀମାନେ ଆଗକୁ ଆସି କୁକୁଡ଼ା ଶିଳ୍ପରେ ପୁଞ୍ଜି ଖଟାଇଥିଲେ । ଫଳରେ ମାତ୍ର ୪ ବର୍ଷ ମଧ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ୨ ଗୁଣା ହେବା ସହିତ ପଡ଼ୋଶୀ ରାଜ୍ୟରୁ ଅଣ୍ଡା ଆମଦାନୀ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ୨୦୧୫ ମସିହାରେ ରାଜ୍ୟରୁ ଦୈନିକ ୪୫ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ୨୦୨୦ ବେଳକୁ ତାହା ୬୫ ଲକ୍ଷରେ ପହଞ୍ଚିଥିଲା ।

ଏହି କ୍ଷେତ୍ରରେ ସରକାର ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି । ଚନ୍ଦ୍ରଗିରି ସମେତ, ଗଞ୍ଜାମ, ଉମରକୋଟ ଓ ନବରଙ୍ଗପୁର ଜିଲ୍ଲାର ଉତ୍ପାଦିତ ୯୦ ପ୍ରତିଶତ ମକାକୁ କୁକୁଡାଶିଳ୍ପରେ ଦାନା ଭାବେ ବ୍ୟବହାର ହେଉଛି । ଏଥିଯୋଗୁଁ ରାଜ୍ୟରେ ଗତ ୫ ବର୍ଷ ଭିତରେ ମକା ଉତ୍ପାଦନ ୪୦ ପ୍ରତିଶତ ବଢ଼ିଛି ଯାହାକି ସେହିସବୁ ଅଞ୍ଚଳର ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି ।

ବର୍ତ୍ତମାନ ରାଜ୍ୟରେ ଅଣ୍ଡା ବ୍ୟବହାର ଆଶାତୀତ ଭାବେ ହ୍ରାସ ପାଇଥିବାବେଳେ ଅଣ୍ଡା ଉତ୍ପାଦନ କରୁଥିବା ଉଦ୍ୟୋଗୀମାନେ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ସମଗ୍ର ଦେଶରେ ଲକ୍‌ଡାଉନ୍ ଜାରି ହୋଇଥିବାରୁ ବଜାର ବନ୍ଦ ସହିତ ଅଣ୍ଡା ପରିବହନ  ମଧ୍ୟ ବନ୍ଦ ରହିଛି । ଗତବର୍ଷ ରାଜ୍ୟରେ ଆସିଥିବା ବାତ୍ୟା ଫୋନି ଏହା ପରେ ପରେ ବାର୍ଡ ଫ୍ଳୁ ଓ ଏବେ କରୋନା କୁକୁଡ଼ାଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଅବସ୍ଥା ଆସି ଏଭଳି ପରିସ୍ଥିତିରେ ପହଞ୍ଚିଛି ଯେ ଏଥିରୁ ଟଙ୍କାଟିଏ ଫେରି ପାଇବା କଷ୍ଟକର ହୋଇପଡ଼ିଛି । ରାଜ୍ୟରେ ପାଖାପାଖି ୧୨ଟି ଅଣ୍ଡା ଉତ୍ପାଦନକାରୀ ଫାର୍ମ ଆର୍ଥିକ ସଂକଟରୁ ବନ୍ଦ ହେବାକୁ ବସିଲାଣି । ଋଣ ବୋଝ ଯୋଗୁଁ ବହୁ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଉଥିବା ଏହି ସଂସ୍ଥାରେ ତାଲା ଝୁଲିବା ପୂର୍ବରୁ ଏହାକୁ ଚଳାଇ ରଖିବା ପାଇଁ ସଂଘ ପକ୍ଷରୁ ସରକାରଙ୍କୁ କେତେ ଗୁଡ଼ିଏ ପ୍ରସ୍ତାବ ଦିଆଯାଇଛି ।

How much land will be required to make a capacity of 10,000 birds ...

ସରକାରଙ୍କୁ ଦିଆଯାଇଥିବ ପ୍ରସ୍ତାବ ମଧ୍ୟରେ କୁକୁଡ଼ା ଚାଷ ପାଇଁ ହୋଇଥିବା ସମସ୍ତ ପ୍ରକାର ଋଣ ଉପରେ ୫% ସୁଧ ରିହାତି, ଋଣ ପରିଶୋଧକୁ ଏକ ବର୍ଷ ସ୍ଥଗିତ ରଖିବା, ମୂଳ ପୁଞ୍ଜି ପାଇଁ ହୋଇଥିବା ଋଣକୁ ଟର୍ମ ଲୋନ୍‌ରେ ପରିବର୍ତ୍ତନ ସହିତ ତାକୁ ୫ ବର୍ଷ ମଧ୍ୟରେ ପରିଶୋଧ ଲାଗି ସୁଯୋଗ ଦିଆଯିବା । ଫାର୍ମ ଚଳାଇ ରଖିବାଲାଗି ଚାଷୀମାନଙ୍କୁ ଆବଶ୍ୟକ ମୂଳଧନ ପାଇଁ ଋଣ ପ୍ରଦାନ, ରାଜ୍ୟରେ ଥିବ ସମସ୍ତ କୁକୁଡ଼ା ଶିଳ୍ପ ଲେୟାର ଏବଂ ବ୍ରଏଲରକ ଆର୍ଥିକ ସହାୟତା ପ୍ୟାକେଜ୍‌ ପ୍ରଦାନ ସହିତ କକୁଡା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କଞ୍ଚାମାଲ ଉପରୁ ଜିଏସ୍‌ଟି ଛାଡ଼ କରିବା ପାଇଁ ସଂଘ ଅନୁରୋଧ କରିଛି ।

ଦେଶର ୪ ଶହ ଜିଲ୍ଲାକୁ ଛୁଇଁନି କରୋନା, ଆଗାମୀ ୩ ସପ୍ତାହ ଗୁରୁତ୍ୱପୂର୍ଣ୍ଣ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୧୯୭ରେ ପହଞ୍ଚିଛି । ୩୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୪୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆଗାମୀ ୨ରୁ ୩ ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ଏହି ମହାମାରୀକୁ ରୋକିବା ପାଇଁ ଆଗାମୀ ସପ୍ତାହ ଚ୍ୟାଲେଞ୍ଜିଂ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ୍ ବର୍ଦ୍ଧନ ।

ଏଥିସହ ଦେଶରେ ପାଖାପାଖି ୪୦୦ ଜିଲ୍ଲା କରୋନା କବଳରୁ ମୁକ୍ତ ରହିଛି । ଏହି ସବୁ ଜିଲ୍ଲାରେ ସଂକ୍ରମଣ ପ୍ରତିହତ କରିବା ଏବଂ କୋଭିଡ୍ ଭୂତାଣୁକୁ ପୂରେଇ ନଦେବା ପାଇଁ ପଦକ୍ଷେପ ନିଆଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦେଶର ୧୭୦ଟି ଜିଲ୍ଲାରେ କରୋନା ହଟସ୍ପଟ୍ ଠାବ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ୨୦୭ଟି ଜିଲ୍ଲା ନନ୍ ହଟସ୍ପଟ୍ ଭାବେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି ।

କେନ୍ଦ୍ର କରୋନା ହଟସ୍ପଟ ଲିଷ୍ଟରେ ଖୋର୍ଦ୍ଧା, ଗ୍ରୀନ୍ ଜୋନରେ ୨୧ ଜିଲ୍ଲା

କଳାହାଣ୍ଡି ଓ ସମ୍ବଲପୁରରେ କୋଭିଡ ମେଡିକାଲ ନିର୍ମାଣ କାର୍ଯ୍ୟ ତଦାରଖ କଲେ 5-T ସଚିବ

ଭୁବନେଶ୍ୱର: ସପ୍ତାହେ ଭିତରେ ସବୁ ଜିଲ୍ଲାରେ କୋଭିଡ୍‌ ମେଡିକାଲ । କଣ୍ଟ ପୂରିବା ଆଗରୁ ଆରମ୍ଭ ହୋଇଯିବ କରୋନା ଚିକିତ୍ସା । ନିର୍ମାଣ କାର୍ଯ୍ୟ ଓ ପ୍ରସ୍ତୁତିର ତଦାରଖ କଲେ 5-T ସଚିବ । କରୋନା ବିରୋଧୀ ଯୁଦ୍ଧରେ ଆହୁରି ତୀବ୍ର ହୋଇଛି ପ୍ରସ୍ତୁତି । ଯୁଦ୍ଧକାଳୀନ ଭିତ୍ତିର ନିର୍ମାଣ ଚାଲିଛି କୋଭିଡ ହସପିଟାଲ । ବୁଧବାର କଳାହାଣ୍ଡି ଓ ସମ୍ବଲପୁରରେ କୋଭିଡ ମେଡିକାଲ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି 5-T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଓ ନଗର ଉନ୍ନୟନ ସଚିବ ସୁରେଶ ମହାପାତ୍ର । ଆଇସିୟୁ ,କ୍ୱାରେଣ୍ଟାଇନ୍‌ ଏବଂ ଆଇସୋଲେସନ୍‌ ବ୍ୟବସ୍ଥା ବୁଲିଦେଖିବା ସହ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ବାରିପଦା ବାଙ୍କିଶୋଳ କିମ୍ସ ପରିସରରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ୍‌ ମେଡିକାଲ । ୨ଶହ ଶଯ୍ୟା ଏବଂ ୨୦ଟି ଆଇସିୟୁର ବ୍ୟବସ୍ଥା ଥିବା ବେଳେ ମୁତୟନ ହୋଇଛନ୍ତି ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ୨୦ ଜଣ ଡାକ୍ତର । ଓଏମସି ସହାୟତାରେ ମେଡିକାଲର ପରିଚାଳନା ଦାୟିତ୍ୱ ନେଇଛି କିମ୍ସ । ସେପେଟେ ସୋନପୁର ହିକୁଡି ହେଲଥ କେୟାର ସେଣ୍ଟରରେ ନବନିର୍ମିତ କୋଭିଡ ହସ୍ପିଟାଲରେ ଆରମ୍ଭ ହୋଇଛି ଚିକିତ୍ସା । ୨୦୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ମନୀଷା ବାନାର୍ଜୀ ।

ସୁବର୍ଣ୍ଣପୁର ଏବଂ ମୟୂରଭଞ୍ଜକୁ ମିଶାଇ ୨୧ ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି ୨୨ଟି କୋଭିଡ ମେଡିକାଲ । ମଙ୍ଗଳବାର ବଲାଙ୍ଗିର ଏବଂ କନ୍ଧମାଳରେ ଖୋଲିଥିଲା କୋଭିଡ ମେଡିକାଲ । ଅନ୍ୟପଟେ ରାଉରକେଲା ଆଇଜିଏଚ୍‌ ଏବଂ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସରେ ନମୂନା ପରୀକ୍ଷଣ ଆରମ୍ଭ ହୋଇଛି ।

କରୋନାକୁ ନେଇ ଲୋକଙ୍କ ରହିଛି ୧୨ ଭୁଲ୍ ଧାରଣା: ବାଗଚୀ

ଭୁବନେଶ୍ୱର: କରୋନାକୁ ସାଧାରଣରେ ରହିଛି ଅନେକ ଭ୍ର।ନ୍ତ ଧାରଣା । ଏନେଇ ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତାପମାତ୍ରା ବୃଦ୍ଧି ସହ କରୋନା ଭୂତାଣୁର କୌଣସି ସମ୍ପର୍କ ନାହିଁ । ତାପମାତ୍ରା ୨୫ ଡିଗ୍ରୀ ହେଉ କି ୭୭ ଡିଗ୍ରୀ, କରୋନା ଭୂତାଣୁ ମରେ ନାହିଁ । ତେବେ, ଜଣଙ୍କୁ ଥରେ କରୋନା ସଂକ୍ରମଣ ହେଲେ ଆଉ ହେବ ନାହିଁ । କାରଣ ମଣିଷ ଶରୀର ମଧ୍ୟରେ ରୋଗ ପ୍ରତିରୋଧକ ସୃଷ୍ଟି ହୁଏ । ତେବେ ମଦ ପିଇଲେ କରୋନା ହବନି ବୋଲି ହେଉଥିବା ଚର୍ଚ୍ଚା ଏକ ଭ୍ରାନ୍ତ ଧାରଣା । ବରଂ ମଦ ପିଇବା ଶରୀର ପାଇଁ କ୍ଷତିକାରକ । ପ୍ରଶ୍ୱାସକୁ ୧୦ ମିନିଟ୍ ନିଜ ମଧ୍ୟରେ ଚାପି ରଖିଲେ କରୋନା ହୋଇନି ବୋଲି ଭାବିବା ଭୁଲ୍ ।

କେନ୍ଦ୍ର କରୋନା ହଟସ୍ପଟ ଲିଷ୍ଟରେ ଖୋର୍ଦ୍ଧା, ଗ୍ରୀନ୍ ଜୋନରେ ୨୧ ଜିଲ୍ଲା

ଲୁଣ ପାଣିରେ ନାକ ଧୋଇଲେ କରୋନା ହବନି ଏକ ଭୁଲ୍ ଚିନ୍ତାଧାରା । ଗରମ ପାଣିରେ ଗାଧୋଇଲେ କରୋନା ହବନି ଏହା ମଧ୍ୟ ଏକ ଭ୍ର।ନ୍ତ ଧାରଣା । ମଶା କାମୁଡ଼ିଲେ କରୋନା ହେବ ଭୁଲ୍ ଚିନ୍ତାଧାରା । କାରଣ ଏହା ମ୍ୟାଲେରିଆ କି ଫାଇଲେରିଆ ନୁହେଁ । ରସୁଣ ଖାଇଲେ କରୋନା ହେବନି ମଧ୍ୟ ଏକ ଭ୍ର।ନ୍ତ ଧାରଣା । ରସୁଣ କରୋନା ପ୍ରତିରୋଧକ ନୁହେଁ । ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା ସଂକ୍ରମିତ ହୋଇପାରେ । ତେଣୁ ଏନେଇ କୌଣସି ଭ୍ରାନ୍ତ ଧାରଣା ରହିବା ଉଚିତ୍ ନୁହେଁ ।

କେନ୍ଦ୍ର କରୋନା ହଟସ୍ପଟ ଲିଷ୍ଟରେ ଖୋର୍ଦ୍ଧା, ଗ୍ରୀନ୍ ଜୋନରେ ୨୧ ଜିଲ୍ଲା

ଆଣ୍ଟିବାୟୋଟିକ ଖାଇଲେ କରୋନା ହେବନି ବୋଲି ଭାବିବା ମଧ୍ୟ ଭୁଲ୍ । କାରଣ ଆଣ୍ଟିବାୟୋଟିକ ଖାଇଲେ ଜୀବାଣୁ ନାସ ହୁଏ, ଭୂତାଣୁ ନୁହେଁ । କ୍ଲୋରିନ୍ ପାଣିରେ କୁଳି କଲେ ଅନ୍ୟାନ ସ୍ୱାସ୍ଥ୍ୟଗତ ସମସ୍ୟା ହେବ । ତେଣୁ ଏଥିରୁ ମଧ୍ୟ ଦୂରେଇ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ସେହିଭଳି ପୋଷା କୁକୁର କି ବିଲେଇଙ୍କ ଠାରୁ କରୋନା ସଂକ୍ରମଣ ହୁଏ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଅନୁଶାସନ ଓ ଶୃଙ୍ଖଳା ରାଜ୍ୟରେ ରୋକିଛି କରୋନା ସଂକ୍ରମଣ, ପଜିଟିଭ୍ ହାର ୧.୦୮ ପ୍ରତିଶତ

ଭୁବନେଶ୍ୱର: କରୋନା ସଂକ୍ରମିତ ଦୋଷୀ ନୁହଁନ୍ତି । ସେମାନେ ସ୍ୱଇଚ୍ଛାରେ ସଂକ୍ରମିତ ହୋଇନାହାନ୍ତି । ସେମାନଙ୍କ ରକ୍ଷାଣବେକ୍ଷଣ ତଥା ରାଜ୍ୟବାସୀଙ୍କୁ ନିରାପଦ ରଖିବା ସରକାରଙ୍କ ଦାୟିତ୍ୱ ଅଟେ ବୋଲି କହିଛନ୍ତି କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ ।

ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି- ଲକଡାଉନ୍ ନିୟମ ମାନିବା ଯୋଗୁଁ ରାଜ୍ୟର ଲାଭ ହୋଇଛି । ଆମ ରାଜ୍ୟରେ ଅନୁଶାସନ ଓ ଶୃଙ୍ଖଳା ଫଳରେ ଅନ୍ୟ ରାଜ୍ୟଠାରୁ ସଂକ୍ରମିତଙ୍କ ସଂଖ୍ୟା ୬୦ରେ ରହିଛି । ପ୍ରତି ୧୦୦ଟି ଟେଷ୍ଟରେ ରାଜ୍ୟରେ ୧.୦୮ ପ୍ରତିଶତ ପଜିଟିଭ୍ ଆସୁଛି । ଅଦ୍ୟାବିଧି ୫୪୭୭ଟି ଟେଷ୍ଟ ହୋଇଛି । ଦିଲ୍ଲୀ ସହ ଅନ୍ୟ ରାଜ୍ୟ ଓ ଓଡ଼ିଶାକୁ ତୁଳନା କରି ଏହି ତଥ୍ୟ ସେ ରଖିଛନ୍ତି ।

ରାଜ୍ୟର ସବୁ ଜିଲ୍ଲାରେ ଟେଷ୍ଟିଂ କରାଯାଉଛି । କେବିକେ ଜିଲ୍ଲାରୁ ମଧ୍ୟ ଲଗାତାର ଟେଷ୍ଟ ହେଉଛି । ଲକ୍ଷଣ ଥିଲେ ଅଧିକ ଟେଷ୍ଟ କରାଯାଉଛି । ରାଜ୍ୟବାସୀ ଶୃଙ୍ଖଳା ରକ୍ଷା କରିଥିବାରୁ ଓଡ଼ିଶାରେ ସଂକ୍ରମଣ ଧିମା ରହିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି ।

ଆମ ଲକ୍ଷ୍ୟ, ସମ୍ପୂର୍ଣ୍ଣ ଭାବେ ସଂକ୍ରମଣକୁ ଶେଷ କରିବା । ରାଜ୍ୟରେ ଥିବା ୬୦ଟି କେସର ଆନାଲିସିସ୍ କରିବା । ସଂକ୍ରମଣ କେମତି ହେଲା, କଣ କଲେ ଆମେ ନିଜକୁ ବଞ୍ଚାଇ ପାରିବା । କଳାହାଣ୍ଡି ଆକ୍ରାନ୍ତଙ୍କ ଉଦାହରଣ ଦେଇ ଏହାକୁ ବୁଝାଇଛନ୍ତି ଶାଳିନୀ ପଣ୍ଡିତ । କ୍ରିକେଟ୍ ଖେଳରୁ କରୋନା ହୋଇଥିଲା, ଦେହରେ ଲକ୍ଷଣ ନଥିଲା । ତେଣୁ ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ।

କେନ୍ଦ୍ର କରୋନା ହଟସ୍ପଟ ଲିଷ୍ଟରେ ଖୋର୍ଦ୍ଧା, ଗ୍ରୀନ୍ ଜୋନରେ ୨୧ ଜିଲ୍ଲା

ଯେଉଁମାନେ ମାସେ ହେଲା ଘରେ ଅଛନ୍ତି । ତାଙ୍କୁ ମଧ୍ୟ କରୋନା ହୋଇଛି । ସେମାନଙ୍କ ଘରୁ ବାହାରକୁ ଯାଉଥିବା ଲୋକ ସାମାଜିକ ଦୂରତା ରକ୍ଷା ନକରିବା, ହାତ ନ ଧୋଇବା ଫଳରେ ଛୁଆ ଓ ବୟସ୍କଙ୍କୁ ସଂକ୍ରମିତ ହୋଇଛି । ତେଣୁ, ଏହାକୁ ଗୁରୁତ୍ୱ ଦିଅନ୍ତୁ, ପରିବାରକୁ ବଞ୍ଚାନ୍ତୁ ।

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଆଇପିଏଲ୍‌ ସିଜିନ୍-୧୩

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ବା ଆଇପିଏଲ ସିଜିନ୍‌-13 ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି। ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର କ୍ରିକେଟ୍‌ ଇନ୍‌ ଇଣ୍ଡିଆ ବା ବିସିସିଆଇ ଆଜି ଏ ସମ୍ପର୍କରେ ବିଧିବଦ୍ଧ ସୂଚନା ଦେଇଛି। ୨୦୨୦ ଆଇପିଏଲର ୧୩ ତମ ସଂସ୍କରଣ କେବେ ହେବ ସେ ସଂପର୍କରେ ବିସିସିଆଇ ପକ୍ଷରୁ କୈାଣସି ସୂଚନା ଦେଇନାହିଁ। ଆଜିଠାରୁ ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍‌ ଆରମ୍ଭ ହୋଇଛି। ତେଣୁ କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ବୋର୍ଡ ଏଭଳି ପଦକ୍ଷେପ ନେଇଥିବା ସୂଚନା ଦେଇଛି। ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିବା ଟୁଣ୍ଣାମେଣ୍ଟକୁ ପ୍ରଥମେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଥିଲା। ଏ ସଂପର୍କରେ ଷ୍ଟେକ ହୋଲଡର, ଲିଗ୍‌ ମେମ୍ବର, କ୍ରୀଡା ମନ୍ତ୍ର।ଳୟ ସମସ୍ତଙ୍କୁ ସୂଚନା ଦେଇଥିଲା। ଏବେ ଆଇପିଏଲ୍‌ ବନ୍ଦ ହେବା ପରେ ପ୍ରାୟ ୫୦ ହଜାର କୋଟି ଟଙ୍କାର କ୍ଷତି ସହିବ ବିସିସିଆଇ।। ଏବେ କାହାରି କଣ୍ଟ୍ରାକ୍ଟ ବାତିଲ କରାଯିବ ନାହିଁ ଏବଂ କରୋନାର ପ୍ରକୋପ କମିବା ପରେ ନୂଆ ମ୍ୟାଚ୍‌ ସୂଚୀ ସଂକ୍ରାନ୍ତରେ ବୋର୍ଡର ବୈଠକ ବସି ନିଷ୍ପତ୍ତି ହେବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ  ସଂପାଦକ ଜୟ ଶାହା ଅନ୍ୟ ସଦସ୍ୟଙ୍କ ସହ ଭିଡିଓ କନଫେରେନ୍ସରେ ଆଲୋଚନା କରିଥିଲେ। ବିସିସିଆଇ ଲଗାତର ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ନିର୍ଦ୍ଦେଶନାମା, ଜନସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଏବଂ ଖେଳାଳିଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି । ପୂର୍ବରୁ ଭାରତରେ ନିର୍ବାଚନ ସମୟରେ ଆଇପିଏଲ୍‌ ଦୁଇ ଥର ଭାରତ ବାହାରେ ଖେଳାଯାଇଥିଲା। ଦକ୍ଷିଣ ଆଫ୍ରିକାରେ ଥରେ ଖେଳାଯାଇଥିବା ବେଳେ ଦୁବାଇରେ ମଧ୍ୟ ହୋଇଥିଲା ଆଇପିଏଲ୍‌। ମାତ୍ର ଏଥର ସାରା ବିଶ୍ୱ କରୋନା ପ୍ରଭାବରେ କବଳିତ ଥିବାରୁ ଏହାକୁ ବାଧ୍ୟ ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିଙ୍କୁ ବିସିସିଆଇ ପକ୍ଷରୁ ୫୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

କେନ୍ଦ୍ର କରୋନା ହଟସ୍ପଟ ଲିଷ୍ଟରେ ଖୋର୍ଦ୍ଧା, ଗ୍ରୀନ୍ ଜୋନରେ ୨୧ ଜିଲ୍ଲା

ନୂଆଦିଲ୍ଲୀ: କରୋନା ଲକଡାଉନ୍ କଟକଣା ୨୦ ତାରିଖ ପରେ ସ୍ଥିତି ଦେଖି କଣ୍ଟେନମେଣ୍ଟ ଜୋନରେ କୋହଳ ହେବା ନେଇ ପ୍ରଧାନମନ୍ତ୍ରୀ କହିବା ପରେ ଆରମ୍ଭ ହୋଇଛି ଆକଳନ । ଆଜି ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ଏହା ଉପରେ ବିସ୍ତୃତ ସୂଚନା ରଖିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଶର ଜିଲ୍ଲା ଗୁଡ଼ିକୁ ୩ ଭାଗରେ ବିଭକ୍ତ କରିଛି । ପ୍ରଥମ- ହଟସ୍ପଟ୍ ଜିଲ୍ଲା, ଦ୍ୱିତୀୟ-ନନ୍ ହଟସ୍ପଟ୍ ଜିଲ୍ଲା, ତୃତୀୟ- ଗ୍ରୀନ୍ ଜୋନ୍ ।

ହଟସ୍ପଟ୍ ଜିଲ୍ଲା

ଯେଉଁ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ତାକୁ ହଟସ୍ପଟ୍ ଜିଲ୍ଲା କୁହାଯିବ । ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ୪୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୋର୍ଦ୍ଧା ଜିଲ୍ଲାକୁ ହଟସ୍ପଟ୍ ଜିଲ୍ଲା ଆଖ୍ୟା ଦେଇଛି ।

ନନ୍ ହଟସ୍ପଟ୍ ଜିଲ୍ଲା

ଜିଲ୍ଲାର ସୀମିତ ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାକୁ ନନ୍ ହଟସ୍ପଟ୍ ଜିଲ୍ଲା କୁହାଯିବ । କିନ୍ତୁ, ସେଠି ଆଉ ସଂକ୍ରମଣର ଆଶଙ୍କା ନଥିବ କିମ୍ବା ସନ୍ଦିଗ୍ଧ ନଥିଲେ ବିଚାରକୁ ନିଆଯିବ ।

ଗ୍ରୀନ୍ ଜୋନ୍

ଯେଉଁ ଜିଲ୍ଲାରେ କୌଣସି କରୋନା ସଂକ୍ରମିତ ଓ ସନ୍ଦଗ୍ଧ ନଥିବେ ତାକୁ ଗ୍ରୀନ୍ ଜୋନରେ ରଖାଯାଇଛି । ଏଥିରେ ଓଡ଼ିଶାର ୨୧ଟି ଜିଲ୍ଲା ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 

ନବୀନଙ୍କ ପରାମର୍ଶ ମାନିବାକୁ ଅପିଲ୍‌ କରୁଛନ୍ତି କୁନି ଝିଅ

ଭୁବନେଶ୍ୱର: କରୋନା ଯୁଦ୍ଧର କୁନି ସିପାହୀ । କରୋନା ନେଇ ଲୋକଙ୍କୁ ସଚେତନ କରୁଛି କୁନି ଝିଅ ରୁହି । କରୋନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚେତନତା ବାର୍ତ୍ତାରେ ନିଜେ ଅନୁପ୍ରାଣିତ ହେବା ପରେ ଏବେ ଅନ୍ୟକୁ ଏହା ମାନିବାକୁ ଅପିଲ୍ କରୁଛି ଝିଅ । ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ୍‌ କରିବା ଓ  ଘରୁ  ନବାହାରିବାକୁ ପରାମର୍ଶ ଦେଉଛି  । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ  ବେଶ୍‌ ଭାଇରାଲ୍ ହେଉଛି । ଲୋକେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି  । ଯେଉଁ ମାନେ ସଚେତନ ହେଉନାହାନ୍ତି, ସତର୍କ ହେଉନାହାନ୍ତି କଟକଣା ସତ୍ତ୍ୱେ ଘରୁ ବାହାରକୁ ବାହାରୁଛନ୍ତି ସେମାନେ ଏହି କୁନି ଝିଅଠାରୁ ଶିଖନ୍ତୁ ବୋଲି କିଛି ଲୋକେ ସୋସିଆଲ୍ ମିଡିଆାରେ ପ୍ରକାଶ କରିଛନ୍ତି ।

https://www.facebook.com/nandighoshatv/videos/873945763017180/

ପୂର୍ବରୁ ବହୁ ଥର ଛୋଟ ଛୋଟ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କରୋନା ମୁକାବିଲା ନେଇ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଛୋଟ ଛୋଟ ପିଲାଙ୍କ ଏଭଳି କାର୍ଯ୍ୟ ବୟସ୍କମାନଙ୍କୁ ମଧ୍ୟ ପ୍ରଭାବିତ କରିବା ସହ ଏଭଳି କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ । ସେହିଭଳି ଏହି ଛୋଟ ଝିଅ ସଚେତନ ବାର୍ତ୍ତା ମଧ୍ୟ ଅନେକ ଲୋକଙ୍କୁ ସଚେତନ କରିବା ଓ ସତର୍କ କରିବ ବୋଲି ଆଶା କରାଯାଉଛି ।

ସୂଚନା ଯୋଗ୍ୟ, କରୋନାରୁ ବର୍ତ୍ତିବା ପାଇଁ ଘରେ ରହିବାକୁ ବାରମ୍ୱାର ପରାମର୍ଶ ଦେଇଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି କି ଅଯଥାରେ ଘରୁ ବାହାରିବେନି ବୋଲି ନିଜ ପିଲା ଛୁଆଙ୍କ ନାଁରେ ଶପଥ କରିବାକୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହିତ ୧୦୪ ନମ୍ୱରକୁ କଲ୍‌ କରି ନିଜ ନାମ ପଞ୍ଜୀକରଣ କରିବା ସହ କ୍ୱାରେଣ୍ଟାଇନ୍‌ରେ ରହିବାକୁ ବିଦେଶ ଫେରନ୍ତାଙ୍କୁ ନିବେଦନ କରିଥିଲେ ନବୀନ ।

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଦେଶର ଜିଲ୍ଲାଗୁଡ଼ିକୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ- ହଟସ୍ପଟ୍ ଜିଲ୍ଲା, ଦ୍ୱିତୀୟ-ନନ୍ ହଟସ୍ପଟ୍ ଜିଲ୍ଲା, ତୃତୀୟ- ଗ୍ରୀନ୍ ଜୋନ୍ । ଖୋର୍ଦ୍ଧା ହଟସ୍ପଟ୍ ଜିଲ୍ଲା ଅଟେ । ଓଡ଼ିଶାର ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ଅଛି ।

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଦେଶର ଜିଲ୍ଲାଗୁଡ଼ିକୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ- ହଟସ୍ପଟ୍ ଜିଲ୍ଲା, ଦ୍ୱିତୀୟ-ନନ୍ ହଟସ୍ପଟ୍ ଜିଲ୍ଲା, ତୃତୀୟ ଗ୍ରୀନ୍ ଜୋନ୍ । ଖୋର୍ଦ୍ଧା ହଟସ୍ପଟ୍ ଜିଲ୍ଲା ଅଟେ । ଓଡ଼ିଶାର ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ଅଛି ।