spot_img
Home Blog Page 7067

ଲକ୍‌ଡାଉନ୍‌ର ରୂପରେଖ କ’ଣ ହେବ? କ’ଣ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର, ପଢ଼ନ୍ତୁ ଏହି ରିପୋର୍ଟରେ…

ଭୁବନେଶ୍ୱର: କରୋନା ମୃତ୍ୟୁ ହାରରେ ଭାରତ ଅନ୍ୟ ଦେଶକୁ ପଛରେ ପକାଇବାରେ ସଫଳ ହୋଇଛି ସତ । ଲକଡାଉନ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟାରେ ରୋକ ଲାଗି ପାରିଛି । ତଥାପି ଭାରତରେ କିଲ୍‌ର କରୋନା ତାର ତାଣ୍ଡବ ଜାରି ରଖିଛି । ଏପରି ସ୍ଥିତିରେ ଲକଡାଉନ ପ୍ରକ୍ରିୟା ଆଗକୁ ଜାରି ରହିବ କି ନାହିଁ କେନ୍ଦ୍ର ନିଷ୍ପତ୍ତି ନେଇପାରିନି ।

କାଲି ଦିନ ୧୦ଟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଚର୍ଚ୍ଚା ହେଉଛି, କି ବିପର୍ଯ୍ୟସ୍ତ ଅର୍ଥନୀତିକୁ ଦେଖି କିଛି କ୍ଷେତ୍ରରେ କୋହଳ କରି ଲକଡାଉନ୍‌ ନିର୍ଦ୍ଦେଶ ଦେଇପାରନ୍ତି ମୋଦି ।

ଲକଡାଉନ କରୋନା ବ୍ୟାପିବାରେ ଲଗାଇଛି ବ୍ରେକ । କିନ୍ତୁ ଏବେ ବି ପୂରା କଣ୍ଟ୍ରୋଲ ହୋଇପାରିନାହିଁ । ଲକଡାଉନ ଲାଗୁ ହୋଇନଥିଲେ ଏପ୍ରିଲ ୧୪ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୮ ଲକ୍ଷରୁ ଅଧିକ ହୋଇଥାନ୍ତା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ସୂଚନା ଦେଇଛି । ପରିସ୍ଥିତି ବିପଜ୍ଜନକ ଥିବାବେଳେ ପୁଣି ଥରେ ଲକଡାଉନ କାର୍ଯ୍ୟକାରୀ କରିବାକୁ ସବୁ ରାଜ୍ୟ ସରକାର ପ୍ରସ୍ତାବ ଦେଇସାରିଛନ୍ତି ।

ଓଡ଼ିଶା ସମେତ ପଞ୍ଜାବ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଲକଡାଉନ ଅବଧି ବଢାଇସାରିଛନ୍ତି । ଅନ୍ୟପଟେ ଦେଶ ଘୋର ଆର୍ଥିକ ବିପତ୍ତି ଦେଇ ଗତିକରୁଥିବାବେଳେ ରୋଜଗାର ଓ ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଲାଣି ।

ଏ ନେଇ କେନ୍ଦ୍ର ସରକାର କ’ଣ ନିଷ୍ପତ୍ତି ନେଉଛି ତାକୁ ଅପେକ୍ଷା କରାଯାଇଥିବାବେଳେ ମୃଙ୍ଗଳବାର ୪ର୍ଥ ଥର ପାଇଁ ଦେଶବାସୀଙ୍କୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୦ଟାରେ ମୋଦି ଦେଶକୁ ସମ୍ବୋଧନ କରିବେ ।

ପ୍ରଥମେ ଜନତା କର୍ଫ୍ୟୁ, ତା’ପରେ ଲକଡାଉନ ଘୋଷଣା କରିଥିଲେ ମୋଦି । ତେବେ କାଲି ପୁଣି ଲକଡାଉନ ଅବଧି ବଢ଼ାଇବେ କି ନାହିଁ ତା ଉପରୁ ପର୍ଦ୍ଦ। ଉଠାଇପାରନ୍ତି ପ୍ରଧାନମନ୍ତ୍ରୀ । ଏଥର ଲକଡାଉନର ରୂପରେଖ କଣ ହେବ ସେ ନେଇ ସମ୍ବୋଧନରେ ସୂଚନା ଦେବେ ପ୍ରଧାନମୃନ୍ତ୍ରୀ।

ତେବେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କରୋନା ସଂକ୍ରମଣ ରୋକିବା ସହ ଆର୍ଥିକ ଅଭିବୃଦ୍ଧି ଉପରେ ଫୋକସ୍‌ ରହିବ ବୋଲି କୁହାଯାଇଛି । ପୂର୍ବାପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ କିଛି ସର୍ତ୍ତ ସହ କିଛି କ୍ଷେତ୍ରରେ କଟକଣା କୋହଳ କରାଯିବା ନେଇ ଆଶା କରାଯାଉଛି ।

ଜଣେ ବ୍ୟକ୍ତି ପାଇଁ କ୍ୱାରେଣ୍ଟାଇନରେ ରହିଲା ୧୪ଟି ଗାଁ

ବନ୍ଦାଓଁ: ଉତ୍ତରପ୍ରଦେଶ ବନ୍ଦାଓଁ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ପାଇଁ ୧୪ଟି ଗାଁ ଏବେ କ୍ୱାରାଣ୍ଟାଇନ୍‌ରେ । ଏଥିସହ ଉକ୍ତ ଗାଁର ସୀମାକୁ ମଧ୍ୟ ସିଲ୍‌ କରାଦିଆଯାଇଥିବା ଜଣାପଡ଼ିଛି । ସୋମବାର ଏନେଇ ଜିଲ୍ଲା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ଗତ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶରୁ ଆସି ସ୍ଥାନୀୟ ଭବାନୀପୁର ଖଲି ଅଞ୍ଚଳରେ ରହୁଥିଲେ। ଶନିବାର କରୋନା ଭାଇରସ୍‌ ଯାଞ୍ଚର ରିପୋର୍ଟରେ ତାଙ୍କର ପଜିଟିଭ୍‌ ଆସିଥିଲା।

ଏହାପରେ ଯେଉଁ ଗାଁରେ ସେ ରହୁଥିଲେ ସେଠାରୁ ୩ କିଲୋମିଟର ଦୂରତା ମଧ୍ୟରେ ଥିବା ୧୪ଟି ଗାଁର ସୀମାକୁ ସିଲ୍‌ କରିଦିଆଇଛି। ଏଥିସହ ଉକ୍ତ ଗାଁଗୁଡ଼ିକୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡ଼ିଛି। ତେବେ ସିଲ୍‌ ହୋଇଥିବା ସମସ୍ତ ଅଞ୍ଚଳଗୁଡିକରେ ଜୋନାଲ ଓ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ମୁତୟନ କରାଯାଇଛି। ଆବଶ୍ୟକ ସାମଗ୍ରୀକୁ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଖରେ ପହଞ୍ଚାଯାଉଥିବା ବେଳେ ପର୍ଯ୍ୟାୟ କ୍ରମେ ଲୋକଙ୍କ ନମୁନା ଯାଞ୍ଚ କରାଯାଉଥିବା

ନେଇ ଜିଲ୍ଲା ମାଜିଷ୍ଟ୍ରେଟ କୁମାର ପ୍ରଶାନ୍ତ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗତ ମାସ ଦିଲ୍ଳୀ ନିଜାମୁଦ୍ଦିନରେ ତବଲିଗି ଜମାତରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଉକ୍ତ ସଂକ୍ରମିତ ବ୍ୟକ୍ତି ସାମିଲ ହୋଇଥିଲେ।

୪୦ଂ ଉପରେ ୧୨ ସହର, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ଟି ସ୍ଥାନ । ୪୧ ଡିଗ୍ରୀରୁ ଅଧିକ ୪ଟି ସ୍ଥାନ । ଭୁବନେଶ୍ୱର ଓ ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ ସହ ହୋଇଛନ୍ତି ରାଜ୍ୟର ସବୁଠାରୁ ଉତପ୍ତ ସହର । ଜଳବାୟୁ ଶୁଷ୍କ ଥିବା କାରଣରୁ ଗରମ ସହ ଗୁଳୁଗୁଳି ଅନୁଭୁତ ହେଉଛି । ନିକଟ ଭବିଷ୍ୟତରେ ଜଳବାୟୁରେ କୈାଣସି ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାହା ଜନସାଧାରଣଙ୍କ ଚିନ୍ତା ବଢାଇ ଦେଇଛି।

ଉତ୍ତର ପଶ୍ଚିମ ଦିଗରେ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଓଡିଶାରେ ବଢୁଛି ତାପମାତ୍ରା।  ଏଭଳି  ସ୍ଥିତିରେ ସାଧାଣରତଃ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ବୃଦ୍ଧି ପାଇଥାଏ । କିନ୍ତୁ ଚଳିତ ଥର ଏଥିରେ ବ୍ୟତିକ୍ରମ ଘଟି ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରରେ ବୃଦ୍ଧି ପାଇଛି । ରାଜ୍ୟରେ ୮ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି । ଟିଟଲାଗଡରେ ସର୍ବାଧିକ ୪୧ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ତାପମାତ୍ରା ୪୦.୮ଡିଗ୍ରୀ ଓ ଭୁବନେଶ୍ୱରରେ ୪୦ଡିଗ୍ରୀ ରେକର୍ଡ କରାଯାଇଛି । ଏହି ତାପମାତ୍ରା ଆଗାମୀ ୨ ରୁ ୩ ଦିନ ଧରି ଲାଗି ରହିବ । ଏହାପରେ ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

ସେପଟେ ତାପମାତ୍ରାର ଏ ଗ୍ରାଫ୍‌ ଦେଖି ଟିଟିଲାଗଡ଼ବାସୀଙ୍କ ଚିନ୍ତା ବଢ଼ି ଗଲାଣି। ଗରମ, ଗୁଳଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି।

କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଘର ଭିତରେ ବିଦ୍ୟୁତ କାଟ ଓ ଅସହ୍ୟ ଗରମ ଯୋଗୁଁ ଅତିଷ୍ଠ ହୋଇ ସାରିଲେଣି ଲୋକେ।

ସୋସିଆଲ୍‌ ମିଡିଆରେ ଶ୍ରୀଜନାଙ୍କୁ ସାବାସି: ୨୨ ଦିନର କଅଁଳା ଛୁଆକୁ ନେଇ ଚାଲିଆସିଲେ ଅଫିସ୍‌…

ଭୁବନେଶ୍ୱର, ବ୍ୟୁରୋ;  ସେଦିନ ନିଜ ଅସୁସ୍ଥ ପୁଅକୁ ବିଛଣାରେ ଛାଡ଼ି ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଉତ୍କଳମଣୀ ଗୋପବନ୍ଧୁ ଦାସ । ଲୋକ ତ ସାହାଯ୍ୟ ପାଇଗଲେ କିନ୍ତୁ ଘରକୁ ଫେରିବାବେଳକୁ ପୁଅ ଆଉ ନଥିଲା ।…. ଆଜି ସେ ନଈବଢ଼ି ନାହିଁ, କିନ୍ତୁ ଅଛନ୍ତି ଗୋପବନ୍ଧୁ, ଅଛି ସେ ଛୁଆ ।

ଜଣେ ମହିଳା ଆଇଏସ୍‌ ଅଫିସରଙ୍କ କର୍ତ୍ତବ୍ୟବୋଧ ଆଗରେ ମଥା ନୁଆଁଇଛି ଭାରତ । କରୋନାର କାଳ ବେଳାରେ ନିଜ ମାସକର ଛୁଆକୁ କାଖରେ ଧରି କର୍ତ୍ତବ୍ୟର ଆହ୍ଵାନରେ ପାଦ ରଖିଛନ୍ତି ବିପଦର ଚହଲାପାଣିରେ । ତାଙ୍କ ଅସୀମିତ ସାହସ ଦେଖିଲେ ଆପଣ ବି କହିବେ ।

କୋଳରେ 22 ଦିନର କଅଁଳା ଛୁଆ । କୁଆଁ କୁଆଁ ଡାକ ଛଡ଼ା ଭଲରେ ମାଆ ମାଆ ବି ଡାକିବା ଜାଣିନି । ତା ମାଆ ତାକୁ ଗୋଟେ ହାତରେ ଧରି ଆର ହାତରେ କଣ କଣ କରିଯାଉଛି ତାହା ବି ସେ ବୁଝିପାରୁନି । କିନ୍ତୁ ଏ ଦେଶ ବୁଝିପାରୁଛି ଜଣେ ମାଆର ତ୍ୟାଗ ଓ ବଳିଦାନକୁ । ଗର୍ବ କରୁଛି ତା ମଣିଷପଣିଆକୁ ନେଇ, ସଲାମ କରୁଛି ତା କର୍ତ୍ତବ୍ୟବୋଧତା ପାଇଁ ।

ସୋସିଆଲ ମିଡ଼ିଆରେ ଘୁରି ଘୁରି ପ୍ରଶଂସା ସାଉଁଟୁଥିବା ଏ ଚିତ୍ର ବର୍ଣ୍ଣନା କରୁଛି ଦେଶ ଭକ୍ତିର ଏ ରଙ୍ଗ କେତେ ଗାଢ଼ । ଦେଶ ସେବାର ରାଣ ଖାଇଥିବା ଏ ଅଧିକାରୀ ଜଣକ ସାଧାରଣ ଅଫିସ୍‌ର କିରାଣୀ କି ବଡ଼ବାବୁ ନୁହନ୍ତି । ଏ ହେଉଛନ୍ତି ୨୦୧୩ ବ୍ୟାଚ୍‌ର ଆଇଏସ୍‌ ଶ୍ରୀଜନା ଗୁମ୍ମାଲା । ଗ୍ରେଟର ବିଶାଖପାଟଣା ମୁନସିପାଲଟି ନିଗମର କମିଶନର । କିନ୍ତୁ କାହିଁକି ଚର୍ଚ୍ଚାରେ ଏ ମହିଳା ? କାହିଁକି ଦେଶ କହୁଛି ସାବାସ୍‌ ଶ୍ରୀଜନା ? ତାଙ୍କ କାହାଣୀ ଜାଣିଲେ ଆପଣ ବି ଏ ମାଆକୁ କରିବେ ଶତ ସଲାମ ।

ବ୍ୟକ୍ତିଗତ ସୁଖକୁ ପଛ କରି ଦେଶ ମାତୃକାର ସେବାକୁ ଆଗକୁ ଆଣିଥିବା ଏ ମହିଳାଙ୍କ ପାଇଁ ପ୍ରାଶାସନିକ ସେବାରେ ଥିବା ଅଧିକାରୀଙ୍କ ପାଇଁ ବଦଳିଯିବ ଆପଣଙ୍କ ଭାବନା । ନିଜ ପ୍ରସୂତିକାଳୀନ ଛୁଟିକୁ ଅଧାରୁ ଛୁଟି କରି କର୍ତ୍ତବ୍ୟର ଡାକରେ ଚାଲି ଆସିଛନ୍ତି ଅଫିସକୁ । ୬ ମାସର ସରକାରୀ ଛୁଟି ମିଳିଥିଲା । ଘରେ ଆରାମରେ ଅୟସ କରିଥାନ୍ତେ । କିନ୍ତୁ ଘରେ ଅଟକାଇପାରିଲାନି କର୍ତ୍ତବ୍ୟର ଡାକ । କେମିତି ବା ବସିଥାନ୍ତେ ।

ସେ ପରା ପିଲାବେଳେ ଗୀତାରେ ପଢ଼ିଛନ୍ତି କର୍ତ୍ତବ୍ୟ ଆଗ, ବାକି ସବୁ ପଛ । ମାଆ ହେବାର ଦାୟିତ୍ୱ ବାଦ୍‌ ତାଙ୍କ ପାଇଁ ବଡ଼ ଦାୟିତ୍ୱ ତାଙ୍କ ପଦର । କାୟା ମେଲାଇ କରୋନା ଜଣେ ପରେ ଜଣକୁ ନିଜ ଆଡ଼କୁ ଟାଣିନେଉଛି । ଲକ୍‌ଡାଉନ୍‌ର ଲକ୍‌ ଖୋଲି ବାହାରେ ସ୍ୱାଧୀନ ଭାବେ ବୁଲିବା ପାଇଁ ଲୋକଙ୍କ ପାଖରେ ଜୁ ନାହିଁ । ଏମିତି ସମୟରେ ଘରେ ଥିବା ଲୋକଙ୍କ ପାଖରେ କେମିତି ପହଁଚିବ ଜରୁରୀକାଳିନ ସେବା ସେ ଚିନ୍ତା ଘାରିଲା ଶ୍ରୀଜନାଙ୍କୁ । କାଖରେ ଧରିଲେ ଛୁଆକୁ ସିଧା ଚାଲିଆସିଲେ ଅଫିସ । ନିଜେ ମାଆ ହେବାର କର୍ତ୍ତବ୍ୟକୁ ପଛ କରି ଏଭଳି ଏକ ଘଡ଼ିସନ୍ଧି ମୁ୍ହୂର୍ତ୍ତରେ ଭାରତ ମାତାର ସେବାକୁ ବ୍ରତ ବୋଲି ମାନିଛନ୍ତି । ଏଥିପାଇଁ କିଏ ତାଙ୍କୁ ବାଧ୍ୟ କରିନି । ବରଂ ନିଜ ହୃଦୟର ଅନ୍ତସ୍ୱରକୁ ନିଜେ ଶୁଣିପାରିଛନ୍ତି ସେ । ଲୋକଙ୍କୁ କେମିତି ଅନବରତ ସ୍ୱଚ୍ଛ ପିଇବା ପାଇଁ ମିଳିପାରିବ ତାକୁ ଦେଇଛନ୍ତି ଅଗ୍ରାଧିକାର । ଏଥିସହ ଫୋନ୍‌ଯ଼ୋଗେ ବୁଝୁଛନ୍ତି ଲୋକଙ୍କ ଭଲମନ୍ଦ ହାନିଲାଭ । ଜନସାଧାରଣଙ୍କ କଥା ବୁଝିବା ସହ ପ୍ରତି ୪ ଘଣ୍ଟାରେ ନିଜ ପିଲାକୁ କ୍ଷୀର ଦେବାକୁ ବି ଭୁଲିନାହାନ୍ତି । ନିଜ ଛୁଆ ପାଇଁ ଡର ନାହିଁ । ବରଂ ଜଣେ ପ୍ରଶାସକ ଭାବେ ଜନତାଙ୍କ ଭିତରେ ଥିବା କରୋନା ଡର ତାଙ୍କୁ କର୍ତ୍ତବ୍ୟର ଡୋରୀରେ ଟାଣିଆଣିଛି । ଯାହାକୁ ଦେଖି ଅଭିଭୂତ ହୋଇଛି ଭାରତ । ସଲାମ କରିଛି ଜଣେ ମାଆର ମଣିଷପଣିଆକୁ । ସାଉଁଟିଛି ଉତ୍ସାହର ଇନ୍ଧନ ।

ସୋସିଆଲ୍‌ ମିଡିଆରେ ଶ୍ରୀଜନାଙ୍କୁ ସାବାସି: ୨୨ ଦିନର କଅଁଳା ଛୁଆକୁ ନେଇ ଚାଲିଆସିଲେ ଅଫିସ୍‌…

ଭୁବନେଶ୍ୱର, ବ୍ୟୁରୋ;  ସେଦିନ ନିଜ ଅସୁସ୍ଥ ପୁଅକୁ ବିଛଣାରେ ଛାଡ଼ି ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଉତ୍କଳମଣୀ ଗୋପବନ୍ଧୁ ଦାସ । ଲୋକ ତ ସାହାଯ୍ୟ ପାଇଗଲେ କିନ୍ତୁ ଘରକୁ ଫେରିବାବେଳକୁ ପୁଅ ଆଉ ନଥିଲା ।…. ଆଜି ସେ ନଈବଢ଼ି ନାହିଁ, କିନ୍ତୁ ଅଛନ୍ତି ଗୋପବନ୍ଧୁ, ଅଛି ସେ ଛୁଆ ।

ଜଣେ ମହିଳା ଆଇଏସ୍‌ ଅଫିସରଙ୍କ କର୍ତ୍ତବ୍ୟବୋଧ ଆଗରେ ମଥା ନୁଆଁଇଛି ଭାରତ । କରୋନାର କାଳ ବେଳାରେ ନିଜ ମାସକର ଛୁଆକୁ କାଖରେ ଧରି କର୍ତ୍ତବ୍ୟର ଆହ୍ଵାନରେ ପାଦ ରଖିଛନ୍ତି ବିପଦର ଚହଲାପାଣିରେ । ତାଙ୍କ ଅସୀମିତ ସାହସ ଦେଖିଲେ ଆପଣ ବି କହିବେ ।

କୋଳରେ 22 ଦିନର କଅଁଳା ଛୁଆ । କୁଆଁ କୁଆଁ ଡାକ ଛଡ଼ା ଭଲରେ ମାଆ ମାଆ ବି ଡାକିବା ଜାଣିନି । ତା ମାଆ ତାକୁ ଗୋଟେ ହାତରେ ଧରି ଆର ହାତରେ କଣ କଣ କରିଯାଉଛି ତାହା ବି ସେ ବୁଝିପାରୁନି । କିନ୍ତୁ ଏ ଦେଶ ବୁଝିପାରୁଛି ଜଣେ ମାଆର ତ୍ୟାଗ ଓ ବଳିଦାନକୁ । ଗର୍ବ କରୁଛି ତା ମଣିଷପଣିଆକୁ ନେଇ, ସଲାମ କରୁଛି ତା କର୍ତ୍ତବ୍ୟବୋଧତା ପାଇଁ ।

ସୋସିଆଲ ମିଡ଼ିଆରେ ଘୁରି ଘୁରି ପ୍ରଶଂସା ସାଉଁଟୁଥିବା ଏ ଚିତ୍ର ବର୍ଣ୍ଣନା କରୁଛି ଦେଶ ଭକ୍ତିର ଏ ରଙ୍ଗ କେତେ ଗାଢ଼ । ଦେଶ ସେବାର ରାଣ ଖାଇଥିବା ଏ ଅଧିକାରୀ ଜଣକ ସାଧାରଣ ଅଫିସ୍‌ର କିରାଣୀ କି ବଡ଼ବାବୁ ନୁହନ୍ତି । ଏ ହେଉଛନ୍ତି ୨୦୧୩ ବ୍ୟାଚ୍‌ର ଆଇଏସ୍‌ ଶ୍ରୀଜନା ଗୁମ୍ମାଲା । ଗ୍ରେଟର ବିଶାଖପାଟଣା ମୁନସିପାଲଟି ନିଗମର କମିଶନର । କିନ୍ତୁ କାହିଁକି ଚର୍ଚ୍ଚାରେ ଏ ମହିଳା ? କାହିଁକି ଦେଶ କହୁଛି ସାବାସ୍‌ ଶ୍ରୀଜନା ? ତାଙ୍କ କାହାଣୀ ଜାଣିଲେ ଆପଣ ବି ଏ ମାଆକୁ କରିବେ ଶତ ସଲାମ ।

ବ୍ୟକ୍ତିଗତ ସୁଖକୁ ପଛ କରି ଦେଶ ମାତୃକାର ସେବାକୁ ଆଗକୁ ଆଣିଥିବା ଏ ମହିଳାଙ୍କ ପାଇଁ ପ୍ରାଶାସନିକ ସେବାରେ ଥିବା ଅଧିକାରୀଙ୍କ ପାଇଁ ବଦଳିଯିବ ଆପଣଙ୍କ ଭାବନା । ନିଜ ପ୍ରସୂତିକାଳୀନ ଛୁଟିକୁ ଅଧାରୁ ଛୁଟି କରି କର୍ତ୍ତବ୍ୟର ଡାକରେ ଚାଲି ଆସିଛନ୍ତି ଅଫିସକୁ । ୬ ମାସର ସରକାରୀ ଛୁଟି ମିଳିଥିଲା । ଘରେ ଆରାମରେ ଅୟସ କରିଥାନ୍ତେ । କିନ୍ତୁ ଘରେ ଅଟକାଇପାରିଲାନି କର୍ତ୍ତବ୍ୟର ଡାକ । କେମିତି ବା ବସିଥାନ୍ତେ ।

ସେ ପରା ପିଲାବେଳେ ଗୀତାରେ ପଢ଼ିଛନ୍ତି କର୍ତ୍ତବ୍ୟ ଆଗ, ବାକି ସବୁ ପଛ । ମାଆ ହେବାର ଦାୟିତ୍ୱ ବାଦ୍‌ ତାଙ୍କ ପାଇଁ ବଡ଼ ଦାୟିତ୍ୱ ତାଙ୍କ ପଦର । କାୟା ମେଲାଇ କରୋନା ଜଣେ ପରେ ଜଣକୁ ନିଜ ଆଡ଼କୁ ଟାଣିନେଉଛି । ଲକ୍‌ଡାଉନ୍‌ର ଲକ୍‌ ଖୋଲି ବାହାରେ ସ୍ୱାଧୀନ ଭାବେ ବୁଲିବା ପାଇଁ ଲୋକଙ୍କ ପାଖରେ ଜୁ ନାହିଁ । ଏମିତି ସମୟରେ ଘରେ ଥିବା ଲୋକଙ୍କ ପାଖରେ କେମିତି ପହଁଚିବ ଜରୁରୀକାଳିନ ସେବା ସେ ଚିନ୍ତା ଘାରିଲା ଶ୍ରୀଜନାଙ୍କୁ । କାଖରେ ଧରିଲେ ଛୁଆକୁ ସିଧା ଚାଲିଆସିଲେ ଅଫିସ । ନିଜେ ମାଆ ହେବାର କର୍ତ୍ତବ୍ୟକୁ ପଛ କରି ଏଭଳି ଏକ ଘଡ଼ିସନ୍ଧି ମୁ୍ହୂର୍ତ୍ତରେ ଭାରତ ମାତାର ସେବାକୁ ବ୍ରତ ବୋଲି ମାନିଛନ୍ତି । ଏଥିପାଇଁ କିଏ ତାଙ୍କୁ ବାଧ୍ୟ କରିନି । ବରଂ ନିଜ ହୃଦୟର ଅନ୍ତସ୍ୱରକୁ ନିଜେ ଶୁଣିପାରିଛନ୍ତି ସେ । ଲୋକଙ୍କୁ କେମିତି ଅନବରତ ସ୍ୱଚ୍ଛ ପିଇବା ପାଇଁ ମିଳିପାରିବ ତାକୁ ଦେଇଛନ୍ତି ଅଗ୍ରାଧିକାର । ଏଥିସହ ଫୋନ୍‌ଯ଼ୋଗେ ବୁଝୁଛନ୍ତି ଲୋକଙ୍କ ଭଲମନ୍ଦ ହାନିଲାଭ । ଜନସାଧାରଣଙ୍କ କଥା ବୁଝିବା ସହ ପ୍ରତି ୪ ଘଣ୍ଟାରେ ନିଜ ପିଲାକୁ କ୍ଷୀର ଦେବାକୁ ବି ଭୁଲିନାହାନ୍ତି । ନିଜ ଛୁଆ ପାଇଁ ଡର ନାହିଁ । ବରଂ ଜଣେ ପ୍ରଶାସକ ଭାବେ ଜନତାଙ୍କ ଭିତରେ ଥିବା କରୋନା ଡର ତାଙ୍କୁ କର୍ତ୍ତବ୍ୟର ଡୋରୀରେ ଟାଣିଆଣିଛି । ଯାହାକୁ ଦେଖି ଅଭିଭୂତ ହୋଇଛି ଭାରତ । ସଲାମ କରିଛି ଜଣେ ମାଆର ମଣିଷପଣିଆକୁ । ସାଉଁଟିଛି ଉତ୍ସାହର ଇନ୍ଧନ ।

ଲକଡାଉନ ଅବଧି ବଢ଼ିଲେ ଆଇଟି କମ୍ପାନୀ ନିଯୁକ୍ତି ଉପରେ ସଙ୍କଟ ଆସିପାରେ

ନୂଆଦିଲ୍ଲୀ: ଲକ୍‌ଡାଉନ ଅବଧି ବଢ଼ିଲେ ଏହା ଆଇଟି କ୍ଷେତ୍ର ନିଯୁକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇବା ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ନାସ୍‌କମ୍‌ର ପୂର୍ବତନ ଅଧ୍ୟକ୍ଷ ଆର୍‌.ଚନ୍ଦ୍ରଶେଖର କହିଛନ୍ତି ଯେ, ଲକ୍‌ଡାଉନ ଅବଧି କ୍ଷତିରେ ଆଇଟି କ୍ଷେତ୍ରରେ ଛଟେଇ ବଢ଼ିବାର ଆଶଙ୍କା ରହିଛି। ବର୍ତ୍ତମାନ ୱାର୍କଫ୍ରମ୍‌ ହୋମ୍‌ ଯୋଗୁ ଆଇଟି କମ୍ପାନୀଙ୍କ ଲାଗି ନୂଆ ରାସ୍ତା ଖୋଲିଛି। ଏଭଳି କାର୍ଯ୍ୟ ଦ୍ୱାରା ସେମାନେ ପରିଚାଳନା ପୁଞ୍ଜି ସଞ୍ଚୟ କରିବାକୁ ସକ୍ଷମ ହୋଇପାରିବେ। ଯଦି ବର୍ତ୍ତମାନ ସ୍ଥିତି ଆହୁରି ଖରାପ ହୁଏ ତେବେ ଷ୍ଟାର୍ଟ ଅପ୍‌ଗୁଡିକ ଲାଗି ବିଭିନ୍ନ ଅସୁବିଧା ସୃଷ୍ଟି ହେବ।

ବଡ କମ୍ପାନୀରେ ଛଟେଇ ହେବ ନାହିଁ, ମାତ୍ର ଛୋଟ କମ୍ପାନୀଗୁଡିକରେ ପରିଚାଳନା ଅସୁବିଧା ଯୋଗୁ ଏଭଳି ସ୍ଥିତି ଉପୁଜିପାରେ ବୋଲି ଅନୁମାନ କରାଯାଉଛି। ଲକ୍‌ଡାଉନ ଅବଧି ବଢିଲେ କମ୍ପାନୀଙ୍କ ଉପରେ ଚାପ ବଢ଼ିବ। କମ୍ପାନୀଗୁଡିକ ମାସ ମାସ ଧରି ସେମାନଙ୍କ କର୍ମଚାରୀଙ୍କୁ ସବ୍‌ସିଡି ଦେଇପାରିବେ ନାହିଁ। ସାରା ବିଶ୍ୱର କର୍ମଚାରୀମାନେ ଏବେ ଘରୁ କାମ କରୁଛନ୍ତି।

ସ୍ୱଳ୍ପ ସମୟ ଅବଧି ଲାଗି ଲକ୍‌ଡାଉନ ପ୍ରଭାବ ଉଦ୍ୟୋଗଗୁଡିକ ଉପରେ ରହିବ। ମାତ୍ର କାର୍ଯ୍ୟ ସଂସ୍କୃତି ଉପରେ ଏହାର ପ୍ରଭାବ ଏମିତି ରହିବ ଯାହା ଭାରତୀୟ କମ୍ପାନୀଗୁଡ଼ିକ ଏବେ ଅନୁଭବ କରିନାହାନ୍ତି। ଭବିଷ୍ୟତରେ ୱାର୍କଫ୍ରମ୍‌ ହୋମ୍‌ ହେଲେ ଏହା ଲଜିଷ୍ଟିକ, କାର୍ଯ୍ୟସ୍ଥଳ ଖର୍ଚ୍ଚ ସମେତ ଅନେକ ଉପାୟରେ କମ୍ପାନୀଙ୍କୁ ଫାଇଦା ଦେବ ବୋଲି କୁହାଯାଇଛି।

ରାଜ୍ୟରେ ଖୋଲିଲା ଆଉ ୪ କୋଭିଡ-୧୯ ହସ୍ପିଟାଲ

ଭୁବନେଶ୍ୱର: ସେମାବାର ରାଜ୍ୟରେ ଆଉ ୪ଟି କୋଭିଡ-୧୯ ହସ୍‌ପିଟାଲ ଖୋଲିଛି । କରୋନା ଭାଇରସ ମୁକାବିଲା ପାଇଁ ବାଲେଶ୍ୱର, ରାୟଗଡା, ଜୟପୁର ସମେତ ଢେଙ୍କାନାଳରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ ହସ୍ପିଟାଲ । ଆଜି ୪ଟି ହସ୍‌ପିଟାଲରେ ମୋଟ ୪୭୦ ବେଡ୍‌ ପ୍ରସ୍ତୁତ କରାଯାଇଥିବାବେଳେ ଶତାଧିକ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆଜିର ୪ ହସ୍ପିଟାଲକୁ ମିଶାଇ ୧୬ ଟି ଜିଲ୍ଲାରେ ୧୭ ଟି ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହି ସବୁ ହସ୍ପିଟାଲ ସମୁଦାୟ ଶଯ୍ୟା ସଂଖ୍ୟା ୧୭୯୦ରେ ପହଞ୍ଚିଛି ।

ରାଜ୍ୟ ସରକାରଙ୍କ କରୋନା ମୁକାବିଲା ମାନଚିତ୍ରରେ ସାମିଲ ହୋଇଛନ୍ତି ରାୟଗଡ଼ା, ବାଲେଶ୍ୱର, ଢେଙ୍କାନାଳ ଓ ଜୟପୁର । ଖୋଲିଛି ୪ କୋଭିଡ-୧୯ ହସ୍‌ପିଟାଲ । କୋରାପୁଟ ଜୟପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୪ଟି ଆଇସିୟୁ ସମେତ ୩ଟି ଭେଣ୍ଟିଲେଟରର ବ୍ୟବସ୍ଥା ରହିଛି ଏହି ହସ୍ପିଟାଲରେ । ହସ୍ପିଟାଲରେ ୨୭ ଜଣ ଡାକ୍ତର ଓ ୫୨ ଜଣ ପାରା ମେଡିକାଲ ଷ୍ଟାଫଙ୍କୁ ନିଯ଼ୁକ୍ତି ମିଳିଛି । ସେହିପରି ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ ହେଲଥ ସେଣ୍ଟର । ରାୟଗଡା ଜେକେ ପୁର ଇଏସଆଇ ହସ୍ପିଟାଲ ପରିସରରେ ଏହା ଉଦଘାଟିତ ହୋଇଯାଇଛି । ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ ସେଣ୍ଟରରେ ସ୍ୱାବ୍‌ ପରୀକ୍ଷା କରାଯିବାର ବ୍ୟବସ୍ଥା ସହ  ପାଥୋଲୋଜି ଓ ମେଡିସିନ ଓ୍ୱାର୍ଡର ବ୍ୟବସ୍ଥା ରହିଛି । ୧୫ଜଣ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀବି ଏହି ହେଲଥ ସେଣ୍ଟରରେ ନିୟୋଜିତ ରହିବେ ।

ଉତ୍ତର ଓଡିଶାରେ ସବୁଠାରୁ ଅଧିକ ଫୋକସ ଥିବା ବାଲେଶ୍ୱର ଜିଲ୍ଲାରେ ବି କାର୍ଯ୍ୟକ୍ଷମ ହୋଇଛି କୋଭିଡ-୧୯ ହସ୍ପିଟାଲ । ଜ୍ୟୋତି ହସ୍ପିଟାଲକୁ କରୋନା ସଂକ୍ରମିତଙ୍କ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ କରାଯାଇଛି । ଓଏଚପିସି ଅନୁଦାନରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ ହସ୍ପିଟାଲରେ ୧୨୦ ଶଯ୍ୟା ସହ ୧୨ଟି ଆଇସିୟୁର ବ୍ୟବସ୍ଥା ରହିଛି । ସେପଟେ ଢେଙ୍କାନାଳ ଜିଲ୍ଲାରେ ଆଜି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୬୦ଟି ବେଡ୍‌ ଓ ପରବର୍ତ୍ତୀ ସମୟରେ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ କରିବାକୁ ଟାର୍ଗେଟ ରଖିଛି ପ୍ରଶାସନ । ଢେଙ୍କାନାଳର ପୁରୁଣା ହସ୍ପିଟାଲକୁ କୋଭିଡ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି ।

ଏହି ୪ଟି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି । ଯେଉଁଥିରେ ଆଇସୋଲେସନ ବେଡ ସମେତ ଆଇସିୟୁର ବି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

ସାନିଟାଇଜର ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ, ୨ ମୃତ

ମୁମ୍ବାଇ: ମହାରାଷ୍ଟ୍ର ପାଲଘରର ତାରାପୁର ସ୍ଥିତ ଏକ କେମିକାଲ ଫାକ୍ଟ୍ରିରେ ସୋମବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୫ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାଶ୍‌ ତିଆରି କରୁଥିବା ଏହି ଫାକ୍ଟ୍ରିକୁ କାର୍ଯ୍ୟ ଜାରି ରଖିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା। ତେବେ ସୋମବାର ଉକ୍ତ କମ୍ପାନୀରେ ୬୬ଜଣ କର୍ମଚାରୀ କାମ କରୁଥିବା ବେଳେ ସକାଳ ସାଢ଼େ ୧୧ଟାରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଧିରେ ଧିରେ ଏହି ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା।

ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତିକିବେଳକୁ ଏହି ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣର କାରଣ ଏଯାଏ ସ୍ପଷ୍ଟ ହୋଇ ନ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

 

ଲକଡାଉନରେ ଜନ୍ମ ହୋଇଥିବାରୁ ନାଁ ଦିଆଗଲା ସାନିଟାଇଜର୍

ସହାରନପୁର: କରୋନା ଭାଇରସ ପୂରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । ସେନେଇ ଦେଶରେ ୨୧ଦିନର ଲକଡ଼ାଉନ କରାଯାଇଛି । ଏହି ମଧ୍ୟରେ ଉତ୍ତରପ୍ରଦେଶର ସହାରନପୁରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ନବଜାତ ଶିଶୁର ନାଁ ତା ବାପା ମାଆ ସାନିଟାଇଜର ରଖିଛନ୍ତି ।

ଏହି ଘଟଣାଟି ଉତ୍ତରପ୍ରଦେଶର ସହାରନପୁରର ଯେଉଁଠାରେ ଏକ ଘରୋଇ ହସପିଟାଲରେ ଏକ ନବଜାତ ଶିଶୁର ନାଁ ସାନିଟାଇଜର ରଖାଯାଇଛି । ଏହି ନାଁ ତା ବାପାମାଆ ଖୁସିରେ ରଖିଛନ୍ତି । ଏପରି ନାଁ ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ କିନ୍ତୁ ଲୋକମାନେ ପରେ ଖୁସି ମନାଇଥିଲେ ।

ଶିଶୁର ବାପା କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଭଳି ମାରାତ୍ମକ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି, ତେଣୁ ଆମେ ବି ସେଥିରେ ସାମିଲ ହୋଇଛୁ ଏବଂ ଆମେ ଆମ ପିଲାକୁ ସାନିଟାଇଜର ନାଁରେ ନାମିତ କରିଛୁ ।

ତେବେ ନବଜାତ ‘ସାନିଟାଇଜର’ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି | ଅନ୍ୟପକ୍ଷରେ, କରୋନା ଭାଇରସର ସଂଖ୍ୟା ଭାରତରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଂକ୍ରମିତ ମୋଟ ସଂଖ୍ୟା ୯୩୦୦ଅତିକ୍ରମ କରିଥିବାବେଳେ ୩୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

EMI ତିନିମାସ ପାଇଁ ଦେବେନି ଯଦି ଦେବାକୁ ପଡିବ ଅଧିକ ସୁଧ, ବୋଝ କମ କରିବ ପ୍ରିପେମେଣ୍ଟ ପ୍ଲାନ

କରୋନା ଭାଇରସକୁ ଦୃଷ୍ଟିରେ ରଖି ଆରବିଆଇ ନିକଟରେ ଲୋନର EMI ଉପରେ ମୋନାଟୋରିୟମ (ଏକ କାର୍ଯ୍ୟକଳାପର ଅସ୍ଥାୟୀ ନିଷେଧ) ଜାରି କରିଛନ୍ତି । ଯଦି ଆପଣଙ୍କ ପାଖରେ ଟଙ୍କାର ଅଭାବ ଅଛି ତେବେ ଏହି ମୋନାଟୋରିୟମ ଦ୍ୱାରା ଆପଣଙ୍କ ଅନେକ ସାହାଯ୍ୟ ମିଳିବ । କାରଣ ବ୍ୟାଙ୍କ ଏହାକୁ ଏକ ବିକଳ୍ପ ରୂପରେ ଦେଉଛି । କିନ୍ତୁ ଆପଣଙ୍କୁ ଏହି ମୋନାଟୋରିୟର ବିକଳ୍ପ ବାଛିବା ପୂର୍ବରୁ ପ୍ରଥମେ ଏହାର Long-term ପରିଣାମ ବିଷୟରେ ବୁଝି ନିୟନ୍ତୁ ।

ମୋନାଟୋରିୟମ କିଛି ସମୟ ପାଇଁ ଆଶ୍ୱସ୍ତି ଦେବ କିନ୍ତୁ ପରବର୍ତ୍ତୀ ସମୟରେ ଆପଣଙ୍କ ଲୋନର ମୂଲ୍ୟ ବଢ଼ାଇଦେବ । ବର୍ତ୍ତମାନ ନିଜର ଆର୍ଥିକ ସ୍ଥିତିକୁ ସମ୍ଭାଳିବା ପାଇଁ ଏହାର ବ୍ୟବହାର କରିବା ସହିତ ଆପଣଙ୍କୁ ଏହାର ପରିଣାମ ଗୁଡ଼ିକୁ ମଧ୍ୟ ବୁଝିବାକୁ ପଡ଼ିବ ।

ମୋନାଟୋରିୟମର ବ୍ୟବହାର ଏବଂ ଫାଇନ୍ସ ଉପରେ ଏହାର ପ୍ରଭାବ

ଯଦି ଆପଣ ମୋନାଟୋରିୟମ ସମୟରେ ଆପଣଙ୍କର କିସ୍ତି ଦେବେ ନାହିଁ, ତେବେ ଆପଣଙ୍କର ବକେୟା ଟଙ୍କା ଆପଣଙ୍କ ଲୋନ ବାଲାନ୍ସରେ ଯୋଡି ହେବ । ଏହି ନୂତନ ବାଲାନ୍ସ ଉପରେ ଆଧାର କରି, ଆପଣଙ୍କ ପରବର୍ତ୍ତୀ କିସ୍ତି ଗଣନା କରାଯିବ | ଏହି ପେମେଣ୍ଟ ବ୍ରେକ ଅନେକ ଉପାୟରେ ଉଧାରୀ ମାନଙ୍କୁ ପ୍ରଭାବିତ କରେ | ସବୁଠାରୁ ବଡ ପ୍ରଭାବ ଲୋନ ଟେନ୍ୟୈର ଆରମ୍ଭରେ ପଡ଼ିବ କାରଣ ସେହି ସମୟରେ କିସ୍ତିରେ ସୁଧ ଅଂଶ ଅଧିକ ଥାଏ | ନିଜ ଲୋନ ଟେନୌରର ପ୍ରାରମ୍ଭିକ ପର୍ଯ୍ୟାୟରେ, ଯଦି ସେ ଗୋଟିଏ ଦେୟରୁ ବଞ୍ଚିତ ହୁଅନ୍ତି, ତେବେ ସେ ପରେ ବହୁତ ବଡ ଦାୟିତ୍ୱ ହୋଇଯାଏ |

ଆପଣଙ୍କ ମୋନାଟୋରିୟମ ଡିୟୁ କିପରି ବଢ଼ିଥାଏ-

ମାନି ନିୟନ୍ତୁ କି ଆପଣ ୨୫ ବର୍ଷ ପାଇଁ ୯% ରେ ୫୦ ଲକ୍ଷ ଟଙ୍କା ଲୋନ ନେଇଛନ୍ତି । ଆପଣଙ୍କୁ ୪୧, ୯୫୯ EMI ଟଙ୍କା ଦେବାକୁ ପଡ଼ିବ । ମୋନାଟୋରିୟମ ଜାରି ହେବା ପର୍ଯ୍ୟନ୍ତ ଆପଣ ୧୨ଥର EMI ଦେଇସାରିଲେଣି । ଆପଣଙ୍କ ୧୩ତମ ଏବଂ ୧୪ତମ EMI ( ଅପ୍ରିଲ ଏବଂ ମେ ) ଅଟକେଇ ଦିଆଯାଇଛି । ଏହି ଦୁଇ ମାସର ଇଣ୍ଟରେଷ୍ଟ ୭୪, ୪୪୧ ଟଙ୍କା ଅଟେ । ଏହା ୧୫ତମ ଲୋମ ବାଲାନ୍ୟ ସହନ ଯୋଡି ହୋଇଯିବ । ଜୁନ ମାସରେ ଏସବୁକୁ ପେମେଣ୍ଟ କରିଦେବା ଆପଣଙ୍କ ପାଇଁ ଭଲ ରହିବ । ଏମିତି ନକଲେ ଏହି ଇଣ୍ଟରେଷ୍ଟ ବାକି ଲୋନ ଟେନୌରରେ ବଢ଼ିବାକୁ ଲାଗିବ ଯାହାଫଳରେ ଏକ ବଡ଼ ଟେନୌର କିମ୍ବା ଅଧିକ EMI ମାଧ୍ୟମରେ ଆପଣଙ୍କ ପାଖରୁ ଏହା ପୁନରୁଦ୍ଧାର କରାଯିବ । ଏହା ହେଉଛି ସବୁଠୁ ବଡ଼ ସମସ୍ୟା । ଦୁଇଟି EMI ଛାଡ଼ିବା ପରେ ଆପଣଙ୍କ ଲୋନ ଟେନୌର ୩୦୦ ମାସଠୁ ବଢ଼ି ୩୧୯ ମାସରେ ପହଞ୍ଚିଯିବ । ଏଥିସହିତ ଆପଣଙ୍କ ଇଣ୍ଟରେଷ୍ଟ ୭୫.୮୭ ଟଙ୍କାରୁ ବଢ଼ି ଯାଇ ୮୨.୭୦ ଲକ୍ଷ ଟଙ୍କା ହେଇଯିବ । କେବଳ ଦୁଇଟି ପେମେଣ୍ଟ ମିସ୍ କରିବାରୁ ୬.୮୩ ଲକ୍ଷ ଟଙ୍କା ବଢ଼ିଯିବ ।

ମୋନାଟୋରିୟମ ବାଝିବା କାହା ପାଇଁ ମହଙ୍କା ପଡ଼ିବ-

ଯେଉଁମାନେ ସେମାନଙ୍କ ଲୋନ କାର୍ଯ୍ୟକାଳର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି ସେମାନଙ୍କ ପାଇଁ ଏହା ଅଧିକ ମହଙ୍ଗା ପ୍ରମାଣିତ ହେବ । ଯେଉଁମାନେ ଶେଷ ପର୍ଯ୍ୟାୟରେ ଅଛନ୍ତି ସେମାନଙ୍କ ପାଇଁ ଏହା ସହଜ ହେବ | ଉଦାହରଣ ସ୍ୱରୂପ, ଯଦି ଆପଣ ଲୋନର ୨୪୧ତମ ଏବଂ୨୪୨ତମ EMI କୁ ମିସ୍ କରନ୍ତି, ତେବେ ଆପଣଙ୍କୁ କେବଳ ଚାରିଟି EMI ଦେବାକୁ ପଡିବ ଏବଂ ଆପଣଙ୍କର ସୁଧ ପ୍ରାୟ ୪୮,୦୦୦ରୁ ୭୫.୮୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ | ତେଣୁ, ଲୋନର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ମାରାଟୋରିୟମର ଲାଭ ଉଠାଇବା ଏବଂ ଦୀର୍ଘ ସମୟ ମଧ୍ୟରେ ଇଣ୍ଟରେଷ୍ଟ ବୃଦ୍ଧି କରିବାର ଏକମାତ୍ର ଉପାୟ ହେଲା  ପ୍ରିପେମେଣ୍ଟ ।

ପ୍ରିପେମେଣ୍ଟ ଆପଣଙ୍କୁ କିପରି ସାହାଯ୍ୟ କରିବ?

ଘର ଲୋନର ସୁଧ ହ୍ରାସ କରିବାର ସର୍ବୋତ୍ତମ ଉପାୟ, ବିଶେଷକରି ଦୀର୍ଘକାଳୀନ ଲୋନ ଗୁଡ଼ିକର ହେଉଛି ନିୟମିତ ଭାବରେ ଲୋନ ପରିଶୋଧ କରିବା | ଏକ ମାସର EMI ସହିତ ସମାନ ପ୍ରିପେମେଣ୍ଟ କରିବା ମଧ୍ୟ ଅନେକ ମାସର ସୁଧ ସଞ୍ଚୟ କରିପାରିବ | ଯେପରି ଆମେ ଉପରୋକ୍ତ ଉଦାହରଣରେ ଦେଖିଛୁ, ଦୁଇଟି ଦେୟ ବଞ୍ଚିତ ହୋଇଥିଲେ ମଧ୍ୟ ବହୁ ଲକ୍ଷ ଟଙ୍କା ଦେୟ ବୃଦ୍ଧି କରାଯାଇପାରେ | ସେହିଭଳି, ଦୁଇଟି ଅତିରିକ୍ତ ଦେୟ ଦେଇ, ଆପଣ କରଜ ଯଥେଷ୍ଟ ହ୍ରାସ ହୋଇପାରିବେ |

ପ୍ରିପେମେଣ୍ଟର ଗଣିତକୁ ବୁଝନ୍ତୁ-

୧୩ ଏବଂ ୧୪ତମ EMI ର ଉଦାହରଣ ଅନୁଯାୟୀ, ଧରାଯାଉ ୧୨ ମାସ ଖର୍ଚ୍ଚ କରିବା ପାଇଁ ଆପଣଙ୍କ ପାଖରେ କ୍ୟା ରହିଛି । ଏକ ବର୍ଷ ପରେ, ଆପଣଙ୍କର ୨୭ତମ EMI ଦେବା ବ୍ୟତିତ, ୧ ଲକ୍ଷ ଟଙ୍କା ପ୍ରିପେମେଣ୍ଟ୍ କରିବା ସହ, ଆପଣଙ୍କର ଲୋନ କାର୍ଯ୍ୟକାଳ ପ୍ରାୟ ୨୦ EMI ହ୍ରାସ ପାଇବ | ଏବଂ ଆପଣଙ୍କର ମୋଟ ସୁଧ, ଯାହା ୭୫.୮୭ ଲକ୍ଷରୁ ୮୨.୭୦ ଲକ୍ଷକୁ ବୃଦ୍ଧି ପାଇଛି, ତାହା ପୁଣି ୭୫.୪୮ ଲକ୍ଷ ଟଙ୍କାକୁ ଖସିଯିବ । ଏହିପରି, ଆପଣ ୭.୨୧ ଲକ୍ଷ ଟଙ୍କା ସଞ୍ଚୟ କରିବେ । ଭବିଷ୍ୟତରେ, ଯଦି ସୁଧ ହାର ହ୍ରାସ ହୁଏ, ତେବେ ଅଧିକ ଅର୍ଥ ସଞ୍ଚୟ ହୋଇପାରିବ ।

 

ଋଣ ମୁକ୍ତି ପାଇଁ ପ୍ରିପେମେଣ୍ଟ ଏକ ଭଲ ଉପାୟ | ଯଦି ଆପଣ ଘର ଲୋନ ପରି ଏକ ବଡ଼ ଲୋନ ପରିଶୋଧ ଜାରି ରଖନ୍ତି, ତେବେ ଆପଣ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ | ଯଦି ମୋର୍ଚ୍ଚା ଆବଶ୍ୟକ ହୁଏ ତେବେ ଏହି ଉପାୟକୁ ବ୍ୟବହାର କରନ୍ତୁ, କିନ୍ତୁ ଅଧିକ ଇଣ୍ଟରେଷ୍ଟକୁ ଏଡାଇବା ପାଇଁ ମଝିରେ ମଝିରେ ପ୍ରିପେମେଣ୍ଟ ଜାରି ରଖନ୍ତୁ ।