spot_img
Home Blog Page 7074

ନ୍ୟୁୟର୍କରେ ଦେଖିବାକୁ ମିଳିଲା ଇଟାଲୀର ଦୃଶ୍ୟ, ଶବକୁ ଦିଆଯାଉଛି ସାମୁହିକ ସମାଧି

ଯୁକ୍ତରାଷ୍ଟ୍ର ଆମେରିକା: ବର୍ତ୍ତମାନ ଆମେରିକାରେ କରୋନାର ସବୁଠାରୁ ଭୟଙ୍କର ଦୃଶ୍ୟ ଦେଖିବାରୁ ମିଳୁଛି । ଆମେରିକାରେ କରୋନା ଭାଇରସରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କୁହାଯାଉଛି ଯେ ଆମେରିକାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି ଯେ ଶବକୁ ସମାଧି ପାଇଁ ଜାଗା ମିଳୁନାହିଁ। ସେଠାରେ ଲୋକଙ୍କୁ ସମାଧି ଦେବା ପାଇଁ ସେତିକି ଶ୍ମଶାନ ନାହିଁ ।

କୁହାଯାଉଛି ଯେ କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ସହର ହେଉଛି ନ୍ୟୁୟର୍କ ସିଟି । ସମ୍ପ୍ରତି କିଛି ଚିତ୍ର ଏବଂ ଭିଡିଓ ବାହାରିଛି, ଯାହା ଅତ୍ୟନ୍ତ ଭୟଙ୍କର ଏବଂ ବିପଜ୍ଜନକ ମନେ ହେଉଛି । ନ୍ୟୁୟର୍କରେ କରୋନା ଭାଇରସରେ ଏତେ ସଂଖ୍ୟକ ଲୋକ ମୃତ୍ୟୁବରଣ କରିଛନ୍ତି ଯେ ସମାଧି ଦେବା ପାଇଁ ନ୍ୟୁୟର୍କରେ ନୂତନ କବର ନିର୍ମାଣ କରାଯାଉଛି ।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ନ୍ୟୁୟର୍କର ହାର୍ଟ ଦ୍ୱୀପରେ ଏକ ଶ୍ମଶାନ ନିର୍ମାଣ କରାଯାଇଛି ଯେଉଁଠାରେ ଲୋକଙ୍କୁ ସମାଧି ଦିଆଯାଇଛି। ସୂଚନାନୁସାରେ, ସେଠାରେ ସେହି ଲୋକମାନଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା ଯେଉଁ ମାନଙ୍କର କେହି ପରିବାର ସଦସ୍ୟ ନଥିଲେ ବୋଲି ଜଣାପଡିଛି । କରୋନା ଭାଇରସ ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ହେତୁ ମୃତ ଦେହ ସଂଖ୍ୟା ବୃଦ୍ଧି ପାଇଛି। ଦ ଡେଲି ନ୍ୟୁଜ୍ କହିଛି ଯେ ପ୍ରଥମେ ସପ୍ତାହକୁ ଥରେ ଶବକୁ ସମାଧି ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ୫ ଦିନ ଶବକୁ ସମାଧି ଦିଆଯାଉଛି ।

ଡ୍ରୋନ୍ କ୍ୟାମେରାର ଫୁଟେଜରେ ଏହା ଦେଖିବାକୁ ମିଳିବ ଯେ ସମସ୍ତ ଶବକୁ ଏକାଠି ପୋତି ଦିଆଯାଉଛି। ଏହି ଚିତ୍ରଗୁଡ଼ିକ ଏତେ ବିଚଳିତ ଯେ କାହାକୁ ହତାଶ ମଧ୍ୟ କରିପାରେ  । କରୋନା ଭାଇରସ ମହାମାରୀ ଯୋଗୁଁ ସହରରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯେଉଁଥିପାଇଁ ଲୋକମାନେ ଭୟର ଛାୟାରେ ରହୁଛନ୍ତି ।

ସୂଚନାଯୋଗ୍ୟ ଯେ ଦ୍ୱୀପରେ ସମାଧି ପାଇଁ ମୃତ ଶରୀରକୁ ବ୍ୟାଗରେ ଗୁଡ଼ାଇ ଏକ କଫିନରେ ରଖାଯାଇଛି। ମୃତକଙ୍କ ନାମ ପ୍ରତ୍ୟେକ କଫିନ୍ ଉପରେ ବଡ ଅକ୍ଷରରେ ଲେଖାଯାଇଛି । ଯାହା ଦ୍ୱାରା ଯଦି ଆବଶ୍ୟକ ହୁଏ ତେବେ ପୁନର୍ବାର ମୃତକଙ୍କ ମୃତଦେହ ଖୋଜିବା ସହଜ ହୋଇପାରିବ । ମେସିନ୍ ଦ୍ୱାରା ଖୋଳା ଯାଇଥିବା ଏକ ଲମ୍ବା ସଂକୀର୍ଣ୍ଣ ଖାଲରେ ଶବଗୁଡିକ କାର୍ଟ ମାଧ୍ୟମରେ ପୋତି ଦିଆଯାଉଛି ।

 

ଭାରତରେ କରୋନା କହର: ପ୍ରତିଦିନ ନେଉଛି ୮ ଜୀବନ

ଭାରତରେ କରୋନା ଭାଇରସ ଦ୍ୱାରା ପ୍ରଥମ ମୃତ୍ୟୁ ୧୧ ମାର୍ଚ୍ଚରେ କର୍ଣ୍ଣାଟକରେ ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଏପ୍ରିଲ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ, କରୋନା ଭାଇରସ ସଂକ୍ରମଣର ୭,୫୦୦ ମାମଲା ପଞ୍ଜିକୃତ ହୋଇଛି ଏବଂ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆଧାରରେ, କରୋନା ଭାଇରସ ଯୋଗୁଁ ଭାରତରେ ପ୍ରତିଦିନ ହାରାହାରି ୮ ଜଣ ମୃତ୍ୟୁବରଣ କରୁଛନ୍ତି | ଏହି ବିପଜ୍ଜନକ କରୋନା ଭାଇରସ ଭାରତର ପ୍ରାୟ ସମସ୍ତ ରାଜ୍ୟକୁ ୮% ପର୍ଯ୍ୟନ୍ତ ମୃତ୍ୟୁ ହାରରେ ନିଜ କବଳରେ  ଧରିରଖିଛି।

ଇଣ୍ଡିଆ ଟୁଡେର ଡାଟା ଇଣ୍ଟେଲିଜେନ୍ସ ୟୁନିଟ୍ (DIU) ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟରେ ଉପଲବ୍ଧ ତଥ୍ୟକୁ ବିଶ୍ଳେଷଣ କରିଛି । ଅନୁରୂପ ଭାବେ, ପଞ୍ଜାବରେ କରୋନା ମାମଲାରେ ମୃତ୍ୟୁ ହାର ଜାତୀୟ ହାରଠାରୁ ପ୍ରାୟ ତିନି ଗୁଣ ଅଧିକ ଅଟେ ।

ଭାରତରେ ୧୧ ଏପ୍ରିଲ ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ, କୋଭିଡ -୧୯ କ୍ଷେତ୍ରରେ ହାରାହାରି ଜାତୀୟ ମୃତ୍ୟୁ ହାର ୩.୨୧ ପ୍ରତିଶତ ଅଟେ। ତେବେ ଅନେକ ରାଜ୍ୟରେ ଏହାର ମୃତ୍ୟୁ ହାର ଜାତୀୟ ହାରର ତିନି ଗୁଣ ଅଧିକ ରହିଛି। ପଞ୍ଜାବରେ ୮.୩୩ ପ୍ରତିଶତ ଏବଂ ମଧ୍ୟପ୍ରଦେଶରେ ୭.୫୯ ପ୍ରତିଶତ ରହିଛି। ଦିଲ୍ଲୀରେ କରୋନା ଭାଇରସ ଦ୍ୱାରା ମୃତ୍ୟୁ ହାର ୧.୪୪ ଅଟେ। ଏହି ରୋଗର ମୃତ୍ୟୁ ହାର, ଅର୍ଥାତ୍ କରୋନା ଭାଇରସର ମୃତ୍ୟୁ ହାର, ରୋଗର ଗମ୍ଭୀରତାକୁ ଦର୍ଶାଉଛି ।

ଲକଡାଉନ ହୋଇନଥିଲେ ଦେଶରେ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୨୦ ହଜାର ଲୋକ କରୋନା କବଳରେ ଥାଆନ୍ତେ

ନୂଆଦିଲ୍ଲୀ: କରୋନା ଭାଇରସ ଭାରତ ସମେତ ପୁରା ବିଶ୍ୱରକୁ ବଦଳାଇଦେଲା । ଭାଗତ ସମେତ ଅନ୍ୟ ଦେଶ ମାନେ ମଧ୍ୟ କରୋନା ଭାଇରସକୁ ଅଟକାଇବା ପାଇଁ ଦେଶରେ ଲକଡାଉନ ଜାରି କରିଛନ୍ତି । ବର୍ତ୍ତମାନ ଏହି ମହାମାରୀରୁ ବଞ୍ଚିବାର ଏକ ମାତ୍ର ଉପାୟ ହେଲା ଲକଡାଉନ । ତେବେ ଭାରତ ସମତ ଅନ୍ୟ ଦେଶ ଗୁଡ଼ିକରେ ମଧ୍ୟ କରୋନା ସଂକ୍ରମଣଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଭାରତରେ ଏଯାବତ ୭୫୨୮ରୁ ଅଧିକ ଲୋକ କରୋନା ଭାଇରସର କବଳରେ ଆସିସାରିଲେଣି । ଯେଉଁଥିରୁ ୨୪୨ ଜଣଙ୍କର ମୃତ୍ୟୁ ହୋଇତିବା ବେଳେ ୬୪୩ ଜଣ ସୁସ୍ଥ ହୋଇସାରିଲେଣି । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୪ ତାରିଖ ଦିନ ଦେଶବ୍ୟାପି ସକଡାଉନ ନ କରିଥାନ୍ତେ , ତେବେ ଏପର୍ଯ୍ୟନ୍ତ ପରିସ୍ଥିତି ବହୁତ ଖରାପ ହୋଇସାରନ୍ତାଣି ।

ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ ଯଦୁ ଦେଶବ୍ୟାପି ଲକଡାଉନ ଏବଂ କଣ୍ଟେନମେଣ୍ଟ ନକରାଯାଇଥାନ୍ତା ତେବେ କରୋନା ଭାଇରସରେ ରୋଗୀଙ୍କ ସଂଖ୍ୟା ୪୧ ପ୍ରତିଶତ ଅଧିକ ହୋଇଥାନ୍ତା । ଏବଂ ଏପ୍ରିଲ ୧୫ ସୁଦ୍ଧା ୮ ଲକ୍ଷ ୨୦ ହଜାର ଲୋକ ଏହାର କବଳରେ ଆସିସାରନ୍ତେଣି ।

ଯଦି କେବଳ କଣ୍ଟେନମେଣ୍ଟ କରାଯାଇଥାନ୍ତା ତେବେ ଏପ୍ରିଲ ୧୫ ସୁଦ୍ଧା ରୋଗୀଙ୍କ ସଂଖ୍ୟା ଏକ ଲକ୍ଷ ୨୦ ହଜାର ଛୁଇଁଥାନ୍ତା । ଶଲିବାର ଦିନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, ଦେଶରେ କାଲି କରୋନା ଭାଇରସ ଯୋଗୁଁ ୪୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୩୫ ନୂଆ ମାମଲା ସାମ୍ନାକୁ ଆସିଛି ।

 

ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁରେ ସ୍ଥିତି ଅଣାୟତ…ଦେଶରେ ୭ ହଜାର ୫ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଚୋଟରେ ବିଷାକ୍ତ ହୋଇଗଲାଣି ସମଗ୍ର ଭାରତ । ୧୦ ଦିନ ମଧ୍ୟରେ ଟପିଲା ୬ହଜାରରୁ ଅଧିକ ପଜିଟିଭ ସଂଖ୍ୟା । ମହାରାଷ୍ଟ୍ରରେ ଏବେ ୧୫୦୦, ଦିଲ୍ଲୀ ଓ ତାମିଲନାଡୁରେ ୧୦୦୦ ଟପିଲା କରୋନା ପଜିଟିଭ୍‌ଙ୍କ ସଂଖ୍ୟା । ଏବେ ସୁଦ୍ଧା ଦେଶରେ ଲକ୍ଷେ ୭୦ ହଜାରରୁ ଅଧିକ ସାମ୍ପଲ ଟେଷ୍ଟ ହୋଇସାରିଛି । ତେବେ ବର୍ତ୍ତମାନର ସ୍ଥିତି ଯାହା ଅନ୍ୟ ପ୍ରଗତିଶୀଳ ଦେଶଠୁ ବି ଭାରତରେ ବହୁ ଭଲ ସ୍ଥାନରେ ଅଛି । ତେବେ ପ୍ରତ୍ୟେକ ଦିନ ୧୬ ହଜାରରୁ ଅଧିକ ଟେଷ୍ଟ କରାଯାଉଛି । ଆଗକୁ ଆହୁରି ଅଧିକ ଟେଷ୍ଟ କରିବା ପାଇଁ ସରକାର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଗୁରୁତ୍ବ ଦେଉଛନ୍ତି । ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି ।

ତେବେ ଗୋଆ, ପୁଡୁଚେରୀ, ମଣିପୁର, ମିଜୋରାମ, ତ୍ରିପୁରା, ଅରୁଣାଚଳ ପ୍ରଦେଶରେ ସବୁଠୁ କମ୍‌ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଅପରପକ୍ଷରେ ମହାରାଷ୍ଟ୍ର ଓ ପଶ୍ଚିମୃବଂଗ ବି ଏପ୍ରିଲ ୩୦ ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରିଛି । ସେପଟେ କର୍ଣ୍ଣାଟକରେ ୧୦ ମାସର ଶିଶୁ କରୋନା ମୁକ୍ତ ହୋଇଛି । ସମଗ୍ର ବିଶ୍ୱରେ ୧୭ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇ ଚିକିତ୍ସତ ହେଉଛନ୍ତି । ଆମେରିକା ଓ ଇଟାଲୀରେ ୧୯୦୦୦ ପାର ହେଲାଣି ମୃତ୍ୟୁ ସଂଖ୍ୟା । କେବଳ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଟପିଲାଣି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକାର ନ୍ୟୁୟର୍କ ।

ବ୍ୟବସାୟରେ ସମସ୍ୟା ଦେଖାଦେବ…ଅର୍ଥ ଲାଭର ଯୋଗ ରହିଛି

ଆଜିର ପଞ୍ଚାଙ୍ଗ

ଏପ୍ରିଲ୍‌ ୧୨ ତାରିଖ, ୨୦୨୦ ମସିହା, ରବିବାର, ମୀନ ୩୦ ଦିନ

୧୯୪୧ ଶକାଦ୍ଦ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌

ବୈଶାଖ ମାସ, କୃଷ୍ଣପକ୍ଷ ପଞ୍ଚମୀ, ଜ୍ୟୋଷ୍ଠା  ନକ୍ଷତ୍ର

ବିଛା ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ରହିବେ ଦକ୍ଷିଣ ଦିଗରେ,ତେଣୁ ଦକ୍ଷିଣ ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର – ସିଂହ,କନ୍ୟା,ମକର ରାଶି ମହିଳାମାନଙ୍କର ଘାତଚନ୍ଦ୍ର

ଘାତବାର- ନାହିଁ

ଶୁଭ ସମୟ- ଦିନ୬ଟା ୨୨ ମିନିଟ୍‌ ଠାରୁ ଦିନ ୯ଟା ୪୨ ମିନିଟ୍‌

ଅଶୁଭ ସମୟ-ଦିନ ୧୦ଟା ୧୪ ମିନିଟ୍‌ ଠାରୁ ମଧ୍ୟାହ୍ନ ୧ଟା ୨୧ ମିନିଟ୍‌

ମେଷ ରାଶି

ଅଶ୍ବିନୀ ନକ୍ଷତ୍ର- ଦେହ କଷ୍ଟ ଲାଗି ରହିବ, ରାଜଦଣ୍ଡର ଯୋଗ ରହିଛି

ଦ୍ବିଜା ନକ୍ଷତ୍ର- ଖର୍ଚ୍ଚ ଅଧିକ ବଢିବ, ରୋଗରୁ ମୁକ୍ତି ମିଳିବ

କୃତ୍ତିକା ନକ୍ଷତ୍ର- ଅତିଥିଙ୍କ କଥାରେ ହିଁ ପରିଚାଳିତ ହେବେ

ପୂର୍ବକୁ ମୁହଁ କରି ତୁଳସୀ ଗଛରେ ପାଣି ଦେବେ

ବୃଷ ରାଶି

ରୋହିଣୀ ନକ୍ଷତ୍ର- ବ୍ୟବସାୟରେ ସମସ୍ୟା ଦେଖାଦେବ

କୃତ୍ତିକା ନକ୍ଷତ୍ର- ପ୍ରେମ ସଂପର୍କରେ ଆହୁରି ଉନ୍ନତି ହେବ

ମୃଗଶିରା- ସଫଳତାର ସହ ସବୁ କାମ ଆଗେଇବ

ବେଲଗଛକୁ ପ୍ରଣାମ କରି ସେଥିରେ କିଛି ଜଳ ଅର୍ପଣ କରନ୍ତୁ

ମିଥୁନ ରାଶି

ମଗଶିରା ନକ୍ଷତ୍ର-ଶତୃ ଆଜି ମିତ୍ର ହୋଇଯିବେ

ଆର୍ଦ୍ରା ନକ୍ଷତ୍ର- କାହାକୁ ବାକି ମାଗନ୍ତୁ ନାହିଁ, ଲଜ୍ଜିତ ହୋଇପାରନ୍ତି

ପୁନର୍ବସୁ ନକ୍ଷତ୍ର- ଚାକିରୀ ସମସ୍ୟାରେ କିଛିଟା ସମାଧାନ ହୋଇପାରେ

ବଟବୃକ୍ଷ ମୂଳରେ ବସି ମହାଲକ୍ଷ୍ମୀଙ୍କ ନାମ ଜପ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- ବହୁଶିଘ୍ର କାମସବୁ ଆଗେଇଚାଲିବ,ବିବାହ ଯୋଜନାକୁ ନେଇ ବ୍ୟସ୍ତ ରହିବେ

ପୁଷ୍ୟ। ନକ୍ଷତ୍ର- କିଛି ଦୁଃସମ୍ବାଦ ପାଇପାରନ୍ତି

ଅଶ୍ଳେଷା- ଚାକିରୀରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି

ଭଗବାନଙ୍କର ପ୍ରସାଦ କିଛି ଖାଆନ୍ତୁ

ସିଂହ ରାଶି

ମୃଘା ନକ୍ଷତ୍ର-ଘର ନିର୍ମାଣରେ ବାଧା ଆସିବ, ବାହାରକୁ ଯିବେ ନାହିଁ ବିପଦ ରହିଛି

ପୂର୍ବାଫାଲଗୁନି- ଅର୍ଥ ଲାଭର ଯୋଗ ରହିଛି

ଉତ୍ତରାଫାଲଗୁନି- ମାଙ୍ଗଳିକ କାର୍ଯ୍ୟ ପାଇଁ ଯୋଜନା କରିବେ

ପୂର୍ବକୁ ମୁହଁ କରି ସୂର୍ଯ୍ୟ ଦେବଙ୍କୁ ୭ ଥର ଜଳ ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି- ବନ୍ଧୁଙ୍କର ସହଯୋଗ ପାଇବେ

ହସ୍ତା ନକ୍ଷତ୍ର- ସମସ୍ତଙ୍କ ଠାରୁ ନିରାଶ ହେବେ, ଅର୍ଥ ମିଳିବ ନାହିଁ

ଚିତ୍ରା ନକ୍ଷତ୍ର- ଦିନସାରା ପୂଜା ପାଠରେ ବ୍ୟସ୍ତ ରହିବେ

ଶ୍ରୀଗଣେଶଙ୍କୁ ଧ୍ୟାନ କରି ଘରୁ ବାହାରିବେ

ତୁଳା ରାଶି

ଚିତ୍ରା ନକ୍ଷତ୍ର-ମାଙ୍ଗଳିକ କାମ ପାଇଁ କିଛି ଯୋଜନା କରିପାରନ୍ତି

ସ୍ବାତୀ ନକ୍ଷତ୍ର- ପରିବାରରେ କଳହ ଦେଖାଦେବ

ବିଶାଖା ନକ୍ଷତ୍ର- କୈାଣସି ସୂତ୍ରରୁ ଋଣ ପାଇପାରନ୍ତି

ପୂର୍ବକୁ ମୁହଁ କରି ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ଶୁଭ କାମରେ ଆଗେଇ ଚାଲିବେ

ଅନୁରାଧା ନକ୍ଷତ୍ର- ବାଦବିବାଦ ଭିତରେ ଦିନଟି କଟିବ

ଜ୍ୟୋଷ୍ଠା ନକ୍ଷତ୍ର- ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ

ହନୁମାନଙ୍କୁ  ତୁଳସୀ ପତ୍ର ସମର୍ପଣ କରନ୍ତୁ ସବୁ କାମ ସହଜରେ ହୋଇଯିବ

ଧନୁ ରାଶି

ମୂଳା ନକ୍ଷତ୍ର- ବାହାରକୁ ଯିବାରେ ଅର୍ଥ ପ୍ରତିବନ୍ଧକ ହୋଇପାରେ

ପୂର୍ବାଷାଢା- ଚାକିରୀ ପାଇଁ ଶୁଭ ଖବର ପାଇବେ

ଉତ୍ତରାଷାଢା- ଅନ୍ୟଠାରୁ କିଛି ଋଣ ପାଇପାରନ୍ତି

କିଛି ଗୁଡପଣା ଦେବୀଙ୍କ ଉଦ୍ଦେଶ୍ୟରେ ସନ୍ଧ୍ୟା ସମୟରେ ଅର୍ପଣ କରନ୍ତୁ

ମକର ରାଶି

ଉତ୍ତରାଷାଢା-କାହାଠାରୁ କିଛି ଶୁଭ ଖବର ପାଇପାରନ୍ତି

ଶ୍ରବଣା-କାର୍ଯ୍ୟରେ ବାଧା ଆସିବ

ଧନିଷ୍ଠା ନକ୍ଷତ୍ର- ଅର୍ଥ ପାଇଁ କୈାଣସି ସମସ୍ୟା ରହିବ ନାହିଁ

ଓଁ ଶଂ ଶନିଶ୍ଚରାୟ ନମଃ ମନ୍ତ୍ରକୁ ଜପ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ପ୍ରମୋଶନ ର ସୂଚନା ପାଇବେ, ସମ୍ମାନ ବଢିବ

ଶତଭିଷା ନକ୍ଷତ୍ର- ସବୁ କାମ ଅଧାରେ ଅଟକିଯିବ

ପୂର୍ବଭାଦ୍ର- ଆର୍ଥିକ ସହାୟତା ପାଇବେ

ମୃହାଦେବଙ୍କୁ ପୂଜା କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର- ସପରିବାରଙ୍କ ପାଇଁ ଆନନ୍ଦର ଦିନଟି

ଉତ୍ତରଭାଦ୍ର- ମନରେ କଷ୍ଟ ରହିବ, ଅର୍ଥ ମିଳିବ ନାହିଁ

ରେବତୀ-ପିତାଙ୍କର ସ୍ବାସ୍ଥ୍ୟରେ ଉନ୍ନତି ହେବ

ପୂଜା ଘରେ ମହାଦେବଙ୍କ ନିକଟରେ ଘିଅ ଦୀପ ଜାଳନ୍ତୁ

 

ଜ୍ୟୋତିର୍ବିଦ ବିପିନ୍‌ କୁମାର ରାଉତରାୟ

ଯୋଗାଯୋଗ-9897481973

 

ରାଜ୍ୟରେ ଆଜି ଆଉ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି

ଭୁବନେଶ୍ୱର: ଶନିବାର ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ବୃଦ୍ଧି ପାଇ ୫୪ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି ।

ତେବେ, ଆଜି ଚିହ୍ନଟ ହୋଇଥିବା ୪ କରୋନା ପଜିଟିଭଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିନାହିଁ । ସେମାନେ କୁଆଡ଼େ ଯାଇଥିଲେ, କାହା ସଂସ୍ପର୍ଶରେ ଆସିଛନ୍ତି ତାହା ମଧ୍ୟ ଜଣାପଡ଼ିନାହିଁ । ପୂର୍ବରୁ ୧୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ସଂକ୍ରମିତଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଯୁବାଙ୍କ ସଂଖ୍ୟା ଅଧିକ

ରାଜ୍ୟରେ ଲକ୍ଷଣ ନଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଲକ୍ଷଣ ନଥିବା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ବ୍ୟାପକ ନମୁନା ଟେଷ୍ଟିଂ ଆବଶ୍ୟକତା ରହିଛି । ଏ ଦିଗରେ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।

https://youtu.be/wsr5ty-BKGY

ଏକ ମାସ ପରେ ଡ୍ୟୁଟିରୁ ଫେରିଥିବା ଝିଅଙ୍କୁ ଚାଦରରେ ଗୁଡ଼ାଇ ଆଲିଙ୍ଗନ କଲେ ମା’

ଓ୍ବାଶିଂଟନ: ସାରା ପୃଥିବୀରେ କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। ମନର ଆବେଗ ଉପରେ କରୋନା ଏବେ ଲଗାମ ଲଗାଇଛି। ଏହାର ସଦ୍ୟତମ ଉଦାହରଣ ଆମେରିକାର ଓ୍ବାଶିଂଟନରେ ଦେଖିବାକୁ ମିଳିଛି।

ଏକ ମାସ ଧରି ଡ୍ୟୁଟିରେ ଥିବା ଜଣେ ନର୍ସ ଗୁରୁବାର ଘରକୁ ଫେରିଥିଲେ। ତାଙ୍କ ମା’ ଖୁସିରେ ଝିଅଙ୍କୁ ଆଲିଙ୍ଗନ କରିବାକୁ ଦୌଡ଼ି ଆସିଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ମା’ ଝିଅଙ୍କ ଊପରେ ଏକ ଚାଦର ଗୁଡ଼ାଇ ପରେ ତାଙ୍କୁ କୁଣ୍ଢାଇ ଧରି କାନ୍ଦି ପକାଇଥିଲେ। ୨୮ ବର୍ଷ ବୟସ୍କା କେଲ୍ସି ଫେର ଆମେରିକା ଓହିଓ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି।

ତେବେ କିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ନେବା ପାଇଁ ସେ ଘରକୁ ଆସିଥିଲେ। ଏତେଦିନ ପରେ ଝିଅଙ୍କୁ ଦେଖି ମା’ ଚେରିଲ୍‌ ନୋର୍ଟନ ଆନନ୍ଦରେ ଅଧିର ହୋଇ ପଡ଼ିଥିଲେ। କିନ୍ତୁ ସୁରକ୍ଷା ସଚେତନତାକୁ ସେ ଭୁଲି ନ ଥିଲେ। ତେଣୁ କେଲ୍ସିଙ୍କ ଉପରେ ଏକ ଚାଦର ଗୁଡ଼ାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ଏବେ ମା-ଝିଅଙ୍କୁ ଆଲିଙ୍ଗନ କରୁଥିବାର ଫଟୋ ସୋସିଆଲ୍‌ ମିଡ଼ିଆର ଭାଇରାଲ ହେବାରେ ଲାଗିଛି ।

ଲକ୍‌ଡାଉନ ଉଠିବା ପରେ ରେକର୍ଡ ସଂଖ୍ୟକ ରେଜିଷ୍ଟ୍ରେଶନ ଯୋଗୁଁ କ୍ରାସ୍‌ ହେଲା ମାଟ୍ରିମୋନିଆଲ୍‌ ସାଇଟ୍‌

ବେଜିଂ: କରୋନା ଭାଇରସ ଯୋଗୁ ବେଶି ପ୍ରଭାବିତ ହୋଇଥିବା ଚାଇନାର ଉହାନ ସହରରେ ଦୀର୍ଘ ଅଢେଇ ମାସର ଲକ୍‌ଡାଉନ ଖୋଲିବା ପରେ ଏବେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେବାରେ ଲାଗିଛି। ଏବେ ସେଠାକାର ରାସ୍ତାରେ ଜନ ଗହଳି ଦେଖାଯାଇଛି। ହେଲେ ଲକ୍‌ଡାଉନ ଖୋଲିବା ପରେ ଲୋକଙ୍କ ମଧ୍ୟରେ ବିବାହକୁ ନେଇ ଯେମିତି ପ୍ରତିଯୋଗୀତା ଚାଲିଥିବା ଦେଖାଯାଇଛି।

ମିଳିଥିବା ସୂଚନା ମୁତାବକ ପୂର୍ବାପେକ୍ଷା ୩ଶହ ପ୍ରତିଶତ ଅଧିକ ଲୋକ ବିବାହ କରିବାକୁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ କରିଥିବା କୁହାଯାଇଛି। ଫଳରେ ମାଟ୍ରିମୋନିଆଲ ୱେବସାଇଟ୍‌ କିଛି ସମୟ ପାଇଁ କ୍ରାସ୍‌ ହୋଇଯାଇଥିଲା । ଚାଇନା ପୋଷ୍ଟର ସୂଚନା ଅନୁଯାୟୀ, ଚାଇନାରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ପେମେଣ୍ଟ ପ୍ଲାଟଫର୍ମ ଅଲିପେ (Alipay) କହିଛି ଲକ୍‌ଡାଉନ ଖୋଲିବା ପରେ ବିବାହ ରେଜିଷ୍ଟ୍ରେଶନରେ ୩ଶହ ପ୍ରତିଶତ ବୃଦ୍ଧି ଘଟିଥିଲା। ଫଳରେ କେତେଗୁଡିଏ ୱେବସାଇଟ୍‌ କାମ କରିବା ବନ୍ଦ କରିଦେଇଥିଲା।

ସୂଚନାଯୋଗ୍ୟ, କରୋନା ଭାଇରସ କାରଣରୁ ଫେବୃୟାରୀ ଓ ମାର୍ଚ୍ଚରେ ବିବାହ ରେଜିଷ୍ଟ୍ରେଶନ ବନ୍ଦ କରି ଦିଆଯାଇଥିଲା। ହେଲେ ଏହା ଖୋଲିବା ପରେ ଲୋକଙ୍କ ରେଜିଷ୍ଟ୍ରେଶନ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ହୋଇଥିବା ଦେଖାଯାଇଛି। ଏବେ ଅନେକ ଯୋଡା ପ୍ରି ୱେଡିଂ ଫଟୋ ଶୁଟରେ ମଧ୍ୟ ବ୍ୟସ୍ତ ରହୁଥିବା କୁହାଯାଉଛି। ହେଲେ ଏମାନେ ଭିନ୍ନ ଭିନ୍ନ ଲୋକେଶନରେ ସତର୍କତା ଅବଲମ୍ବନ କରି ଫଟୋ ଶୁଟ୍‌ କରୁଥିବା ସୂଚନା ରହିଛି।

ଲକଡାଉନରେ ମଦ ନମିଳିବାରୁ ପିଇଲେ ସାନିଟାଇଜର, ଆଉ ତା ପରେ…

ତାମିଲନାଡୁ: ଦେଶରେ କରୋନା ଭାଇରସର ସଂକ୍ରମଣ ବଢ଼ୁଥିବାରୁ ସରକାର ଏବଂ ବିଶେଷଜ୍ଞ ମାନେ ଲୋକ ମାନଙ୍କୁ ସଫା ସୁତୁରା ରହିବା ସହିତ ସାନିଟାଇଜର ବ୍ୟବହାର କରିବା ପାଇଁ ଅପିଲ କରିଛନ୍ତି । ତେବେ ଏହି ସାନିଟାଇଜର କାରଣରୁ କୋଏମ୍ବଟୁରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

କୋଏମ୍ବଟୁରରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ସାଇନାଇଜକୁ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଏକ ଏଜେନ୍ସିରେ ଗ୍ୟାସ ଡେଲିଭରୀ ବୟ ରୂପରେ କାମ କରୁଥିଲେ ।

ସୂଚନା ଅନୁଯାୟୀ, ସାନିଟାଇଜର ପିଇବା ପରେ ମୃତ୍ୟୁବରଣ କରିଥିବା ବର୍ନାର୍ଡ ନାମକ ଏହି ବ୍ୟକ୍ତିଙ୍କର ମଦ ପିଇବା ଭଳି ଖରାପ ଅଭ୍ୟାସ ଥିଲା । ଲକଡାଉନ ପରେ ମଦ ନମିଳିବାରୁ ସେ ବହୁତ ରାଗି ଯାଇଥିଲେ ଏବଂ ଏହି ସମୟରେ ହାତକୁ ସଫା ରଖିବା ପାଇଁ ଏଜେନ୍ସି ତାଙ୍କୁ ଦେଇଥିବା ସାନିଟାଇଜରକୁ ପିଇ ଦେଇଥିଲେ । ଏହାପରେ ଯୁବକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ।

ବାର୍ନାର୍ଡଙ୍କ ସ୍ତ୍ରୀ ତାଙ୍କୁ ଡାକ୍ତରଖାନା ନେଇକି ଗଲେ କିନ୍ତୁ ତା ପୂର୍ବରୁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାର୍ନାର୍ଡଙ୍କ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

ଏପରି ଏକ ଘଟଣା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଥିଲା । କେରଳର ଏକ ଜେଲରେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ କରାଯାଉଥିବା ସାନିଟାଇଜରକୁ ଜଣେ କଏଦୀ ମଦ ଭାବି ପିଇ ଦେଇଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

କରୋନା କାଳରେ ନିରବ,ନିର୍ଜନ ଶ୍ରୀନଗର ଟ୍ୟୁଲିପ୍ ଗାର୍ଡେନ୍,ଆତଙ୍କବାଦୀ ଯାହା କରି ପାରିନଥିଲେ କରୋନା ତାହା କରିଲା

 

କାଶ୍ମୀର ,ଯାହାକୁ ଦେଖି ଦିନେ ମୋଗଲ ବାଦଶାହ ଜାହାଙ୍ଗିର କହିଥିଲେ –ଦୁନିଆରେ ଯଦି କେଉଁଠି ସ୍ୱର୍ଗ ଅଛି,ତେବେ ଏଇଠି ଅଛି..ଏଇଠି ଅଛି । କାଶ୍ମୀର, ଯେଉଁଠିକୁ ଆସିବା ପରେ ବିମୋହିତ ହୁଅନ୍ତି ପର୍ଯ୍ୟଟକ । ସ୍ତବ୍ଧ ଓ ଚମୃତ୍କୃତ କରୁଥିବା କାଶ୍ମୀରର ଅପରୂପ ସୈ।ନ୍ଦର୍ଯ୍ୟରୁ  ଆଖି ଫେରାଇ ପାରନ୍ତିନି ପର୍ଯ୍ୟଟକ । ବାସ୍ତବରେ ଏହାର ସୌନ୍ଦର୍ଯ୍ୟରେ ଅନାମନା ହୁଅନ୍ତି ପର୍ଯ୍ୟଟକ ।ସେଇ କାଶ୍ମୀରରେ ରହିଛି ଏସିଆ ମୃହାଦେଶର ସବୁଠୁ ବଡ଼ ତୁଲିପ ଗାର୍ଡେନ ।  ଯାହା ୩୦ ହେକ୍ଟର ପର୍ଯ୍ୟନ୍ତ ପରିବ୍ୟାପ୍ତ । ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ବଗିଚା ଭିତରେ ଅନ୍ୟତମୃ ହେଉଛି କାଶ୍ମୀରର ତୁଲିପ ଗାର୍ଡେନ ।  ଏଣୁ ଫୁଲ ଫୁଟିବାର ସମୟ ଆରମ୍ଭ ହେଲେ ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଛୁଟି ଆସନ୍ତି ପର୍ଯ୍ୟଟକ ।  ଗତବର୍ଷ ତ ଅଢେଇ ଲକ୍ଷ ପର୍ଯ୍ୟଟକ ଏହି ଟ୍ୟୁଲିପ ବଗିଚାରେ ନିଜକୁ ହଜାଇ ଦେଇଥିଲେ ।   ଶ୍ରୀନଗରର ଏହି ଟ୍ୟୁଲିପ ଗାର୍ଡେନ ବୁଲିବା ପାଇଁ ଏପ୍ରିଲ ମାସ  ବର୍ଷର ସର୍ବୋତ୍କୃଷ୍ଟ ସମୃୟ । ବର୍ଷର ଏହି ସିଜନରେ ତିନିରୁ ଚାରି ସପ୍ତାହ ଧରି ତୁଲିପ ଗାର୍ଡେନରେ ଫୁଲ ଫୁଟିଥାଏ । କିଆରି ପରେ କିଆରି ଧାଡ଼ି ଧାଡ଼ି ହୋଇ ଛିଡା ହୋଇଥିବା ରଙ୍ଗବେରଙ୍ଗର ଟ୍ୟୁଲିପ୍ ପର୍ଯ୍ୟଟକଙ୍କୁ ବିମୋହିତ କରେ । କାଶ୍ମୀରର ଥଣ୍ଡାପବନର ସ୍ପର୍ଶରେ ଝୁଲୁଥିବା ଫୁଲସବୁ ଯେମିତି ପର୍ଯ୍ୟଟକଙ୍କ ସହ କଥା ହେବାକୁ ଅପେକ୍ଷା କରିଥାନ୍ତି ।

ନିରବ,ନିର୍ଜନ…

କିନ୍ତୁ 2007ରେ ଆରମ୍ଭ ହୋଇଥିବା ଏ ବଗିଚା ପ୍ରଥମ ଥର ପାଇଁ  ନିର୍ଧୁମ ନିରବତା ଭିତରେ ଏକାକୀ । ନାହାନ୍ତି ସୌନ୍ଦର୍ଯ୍ୟର ଉପାସନା କରିବା ପାଇଁ ପର୍ଯ୍ୟଟକ ।  ଦୀର୍ଘ 13 ବର୍ଷ ଭିତରେ ଇଏ ହେଉଛି ଶ୍ମସାନର ନିରବତା, ଶୂନ୍ୟତା  । 55 ପ୍ରଜାତିର ତେରଲକ୍ଷ ଫୁଲ ଆଜି ଏକାକୀ,ପର୍ଯ୍ୟଟକଙ୍କ ଅପେକ୍ଷାରେ ।ବିତିଯିବ ମାସ , ମଉଳିଯିବ ଫୁଲ  ।

ଦିନେ ଏମିତି ଲାଗୁଥିଲା ମେଳା,ପର୍ଯ୍ୟଟକଙ୍କ ଭିଡ..

ଆଜି ଯେତେବେଳେ କରୋନା ବିପତ୍ତି ସହ ଯୁଝୁଥିବା ମଣିଷ ଘରୁ ପାଦକାଢିବା ମୃନା , ସୁଦୂର କାଶ୍ମୀର ଯିବା କଥା ଭାବୁଛି କିଏ । ରିପୋର୍ଟ କହୁଛି କାଶ୍ମୀରରେ 168 କରୋନା ପଜିଟିଭ ଆସିଲାଣି, ଏଭଳି ଏକ ସ୍ଥିତିରେ ମାଳିଟିଏ ବି ଘରୁ ଗୋଡ଼ କାଢି  ଫୁଲ ପର୍ଯ୍ୟନ୍ତ ଯିବାକୁ ଡ଼ରୁଛି  । ବନ୍ଦ ହେଇଯାଇଛି ଗାଡ଼ିଚଳାଚଳ, ଠପ୍‌ ହୋଇଯାଇଛି  ସ୍ବାଭାବିକ ଜୀବନ ଯାତ୍ରା । କରୋନା କାଳରେ ଏବେ ଟ୍ୟୁଲିପ ଗାର୍ଡେନ ନିରବ,ନିର୍ଜନ । ଅପେକ୍ଷା ଆତଙ୍କର ଅନ୍ତକୁ ।

(ସ୍ମୁତିଲଗ୍ନା ନନ୍ଦ)