spot_img
Home Blog Page 7076

କୂଅରୁ ୯ ପ୍ରବାସୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ତେଲେଙ୍ଗାନାର ୱାରଙ୍ଗାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ କୂଅରୁ ୯ ଜଣ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ସମସ୍ତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତ୍ୟୁବରଣ କରିଥିବା ସମସ୍ତ ଶ୍ରମିକ ପଞ୍ଚିମ ବଙ୍ଗ ଓ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ସେଥିରେ ଶିଶୁ ଏବଂ ମହିଳାଙ୍କ ମୃତଦେହ ମଧ୍ୟ ସମିଲ ରହିଛି ।

ପୋଲିସର କହିବାନୁଯାୟୀ, ୱାରଙ୍ଗାଲର ଏକ ଗାଁରେ ଏଭଳି ଘଟଣା ଘଟିଛି । ଖବର ପାଇ ପୋଲିସ ପ୍ରଥମେ ଜିସୁଗୋଣ୍ଡା ଡିଭିଜନର ଗୋର୍ଟେକୁଣ୍ଟା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ପହଞ୍ଚିଥିଲା । ପରେ ଉକ୍ତ କୂଅରୁ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଶ୍ରମିକ ଏକ ଶୀତଳ ଭଣ୍ଡାରରେ କାମ କରୁଥିଲେ ।

ଘରକୁ ଯିବାକୁ ଚାହୁଁଥିଲେ କିନ୍ତୁ …

ମୃତ ଶ୍ରମିକମାନେ ଲକ୍‌ଡାଉନ୍‌ ଯୋଗୁଁ ନିଜ ଘରକୁ ଫେରିବାକୁ ଚାହୁଁଥିଲେ । କାରଣ ଲକ୍‌ଡାଉନ୍‌ ପରେ ସେମାନେ ନିଜର ଜୀବିକା ହରାଇଥିଲେ ଓ ନିଜର ଘରକୁ ଫେରିବାକୁ ଚାହୁଥିଲେ । ପରେ ସେମାନେ ନିଖୋଜ ହୋଇଯାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ମଧ୍ୟ ରହିଛନ୍ତି ।

ମୋଦିଙ୍କ ଉପରେ ରାଗିଲେ ଦିଦି: କ୍ଷତି ୧ ଲକ୍ଷ କୋଟି, ମିଳିଲା ମାତ୍ର ହଜାରେ କୋଟି

ନୂଆଦିଲ୍ଲୀ: କେନ୍ଦ୍ର କରଛି ପକ୍ଷପାତିତା, କ୍ଷତି ଅନୁସାରେ ମିଳୁନି ସହାୟତା । ବାତ୍ୟା ‘ଅମ୍ଫାନ୍’ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଜି ଆକାଶ ମାର୍ଗରୁ ଏସବୁର ସର୍ବେକ୍ଷଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ୧ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆର୍ଥିକ ପ୍ୟାକେଜକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାତ୍ସଲ୍ୟ କରିଛନ୍ତି । ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ମାତ୍ରା ଏକ ହଜାର କୋଟି ଟଙ୍କା ଦିଆଯାଉଥିବା ମମତା କହିଛନ୍ତି ।

ପିଏମ୍ ମୋଦି ପଶ୍ଚିମବଙ୍ଗ ପାଇଁ ଏକ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । କିନ୍ତୁ, ପ୍ୟାକେଜ୍ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି । ଏପରିକି ଏହି ଟଙ୍କା କେବେ ମିଳିବ ଏବଂ ଏହା ଅଗ୍ରୀମ ଅର୍ଥ ତାହା ମଧ୍ୟ ଜଣାନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାତ୍ୟା ‘ଅମ୍ଫାନ୍’ ଯୋଗୁଁ ରାଜ୍ୟରେ ଏକ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ଏମିତିକି କେନ୍ଦ୍ର ଉପରେ ୫୬ ହଜାର କୋଟି ଟଙ୍କା ରାଜ୍ୟର ବକେୟା ଥିବା କହିଛନ୍ତି ମମତା ।

କଣ କହିଥିଲେ ମୋଦି ?

ଆକାଶ ମାର୍ଗରୁ ସର୍ବେକ୍ଷଣ ପରେ ପିଏମ୍ ନରେନ୍ଦ୍ର ମୋଦି କହିଥିଲେ, ‘ବାତ୍ୟା ‘ଅମ୍ଫାନରୁ ମୁକୁଳିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଶିକରି ପ୍ରୟାସ କରିଛନ୍ତି । ତଥାପି ୮୦ ଲୋକଙ୍କ ପ୍ରାଣହାନୀ ହୋଇଛି । ଏଥିପାଇଁ ଆମେ ଦୁଃଖିତ, ମୃତକଙ୍କ ପରିବାର ସଦସ୍ୟ ପ୍ରତି ଆମର ସମବେଦନା ରହିଛି ।’

ଲୋକଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଶି କାମ କରୁଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର କଠିନ ସ୍ଥିତିର ସାମନା କରୁଛନ୍ତି । ଏଥିପାଇଁ ୧୦୦୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ଏଥିସହ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି କହିଥିଲେ ।

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

ଘରୁ ବାହାରି ନାହାନ୍ତି… କାହା ଯୋଗାଯୋଗରେ ଆସି ନାହାନ୍ତି, କିନ୍ତୁ କରୋନା ସଂକ୍ରମିତ !

ଇନ୍ଦୋର: ମଧ୍ୟପ୍ରଦେଶରେ କରୋନାର ହଟସ୍ପଟ ହୋଇଥିବା ଇନ୍ଦୋର ସହରରେ ବର୍ତ୍ତମାନ ଏମିତି ରୋଗୀ ସାମ୍ନାକୁ ଆସୁଛନ୍ତି ଯେଉଁମାନେ ଆଦୌ ଘରୁ ବାହାରି ନାହାନ୍ତି । ସେମାନେ କାହା ସଂସ୍ପର୍ଶରେ ଆସି ନାହାନ୍ତି ଏବଂ କୁଆଡ଼େ ଯାଇନଥିବା ସୂଚନା ଦେଇଛନ୍ତି । ଏମିତି ରୋଗୀ ମାନଙ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏବେ ଚିନ୍ତାରେ । ଏଭଳି ରୋଗୀ ମାନେ କେଉଁ କାରଣରୁ କରୋନା କବଳରେ ଆସିଲେ, ଏହା ସ୍ୱାସ୍ଥ୍ୟ ବିଭାଗ ପାଇଁ ଏବେ ଚନ୍ତାର କାରଣ ପାଲଟିଛି ଯେ ଯେଉଁ ମାନେ ଘରୁ ବାହାରି ନାହାନ୍ତି ସେମାନେ କିଭଳି କରୋନା ସଂକ୍ରମିତ ହେଉଛନ୍ତି । ଇନ୍ଦୋରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ଚିନ୍ତିତ ଅଛନ୍ତି ।

ଲକଡାଉନ ସତ୍ତ୍ୱେ ଏତେ ସଂଖ୍ୟକ ରୋଗୀ କାହିଁକି ସଂକ୍ରମିତ ହେଉଛନ୍ତି ତାହା ଇନ୍ଦୋରର ସ୍ୱାସ୍ଥ୍ୟ ଅଧିକାରୀମାନେ ବର୍ତ୍ତମାନ ଅନୁସନ୍ଧାନ କରୁଛନ୍ତି । ୫୦ ପ୍ରତିଶତ କ୍ଷେତ୍ରରେ, ରୋଗୀର କଣ୍ଟାକ୍ଟ ଟ୍ରେସିଂ କିମ୍ବା ଟ୍ରାଭେଲ ହିଷ୍ଟ୍ରି ଜଣା ନାହିଁ | ସହରର ସର୍ବାଧିକ ସଂକ୍ରମିତ ରୋଗୀଙ୍କୁ ଖଜରାଣା ଅଞ୍ଚଳରେ ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ୧୭୮ ରୋଗୀ ଏଠାରୁ ଆସିଛନ୍ତି । ଯେତେବେଳେ ଏହି ରୋଗୀମାନଙ୍କୁ ପଚରାଉଚରା କରାଯାଇଥିଲା, ଦେଖାଗଲା ଯେ କିଛି ରୋଗୀ ସାଧାରଣ ରୋଗର ଚିକିତ୍ସା ପାଇଁ ଡାକ୍ତରଖାନା ଯାଇ ସଂକ୍ରମଣର ଶିକାର ହୋଇଥିଲେ। ଏଥି ସହିତ, କିଛି ଲୋକ ନିଶ୍ଚିତ ଭାବରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।

 

‘କରୋନାକୁ ହାଲୁକା ଭାବେ ନିଅନ୍ତୁ ନାହିଁ, ଏହା କାହାକୁ ବି ହୋଇପାରେ’

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଏଭଳି ପରିସ୍ଥିତିରେ ପୋଲିସ, ଗଣମାଧ୍ୟମ ସ୍ଥାନୀୟ ନେତା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି । ଅନେକ ଗଣମାଧ୍ୟମ ପ୍ରତିନିଧି ନେତା ପୋଲିସ ଅଧିକାରୀ ଆଇସୋଲେସନ୍‌ରେ ରହି ସାରିଛନ୍ତି । ତେବେ ଆଜି ସେହିଭଳି ଜଣେ ଜାତୀୟ ସ୍ତରର ବରିଷ୍ଠ ନେତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଖବର ଆସଛି । ସେ ହେଉଛନ୍ତି କଂଗ୍ରେସ୍‌ର ବରିଷ୍ଠ ନେତା ସଞ୍ଜୟ ଝା । ସେ ନିଜ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏବେ ସେ ନିଜକୁ ହୋମ୍‌ ଆଇସୋଲେସନ୍‌ରେ ରଖିଛନ୍ତି । ତାଙ୍କର କୌଣସି ଲକ୍ଷଣ ନଥିବାରୁ ସେ ନିଜକୁ ୧୦-୧୨ ଦିନ ପର୍ଯ୍ୟନ୍ତ ହୋମ୍‌ ଆଇସୋଲେସନ୍‌ରେ ରଖିଛନ୍ତି ।

ସଞ୍ଜୟ ଝା ନିଜ ଟ୍ୱିଟ୍‌ରରେ ଲେଖିଛନ୍ତି ଯେ, କରୋନା ଭୂତାଣୁକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଏହା କାହାକୁ ବି ଆକ୍ରାନ୍ତ କରିପାରେ । ତେଣୁ ସମସ୍ତେ ନିଜ ନିଜର ଯତ୍ନ ନିଅନ୍ତୁ ।

ସଞ୍ଜୟଙ୍କ ଟ୍ୱିଟ୍‌ ପରେ ଲୋକମାନେ ଏହାକୁ ବାରମ୍ବାର ରି-ଟ୍ୱିଟ୍‌ କରିଛନ୍ତି । ସଞ୍ଜୟଙ୍କ ପାଇଁ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଲେଖିଛନ୍ତି ଯେ, ‘ଆପଣ ନିଜର ଯତ୍ନ ନିଅନ୍ତୁ, ଖୁବ୍‌ ଶୀଘ୍ର ଆପଣ ସୁସ୍ଥ ହେବେ ବୋଲି ମୋର ଆଶା’ । ସେହିଭଳି ଆଉ ଜଣେ ବିଜେପି ନେତା ତେଜିନ୍ଦର ପାଲ ବାଗା ମଧ୍ୟ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆକାଶ ମାର୍ଗରୁ ବୁଲି ଦେଖିବେ ବାତ୍ୟାଞ୍ଚଳ

ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ’ ଯୋଗୁଁ ଉପକୂଳ ଓଡ଼ିଶାରେ କେତେ କ୍ଷୟକ୍ଷତି ହୋଇଛି । ପଶ୍ଚିମବଙ୍ଗରେ କ୍ଷୟକ୍ଷତି ଆକଳନ ପରେ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ବିମାନବନ୍ଦରରେ ପିଏମ୍ ମୋଦିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ଡିଜିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସ୍ୱାଗତ କରିଥିଲେ ।

ଏହାପରେ ପ୍ରଧାନମନ୍ତ୍ରୀ ଉପକୂଳ ଓଡ଼ିଶାର କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନରେ ବାହାରିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପିଏମ୍ ମୋଦି ବାତ୍ୟା ପ୍ରଭାବିତ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ । ଫେରିବା ପରେ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରିବେ ବୋଲି ଜଣାପଡ଼ିଛି ।

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

ସାମାଜିକ ଦୂରତା ରଖି ଟ୍ରାକ୍‌କୁ ଫେରିଲେ ତାରକା ଆଥଲେଟ୍ସ

ଭୁବନେଶ୍ୱର: କରୋନା ଭୟରୁ ବାହାରି କଳିଙ୍ଗକୁ ଫେରିଲେ ଖେଳାଳି । ଆରମ୍ଭ ହେଲା ଅନ୍ତର୍ଜାତୀୟ ଆଥଲେଟ୍‌ଙ୍କ ଅଭ୍ୟାସ ଧାରା । ଦୀର୍ଘ ଦୁଇମାସ ପରେ ବିନା ପ୍ରଶଂସକ  ଓ ସାମାଜିକ ଦୂରତା ଅବଲମ୍ବନ କରି ଟ୍ରାକ୍‌କୁ ଫେରିଛନ୍ତି ତାରକା ଆଥଲେଟ୍ସମାନେ । ଦୀର୍ଘ ଦିନ ପରେ ଜୋର୍‌ଦାର୍‌ ଅଭ୍ୟାସ ଆରମ୍ଭ କରି ପୁଣିଥିରେ ହରାଇଥିବା ଲୟକୁ ଫେରି ପାଇବାକୁ ଆଶାବାଦୀ ଥିବା କହିଛନ୍ତି ଖେଳାଳିମାନେ ।

 

ଦୌଡ଼ରାଣୀ ତଥା ଦେଶର ଦ୍ରୁତତମ ଧାବିକା ଦୂତିଚାନ୍ଦ ଓ ଦେଶର ଦ୍ରୁତତମ ଧାବକ ଅମୀୟ ମଲିକଙ୍କ ଭଳି ତାରକା ଆଥଲେଟ୍ ବଡ଼ ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡ଼ିୟମକୁ ଫେରି ନିଜର‌ ଖୁସି ଜାହିର୍‌ କରିଛନ୍ତି ।

କରୋନା ମହାମାରୀ ସମଗ୍ର କ୍ରୀଡ଼ା ଜଗତକୁ ସ୍ଥାଣୁ କରିଦେଇଥିବା ବେଳେ ଏବେ କଟକଣାରେ ସାମାନ୍ୟ କୋହଳ କରାଯାଇଛି । ଯାହାକି ଖେଳାଳିଙ୍କ ପାଇଁ ଆଶା ସଞ୍ଚାର କରିଛି । ଫିଟ୍‌ନେସ୍‌ ଓ ଲୟ ବଜାଇ ରଖିବା ପାଇଁ ନିୟମିତ ଅଭ୍ୟାସ ଜରୁରୀ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଏହା ବନ୍ଦ ରହିବା ଅତ୍ୟନ୍ତ ଯ଼ନ୍ତ୍ରଣଦାୟକ ଥିଲା । ହେଲେ ଏବେ ପୁଣିଥିରେ ଖେଳାଳିଙ୍କୁ ଅଭ୍ୟାସ କରିବାକୁ ସୁଯ଼ୋଗ ମିଳିଛି । ଅମୀୟ କହିଛନ୍ତି  ଖେଳାଳିଙ୍କ ମନୋବଳ ଭାଙ୍ଗିନାହିଁ । କରୋନା ଖେଳାଳିଙ୍କୁ ଅଟକାଇ ପାରିନି ।

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥାହେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ‘ଅମ୍ଫାନ’ ପ୍ରଭାବରେ ଉପକୂଳ ଓଡ଼ିଶା ସହ ପଶ୍ଚିମବଙ୍ଗ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ରାଜ୍ୟର ଏଭଳି ଦୁଃସମୟରେ ସାହାସ ଦେଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଫୋନ୍ ଯୋଗେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ଘୂର୍ଣ୍ଣିଝଡ଼ ‘ଅମ୍ଫାନ’ ଯୋଗୁଁ ହୋଇଥିବା କ୍ଷୟକ୍ଷତି ପରିପ୍ରେକ୍ଷୀରେ ଲୋକମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି ।

ସଙ୍କଟ କାଳରେ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ଲାଗି ଦେଶ ଏକାଠି ହୋଇଛି । ପ୍ରଭାବିତ ଅଞ୍ଚଳ ବିପତ୍ତିରୁ ଖୁବଶୀଘ୍ର ଦୃଢତାର ସହିତ ମୁକୁଳିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଶାପ୍ରକଟ କରିଛନ୍ତି ।

ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦପୀ ଢଙ୍କର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି । ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଓ ବର୍ତ୍ତମାନର ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

‘ଅମ୍ଫାନ’ ସହାୟତା ପାଇଁ କେଜ୍ରିୱାଲଙ୍କ ଅଫର୍, ନବୀନଙ୍କୁ ଧନ୍ୟବାଦ ଦେଲେ ମମତା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଉପକୂଳ ଓଡ଼ିଶା ସହ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଛି । କରୋନା ସଂକଟ ଭିତରେ ବାତ୍ୟା ଧନଜୀବନ ହାନି କରିଛି । ଦୁଃସମୟରେ ସହାୟତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ର ଅରବିନ୍ଦ କେଜ୍ରିୱାଲ । ସେ ଟ୍ୱିଟ୍ କରି କହିଛନ୍ତି ଓଡ଼ିଶା ଚାହିଁଲେ, ଦିଲ୍ଲୀବାସୀଙ୍କ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯିବ ।

ଓଡ଼ିଶା ଭଳି କେଜ୍ରିୱାଲ ପଶ୍ଚିମବଙ୍ଗକୁ ଟ୍ୱିଟରରେ ସମାନ ଅଫର କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଛନ୍ତି ସାହାଯ୍ୟ ପାଇଁ ଦିଲ୍ଲୀ ପ୍ରସ୍ତୁତ ।

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ବିପଦ ସମୟରେ ସାହାଯ୍ୟ ପାଇଁ ଆଗଭର ଥିବାରୁ କୃତଜ୍ଞତା ଜଣାଉଛି । ରାଜ୍ୟରେ ପୁନରୁଦ୍ଧାର କାର୍ଯ୍ୟକୁ ଜାରି ରଖିଛୁ ବୋଲି ଲେଖିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗକୁ ଆବଶ୍ୟକ ସମସ୍ତ ସାହାଯ୍ୟ ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

ଅମ୍ଫାନରେ ଉଜୁଡ଼ି ଯାଇଥିବା ପାନ ବରଜକୁ ସାଉଣ୍ଟିବାରେ ଲାଗିଛି ଚାଷୀ… ଖୋଜୁଛି ପାନ ବରଜରେ ହଜିଲା ସ୍ୱପ୍ନକୁ…

ଭୁବନେଶ୍ୱର: ଚାଲିଯାଇଛି ଅମ୍ଫାନ, ଆକାଶରୁ ଅପସରୀ ଯାଇଛି କଳାବାଦଲ । ହେଲେ ଚାଷୀର ବିଲରେ, ଛାତିରେ କ୍ଷତ ଦେଇଯାଇଛି ଏହି ସାମୁଦ୍ରିକ ଝଡ଼ । ଦୁଇ ଦିନ ପୂର୍ବରୁ ଖିଲିଖିଲି ହସୁଥିବା ସୁନାର ଫସଲ ଏବେ ମାଟିରେ ମୁହଁମାଡ଼ି ପଡ଼ିଛି । ଏଦୃଶ୍ୟ ଦେଖି ଚାଷୀର ବୁକୁରୁ ବାହିଆସୁଛି କୋହ ଫଟା ଲୁହ । ପାରାଦୀପର ଢିଙ୍କିଆରେ ଏକର ଏକର ଜମିର ପାନବରଜ ମାଟିରେ ମିଶିଯାଇଥିବା ବେଳେ ଉଜୁଡା କ୍ଷେତରେ ମୁଣ୍ଡରେ ହାତଦେଇ ବସିଛି ଚାଷୀ ।

ଥମିଲା ପବନ । କମିଲା ବର୍ଷା । ଆକାଶରୁ ହଟିଲା କଳାବାଦଲ । ଉପକୂଳ ଅତିକ୍ରମ କରି ଅନେକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି କରିଛି ମହାବାତ୍ୟା ଅମ୍ଫାନ । ଲ୍ୟାଣ୍ଡଫଲ ପୂର୍ବରୁ ପାରାଦୀପରେ ଆରମ୍ଭ ହେଲା ତାଣ୍ଡବଲୀଳା । ତେବେ ଏହି ପବନରେ କେତେ କ୍ଷତି ସହିଲା ସହର ? କେତେ ପ୍ରଭାବିତ ହେଲେ ପାନଚାଷୀ ? ଏ ସବୁ ପ୍ରଶ୍ନର ଉତ୍ତର ଏବେ ଆପଣଙ୍କ ମନ ଖୋଜୁଥିବ । ଆପଣଙ୍କ ମନ ଖୋଜୁଥିବା ପ୍ରଶ୍ନର ଉତ୍ତର ଦେବେ ବଳରାମ ଦାସ । ଗାଁ ତ୍ରିଲୋଚନପୁର । ଢିଙ୍କିଆ ପଞ୍ଚାୟତ.. ପାରାଦୀପ.. । ବୟସ ୮୦ ଡେଇଁଲାଣି । ୬୦ ବର୍ଷର ପାନଚାଷୀ ବୋଲି ମୋହର ଲାଗିଛି । ଜୀବନରେ ୧୪ଟି ବାତ୍ୟାକୁ ସାମ୍ନା କରିଛନ୍ତି ବଳରାମ । ୧୯୯୯ ମହାବାତ୍ୟା ଦେଇଥିବା କ୍ଷତ ଆଜି ବି ଭରିନି । ତା ଭିତରେ ଅନେକ ବାତ୍ୟା ଆସି ତାଣ୍ଡବ ରଚିଛି । କିନ୍ତୁ ବଳରାମଙ୍କ କିଛି କ୍ଷତି ହୋଇନଥିଲା । ହେଲେ ଅମ୍ଫାନ ପୁଣି ତାଜା କରିଦେଇଛି ୧୯୯୯ ମସିହାର ଦାରୁଣ ଦୁଃଖକୁ । କାରଣ ଋଣ କରି କ୍ଷେତରେ ସୁନାଫଳ ଫଳେଇଥିବା ପାନ ବରଜ ପବନ ମାଡ଼ରେ ମାଡ଼ି ମୋଡ଼ି ହୋଇ ମାଟିରେ ମିଶିଯାଇଛି ।

କେବଳ ବଳରାମ ଦାସ ନୁହଁନ୍ତି । ଢିଙ୍କିଆ ପଞ୍ଚାୟତର ଏମିତି ଅନେକ ପାନବରଜ ମାଟିରେ ଲୋଟିପଡ଼ିଛି । ନୂଆଗାଁ, ଗଡ଼କୁଜଙ୍ଗ, ଏରସମାର ଓଲରା, ପଦ୍ମପୁର, ମାହାଳର ଶହଶହ ପାନବରଜ ପବନ ମାଡ଼ରେ ଘାଇଲା ହୋଇ ପଡ଼ିଯାଇଛି । ଦୁଇଦିନ ପୂର୍ବରୁ କଳଁଳ ଛନଛନ ପାନପତର ଦେଖି ଖୁସିରେ ଆତ୍ମହରା ହୋଇପଡ଼ିଥିବା ଚାଷୀ ଏବେ ଉଜୁଡ଼ା କ୍ଷେତକୁ ସଜାଡ଼ିବାକୁ ଉଦ୍ୟମ କରୁଛି । କିନ୍ତୁ ଏଥିପାଇଁ ଆବଶ୍ୟକ ହଜାର ହଜାର ଟଙ୍କା । ଗୋଟିଏପଟେ ବ୍ୟାଙ୍କ ଋଣର ବୋଝ ଅନ୍ୟପଟେ ଉଜୁଡ଼ା ପାନକୁ ନେଇ କେଉଁଠି ବିକିବ । ଅନ୍ୟପଟେ ଜିଲ୍ଲା ପ୍ରଶାସନ କହିଛି କ୍ଷୟକ୍ଷତି ଆକଳନ ପରେ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁସାରେ ଦିଆଯିବ ସହାୟତା ।

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଏସଟିଏଫ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସ ପାଖକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥଙ୍କୁ ହତ୍ୟା କରିବା ପାଇଁ ହ୍ୱାଟସଆପରେ ଧମକ ଆସିଛି ।  ଉତ୍ତର ପ୍ରଦେଶର ୧୧୨ ହେଲ୍ପଡେସ୍କର ହ୍ୱାଟସଆପ୍ ନମ୍ବରକୁ ଆସିଥିବା ମେସେଜରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି । ମେସେଜରେ ଯୋଗୀଙ୍କୁ ବୋମା ବିସ୍ଫୋରଣରେ ଉଡାଇ ଦିଆଯିବ ବୋଲି କୁହାଯାଇଛି । ପୋଲିସ ପକ୍ଷରୁ ଏନେଇ ଗୋମତିନଗର ଥାନାରେ ଏଫଆଇଆର ଦାଏର ହେବା ପରେ ଏସଟିଏଫ ତରଫରୁ ତଦନ୍ତ ଆରମ୍ଭ ହୋଇଛି ।

କେଉଁ ନମ୍ବରରୁ ଆସିଥିଲା ଧମକ ?

୮୮୨୮୪୫୩୩୫୦ ମୋବାଇଲ ନମ୍ବରରୁ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଥିଲା । ଏଫାଆଇଆରରେ ମୋବାଇଲ ନମ୍ବର ଉଲ୍ଲେଖ କରାଯାଇଛି ।  ୨୧ ମେ’ ରାତି ୧୨.୩୨ ମିନିଟରେ ଏହି ମେସେଜ୍ ଆସିଥିଲା । ମେସେଜରେ ଲେଖାଥିଲା ଯେ, ‘‘ସିଏମ୍ ଯୋଗୀଙ୍କୁ ବୋମା ଦ୍ୱାରା ମାରିବି,ସେ ମୁସଲମାନଙ୍କ ଶତ୍ରୁ’’ । ପ୍ରାରମ୍ଭିକ ଯାଞ୍ଚ ପରେ ଗୋମତିନଗର ଥାନାରେ ଏତଲା ଦିଆଯାଇଥିଲା ।

ମୋବାଇଲ ନମ୍ବରକୁ ଖୋଜୁଛି ପୋଲିସ

ସିଏମ୍ ଯୋଗୀଙ୍କୁ ହତ୍ୟା ଧମକ ମିଳିବା ପରେ ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା । ଯେଉଁ ନମ୍ବରରୁ ଏହି ଧମକ ଆସିଥିଲା ସେହି ନମ୍ବର କାହା ନାମରେ ଅଛି ତାହା ଜାଣିବାକୁ ଏବେ ଖୋଳତାଡ ଆରମ୍ଭ ହୋଇଛି ।