spot_img
Home Blog Page 7079

ହୋମ୍ କ୍ୱାରେଣ୍ଟାଇନରେ ନରହିବାରୁ ଲାଠି ଧରି ଗୋଡ଼ାଇଲେ ଡାକ୍ତର

ରାଜସ୍ଥାନ: ବାହାରୁ ଆସିଥିବା ଜଣେ ଯୁବକଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଥିବା ସତ୍ତ୍ୱେ ହେଁ ଏହାକୁ ନ ମାନିବାରୁ ଜଣେ ଡାକ୍ତର ତାଙ୍କୁ ଲାଠି ଧରି ଗୋଡାଇବା ଘଟଣା ରାଜସ୍ଥାନ ମକରାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ଅଞ୍ଚଳର ୩୮ ବର୍ଷର ଜଣେ ଯୁବକ ବାହାରୁ ଘରକୁ ଆସିବା ପରେ ତାଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଗୁରୁବାର ଡାକ୍ତର ଆବିଦ ହୁସେନଙ୍କ ଏକ ଟିମ୍ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସେଠାରେ ପହଞ୍ଚିଥିଲେ। ସେତେବେଳେ ଯୁବକ ଜଣକ ଘରୁ ବାହାରକୁ ବାହାରି ଆସିଥିଲେ।

ଡାକ୍ତର ଆବିଦ ତାଙ୍କ ନିକଟକୁ ଯାଇ ଘରେ ରହିବାକୁ ପରାମର୍ଶ ଦେଇଥିଲେ।  ବୁଝାଇବା ସତ୍ତ୍ୱେ ଯୁବକ ଜଣକ ଘରକୁ ଯାଇ ନ ଥିଲେ।  ସେହି ସମୟରେ ଆଖପାଖର ଲୋକେ ମଧ୍ୟ ସେଠାରେ ଜମା ହୋଇଯାଇଥିଲେ।  ଫଳରେ ଡାକ୍ତର ବେକରୁ ଷ୍ଟେଥୋସ୍କୋପ କାଢି ନିଜ କାରରେ ରଖିଥିବା ଏକ ଲାଠି ବାହାର କରିଥିଲେ ଏବଂ ଯୁବକଙ୍କୁ ଘରକୁ ଯିବାକୁ କହି ତାଙ୍କ ପଛରେ ଗୋଡାଇଥିଲେ। ପରେ ଯୁବକ ଜଣକ ଭୟରେ ତାଙ୍କ ଘରେ ପଶି ଭିତରକୁ କବାଟ ବନ୍ଦ କରିଦେଇଥିଲେ।

ଏ ସମ୍ପର୍କରେ ଡାକ୍ତର ହୁସେନ କହିଛନ୍ତି, ଅବହେଳା ଯୋଗୁ କରୋନା ସଂକ୍ରମଣର ଆଶଙ୍କା ଅଧିକ  ରହିଛି । ଡାକ୍ତରମାନେ ବହୁ ପରିଶ୍ରମ କରି ସମସ୍ତଙ୍କୁ ସୁସ୍ଥ ରଖିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଲୋକେ ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ। ଏହା ଦ୍ୱାରା ଲୋକଙ୍କୁ କରୋନା ସଂକ୍ରମଣରୁ ରୋକାଯାଇପାରିବ।

୫୦ ଛୁଇଁଲା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା, ୧୨ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ଶୁକ୍ରବାର ୨୯୮ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୨ଟି ପଜିଟିଭ୍ ଆସିଛି । ୨୯୬ଟି ରିପୋର୍ଟ ନେଗେଟିଭ୍ ଆସିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ପୂର୍ବରୁ ରାଜ୍ୟରେ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଶୁକ୍ରବାର ଆଉ ୧୦ ଜଣ ସୁସ୍ଥ ହୋଇଥିଲେ । ଏଥିସହ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫କୁ ଖସି ଆସିଥିଲା । ପୁଣି ୨ ଜଣ ପଜିଟିଭ୍ ଚିହ୍ନଟ ପରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି ।

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

ତେବେ, ପଜିଟିଭ୍ ଚିହ୍ନଟ ହୋଇଥିବା ୨ ଜଣଙ୍କ ସମ୍ବନ୍ଧରେ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ପ୍ରକାଶ କରିନାହିଁ । ୨ ଆକ୍ରାନ୍ତ କାହା ସଂସ୍ପର୍ଶରେ ଆସିଛନ୍ତି, ବିଦେଶରୁ ଫେରିଥିଲେ କି ତାହା ମଧ୍ୟ ଜଣାପଡ଼ିନାହିଁ ।

କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ୧କୋଟି ଟଙ୍କା ସହ ପରିବାରରେ ଜଣଙ୍କୁ ଚାକିରି

ପୁଣେ: ପୁଣେ ମ୍ୟୁନିସିପାଲ କର୍ପୋରେଶନର କୌଣସି କର୍ମଚାରୀଙ୍କ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହେଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହ ଜଣକୁ ଚାକିରି ମିଳିବ । ଶୁକ୍ରବାର ପୁଣେର ମେୟର ମୁରଲିଧର ମୋହର ଏହା ଘୋଷଣା କରିଛନ୍ତି।

ମେୟରଙ୍କ ସୂଚନା ଅନୁଯାୟୀ ପୁଣେରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ୧,୩୬୪ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୨୫ ଜଣ ସୁସ୍ଥ ହୋଇ ସାରିଲେଣି ଓ ୯୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି ।

ଏଥି ସହିତ କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ମୃତ୍ୟୁ ବରଣ କଲେ ସ୍ୱାସ୍ଥ୍ୟ ସେବା ବୃତ୍ତିଗତଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରାଯିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ସୂଚନା ଦେଇଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ସହରର ଡାକ୍ତରଙ୍କ ସମସ୍ୟାକୁ ସମାଧାନ କରୁଥିବାବେଳେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । କାର୍ଯ୍ୟରତ ଡାକ୍ତର ଏବଂ ନର୍ସ ମାନେ ସୀମାରେ ଯୁଦ୍ଧ କରୁଥିବା ସୈନିକ ମାନଙ୍କଠାରୁ କୌଣସି ମତେ କମ୍ ନୁହଁନ୍ତି ବୋଲି ସେ କହିଛନ୍ତି ।

ଅସ୍ତ୍ରବିରତି ଉଲ୍ଲଂଘନର ଜବାବ, ପିଓକେରେ ଥିବା ଆତଙ୍କୀ ଆଡ୍ଡା ଧ୍ୱଂସ କଲା ଭାରତ

ନୂଆଦିଲ୍ଲୀ: ସୀମାରେ ପାକିସ୍ତାନ ଅସ୍ତ୍ରବିରତିର କଡ଼ା ଜବାବ ଦେଇଛି ଭାରତୀୟ ସେନା । ଭାରତ ପିଓକେରେ ଥିବା ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରିବା ସହ ଧ୍ୱଂସ କରି ଦେଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

https://www.facebook.com/nandighoshatv/videos/540397553546013

ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ଲଗାତାର ପ୍ରୟାସ କରି ଆସୁଛି । ଏପରିକି ଜମ୍ମୁ କଶ୍ମୀରର କୁପୱାରା କେରନ ସେକ୍ଟରରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଗତ ସପ୍ତାହରେ ଅନୁପ୍ରବେଶ ବେଳେ ୫ ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିହତ କରିଥିଲା ଓ ପ୍ରାୟ ୯ ଜଣ ଯବାନ ସହିଦ୍ ହୋଇଥିଲା ।

ଜମ୍ମୁ – କାଶ୍ମୀରରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଏହାର ଜବାବ ଦେବାକୁ ଯାଇ ଭାରତ ପାକ୍ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡକୁ ଟାର୍ଗେଟ୍ କରିଥିଲା । ଏଥିରେ ଆତଙ୍କାବାଦୀଙ୍କ ବହୁତ କ୍ଷତି ହୋଇଥିବା ସେନା ପକ୍ଷରୁ କୁହାଯାଇଛି । ପିଓକେରେ ଏହି ଅପରେସନ୍ ଏପ୍ରିଲ୍ ୩ ଓ ୪ ତାରିଖ ରାତିରେ କରାଯାଇଥିଲା । ଏବଂ ସେନା ଅପରେସନର ଭିଡିଓ ଜାରି କରିଛି ।

 

କରୋନାକୁ ନେଇ ଜ୍ୟୋତିଷଙ୍କ ବଡ଼ ବୟାନ: ମେ’ ମାସରେ ମିଳିବ କରୋନାଠୁ ମୁକ୍ତି କିନ୍ତୁ ସେପ୍ଟେମ୍ବର ଯାଏଁ ରହିବ ପ୍ରଭାବ

ଉଜୈନ: କରୋନାଠୁ କେବେ ମୁକ୍ତି ମିଳିବ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଗୋଟେପଟେ ବୈଜ୍ଞାନିକ ଏବଂ ଡାକ୍ତର ମାନେ କରୋନାର ଚିକିତ୍ସା ପାଇଁ ଔଷଧ ତିଆରି କରିବାରେ ଲାଗିଛନ୍ତି ତ ଅନ୍ୟପଟେ ଦେଶ ବିଦେଶର ସରକାର ନିଜ ନାହରିକ ମାନଙ୍କୁ ଏହି ମହାମାରିରୁ ବଞ୍ଚାଇବାକୁ ପ୍ରଁପ୍ରଣେ ଚେଷ୍ଟା ଚଲାଇଛନ୍ତି । ତେବେ ଅତି ମଧ୍ୟରେ ଜ୍ୟୋତିଷ ମାନେ ନିଜର ମତ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ବର୍ତ୍ତମାନ ରାହୁର ବର୍ଷ ଚାଲିଛି । ୧୪ ଏପ୍ରିଲରୁ କରୋନାର ପ୍ରଭାବ କମ୍ ହେବାକୁ ଲାଗିବ । ମେ’ ସୁଦ୍ଧା ଏହା ଉପରେ ନିୟନ୍ତ୍ରଣ କରାଯାଇପାରିବ କିନ୍ତୁ ଏହାର ପ୍ରଭାବ ସେପ୍ଟେମ୍ବର ଯାଏଁ ରହିବ ବୋଲି ଜ୍ୟୋତିଷ ମାନେ ମତ ଦେଇଛନ୍ତି ।

ତେବେ ଆସନ୍ତୁ ଜାଣିବା କରୋନାକୁ ନେି କଣ ରହିଛି ତାଙ୍କର ମତ-

୧୦୦ ବର୍ଷରେ ପ୍ରଥମ ଥର ଏପରି ପରିସ୍ଥିତି ଦେଖାଦେଇଛି ।

ଜ୍ୟୋତିଷ କହିଛନ୍ତି ଯେ ୨୫-୨୭ ଡିସେମ୍ବର ୨୦୧୯ ସୁଦ୍ଧା ଏହି ଷଡଯନ୍ତ୍ରର ରଚନା କରାଯାଇଥିଲା। ଏହି ସମୟ ଠାରୁ କରୋନା ନିଜ କାୟା ମେଲାଇବା ଆରମ୍ଭ କଲା । ୨୩ ମାର୍ଚ୍ଚରୁ ମକର ରାଶିରେ ମଙ୍ଗଳର ପ୍ରବେଶ ହେଲା, ଯେଉଁଠି ଶନି ଏବଂ ଗୁରୁ ପୂର୍ବରୁ ଥିଲେ । ଏହି କାରଣରୁ ମହାମାରି ବିସ୍ତାର ହେଲା । ଏପ୍ରିଲର ଦ୍ୱିତୀୟ ସପ୍ତାହରେ ଏହାର ଭୟଙ୍କର ରୂପ ଦେଖିବାକୁ ମିଳିବ ଏବଂ ମେ’ ମାସରେ କରୋନାଠୁ ସ୍ୱଳ୍ପ ଆଶ୍ୱସ୍ତି ମିଳିବ । ୧୦୦ ବର୍ଷ ମଧ୍ୟରେ କେବେ ବି ଗ୍ରହଙ୍କର ଏପରି ଯୋଗ ରହିନାହିଁ ଯାହା ଫଳରେ ଏଭଳି ମହାମାରି ବ୍ୟାପିବ ।

ଭାରତରେ ଅନ୍ୟ ଦେଳ ତୁଳନାରେ କମ କ୍ଷତି ହୋଇଛି-

ହରିଦ୍ୱାରର ଡାକ୍ତର ହରିଦାଶ ଶାସ୍ତ୍ରୀଙ୍କ ସୂଚନା ମୁତାବକ ଅନ୍ୟ ଦେଶ ତୁଳନାରେ  ଭାରତରେ କରୋନା ଯୋଗୁଁ ବେଶୀ କିଛି କ୍ଷତି ଘଟିବ ନାହିଁ ।  ଏଥର ଦେବୀ ଡଙ୍ଗାରେ ବସିକି ଆସିଛନ୍ତି । ସେଥିପାଇଁ ଶୁଭବେଳାର ପ୍ରାରମ୍ଭ ହୋଇଯାଇଛି । ଚଳିତ ବର୍ଷ ରାଜା ବୁଧ ଏବଂ ମନ୍ତ୍ରୀ ଚନ୍ଦ୍ର ଅଛନ୍ତି । ଏହି ବର୍ଷ କର୍କଟ ଲଗ୍ନର ଭାଗ୍ୟର ସ୍ୱାମୀ ଚନ୍ଦ୍ର ଅଟେ ତେଣୁ ରୋଗ ଭୟ କମ ରହିବ ।

ମେ ୬ ପରେ ଗ୍ରହର ପରିବର୍ତ୍ତନ ପରେ ହି କରୋନାଠୁ ମୁକ୍ରି ମିଳିବ-

କାଶୀ ର ପ୍ରଫେସର ରାମଚନ୍ଦ୍ର ପାଣ୍ଡେ କହିଛନ୍ତି ଯେ, କରୋନାଠୁ ମୁକ୍ତି ୧୩ ଏପ୍ରିଲ ମେଷ ସଂକ୍ରାନ୍ତିରେ ହୋଇଯିବ । ୧୪ ଏପ୍ରିଲ ରିୁ ଲୋକମାନେ ଆଶ୍ୱସ୍ତି ଅନୁଭବ କରିବେ । ୬ ମେ ରୁ କରୋନା ର ପ୍ରଭାବ କମ ରହିବ କିନ୍ତୁ ଏହାର ପ୍ରଭାବ ସେପ୍ଟେମ୍ବର ମାସ ଯାଏଁ ରହିବ ।

 

 

ବଡ଼ ଖବର, ଆରୋଗ୍ୟ ଲାଭ କଲେ ରାଜ୍ୟର ୧୦ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର: ମହାମାରୀ କରୋନା ବ୍ୟାପି ଚାଲିଥିବା ବେଳେ ଭଲ ଖବର ମିଳିଛି । ଆଉ ୧୦ ଜଣ କରୋନା ସଂକ୍ରମିତ ଆଜି ସୁସ୍ଥ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ଏହି ସୂଚନା ଦେଇଛି ।

ଆଜି ଆରୋଗ୍ୟ ଲାଭ କରିଥିବା ୧୦ ଜଣଙ୍କ ମଧ୍ୟରେ ରାଜଧାନୀର ୫ ଜଣ, ଭଦ୍ରକର ୨ ଜଣ ଓ କଟକ, ଯାଜପୁର, ପୁରୀର ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି । ପୂର୍ବରୁ ରାଜ୍ୟର ପ୍ରଥମ ଓ ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ପୂର୍ବରୁ ଚିକିତ୍ସାଧିନ ଅବସ୍ଥାରେ ଏମ୍ସରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏବେ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତ ସଂଖ୍ୟା ହେଉଛି ୩୫ । କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ଅନ୍ୟମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଧନ୍ୟବାଦ ଦେଇଛି ।

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

ରାଜଧାନୀରେ ମୋଟ ୩୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭ ଜଣ ସୁସ୍ଥ ହୋଇଛନ୍ତି । ଭଦ୍ରକର ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କଟକ, ପୁରୀ, ଯାଜପୁରର ଆକ୍ରାନ୍ତ ସମସ୍ତ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

https://youtu.be/45P-LZpmJLE

ଯେତେବେଳେ ଷ୍ଟେଥୋସ୍କୋପ୍ ଛାଡି ଠେଙ୍ଗା ଧରି କରୋନା ସନ୍ଦିଗ୍ଧଙ୍କୁ ଗୋଡାଇଲେ ଡାକ୍ତର

ମକରାନା(ରାଜସ୍ଥାନ): ହାତରେ ଠେଙ୍ଗା ଧରି ଦୌଡୁଥିବା ଏହି ଡାକ୍ତର ହେଉଛନ୍ତି ରାଜସ୍ତାନର ମକରାନାର । କରୋନା ସଂକ୍ରମଣରୁ ଲୋକଙ୍କୁ ବଂଚାଇବା ପାଇଁ ଏହି ଡାକ୍ତର ଜଣକ  ଷ୍ଟେଥୋସ୍କୋପ୍ ଛାଡି ଠେଙ୍ଗା ଧରିଛନ୍ତି ।

କଣ ପାଇଁ ଡାକ୍ତର ଉଠାଇଲେ ଠେଙ୍ଗା ?

ରାଜସ୍ତାନର ମକରାନାର ଲୁହାରପୁରା ଗାଁରେ ବାହାରୁ ଆସିଥିବା ୩୮ ଜଣ ଯୁବକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ସେମାନଙ୍କ ଯାଂଚ ପାଇଁ ଡାକ୍ତରୀ ଟିମ୍ ଉକ୍ତ ଅଂଚଳରେ ପହଂଚିଥିଲେ । ଫଟୋରେ ଦେଖାଯାଉଥିବା ଡାକ୍ତରଙ୍କ ନାମ ହେଉଛି ଡ.ଆବିଦ୍ । ଆବିଦ ଘଟଣାସ୍ଥଳରେ ପହଂଚିବା ପରେ କ୍ୱାରେଣ୍ଟାଇନରେ ଥିବା ଯୁବକଙ୍କ ମଧ୍ୟରୁ ଜଣେ ପଦାକୁ ବାହାରି ଆସିଥିଲେ । ତାଙ୍କୁ ଘର ଭିତରକୁ ଯିବାକୁ କୁହାଯାଇଥିଲେ ମଧ୍ୟ ସେ ଯାଇନଥିଲେ । ଏହି ସମୟରେ ସ୍ଥାନୀୟ ଲୋକ ମଧ୍ୟ ତାମସା ଦେଖିବାକୁ ଘଟଣାସ୍ଥଳରେ ପହଂଚିଥିଲେ । ଶେଷରେ ଯୁବକଙ୍କୁ ଡରାଇବା ପାଇଁ ଡ.ଆବିଦ କାର ଭିତରେ ରଖିଥିବା ଲାଠି ଉଠାଇ ତା’ପଛରେ ଦୌଡିଥିଲେ ।

ଡାକ୍ତର ଆବିଦ କ’ଣ କହୁଛନ୍ତି ?

ଡାକ୍ତର ଆବିଦଙ୍କ କହିବା ହେଉଛ ଆମେ ଲୋକଙ୍କ ଜୀବନ ବଂଚାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଉଛୁ । କିନ୍ତୁ ଲୋକେ ସବୁକିଛିକୁ ହାଲୁକାରେ ନେଉଛନ୍ତି । ତେଣୁ ସେମାନଙ୍କୁ ଭୟ ମଧ୍ୟ ଦେଖାଇବାକୁ ପଡିବ ।

 

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୨୦୬, ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୬ ହଜାରରୁ ଅଧିକ ଟେଷ୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କାରଣରୁ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଶୁକ୍ରବାର ସଂଧ୍ୟା ୭ ସୁଧା ମୃତ୍ୟୁ ସଂଖ୍ୟା ୨୦୬ ଥିଲା । ମୃତକଙ୍କ ମଧ୍ୟରେ ମଧ୍ୟପ୍ରଦେଶର ଜଣେ ଡାକ୍ତର ଅଛନ୍ତି । ଇନ୍ଦୋରରେ ଜଣେ ଡାକ୍ତରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାପୂର୍ବରୁ ଗୁରୁବାର ଦିନ ଜଣେ ଇନ୍ଦୋରରେ ଆଉ ଜଣେ ଡାକ୍ତର କରୋନା ସଂକ୍ରମଣ କାରଣରୁ ପ୍ରାଣ ହରାଇଥିଲେ । ଇନ୍ଦୋରରେ ଏପର୍ଯ୍ୟନ୍ତ ମୋଟ ୨୭ଜଣ ପ୍ରାଣ ହରାଇ ସାରିଲେଣି । ଚଣ୍ଡିଗଡ,ହରିଆନା ଓ ଆସାମରେ ଏହା ପୂର୍ବରୁ ତିନି ଜଣ ପ୍ରାଣ ହରାଇଥିଲେ ।  ଗୁରୁବାର ଦିନ ସମଗ୍ର ଦେଶରେ ମୋଟ ୨୪ ଜଣ ପ୍ରାଣ ହରାଇଥିଲେ ।

ପଢ଼ନ୍ତୁ ଦେଶରେ କରୋନାର ସ୍ଥିତି ନେଇ କ’ଣ କହୁଛି ଆଇସିଏମ୍‌ଆର ରିପୋର୍ଟ

ଅନ୍ୟପକ୍ଷରେ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୧୬ ହଜାରରୁ ଅଧିକ କରୋନ ସଂକ୍ରଣ ସ୍କ୍ରିନିଂ ହୋଇଛି । ଏହି ୧୬ ହଜାର ଟେଷ୍ଟରୁ ମାତ୍ର ୨ ପ୍ରତିଶତ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଆଗକୁ  ଟେଷ୍ଟ ସଂଖ୍ୟା ଅଧିକ କରାଯିବ ।

ନେପାଳର ‘ଜାଲିମ୍’ ମୁଖିଆ ଭାରତରେ କରୋନା ବିସ୍ତାର ପାଇଁ କରୁଛି ଷଡ଼ଯନ୍ତ୍ର !

ଇଣ୍ଡିଆନ୍ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ଅନୁସାରେ ବର୍ତ୍ତମାନଠାରୁ ଟେଷ୍ଟିଂ ନିୟମରେ ପରିବର୍ତ୍ତନ କରାଯାଇଛି । ଆଗକୁ ରେଡ୍ ଜୋନ୍ ଏରିଆରେ ରହୁଥିବା ସମସ୍ତଙ୍କର ଟେଷ୍ଟ୍ ହେବ । ତେଣିକି ସେମାନଙ୍କଠାରେ ଲକ୍ଷଣ ଥାଉ କି ନାହିଁ ।

ଆମେରିକା ବୈଜ୍ଞାନିକ ଖୋଜିଲେ ଏମିିତି ଏକ ସ୍ଥାନ, ଯେଉଁଠି ଟିକା ଦେଲେ ମରିଯିବ ଭାଇରସ୍

ଆମେରିକା: ଆମେରିକୀୟ ବୈଜ୍ଞାନିକ କରୋନା ଭାଇରସ ପାଇଁ ଏମିତି ଏକ ସ୍ଥାନକୁ ଖୋଜିଛନ୍ତି, ଯେଉଁଠାରେ ଆଣ୍ଟିଭାଇରସ୍ ଟିକା ଦେଲେ ପ୍ରଭାବିତ କରିବ । ଏବଂ ଏହା କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ହେବ । ଏହା ସାହାଯ୍ୟରେ ଶରୀର ଯେଉଁ ସ୍ଥାନରେ ଭାଇରସଟି ଲାଗି ରହିଥିବ ସେହି ସ୍ଥାନରେ ହିଁ ଟିକା ତାର ପ୍ରଭାବ ପକାଇବ ।

ଏହି ଆବିଷ୍କାର ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କରିଛନ୍ତି । ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପ୍ରଥମେ କରୋନା ଭାଇରସ୍ କୋଭିଡ-୧୯ର ଗଠନ ଏବଂ ପ୍ରକୃତି ସହିତ SARS ଏବଂ MERS (MERS)ର ଗଠନ ଏବଂ ପ୍ରକୃତି ସହିତ ମିଶାଇଥିଲେ । ପ୍ରଥମେ ବୈଜ୍ଞାନିକମାନେ କରୋନା ଭାଇରସର ବାହ୍ୟ କଣ୍ଟାଯୁକ୍ତ ସ୍ତର ଅର୍ଥାତ୍ ସ୍ପାଇକ୍ ପ୍ରୋଟିନ୍ ଉପରେ ଫୋକସ୍ କରିଥିଲେ । ଯାହା ଆପଣଙ୍କ ଶରୀରର କୋଷଗୁଡ଼ିକ ଉପରେ ଲାଗିଯାଇଥାଏ । ଏବଂ ଏହା ପରେ କୋଷକୁ ସଂକ୍ରମିତ କରି ଅଧିକ ଭାଇରସ୍ ସୃଷ୍ଟି କରେ ।

ବୈଜ୍ଞାନିକମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଯେ, କରୋନା ଭୂତାଣୁ କୋଭିଡ, ଅର୍ଥାତ୍ SARS-COV2, SARS ମହାମାରୀର ୨୦୦୨ରେ ବ୍ୟାପିଥିବା ଭୂତାଣୁ ସହ ୯୩ ପ୍ରତିଶତ ମେଳ ଖାଉଛି । କୋଭିଡ-୧୯ର ଜିନୋମ କ୍ରମ SARS ଭାଇରସର ଜିନୋମ କ୍ରମ ସହିତ ପ୍ରାୟତଃ ସମାନ ରହୁଛି ।

ବିଶ୍ୱବିଦ୍ୟାଳୟର ସୁଜାନେ ଡାନିଏଲ୍ ଲାବ୍ରୋଟୋରୀରେ କରୋନା ଭାଇରସର ବାହ୍ୟ ସ୍ତର ଅର୍ଥାତ୍ କଣ୍ଟାଯୁକ୍ତ ପ୍ରୋଟିନ୍ ଉପରେ ପରୀକ୍ଷଣ ଚାଲାଇଛନ୍ତି । ଏଠାରେ ଗ୍ୟାରି ହ୍ୱିଟକରଙ୍କ ଟିମ୍, ଇନ୍‌ଫ୍ଲୁଏଞ୍ଜା ଭାଇରସ ଏବଂ କରୋନା ଭାଇରସ, ଶରୀରର କୋଷ ମଧ୍ୟରେ କିପରି ପ୍ରବେଶ କରୁଛି ତାହା ଉପରେ ନଜର ରଖିଛନ୍ତି ।

ଭାଇରସଟି ଆପଣଙ୍କ ଶରୀରରେ ଉପସ୍ଥିତ କୋଷଗୁଡ଼ିକରେ ଲାଗିବା ଏକ ବହୁତ ଲମ୍ବା ପ୍ରକ୍ରିୟା । ଏଥିରେ ଭାଇରସ୍ ପ୍ରଥମେ ଦେଖେ ଯେ ସଠିକ୍ କୋଷକୁ ଚିହ୍ନଟ କରିଛି କି ନାହିଁ । ଏଥିପାଇଁ, କୋଷର ଚାରିପାଖରେ ଥିବା ରାସାୟନିକ ପଦାର୍ଥ ଭାଇରସଙ୍କୁ ଜଣାଏ ଯେ ଏହି ଚିହ୍ନଟ କରାଯାଇଥିବା କୋଷଟି ସଠିକ୍ କି ନାହିଁ ।

ଚିହ୍ନଟ କରାଯାଇଥିବା କୋଷଟି ସଠିକ୍ କି ନୁହେଁ, ଏହା ପ୍ରଥମେ କରୋନା ଭାଇରସର ବାହର ଆସ୍ତରଣକୁ ଜଣାପଡିଥାଏ । ତାପରେ ଏହି କଣ୍ଟାଯୁକ୍ତ ସ୍ତର କୋଷ ଉପରେ ଲାଗିଯାଏ ।

ତା’ପରେ କଣ୍ଟାଯୁକ୍ତ ସ୍ତର, ଯାହାକୁ ଫ୍ୟୁଜନ୍ ପେପ୍ଟାଇଡ୍ କୁହାଯାଏ, ସେ କୋଷଗୁଡ଼ିକୁ ଭାଙ୍ଗିବା ଆରମ୍ଭ କରେ, ଏଥିପାଇଁ ଏହା ପ୍ରଥମେ ଆପଣଙ୍କ ଶରୀରର ଚିହ୍ନଟ କରାଯାଇଥିବା କୋଷର ବାହ୍ୟ ସ୍ତରକୁ କଣା କରିବା ଆରମ୍ଭ କରେ । ଏହା ପରେ, ଭାଇରସ୍ ନିଜର ଜିନୋମ କ୍ରମକୁ କୋଷ ମଧ୍ୟକୁ ପଠାଇ ନୂତନ ଭାଇରସ ଉତ୍ପନ୍ନ କରିଥାଏ ।

ଗ୍ୟାରି ହ୍ୱିଟକରଙ୍କ ଟିମ୍ ଜାଣିବାକୁ ପାଇଲେ ଯେ, କ୍ୟାଲସିୟମ ଆୟନ ଭାଇରସର କଣ୍ଟାଯୁକ୍ତ ସ୍ତର ସହିତ ଯୋଗାଯୋଗ କରିବାରେ ସାହାଯ୍ୟ କରିଥାଏ । ଏହାସହ କ୍ୟାଲସିୟମ୍ ଆୟନ କଣ୍ଟାଯୁକ୍ତ ସ୍ତରର ଗଠନକୁ ମଧ୍ୟ ପରିବର୍ତ୍ତନ କରିଥାଏ । ଏହି ଜିନିଷ MARS ଏବଂ SARSର ସଂକ୍ରମଣ ଦେଖିବାକୁ ମିଳିଥିଲା । ତେବେ ଗ୍ୟାରି ହ୍ୱିଟକରଙ୍କ ଟିମ୍ କରୋନା ଭାଇରସ କୋଭିଡ-୧୯ର କଣ୍ଟାଯୁକ୍ତ ସ୍ତର ବିଷୟରେ ଆହୁରି ନିରୀକ୍ଷଣ କରୁଛି ।

ଆଶା କରାଯାଉଛି ଯେ, ଏହି ଟିମ୍ ଖୁବ୍ ଶୀଘ୍ର କରୋନା ଭାଇରସ ବାହ୍ୟ କଣ୍ଟାଯୁକ୍ତ ସ୍ତରର ରାସାୟନିକ ପ୍ରକ୍ରିୟାକୁ ନେଇ ସକରାତ୍ମକ ସୂଚନା ଦେବ । ଯଦି ବୈଜ୍ଞାନିକମାନେ ଏହି ରାସାୟନିକ ପ୍ରକ୍ରିୟା ବନ୍ଦ କରନ୍ତି, ତେବେ ଭାଇରସର କୋଷଗୁଡିକ ସହିତ ଯୋଗାଯୋଗ କରିବାରେ ଅସମର୍ଥ ହେବ ଏବଂ କିଛିଦିନ ପରେ ଟିକା ପ୍ରଭାବରେ ମରିଯିବ ।

ପ୍ରଧାନମନ୍ତ୍ରୀ ମୋଦି, ବିଶ୍ୱର ଏକମାତ୍ର ନେତା ଯାହାଙ୍କୁ ହ୍ୱାଇଟ୍ ହାଉସ୍ ଟ୍ୱିଟରରେ ଫଲୋ କରୁଛି

ନୂଆଦିଲ୍ଲୀ: ପ୍ରାଧାନମନ୍ତ୍ରୀ ନରନ୍ଦ୍ର ମୋଦି ବିଶ୍ୱର ଏଭଳି ଏକମାତ୍ର ନେତା ଯାହାଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ଆଧିକାରୀକ ସରକାରୀ ବାସଭବନ ହ୍ୱାଇଟ୍ ହାଉସର ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରୁଛି । ଦୁଇ ଦିନ ତଳେ ଆମେରିକାକୁ ମେଲେରିଆ ଔଷଧ ଦେବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରିଥିଲେ ।ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଥିବା ବେଳେ ଭାରତ ଦେଇଥିବା ମେଲେରିଆ ଔଷଧ କିଛି ଚମତ୍କାର ଦେଖାଇବ ବୋଲି ଆମେରିକା ବିଚାର କରୁଛି । ଖୋଦ ରାଷ୍ଟ୍ରପତି ଟ୍ରମ୍ପ ଏହି ଔଷଧକୁ ଗେମ୍ ଚେଂଜର କହି ସାରିଛନ୍ତି ।

ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ

ଭାରତେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା । କିନ୍ତୁ ଆମେରିକାର ଅନୁରୋଧ ପରେ ଭାରତ ଏହି ଔଷଧ ଦେବାକୁ ରାଜି ହୋଇଥିଲା । ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ରାଷ୍ଟ୍ରପତି ଟ୍ରମ୍ପ ପ୍ରଶଂସା କରିଥିଲେ । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ମିଳିବା ପରେ ହ୍ୱାଇଟ୍ ହାଉସର ଟ୍ୱିଟର ହ୍ୟାଣ୍ଡେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଛି । ଉଲ୍ଲେଖଯୋଗ୍ୟ ଯେ, ହ୍ୱାଇଟ୍ ହାଉସ ବିଶ୍ୱର ୧୯ ଜଣଙ୍କୁ ଫଲୋ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଭାରତର ରାଷ୍ଟ୍ରପତି ଭବନ ଟ୍ୱିଟର ହ୍ୟାଣ୍ଡେଲ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରୁଥିଲା । ପ୍ରଥମ ଥର ପାଇଁ ଏହା କୌଣସି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରୁଛି ।