spot_img
Home Blog Page 7081

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା,୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୧ଶହ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ଆଉ ୫୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏଥିସହ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି । ସେପଟେ ପୁଣି ଏକ ମୁଣ୍ଡ ନେଇଛି ଭୁତାଣୁ ।

ଗଞ୍ଜାମରେ ସୁରତ ଫେରନ୍ତା ୮୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକଙ୍କର ଉଚ୍ଚରକ୍ତଚାପ ସହ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା।  ଏଥିସହ ରାଜ୍ୟରେ କରୋନା ସଂକ୍ରମଣରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏଥିସହିତ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେହିପରିତେବେ ବର୍ତ୍ତମାନ କରୋନାର ଆକ୍ଟିଭ କେସ୍ ୭୫୩ ଏବଂ ୩୪୩ ସୁସ୍ଥ ହୋଇଛିନ୍ତି  ।

ରାଜ୍ୟରେ ହଜାରେ ପାର ହେଲା ସଂକ୍ରମିତଙ୍କ ସଂଖ୍ୟା, କରୋନା ମ୍ୟାପରେ ମାଲକାନଗିରି

ରାଜ୍ୟରେ ନୂଆ ୫୧ କରୋନା ସଂକ୍ରମିତ ଚିହ୍ନଟ,ସଂକ୍ରମିତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି

ଭୁବନେଶ୍ୱର: ଦିନ ବଢିବା ସହ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ରାଜ୍ୟରେ ନୂଆ ୫୧ଟି କରୋନା ମାମଲା ସାମ୍ନାକୁ ଆସିଛି । ଗତକାଲି ୭୪ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ସୂଚନା ।

ତେବେ ବର୍ତ୍ତମାନ କରୋନାର ଆକ୍ଟିଭ କେସ୍ ୭୫୩ ଏବଂ ୩୪୩ ସୁସ୍ଥ ହୋଇଛିନ୍ତି  । ଏବଂ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ବର୍ତ୍ତମାନ ୨୪ଟି ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି ।

ରାଜ୍ୟରେ ହଜାରେ ପାର ହେଲା ସଂକ୍ରମିତଙ୍କ ସଂଖ୍ୟା, କରୋନା ମ୍ୟାପରେ ମାଲକାନଗିରି

ନୂଆ ୫୧ଜଣ ପଜେଟିଭଙ୍କ ମଧ୍ୟରୁ ଗଞ୍ଜାମରୁ ୪, ଯାଜପୁରରୁ ୫, ପୁରୀରୁ ଜଣେ , ଜଗତସିଂହପୁରରୁ ୨ଜଣ, ଅନୁଗୁଳରୁ ୨ଜଣ,  କଟକ ୯ଜଣ, ମୟୁରଭଞ୍ଜ ୩, କଳାହାଣ୍ଡିରୁ ୧୧, ମାଲକାନଗିରି ଜଣେ, ନୟାଗଡ଼୧୧, ସମ୍ବଲପୁରରୁ୨ ସଂକ୍ରମିତ ଚିହ୍ନଟ ।

ଉଜୁଡା କ୍ଷେତ,ଭୂଲୁଣ୍ଠିତ ଗଛ ପଛରେ ଛାଡି ଉଡିଗଲା ଅମ୍ଫାନ୍

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ମହାବାତ୍ୟା ଅମ୍ଫାନ ତାଣ୍ଡବ ରଚିଛି ସତ ହେଲେ ତା ପୂର୍ବରୁ ଓଡ଼ିଶାରେ ବାତ୍ୟା ତାର କରାଳ ରୂପ ଦେଖାଇସାରିଛି। ବିଶେଷ କରି ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟା ଅନେକ କ୍ଷୟକ୍ଷତି ଘଟାଇଛି । ଅମ୍ଫାନ ଯେତିକ ସ୍ଥଳ ଭାଗ ନିକଟକୁ ଆସୁଥିଲା ଏହା ଅଧିକ ଭୟଙ୍କର ରୂପ ଧାରଣ କରୁଥିଲା। ଭଦ୍ରକ ଜିଲ୍ଲାର ସମୁଦ୍ରତଟ ଅଞ୍ଚଳ ଧାମରା ଓ ଚାନ୍ଦବାଲିରେ ବାତ୍ୟା ଅମ୍ଫାନ ଯୋଗୁଁ ଅନେକ ଘର ଭାଙ୍ଗିଛି । ଏହା ସହ ପବନ ଯୋଗୁଁ ବଡ଼ ବଡ଼ ଗଛ ମଧ୍ୟ ଉପୁଡି ପଡ଼ିଛି। ଲାଇନ ଖୁଣ୍ଟ, ମୋବାଇଲ ଟାୱାର ଭାଙ୍ଗିଥିବା ବେଳେ ଘରର ଛାତ ଉଡାଇ ନେଇଛି ଏହି ବାତ୍ୟା। ସେପଟେ ବାତ୍ୟା ପ୍ରଭାବରେ ତିହିଡି କାଁପଡ଼ା ଅଞ୍ଚଳରେ ଏକ ୩ ବର୍ଷର ଶିଶୁ ଉପରେ କାନ୍ଥ ପଡ଼ିଯିବାରୁ ମୃତ୍ୟୁ ହୋଇଛି।

ଭାଙ୍ଗିଲା ୫ହଜାର ୫ଶହ ଘର, ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି: ୨ ଜଣଙ୍କ ମୃତ୍ୟୁ

ତେବେ ବାଲେଶ୍ୱର ଜିଲ୍ଲାର ସୋର, ଭୋଗରାଇ, ଖଇରା ଓ ବାଲିଆପଳ ଅଞ୍ଚଳରେ ବ୍ୟାପକ ଗଛ ଭାଙ୍ଗିଛି । ଖଇରା ବ୍ଲକରେ ଘର ଉପରେ ଗଛ ପଡିଯିବାରୁ ତିନି ଜଣ ଆହତ ହୋଇଛନ୍ତି । ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ମଧ୍ୟ ବ୍ୟାପକ ଗଛ ଭାଙ୍ଗିଛି। ଏହି ଦୁଇ ବ୍ଲକର କିଛି ଅଞ୍ଚଳରେ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି । ବାଲେଶ୍ୱର ସଦର ବ୍ଲକର ପରିଖିରେ ଗଛ ପଡି ୫-୬ ଟି ଦୋକାନ ଘର ଭାଙ୍ଗିଯାଇଛି । ତେଣୁ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ୫ଟି ଏନଡିଆରଏଫ ଏବଂ ୭ଟି ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି। ଫସଲ କ୍ଷୟକ୍ଷିତର ବର୍ତ୍ତମାନ ସୁଦ୍ଧା ଆକଳନ ହୋଇନଥିଲେ ବି ବର୍ଷା ଓ ପବନ ମାଡରେ ଶହ ଶହ ଏକର ଜମିରେ ପାଣି ମାଡିଯିବା ସହ ଫସଲ ନଷ୍ଟ ହୋଇଛି ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

ବାତ୍ୟା ଅମ୍ଫାନ ପ୍ରଭାବରେ ପାରାଦୀପ ଉପକୂଳରେ ୧୦୬ କିଲୋମିଟର ବେଗରେ ପବନ ବହିଥିଲା । ଏହାଦ୍ଵାରା ଜଗତସିଂହପୁର ଜିଲ୍ଲାରେ ସାମାନ୍ୟ କ୍ଷୟକ୍ଷତି ହୋଇଛି । କିଛି ଅଞ୍ଚଳରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ପାରାଦୀପ ଷଢକୂଦ ବସ୍ତିରେ କିଛି ଲୋକଙ୍କ ଚାଳ ଛପର ଉଡିଯାଇଛି । ପାରାଦୀପ ମାଛଧରା ଜେଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ମାଛଧରା ବୋଟ ବୁଡି ଯାଇଥିବା ବେଳେ ୧୫ଟି ବୋଟ ପବନ ମାଡରେ ଭାଙ୍ଗିଯାଇଛି । ସେହିଭଳି ପାରାଦୀପ ମାଲବାହୀ ୱାଗନ କାରଖାନାର ଛପର ଉଡିଯାଇଛି । କେନ୍ଦ୍ରାପଡ଼ାରେ ଅନେକ କ୍ଷୟକ୍ଷତି ଘଟାଇଛି ଅମ୍ଫାନ । ଅମ୍ଫାନ ପ୍ରଭାବରେ ରାଜନଗର ବ୍ଲକ୍‌ ତାଳଚୁଆ ସାମୁଦ୍ରିକ ଥାନାରେ ପାଣି ପଶିଛି। ଅନେକ ପରିବାରଙ୍କ ଘରେ ସମୁଦ୍ର ପାଣି ମଧ୍ୟ ପଶିଛି । ତେବେ ଆଜି ସୁଦ୍ଧା ସମସ୍ତ ଜିଲ୍ଲାରେ ବିଦ୍ୟୁତ୍ ପୁନରୁଦ୍ଧାର ଓ ରାସ୍ତା ସଫା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି ।

 

ପ୍ରଳୟଙ୍କରୀ ବାତ୍ୟା ନେଇଛି ୧୨ ଜୀବନ…ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି

କୋଲକତା: ପଶ୍ଚିମବଙ୍ଗ ସୁନ୍ଦରବନରେ ତାଣ୍ଡବ ରଚଛି ସାମୁଦ୍ରିକ ଝଡ । ସାଢେ ୬ ଘଣ୍ଟାର ବିନାଶ ଲୀଳା ରଚିବା ପରେ ଫେରି ଯାଇଛି ଅମ୍ଫାନ୍‌, ହେଲେ ଛାଡ଼ିଯାଇଛି କ୍ଷତ। କରୋନା ସଂକଟରେ ଅମ୍ଫାନ୍‌ ମୁକାବିଲା ବଡ଼ ଚ୍ୟାଲେଞ୍ଜ ହୋଇଛି। ବଙ୍ଗୋପସାଗରରୁ ସୃଷ୍ଟ ଏହି ଚକ୍ରବାକ ତୋଫାନ ଭାୟା ଓଡିଶା ଦେଇ କାଲି ସଂଧ୍ୟା ୭ ରେ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଥିଲା। ସ୍ଥଳଭାଗ ଛୁଇଁବାବେଳେ ପବନର ଗତି ଥିଲା ୧୫୫ ରୁ ୧୬୫ କିଲୋମିଟର। ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ପଶ୍ଚିମବଙ୍ଗରେ ‘ଅମ୍ଫାନ’ର କମ୍ପନ: ଉପୁଡ଼ିଲା ଗଛ, ଭାଙ୍ଗିଲା ଘର: ୨ ମୃତ

ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ସବୁଠୁ ଅଧିକ କ୍ଷତି ହୋଇଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ୫ ହଜାରରୁ ଅଧିକ ଘର ଭାଙ୍ଗିଥିବା ବେଳେ କୋଲକାତାର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ଗଛଗୁଡିକୁ ମୁଳରୁ ଉପାଡି ଫିଙ୍ଗିଥିଲା। ପଶ୍ଚିମବଙ୍ଗ ଦୀଘାର ମେଦିନପୁର ଅଞ୍ଚଳରେ ବ୍ୟାପକ ବିନାଶ କରିଛି ଅମ୍ଫାନ । ବିଭିନ୍ନ ସ୍ଥାନରେ ପାଣି ମାଡିଯିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ଫଳରେ ପୁରା ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇଛି । ଘର ଉଡିଛି, ଗଛ ପଡି ରାସ୍ତା ମଧ୍ୟ ଅବରୋଧ ହୋଇଛି।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

କହିବାକୁ ଗଲେ ଉଭୟ ପଶ୍ଚିମବଙ୍ଗ ଏବଂ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ କିଛି ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ଝଡ଼ ଜାରି ରହିଥିଲା । ପଶ୍ଚିମବଙ୍ଗରେ ତୋଫାନ ଦ୍ୱାରା ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବାତ୍ୟା ଯୋଗୁଁ ସେଠାରେ ପାଖାପାଖି୧୦- ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶା କମ୍ ପ୍ରଭାବିତ ହୋଇଛି। ଓଡିଶାରେ ଅଧିକ ପ୍ରଭାବ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡାଠାରେ ଦେଖାଯାଇଥିଲା । ତେବେ ଅମ୍ଫାନ ବିନାଶରେ ଓଡିଶାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 

 

 

ସ୍ନ।ନ ପୂର୍ଣ୍ଣିମା ନେଇ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ସ୍ନ।ନପୂର୍ଣ୍ଣିମା ନେଇ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୦ଟି ନିଯୋଗର ପ୍ରତିନିଧି ବୈଠକରେ ଯୋଗ ଦେବେ। ନିଯୋଗମାନଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବେ । ସ୍ନ।ନ ପୂର୍ଣ୍ଣିମା ନୀତିକାନ୍ତି ନେଇ ବୈଠକରେ ଆଲୋଚନା କରାଯିବ । ପୂଜାପଣ୍ଡା, ପୁଷ୍କାଳକ, ସୁଆର ବଡୁ, ପତ୍ରୀ ବଡୁ, ଗରା ବଡୁ, ମହାଜନ, ପ୍ରତିହାରୀ, ଖୁଣ୍ଟିଆ, ମେକାପ ଓ ସୁଆର ମହାସୁଆର ନିଯୋଗ ପ୍ରତିନିଧି ବୈଠକରେ ଯୋଗଦେବେ ।

ଡରାଉଛି କରୋନା : ୨୪ ଘଣ୍ଟାରେ ୫ ହଜାରରୁ ଅଧିକ ମାମଲା,କେବଳ ମହାରାଷ୍ଟ୍ରରେ ବୁଧବାର ୨ ହଜାରରୁ ଅଧିକ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କାୟା । ଲକ୍‌ଡାଉନ୍‌ ପରେ ଲକ୍‌ଡାଉନ୍‌ ହେବା ସତ୍ତ୍ୱେ ଆୟତକୁ ଆସୁନି କରୋନା । ପ୍ରତିଦିନ ଦେଶରେ ହଜାର ହଜାର ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୫ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୪୦ଙ୍କ ଜୀବନ ମଧ୍ୟ ଯାଇଛି । ଭାରତରେ ଏବେ ୧ ଲକ୍ଷ ୧୧ ହଜାରରୁ ଉର୍ଦ୍ଧ କୋଭିଡ୍‌ ୧୯ରେ ଆକ୍ରାନ୍ତ ହୋଇସାରିଛନ୍ତି । ପ୍ରାୟ ୩ ହଜାରରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକ ରହିଛନ୍ତି । ଗୁଜରାଟ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ କରୋନାର ଅଧିକ ପ୍ରଭାବ ରହିଛି ।

ବିଶ୍ୱକୁ କରୋନା ଭାଇରସ୍‌ରୁ ମୁକ୍ତ କରିବା ପାଇଁ ଚୀନ୍‌ର ୨ଟି ବଡ଼ ନିଷ୍ପତ୍ତି

ଦେଶରେ କରୋନା ଆରୋଗ ହାର ୩୯.୬୨ ପ୍ରତିଶତ ରହିଛି । ତଥାପି ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଲୋକେ ସରକାରଙ୍କ ସମସ୍ତ ନିୟମ ମାନି ଚଳିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ । ଏହାରି ଭିତରେ ଦେଶକୁ ଖୁସି ଖବର ମଧ୍ୟ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ହଜାରରୁ ଅଧିକ ସୁସ୍ଥ ମଧ୍ୟ ହୋଇଛନ୍ତି । ସେପଟେ ବିଶ୍ୱ ମାନଚିତ୍ରରେ ନଜର ପକାଇଲେ, ୫୦ ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବା ଜଣାପଡିଛି । ପ୍ରାୟ ୩ ଲକ୍ଷ ୨୬ ହଜାର ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକା ସମେତ ସ୍ପେନ୍‌, ବ୍ରାଜିଲ୍‌, ବ୍ରିଟେନ୍‌, ଇଟାଲୀ, ଫ୍ରାନ୍ସ, ଜର୍ମାନୀ  ଓ ତୁର୍କୀରେ ମଧ୍ୟ କରୋନାର ଅଧିକ ପ୍ରଭାବ ରହିଛି ।

 

ଜୁନ୍‌ ପହିଲାରୁ ସ୍ୱାଭାବିକ ହେବ ରେଳ ସେବା…ଦେଶରେ ଗଡ଼ିବ ୨ଶହ ନନ୍‌ ଏସି ଟ୍ରେନ୍‌… ଆଜିଠୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ଖୁବଶୀଘ୍ର ଅସିବ ରୁଟ ଓ ସମୟ ସାରଣୀ…

ଜୁନ୍‌ ପହିଲାରୁ ସ୍ୱାଭାବିକ ହେବ ରେଳ ସେବା…ଦେଶରେ ଗଡ଼ିବ ୨ଶହ ନନ୍‌ ଏସି ଟ୍ରେନ୍‌… ଆଜିଠୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ଖୁବଶୀଘ୍ର ଅସିବ ରୁଟ ଓ ସମୟ ସାରଣୀ… ସେପଟେ ୨୫ ରୁ ଆରମ୍ଭ ହେବ ଘରୋଇ ବିମାନ ଉଡାଣ

ଦିନଟିକୁ ଜଗନ୍ତୁ, କିଛି ହରାଇପାରନ୍ତି…ଧନଲାଭ ହୋଇପାରେ

ମେ ୨୧, ୨୦୨୦ ମସିହା, ବୃଷ ୮ ଦିନ,

୧୯୪୨ଶକାଦ୍ଦଃ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ, ଗୁରୁବାର

ଦ୍ୱିଜା ନକ୍ଷତ୍ର ରାତି ୧ଟା ୫୯ ମିନିଟ୍‌ ପର୍ଯ୍ୟନ୍ତ,ମେଷରାଶିରେ ଚନ୍ଦ୍ର ରହିବେ

ଯୋଗିନୀ ରହିବେ ପଶ୍ଚିମରେ ରାତି ୯ ଟା ୪୫ ପର୍ଯ୍ୟନ୍ତ ପରେଐଶାନ୍ୟରେ ରହିବେ

ଘାତଚନ୍ଦ୍ର- ମେଷ ରାଶି

ଘାତବାର- ତୁଳା,କୁମ୍ଭ ରାଶିର

ଶୁଭ ସମୟ- ଦିନ ୧୦ ଟା ୦୫ ପରେ ଦିନ ୧୧ ଟା ୩୮ ମଧ୍ୟରେ

ଦିନ ୧ ଟା ୧୬ ପରେ ଦିନ ୨ ଟା ୫୩ ମଧ୍ୟରେ

ଅଶୁଭ ସମୟ- ଦିନ ୨ଟା ୫୪ ପରେ ସନ୍ଧ୍ୟା ୬ ଟା ୧୫ ମଧ୍ୟରେ

ଆଜି ବିରି ଖାଇବା ମନା

ମେଷ ରାଶି

ଅଶ୍ୱନୀ- ଯାହା ବି ଲେଖୁଛନ୍ତି ବା ଗବେଷଣା କରୁଛନ୍ତି ତାହାକୁ ଗୁରୁତ୍ୱ ଦିଅନ୍ତୁ

ଦ୍ୱିଜା- ଅନେକ କଥାକୁ ନେଇ ମନରେ ତିକ୍ତତା ଆସିପାରେ,ଶାନ୍ତ ରହିବେ

କୃତ୍ତିକା- ଆପଣଙ୍କ ବ୍ୟବସାୟରେ ଆଜି ଲାଭର ଯୋଗ ରହିଛି

ଶ୍ରୀରାମଙ୍କ ପରିବାରଙ୍କୁ ପୂଜା କରନ୍ତୁ

ବୃଷ ରାଶି

କୃତ୍ତିକା ବୃଷ- କଳାକ୍ଷେତ୍ରରେ ରହିଥିଲେ ସେଥିରେ ଆଗକୁ ବଢିବା ପାଇଁ ସୁଯୋଗ ରହିଛି

ରୋହିଣୀ- କିଛି ଖୁସି ଖବର ମନକୁ ହାଲକା କରିଦେବ

ମୃଗଶିରା- ଦିନଟିକୁ ଜଗନ୍ତୁ, କିଛି ହରାଇପାରନ୍ତି

ମହାଦେବଙ୍କୁ ପୂଜା କରନ୍ତୁ

ମିଥୁନ ରାଶି

ମୃଗଶିରା ମିଥୁନ- ଅଚାନକ ଧନଲାଭ ହୋଇପାରେ

ଆର୍ଦ୍ରା- ଖେଳ କ୍ଷେତ୍ରରେ ରହିଥିବା ବ୍ୟକ୍ତିଙ୍କର ଉନ୍ନତି ହେବ

ପୁନର୍ବସୁ- ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ହେବ

ସ୍ୱସ୍ତିକ୍‌ ଚିହ୍ନକୁ  ପାଖରେ ରଖନ୍ତୁ, ଶୁଭ ରହିବ

କର୍କଟ ରାଶି

ପୁନର୍ବସୁ- କିଛି ନୂତନ କାମ ପାଇପାରନ୍ତି

ପୁଷ୍ୟ।- ସରକାରୀସ୍ତରରୁ କିଛି ସାହାଯ୍ୟ ପାଇପାରନ୍ତି

ଅଶ୍ଳେଷା- ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି

କୈାଣସି ବି ଡାଲିଜାତୀୟ ଦ୍ରବ୍ୟକୁ ପ୍ରବାହିତ ଜଳରେ ବିସର୍ଜନ କରନ୍ତୁ

ସିଂହ ରାଶି

ମଘାସିଂହ- ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ, ଭାଗ୍ୟ ସହଯୋଗ କରିବ

ପୂର୍ବାଷାଢା- ନିଜ ଗୁରୁଙ୍କ ଠାରୁ ଆର୍ଶିବାଦ୍‌ ନିଅନ୍ତୁ, ସଫଳତା ପାଇବ

ଉତ୍ତରଷାଢା- ପିତାଙ୍କ ସଫଳତାରେ ପରିବାରରେ ଖୁସି ରହିବ

କିଛି ଚନ୍ଦନ ନାଭିରେ ଲଗାଇ ଘରୁ ବାହାରିବେ

କନ୍ୟା ରାଶି

ଉତ୍ତରାଷାଢା- ଶରୀର ଅସୁସ୍ଥ ରହିପାରେ, ଜଗିରଖି ଚଳନ୍ତୁ

ହସ୍ତା- ମା’ଙ୍କ ସହିତ ମନୋମାଳିନ୍ୟ ହୋଇପାରେ

ଚିତ୍ରା- ଯଦି କୈାଣସି ସ୍ଥାନକୁ ଯାତ୍ରା କରିବାର ଅଛି, ତେବେ ତାହାକୁ ବନ୍ଦ କରନ୍ତୁ

ଶିବ ଲିଙ୍ଗରେ ଲହୁଣୀ ଅର୍ପଣ କରନ୍ତୁ, ଦିନଟି ଶୁଭ ରହିବ

ତୁଳା ରାଶି

ଚିତ୍ରା- ପରିବାରରେ ଥିବା ସମସ୍ୟାର ସମାଧାନ ହୋଇଯିବ

ସ୍ୱାତୀ- ଖାଦ୍ୟ ବ୍ୟବସାୟ କରୁଥିଲେ ସେଥିରେ ଅଧିକ ଲାଭର ଯୋଗ ରହିଛି

ବିଶାଖା- ଦାମ୍ପତ୍ୟ ଜୀବନ ଖୁସିରେ ରହିବ

ଗୋମାତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା ବିଛା- କେହି ଶତୃ ଭଳି ବ୍ୟବହାର କରିପାରନ୍ତି, ଅଶାନ୍ତିରେ ରହିବେ

ଅନୁରାଧା- ପରିଶ୍ରମ ଅଧିକ ରହିଲେ ମଧ୍ୟ ତାହା ଲାଭଦାୟକ ରହିବ

ଜ୍ୟେଷ୍ଠା- ଶରୀରରେ ଥଣ୍ଡା ସମସ୍ୟା ଯୋଗୁ ମନ ଅଶାନ୍ତିରେ ରହିବେ

ମା’ଦକ୍ଷିଣକାଳୀଙ୍କୁ ଦର୍ଶନ କରନ୍ତୁ , ଶୁଭ ରହିବ

ଧନୁ ରାଶି

ମୂଳା- ସନ୍ତାନମାନଙ୍କ ଖୁସିରେ ଆନନ୍ଦିତ ହେବେ

ପୂର୍ବାଷାଢା- କିଛି ନୂତନ ବସ୍ତ୍ର,ଅଳଙ୍କାର ଉପହାର ପାଇପାରନ୍ତି

ଉତ୍ତରାଷାଢା- କିଛି ନୂଆ ବନ୍ଧୁ ଜୀବନରେ ଆସିବେ

ସକାଳ ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା- ଘର ପାଇଁ ସମୟ ଦିଅନ୍ତୁ, ସବୁ କିଛି ସମାଧାନ ହୋଇଯିବ

ଶ୍ରବଣା- କୈାଣସି ସ୍ଥାନକୁ ଯାତ୍ରା କରିବାର ସୁଯୋଗ ଆସିପାରେ

ଧନିଷ୍ଠା- ପରିବାରର ଅର୍ଥ ସାହାଯ୍ୟରେ ବାକି କାମ ସବୁ ଆଗେଇଯିବ

ପକ୍ଷୀମାନଙ୍କୁ କିଛି ଖାଦ୍ୟ ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଝଗଡା ହୋଇପାରେ, ଦିନଟିକୁ ଜଗିରଖି ଚଳନ୍ତୁ,

ଶତଭିଷା- ବାହାରେ ସମସ୍ତଙ୍କ ସହିତ ଜଗିରଖି କଥା କୁହନ୍ତୁ

ପୂର୍ବଭାଦ୍ରପଦ- ଖାଦ୍ୟ କଷ୍ଟ ରହିଛି, ଉପବାସ ରହିପାରନ୍ତି

ତୁଳସୀ ପତ୍ର କିଛି ଶ୍ରୀବିଷ୍ଣୁଙ୍କୁ ଅର୍ପଣ କରନ୍ତୁ ଓ କିଛି ପାଖରେ ରଖନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ -କୈାଣସି କଥାକୁ ନ ଜାଣି ହଠାତ୍‌ କିଛି କରନ୍ତୁ ନାହିଁ

ଉତ୍ତରାଭାଦ୍ରପଦ- ଗୁରୁଜନଙ୍କ ଠାରୁ ଆର୍ଶିବାଦ୍‌ ପାଇବେ

ରେବତୀ- ଆପଣ ଠକାମିରେ ଶିକାର ହୋଇପାରନ୍ତି, ସତର୍କ ରୁହନ୍ତୁ

ବେଲଗଛକୁ ପରିକ୍ରମା କରିବା ସହ ମହାଦେବଙ୍କୁ ଅର୍ପଣ କରନ୍ତୁ

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- 8984684801

 

 

ଅନେଶତ ବାତ୍ୟା ଭଳି କରାଳ ରୂପ ଦେଖାଇବ ଅମ୍ଫାନ । ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିବ ଲ୍ୟାଣ୍ଡଫଲ୍‌ । ସମୁଦ୍ରରେ ୧୧ କିମି ବେଗରେ ଆସୁଛି ମାଡି…ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ରହିବ ୧୫୫ ରୁ ୧୬୫ କିଲୋମିଟର ।

ଅନେଶତ ବାତ୍ୟା  ଭଳି କରାଳ ରୂପ ଦେଖାଇବ ଅମ୍ଫାନ  । ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିବ ଲ୍ୟାଣ୍ଡଫଲ୍‌ । ସମୁଦ୍ରରେ ୧୧ କିମି ବେଗରେ ଆସୁଛି ମାଡି…ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ରହିବ ୧୫୫ ରୁ ୧୬୫ କିଲୋମିଟର ।

ଭାଙ୍ଗିଲା ୫ହଜାର ୫ଶହ ଘର, ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି: ୨ ଜଣଙ୍କ ମୃତ୍ୟୁ

କୋଲକାତା: ସତ ହୋଇଛି ପାଣିପାଗ ବିଭାଗର ପୂର୍ବାନୁମାନ । ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିଛି ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ । ସୁନ୍ଦରବନ ଦେଇ ସ୍ଥଳଭାଗରେ ପ୍ରବେଶ କରିବା ପରେ କୋଲକାତା ଦେଇ ଗତି କରିଛି ଏହି ଭୟଙ୍କର ସାମୁଦ୍ରିକ ଝଡ଼ ।

ଏହି ସମୟରେ ଘଣ୍ଟା ପ୍ରତି ସର୍ବାଧିକ ପବନର ବେଗ ଥିଲା ୧୫୫ କି.ମି । ଆଉ ଏହି ପବନ ଫଳରେ ଉଜୁଡ଼ିଯାଇଛି ଭିତ୍ତିଭୂମି । ବନ୍ଦ ହୋଇଛି ବିଦ୍ୟୁତ ସେବା । କଟିଯାଇଛି ଇଣ୍ଟରନେଟ୍ କନେକସନ୍‌ । ବିଶାଳକାୟ ଗଛ ସବୁ ରାସ୍ତା ଉପରେ ଟିଳିପଡ଼ିଛି । ରାସ୍ତାରେ ପାଣି ଜମି ରହିଛି ।

https://twitter.com/GoenkaPk/status/1263127814607261696?ref_src=twsrctfwtwcamptweetembedtwterm1263127814607261696&ref_url=httpsnavbharattimes.indiatimes.comamphan-super-cyclone-kab-aayega-all-live-updates-and-news-of-cycloneliveblog75838241.cms

କିଛି ଘରର ଆଜବେଷ୍ଟସ୍ ଉଡ଼ିଯାଇଛି ତ ପୁଣି କିଛି ଘରର କାଚ ଭାଙ୍ଗି ଚୁରମାର । ଏଭଳି ପ୍ରାୟ ୫ହଜାର ୫ଶହ ଘର ଭାଙ୍ଗିଯାଇଛି । ପଶ୍ଚିମବଙ୍ଗରେ ବହୁ ସଂଖ୍ୟକ ଲୋକ ହୋଇଯାଇଛନ୍ତି ବାସହରା । ଏବେ ବି କୋଲକାତାରେ ୧୨୦ କି.ମି ବେଗରେ ପବନ ବହୁଥିବାର ସୂଚନା ରହିଛି ।

ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ପାଣିପାଗ ଲାଗି ରହିବ ବୋଲି କୁହାଯାଉଛି । ତେବେ ରାସ୍ତା ଉପରେ ଥିବା ଗଛ ସବୁ କାଟି ରାସ୍ତା ସଫା କରିବା ସହ ପୁନର୍ବିନ୍ୟାସ କାମ ଲାଗିପଡ଼ିଛନ୍ତି ଏନଡିଆରଏଫ୍‌ ଟିମ୍ । ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ତ୍ତମାନ ୧୯ ଏନ୍‌ଡିଆରଏଫ୍‌ ଟିମ୍ କାର୍ଯ୍ୟ କରୁଛନ୍ତି ।

ଉତ୍ତର 24 ପ୍ରଗଣାରେ ବାତ୍ୟା ଜଣେ ମହିଳାଙ୍କ ଜୀବନ ନେଇଛି ଏହି ଭୟଙ୍କର ସାମୁଦ୍ରିକ ତୋଫାନ। ହାଓ୍ବଡାରେ ଜଣେ 13 ବର୍ଷର ଝିଅର ବି ମୃତ୍ୟୁ ହୋଇଛି । ପବନର ବେଗ ଏତେ ଥିଲା ଯେ, ଅନେକ ସ୍ଥାନରେ ଗାଡି ସବୁ ଓଲଟି ପଡିଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ନଜରରେ ରଖି ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ପଶ୍ଚିମବଙ୍ଗ ସରକାର।

Image