spot_img
Home Blog Page 7085

ସର୍ବଶକ୍ତିମାନ ଏବେ କରୋନା ଆଗରେ ଶକ୍ତିହୀନ: ପଢ଼ନ୍ତୁ କି ଶିକ୍ଷା ଦେଇଛି କରୋନା

ସାରା ବିଶ୍ୱରେ ଜାରି ରହିଛି କରୋନାର ତାଣ୍ଡବ । ଦିନକୁ ଦିନ ବଢ଼ିଚାଲିଛି ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ସମଗ୍ର ବିଶ୍ୱକୁ ଦୋହଲାଦେଇଛି ଏହି ଭୟଙ୍କର ଭୂତାଣୁ । ସର୍ବଶକ୍ତିମାନ ରାଷ୍ଟ୍ର ସବୁ ଏବେ କରୋନା ଆଗରେ ଶକ୍ତିହୀନ । କରୋନା ପ୍ରଭାବରେ ନଛୋଡ଼ବନ୍ଦା ସବୁ ଏବେ ଘରେ ବନ୍ଧା ହୋଇରହିଛନ୍ତି । ଘରେ ରହି ଏବେ ଘର ଲୋକଙ୍କ ଗୁରୁତ୍ୱ ବୁଝିବାରେ ଲାଗିଲେଣି ଲୋକେ ।  କରୋନା ପ୍ରଭାବରେ ବଦଳି ଲୋକଙ୍କ ଜୀବନଶୈଳୀ । କରୋନା ଯୋଗୁଁ ଉପୁଜିଥିବା ପରିସ୍ଥିତିକୁ କିିଛି ଲୋକେ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ୍ ହୋଇଛି ।

୧. ଆଜି ଆମେରିକା ଆଉ ଅଗ୍ରଣୀ ଦେଶ ହୋଇ ରହିନାହିଁ ।

୨. ଚୀନ୍ କଦାପି ବିଶ୍ଵ-କଲ୍ୟାଣ ଚିନ୍ତା କରି ପାରେନା ।

୩. ୟୁରୋପୀୟ ମାନେ ସେତେ ଶିକ୍ଷିତ ନୁହଁନ୍ତି, ଯେତେ ଆମେ ଭାବୁଛୁ ।

୪. ଆମେ ଆମ ଛୁଟି ୟୁରୋପ ବା ଆମେରିକା ନଯାଇ ମଧ୍ୟ ଅତିବାହିତ କରିପାରିବା।

୫. ଭାରତୀୟମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ବିଶ୍ଵର ଅନ୍ୟ ଲୋକମାନଙ୍କ ଠାରୁ ଅଧିକ।

୬. କୌଣସି ପାଦ୍ରୀ, ପୂଜାରୀ, ଜ୍ୟୋତିଷ ବା ମୌଲବୀ ଆମକୁ କୌଣସି ରୋଗ ଠାରୁ ବଞ୍ଚାଇ ପାରିବେ ନାହିଁ ।

୭. ସ୍ୱାସ୍ଥ୍ୟକର୍ମୀ, ପୋଲିସ , ଶିକ୍ଷାବିତ୍, ପ୍ରଶାସନ କର୍ମଚାରୀ ହିଁ ଅସଲି ହିରୋ ।

୮. ବିନା ବ୍ୟବହାରରେ ସାରା ବିଶ୍ୱରେ ସୁନା , ରୂପା, ପେଟ୍ରୋଲ, ଡିଜେଲ୍ ର କୌଣସି ମୂଲ୍ୟ ନାହିଁ। ବର୍ତ୍ତମାନ ଏସବୁ ର ଦର ଓ ମୂଲ୍ୟ ନଗଣ୍ୟ । ବ୍ୟବହାର କମ୍ କରନ୍ତୁ, ଦର ଆପଣା ଛାଏଁ କମିଯିବ।

୯. ପ୍ରଥମ ଥର ପଶୁପକ୍ଷୀ ବି ଅନୁଭବ କଲେକି ଏ ପୃଥିବୀଟି ସେମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ।

୧୦. ପ୍ରଥମଥର ପାଇଁ ମହାନଗର ମାନଙ୍କ ପିଲାଙ୍କୁ ଅନୁଭବ ହେଲା ଯେ ସତରେ ତାରା ମାନେ ଆକାଶରେ ଉଜ୍ଵଳମାନ୍ ହୁଅନ୍ତି ।

୧୧. ବିଶ୍ଵର ଅଧିକାଂଶ କାମ ଘରେ ଥାଇ ବି କରାଯାଇପାରେ ।

୧୨. ଆମେ ଓ ଆମ ପିଲାମାନେ ବିନା ଜଙ୍କଫୁଡ୍ ରେ ବି ବଞ୍ଚି ପାରିବେ ଓ ସୁସ୍ଥ ମଧ୍ୟ ରହିପାରିବେ।

୧୩. ପରିଷ୍କାର ପରିଚ୍ଛନ୍ନ ଜୀବନଯାପନ କରିବା କଷ୍ଟକର ବ୍ୟାପାର ନୁହେଁ। କେବଳ ଇଛାଶକ୍ତିର ଆବଶ୍ୟକତା ରହିଛି।

୧୪. ରୋଷେଇ ପୁରୁଷ ମାନେ ବି କରିପାରିବେ।

୧୫. ଭାରତୀୟ ନାରୀ ମାନଙ୍କ ପାଇଁ ହିଁ ଘର ମନ୍ଦିର ବନି ପାରେ।

୧୬. କେବଳ କିଛି ଲୋକଙ୍କୁ ଛାଡି ଦେଲେ ଅଧିକାଂଶ ଭାରତୀୟ ଧନୀ ମାନଙ୍କ ଭିତରେ ମାନବତା ଭରି ରହିଛି।

୧୭. ଯୌଥ ପରିବାର ଏକକ ପରିବାର ଠାରୁ ବହୁତ ଭଲ।

୧୮. ପରିବାରଠୁ ଅଧିକ ଆପଣାର କେହି ନୁହଁନ୍ତି।

୧୯. ବିଦେଶୀ କମ୍ପାନୀ ମାନେ କେବଳ ଭାରତରୁ ଅର୍ଥ ନେବା ଜାଣନ୍ତି। ବିପଦ ସମୟରେ ଭାରତୀୟ କମ୍ପାନୀ ଗୁଡ଼ିକ ହିଁ ଅର୍ଥ ଓ ସମୟ ଦାନ କଲେ।

୨୦. ମାଆ ଓ ମାତୃଭୂମି ହିଁ ସର୍ବୋପରୀ ଅଟନ୍ତି।

 

 

 

କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି: ଜାରି ହେଲା ହେଲ୍ପଲାଇନ୍‌ ନମ୍ୱର

ଭୁବନେଶ୍ୱର: ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ । ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ ।

ସତ୍ୟନଗର ଛକରୁ କାଳୀ ମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଆଫ୍‌ ଇଣ୍ଡିଆାର ଅଫିସରର୍ସ କ୍ୱାର୍ଟର୍ସ, ବ୍ୟାଙ୍କ ଆଫ୍‌ ଇଣ୍ଡିଆାର ଅଫିସରର୍ସ କ୍ୱାର୍ଟର୍ସରୁ ସତ୍ୟନଗର ଛକରେ ଥିବା ବିଗ୍ ବଜାର ପର୍ଯ୍ୟନ୍ତ ଅଞ୍ଚଳ ସିଲ୍‌ କରାଯାଇଛି । ଏହା ଭିତରକୁ କାହାକୁ ଛଡ଼ାଯିବ ନାହିଁ । କି ବାହାର ଲୋକ ନିଷେଧାଞ୍ଚଳ ଭିତରକୁ ଆସିପାରିବେ ନାହିଁ । ବିଏମ୍‌ସି ପକ୍ଷରୁ ଲୋକଙ୍କୁ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଦିଆଯିବ । ଏହି କଣ୍ଟେନ୍‌ମେଣ୍ଟ ଜୋନ ଭିତରରେ ଥିବା ସମସ୍ତ ସରକାରୀଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଏ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଘରୁ ବାହାରିବା ମନା । ସମ୍ପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ୧୯୨୯ ହେଲ୍ପଲାଇନ୍ ନମ୍ୱର ଜାରି କଲା ବିଏମ୍‌ସି ।

ଆମେରିକରେ ସର୍ବାଧିକ ଆକ୍ରାନ୍ତ, ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ

ଭୁବନେଶ୍ୱର: ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଛି ଭୟଙ୍କର ଭୂତାଣୁ କରୋନା । ଏଯାବତ୍ ସାରା ବିଶ୍ୱରେ ମୋଟ ମୃତ୍ୟୁ ସଂଖ୍ୟା ୮୨ ଟପିଥିବା ବେଳେ ୧୪ ଲକ୍ଷ ୩୧ ହଜାର ୭୦୬ ଜଣ ଆକ୍ରାନ୍ତ ହୋଇଛନ୍ତି ।  ।  ତେବେ ଏହି ଭୟଙ୍କର ଭୂତାଣୁ କବଳରୁ ୩ ଲକ୍ଷ ୨ହଜାର ୧୫୦ ଜଣ ମୁକୁଳିଛନ୍ତି ବା ସୁସ୍ଥ ହୋଇଛନ୍ତି ।

ଅପରପକ୍ଷରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିଛି ଆମେରିକା । ଏଠାରେ ମୋଟ ୪ଲକ୍ଷ ୪୧୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ ହଜାର ୮୫୪ ଲୋକ ମୃତ୍ୟୁ ବରଣ କରିଛନ୍ତି । ଆମେରିକା ତଳକୁ ରହିଛି ସ୍ପେନ୍‌ । ଯେଉଁଠାରେ  ୧ଲକ୍ଷ ୪୧ ହଜାର ୯୪୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ୧୪ ହଜାର ୦୪୫ ଜଣଙ୍କ ଲୋକ ମୃତ୍ୟୁ ବରଣ କରିଛନ୍ତି । ତାଲିକାର ତୃତୀୟ ସ୍ଥାନରେ ରହିଛି ଇଟାଲୀ । ଯେଉଁଠାରେ ସର୍ବାଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ସେଠାରେ ଏ ଯାଏଁ ମୋଟ ୧୭ ହଜାର ୧୨୭ ଜଣ ମୃତ୍ୟୁ ବରଣ କରିଛନ୍ତି ଓ ୧ଲକ୍ଷ ୩୫ ହଜାର ୫୮୬ ଜଣ ଆକ୍ରାନ୍ତ ହୋଇଛନ୍ତି ।

୭୬ଦିନ ପରେ ଲକ୍ଷ୍ମଣ ରେଖା ଡେଇଁବେ ଉହାନର ଲୋକେ

ସମଗ୍ର ବିଶ୍ୱ ଏବେ କରୋନା ସହ ମୁକାବିଲା କରୁଛି । ଚାଇନାର ଉହାନରୁ ୭୬ ଦିନ ପରେ ଲକଡାଉନ୍ ଉଠାଯାଇଛି। ବୁଧବାର ତଥା ଆଜି ମଧ୍ୟ ରାତ୍ରିରୁ ଉହାନର ଲୋକମାନେ ଲକଡାଉନ୍ ର ଜେଲରୁ ମୁକ୍ତ ହେବେ। ଜାନୁଆରୀ ମାସ ୨୩ ତାରିଖରେ ସେଠାରେ ଲକଡାଉନର ଘୋଷଣା କରାଯାଇଥିଲା । କରୋନା ଜୀବାଣୁ ସଂସ୍ପର୍ଶରେ ଆସିବା ପରେ ସହରରେ ସମସ୍ତ ଲୋକେ ନାକାବନ୍ଦିରେ ଥିଲେ । ତେବେ ଆଜି ରାତିରେ ସେମାନେ ନିଜ ଘରୁ ମୁକ୍ତ ହେବେ ।

ଏହି ମହାମାରୀ ବ୍ୟାପିବା ପରେ ଉହାନରେ ୩୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ, ଉହାନରେ ୮୨ ହଜାରରୁ ଅଧିକ ଲୋକେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ରିପୋର୍ଟ ଅନୁସାରେ ଗତ କିଛି ସପ୍ତାହ ମଧ୍ୟରେ ସହରରେ କରୋନା ମାମଲା ତୀବ୍ର ଗତିରେ ହ୍ରାସ ପାଇଛି। ମଙ୍ଗଳବାର ପ୍ରକାଶିତ ସରକାରୀ ତଥ୍ୟ ଅନୁସାରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ୭୬ଦିନିଆ ଲକଡାଉନ୍ ସମୟରେ ଉହାନ ଲୋକଙ୍କୁ କଟକଣା ସହ ଘରୁ ବାହାରିବାକୁ ବାରଣ କରାଯାଇଥିଲା। ଏହି ଜରୁରୀକାଳିନ ସମୟ ମଧ୍ୟରେ, କେବଳ ଆବଶ୍ୟକ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଥିଲା । ଏହା ବ୍ୟତୀତ ସମଗ୍ର ସହରର ସୀମା ସିଲ୍ କରାଯାଇଥିଲା।

ଲକଡାଉନ୍ ସମାପ୍ତ ଯୋଗୁଁ ଉହାନ ସହରର ୟାଙ୍ଗଟେଜ୍ ନଦୀ କୂଳରେ ଏକ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଲକଡାଉନ୍ ଶେଷ ହେବା ଖୁସିରେ ଆନିମେଟେଡ୍ ଚିତ୍ର ସାହାଯ୍ୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ କରୋନା ରୋଗୀଙ୍କ ଫଟୋ ଅଙ୍କାଯାଇ ପ୍ରଦର୍ଶନ କରାଯାଇଛି । ଉହାନଙ୍କୁ ଏକ “ହିରୋଇକ୍ ସିଟି” ଭାବରେ ଦର୍ଶା ଯାଇଛି । କରୋନା ସହ ମୁକାବିଲା କରିଥିବାରୁ ସହରକୁ ବୀର ଭାବେ ଚିତ୍ରଣ କରାଯାଇଛି । ଲୋକମାନେ ଏହା ଦେଖି ବହୁତ ଉତ୍ସାହିତ ହୋଇଛନ୍ତି । ୭୬ ଦିନିଆ ଲକଡାଉନ୍ ପରେ ଏବେ ଲୋକେ ନିଶ୍ବାସ ନେଇଛନ୍ତି ।

ଭାରତରେ ବଢୁଛି କରୋନା ଭୟ…୪ହଜାର ୮ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ରରେ ହଜାରେ ପାର୍‌…ପଞ୍ଜାବ ଓ ଦିଲ୍ଲୀରେ ୫୦୦ରୁ ଅଧିକ ପଜିଟିଭ୍‌ କେଶ୍‌

ଭାରତରେ ବଢୁଛି କରୋନା ଭୟ…୪ହଜାର ୮ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃହାରାଷ୍ଟ୍ରରେ ହଜାରେ ପାର୍‌…ପଞ୍ଜାବ ଓ ଦିଲ୍ଲୀରେ ୫୦୦ରୁ ଅଧିକ ପଜିଟିଭ୍‌ କେଶ୍‌…ସେପଟେ ଇଟାଲୀ ପରେ ଆମେରିକାରେ ଦାଉ ସାଧୁଛି କରୋନା…

ବନ୍ଧୁମାନଙ୍କ ସହିତ ମତାନ୍ତର ହୋଇପାରେ…ପରିବାରରେ ଶାନ୍ତି ଓ ଆନନ୍ଦ ରହିବ

ଆଜିର ପଞ୍ଚାଙ୍ଗ

ଅପ୍ରେଲ୍‌ ୮ ତାରିଖ, ୨୦୨୦ ମସିହା, ବୁଧବାର, ମୀନ ୨୬ ଦିନ

୧୯୪୧ ଶକାଦ୍ଦ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌

ଚୈତ୍ର ମାସ,ଶୁକ୍ଳପକ୍ଷ,ପୂର୍ଣ୍ଣିମା,ବୁଧବାର

କନ୍ୟା ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ରହିବେ ବାୟୁ କୋଣରେ, ତେଣୁ ବାୟୁ କୋଣକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର – ବୃଷ ରାଶି ପୁରୁଷ ଏବଂ ଧନୁ ରାଶି ମହିଳା

ଘାତବାର- କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ

ଶୁଭ ସମୟ- ସକାଳ ୭ଟା ୧୫ ରୁ ସକାଳ ୮ଟା ୫୪ ମିନିଟ୍‌

ସକାଳ ୧୦ଟା ୩୫ ରୁ ଦିନ ୧୧ଟା ୩୫ ମିନିଟ୍‌

ଅଶୁଭ ସମୟ- ଦିନ ୧୨ଟା ଠାରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ

ମେଷ ରାଶି

ଅଶ୍ବିନୀ ମେଷ- ଆଜି ଅର୍ଥ ସହାୟତା ମିଳିବାର ଯୋଗ ରହିଛି

ଦ୍ବିଜା ନକ୍ଷତ୍ର- ଘରେ କିମ୍ବା ବାହାରେ କଳହ ହୋଇପାରେ, ଜଗି ରଖି ଚଳନ୍ତୁ

କୃତ୍ତିକା ନକ୍ଷତ୍ର- କୈାଣସି ସ୍ଥାନକୁ ଯାତ୍ରା କରିପାରନ୍ତି, ବନ୍ଧୁ ମିଳନ ବି ହୋଇପାରେ

ମା’ତାରିଣୀଙ୍କ ନାମକୁ ଜପ କରନ୍ତୁ ୧୧ ଥର, କାର୍ଯ୍ୟ ସିଦ୍ଧି ହେବ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- କୈାଣସି ସୂତ୍ରରୁ ଆପଣ ଶୁଭ ଖବର ପାଇପାରନ୍ତି

ରୋହିଣୀ ନକ୍ଷତ୍ର- ମନ ଅସ୍ଥିର ରହିବ,ରାସ୍ତାରେ ଅସୁବିଧା ଦେଖାଦେବ

ମୃଗଶିରା- ପ୍ରେମ ସଂପର୍କ ଅତି ମଧୁର ରହିବ

ମା’ଗୋଜବାୟାଣୀଙ୍କ ନାମକୁ ସ୍ମରଣ କରନ୍ତୁ

ମିଥୁନ ରାଶି

ମଗଶିରା ନକ୍ଷତ୍ର- ଗହ,ଭୂମି,ଜମି କିଣିବା ବା ବିକିବା ପାଇଁ ସୁଯୋଗ ରହିଛି

ଆଦ୍ରା ନକ୍ଷତ୍ର- ବନ୍ଧୁମାନଙ୍କ ସହିତ ମତାନ୍ତର ହୋଇପାରେ

ପୁନର୍ବସୁ ନକ୍ଷତ୍ର-ମହିଳାମାନଙ୍କ ପାଇଁ ଦିନଟି ଶୁଭ ରହିବ

ଶ୍ରୀଜଗନ୍ନାଥଙ୍କୁ ପୂଜା କରିବା ସହିତ ତାଙ୍କର ନାମକୁ ସ୍ମରଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- ଘରେ କିଛି ଆନନ୍ଦ ଉତ୍ସବ ପାଇଁ ବ୍ୟବସ୍ଥା ହୋଇପାରେ

ପୁଷ୍ୟ। ନକ୍ଷତ୍ର- ଭ୍ରମଣ ପାଇଁ ସୁଯୋଗ ଆସିପାରେ

ଅଶ୍ଳେଷା- ବିବାଦ ଭିତରେ ଦିନଟି କଟିବ, ଅର୍ଥ ସମସ୍ୟା ରହିବ

ମହାଦେବଙ୍କୁ ପୂଜା କରନ୍ତୁ, ରିଷ୍ଟ ଖଣ୍ଡନ ହେବ

ସିଂହ ରାଶି

ମଘା ନକ୍ଷତ୍ର- ପରିବାରରେ ଶାନ୍ତି ଓ ଆନନ୍ଦ ରହିବ,ଶୁଭ ଖବର ବି ମିଳିପାରେ

ପୂର୍ବାଫାଲଗୁନି- ବାଦବିବାଦ ଲାଗି ରହିବ,ଜିନିଷ ନଷ୍ଟ ବି ହୋଇପାରେ

ଉତ୍ତରାଫାଲଗୁନି- ଅଚାନକ ଧନ ମିଳିପାରେ

ପ୍ରଭୁ ଶ୍ରୀରାମ ଓ ଦେବୀ ସୀତାଙ୍କ ନାମକୁ ୩ ଥର ଜପ କରନ୍ତୁ, ବାଧାରୁ ରକ୍ଷା ମିଳିବ

କନ୍ୟା ରାଶି

ଉତ୍ତରାଫାଲଗୁନି ନକ୍ଷତ୍ର- ଶୁଭ ଖବର ସହିତ ଉତ୍ତମ ଭୋଜନ ବି ମିଳିବାର ଯୋଗ ରହିଛି

ହସ୍ତା ନକ୍ଷତ୍ର- ଅର୍ଥକୁ ନେଇ ସମସ୍ୟା ଦେଖାଦେବ

ଚିତ୍ରା ନକ୍ଷତ୍ର- ମାନସମ୍ମାନ ବୃଦ୍ଧି ପାଇବ, ଶୁଭ ଖବର ପାଇବେ

ହନୁମାନଙ୍କ ମନ୍ତ୍ର ୭ଥର ପାଠ କରି କାମ ଆରମ୍ଭ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ଦୁରଯାତ୍ରାକୁ ନେଇ ଚିନ୍ତାରେ ରହିବେ

ସ୍ବାତୀ ନକ୍ଷତ୍ର- ଶରୀର ଅସୁସ୍ଥ ରହିପାରେ, ଅର୍ଥରେ ସମସ୍ୟା ରହିବ

ବିଶାଖା ନକ୍ଷତ୍ର- ବନ୍ଧୁଙ୍କର ଆଗମନକୁ ନେଇ ଖୁସି ରହିବେ

ଶ୍ରୀରାମଙ୍କୁ ଧ୍ୟାନ କରନ୍ତୁ ଶୁଭ ଫଳ ପାଇବେ

ବିଛା ରାଶି

ବିଶାଖା ନକ୍ଷତ୍ର- ବିନା ପରିଶ୍ରମରେ ଧନ ପ୍ରାପ୍ତ ହେବ

ଅନୁରାଧା ନକ୍ଷତ୍ର- ପରିବାରରେ ଖୁସିର ପରିବେଶ ରହିବେ

ଜ୍ୟୋଷ୍ଠା ନକ୍ଷତ୍ର- ଅନେକ କାମ ଅଧାରେ ଅଟକିଯିବ, ଘରୁ ବାହାରିବାରେ ବାଧା ହେବ

ମା’ଦୁର୍ଗାଙ୍କର ଗାୟତ୍ରୀ ମନ୍ତ୍ର ୭ ଥର ପାଠ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର- ବାଧା ରହିଲେ ବି କାମରେ ସଫଳ ହେବ

ପୂର୍ବାଷାଢା- କୈାଣସି ବି କାର୍ଯ୍ୟରେ ସଫଳ ହେବେନାହିଁ

ଉତ୍ତରାଷାଢା- ସବୁ କାମ ଅତି ସହଜରେ ହୋଇଯିବ

ମହାଦେବଙ୍କର ଉପାସନା କରନ୍ତୁ ବାଧାରୁ ମୁକ୍ତି ପାଇବେ

ମକର ରାଶି

ଉତ୍ତରାଷାଢା- ଶାସ୍ତ୍ର ଓ ପୁରାଣରେ ସମୟ ଦେବେ

ଶ୍ରବଣା- କାମ ସବୁ ଅଧାରେ ଅଟକିଯିବ

ଧନିଷ୍ଠା ନକ୍ଷତ୍ର- ଆନନ୍ଦ ଉତ୍ସବରେ ଦିନଟି କଟିବ

ମା’ଗଙ୍ଗାଙ୍କର ନାମକୁ ସ୍ମରଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ସ୍ବାସ୍ଥ୍ୟଗତ ସମସ୍ୟା ରହୁଛି, ଖର୍ଚ୍ଚ ଅଧିକ ବଢିବ

ଶତଭିଷା ନକ୍ଷତ୍ର- କିଛି ଅଶୁଭ ଖବର ପାଇବେ, ଧୈର୍ଯ୍ୟ ରଖି କାମ କରିବେ

ପୂର୍ବଭାଦ୍ର- ବାହାରକୁ ଯାଆନ୍ତୁ ନାହିଁ, କଷ୍ଟ ପାଇବେ

ନାରାୟଣଙ୍କୁ ପୂଜା କରିବା ସହିତ ତାଙ୍କର ମନ୍ତ୍ର ଜପ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର- ଦାମ୍ପତ୍ୟ ଜୀବନ ସୁଖମୟ ରହିବ

ଉତ୍ତରଭାଦ୍ର- ପ୍ରେମ ସଂପର୍କ ମଜବୁତ୍‌ ରହିବ

ରେବତୀ ନକ୍ଷତ୍ର- ଘରେ ଅନେକ ଅସୁବିଧା ଦେଖାଦେବ

ମା’ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ଓ ତାଙ୍କର ନାମକୁ ସ୍ମରଣ କରନ୍ତୁ

 

ଜ୍ୟୋତିବିଦ୍‌ ବିପିନ୍‌ କୁମାର ରାଉତରାୟ

 

ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ଘରେ ବସି ଯୋଗଦେବେ ମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱକୁ ଦିଆଯାଉଛି ଗୁରୁତ୍ୱ । ସରକାର ସାମାଜିକ ଦୂରତା ରକ୍ଷା ପାଇଁ ସମସ୍ତଙ୍କୁ ସଚେତନ କରୁଛନ୍ତି । ସଂକ୍ରମଣ ଏଡ଼ାଇବାକୁ ଜରୁରୀକାଳୀନ ଅନୁଷ୍ଠାନ ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିଛି । ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଆସନ୍ତା ୯ ତାରିଖ ଗୁରୁବାର ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ୍ ବୈଠକ ।

ଗୁରୁବାର ବସିବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେଷ ଏହି ବୈଠକ ସକାଳ ୧୦ଟା ୪୫ରେ ବସିବ ବୋଲି ଜଣାପଡ଼ିଛି । ମହାମାରୀ କରୋନାକୁ ଦୃଷ୍ଟିରୁ ଏହି ବୈଠକ ଅଧିକ ଗୁରୁତ୍ୱ ବହନ କରୁଛି । ବୈଠକରେ ସ୍ୱାସ୍ଥ୍ୟ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିପାରେ ।

କେନ୍ଦ୍ରର ମୋଦି ସରକାରଙ୍କ ମଧ୍ୟ ସାମାଜିକ ଦୂରତା ରଖି ବୈଠକ କରିବା ସହ ଭିଡିଓ କନଫରେନ୍ସି ଜରିଆରେ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ରାଜ୍ୟକୁ ଫେରିଛନ୍ତି ୭୦ ଜଣ ତବଲିଗି, ସରକାରଙ୍କ ଠାରୁ ନେଉଛନ୍ତି ସ୍ୱାସ୍ଥ୍ୟ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିଜାମୁଦ୍ଦିନ ଫେରନ୍ତା ତବଲିଗିଙ୍କୁ ଅପିଲ୍ କରିବା ପରେ ସାମନାକୁ ୪୨ ଜଣ ଆସିଛନ୍ତି । ଏନେଇ କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ଏଥିସହ ରାଜ୍ୟରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି । ପୂର୍ବରୁ ୨୮ଜଣ ତବଲିଗି ରାଜ୍ୟକୁ ଫେରିଥିବା ସୂଚନା ମିଳିଥିଲା । ସେମାନେ ସରକାରଙ୍କୁ ଜଣାଇ ସ୍ୱାସ୍ଥ୍ୟଗତ ପରାମର୍ଶ ନେଉଛନ୍ତି । ଅନ୍ୟମାନେ ମଧ୍ୟ ଏହିଭଳି ସାମନାକୁ ଆସିବାକୁ ଅନୁରୋଧ କରିଛନ୍ତି ବାଗଚୀ । ଏହାକୁ ନେଇ କୌଣସି ଭୟ କିମ୍ବା ଲଜ୍ଜା କରିବାର ଆବଶ୍ୟକତା ନାହିଁ ।

ଅନ୍ୟପଟେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତଦେହ ପରିବାରକୁ ମିଳିବନି ବୋଲି ବାଗଚୀ କହିଛନ୍ତି । ଏନେଇ କେନ୍ଦ୍ର ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି । ଡାକ୍ତରଖାନାରେ ମୃତଦେହର ବ୍ୟବଚ୍ଛେଦ ଏବଂ ଡାକ୍ତର ରିପୋର୍ଟ ପରେ ଏହାକୁ ସରକାରଙ୍କୁ ହସ୍ତାନ୍ତର କରାଯିବ । ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୃତଦେହର ଅନ୍ତିମ ସଂସ୍କାର କରାଯିବ ।

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୭ଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ଆଉ ୨୭ଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯିବ । ସମସ୍ତ ୩୪ଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଶଯ୍ୟା ସଂଖ୍ୟା ୫୬୯୭କୁ ବୃଦ୍ଧି ପାଇବ । ତେଣୁ ଲୋକେ ଲକଡାଉନ ନିୟମକୁ କଡାକଡି ଭାବେ ମାନି ସୁସ୍ଥ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ବାଲେଶ୍ୱରର ମେକାନିକ୍ ତିଆରି କଲେ ମାନୁଆଲ ଭେଣ୍ଟିଲେଟର

ବାଲେଶ୍ୱର: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟକ ଭେଣ୍ଟିଲେଟର୍‌ ମିଳୁନାହିଁ । ଅଧିକରୁ ଅଧିକ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ ଖୋଲାଯାଉଥିଲେ ବି ଭେଣ୍ଟିଲେଟର ଅଭାବ ଯୋଗୁଁ ସମସ୍ୟା ଲାଗି ରହିଛି । ତେବେ ଜଣେ ଇଲେକ୍‌ଟ୍ରିକାଲ୍‌ ମେକାନିକ୍‌ ତିଆରି କରିଛନ୍ତି ଏକ ମାନୁଆଲ୍‌ ଭେଣ୍ଟିଲେଟର । ଯାହାକି କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଉପାଦେୟ ହେବ ବୋଲି ଚିକିତ୍ସା ବିଶେଷଜ୍ଞ ମତ ଦେଇଛନ୍ତି । ଏହି ଭେଣ୍ଟିଲେଟର ତିଆରିରେ ଖର୍ଚ୍ଚ ହୋଇଛି ମାତ୍ର ୭ ହଜାର ଟଙ୍କା ।

ମୋଟର ଘୁରୁଛି । ଆଉ ମାନୁଆଲ ଭେଣ୍ଟିଲେଟରରେ ଲଗିଥିବା ଟ୍ୟୁବ୍‌କୁ ଚାପି ଦେଉଛି ମୋଟର ସହିତ ସଂଯୋଗ ହୋଇଥିବା ପ୍ଲେଟ୍‌ । ଟ୍ୟୁବ୍‌ରେ ଲାଗିଥିବା ଅକ୍‌ସିଜେନ୍‌ ଟାଙ୍କିରୁ ପାଇପ୍‌ ଯୋଗେ ଅକ୍‌ସିଜେନ୍‌ ଯାଇ ରୋଗୀର ଫୁସ୍‌ଫୁସ୍‌ରେ ପହଞ୍ଚିଯାଉଛି । ଏମିତି କିଛି ଯନ୍ତ୍ରପାତି ବ୍ୟବହାର କରି ବାଲେଶ୍ୱରର ଇଲେକ୍‌ଟ୍ରିକ୍‌ ମେକାନିକ୍‌ ସକିଲ୍‌ ଖାନ୍‌ ମାନୁଆଲ୍‌ ଭେଣ୍ଟିଲେଟର ତିଆରି କରିଛନ୍ତି । ରୋଗୀର ଆବଶ୍ୟକତା ମୁତାବକ ଅକ୍‌ସିଜେନ୍‌ ମାତ୍ରା ବୃଦ୍ଧି ଓ କମା ଯାଇପାରିବ ।

ଭେଣ୍ଟିଲେଟର କରୋନା ରୋଗୀଙ୍କ ପାଇଁ  ବରଦାନ ପାଲଟିବ ବୋଲି ବିଶେଷଜ୍ଞ କହିଛନ୍ତି । ପ୍ରାୟ ୩୦ ବର୍ଷ ତଳେ ଏହାଠାରୁ ନିମ୍ନମାନର ଭେଣ୍ଟିଲେଟର ଦ୍ଵାରା ଚିକିତ୍ସା କରାଯାଉଥିଲା । ବିଶେଷଜ୍ଞଙ୍କ ଅନୁମୋଦନ ପରେ ସକିଲ୍‌ ଖାନ୍‌ ପ୍ରସ୍ତୁତ କରିଥିବା ଭେଣ୍ଟିଲେଟର ବ୍ୟବହାର କରାଯାଇ ପାରିବ ବୋଲି ଡାକ୍ତର ମତ ଦେଇଛନ୍ତି ।

କରୋନା ଭାଇରସ୍‌ର ସଂକ୍ରମୃଣ ରୋକିବା ଓ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏହି ସମୟରେ ଏହି ମାନୁଆଲ୍‌ ଭେଣ୍ଟିଲେଟର ଚିକିତ୍ସାରେ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି ।

 

ରାମାୟଣକୁ କାହିଁକି ପସନ୍ଦ କରୁନ ଥିଲେ ପିତାମହ ଭିଷ୍ମ ?

ମୁମ୍ବାଇ: ଲକଡାଉନ୍ କାରଣରୁ ରମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ପୌରାଣିକ ସିରିଏଲ ’ରାମାୟଣକୁ ପୁଣି ଥରେ ପ୍ରସାରଣ କରାଯାଉଛି । ପୂର୍ବ ଭଳି ରାମାୟଣ ଏବେ ମଧ୍ୟ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏହା ଟିଆରପିରେ ରି-ଟେଲିକାଷ୍ଟ ସହିତ ଏକ ରେକର୍ଡ ସୃଷ୍ଟି କରିଛି । କିନ୍ତୁ ଆପଣ ଜାଣନ୍ତି କି ଜଣେ ସୁନାମଧନ୍ୟ ଅଭିନେତା ମୁକେଶ ଖାନ୍ନାଙ୍କୁ ପ୍ରଥମେ ଏହି ରାମାୟଣ ପସନ୍ଦ ନଥିଲା ।

ଆପଣ ଭାବୁଥିବେ ମୁକେଶ ଖାନ୍ନାଙ୍କୁ କାହିଁକି ରାମାୟଣଙ୍କୁ ପସନ୍ଦ କରୁନଥିଲେ ? ଯେଉଁଠି ପୂରା ଦେଶ ଏହା ପ୍ରଥମ ପସନ୍ଦ ଥିବା ବେଳେ ମୁକେଶ ଖାନ୍ନା କାହିଁକି ଏହାକୁ ପସନ୍ଦ କରୁନଥିଲେ । ଏକ ସାକ୍ଷାତକାରରେ ସେ ଏହାର କାରଣ ପ୍ରକାଶ କରିଛନ୍ତି । ସେ କହିଛନ୍ତି- ମୁଁ ସ୍ୱୀକାର କରୁଛି ଯେ, ମୁଁ ରାମାୟଣକୁ କେବେବି ପସନ୍ଦ କରୁନଥିଲି । ମୋତେ ଲାଗେ ଯେପରି ମୁଁ ବିଜେପିର ଏବଂ ରାମାୟଣ କଂଗ୍ରେସର । ଯେତେବେଳେ ବି ମୁଁ ରାମାୟଣ ଦେଖୁଥିଲି, ମୁଁ ଭାବୁଥିଲି କାହିଁକି ରାମାନନ୍ଦ ସାଗର ଏମିତି ଏକ ଶୋ ’ପାଇଁ ମନବଳାଇ ଛନ୍ତି । ମୁଁ ମହାଭାରତ ଦେଖିବାକୁ ଭଲ ପାଉଥିଲି କାରଣ ଏଥିରେ ସବୁକିଛି ଶୀଘ୍ର ହେଉଥିଲା ସେ କ୍ଲାଇମାକ୍ସ ହେଉ କି ଯୁଦ୍ଧ ସବୁ କିଛି ଶୀଘ୍ର ଶୀଘ୍ର ହେଉଥିଲା ଯେବେ କି ରାମାଯଣରେ ତାହା ବିଳମ୍ବରେ ହେଉଥିଲା  ।

https://www.instagram.com/p/Brpy5S7n5wv/?utm_source=ig_embed

‘ମୁଁ ବର୍ତ୍ତମାନ ରାମାୟଣର ପୁନଃ ପ୍ରସାରଣ ଦେଖିବା ଆରମ୍ଭ କରିଛି। ଏହି ଶୋ କିପରି ହୋଇଛି ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ପ୍ରତ୍ୟେକ ଦୃଶ୍ୟ ପରେ ରବିନ୍ଦ୍ର ଜୈନଙ୍କ ଚୌପାଇ ଏହାକୁ ଅଧିକ ଚମତ୍କାର କରୁଛି ।  । ଏହାର କିଛି ଦୃଶ୍ୟ ଦେଖିବା ପରେ ମୋ ଆଖି ଓଦା ହେଇଗଲା । ବର୍ତ୍ତମାନ ମୁଁ ରାମାୟଣକୁ ବହୁତ ପସନ୍ଦ କରୁଛି ।  ଅରୁଣ ଗୋଭିଲ ଏକ ଚମତ୍କାର କାର୍ଯ୍ୟ କରିଛନ୍ତି । ଏବଂ ସେ କହିଥିଲେ ସୀତା, ଭାରତ, ଜନକ, ଦଶରଥ, ପୁରା ୟୁନିଟ ପ୍ରକୃତରେ ଚମତ୍କାର ।

ମହାଭାରତରେ ମୁକେଶ ଖାନ୍ନା ଭୀଷ୍ମ ପିତାମହ ଭୂମିକାରେ ଅଭିନୟ କରିଥିଲେ । ସେ ବିଶ୍ୱାସ କରନ୍ତି ଯେ ରାମାୟଣ ଏକ ଭାବପ୍ରବଣ ବିଷୟ ହୋଇଥିବାବେଳେ ମହାଭାରତ ଏକ ଦୃଢ ଚିନ୍ତାଧାରା । କିନ୍ତୁ ବର୍ତ୍ତମାନ ସେ ତାଙ୍କର ଭୁଲ ଅନୁଭବ କରିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ଛୋଟ ଛୋଟ ବିବରଣୀ ଦେଖାଇବାରେ ରାମାନନ୍ଦ ସାଗର ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିବେ ନିଶ୍ଚୟ ଏବଂ ଏହା କରିପାରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ ।