ବିନା ଭକ୍ତରେ ଗଡ଼ିଲା ରଥ: ପୁରୀ ସହରରେ ମୁତୟନ ହୋଇଥିଲା ୭୫ ପ୍ଳାଟୁନ୍ ଫୋର୍ସ
ପୁରୀ: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ନବ ଦିନାତ୍ମକ ଘୋଷଯାତ୍ରା । ପ୍ରଥମ ଥର ପାଇଁ ବିନା ଭକ୍ତ ଓ କଡ଼ା ସୁରକ୍ଷାବଳୟରେ ଶରଧାବାଲିରେ ଲାଗିଛି ତିନି ରଥ । ତେବେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା କରାଇବା ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ତେବେ ଶରଧାବାଲି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଥିବାବେଳେ ସହରରେ କଟକଣା କୋହଳ କରାଯାଇଛି । ଏହାସହ ଗ୍ରାମାଞ୍ଚଳରେ ମଧ୍ୟ କଟକଣାକୁ କୋହଳ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି ।

ଚ୍ୟାଲେଞ୍ଜ ଭିତରେ ସରିଲା ଘୋଷଯାତ୍ରା । ପୋଲିସ ସୁରକ୍ଷା ବଳୟରେ ଥିଲା ଶ୍ରୀକ୍ଷେତ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଘୋଷଯାତ୍ରା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପୋଲିସ କରିଥିଲା ସୁରକ୍ଷା ରଣନୀତି । ପୁରୀ ସହରରେ ମୁତୟନ ହୋଇଥିଲା ୭୫ ପ୍ଲାଟୁନ ଫୋର୍ସ । ରଥ ଓ ପଥରେ ସବୁଠି କଡ଼ା ନଜର ରଖିଥିଲା ପୋଲିସ । ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ଦେଢ ଶହ ପ୍ଲାଟୁନ ଫୋର୍ସ ସହ ସିସିଟିଭିରେ ରଖାଯାଇଥାଏ ଯାତ୍ରା ଉପରେ ନଜର । ଫ୍ରଣ୍ଟ ଲାଇନରେ ଥିଲା ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ ।
ପୁରୀରେ ରଥଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି । ନନ୍ଦିଘୋଷ ରଥ ପାଇଁ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ସୁଭଦ୍ରା ରଥ ପାଇଁ ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜ ଓ ବଳଭଦ୍ରଙ୍କ ରଥ ସୁରକ୍ଷା ଦାୟିତ୍ୱରେ ପୁରୀ ଏସପି ଉମାଶଙ୍କର ଦାଶ ଅଛନ୍ତି । ପୁରୀରେ କଟକଣା ଭିତରେ ରଥଯାତ୍ରା ସଂପନ୍ନ କରିବା ପାଇଁ ସୋମୃବାର ରାତି ୯ଟାରୁ ବୁଧବାର ୨ଟା ପର୍ଯ୍ୟନ୍ତ ୪୧ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିଥିଲେ ରାଜ୍ୟ ସରକାର ।
ଯାତ୍ରା ପାଇଁ ପୁରୀ ସହରର ସମସ୍ତ ଗଳିକନ୍ଦି ସହିତ ପ୍ରବେଶ ପଥକୁ ସିଲ କରିଦିଆଯାଇଛି । ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ, ପୁରୀ-ବ୍ରହ୍ମଗିରି ରାସ୍ତାକୁ ସିଲ କରିଦେଇଥିଲା ପୋଲିସ । ସୁରକ୍ଷିତ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସୋମବାର ବଡ଼ଦାଣ୍ଡରୁ ଅପରାହ୍ନ ୪ଟା ସୁଦ୍ଧା ସମସ୍ତ ଅସ୍ଥାୟୀ ଦୋକାନ ଖାଲି କରାଯାଇଥିଲା । ବାହାରକୁ ନବାହାରିବା ପାଇଁ ଡାକବାଜି ଯନ୍ତ୍ରରେ ନିବେଦନ କରିଥିଲା ପୋଲିସ ।
ପ୍ରଶାସନର ସବୁ ନିର୍ଦ୍ଦେଶକୁ ପୁରୀ ବାସୀ ଅକ୍ଷରେ ଅକ୍ଷରେ ପାଳନ କରିବା ସହ ସରକାରଙ୍କ ନିର୍ଦ୍ଦେଶ ମାନି ବାହାରକୁ ବାହାରିନଥିଲେ । କିପରି କାଳିଆର ଘୋଷଯାତ୍ରା ସମ୍ପନ୍ନ ହେବ ସେ ନେଇ କେବଳ ପ୍ରାର୍ଥନା କରିଥିଲେ । ଶାନ୍ତିଶୃଙ୍ଖଳାର ସହ ଘୋଷଯାତ୍ରା ସମ୍ପନ୍ନ ହେବା ସହ ନିର୍ଦ୍ଧାରିତ ସମୃୟ ପୂର୍ବରୁ ଶରଧାବାଲିରେ ତିନି ରଥ ପହଞ୍ଚିଯାଇଥିଲା ।
ଭାଇରାଲ ହେଲା ଅଭିନେତ୍ରୀଙ୍କ ମେଲ ଭର୍ସନ, ଟ୍ରୋଲର କହୁଛନ୍ତି ଦେଖିବାକୁ ବାପାଙ୍କ ଭଳି
ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ସେଲିବ୍ରିଟି ମାନଙ୍କର ଲୁକ୍କୁ ନେଇ ଚର୍ଚ୍ଚା ଯୋର ଧରିଛି । ମେଲ୍ ବଡିରେ ଫିମେଲ୍ ଲୁକ୍ ଦେଇ ଟ୍ରୋଲ ହେଉଛନ୍ତି କ୍ରିକେଟରଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି । କିଛି ଦିନ ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟରଙ୍କ ଲୁକ୍ରେ ଫିମେଲ ଲୁକ୍ ଦେଇ ଖେଳାଳୀଙ୍କୁ ଟ୍ରୋଲ କରାଯାଇଥିଲା । ଏବେ କିନ୍ତୁ ବଲିଉଡ଼ ଜଗତର ଆଗଧାଡ଼ିର ଅଭିନେତ୍ରୀମାନେ ଏହାର ଶିକାର ହୋଇଛନ୍ତି । କହିବାକୁ ଗଲେ କ୍ରିକେଟରଙ୍କ ମହିଳା ଲୁକ୍ ପରେ ବଲିଉଡ ଅଭିନେତ୍ରୀଙ୍କ ମେଲ ଲୁକ୍ ମଧ୍ୟ ଚର୍ଚ୍ଚାରେ ରହିଛି । ଦୀପିକା ପାଦୁକୋନ, ସୋନମ କପୁର ଠାରୁ କଙ୍ଗନା ରାନାୱତଙ୍କ ପର୍ଯ୍ୟନ୍ତ ଅନେକ ବଲିଉଡ ଅଭିନେତ୍ରୀଙ୍କ ମେଲ୍ ଭର୍ସନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୁରୁଷ ମାନଙ୍କ ଭଳି ଛୋଟ କେଶ, ଦାଢ଼ି ଏବଂ ନିଶରେ ଅଭିନେତ୍ରୀମାନେ ନଜର ଆସୁଛନ୍ତି । ଆଉ ଏଭଳି କରୁଛନ୍ତି କିଛି ମଜାକିଆ ଫ୍ୟାନ୍ସ ।
https://www.facebook.com/SakhtLondaz/posts/1543110445861372
ଦୀପିକା ପାଦୁକୋନ ଦାଢ଼ି-ନିଶ ଏବଂ ଆର୍ମି ଷ୍ଟାଇଲ ହେୟାର କଟରେ ଟ୍ରୋଲ ହୋଇଥିବା ଦେଖିବାକୁ ମିଳିଛି । ଲୋକମାନେ ଏହି ଫଟୋ ସବୁକୁ ଦେଖି ହସି ହସି ନାକେଦମ ହେଉଛନ୍ତି । ଏହାପୂର୍ବରୁ ସ୍ୱାମୀ ରଣଭୀର ସିଂଙ୍କ ସହ ଦୀପିକାଙ୍କ ସହ ବଢ଼ି ଦୃଶ୍ୟ ମଧ୍ୟ ଭାଇରାଲ ହୋଇଥିଲା । ଦୀପିକାଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ, ସୋନମ କପୁର, କଙ୍ଗନା ରାନାୱତ, କ୍ରିତି ସାନନ, ୟାମି ଗୌତମ, ଦିଶା ପଟାନୀ, ଐଶ୍ୱର୍ଯ୍ୟା ରାୟ, ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍, କିଆରା ଆଡଭାନୀ, ଶ୍ରଦ୍ଧା କପୁର, ପ୍ରେସି ଦେଶାଇ, ତାପସୀ ପନ୍ନୁ, ପାରାନେ ପାଣ୍ଡେ, , ଉର୍ବଶୀ ରୋତେଲାଙ୍କ ମେଲ୍ ଭର୍ସନ ଫଟୋ ମଧ୍ୟ ଏଥିରେ ସାମିଲ ରହିଛି । ଏମାନଙ୍କୁ ଦାଢ଼ି ନିଶ ସହ ହେୟାରକଟ ମସ୍ତ ଲୁକ ଦେଉଛି । ଫେସବୁକରେ ଜଣେ ବ୍ୟକ୍ତି ଏହି ଫଟୋ ଉପରେ କମେଣ୍ଟ ଦେଇ କହିଛନ୍ତିଯେ ଯେତେବେଳେ କେହି କୁହନ୍ତି-ଇଏ ତାଙ୍କ ବାପାଙ୍କ ଉପରେ ଯାଇଛି..
ନେପାଳର ନୂଆ ନକ୍ସାକୁ ସମର୍ଥନ କରି ଫସିଲେ ମନିଷା କୋଇରାଲା
ନୂଆଦିଲ୍ଲୀ: ଭାରତ-ନେପାଳ ସୀମା ବିବାଦ ଜଟିଳ ହେବା ପରେ ନେପାଳ ସରକାର ଜାରି କରିଥିବା ନୂଆ ନକ୍ସାକୁ ବଲିଉଡ ଅଭିନେତ୍ରୀ ମନିଷା କୋଇରାଲା ସମର୍ଥନ କରିଛନ୍ତି । ସଂସଦର ଅନୁମୋଦନ ପରେ ଚଳିତ ମାସରେ ନେପାଳ କଳାପାଣୀ, ଲିପୁଲେକ ଓ ଲିମ୍ପିୟାଧୁରାକୁ ନେପଳ ନିଜ ମାନଚିତ୍ରରେ ଦର୍ଶାଇଛି । ଗତ ମଇ ମାସରେ ଭାରତ ଲିପୁଲେକ ନିକଟରେ ସଡକ ନିର୍ମାଣ କାମ ଆରମ୍ଭ କରିବା ପରେ ନେପାଳ ଭାରତର ଏହି କାର୍ଯ୍ୟକଳାପକୁ ନେପାଳର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ବୋଲି କହି ବିରୋଧ କରିଥିଲା । ଏହାପରେ ଭାରତ ସଫେଇ ଦେଇ କହିଥିଲା ଯେ ଭାରତ ନିଜ ଭୂଭାଗର ସୀମା ମଧ୍ୟରେ ହିଁ ଭିତ୍ତିଭୂମି ନିର୍ମାଣ କରୁଛି, ଏହା ନେପାଳର ଆଭ୍ୟନ୍ତରୀଣ ମାମଲା ହସ୍ତକ୍ଷେପ ନୁହେଁ । ସେହିଭଳି ଦୁଇ ଦେଶ ମଧ୍ୟରେ କୁଟନୈତିକ ଆଲୋଚନା କରି ଏହି ସମସ୍ୟାର ସମାଧାନ କରି ଦିଆଯିବ ବୋଲି ଭାରତ ଆଶ୍ୱସ୍ତ କରିଥିଲା । କିନ୍ତୁ ନେପାଳ କୁଟନୀତିକ ଆଲୋଚନା ନସରିବା ପୂର୍ବରୁ ହିଁ ନୂଆ ନକ୍ସା ଜାରି କରିଛି ।
https://twitter.com/harshva66170089/status/1274911311374086145?ref_src=twsrctfwtwcamptweetembedtwterm1274911311374086145&ref_url=httpswww.wionews.comentertainmentmanisha-koirala-tweets-about-nepal-gets-flak-from-indians-on-twitter-307873
ଅଭିନେତ୍ରୀ ମନିଷା କୋଇାରାଲା ନେପାଳ ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ କରି ଏକ ଟୁଇଟ୍ କରିଛନ୍ତି । ଟୁଇଟର ଉଲ୍ଲେଖ ରହିଛି ଯେ, କ୍ଷେତ୍ରୀୟ ସାର୍ବଭୌମତ୍ୱ + ରାଜନୀତିକ ସାର୍ବଭୌମତ୍ୱ + ଆର୍ଥିକ ସାର୍ବଭୌମତ୍ୱ =ସାର୍ବଭୌମ ରାଷ୍ଟ୍ର । ତାଙ୍କ ପୋଷ୍ଟରେ ଜଣେ ଟୁଇଟର ୟୁଜର ତାଙ୍କୁ ପୋଷ୍ଟଟି ନେପାଳର ସ୍ଥିତିକୁ ନେଇ ହୋଇଛି କି ବୋଲି ପ୍ରଶ୍ନ କରିବା ପରେ ମନିଷା ଏହାର ଉତ୍ତର ରଖି ଲେଖିଛନ୍ତି ଯେ, ମୁଁ କେବଳ ଏତିକି ଭାବୁଥିଲି ଆଜି ନେପାଳର ସ୍ଥିତି କ’ଣ ଓ ଭବିଷ୍ୟତରେ ନେପାଳ ଏହି ପ୍ରସଙ୍ଗରେ କେଉଁ ଦିଗ ଆଡକୁ ମୁହାଁଇବ । ଏକଥା କହୁନି ଯେ ଏହି ନିଷ୍ପତ୍ତି ଠିକ କିମ୍ୱା ଭୁଲ୍ । ଏମତି କେବଳ ଭାବନା ଆସିଲା ।

ଏହାପରେ ଖୁବ୍ କମ୍ ସମୟ ମଧ୍ୟରେ ମନୀଷା କୋଇରାଲାଙ୍କ ଟ୍ୱିଟରରେ ସମାଲୋଚନା ହେବା ପରେ ସେ ଘଟଣା ଉପରେ ସଫାଇ ମଧ୍ୟ ଦେଇଛନ୍ତି । ନିଜ ଟ୍ୱିଟରରେ ଲେଖିଛନ୍ତି, ହୃଦୟରୁ ଅନୁରୋଧ ମୋ ବିରୋଧରେ ଆକ୍ରାମକ ଓ ଅପମାନଜନକ ଶଦ୍ଦର ବ୍ୟବହାର କରନ୍ତୁ ନାହିଁ । ଏବେକା ସ୍ଥିତିରେ ଆମେ ପରସ୍ପର ସହ ଅଛେ । ଆମ ସରକାର ଏହି ବିବାଦର ସମାଧାନ କରିଦେବେ । ଆମେ ଏହି ସମୟରେ ସଭ୍ୟ ଭଳି ବ୍ୟବହାର କରିପାରିବା ।
କୋଭିଡ କଟକଣା ମଧ୍ୟରେ ସରିଲା ରଥଟଣା: ଟେଲିଭିଜନ୍ ମାଧ୍ୟମରେ ଦର୍ଶନ କଲେ ଭକ୍ତ
ପୁରୀ: ସୁରୁଖୁରୁରେ ସରିଲା ରୀତିନୀତି । କୋଭିଡ କଟକଣା ଭିତର ସମ୍ପାଦିତ ହେଲା ରଥଟଣା । ଶରଧାବାଲିରେ ପହଞ୍ଚିଲା ୩ ରଥ । ଭକ୍ତଙ୍କୁ ବଡ଼ଦାଣ୍ଡ ମନା ଥିବା ବେଳେ ଟେଲିଭିଜନ୍ ମାଧ୍ୟମରେ ଶ୍ରୀଜିଉଙ୍କୁ କଲେ ଦର୍ଶନ । ପୂର୍ବ ନିର୍ଦ୍ଧରିତ ସମୟ ଅନୁଯାୟୀ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ ଲାଗି, ତଡ଼ପ ଲାଗି, ରୋଷ ହୋମ, ଅବକାଶ ନୀତି, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ବେଶ, ଗୋପାଳ ବଲ୍ଲଭ ଓ ସକାଳ ଧୂପନୀତି, ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ପରେ ରଥ ଚକଡ଼ାକୁ ସାନିଟାଇଜ୍ କରାଯାଇଥିଲା ଏହାପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ।
କଟକଣା ଯୋଗୁ ପୁରୀରେ ଭକ୍ତ ଘର ଭିତରୁ, ବଡ଼ଦାଣ୍ଡ ସଂଲଗ୍ନ ଗଳିକନ୍ଦିରେ ନିର୍ମିତ ବ୍ୟାରିକେଡ୍ ପାଖରୁ ଚାତକ ନୟନରେ ଚାହିଁ ରହିଥିଲେ । ଅପରପକ୍ଷରେ ସେବାୟତ ପୋଲିସ, ସମସ୍ତଙ୍କ ମୁହଁରେ ଥିଲା ମାସ୍କ । ଶେଷରେ ଉପନୀତ ହୋଇଥିଲା ସେ ମାହେନ୍ଦ୍ର ମୁହୂର୍ତ୍ତ । ପୁଷ୍ପ ସୁସଜ୍ଜିତ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ବାହାରି ଆସିଥିଲେ ଶ୍ରୀସୁଦର୍ଶନ ।

ସେବାୟତମାନେ ତାଙ୍କୁ କାନ୍ଧରେ ବସାଇ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରାଇଥିଲେ । ପରେପରେ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥ- କାଳିଆ ସାଆନ୍ତ ।

କଟକଣା ଯୋଗୁ ଚଳିତବର୍ଷ ନୃତ୍ୟଶିଳ୍ପୀଙ୍କୁ କର୍ଡନ ଭିତରକୁ ଅନୁମତି ମିଳିନଥିଲା, ଆଉ ଯାହାଙ୍କୁ ମିଳିଥିଲା ସେ ନୃତ୍ୟମୁଦ୍ରାରେ ସମ୍ପୂର୍ଣ୍ଣ ଭାବରେ ଶ୍ରୀଜିଉଙ୍କ ନିକଟରେ ନିଜକୁ ସମର୍ପଣ କରିଦେଉଥିଲେ । ସିଂହଦ୍ଵାର ଭିତରୁ ଶ୍ରୀଜଗନ୍ନାଥଙ୍କ ଟାହିଆ ଦର୍ଶନ ମାତ୍ର ସମସ୍ତଙ୍କ ମଧ୍ୟରେ ଭକ୍ତିର ଉଦ୍ବେଳନ ସୃଷ୍ଟି ହୋଇଥିଲା ।

କଟକଣା ଯୋଗୁ ପୁରୀ ଯାଇ ନପାରି ଘରେ ବସି ଟେଲିଭିଜନରେ ଦର୍ଶନ କରୁଥିବା ଭକ୍ତ ଓ ପୁରୀରେ ବଡଦାଣ୍ଡ ସଂଲଗ୍ନ ଘର ଭିତରୁ ବଡ଼ଦାଣ୍ଡକୁ ଚାହିଁ ବସିଥିବା ଭକ୍ତଙ୍କ ଭିତରେ ସୃଷ୍ଟି ହୋଇଥିଲା ଅଦ୍ଭୁତ ଭାବାବେଗ । ଜୟ ଜଗନ୍ନାଥ କହି ସମର୍ପଣ ଭାବରେ ଦୁଇ ହାତ ଉଠି ଯାଇଥିଲା ଉପରକୁ । ଦୂର ବ୍ୟାରିକେଡ୍ ପାଖରେ ଅପେକ୍ଷା କରିଥିବା ଭକ୍ତ ଭାବବିହ୍ୱଳ ହୋଇ ଭୂମିରେ ଲୋଟି ପଡୁଥିଲେ ।
ଭିଡ଼ ନଥିଲା, ସୀମିତ ଥିଲେ ସେବାୟତ ଓ ପୋଲିସ । ତଥାପି ସମସ୍ତେ ଥିଲେ ଉତ୍ସାହିତ । ତାଳଧ୍ୱଜ ରଥରେ ଶ୍ରୀବଳଭଦ୍ର, ଦର୍ପଦଳନରେ ଦେବୀ ସୁଭଦ୍ରା ଓ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥ ବିଜେ କରିବା ପରେ ନନ୍ଦିଘୋଷରେ ମଦନମୋହନ ବିଜେ କରିଥିଲେ । ତିନିରଥ ଉପରେ ଶ୍ରୀଜିଉଙ୍କୁ ଚିତାଲାଗି, ବେଶ ଓ ଅନ୍ୟନୀତି ପରେ ତିନି ରଥକୁ ଯାଇ ଦର୍ଶନ କରିଥିଲେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।
ଏହାପରେ ଶ୍ରୀନଅରରୁ ତାମଯାନରେ ବାହାରିଥିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଗଜପତି ମହାରାଜା ଛେରା ପହଁରା କରିଥିଲେ । ଆରମ୍ଭ ହୋଇଥିଲା ରଥଟଣା ପାଇଁ ପ୍ରସ୍ତୁତି । ଗୋଟିଏ ପରେ ଗୋଟିଏ ରଥରୁ ଚାରମାଳ ଫିଟା ଯାଇଥିଲା । ତିନିରଥରେ ଘୋଡ଼ା ଓ ସାରଥି ଲାଗିବା ପରେ ଅପେକ୍ଷା ଥିଲା ଡାହୁକଙ୍କ ନିର୍ଦ୍ଦେଶକୁ ।

ନିର୍ଦ୍ଦେଶ ମିଳିବା ମାତ୍ର ଘଣ୍ଟଘଣ୍ଟା ନାଦରେ ସେବାୟତମାନେ ଜୟ ଜଗନ୍ନାଥ ଉଚ୍ଚାରଣ କରି ଆରମ୍ଭ କରିଥିଲେ ରଥଟଣା । ବିଧି ଓ ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ସୀମିତ ସଂଖ୍ୟକ ସେବାୟକ ସାମାଜିକ ଦୂରତା ରକ୍ଷା କରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ।

ପ୍ରବଳ ଖରାରୁ ରକ୍ଷା ପାଇଁ ସେବାୟତ ଓ ସୁରକ୍ଷାକର୍ମୀଙ୍କ ଉପରେ ଜଳ ସିଞ୍ଚନ କରାଯାଉଥିଲା । ସାନିଟାଇଜ୍ କରାଯାଉଥିଲା । ବଡ଼ଦାଣ୍ଡ ଥିଲା ଭକ୍ତଶୂନ୍ୟ । ମନେ ହେଉଥିଲା ସତେ ଯେମିତି ଶୂନ୍ୟ ଶୂନ୍ୟ ଗଡ଼ି ଯାଉଥିଲେ ତିନିରଥ । ଶୂନ୍ୟତା ଭିତରେ ଯେମିତି ଖୁନ୍ଦି ହୋଇଥିଲା ଭକ୍ତିଭାବ । ଭକ୍ତର ଭାବକୁ ଗ୍ରହଣ କରିବା ପାଇଁ ଭାବ ବିନୋଦିଆ ଅପଲକ ନେତ୍ରରେ ଚାହିଁ ରହିଥିଲେ ।

ଅଦୃଶ୍ୟରେ, ହୃଦୟରେ ଚାଲିଥିଲା ଭକ୍ତ ଓ ଭଗବାନଙ୍କ ମିଳନ । ବଡ଼ଦାଣ୍ଡ ଜନଶୂନ୍ୟ ସତ୍ତ୍ୱେ ତିନି ରଥର ଚାରିପଟେ କର୍ଡନ କରି ଜଗିରହିଥିଲେ ସୀମିତ ସଂଖ୍ୟକ ପୋଲିସ କର୍ମଚାରୀ। ସୀମିତ ସେବାୟତ ତିନି ରଥକୁ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ନୀତିନିର୍ଘଣ୍ଟ ପୂର୍ବରୁ ଆରମ୍ଭ ଓ ସଂପୂର୍ଣ୍ଣ ହୋଇଥିଲା ସବୁ ରୀତିନୀତି ।
କରୋନା ସଂକ୍ରମିତ ହେଲେ ବିଶ୍ୱର ଏକ ନମ୍ବର ଟେନିସ୍ ତାରକା ଜୋକୋଭିଚ୍
ବିଶ୍ୱର ଏକ ନମ୍ୱର ପୁରୁଷ ଟେନିସ ଖେଳାଳୀ ନୋଭାକ୍ ଜୋକୋଭିଚ୍ କରୋନା କବଳରେ ପଡିଛନ୍ତି । ମଙ୍ଗଳବାର ସେ କରୋନା ଟେଷ୍ଟିଂରେ ପଜେଟିଭ ଜଣାପଡିବା ପରେ ନିଜେ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ଜେଲେନା ମଧ୍ୟ କରୋନା ସଂକ୍ରମିତ ବୋଲି ଜଣାପଡିଛି । ଜୋକୋଭିଚ୍ କହିଛନ୍ତି ଯେ ବେଲଗ୍ରେଡରେ ପହଞ୍ଚିବା ପରେ ମୋ ସମେତ ପୁରା ପରିବାରର କରୋନା ଟେଷ୍ଟିଂ କରାଯାଇଥିଲା । ମୁଁ ଓ ମୋର ପତ୍ନୀ ସଂକ୍ରମଣର ଶୀକାର ହୋଇଥିବା ବେଳେ ପିଲାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ନିକଟ ଅତୀତରେ ସର୍ବିଆ ଓ କ୍ରୋଶିଆ ମଧ୍ୟରେ ହୋଇଥିବା ପ୍ରଦର୍ଶନୀ ମ୍ୟାଚର ସେ ଭାଗ ନେଇଥିଲେ । ତେବେ କରୋନା ସଂକ୍ରମଣ ବୋଲି ଜଣାପଡିବା ପରେ ସେ କହିଛନ୍ତି ଯେ, ମୋଠାରେ କରୋନା ନେଇ କୌଣସି ଲକ୍ଷଣ ଦେଖାଯାଉ ନଥିଲା । ସେହିଭଳି ସଂକ୍ରମଣ ସମ୍ପର୍କରେ ଅବଗତ ନଥାଇ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କଥା ସ୍ୱୀକାର କରିଥିବା ବେଳେ ତାଙ୍କ ଅଜାଣତରେ ହୋଇଥିବା ଭୁଲ୍ ପାଇଁ କ୍ଷମା ମାଗିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସୁସ୍ଥ ସ୍ୱାସ୍ଥ୍ୟର ମଧ୍ୟ କାମନା କରିଛନ୍ତି ।
ରାହୁଲଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ସେନା ସହ ବିଶ୍ୱାସଘାତକତା କରିଛନ୍ତି
ନୂଆଦିଲ୍ଲୀ: ଲଦାଖର ସ୍ଥିତିକୁ ନେଇ ଏବେ କଂଗ୍ରେସ ସକ୍ରିୟ ହୋଇ ଉଠିଛି । ଏଲ୍ଏସିରେ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି କଂଗ୍ରେସ୍ ନେତା ରାହୁଲ ଗାନ୍ଧି । ଏହା ପୂର୍ବରୁ ଟାର୍ଗେଟ କରି କହିଥିଲେ କି ମୋଦି ହେଉଛନ୍ତି ସରେଣ୍ଡର ମୋଦି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖରେ ସ୍ଥିତି ସମ୍ପର୍କିତ ଏକ ବିବୃତ୍ତିକୁ ନେଇ ରାହୁଲ ପୁଣି ଟାର୍ଗେଟ କରିଛନ୍ତି ।
ରାହୁଲ କହିଛନ୍ତି ଚୀନର ଏପରି ଗତିବିଧିକୁ କେନ୍ଦ୍ର ସରକାର ଚୀନର ପକ୍ଷନେଇ ଆମ ସେନା ପ୍ରତି ବିଶ୍ୱାସଘାତକତା କରିଛନ୍ତି । କଂଗ୍ରେସ ୱାର୍କିଂ କମିଟି ର ଏକ ବୈଠକରେ ସେ ଏହା ମଧ୍ୟ କହିଛନ୍ତି ଯେ ଗଲବାନ ଘାଟିରେ ଚୀନ୍ ସୈନିକମାନଙ୍କ ସହ ହିଂସାତ୍ମକ ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କ ବଳିଦାନ ବୃଥା ନହେଉ ।
ରାହୁଲ ଆରୋପ ଲଗାଇଛନ୍ତିକି ଚୀନ୍ ଆମ କ୍ଷେତ୍ରକୁ ଆସି ବହୁତ ସାବଧାନତାର ସହ ନିଜ ଅକ୍ତିଆରକୁ ନେଇଛି । ପ୍ରଧାନମନ୍ତ୍ରୀ ଚୀନ ସେନାର ଏଭଳି ଦୁଷ୍ଟାମିକୁ ସ୍ୱୀକାର କରି ଆମର ଯବାନଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ଏବଂ କହିଛନ୍ତି ଭାରତୀୟ କ୍ଷେତ୍ର ଚୀନର କବଜାରେ ନାହିଁ । ଏଭଳି କିଛି ମନ୍ତବ୍ୟ ଦେଇଁ ପୁଣି ଚର୍ଚ୍ଚକୁ ଆସିଛନ୍ତି ରାହୁଲ ।
ନନ୍ଦନକାନନରେ ହିମାଳୟନ୍ ଭାଲୁର ମୃତ୍ୟୁ
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨୫ ବର୍ଷୀୟ ହିମାଲୟନ୍ କଳା ଭାଲୁର ସୋମବାର ମୃତ୍ୟୁ ହୋଇଛି । ହିମାଲୟନ୍ କଳା ଭାଲୁ କୁଲୁ ୨୬ ଡିସେମ୍ୱର ୧୯୯୫ରେ ଜନ୍ମ ଗ୍ରହଣ କରିଥିଲା । ସେ ଗତ କିଛି ଦିନ ଯକ୍ଷ୍ମା ରୋଗରେ ଅସୁସ୍ଥ ପୀଡ଼ିତ ଥିଲାବେଳେ ଗତ ୧୭ ମଇଠାରୁ ଓୟୁଏଟ୍ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲା । ତେବେ ହିମାଲୟନ୍ କଳା ଭାଲୁ ତେବେ ସାଧାରଣତଃ ୨୫ ବର୍ଷ ଯାଏଁ ହିଁ ବଞ୍ଚିଥାନ୍ତି । କୁଲୁର ୪ଟି ସନ୍ତାନ ରହିଥିବା ବେଳେ ବର୍ତ୍ତମାନ ନନ୍ଦନକାନନରେ ମୋଟ ୨ଟି ପୁରୁଷ ଓ ୩ ଟି ମହିଳା ହିମାଳୟନ୍ ଭାଲୁ ରହିଛନ୍ତି ।
ଜୋତା ପିନ୍ଧି ପାଦରେ ହେଉଥିବା କଷ୍ଟକୁ କେମିତି କରିବେ ଲାଘବ, ଜାଣନ୍ତୁ
ପ୍ରତିଦିନ ଅଫିସ ହେଉ କିମ୍ୱା ବାହାରକୁ ବୁଲିବାକୁ ଯିବା ବେଳେ ଅନେକ ଜୋତା ପିନ୍ଧିବାକୁ ପସନ୍ଦ କରନ୍ତି । ସ୍ୟାଣ୍ଡେଲ କିମ୍ୱା ଚପଲକୁ ଏବେ ଆଉଟ୍ ଡେଟେଡ୍ ଭାବେ ବିଚାରକୁ ନିଆଗଲାଣି । ଫର୍ମାଲ ଗେଟ୍ ଅପରେ ରହୁଥିବା କର୍ପୋରେଟ କର୍ମଚାରୀମାନେ ମଧ୍ୟ ଜୋତାକୁ ପ୍ରାଥମିକତା ଦିଅନ୍ତି । ଏଣୁ ଜୋତା ଏବେ ଉଭୟ ଯୁବ ଓ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଚାହିଦାରେ ରହୁଛି ।

ଅନ୍ୟପକ୍ଷରେ ଜୋତା ପିନ୍ଧିବାର ସଉକ ଆମ ପାଦର ସମସ୍ୟା ମଧ୍ୟ ବଢାଉଛି । ବିଶେଷ ଭାବେ ଜୋତା ଭିତରେ ସକ୍ସକୁ ୬ରୁ୮ ଘଣ୍ଚା ପିନ୍ଧିବା ଦ୍ୱାରା ପାଦର କିଛି ଅଂଶରେ ଧଳା ଦାଗମାନ ପଡି ଯାଇଥାଏ । ଦାଗଗୁଡିକ କଷ୍ଟଦାୟକ ହୋଇଥିବା ବେଳେ ପରଦିନ ଜୋତା ପିନ୍ଧିବା ସମ୍ଭବପର ହୁଏନି । ସେହିଭଳି ପଦରେ ବିଭିନ୍ନ ସ୍ଥାନରେ ଗେଟି ପଡିଥିବାର ଦେଖିବାକୁ ମିଳେ । ହେଲେ ଯଦି ଆପଣଙ୍କ ପାଦରେ ଥିବା ଧଳ ଦାଗ ଓ ଏହାର କଷ୍ଟ ରାତିରୁ ସକାଳ ମଧ୍ୟ ଉଭେଇ ଯାଇଥିବ ତେବେ ଆପଣ କିଭଳି ଅନୁଭବ କରିବେ? ପ୍ରତିଦିନ ଏକ ଫ୍ରେସ ଷ୍ଟାଟ ମିଳିବ ଆଉ ଏକ ସଫ୍ଟ ପାଦର ଅଭିଜ୍ଞତା ଆପଣଙ୍କୁ ମିଳିବ । ଏପରି ହୋଇ ପାରିଲେ ଆପଣଙ୍କ ଦିନର ଆରମ୍ଭ ସୁଖମୟ ହେବ ନାହିଁ କି? ଆସନ୍ତୁ ଜାଣିବା ପାଦର କଷ୍ଟ ଲାଘବ କରିବା ପାଇଁ କ’ଣ କରିପାରିବେ ।

ଅଫିସ୍ କିମ୍ୱା କାମରୁ ଫେରିବା ପରେ ପାଦକୁ ଭଲ ଭାବେ ଧୋଇ ନିଅନ୍ତୁ । ୨ରୁ୪ଟି କଟା ବ୍ରେଡ୍ ନିଅନ୍ତୁ । ଏଥିରେ ଭିନେଗାର ଓ ସେଓରସର ମିଶ୍ରଣକୁ ଭଲ ଭାବେ ଲଗାନ୍ତୁ । ପାଦର କଷ୍ଟ କମାଇବା ସହ କ୍ଷତ ସ୍ଥାନରେ ହୋଇଥିବା ଟିସୁ କ୍ଷୟକୁ ଭରଣା କରିବାରେ ଏହା ବେଶ ସହାୟକ ହୁଏ । ଏହି ମିଶ୍ରଣ ବଜାରରେ ସୁଲଭ ଦରରେ ଉପଲବ୍ଧ ହୁଏ । ଏହାପରେ ସ୍ରିକିଂ ଫିଲ୍ମ ଜରିଆରେ ଏହାକୁ ପାଦରେ ଗୁଡାଇ ଦିଅନ୍ତୁ । ପାଦର ଥରେ ଲାଗିବା ପରେ ଏହା ଯେପରି ଭାବେ ପାଦରୁ ଖସି ନଯାଏ ସେ ପ୍ରତି ଧ୍ୟାନ ଦିଅନ୍ତୁ । ବାନ୍ଧିଲା ବେଳେ ଏହାକୁ ଶକ୍ତ ଭାବେ ବାନ୍ଧିବାକୁ ଚେଷ୍ଟା କରନ୍ତୁ । ଏକଥା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଅତି ଶକ୍ତ ଭାବେ ବାନ୍ଧିବା ଦ୍ୱାରା ପାଦକୁ ହେଉଥିବା ରକ୍ତ ସଞ୍ଚାଳନ ପ୍ରଭାବିତ ହେବାର ସମ୍ଭାବନା ରହିଛି । ବାନ୍ଧି ସାରିବା ପରେ ରାତିରେ ଆରାମରେ ଶୁଅନ୍ତୁ । ସକାଳୁ ଆପଣ ଏକ ନୂଆ ଅଭିଜ୍ଞତା ନେଇ ଉଠିବେ ନିଶ୍ଚିତ । ପାଦ ହାଲକା ଲଗିବା ସହ ପାଦରେ ଥିବା ଦାଗ ଓ ସମସ୍ୟା ଉଭେଇଯାଇଥିବ, ନିଶ୍ଚିତ । ଏହାପରେ ପାଦକୁ ଧୋଇ ଆପଣ ଆରାମରେ ନିଜ କାମରେ ବାହାରି ଯାଇପାରିବେ ।
ଭାରତ-ଚୀନ୍ ବିବାଦ ଭିତରେ ଚୀନକୁ ବଡ଼ ଝଟକା, ମିଳିତ ଜାତିସଂଘରେ ସ୍ଥାୟୀ ସଦସ୍ୟତା ପାଇଁ ଋଷର ଭାରତକୁ ସମର୍ଥନ
ଚୀନ୍ ସହିତ ସୀମା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଭିତରେ ଚୀନକୁ ପୁଣିଥରେ ଗୋଟିଏ ବଡ଼ ଝଟକା ଲାଗିଛି । ୟୁଏନ୍ଏସିରେ ସ୍ଥାୟୀ ଜାତିସଂଘ ସୁରକ୍ଷା ପରିଷଦ ରେ ସ୍ଥାୟୀ ସଦସ୍ୟତା ପାଇଁ ଋଷ ପୁଣିଥରେ ଭାରତକୁ ସମର୍ଥନ କରିଛି । ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଋଷ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରିଛି । ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଋଷର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରାେଭ ଭାରତକୁ ସମର୍ଥନ କରିଛନ୍ତି । ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଋଷ ଭାରତକୁ ସମର୍ଥନ କରିସାରିଛି ।
I don't think that India & China need any help from the outside. I don't think they need to be helped,especially when it comes to country issues. They can solve them on their own, it means the recent events: Russian Foreign Minister Sergei Lavrov at RIC foreign ministers' meeting pic.twitter.com/gwsr5GEwd0
— ANI (@ANI) June 23, 2020
ତେବେ ଋଷର ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଚୀନ୍ ସୀମାରେ ଅନେକ ତିକ୍ତତା ଦେଖାଦେଇଛି । ଉଭୟଙ୍କ ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଉଦ୍ୟମ ଜାରି ରହିଛି । ଋଷର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରାେଭ କହିଛନ୍ତି ଯେ ଆଜି ଆମେ ମିଳିତ ଜାତିସଂଘର ସମ୍ଭାବ୍ୟ ସଂସ୍କାର ବିଷୟରେ ଆଲୋଚନା କରିଛୁ । ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ଜଣେ ଦୃଢ଼ ପ୍ରାର୍ଥୀ । ସେଥିପାଇଁ ଆମେ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛୁ ।
ଖାଲି ଋଷ ନୁହେଁ ଅଷ୍ଟ୍ରେଲିଆ ମଧ୍ୟ ପୁଣିଥରେ ସମର୍ଥନ କରିଛି ୟୁଏନ୍ଏସିରେ ସ୍ଥାଇ ଜାତିସଂଘ ସୁରକ୍ଷା ପରିଷଦ । ଦୀର୍ଘ ଦିନ ଧରି ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବିକୁ ଆମେ ସମର୍ଥନ କରୁଛୁ ବୋଲି ଅଷ୍ଟ୍ରେଲିଆ ହାଇ କମିଶନର ବେରି ଓ ଫେରେଲ କହିଛନ୍ତି । ସେ କହିଛନ୍ତି ଯେ ଆମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଭାବେ ଭାରତର ସ୍ଥିତିକୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତୀକାତ୍ମକ ଭାବେ ଦେଖୁ ।




