spot_img
Home Blog Page 7106

ନା ଭିଡ ନା ସାନିଟାଇଜର, ୯ ମିନଟ ପାଇଁ ଧ୍ୟାନରେ ରଖନ୍ତୁ ଏହିସବୁ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଏପ୍ରିଲ ୫ (ରବିବାର) ରେ ରାତି ୯ ଟାରେ ୯ ମିନିଟ ପାଇଁ ଦୀପ, ଫ୍ଲାସ ଲାଇଟ୍ କିମ୍ବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଜଳାଇବା ପାଇଁ। କରୋନା ଭାଇରସ ବିରୋଧରେ ଲଢେଇରେ ୧୩୦ କାଟି ଦେଶବାସୀଙ୍କୁ ଏହି ମହାସଙ୍କଳ୍ପକୁ ଆଗକୁ ନେବା ଲକ୍ଷ୍ୟରେ ଏହା କରାଯିବ।

ଏପ୍ରିଲ୍ ୫ ରେ ଅର୍ଥାତ୍ ଆଜି ରାତିରେ, ୯ ମିନିଟ୍ ପାଇଁ, ଆପଣଙ୍କର ଲାଇଟ୍ ବନ୍ଦ କରନ୍ତୁ ଏବଂ ଏକ ଦୀପ କିମ୍ବା ମହମବତୀ ଜଳାନ୍ତୁ, କିନ୍ତୁ ସେହି ସମୟରେ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ରଖନ୍ତୁ |

୧. ସାମାଜିକ ଦୂରତା- ଏହି ମହାସଙ୍କଳ୍ପ ସମୟରେ ଲକଡାଉନ୍ ପାଇଁ ଥିବା ସାମାଜିକ ଦୂରତା ନିୟମକୁ କଠୋର ଭାବରେ ଅନୁସରଣ କରନ୍ତୁ | ଭିଡ଼ ଜମା କରନ୍ତୁ ନାହିଁ। ଘରୁ ବାହାରକୁ ଯାଆନ୍ତୁ ନାହିଁ | ଛାତ, ବାଲକୋନି କିମ୍ବା କବାଟରେ ଠିଆ ହେବାବେଳେ ଏକ ଫ୍ଲାସ୍ ଲାଇଟ୍ କିମ୍ବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଜାଳନ୍ତୁ ।

୨. ସାନିଟାଇଜର ସହିତ ସତର୍କତା- ଆପଣଙ୍କ ହାତରେ ସାନିଟାଇଜର ଲଗାଇବା ପରେ ଦୀପ କିମ୍ବା ମହମବତୀ ଜାଳନ୍ତୁ ନାହିଁ | ସାରା ବିଶ୍ୱରେ ଏଭଳି ଅନେକ ଘଟଣା ଘଟିଛି ଯେଉଁଠାରେ ସାନିଟାଇଜର ଲଗାଇ ନିଆଁ ନିକଟରେ ଲୋକୋମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି।

ସିଡିସି ( Central for Disease Control and prevention, US ) କହିଛି ଯେ ସାନିଟାଇଜରରେ ଥିବା ଆଲକୋହଲ ଶୀଘ୍ର ନିଆଁକୁ ଆୟତ୍ତ କରିଥାଏ। ଏଥିରେ ତରଳ ସାନିଟାଇଜର ଅଧିକ ବିପଜ୍ଜନକ ବୋଲି କୁହାଯାଏ।

୩. କେବଳ ଲାଇଟ୍ ବନ୍ଦ କରନ୍ତୁ – ପିଏମ ମୋଦୀଙ୍କ ଅନୁରୋଧ କ୍ରମେ ଆପଣଙ୍କୁ କେବଳ ଘରର ଲାଇଟ୍ ବନ୍ଦ କରିବାକୁ ପଡିବ | ଏହା ବ୍ୟତୀତ, ଆପଣ ଘରର ଅତ୍ୟାବଶ୍ୟକ ଉପକରଣ ଯେପରିକି ଫ୍ରିଜ୍ କିମ୍ବା ଅନ୍ୟ କୌଣସି ଜିନିଷ ଗୁଡ଼ିକୁ ବନ୍ଦ କରନ୍ତୁ ନାହିଁ |

୪. ବାହ୍ୟ ଦ୍ରବ୍ୟରୁ ସତର୍କ ରୁହନ୍ତୁ – ବଜାରରୁ ଆଣିଥିବା ଦୀପ କିମ୍ବା ମହମବତୀକୁ ହାତ ସ୍ପର୍ଶ କରିବା ବେଳେ ସତର୍କ ରୁହନ୍ତୁ । ଦିପ କିମ୍ବା ମହମବତୀ ଜାଳିବା ପରେ ହାତକୁ ସଠିକ୍ ଭାବରେ ଧୁଅନ୍ତୁ |

୫. ଫ୍ରିଜ୍ ଠାରୁ ଦୂରେଇ ରୁହନ୍ତୁ – ଦୀପ କିମ୍ବା ମହମବତୀ ଜଳାଇବା ପରେ ଫ୍ରିଜ୍ ଠାରୁ ଦୂରେଇ ରୁହନ୍ତୁ | କାରଣ ସେଠାରେ ଆପଣଙ୍କର ଖାଦ୍ୟଦ୍ରବ୍ୟ ରହିଥାଏ। ରାସ୍ତାରେ ଭିଡ଼ ଜମାଇବା ପରିବର୍ତ୍ତେ, ନିଜ ପରିବାର ସଦସ୍ୟଙ୍କ ସହ କରୋନା ଭାଇରସ ପ୍ରତି ସତର୍କ ରହିବାକୁ ସ୍ଥିର କରନ୍ତୁ | ଆପଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଅପିଲକୁ ପାଳନ କରନ୍ତି, କିନ୍ତୁ ଏହାକୁ ଦୀପାବଳୀ ଉତ୍ସବ ବୋଲି ଭାବି ସାମାଜିକ ଦୂରତା ସମେତ କରୋନାକୁ ଏଡାଇବା ପାଇଁ କୌଣସି ପ୍ରତିଷେଧକ ପଦକ୍ଷେପକୁ ଅଣଦେଖା କରନ୍ତୁ ନାହିଁ।

ଆମେରିକାକୁ ଦୋହଲାଇ ଦେଲାଣି କରୋନା, ସହାୟତା ପାଇଁ ଟ୍ରମ୍ପଙ୍କ ନିବେଦନ

ନୂଆଦିଲ୍ଲୀ: ମହାମାରୀ କରୋନାର ସବୁଠୁ ଅଧିକ ମାମଲା ଆମେରିକାରୁ ଆସିବାରେ ଲାଗିଛି । ଲଗାତାର ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ବିଚଳିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ ମାଗିଛନ୍ତି । ଆମେରିକାକୁ ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବେଲଟ୍ସ ପଠାଇବାକୁ ଡୋନାଲ୍ଡ ଟ୍ରମ୍ପ ଅନୁରୋଧ କରିଛନ୍ତି ।

ଗଙ୍ଗାରାମ ହସ୍ପିଟାଲର ୧୦୮ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନକୁ ପଠାଗଲା

ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଟ୍ରମ୍ପ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବେଲଟ୍ସ ରପ୍ତାନୀ ନେଇ କଥା ହୋଇଛନ୍ତି । ମୋଦି ମଧ୍ୟ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବେଲଟ୍ସ ପଠାଇବେ ବୋଲି କହିଥିବା ଟ୍ରମ୍ପ ଦାବି କରିଛନ୍ତି ।

ଭାରତ ଅଧିକ ମାତ୍ରାରେ ଏହି ଔଷଧ ପ୍ରସ୍ତୁତ କରୁଛି । ଆଉ ଦେଶର ଜନସଂଖ୍ୟା ୧୩୦ କୋଟିରୁ ଅଧିକ । ଏଭଳି ସ୍ଥିତିରେ ଭାରତର ଆବଶ୍ୟକତା ପରେ ଯଦି ଔଷଧ ପଠାଇଲେ ଆମେରିକା ଉପକୃତ ହେବ ବୋଲି ଟ୍ରମ୍ପ କହିଛନ୍ତି । ପ୍ରକୃତରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବେଲଟ୍ସକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର କରାଯାଉଛି । ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିନି ପ୍ରେସକ୍ରିପସନରେ ଏହି ଔଷଧର ବିକ୍ରି ସହ ରପ୍ତାନୀ ଉପରେ କଟକଣା ଲଗାଇଥିଲା ।

୫ମିନିଟରେ ସମ୍ଭବ ହେବ କରୋନା ନମୂନା ପରୀକ୍ଷା, ଏପ୍ରିଲ ୧୮ ସୁଦ୍ଧା ଭାରତକୁ ଆସିବ ରାପିଡ କିଟ୍

ଆମେରିକାର ୩ ଲକ୍ଷରୁ ଅଧିକ ଲୋକ ଏବେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ସାରିଲେଣି । ମୃତ୍ୟୁ ସଂଖ୍ୟା ଆମେରିକାରେ ୮ ହଜାର ଡେଇଁ ସାରିଲାଣି । ଲଗାତାର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଖାଲି ଆମେରିକା କାହିଁକି ଦୁନିଆରେ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ସମାନ ପରିସ୍ଥିତି । ଏବେ ଯାଏଁ ବିଶ୍ୱରେ ୧୨ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୪ ହଜାର ଲୋକ ମୃତ୍ୟୁବରଣ କଲେଣି ।

ଦେଶରେ ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା; ୧୨ ଘଣ୍ଟାରେ ୩୦୨ ନୂଆ ରୋଗୀ

ଦେଶରେ କରୋନା ତାର କାୟା ବିସ୍ତାର କରିଚାଲିଛି । କରୋନାରୁ ବଞ୍ଚିବାପାଇଁ ଦେଶରେ ବିଭିନ୍ନ ପ୍ରକାରର କଡ଼ା ପଦକ୍ଷେପ ମାନ ନିଆଯାଉଛି। ଏମିତି ଅବସ୍ଥା ଆସିଲାଣି ଯେ ଦେଶରେ ଆର୍ଥିକ ଅବସ୍ଥା ଭାଙ୍ଗିବାରେ ଲାଗିଲାଣି। କିନ୍ତୁ ଏ ମାରାତ୍ମକ କରୋନା ପାଇଁ ପ୍ରତିକାର ବାହାରି ପାରୁନି। ଯାହାଫଳରେ ଗୋଟିଏପରେ ଗୋଟିଏ ଜୀବନ ଯାଉଛି କରୋନାରେ। ଗତ ୧୨ ଘଣ୍ଟାରେ ୩୦୨ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୩୭୪ରେ । ଏମାନଙ୍କ ମଧ୍ୟରୁ ୩୦୩୦ ଚିକିତ୍ସିତ ହେଉଥିବା ବେଳେ ୨୬୭ ସୁସ୍ଥ ହୋଇଥିବା ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଏବେ ସୁଦ୍ଧା କରୋନା ଭାଇରସ ସଂକ୍ରମଣରେ ୭୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ।

ସେପଟେ ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ର ୧୦ ଜଣ ପଜିଟିଭ ରୋଗୀ ଉକ୍ତ ଅଞ୍ଚଳରୁ ବାହାରିଛନ୍ତି ଯେଉଁଠାରେ କରୋନା ସନ୍ଦିଗ୍ଧଙ୍କୁ ଦେଖିବାକୁ ଯାଇଥିବା ଡାକ୍ତରଙ୍କ ଦଳ ପଥର ଫିଙ୍ଗିଥିଲେ।

ସ୍ୱାସ୍ଥ୍ୟ ବିଭାଗ ଦ୍ୱାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ମେଡିକାଲ ବୁଲେଟିନ୍ ଅନୁଯାୟୀ, ଏପ୍ରିଲ ୩ ଏବଂ ୪ ରେ ପଠାଯାଇଥିବା ନମୁନାରୁ ୧୬ ଜଣ ସକରାତ୍ମକ ରୋଗୀଙ୍କୁ ମିଳିଛି। ୧୬ ଜଣଙ୍କ ମଧ୍ୟରୁ ଏହି ଟାଟପାଟୀ ବଖଲ ଅଞ୍ଚଳର, ଯେଉଁଠାରେ ପଥର ଫିଙ୍ଗି ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ୫ ପୁରୁଷ ଏବଂ ୫ ମହିଳା ଅଛନ୍ତି | ସେମାନଙ୍କର ବୟସ ୨୯ ବର୍ଷରୁ ୬୦ ବର୍ଷ ମଧ୍ୟରେ ।

ଖରବ ଲେଖା ହେବା ଯାଏଁ ସମଗ୍ର ବିଶ୍ୱରେ ୧୨ ଲକ୍ଷ ୨ ହଜାର ୭୧୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଲକ୍ଷ ୪୬ ହଜାର ୬୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ୬୪ ହଜାର ୭୩୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦଷ୍ଟିରୁ ଶୀର୍ଷରେ ରହିଛି ଆମେରିକା । ସେଠାରେ ମୋଟ ୩ ଲକ୍ଷ ୧୧ ହଜାର ୬୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮ହଜାର ୪୫୪ ଜଣଙ୍କ ମୃତ୍ୟୁ ଘଟିଛି । ତା ସ୍ପେନ୍‌, ଇଟାଲୀ, ଜର୍ମାନୀ, ଫ୍ରାନ୍ସ ଓ ଚୀନ ରହିଛନ୍ତି । ସ୍ପେନ୍‌ରେ ୧ ଲକ୍ଷ ୨୬ ହଜାର ୧୬୮ ଜଣ, ଇଟାଲୀରେ ୧ଲକ୍ଷ ୨୪ହଜାର ୬୩୨, ଜର୍ମାନୀ ୯୬ହଜାର ୯୨ ଜଣ ଆକ୍ରାନ୍ତ ହୋଇଛନ୍ତି ।

 

ଶ୍ରୀନଗର: ୨୪ ଘଣ୍ଟାରେ କଶ୍ମୀର ଭ୍ୟାଲିରେ ୯ ଆତଙ୍କବାଦୀ ନିହତ । ଦକ୍ଷିଣ କଶ୍ମୀର ବାଟପୁରାରେ ୪ ଓ ନିୟନ୍ତ୍ରଣ ସୀମା ରେଖାର କେରନ ସେକ୍ଟରରେ ୪ ଆତଙ୍କୀ ନିହତ । ଜଣେ ଯବାନ ସହିଦ, ୨ ଆହତ ସୂଚନା ।

ଶ୍ରୀନଗର: ୨୪ ଘଣ୍ଟାରେ କଶ୍ମୀର ଭ୍ୟାଲିରେ ୯ ଆତଙ୍କବାଦୀ ନିହତ । ଦକ୍ଷିଣ କଶ୍ମୀର ବାଟପୁରାରେ ୪ ଓ ନିୟନ୍ତ୍ରଣ ସୀମା ରେଖାର କେରନ ସେକ୍ଟରରେ ୪ ଆତଙ୍କୀ ନିହତ । ଜଣେ ଯବାନ ସହିଦ, ୨ ଆହତ ସୂଚନା ।

ରାତି ୯ଟାରେ ୯ ମିନିଟ୍, ଲାଇଟ୍ ବ୍ୟତୀତ୍ ଅନ୍ୟ ସୁଇଚ୍ କରନ୍ତୁନି ଅଫ୍

ଭୁବନେଶ୍ୱର: କରୋନା ଅନ୍ଧକାର ବିରୋଧରେ ମହାଶକ୍ତି ପାଇଁ ଜାଗ୍ରତ । ଆଜି ରାତି ୯ଟାରେ ଘରର ସବୁ ଲାଇଟ ଲିଭାଇ ମହମବତୀ, ଦୀପ କିମ୍ବା ମୋବାଇଲ ଫ୍ଲାସ ଲାଇଟ୍ ଜଳାଇବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନଣନ୍ତ୍ରୀ । ତେବେ ଏହି ସମୟରେ ହଠାତ ବିଦ୍ୟୁତ୍ ଲୋଡ୍ କମିବା କିମ୍ବା ବଢିବାର ସମ୍ଭାବନା ରହିଛି । ଏହା ଦ୍ଵାରା ଆମ ଦେଶ କିମ୍ବା ରାଜ୍ୟରେ ଯେଭଳି ବିଦ୍ୟୁତ ବିଭ୍ରାଟ ନ ହୁଏ ସେଥି ପାଇଁ ରାଜ୍ୟ ଓ ଦେଶ ସ୍ତରରେ ସମସ୍ତ ପଦକ୍ଷେପ ନିଆଯାଇଛି ।

ରାତି ୯ଟାରେ କେବଳ ଘରର ଲାଇଟ୍‌ ଅଫ କରନ୍ତୁ, ଆଉ ଅନ୍ୟ କୌଣସି ଲାଇଟ୍‌ ସୁଇଚ୍‌ ବନ୍ଦ କରନ୍ତୁ ନାହିଁ । ମେନ୍‌ ସୁଇଚ୍‌ ଆଦୌ ବି ଅଫ କରନ୍ତୁନି । ଘରର ସମସ୍ତ ଲାଇଟ୍‌ ଏକା ସାଙ୍ଗ ବନ୍ଦ କରନ୍ତୁ ନାହିଁ । ଆଗ ପଛ କରି ବନ୍ଦ କରନ୍ତୁ । ଏହି ସମୟରେ ଫ୍ୟାନ, ଏସି, କୁଲର ପୂର୍ବ ପରି ଚାଲୁ ରଖନ୍ତୁ । ଏଭଳି ହେଲେ ଆଉ ବିଦ୍ୟୁତ ବିଭ୍ର।ଟ ଦେଖା ଦେବ ନାହିଁ ବୋଲି ଅପିଲ କରିଛନ୍ତି ସରକାର ।

୫ ଏପ୍ରିଲ ରାତି ୯ଟାରେ ୯ ମିନିଟ ପାଇଁ ଆଲୋକ ଜାଲିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

ସାହାଯ୍ୟର ହାତ ବଢାଇଲେ ଶାହରୁଖ ଓ ଗୌରୀ, କ୍ୱାରେଣ୍ଟାଇନ୍ ଓ୍ୱାର୍ଡ ପାଇଁ ଦାନ କଲେ ନିଜ ଅଫିସ୍

ମୁମ୍ବାଇ: ବଲିଉଡ ବାଦଶାହ ତଥା ଶାହରୁଖ ଖାନ ଓ ତାଙ୍କ ପତ୍ନୀ ଗୌରୀ ଖାନ କରୋନା ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି । ଏହି ବିଶେଷ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖାହରୁଖ ଖାନ ଏବେ ଫିଲ୍ମ ଜଗତରୁ ଦୂରାଇ ଅଛନ୍ତି ସତ ହେଲେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି। ଏବେ ସେ ଏମିତି ଅନେକ କାମ କରୁଛନ୍ତି ଯେଉଁଥିପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି । ଶାହରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ପୂର୍ବରୁ ଏମିତି ଅନେକ କାମ କରିଛନ୍ତି ଯେଉଁଥିପାଇଁ ସେମାନେ ବହୁତ ପ୍ରଶଂସା ପାଇଛନ୍ତି । ଠିକ ସେହିଭଳି କ୍ଵାଟଣ୍ଟାଇନ ଓ୍ୱାର୍ଡ ପ୍ରସ୍ତୁତ କରିବା ପାଇଁ ସେ ମୁମ୍ବାଇ ମହାନଗର ନିଗମକୁ ନିଜର ୪ ମହଲା ଅଫିସ ପ୍ରଦାନ କରିଛନ୍ତି । ସହରର ସ୍ଥାନୀୟ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)  ସୋସିଆଲ ମିଡିଆକୁ ନେଇ ତାରକା ଦମ୍ପତିଙ୍କୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛି। ଏଠାରେ କ୍ୱାରେଣ୍ଟାଇନରେ ରହୁଥିବା ଶିଶୁ, ବୃଦ୍ଧ ଓ ମହିଳାଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ।

ଶାହରୁଖଙ୍କ ସହ ପତ୍ନୀ ଗୌରୀ, ଜୁହି ଚାଓ୍ୱଲା ଓ ଜୟ ମେହେତା ପିଏମ କେୟାର୍ସ ଫଣ୍ଡକୁ ଅର୍ଥଦାନ କରିବେ ବୋଲି ସଂକଳ୍ପ ନେଇଥିଲେ । ସେ ମେଡିକାଲ କର୍ମଚାରୀଙ୍କ ପାଇଁ ୫୦ ହଜାର ପିପିଆଇ, ମୀର ଫାଉଣ୍ଡେସନ ତରଫରୁ ୫ ହଜାର ପରିବାରକୁ ଏକ ମାସ ଯାଏଁ ଖାଦ୍ୟ, ଶ୍ରମିକ ଓ ଗରିବଙ୍କୁ ଏକ ମାସ ଯାଏଁ ଖାଦ୍ୟ ଓ ବସ୍ତ୍ର ଦେବାକୁ ଘୋଷଣା କରିଥିଲେ । ବିଏମସି ନିଜ ଟ୍ୱିଟରରେ ଏହି ଦମ୍ପତିମାନଙ୍କୁ ଅଶେଷ କୃତଜ୍ଞତା ଦେବା ସହ ଧନ୍ୟବାଦ କହିଛି । ନିଜ ଅଫିସ ଯୋଗାଇ ଥିବାରୁ ଏଥିପାଇଁ ଶାହରୁଖ ଓ ଗୌରୀଙ୍କୁ ସମେସ୍ତ ଧନ୍ୟବାଦ ଜଣାଇଛନ୍ତି । କରୋନା ପାଇଁ ଅନେକ ସେଲିବ୍ରିଟି ବହୁତ ସହାୟତା କରିଛନ୍ତି । କିଏ ଫଣ୍ଡକୁ ଟଙ୍କା ଟ୍ରାନ୍ସଫର କରିଛି ତ କିଏ ଅନ୍ୟାନ୍ୟ ପଦକ୍ଷେପ ମାଧ୍ୟମରେ ଏହି ପରିସ୍ଥିତିରେ ସହଯୋଗ କରିଛି ।

କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତ, ଖାମାର୍ ହଳଦୀ ପଞ୍ଚାୟତ ସିଲ୍

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ସଂକ୍ରମଣ ରୋକିବାକୁ ଗୋଲାମୁଣ୍ଡା ବ୍ଲକର ଖାମାର୍ ହଳଦୀ ପଞ୍ଚାୟତକୁ ସିଲ୍ କରାଯାଇଛି । ପଞ୍ଚାୟତର ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏପିରିକି ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି ।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୨୧କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ବାହାରିନରୁ ଫେରିଥିବା ୨୯ ବର୍ଷୀୟ ଯୁବକଙ୍କ ଠାରେ ଶନିବାର କରୋନା ପଜିଟିଭ୍ ମିଳିଥିଲା । ପୂର୍ବରୁ ରାଜ୍ୟର ଖୋର୍ଦ୍ଧା, ଭଦ୍ରକ, କଟକ, ପୁରୀ, ଯାଜପୁରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶନିବାର ପଶ୍ଚିମ ଓଡ଼ିଶାର କଳାହାଣ୍ଡିରୁ ପ୍ରଥମ ମାମଲା ଆସିଥିଲା । ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।

ତେବେ, ବାହାରିନରୁ ଫେରିଥିବା ଯୁବକଙ୍କ ଠାରେ କରୋନାର ସେମିତି କିଛି ଲକ୍ଷଣ ଦେଖାଦେଇ ନଥିଲା । କିନ୍ତୁ, ନମୁନା ଟେଷ୍ଟ ପରେ ତାଙ୍କ ଠାରେ କରୋନା ପଜିଟିଭ୍ ମିଳିଥିଲା । ପୂର୍ବରୁ ଦୁବାଇ ଫେରନ୍ତା ଭଦ୍ରକ ଯୁବକଙ୍କ ଠାରେ ମଧ୍ୟ ଅନୁରୂପ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା ।

କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା

ଭଦ୍ରକ: ସଟଡାଉନ୍ ଅମାନିଆଙ୍କୁ କ୍ୱାରେଣ୍ଟାଇନ୍ ଦଣ୍ଡ । ୧୭ ଜଣଙ୍କୁ ବାଧ୍ୟତାମୂଳକ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ । ସଟଡାଉନ୍ ନିୟମ ନମାନି ବାହାରେ ବୁଲୁଥିଲେ ।

ଭଦ୍ରକ: ସଟଡାଉନ୍ ଅମାନିଆଙ୍କୁ କ୍ୱାରେଣ୍ଟାଇନ୍ ଦଣ୍ଡ । ୧୭ ଜଣଙ୍କୁ ବାଧ୍ୟତାମୂଳକ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ । ସଟଡାଉନ୍ ନିୟମ ନମାନି ବାହାରେ ବୁଲୁଥିଲେ ।

ଧର୍ମଗଡ଼: କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକରେ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ । ଖାମାର୍ ହଳଦୀ ପଞ୍ଚାୟତକୁ ସିଲ୍ କଲା ପ୍ରଶାସନ । ପଞ୍ଚାୟତର ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ମନା ।

ଧର୍ମଗଡ଼: କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକରେ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ । ଖାମାର୍ ହଳଦୀ ପଞ୍ଚାୟତକୁ ସିଲ୍ କଲା ପ୍ରଶାସନ । ପଞ୍ଚାୟତର ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ମନା ।

ଜାଣନ୍ତୁ କେମିତି କଟିବ ଆଜିର ଦିନରେ

ମେଷ- ଅଶ୍ଵିନୀ ଓ କୃତ୍ତିକା ନକ୍ଷତ୍ର- ଦିନଟି ଶୁଭରେ କଟିବ । ଅର୍ଥନୈତିକ ପ୍ରଗତିର ସୁଯୋଗ ରହିଛି । ମାଙ୍ଗଳିକ କାର୍ଯ୍ୟରେ ସମୟ କଟିବ । ଦ୍ଵିଜା ନକ୍ଷତ୍ର – ପରିବାର ମଧ୍ୟରେ ଭୁଲ ବୁଝାମଣା, ଅଯଥା ବ୍ୟୟ ବୃଦ୍ଧି ଦ୍ଵାରା ମନସ୍ତାପ ହେବେ। ଦୁର୍ଘଟଣା ଭୟ ରହିଛି, ଆଜି ତୁଳସୀ ପତ୍ର ୫ ଗୋଟି ନିଜ ପାଖରେ ରଖି କାର୍ଯ୍ୟ କରନ୍ତୁ।

ବୃଷ ରାଶି – କୃତ୍ତିକା ଓ ମୃଗଶିରା ନକ୍ଷତ୍ର – ସାହସିକ ପଦକ୍ଷେପ ନେଇ ସଫଳ ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବେ ଏବଂ ମିତ୍ର ବନ୍ଧୁଙ୍କ ସହଯୋଗ ମିଳିବ। ରୋହିଣୀ ନକ୍ଷତ୍ର – ଶାରୀରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ନିଜ ଲୋକମାନେ ଶତ୍ରୁ ପରି ବ୍ୟବହାର କରିବେ। ଲୁଣ ଓ ଚିନିକୁ ମିଶ୍ରଣ କରି ନିଜ ପାଖରେ ରଖନ୍ତୁ। ଆଜି ଦିନର କାର୍ଯ୍ୟ ଆରମ୍ଭ କରନ୍ତୁ।

ମିଥୁନ ରାଶି – ମୁଗଶୀରା ଓ ପୁନର୍ବସୁ ନକ୍ଷତ୍ର – ସୁଖ ଶାନ୍ତିରେ ସମୟ କଟିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ରହିବ। ଆର୍ଦ୍ରା ନକ୍ଷତ୍ର – ଦାମ୍ପତ୍ୟ ଜୀବନ ଓ ପାରିବାରିକ ଜୀବନକୁ ନେଇ ଚିନ୍ତିତ ରହିବେ। କର୍ମ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଦେଖାଦେବ। ୫ ଗୋଟି ସବୁଜ ଗୁଜୁରାତି ନିଜ ପାଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ।

କର୍କଟ ରାଶି – ପୁନର୍ବସୁ ଓ ପୁଷ୍ୟ ନକ୍ଷତ୍ର – କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ। ଦେହ ଓ ମନ ଭଲ ରହିବ। ଆୟ ବୃଦ୍ଧି ର ଯୋଗ ରହିଛି। ଅଶ୍ଳେଷା ନକ୍ଷତ୍ର – ସମସ୍ତ କାର୍ଯ୍ୟରେ ବାଧା ପ୍ରତିବନ୍ଧକ ଦେଖା ଦେବ। ମାଆଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ବିଚଳିତ ରହିବେ। ଅରୁଆ ଚାଉଳ ଓ ହଳଦୀ ନିଜ ପାଖରେ ରଖି କାର୍ଯ୍ୟ କରନ୍ତୁ।

ସିଂହ ରାଶି – ମଘା ଓ ଉତ୍ତର ଭାଲଗୁନ ନକ୍ଷତ୍ର – କର୍ମକ୍ଷେତ୍ରରେ ସମସ୍ତ ଦିଗରୁ ସଫଳତା ମିଳିବ। ହସ ଖୁସିରେ ସମୟ କରିବେ। ନିଜର ପ୍ରିୟ ବ୍ୟକ୍ତି ଙ୍କ ସହ ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି। ପୂର୍ବା ଭାଲଗୁନୀ ନକ୍ଷତ୍ର – ମାନ ସମ୍ମାନ ହାନି ଏବଂ ମିଥ୍ୟା ଆରୋପ ଲାଗିବାର ଭୟ ରହିଛି। ସ୍ବାସ୍ଥ୍ୟ ପ୍ରତି ସତର୍କ ହୋଇ କାମ କରନ୍ତୁ। ହଳଦୀ ରଙ୍ଗ ଫୁଲକୁ ନିଜ ପାଖରେ ରଖି କାର୍ଯ୍ୟ କରନ୍ତୁ।

କନ୍ୟା ରାଶି – ଉତ୍ତର ଫାଲଗୁନି ଓ ଚିତ୍ରା ନକ୍ଷତ୍ର – କର୍ମ କ୍ଷେତ୍ରରେ ସନ୍ତୋଷ ଜନକ ଫଳ ମିଳିବ। ଗୁପ୍ତ ଶତ୍ରୁ ପରାଜିତ ହେବେ। ନୂତନ ଦ୍ରବ୍ୟ କ୍ରୟ କରିବେ, ଆନନ୍ଦରେ ସମୟ କଟିବ। ହସ୍ତା ନକ୍ଷତ୍ର – ହଠାତ୍ ଧନ ବ୍ୟୟ ହେବାର ଯୋଗ ରହିଛି। ପାରିବାରିକ ସମସ୍ୟାକୁ ନେଇ ସାମାଜିକ ଚାପ ବୃଦ୍ଧି ପାଇବ। ୭ ଗୋଟି ଗୋଲମରିଚ କୁ ନିଜ ପାଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ।

ତୁଳା ରାଶି – ଚିତ୍ରା ନକ୍ଷତ୍ର ଓ ବିଶାଖା ନକ୍ଷତ୍ର – ମାଙ୍ଗଳିକ କାର୍ଯ୍ୟରେ ସମୟ କଟିବ। ପୂରାତନ ଏବଂ ନୂତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଶରୀର ଓ ମାନ ସୁସ୍ଥ ରହିବ। ସ୍ଵାତୀ ନକ୍ଷତ୍ର – ବ୍ୟସ୍ତତା ମଧ୍ୟରେ ସମୟ କଟିବ। ପରିବାର ମଧ୍ୟରେ ଛୋଟ କଥାକୁ ନେଇ ମତାନ୍ତର ଦେଖାଦେବ। ମାଆ ତାରିଣୀ ଙ୍କ ପାଖକୁ ୧ ନଡ଼ିଆ ପଠାଇ କାର୍ଯ୍ୟ ଆରମ୍ଭ କରନ୍ତି।

ବିଛା ରାଶି – ବିଶାଖା ନକ୍ଷତ୍ର ଓ ଜ୍ୟେଷ୍ଠା ନକ୍ଷତ୍ର – କର୍ମ କ୍ଷେତ୍ରରେ ପ୍ରୋମୋସନ୍ ପାଇଁ ରାସ୍ତା ପରିଷ୍କାର ହେବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବା। ଦୂର ସ୍ଥାନରୁ ସୁସମ୍ବାଦ ମିଳିବ। ଅନୁରାଧା ନକ୍ଷତ୍ର – ଧର୍ଯ୍ୟର ସହ କାମ କରନ୍ତୁ। ବିଳମ୍ବରେ କାର୍ଯ୍ୟ ସଫଳ ହେବ। ଅଯଥା ଅପବ୍ୟୟ ବୃଦ୍ଧି ହେବ। ଆଜି ଭଗବାନ ଶିବଙ୍କୁ ଦର୍ଶନ କରି ତ୍ରିଶାଖା ବେଲପତ୍ର ରଖି କାର୍ଯ୍ୟ କରନ୍ତୁ।

ଧନୁ ରାଶି – ମୂଳା ନକ୍ଷତ୍ର ଓ ଉତ୍ତରସାଢା ନକ୍ଷତ୍ର ପରିବାର ସହିତ ହସ ଖୁସିରେ ସମୟ କରିବେ। ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବାର ସୁଯୋଗ ମିଳିବ। ଘର ପାଇଁ କିଛି ଦ୍ରବ୍ୟ କ୍ରୟ କରିବେ। ପୂର୍ବସାଢା ନକ୍ଷତ୍ର – ଧନାହାନି, ପ୍ରାଣପିଡା ପରି ପରିସ୍ଥିତି ରହିଥିବାରୁ ଜଗି ରଖି ଚାଲନ୍ତୁ । ଆକସ୍ମିକ ଭାବରେ ଅର୍ଥବ୍ୟୟର ଯୋଗ ରହିଛି। ଗୋମାତାଙ୍କୁ ରୋଟି ଗୁଡ଼ ଖାଇବାକୁ ଦେଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ମକର ରାଶି – ଉତ୍ତରସାଢା ନକ୍ଷତ୍ର – ଅନେକ ଦିନର ଆଶା ସଫଳ ହେବ। ଶୁଭ କାର୍ଯ୍ୟରେ ସମୟ କଟିବ। ଧର୍ମ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ। ଦେହ ଓ ମନ ସୁସ୍ଥ ରହିବ। ଶ୍ରାବଣା ନକ୍ଷତ୍ର – ସ୍ତ୍ରୀ ଙ୍କ କଥାକୁ ନେଇ ମାନସିକ ଯନ୍ତ୍ରଣା ବୃଦ୍ଧି ପାଇବ। ବିବାଦୀୟ ପରିସ୍ଥିତିରେ ଛନ୍ଦି ହୋଇ ରହିବେ। ଜଗି ରଖି ଚାଲିବାକୁ ଚେଷ୍ଟା କରନ୍ତୁ। ହନୁମାନଙ୍କୁ ଦର୍ଶନ କରି ଧଳା ସୋରିଷ ପାଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ।

କୁମ୍ଭ ରାଶି – ଧନିଷ୍ଠ ନକ୍ଷତ୍ର ଓ ପୂର୍ବ ଭାଦ୍ର ନକ୍ଷତ୍ର – ବ୍ୟବସାୟରେ ଲାଭ ଏବଂ ସୁଖମୟ ଦାମ୍ପତ୍ୟ ଜୀବନ, ମାନସିକ ଶାନ୍ତି ଅନୁଭବ କରିବେ। ପୁରୁଣା ରୋଗରୁ ମୁକ୍ତି ପାଇବେ। ସତଭିସା ନକ୍ଷତ୍ର – ଆକସ୍ମିକ ଦୁର୍ଘଟଣା ଘଟିବାର ଯୋଗ ଥିବାରୁ ଯାନ ବାହାନ ଧୀରେ ଚାଲନ୍ତୁ। ଆଜି ମାଆ ଦୁର୍ଗାଙ୍କୁ ଲାଲ୍ ମନ୍ଦାର ଓ ସିନ୍ଦୂର ଅର୍ପଣ କରି କାର୍ଯ୍ୟ ଆରମ୍ଭ କରନ୍ତୁ।

ମୀନ ରାଶି – ପୂର୍ବ ଭାଦ୍ର ନକ୍ଷତ୍ର – ସୁଖ ଶାନ୍ତିରେ ସମୟ କଟିବ। ଅନେକ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟ ସଫଳ ହେବ। ବନ୍ଧୁଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଉତ୍ତର ଭାଦ୍ର ନକ୍ଷତ୍ର – ସହ କର୍ମୀ ଶତ୍ରୁ ପରି କାମ କରିବେ। ମାନସିକ ଦୁଶ୍ଚିନ୍ତା ମଧ୍ୟରେ ସମୟ କଟିବ। ଓଁ ଧବଳେଶ୍ଵର ନମଃ ଏହି ମନ୍ତ୍ର କୁ ୩ ଥର ପାଠ କରନ୍ତୁ।