spot_img
Home Blog Page 7108

ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ମାନିବାକୁ ବାଧ୍ୟ: ଗଜପତି ମହାରାଜା

ଭୁବନେଶ୍ୱର: ଏ ବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ । କରୋନା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଭକ୍ତଙ୍କ ମନରେ ଆବେଗ । ଭକ୍ତ ମନ ଚାହୁଁଛି ବଡ଼ଦାଣ୍ଡରେ ରଥ ଉପରେ ମନ ଭରି ଟିକିଏ ଦେଖିବ ଚକାଆଖିକୁ । ଜଗନ୍ନାଥଙ୍କ ଆଦ୍ୟ ସେବକ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସବୁ କଥା ମଣିଷ ହାତରେ ନଥାଏ । ବର୍ତ୍ତମାନ ଅସାଧାରଣ ପରିସ୍ଥିତି ରହିଛି । ଫଳରେ ମହାପ୍ରଭୁଙ୍କ ଯାତ୍ରାରେ ପରିବର୍ତ୍ତନ ହେବାକୁ ଯାଉଛି ଏହା ନିଶ୍ଚିତ ଭାବେ ସମଗ୍ର ବିଶ୍ୱରେ ଭକ୍ତଙ୍କ ମନରେ ଦୁଃଖ ଦେବ । ଏଥିରେ ସନ୍ଦେହ ନାହିଁ ବୋଲି ଗଜପତି ମହାରାଜା କହିଛନ୍ତି ।ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ମାନିବାକୁ ବାଧ୍ୟ ଓ ମାନିବାକୁ ପଡ଼ିବ ମଧ୍ୟ । ରାୟକୁ ନେଇ ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକ ବସିବ । ବାହାରେ ଯାତ୍ରା ହୋଇପାରିବ ନାହିଁ । ତେଣୁ, ରଥଯାତ୍ରା ସ୍ଥାନରେ ମହାପ୍ରଭୁଙ୍କ କଣ ନୀତି କରାଯିବ । ସେନେଇ ଶ୍ରୀମନ୍ଦିର ପରିଚାଳନା ସମିତି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବେ । ଆସନ୍ତା ଦିନେ ଓ ଦୁଇଦିନ ଭିତରେ ଶ୍ରୀଜୀଉଙ୍କ କଣ ନୀତିକାନ୍ତି କରାଯିବ ସବୁ ସ୍ପଷ୍ଟ ହେବ ବୋଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ରଥଯାତ୍ରାକୁ ଅନୁମତି ଦେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ,କ’ଣ ପାଇଁ ଏମିତି କହିଲେ ସୁପ୍ରିମକୋର୍ଟ୍ ପ୍ରଧାନ ବିଚାରପତି ?

ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଜାଣନ୍ତି କଙ୍ଗନା, କିନ୍ତୁ ନାମ କହିବା ନେଇ ରଖିଲେ କିଛି ଏଭଳି ସର୍ତ୍ତ

ମୁମ୍ୱାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା  ଖବର ସମସ୍ତଙ୍କୁ ବ୍ୟଥିତ କରିଛି ।  ଗୋଟିଏ ପଟେ ତାଙ୍କ ଅକାଳ ଦେହାନ୍ତଙ୍କ ନେଇ ଲୋକେ ସୋସିଆଲ୍ ମିଡିଆରେ ଶୋକ ବ୍ୟକ୍ତ କରୁଥିବା ନଜର ଆସିଛି । ଅନ୍ୟପଟେ ନେପୋଟିଜମ୍‌ ଏବଂ ଆଉଟ୍ ସାଇଟ୍‌କୁ ଅଣଦେଖା କରିବା ନେଇ ଆକ୍ଷେପ ଜାରି ରହିଛି । । ଏଭଳି ଅଭିଯୋଗ ଅଧିକ ଜୋରଦାରେ ହେବାରେ ଲାଗିଲା ଯେତେବେଳେ ବଲିଉଡ୍ ଅଭିନେତ୍ରୀ କଙ୍ଗଳା ରାଣାଓ୍ୱତ ସୁଶାନ୍ତଙ୍କ ଦେହାନ୍ତ ନେଇ ନିଜ ଅଭିବ୍ୟକ୍ତି ରଖିଛନ୍ତି ।

Sushant Singh Suicide Case: सलमान खान-करण जौहर ...

ଏଥର ନିଜ ପ୍ରତିକ୍ରିୟାରେ ଅନେକଙ୍କୁ ଚକିତ କଲା ଭଳି ସୂଚନା ରଖିଛନ୍ତି । ସେ କହିଛନ୍ତି ଯେ, ପାଖାପାଖି ଦେଢ଼ ବର୍ଷ ପୂର୍ବେ ସୁଶାନ୍ତଙ୍କ ସହ ସାକ୍ଷାତ କଲା ବେଳେ ସେ ଏଭଳି କିଛି ଘଟଣା ଘଟିବା ନେଇ ଆଭାସ ପାଇସାରିଥିଲେ । ନିକଟ ଅତୀତରେ ନିଜର ଏକ ସକ୍ଷାତକାରରେ ସେ କହିଛନ୍ତି ଯେ, ମୁଁ ଯେତେବଳେ ଏହା କହୁଛି ମୋ ହାତ ଥରୁଛି, ଆମେ ଚୀନ ଯୋଗେ ସଂକଟରେ ରହିଛୁ ।

Kangana Ranaut Slams Bollywood After Sushant Singh Rajput's Demise ...

ଏତେ ସୈନିକ ଶହୀଦ ହୋଇଗଲେ କିନ୍ତୁ ମୁଁ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଭୁଲି ପାରୁନି । କଙ୍ଗନା ଆହୁରୀ କହିଛନ୍ତି ,ମୁକେଶ ଭଟ୍ଟ ଦାବି କରୁଛନ୍ତି ଯେ, ସୁଶାନ୍ତ ପରବିନ ବାବିଙ୍କ ରାସ୍ତାରେ ଯାଉଥିଲେ । କିନ୍ତୁ କାହାକୁ ମନୋ ନାହିଁ ଯେ, ପରବିନ ବାବିଙ୍କ ସହିତ ଭି ଏମାନେ କ’ଣ କହିଥିଲେ । ସୁଶାନ୍ତ ଏବଂ ମୋର ମ୍ୟୁଚଲ ଫ୍ରେଣ୍ଡ କମଲ ଜୈନଙ୍କ ସହ କଥାବାର୍ତ୍ତା ହୋଇଛି । ସେ ସୁଶାନ୍ତଙ୍କ ଦେହାନ୍ତ ପଛର କାରଣ ଥିଲେ । କମଲ ଯିଏ କି ମୋତେ କହିଥିଲେ ଯେ, ସୋମବାର ଦିନ ତାଙ୍କର ସୁଶାନ୍ତ ସହିତ କଥାବାର୍ତ୍ତା ହୋଇଥିଲା । ସେ ଏମିତି କଥାବାର୍ତ୍ତା କରୁଥିଲେ ଯେମିତି ଏହା ପୂର୍ବରୁ କେବେ କଥା ହୋଇନଥିଲେ । ସେ ତାଙ୍କୁ କହିଥିଲେ ଯେ ମୋ ସହିତ ଗୋଟିଏ ବଡ଼ ଫିଲ୍ମ କରନ୍ତୁ । ମୁଁ ହିଟ୍ ଫିଲ୍ମ କରିଛି କିନ୍ତୁ ବଡ଼ ଫିଲ୍ମ କରିନି ।

Kangana 'brave enough' to face dacoits | MorungExpress ...

ମୁଁ ଯେଉଁ ଭଳିଆ କାମ ଚାହୁଁଛି ସେହିଭଳିଆ କାମ ମୋ ପାଖରେ ନାହିଁ । ଅପରପକ୍ଷରେ କମଲ ତାଙ୍କୁ ଲକ୍‌ଡାଉନ୍‌ ଶେଷ ହେଲା ପରେ ବଡ଼ ଫିଲ୍ମ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ସେ ନିଜ କାମକୁ ନେଇ ସେତେଟା ସନ୍ତୁଷ୍ଟ ନଥିଲେ, ଲୋକେ ତାଙ୍କୁ ଅଣଦେଖା କରୁଥିଲେ । କଙ୍ଗନା କହିଛନ୍ତି ଯେ, କମଳଙ୍କ ସହିତ କଥା ହେବା ପରେ ତାଙ୍କ ଆତ୍ମହତ୍ୟା ପରେ ଅନେକ କାରଣ ସମ୍ପର୍କରେ ସେ ଜାଣିପାରିଛନ୍ତି । ସେ ଗୁଡ଼ାଏ ଲୋକଙ୍କ ନାମକୁ ନେଇ ଇସାରା କରିଛନ୍ତି କିନ୍ତୁ ସେ ସର୍ତ୍ତ ରଖିଛନ୍ତି ଯଦି ଲୋକେ ପଚାରନ୍ତି ତା’ହେଲେ ହିଁ ସେ ସେମାନଙ୍କ ନାମର ଖୁଲାସା କରିବେ  ।

ଗଙ୍ଗାରେ ବିସର୍ଜିତ ହେଲା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି କଳସ

ପାଟନା: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି କଳସ ବିସର୍ଜିତ ହୋଇଛି । ଗୁରୁବାର ଦ୍ୱିପ୍ରହରକୁ ପାଟନାର ଗଙ୍ଗା ଘାଟରେ ସୁଶାନ୍ତ ସିଂହ ରାଜ ରାଜପୁତଙ୍କ ଅସ୍ଥି ନେଇ ପରିବାର ଲୋକ ଓ ପଣ୍ଡିତ ପହଞ୍ଚିଥିଲେ । ପରେ ପରିବାର ଲୋକ ଏକ ନୌକାରେ ଗଙ୍ଗା ଗର୍ଭରେ ଅସ୍ଥି ବିସର୍ଜନ କରିଥିଲେ । ଦୀଘା ଗଙ୍ଗା ଘାଟରେ ସୁଶାନ୍ତଙ୍କ ମାଆଙ୍କ ଅସ୍ଥି ମଧ୍ୟ ବିସର୍ଜିତ ହୋଇଥିଲା ।

ପିତା ଦେଇଥିଲେ ମୁଖାଗ୍ନି

ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ପାଟନାରୁ ମୁମ୍ବାଇ ପହଞ୍ଚିଛିସେ ବାପା କେକେ ସିଂହ । ସେଠାରେ ଅନ୍ତିମ ସଂସ୍କାର ଦେବାପରେ ସପରିବାର ପାଟନା ଫେରିଥିଲେ । ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହ ଓ ରାନୀ ସିଂହ ଅସ୍ଥି ବିସର୍ଜନ କରିଥିବା ବେଳେ ନୌକାରେ ସପରିବାର ଥିଲେ ।

ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି କଳସ ବିସର୍ଜନ ଖବର ପ୍ରଚାରିତ ହେବା ପରେ ଗଙ୍ଗା ଘାଟରେ ତାଙ୍କ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ପୋଲିସ ପ୍ରଶାସନ ନେଇଥିବା ପଦକ୍ଷେପ ଗହଳ ରୋକିଥିଲା । ଫଳରେ ପରିବାର ଲୋକଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥିଲା ।

ପାଟନାରେ ହେବ ଶ୍ରାଦ୍ଧ

ସୁଶାନ୍ତଙ୍କ ପରିବାର ସହିତ ଜଡ଼ିତ ଲୋକଙ୍କ ସୂଚନା ଅନୁସାରେ ଶ୍ରାଦ୍ଧକର୍ମ ପାଟନାରେ କରାଯିବ । ସୁଶାନ୍ତଙ୍କ ଜନ୍ମସ୍ଥଳୀ ପୂର୍ଣ୍ଣିୟାରେ ଶ୍ରାଦ୍ଧ ହେବା ନେଇ କୁହାଯାଉଛି । ରବିବାର ମୁମ୍ବାଇ ବାନ୍ଦ୍ରା ଆପାର୍ଟମେଣ୍ଟରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ ।

ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ମହେଶ ଭଟ୍ଟଙ୍କୁ କରାଗଲା ଦାୟୀ, କାହିଁକି ଜାଣନ୍ତୁ

 

ପ୍ରବାସୀ ଶ୍ରମିକଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଯୋଜନା, ୨୦ ମାର୍ଚ୍ଚରୁ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ସ୍କିମ୍

  • ପ୍ରଧାନମନ୍ତ୍ରୀ ପ୍ରବାସୀଙ୍କ ପାଇଁ ଆଣିଲେ ନୁଆ ପ୍ଲାନ
  • ୨୦ଜୁନରୁ କାର୍ଯ୍ୟକାରୀ ହେବ ଗରିବ କଲ୍ୟାଣ ରୋଜଗାର ଯୋଜନା

ନୂଆଦିଲ୍ଲୀ:  ପ୍ରବାସୀଙ୍କ ପାଇଁ ଆସିଲା ନୂଆ ଯୋଜନା । କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ଏକ ନୂଆ  ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି  । ଯାହାଦ୍ୱାରା ଦେଶର ଲକ୍ଷ ଲକ୍ଷ ପ୍ରବାସୀ ଉପକୃତ ହେବେ । ଏହି ଯୋଜନାର ନାଁ ହେଉଛି ଗରିବ କଲ୍ୟାଣ ରୋଜଗାର ଯୋଜନା  । ଏହାର ମୂଳ ଲକ୍ଷ୍ୟ ହେଉଛି ଲକଡାଉନ ସମୟରେ ନିଜ ରାଜ୍ୟ ଏବଂ ଗ୍ରାମକୁ ଫେରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର କ୍ଷମ କରାଇବା ସହ ଦକ୍ଷତା ବିକାଶ ଓ ଥଇଥାନର ସୁବିଧା ଯୋଗାଇବା ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗରିବ ଶ୍ରମିକ ଓ କୃଷକଙ୍କ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି  । ଏହି ପଦକ୍ଷେପ ଲୋକମାନଙ୍କର ରୋଜଗାରକୁ ବଜାୟ ରଖିବା ସହ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାରେ ମଧ୍ୟ ସାହାଯ୍ୟ କରିବ ।  ଗରିବ କଲ୍ୟାଣ ରୋଜଗାର ଯୋଜନା ଅଭିଯାନ ୧୨୫ ଦିନ ଧରି ଚାଲିବ । ଏହା ଅଧିନରେ ପ୍ରବାସୀଙ୍କ ପାଇଁ ୨୫ ପ୍ରକାରର କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଛି  । ଏଥିରେ ୫୦ ହଜାର କୋଟି ଖର୍ଚ୍ଚ ହେବାର ଆକଳନ କରାଯାଇଛି । ଜୁନ ୨୦ ତାରିଖ ସକାଳ ୧୧ଟାରେ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିବେ ।

ବିହାରର ଖାଗରିଆ ଜିଲ୍ଲାର ତେଲିଗର ଗ୍ରାମରୁ ଏହି  ଯୋଜନା ଆରମ୍ଭ ହେବାର ସୂଚନା ରହିଛି  । ଏହି ଯୋଜନାକୁ ବିହାର ଉତ୍ତରପ୍ରଦେଶ ସମେତ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାକୁ ସଂଯୁକ୍ତ କରାଯାଇଛି  । ଏଥିରେ ବିହାରର ସର୍ବାଧିକ ୩୨ଟି ଜିଲ୍ଲା ରହିଛି । ସୂଚନା ଅନୁସାରେ ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ  ପ୍ରାୟ ୪୨କୋଟି ଗରିବଙ୍କ ପାଇଁ  ୫୩ ହଜାର ୨୪୮ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ମାର୍ଚ୍ଚ ୨୦କୁ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜର ଘୋଷଣା କରିଥିଲେ । ଏହି ପ୍ୟାକେଜ ଅନ୍ତର୍ଗତ ଗରିବଙ୍କୁ ମାଗଣାରେ ଖାଦ୍ୟ, ମହିଳା, ବୃଦ୍ଧ ଏବଂ ଅନ୍ୟମାନଙ୍କୁ ନଗଦ ସାହାଯ୍ୟ କରିବା ସାମିଲ ରହିଛି ।

ଆଗରୁ ବି ହୋଇନଥିଲା ରଥଯାତ୍ରା,ଜାଣନ୍ତୁ କେବେ ଓ କାହିଁକି ଗଡିନଥିଲା କାଳିଆ ରଥ..

ସୁପ୍ରିମକୋର୍ଟ ଆଜି ଚଳିତ ବର୍ଷ ରଥଯାତ୍ରା ଆୟୋଜନ ନକରିବା ପାଇଁ ଆଦେଶ ଦେଇଛନ୍ତି । ଜନହିତ ଦୃଷ୍ଟିରୁ କରୋନା ମହାମାରୀ କାଳରେ ରଥଯାତ୍ରା ଆୟୋଜନ କରାଯିବା ଠିକ୍ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣି ବେଳେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ କହିଥିଲେ ଯେ, ରଥଯାତ୍ରା ପାଇଁ ଅନୁମତି ଦେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ । ତେବେ ଇତିହାସରେ ପ୍ରଥମ ଥର ପାଇଁ ଏମିତି ହେଉନାହିଁ  । ଆଗରୁ ଅନେକ ଥର ମଧ୍ୟ ରଥଯାତ୍ରା ଆୟୋଜିତ ହୋଇନାହିଁ ।

ମଧ୍ୟଯୁଗ ଓ ମୋଗଲ କାଳୀନ ଭାରତରେ ରଥଯାତ୍ରା ଅନେକ ଥର ବନ୍ଦ ରହିଥିଲା । ବଙ୍ଗର ଆଫଗାନ୍ ଶାସକ ଓ ପରେ ଦିଲ୍ଲୀର ମୋଗଲ ଶାସକ ସବୁବେଳେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଟାର୍ଗେଟ୍ କରି ଆସୁଥିଲେ । ସେମାନେ ମନ୍ଦିର ଉପରେ ଆକ୍ରମଣ କରିବା ସହ ଲୁଟପାଟ୍ କରୁଥିଲେ । ତେଣୁ ଅନେକ ଥର ଭଗବାନଙ୍କୁ ଲୁଚାଇ ରଖାଯାଇଥିଲା । ଏହି କାରଣରୁ ଅନେକ ଥର ରଥଯାତ୍ରା ଆୟୋଜିତ ହୋଇ ପାରିନଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରାୟ ୪୫୨ ବର୍ଷର ଇତିହାସରେ ୩୨ ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିନଥିଲା | ଆସନ୍ତୁ ନଜର ପକାଇବା କେବେ କେବେ ଓ କାହା ପାଇଁ ରଥଯାତ୍ରା ଆୟୋଜିତ ହୋଇ ପାରିନଥିଲା ।

କଳାପାହାଡ ପାଇଁ ବର୍ଷ ବନ୍ଦ ଥିଲା ରଥଯାତ୍ରା

୧୫୬୮ ଖ୍ରୀଷ୍ଟାଦ୍ଦରେ କଳାପାହାଡ଼ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାରୁ ଚିଲିକା ନିକଟରେ ଥିବା ଛପଲ୍ଲୀ ନାମକ ଏକ ସ୍ଥାନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଲୁଚାଇ  ରଖାଯାଇଥିଲା କିନ୍ତୁ କଳାପାହାଡ଼ ଖବର ପାଇ ସେଠାରୁ ବିଗ୍ରହମାନଙ୍କୁ ଆଣି ଅଗ୍ନି ସଂଯୋଗ କରି ଗଙ୍ଗା ନଦିରେ ଭସାଇ ଦେଇଥିଲା ଏବଂ ଜନୈକ ବୌଷ୍ଣବ ବିଶର ମହାନ୍ତି ସେହି ଅର୍ଦ୍ଧଦଗ୍ଧ କଳେବରରୁ ବ୍ରହ୍ଣ ସଂଗ୍ରହ କରି ପୂଜାର୍ଚ୍ଚନା କରୁଥିଲେ | ସୁତରାଂ ଏହି ସମୟ ସୀମା ମଧ୍ୟରେ ୧୫୬୮ ଖ୍ରୀ.ଅ.ରୁ ୧୫୭୭ ଖ୍ରୀ. ପର୍ଯ୍ୟନ୍ତ ୯ ବର୍ଷ ଧରି ରଥଯାତ୍ରା ହୋଇପାରିନଥିଲା |

ମିର୍ଜା ଖୁରମ୍ ପାଇଁ ବନ୍ଦ ହୋଇଥିଲା ଯାତ୍ରା

୧୬୦୧ ଖ୍ରୀଷ୍ଟାଦ୍ଦରେ ମିର୍ଜା ଖୁରୁମର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା ଯ଼ାହାଦ୍ୱାରା ପୁରୀଠାରୁ ୧୪ କିଲୋମିଟର ଦୂରରେ ଥିବା କପିଳେଶ୍ୱରପୁର ଶାସନ ଗ୍ରାମର ପଞ୍ଚମୁଖୀ ଗୋସାଣୀ ମନ୍ଦିରଠାରେ ବିଗ୍ରହମାନଙ୍କୁ ଅବସ୍ଥାନ କରାଯାଇଥିଲା ପରେ ସେଠାରେ ଦୋଳଯାତ୍ରା ହେବା ପରେ ଭାର୍ଗବୀ ନଦୀର ପେଣ୍ଠକୁ ଆସି ଶ୍ରୀବିଗ୍ରହମାନେ ଚାପ ଉପରେ ଆଠମାସ ଧରି ବିଜେ କରିଥିଲେ ଏହାଯୋଗୁଁ ସେଇ ବର୍ଷ ରଥଯାତ୍ରା ହୋଇପାରିନଥିଲା |

ସୁବେଦାର ହାସିମ ଖାଁର ପୁରୀ ଆକ୍ରମଣ

୧୬୦୭ ଖ୍ରୀଷ୍ଟାଦ୍ଦରେ ସୁବେଦାର ହାସିମ ଖାଁଙ୍କ ପୁରୀର ଶ୍ରୀମନ୍ଦିର ଉପରେ ଆକ୍ରମଣ ଯୋଗୁଁ ଶ୍ରୀମନ୍ଦିରରୁ ଠାକୁରମାନଙ୍କୁ ସ୍ଥାନାନ୍ତର କରାଯାଇ ଖୋର୍ଦ୍ଦାଗଡ଼ର ଗୋପାଳଜୀଉ ମନ୍ଦିରରେ ଅବସ୍ଥାନ କରାଯାଇଥିଲା | ଏକ ବର୍ଷ ପରେ ଠାକୁରମାନଙ୍କୁ ୧୬୦୮ ଖ୍ରୀଷ୍ଟାଦ୍ଦରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା  । ତେଣୁ ସେହି ବର୍ଷ ରଥଯାତ୍ରା ହୋଇପାରିନଥିଲା |

ଜଣେ ହିନ୍ଦୁ ଯେତେବେଳେ ପାଲଟିଲା ଜଗନ୍ନାଥଙ୍କ ଶତ୍ରୁ

୧୬୧୧ ଖ୍ରୀଷ୍ଟାଦ୍ଦରେ କଲ୍ୟାଣ ମଲ୍ଲର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥଲା ଫଳରେ ବିଗ୍ରହମାନଙ୍କୁ ଜଳପଥରେ ଚିଲିକାର ଚିକାନାସୀକୁ ସ୍ଥାନାନ୍ତର କରଯାଇଥଲା ଏହାଦ୍ୱାରା ସେ ବର୍ଷ ରଥଯାତ୍ରା ହୋଇପାରିନଥିଲା | ସେହିପରି କଲ୍ୟାଣ ମଲ୍ଲର ପୂନଃର୍ବାର ଆକ୍ରମଣ କରିଥଲା ଏହା ଯୋଗୁଁ ଠାକୁରମାନଙ୍କୁ ଚିଲିକାର ଗୁରୁବାଈଗଡ଼କୁ ସ୍ଥାନାନ୍ତର କରାଯାଇଥଲା ସେହି ବର୍ଷ ମଧ୍ୟ ରଥଯାତ୍ରା ହୋଇପାରିନଥିଲା |

ଅନ୍ଧାରିଗଡରେ ଗୋପନବାସ

୧୬୨୧ ଖ୍ରୀଷ୍ଟାଦ୍ଦରେ ସୁବେଦାର ଅହମ୍ମଦ ବେଗଙ୍କ ଶ୍ରୀମନ୍ଦିର ଉପରେ ଆକ୍ରଣମ ଫଳରେ ଠାକୁରମାନଙ୍କୁ ବାଣପୁର ମାଳ ଅଞ୍ଚଲର ଅନ୍ଧାରିଗଡ଼କୁ ସ୍ଥନାନ୍ତର କରାଯାଇଥିଲା ସେଠାରୁ ବ୍ରହ୍ମ ପଦାର୍ଥଙ୍କୁ ଗୋପନରେ ଆଣି ମୂର୍ତ୍ତି ନିର୍ମାଣ ଓ ବ୍ରହ୍ମପଦାର୍ଥ ସଂସ୍ଥାପନ କରଯାଇଥଲା ଏଥିପାଇଁ ୨ ବର୍ଷ ରଥଯାତ୍ରା ବନ୍ଦ ରହିଥିଲା |

ଏକରାମ ଖାଁ ପାଇଁ ୧୩ ବର୍ଷ ବନ୍ଦ ହୋଇଥିଲା ରଥଯାତ୍ରା

୧୬୯୨ ଖ୍ରୀଷ୍ଟାଦ୍ଦରେ ସୁବେଦାର ଏକରାମ ଖାଁ ଶ୍ରୀନ୍ଦିର ଉପରେ ଆକ୍ରମଣ କରିଥିଲା ଫଳରେ ଠାକୁରମାନଙ୍କୁ ବିମଳା ମନ୍ଦିର ଓ ଚିଲିକା ସ୍ଥିତ ଗଡ଼କୋକଲ ଗ୍ରାମରେ ଅଳ୍ପ ଦିନ ପାଇଁ ରଖାଯାଇଥିଲା ପରେ ସେଠାରୁ ନେଇ ବାଣପୁର ହନ୍ତୁଆଡ଼ ଗ୍ରାମରେ ରଖାଯାଇଥିଲା ଏହି ସମୟରେ ପ୍ରାୟ ୧୩ ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିନଥିଲା

ମହମ୍ମଦ ତକି ଖାଁ ପାଇଁ ହୋଇନଥିଲା ଘୋଷଯାତ୍ରା

ଏହିପରି ୧୭୩୧ ଓ ୧୭୩୩ ଖ୍ରୀଷ୍ଟାଦ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥଲା ଯାହାଦ୍ୱାରା ଶ୍ରୀବିଗ୍ରହମାନେ ଗୋପନରେ ବିରାଜମାନ କରିବା ସହିତ ସେମାନଙ୍କର ସେବାପୂଜା କରାଯାଇଥିଲା କିନ୍ତୁ ରଥଯାତ୍ରା ହୋଇପାରିନଥିଲା | କୁହାଯାଏ ଯେ ୧୭୩୩, ୧୭୩୪ ଓ ୧୭୩୫ ତିନିବର୍ଷ ଧରି ରଥଯାତ୍ରା ବନ୍ଦ ରହିଥିଲା ପରେ ୧୭୩୬ ମସିହା ମେ ମାସରେ ଶ୍ରୀମନ୍ଦିରକୁ ଠାକୁରମାନେ ବିଜେ କରିଥିଲେ ଏବଂ ସେହି ବର୍ଷ ହିଁ ଅତି ଆନନ୍ଦର ଭାବେ ରଥଯାତ୍ରା ହୋଇଥିଲା

 

 

ରଥଯାତ୍ରାକୁ ଅନୁମତି ଦେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ,କ’ଣ ପାଇଁ ଏମିତି କହିଲେ ସୁପ୍ରିମକୋର୍ଟ୍ ପ୍ରଧାନ ବିଚାରପତି ?

ନୂଆଦିଲ୍ଲୀ: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚଳିତ ବର୍ଷ ହେବ ନାହିଁ । ବଡଦାଣ୍ଡରେ ଗଡିବେ ନାହିଁ ତିନି ରଥ । କରୋନା କାଳରେ ଏହା ଓଡ଼ିଆ ଓ ଜଗନ୍ନାଥ ଭକ୍ତଙ୍କ ପାଇଁ ବଡ ଝଟକା । କରୋନା କାରଣରୁ ରଥଯାତ୍ରା କରିବା ଠିକ୍ ହେବ ନାହିଁ ବୋଲି ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ।

ଚଳିତ ବର୍ଷର ରଥଯାତ୍ରା ଆୟୋଜନକୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କାଳରେ ପ୍ରଧାନବିଚାରପତି ଶରଦ ଅରବିନ୍ଦ ବୋବଡେ କହିଥିଲେ ଯେ,ରଥଯାତ୍ରା ଯଦି ଅନୁମତି ଦିଆଯାଏ ତେବେ ଭଗବାନ ଜଗନ୍ନାଥ କେବେ ମଧ୍ୟ ଆମକୁ କ୍ଷମା କରିବେ ନାହିଁ ।

ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ କହିଥିଲେ ଯେ, ଅଧିକ ସଂଖ୍ୟାରେ ଲୋକଙ୍କ ସମାଗମ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ ।

ସଲିସିଟର ଜେନରାଲ ତୁଷାର ମେହେଟ୍ଟା ବିନା ଜନସମାଗମରେ କିଛି ନୀତି ପାଳନ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ପ୍ରଧାନ ବିଚାରପତି କହିଥିଲେ ଯେ,ଯେତେବେଳେ ବି କିଛି କାର୍ଯ୍ୟ ପାଇଁ ଅନୁମତି ଦିଆଯାଏ ସେତେବେଳେ ଲୋକ ଗହଳି ହେବାର ଆମ ପାଖରେ ଅନୁଭୂତି ରହିଛି ।

କରୋନା ଭଳି ମହାମାରୀ କାଳରେ ରଥଯାତ୍ରା ଭଳି ଉତ୍ସବକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ରଥଯାତ୍ରା ନକରିବା ପାଇଁ ଆଦେଶ ଜନହିତରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

 

ଦେଶ ହେବ ଆତ୍ମନିର୍ଭର: ଉଦ୍ୟୋଗ ଜଗତ ପାଖରେ ଇତିହାସକୁ ପରିବର୍ତ୍ତନ କରିବାର ସୁଯୋଗ

  • ବେସରକାରୀ କ୍ଷେତ୍ର ପାଇଁ ୪୧ଟି କୋଇଲା ବ୍ଲକର ନିଲାମ
  • ଏହା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଅଧୀନରେ ଘରୋଇ କ୍ଷେତ୍ର ପାଇଁ ୪୧ଟି କୋଇଲା ଖଣୀ ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି  । ସେ କହିଛନ୍ତି ଯେ, ଭାରତ କରୋନା ସହ ଲଢିବ ଏବଂ ଆଗକୁ ବଢିବ । ଏ ବଡ଼ ବିପର୍ଯ୍ୟୟକୁ ଭାରତ ଏକ ସୁଯୋଗରେ ପରିଣତ କରିବ । ଏହି ସଙ୍କଟ ଭାରତକୁ ଏକ ଆତ୍ମନିର୍ଭରଶୀଳ ଭାରତ ହେବାର ଶିକ୍ଷା ଦେଇଛି ।

 

ପ୍ରଧାନମନ୍ତ୍ରୀ ମୋଦୀ ଆତ୍ମନିର୍ଭରଶୀଳ ଭାରତ ଶବ୍ଦର ଅର୍ଥ ବୁଝାଇ କହିଛନ୍ତି ଯେ, ଭାରତ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ଲକ୍ଷ ଲକ୍ଷ କୋଟି ଟଙ୍କା ବୈଦେଶିକ ମୁଦ୍ରା ସଞ୍ଚୟ କରିବ । ଭାରତକୁ ଆଉ ଆମଦାନୀ କରିବାକୁ ପଡିବ ନାହିଁ, ଏଥିପାଇଁ ସେ ନିଜ ଦେଶରେ ଉତ୍ସ ଏବଂ ସମ୍ବଳର ବିକାଶ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଜି ଏକ ବଡ଼ ପଦକ୍ଷେପ ନିଆଯାଉଛି।

କୃଷି କ୍ଷେତ୍ରରେ କ୍ଷୁଦ୍ର, ମଧ୍ୟମ ଶିଳ୍ପ କ୍ଷେତ୍ରରେ ହେଉ କିମ୍ବା କୋଇଲା ଏବଂ ଖଣି କ୍ଷେତ୍ରରେ ପ୍ରତ୍ୟେକ ଘୋଷଣା ଓ ସଂସ୍କାର ଏକ ମାସ ମଧ୍ୟରେ କରାଯିବ । ଏହି ବିପର୍ଯ୍ୟୟକୁ ଏକ ସୁଯୋଗରେ ପରିଣତ କରିବା ପାଇଁ ଭାରତ କେତେ ଗମ୍ଭୀର ତାହା ଏହି ପଦକ୍ଷେପରୁ ଜଣାପଡିବ । ଆଜି ଆମେ କେବଳ ଘରୋଇ କ୍ଷେତ୍ର ପାଇଁ କୋଇଲା ଖଣୀ ନିଲାମ ଆରମ୍ଭ କରୁନାହୁଁ, ବରଂ ଲକଡାଉନ ପାଇଁ ବନ୍ଦ ହୋଇରହିଥିବା କୋଇଲା କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛୁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଶକ୍ତିଶାଳୀ ଖଣି ଏବଂ ଖଣିଜ କ୍ଷେତ୍ର ବିନା ଆତ୍ମନିର୍ଭରଶୀଳ ଭାରତ ସମ୍ଭବ ନୁହେଁ, କାରଣ ଖଣିଜ ପଦାର୍ଥ ଏବଂ ଖଣି ଆମ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଅଟେ । ଏହି ପଦକ୍ଷେପ ପରେ କୋଇଲା ଉତ୍ପାଦନ ସହ କୋଇଲା କ୍ଷେତ୍ର ମଧ୍ୟ ଆତ୍ମନିର୍ଭରଶୀଳ ହେବ  ।

ମୋଦୀ କହିଛନ୍ତି ଦେଶରେ ୧୬ଟି ଜିଲ୍ଲା ଏମିତି ଅଛି ଯେଉଁଠାରେ କୋଇଲାର ବହୁତ ବଡ଼ ଭଣ୍ଡାର ଅଛି, କିନ୍ତୁ ସେଠାକାର ଲୋକମାନେ ଯେତିକି ଲାଭ ପାଇବା କଥା ସେତିକି ଲାଭ ପାଉନାହାନ୍ତି | ଆମର ବହୁ ସଂଖ୍ୟକ ସାଥୀ ବଡ଼ ସହରଗୁଡ଼ିକୁ ରୋଜଗାର ପାଇଁ ଯାଉଥାନ୍ତି । ଏହି କୋଇଲା ବ୍ଲକଗୁଡିକ ଏହି ଲୋକଙ୍କୁ ରୋଜଗାର ଯୋଗାଇବ ଏବଂ ସେଠାରେ ରହୁଥିବା ଲୋକମାନେ ଅଧିକ ସୁବିଧା ପାଇବେ ।

 

 

ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ମହେଶ ଭଟ୍ଟଙ୍କୁ କରାଗଲା ଦାୟୀ, କାହିଁକି ଜାଣନ୍ତୁ

ମୁମ୍ବାଇ: ବଲିଉଡର ଦକ୍ଷ କଳାକାର ସୁଶାନ୍ତ ସିଂହ ରାଜପୁତ ଦୁନିଆ ଛାଡି ଚାଲିଗଲେ ସତ ହେଲେ ପଛରେ ଛାଡିଗଲେ ଅନେକ ପ୍ରଶ୍ନ । କିଏ କହୁଛି “ସୁଶାନ୍ତ ତୁମେ ଏମିତି କାହିଁକି କଲ” ତ କିଏ କହୁଛି “ସୁଶାନ୍ତ ତୁମେ ଏମିତି କରିବାର କାରଣ ମୁଁ ବୁଝିପାରୁଛି” । ତାଙ୍କ ଆତ୍ମହତ୍ୟା ଏବେ ବି ଏକ ରହସ୍ୟ ହୋଇ ରହିଛି । ସୁଶାନ୍ତଙ୍କର ଏହି ନିଷ୍ପତ୍ତି ଅନେକଙ୍କୁ ସ୍ତବ୍ଧ କରିଦେଇଛି । ହେଲେ ଏବେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଏକ ଖବର ବେଶ ଚର୍ଚ୍ଚାରେ ରହିଛି । ଅନେକ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ମହେଶ ଭଟ୍ଟଙ୍କୁ ଦାୟୀ କରୁଛନ୍ତି । ସେ ସବୁକିଛି ଜାଣି ଚୁପ୍ ଥିଲେ ବୋଲି କୁହାଯାଉଛି ।

ଗର୍ଲଫ୍ରେଣ୍ଡ ରିଆଙ୍କୁ ମହେଶ ଭଟ୍ଟ ସୁଶାନ୍ତଙ୍କଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । କେବଳ ସେତିକି ନୁହେଁ ଅଭିନେତାଙ୍କୁ ମହେଶ ମାନସିକ ଭାବେ ଅସ୍ଥିର(Mentally Unstable )ବୋଲି କହିଥିଲେ । ସୋସିଆଲ ମିଡିଆ ୟୁଜର୍ସ ମହେଶଙ୍କୁ ନେଇ ଏହି ଅଭିଯୋଗ କରୁଛନ୍ତି । ଅଭିନେତାଙ୍କ ମୃତ୍ୟୁ ପରେ ମୁକେଶ ଭଟ୍ଟଙ୍କ ବୟାନ ସାମ୍ନାକୁ ଆସିଛି । ତାଙ୍କ କହିବା ଅନୁସାରେ ସେ ଅନୁଭବ କରିଥିଲେ ଯେ, ସୁଶାନ୍ତ କୌଣସି ସମସ୍ୟାର ଶିକାର ହୋଇଥିଲେ । ଅପରପକ୍ଷରେ ନିର୍ଦ୍ଦେଶକ ଶେଖର କପୁର ଟୁଇଟ୍ କରି ରାଜପୁତଙ୍କ ଆତ୍ମହତ୍ୟା ନେଇ ଆଚମ୍ବିତ କଲା ଭଳି ବୟାନ ଦେଇଛନ୍ତି। କେବଳ ସେତିକି ନୁହେଁ ସେ ଲେଖିଛନ୍ତି ଯେ, ତାଙ୍କ ମୃତ୍ୟୁ ପଛର କାରଣ କଣ ସେ ଜାଣିଛନ୍ତି । ଅବଶ୍ୟ ସେ କାହା ନାଁ ନେଇନଥିଲେ ।

ରିୟାଙ୍କୁ ମହେଶ ଭଟ୍ଟ କହିଥିଲେ ଯେ, ସୁଶାନ୍ତଙ୍କ ଅବସ୍ଥା ପରୱିନ ବାବି ଭଳି ହୋଇଯାଇଛି । ସୁଶାନ୍ତଙ୍କ ଅସ୍ଥିରତାର ପ୍ରଭାବ ତୁମ ଉପରେ ପଡିବ,ତେଣୁ ତୁମେ ତାଙ୍କ ଜୀବନରୁ ବାହାରି ଯାଅ ବୋଲି ରିଆଙ୍କୁ ମହେଶ କହିଥିବା ଏବେ ଶୁଣିବାକୁ ମିଳୁଛି । ମହେଶ କହିଥିଲେ ଯେ, ଏବେ ସୁଶାନ୍ତଙ୍କୁ କେବଳ ଔଷଧ ବଞ୍ଚେଇ ପାରିବ । ରିଆ ସୁଶାନ୍ତଙ୍କ ସହ ରହୁଥିବା ବେଳେ ତାଙ୍କୁ ଠିକ ସମୟରେ ଔଷଧ ଖାଇବାକୁ କହୁଥିଲେ । ହେଲେ ସୁଶାନ୍ତ ଔଷଧ ଖାଇବା ପାଇଁ ମନା କରିଦେଇଥିଲେ । ଅଭିନେତା ସମ୍ପୂର୍ଣ୍ଣ ଭାବେ ଅବସାଦର ଶିକାର ହୋଇସାରିଥିଲେ ।

ପାଖାପାଖି ବର୍ଷେ ହବ ସେ ନିଜକୁ ବାହାର ଦୁନିଆରୁ ଅଲଗା ରଖିଥିଲେ । ସେତେବେଳେ କେବଳ ରିଆ ସୁଶାନ୍ତଙ୍କ ସହ ସମୟ ବିତାଉଥିଲେ । ଖବର ଅନୁଯାୟୀ ସୁଶାନ୍ତଙ୍କୁ ଅଜବ ଅଜବ ଚିତ୍କାର ଶୁଣାଯାଉଥିଲା । ସେ ଅନୁଭବ କରୁଥିଲେ ଯେମିତି ତାଙ୍କୁ କିଏ ମାରିବାକୁ ଚେଷ୍ଟା କରୁଛି । ସୁଶାନ୍ତ ଥରେ ତାଙ୍କ ଫ୍ଲାଟରେ ରିଆଙ୍କ ସହ ବସି ଫିଲ୍ମ ଦେଖୁଥିଲେ । ହଠାତ୍ ସେ କହିଥିଲେ ଯେ, “ଅନୁରାଗ କଶ୍ୟପଙ୍କ ଫିଲ୍ମ କୁ ନା କହିଛି, ସେ ମତେ ମାରିଦେବେ” । ରିପୋର୍ଟ ଅନୁସାରେ ସୁଶାନ୍ତଙ୍କର ଏଭଳି କଥା ଶୁଣି ରିଆ ଡରିଯାଇଥିଲେ । ପରେ ଅଭିନେତ୍ରୀ ଏହି କଥା ମହେଶ ଭଟ୍ଟଙ୍କ ସହ ସେୟାର କରିଥିଲେ । ସେଥିପାଇଁ ରିଆଙ୍କୁ ସୁଶାନ୍ତଙ୍କଠାରୁ ଅଲଗା ହେବାକୁ ପରାମର୍ଶ ଦେଇଥିଲେ ମହେଶ ଭଟ୍ଟ ।

ଏହା ପରେ ରିଆ ସୁଶାନ୍ତଙ୍କଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ସୁଶାନ୍ତଙ୍କ ଭଉଣୀମାନେ ରିଆଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ରିଆ ସେତେବେଳେ କିଛି ବୁଝିବା ପରିସ୍ଥିତିରେ ନଥିଲେ । ସେଥିପାଇଁ ଦର୍ଶକ ଏବେ ମହେଶ ଭଟ୍ଟ ଓ ମୁକେଶ ଭଟ୍ଟଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟି କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ଉଭୟ ମହେଶ ଓ ମୁକେଶଙ୍କୁ ସୁଶାନ୍ତଙ୍କ ମାନସିକ ଅବସ୍ଥା ବିଷୟରେ ଜଣା ପଡିଥିଲା ତାହେଲେ ସେ ତାଙ୍କୁ ବଞ୍ଚାଇବା ପାଇଁ କୌଣସି ଚେଷ୍ଟା କଣ ପାଇଁ କରିନଥିଲେ । ତେବେ ପ୍ରକୃତ ଘଟଣା ବିଷୟରେ ଖୁବ ଶୀଘ୍ର ଜଣା ପଡିବ ବୋଲି ଆଶା କରାଯାଉଛି ।

 

ଏଥର ବଡଦାଣ୍ଡରେ ଗଡିବ ନାହିଁ କାଳିଆ ରଥ,ଯାତ୍ରା ପାଇଁ ଅନୁମତି ଦେଲେ ନାହିଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ରଥଯାତ୍ରା ହେବ କି ହେବ ନାହିଁ ? ଜଗତର ନାଥ ଜଗନ୍ନାଥ ବଡଦାଣ୍ଡକୁ ଆସି ଭକ୍ତଙ୍କୁ ଦର୍ଶନ ଦେବେ କି ନାହିଁ ? କରୋନା କାଳରେ ଗତ ତିନି ମାସ ଧରି ଓଡ଼ିଶାରେ ଏହା ଥିଲା ବଡ ପ୍ରଶ୍ନ । ଆଜି ସୁପ୍ରିମକୋର୍ଟ ଆପାତତଃ ଯାତ୍ରା ନେଇ ଉତ୍ତର ଦେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନକୁ ସ୍ଥଗିତ ରଖିଛନ୍ତି ।

ଯେକୌଣସି ଯାତ୍ରା ହେଲେ ଜନ ସମାଗମ ହେବା ସ୍ୱାଭାବିକ । ପୂର୍ବରୁ ଏଭଳି ଅନେକ ଅନୁଭୂତି ରହିଛି । ତେଣୁ, ଅନୁମତି ଦେଲେ ବ୍ୟାପକ ଜନସମାଗମ ହେବା ଦୃଷ୍ଟିରୁ ସୁପ୍ରିମକୋର୍ଟ ଚଳିତ ବର୍ଷ ରଥଯାତ୍ରାକୁ ଅନୁମତି ଦେଇନାହାଁନ୍ତି ।

ଚଳିତ ବର୍ଷ ରଥଯାତ୍ରାକୁ ନେଇ ଲକଡାଉନ୍ ଆରମ୍ଭରୁ ହିଁ ଆଶଙ୍କା ଦେଖା ଯାଇଥିଲା । କେନ୍ଦ୍ର ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଧର୍ମାନୁଷ୍ଠାନକୁ ବନ୍ଦ କରାଯାଇଥିଲା । ଧର୍ମାନୁଷ୍ଠାନ ମଧ୍ୟଙ୍କୁ ଭକ୍ତଙ୍କ ଯିବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା । ତେବେ ଲକଡାଉନ୍ ହଟିବା ପରେ ରଥଯାତ୍ରା ହେବା ନେଇ ଆଶା ସୃଷ୍ଟି ହୋଇଥିଲା । ଦୁଇଦିନ ତଳେ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେଉଳ ପୁରୋହିତଙ୍କୁ ରଥ ପ୍ରତିଷ୍ଠା ସେବା ନେଇ ଦିଆଯାଇଛି ପତ୍ର ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ରଥଯାତ୍ରା ବନ୍ଦ ପାଇଁ ଓଡିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ ଗତ ୧୧ ତାରିଖରେ ସୁପ୍ରିମକୋର୍ଟର ଆଇନଜୀବୀ ରଞ୍ଜିତା ରୋହତଗୀଙ୍କ ଜରିଆରେ ପିଟିସନ ଦାଖଲ କରିଥିଲେ । ଯାହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ରାୟ ଦେଇଛନ୍ତି । ରଥଯାତ୍ରା ସମୟରେ ଲୋକ ଗହଳିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଚଳିତ ବର୍ଷ ଯାତ୍ରାକୁ ବନ୍ଦ ରଖିବାକୁ କହିଛନ୍ତି । । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦ୍ଵାରା ଗଠିତ ୩ ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ ।

ଅନ୍ୟପକ୍ଷରେ ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାଶ ମହାପାତ୍ର  ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ  ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ହିନ୍ଦୁ ଧର୍ମ ପ୍ରତି ଏହା କୁଠାର ଘାତ  । ମତାନ୍ତର ମନାନ୍ତର ଆରମ୍ଭ ହୋଇ ଯିବ  । ସୁପ୍ରିମ କୋଟଙ୍କ ନିଷ୍ପତି ଆମେ ସହଜ ରେ ଗ୍ରହଣ କରି ପାରୁନୁ ।

 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ

ଭଦ୍ରକ: ଭିଜିଲାନ୍‌ସ ଜାଲରେ ସର୍ବଶିକ୍ଷା ଅଭିଯାନ ପରାମର୍ଶଦାତା । ଭଦ୍ରକ ଟେକ୍‌ନିକାଲ କନସଲଟାଣ୍ଟ ବୈଲୋଚନ ପୁହାଣଙ୍କ ଘରେ ଭିଜିଲାନ୍‌ସ ଚଢାଉ କରାଯାଇଛିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ରେଡ୍‌ କରାଯାଇଛି । ତାଙ୍କ ଅଫିସ ଏବଂ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଉଛି ।

ବାଲେଶ୍ୱର ଭିଜିଲାନ୍ସ ଓ ଭଦ୍ରକ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି । ପରାମର୍ଶଦାତାଙ୍କ ନିଜ ଘର ଭଦ୍ରକରେ ଏବଂ ତାଙ୍କ ପୈତୃକ ଘର ଚରମା ସ୍ଥିତ ବଣିଆ ସମେତ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସ ବିଭିନ୍ ଟିମ୍ ପାଞ୍ଚଟି ସ୍ଥାନରେ ଚଢାଉ କରିଛି । ତେବେ କେତେ କଣ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।