spot_img
Home Blog Page 7109

ଦିଲ୍‌ସାଦ ଖାନ୍‌ ହତ୍ୟାକାଣ୍ଡ ମାମଲା: ୯ଜଣଙ୍କୁ ଗରଫ ପରେ ଆଉ ୪ଜଣଙ୍କୁ ଅଟକ ରଖିଲା ପୋଲିସ୍

ରାଉରକେଲା: ରାଉରକେଲା ଦିଲ୍‌ସାଦ ଖାନ୍‌ ହତ୍ୟା ମାମଲାରେ ଆଉ ୪ଜଣଙ୍କୁ ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଗତ ୧୨ ତାରିଖରେ ୯ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଜଣେ ଷଡ଼ଯନ୍ତ୍ରକାରୀ ସମେତ ୪ ଜଣଙ୍କୁ ଥାନାରେ ଅଟକ ରଖି ଗୋପନ ସ୍ଥାନରେ ଜେରା କରାଯାଉଛି ।

ଗତ ୭ ତାରିଖ ରାତିରେ ରାଉରକେଲା ସହରର ନାଲାରୋଡ୍‌ ଅଞ୍ଚଳର ଦିଲ୍‌ସାଦ ନିଜ ସହଯୋଗୀଙ୍କ ସହ ପାର୍କରେ ବସିଥିବା ବେଳେ ୧୫ରୁ ଅଧିକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଆକ୍ରମଣରେ ଦିଲ୍‌ସାଦ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ଇସ୍ଵାତ ଜେନେରାଲ ହସ୍ପିଟାଲକୁ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡରେ ୧୫ରୁ ଅଧିକ ଦୁର୍ବୃତ୍ତ ସାମିଲ୍‌ ଥିବା ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ତାଙ୍କୁ  ଲୁହାରଡ୍‌ ଓ ଲାଠିରେ ପିଟି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜଣା ପଡିଥିଲା ।

ରାଉରକେଲା ରାସ୍ତାକୁ ଏତେ ଲୋକ ଆସିଲେ କେମିତି ? ଏସପିଙ୍କ ବଦଳି ଚାହୁଁଛି ଓକିଲ ସଂଘ

ଏହାର ଦିନକ ପରେ ଅର୍ଥାତ୍‌ ୮ତାରିଖ ସଂଧ୍ୟାରେ ହଜାର ହଜାର ଲୋକ ମୃତ ବ୍ୟକ୍ତିଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ଯାହାକୁ ନେଇ ବିଭିନ୍ନ ବାଦ ବିବାଦ ଦେଖା ଦେଇଥିଲା । କରୋନାକୁ ନେଇ ଦେଶବ୍ୟାପି ଲକଡାଉନ୍ ଚାଲିଥିବା ବେଳେ ଶବ ଶୋଭାଯାତ୍ରାକୁ ନେଇ ପୋଲିସ ଉପରୁ ଆଙ୍ଗୁଠି ଉଠିଥିଲା ।

ଟ୍ରକ୍ ଭଡ଼ା ଧାର୍ଯ୍ୟ କରିବାକୁ ପରିବହନ ମନ୍ତ୍ରୀଙ୍କୁ ଭେଟି ଟ୍ରକ ମାଲିକ ସଂଘର ଦାବି

ଭୁବନେଶ୍ୱର: ସର୍ବନିମ୍ନ ଓ ସର୍ବାଧିକ ଭଡା ଧାର୍ଯ୍ୟ କରିବାକୁ  ଟ୍ରକ ମାଲିକ ସଂଘର ଦାବି ।  ଟ୍ରକର ବର୍ଦ୍ଧିତ ଭଡା ଧାର୍ଯ୍ୟ  ନିଷ୍ପତ୍ତି ବିଳମ୍ବ ପ୍ରତିବାଦ ଓ ରୋଡ଼ ଟାକ୍ସକୁ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଛାଡ଼ ପାଇଁ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ଟ୍ରକ ମାଲିକ ସଂଘ ।  କରୋନା ପାଇଁ ଏବେ ୩୫ ପ୍ରତିଶତ ଟ୍ରକ ଚାଲୁଥିବା ବେଳେ ୬୫ ପ୍ରତିଶତ ଟ୍ରକ ଚାଲିପାରି ନଥିଲା ।

ତେବେ ଶେଷଥର ୨୦୦୮ରେ ଭଡ଼ା ଧାର୍ଯ୍ୟ ହୋଇଥିଲା । ୧୩ଟି ପାରା ମିଟର ନେଇ ଭଡା ଧାର୍ଯ୍ୟ ହୋଇଥାଏ । ଏବଂ ସେମାନେ ଦାବି କରିଛନ୍ତି ଯେ, ସରକାର ସର୍ବନିମ୍ନ ଓ ସର୍ବାଧିକ ଭଡା ଧାର୍ଯ୍ୟ କରନ୍ତୁ ।  ୨୦୧୭ରେ ବୈଷୟିକ କମିଟି ଭଡା ବଢିବା ନେଇ ସୁପାରିଶ କରିଥିଲା । କିନ୍ତୁ ସରକାର ଏହାକୁ କାର୍ଯ୍ୟକାରୀ ନ କରିବାରୁ ସେମାନେ ହାଇକୋର୍ଟ ଯାଇଥିଲେ । ଏବଂ କୋର୍ଟ ମଧ୍ୟ ବର୍ଦ୍ଧିତ ଭଡା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ସରକାର ତାହାକୁ ଲାଗୁ ନ କରିବାରୁ କୋର୍ଟ ଅବମାନନା ମାମଲା କରାଯାଇଥିଲା । ମନ୍ତ୍ରୀ ଯଦି ଏନେଇ ଦୃଷ୍ଟି ଦିଅନ୍ତି ତେବେ ଶୀଘ୍ର ନିଷ୍ପତ୍ତି ନିଆଯାଇ ପାରିବ ବୋଲି ରାଜ୍ୟ ଟ୍ରକ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।

ସେପଟେ ଟ୍ରକ ମାଲିକ ସଂଘର ଦାବି ନେଇ ବିଚାର କରୁଛୁ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଟାକ୍ସ ଛାଡ଼ ନେଇ ନିଷ୍ପତ୍ତି ହୋଇନି । ସେ କହିଥିଲେ ଯେ, ବସ ବନ୍ଦ ଥିଲା କିନ୍ତୁ ଟ୍ରକ ଚାଲୁଥିଲା, ମାଲ ପରିବହନ ହେଉଥିଲା। ବର୍ଦ୍ଧିତ ଭଡା ନେଇ କୋର୍ଟଙ୍କ ରାୟ ଉପରେ ବି ତର୍ଜମା ହେଉଛି। ଶୀଘ୍ର ନିଷ୍ପତ୍ତି ନିଆଯିବ।

ପୁଣି ସାମ୍ନାକୁ ଆସିଲା ଚୀନର ଅସଲି ଚେହେରା, ଭାରତକୁ ଦେଲା ଏମିତି କିଛି ଧମକ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ନେଇ ଭାରତ ଶାନ୍ତି ଚାହୁଁଥିବା ବେଳେ ଚୀନ୍ ସରକାରୀ ଗଣମାଧ୍ୟମ ଭାରତକୁ ଧମକ ଦେଇଛି । ଚୀନ୍ ସରକାରଙ୍କ ମୂଖପାତ୍ର କୁହାଯାଉଥିବା ଖବରକାଗଜ ଗ୍ଲୋବାଲ୍ ଟାଇମ୍ସ୍ ଭାରତକୁ ଚେତାବନୀ ଦେଇଛି । ଭାରତ ଯଦି ଯୁଦ୍ଧକୁ ଚୟନ କରେ, ତେବେ ତାହା ଭାରତ ପାଇଁ ଆତ୍ମହତ୍ୟା ସଦୃଶ ହେବ ବୋଲି ଗ୍ଲୋବାଲ୍ ଟାଇମ୍ସ୍ ଚେତାବନୀ ଦେଇଛି ।

ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ପାଇଁ ଗୋଟିଏ ପଟେ ଚୀନ୍ ସଫେଇ ଦେଉଥିବା ବେଳେ, ଏହାର ସରକାରୀ ଗଣମାଧ୍ୟମର ଏପରି ଚେତାବନୀ ଚୀନ୍ ଚେହେରାକୁ ପଦାରେ ପକାଇଛି  । ଗୋଚିଏ ପଟେ ଚୀନ୍ ଶାନ୍ତି ପ୍ରସ୍ତାବ ଦେଉଥିବାବେଳେ ଅନ୍ୟପଟେ ଗଣମାଧ୍ୟମରେ ଧମକ ଦେବା ଚୀନର ଦୋପାଖିଆ ନୀତିକୁ ସାମ୍ନାକୁ ଆଣିଛି ।ଅନ୍ୟପଟେ ଚୀନ୍ ବିଶେଷଜ୍ଞମାନେ ମଧ୍ୟ ଭାରତକୁ ଧମକ ଦେବାରେ ଲାଗିଛନ୍ତି । ସେମାନେ କହିଛନ୍ତି, ଭାରତକୁ ଏକ ସମୟରେ ଚୀନ୍, ପାକିସ୍ତାନ ଓ ନେପାଳ ସହିତ ଯୁଦ୍ଧ କରିବାକୁ ପଡ଼ିବ । ଫଳରେ ଭାରତକୁ ତିନୋଟି ଫ୍ରଣ୍ଟ୍ ରେ ଯୁଦ୍ଧ କରିବାକୁ ପଡ଼ିବ  । ଯାହାକି ଭାରତ ପାଇଁ ସହଜ ହେବ ନାହିଁ  ।

କେବଳ ଚୀନ୍ ସରକାରୀ ଗଣମାଧ୍ୟମ କି ବିଶେଷଜ୍ଞ ନୁହେଁ, ସାଂଘାଇ ଏକାଡ଼େମୀ ଅଫ୍ ସୋସିଆଲ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ୍ ରିଲେସନସିପର ଅନୁଧ୍ୟାନକାରୀମାନେ ମଧ୍ୟ ଭାରତକୁ ଯୁଦ୍ଧ ପାଇଁ ଧମକ ଦେଇଛନ୍ତି  । ସେମାନେ କହିଛନ୍ତି, ପଡ଼ୋଶୀଙ୍କ ସହିତ ଭାରତର ସମ୍ପର୍କ ଭଲନାହିଁ  । ଏହା ସହିତ ଦେଶରେ କରୋନା ସଂକ୍ରମଣ ସମୟରେ ଭାରତ ଯଦି ଯୁଦ୍ଧ ନିଷ୍ପତି ନେବ ତାହେଲେ ତାହା ଭାରତ ପ୍ରତି ଭୟଙ୍କର ହେବ।

ତେବେ ବଡ଼ କଥା ହେଲା, ଚୀନ୍ ସରକାର ଶାନ୍ତି ପାଇଁ କଥାବାର୍ତ୍ତା ହେଉଥିବା ବେଳେ, ତାଙ୍କ ଦେଶର ଗଣମାଧ୍ୟମ ଓ ଗବେଷକ ମାନଙ୍କର ଧମକ ଚୀନର ଅସଲ ଚେହେରାକୁ ପଦାରେ ପକାଇଛି  ।

ଗଙ୍ଗାରେ ଆଜି ବିସର୍ଜିତ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି, ବିଦେଶରୁ ଫେରି ଏମିତି କିଛି କହିଲେ ଭଉଣୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ ପରିବାର ଏବଂ ପ୍ରଶଂସକମାନେ ଅସନ୍ତୁଷ୍ଟ ଅଛନ୍ତି । ପୁଅକୁ ହରାଇବା ଦୁଃଖରେ ସୁଶାନ୍ତଙ୍କ ବାପା ଏପର୍ଯ୍ୟନ୍ତ ସର୍ବସାଧାରଣକୁ ଆସିନାହାଁନ୍ତି । ସୁଶାନ୍ତଙ୍କ ଭଉଣୀମାନଙ୍କ ମଧ୍ୟ ସମାନ ପରିସ୍ଥିତି । ସେମାନେ ତାଙ୍କ ଏକମାତ୍ର ଭାଇକୁ ହରାଇବା ଦୁଃଖରୁ ଏ ପର୍ଯ୍ୟନ୍ତ ବାହାରି ପାରିନାହାନ୍ତି । ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପରେ ପରିବାର ପାଟନାକୁ ଫେରିଛନ୍ତି ।  ଆଜି ସୁଶାନ୍ତ ସିଂହଙ୍କ ଅସ୍ତି କଳସକୁ ଗଙ୍ଗାରେ ବିସର୍ଜନ କରାଯିବ ବୋଲି ତାଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ସୂଚନା ଦେଇଛନ୍ତି।

ପରିବାର, ପ୍ରଶଂସକ ଏବଂ ବନ୍ଧୁ ସମସ୍ତେ ସୁଶାନ୍ତଙ୍କ ଏଭଳି ପଦକ୍ଷେପକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। କିନ୍ତୁ ଏହି ପ୍ରଶ୍ନ ମଧ୍ୟ ମନରେ ଅଛି ଯେ ଯେତେବେଳେ ସେ ଏତେ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ସେ କାହିଁକି ତାଙ୍କ ଦୁଃଖ କାହା ସହିତ ବାଣ୍ଟିଲେ ନାହିଁ  ? ପିତା, ଭଉଣୀ ଏବଂ ସମ୍ପର୍କୀୟମାନେ ଏହି କଥାକୁ ବାରମ୍ବାର ପୁନରାବୃତ୍ତି କରୁଛନ୍ତି । ଜୁନ ୧୫ ତାରିଖରେ ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପରେ ପରିବାର ଲୋକ ଅସ୍ଥି କଳସ ନେଇ ପଟନା ଫେରିଥିଲେ । ଆଜି ତାଙ୍କ ଶେଷକୃତ୍ୟ କରାଯିବ ବୋଲି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ଫେସବୁକରେ ଏକ ପୋଷ୍ଟ ସେୟାର କରିଛନ୍ତି ।

https://www.facebook.com/sskirti/posts/10158116580261253

ସେ ଫେସବୁକରେ ଏକ ପୋଷ୍ଟ ସେୟାର କରି କହିଛନ୍ତି- ଆସନ୍ତାକାଲି ମୁଁ ମୋ ଘର ପାଟନାରେ ସୁରକ୍ଷିତ ଭାବେ ପହଞ୍ଚିଛି । ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ପ୍ରାର୍ଥନା ସହ ଆମକୁ ସାହାଯ୍ୟ କରିଛନ୍ତି । ଆଜି ଆମେ ଭାଇ (ସୁଶାନ୍ତ) ଙ୍କ ଅସ୍ଥିକୁ ବିସର୍ଜନ କରିବୁ । ସେ ଆହୁରି ମଧ୍ୟ ଲେଖିଛନ୍ତି- ‘ ମୁଁ ପୁନର୍ବାର ଆପଣ ସମସ୍ତଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କହିବି, ତାଙ୍କ ସ୍ମୃତିକୁ ମନେ ରଖିବା ସହ ଖୁବ ଭଲ ପାଇବା ସହିତ ତାଙ୍କୁ ବିଦାୟ ଦିଅନ୍ତୁ । ତାଙ୍କ ଜନ୍ମଦିନକୁ ପାଳନ କରନ୍ତୁ ଏବଂ ତାଙ୍କୁ ବହୁତ ପ୍ରେମ ଏବଂ ସୁଖରେ ବିଦାୟ ଦିଅନ୍ତୁ ।

ସୁଶାନ୍ତ ସିଂହ ରାଜପୁତଙ୍କୁ ରବିବାର ମୁମ୍ବାଇରେ ଥିବା ତାଙ୍କ ବାସଭବନରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ମୃତ୍ୟୁ ପରେ ବଲିଉଡ ସମେତ ବିହାରର ଲୋକମାନେ ମଧ୍ୟ ଅତ୍ୟନ୍ତ ନିରାଶ ହୋଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ପାଟନା ଏବଂ ନାଲନ୍ଦାରେ ତାଙ୍କର ଦୁଇ ପ୍ରଶଂସକ ଅବସାଦରେ ଆତ୍ମହତ୍ୟା କରିଥିବାବେଳେ ପୂର୍ବରୁ ଅସୁସ୍ଥ ଥିବା ତାଙ୍କ ସମ୍ପର୍କୀୟ ଭାଉଜଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ରାଜ୍ୟରେ ଆଉ ୧୭୪ କରୋନା ପଜିଟିଭ । ମୋଟ୍ ସଂକ୍ରମିତ ସଂଖ୍ୟା ୪ହଜାର ୫୧୨କୁ ବୃଦ୍ଧି । ଗଞ୍ଜାମୃରୁ ସର୍ବାଧିକ ୫୬ ଆକ୍ରାନ୍ତ । ସେପଟେ ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୮୮୧ ପଜିଟିଭ, ୩୩୪ ମୃତ ।

ରାଜ୍ୟରେ ଆଉ ୧୭୪ କରୋନା ପଜିଟିଭ । ମୋଟ୍‌ ସଂକ୍ରମିତ ସଂଖ୍ୟା ୪ହଜାର ୫୧୨କୁ ବୃଦ୍ଧି । ଗଞ୍ଜାମୃରୁ ସର୍ବାଧିକ ୫୬ ଆକ୍ରାନ୍ତ । ସେପଟେ ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୮୮୧ ପଜିଟିଭ, ୩୩୪ ମୃତ ।

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି । ଶୌର୍ଯ୍ୟ ଓ ସାହସକୁ ସଲାମ୍ ଆଜି ଅପରାହ୍ନରେ ଆସିବ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ଦିଆଯିବ ରାଷ୍ଟ୍ରୀୟ ସମ୍ମାନ ପୈତୃକ ଗାଁରେ ଶେଷ ଦର୍ଶନ ।

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି । ଶୌର୍ଯ୍ୟ ଓ ସାହସକୁ ସଲାମ୍‌ ଆଜି ଅପରାହ୍ନରେ ଆସିବ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ଦିଆଯିବ ରାଷ୍ଟ୍ରୀୟ ସମ୍ମାନ ପୈତୃକ ଗାଁରେ ଶେଷ ଦର୍ଶନ ।

ଲଦାଖ ସୀମା ବିବାଦକୁ ନେଇ ମେଜର ଜେନେରାଲସ୍ତରୀୟ ଆଲୋଚନା । ପ୍ରଥମ ବୈଠକରେ ବାହାରିନଥିଲା ନିଷ୍କର୍ସ । ସେପଟେ ଲଦାଖରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ LACରେ ହାଇଆଲର୍ଟରେ ସେନା ।

ଲଦାଖ ସୀମା ବିବାଦକୁ ନେଇ ମେଜର ଜେନେରାଲସ୍ତରୀୟ ଆଲୋଚନା । ପ୍ରଥମ ବୈଠକରେ ବାହାରିନଥିଲା ନିଷ୍କର୍ସ । ସେପଟେ ଲଦାଖରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ LACରେ ହାଇଆଲର୍ଟରେ ସେନା ।

କରୋନା ସଂକଟକୁ ସୁଯୋଗରେ ପରିଣତ କରିବା । ଆତ୍ମନିର୍ଭର ଭାରତ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର । ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆହ୍ଵାନ ।

କରୋନା ସଂକଟକୁ ସୁଯୋଗରେ ପରିଣତ କରିବା । ଆତ୍ମନିର୍ଭର ଭାରତ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର । ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆହ୍ଵାନ ।

ଓଡ଼ିଶାବାସୀଙ୍କ ସହଯୋଗ ଓ ଧୈର୍ଯ୍ୟ ବଳରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ ସ୍ଥିତିରେ ଅଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍‌ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଛନ୍ତି ଯେ ବର୍ତ୍ତମାନର ସମୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାବାସୀଙ୍କ ସହଯୋଗ ଓ ଧୈର୍ଯ୍ୟ ବଳରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ ସ୍ଥିତିରେ ଅଛି । ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଏହି ଧାରାକୁ ଆହୁରି ସୁଦୃଢ଼ କରିବାକୁ ପରିବର୍ତ୍ତିତ ସ୍ଥିତିରେ ରଣକୈାଶଳ ପରିବର୍ତ୍ତନ ଓ ପରିଚାଳନାର ବିକେନ୍ଦ୍ରୀକରଣ ଅତ୍ୟନ୍ତ ଜରୁରି ।

ଏଥିପାଇଁ ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ ବ୍ୟବସ୍ଥା କରାଯିବା ସହ ସହର ଓ ଗାଁରେ  ୱାର୍ଡସ୍ତରୀୟ କମିଟି ଗଠନ କରାଯାଉଛି । କୋଭିଡ୍‌ ସମ୍ପର୍କରେ ବ୍ୟାପକ ଜନସଚେତନତା ଏବଂ ଘରକୁ ଘର ବୁଲି ସର୍ଭେ ଅଭିଯାନ ଆରମ୍ଭ ହୋଇଛି । ଜଣେ ଯୋଦ୍ଧା ଭାବେ ଏଥିରେ ସାମିଲ ହୋଇ ଆସନ୍ତୁ ଆଗକୁ ବଢ଼ିବା, କରୋନାକୁ ହରାଇବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଆହ୍ଵାନ ଦେଇଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ୪ହଜାର ପାର୍,ଆଜି ପୁଣି ୧୭୪ ମାମଲା

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ । କିଛିଦିନ ହେବ ରାଜ୍ୟରେ ଲାଗାତାର ଭାବେ ସାମ୍ନାକୁ ଆସୁଛି ଶତାଧିକ କରୋନା ମାମଲା । ଗତକାଲି ୧୭୫ ଆଜି ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୭୪ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିସହ ରାଜ୍ୟରେ ସଂକ୍ରମିତ ସଂଖ୍ୟା ସାଢେ ୪ ହଜାର ପାର ହୋଇଛି । ତେବେ ଆଜି ୧୮ଟି ଜିଲ୍ଲାରୁ ୧୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସମୁଦାୟ ୧୭୪ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୪୬ ଥିବା ବେଳେ ୨୮ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୬ ସଂକ୍ରମିତ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୧୬, ଖୋର୍ଦ୍ଧାରୁ ୧୦, ଯାଜପୁରରୁ ୯, ନବରଙ୍ଗପୁର ଓ କେନ୍ଦ୍ରାପଡ଼ାରୁ ୭ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। କୋରାପୁଟ ଓ କଳାହାଣ୍ଡିରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୫, ବରଗଡ଼ରୁ ୪ ଏବଂ କନ୍ଧମାଳ, ଭଦ୍ରକ, ସୁନ୍ଦରଗଡରୁ ୩ ଜଣ ଲେଖାଁଏ ସଂକ୍ରମିତ ହୋଇଛନ୍ତି। ବୌଦ୍ଧରୁ ୨ ଓ ନୂଆପଡ଼ା, ବଲାଙ୍ଗିର, ମାଲକାନଗିରିରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୫ଶହ ୧୨ରେ ପହଞ୍ଚିଛି । ୩୦୪୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ୧୪୫୧ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।